ବଲାଙ୍ଗୀର/ଟିଟିଲାଗଡ: ତା ୧୯/୧୨ (ବିଏମସି ଟିଭି ଓଡ଼ିଆ) ଟିଟିଲାଗଡ଼ ରେଳ ଷ୍ଟେସନ ରେ ଜି ଆର ପି ପୋଲିସ ୧୧ କେଜି ୫୮୮ ଗ୍ରାମ ରୁ ଉର୍ଦ୍ଧ୍ ଗଞ୍ଜେଇ ଜବତ ସହ ଜଣେ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଟିଟିଲାଗଡ ଜି ଆର ପି ଆଇଆଇସି ଇନ୍ସପେକ୍ଟର ବିନୟ କୁମାର ଭୋଇ ଙ୍କ ନେତୃତ୍ୱ ରେ ଟିଟିଲାଗଡ଼ ରେଳ ଷ୍ଟେସନ ଅଞ୍ଚଳରେ ଚୋରା ସାମଗ୍ରୀ ଚିହ୍ନଟ ପାଇଁ ପ୍ଲାଟଫର୍ମ ଅଞ୍ଚଳ, ଟ୍ରେନ, ସନ୍ଦିଗ୍ଧ ଯାତ୍ରୀଙ୍କ ଜିନିଷପତ୍ର ଯାଞ୍ଚ କରିବା ସହିତ ପେଟ୍ରୋଲିଂ ଡ୍ୟୁଟି କରୁଥିବା ସମୟରେ ରେଡ୍ ଟିମ୍ ଦେଖିଲା ଯେ ଜଣେ ସନ୍ଦିଗ୍ଧ ବ୍ୟକ୍ତି ପାର୍ସଲ ଅଫିସ ଗେଟ ଦେଇ ଗୋଟିଏ ରଙ୍ଗୀନ ଟ୍ରଲି ବ୍ୟାଗ ଧରି ରେଳ ଷ୍ଟେସନକୁ ପ୍ରବେଶ କରୁଛନ୍ତି। ସନ୍ଦେହ ହେବାରୁ ତୁରନ୍ତ ରେଡ୍ ଟିମ୍ ତାଙ୍କୁ ଟିଟିଲାଗଡ଼ ରେଳ ଷ୍ଟେସନର ପାର୍ସଲ ଅଫିସ ନିକଟ ପ୍ଲାଟ ଫର୍ମ ନମ୍ବର…
Author: BMC NEWS ODISHA
ବେଲଗୁଣ୍ଠା: ତା-୧୯ /୧୨(ବିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ସ୍ଥିତ ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନର ୨୮ ତମ କ୍ରୀଡ଼ା ଉତ୍ସବ ଉଦଘାଟିତ ହୋଇଯାଇଛି । ଅନୁଷ୍ଠାନ ପରିଚାଳନା କମିଟି ସମ୍ପାଦକ ସୀମାଞ୍ଚଳ ପୃଷ୍ଟିଙ୍କ ଅଧ୍ୟକ୍ଷତା ତଥା ପ୍ରଧାନ ଆଚାର୍ଯ୍ୟା ସସ୍ମିତା ମାଝୀଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ଉଦ୍ଘାଟକ ରୂପେ ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ସୋରଡା ବିଧାୟକ ପ୍ରତିନିଧି ତଥା ଯୁବ ସମାଜସେବୀ ଜିତେନ୍ଦ୍ର କୁମାର ନାୟକ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଗାଙ୍ଗପୁର ଗ୍ରାମ୍ୟ ପରିଚାଳନା କମିଟି ସଭାପତି ଶଙ୍କର୍ଷଣ ବିଷୋୟୀ,ଗାଙ୍ଗପୁର ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର କୁମାର ଡାକୁଆ, ପୂର୍ବତନ ସଭାପତି ନିତ୍ୟାନନ୍ଦ ବିଷୋୟୀ,ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ସନ୍ତୋଷ କୁମାର ବିଷୋୟୀ,ରତ୍ନାକର ନାୟକ, ପ୍ରକାଶ ଚନ୍ଦ୍ର ବିଷୋୟୀ, ଦିବାକର ବିଷୋୟୀ ପ୍ରମୁଖ…
ଖୋର୍ଦ୍ଧା, ତା-୧୭/୧୨ ( ବିଏମସି ଟିଭି ଓଡ଼ିଆ) ଖୋର୍ଦ୍ଧା ସଦର ମହକୁମା ସ୍ଥିତ ଟିଏଲସି ରୋଡ଼ ବିଡିଏ ପଡ଼ିଆରେ ଅନୁଷ୍ଠିତ ଦଶ ଦିବସୀୟ ଖୋର୍ଦ୍ଧା ମହୋତ୍ସବର ରୌପ୍ୟ ଜୟନ୍ତୀ ଉଦଯାପନୀ ସମାରୋହ ଦ୍ୱିତୀୟ ସନ୍ଧ୍ୟାରେ ଆଜି ବହୁ ଜନ ସମାବେଶ ହୋଇଥିବାର ପରିଲିଖିତ ହୋଇଛି । ସନ୍ଧ୍ୟାରେ ମଞ୍ଚରେ ନୃତ୍ୟାୟନ ଖୋର୍ଦ୍ଧା , ସଂସ୍କାର ଭାରତୀ ଖୋର୍ଦ୍ଧା, ମୟୁରଭଞ୍ଜ ର ଛଉ ନୃତ୍ୟ ର କଳାକାର ମାନେ ଆକର୍ଷଣୀୟ ନୃତ୍ୟ ସଙ୍ଗୀତ ପରିବେଷଣ ଦର୍ଶକଙ୍କୁ ମନମୁଗ୍ଧ କରିଥିଲେ। ପ୍ରାରମ୍ବରେ ନୃତ୍ୟା ୟନ ଖୋର୍ଦ୍ଧା ନୃତ୍ୟ ପରିବେଷଣ କରିଥିଲେ। ଆଜି ସନ୍ଧ୍ୟା ପାଞ୍ଚ ଘଟିକା ସମୟରୁ ଲୋକ ମାନଙ୍କ ର ଭିଡ଼ ଲାଗି ରହିଥିବାର ଦେଖା ଯାଇ ଥିଲା। ଫାଷ୍ଟ ଫୁଡ଼ ଷ୍ଟଲ ମାନଙ୍କରେ ପ୍ରବଳ ଭିଡ଼ ଦେଖା ଯାଇ ଥିଲା। ପରେ ଖୋର୍ଦ୍ଧା ମହୋତ୍ସବ ର ମୁଖ୍ୟ ଉପଦେଷ୍ଟା ସ୍ଥାନୀୟ ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ମାନ୍ୟବର ମନ୍ତ୍ରୀ ଉଚ୍ଚ ଶିକ୍ଷ୍ୟା,…
ସୁବର୍ଣ୍ଣପୁର ; ତା-୧୮/୧୨ ( ବିଏମସି ଟିଭି ଓଡ଼ିଆ) ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ପାପକ୍ଷୟ ଘାଟ କଲ୍ୟାଣ ମଣ୍ଡପ ଠାରେ ଆଜି ବିନିକା ଆଞ୍ଚଳିକ ସାମ୍ବାଦିକ ସଙ୍ଘର ସଭାପତି ନନ୍ଦିଘୋଷ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଉକ୍ତ ବୈଠକ ରେ ନଗରପାଳ ସୁବାଷ ଚନ୍ଦ୍ର ଭୋଇ,ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସ୍ୱତନ୍ତ୍ର ଅତିଥିଭାବେ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନସ ରଞ୍ଜନ ଭୋଇ ଯୋଗଦେଇ ସାମ୍ବାଦିକ ମାନଙ୍କୁ ସହରର ତଥା ଅଞ୍ଚଳର ବିଭିନ୍ନ ସମସ୍ୟା କୁ ସମାଧାନ ଓ ବିକାଶ କ୍ଷେତ୍ରରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ । ଏହି ଅବସରରେ ସଙ୍ଘ ତରଫରୁ ଚାଷୀମାନେ କିପରି ସୁବିଧାରେ ଧାନ ବିକ୍ରି କରିପାରିବେ, ମଣ୍ଡି ବ୍ୟବସ୍ଥା ସୁଚାରୁରୂପେ ଚଳାଇବା, ବିନିକା କୁ ଅତିଶୀଘ୍ର ଉପଖଣ୍ଡର ମାନ୍ୟତା ମିଳିବା ନେଇ ବିଧାୟକ ଙ୍କୁ ଦାବି ଜଣାଇବା, ଆବଶ୍ୟକ ସ୍ଥଳେ ଭୁବନେଶ୍ୱର ଯାଇ ବିଭାଗୀୟ ମନ୍ତ୍ରୀଙ୍କୁ…
ସମ୍ବଲପୁର/କୁଚିଣ୍ଡା:ତା. ୧୮/୧୨ (ବିଏମସିଟିଭି ଓଡିଆ)କେନ୍ଦ୍ର ସରକାରଙ୍କ ଯୁବ ଓ କ୍ରୀଡ଼ା ବିଭାଗ ପରିଚାଳିତ ‘ମେରା ୟୁବା ,ମେରା ଭାରତ’ ,ସମ୍ବଲପୁର ପକ୍ଷରୁ କୁଡ଼ାପଡ଼ା ଗ୍ରାମ ପଞ୍ଚାୟତର ସେଭେନ୍ ଷ୍ଟାର କ୍ଳବ୍ ସହାୟତାରେ ପୁରୁଣାପାଣି ସ୍ଥିତ ଧକ୍ଧକି ଖେଳ ପଡିଆରେ ଦ୍ବିଦିବସୀୟ ବ୍ଲକ ସ୍ତରୀୟ ଖେଳ ମହୋତ୍ସବ ଉଦ୍ଯାପିତ ହୋଇଯାଇଛି। ଏହି ମହୋତ୍ସବରେ ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା କ୍ରୀଡ଼ାବୀତ୍ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ। ସେ ତାଙ୍କ ଭାଷଣରେ ଈଶ୍ୱର ପ୍ରାପ୍ତି ପାଇଁ ଖେଳ ପଡିଆକୁ ଆସିବାକୁ ହେବ ବୋଲି ଯୁବ ମାନସର ପ୍ରତୀକ ସ୍ବାମୀ ବିବେକାନନ୍ଦଙ୍କୁ ସ୍ମରଣ କରି କହିଥିଲେ। ଅନୁଷ୍ଠାନର ସଭାପତି ତଥା ୱାର୍ଡ ସଭ୍ୟ ସରୋଜ ମେହେରଙ୍କ ସଭାପତିତ୍ବରେ ଆୟୋଜିତ ଉଦ୍ଯାପନୀ ଉତ୍ସବରେ ବୀଣାପାଣି କ୍ଳବର ସଭାପତି ଧନେଶ୍ଵର କିଶାନ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।ବିଭିନ୍ନ ପ୍ରତିଯୋଗିତା ଭିତରେ ଦୌଡ଼ରେ ରଶ୍ମି…
ନୟାଗଡ଼ / ଓଡ଼ଗାଁ ; ତା-୧୬/୧୨ ( ବିଏମସି ଟିଭି ଓଡ଼ିଆ) ସମଗ୍ର ନୟାଗଡ଼ ଜିଲ୍ଲାକୁ ପ୍ରଦ୍ଯୁଷଣ ମୁକ୍ତ କରିବା ନିମନ୍ତେ ପ୍ରକୃତି ବନ୍ଧୁ ତଥା ସାମାଜିକ ଓ ପରିବେଶ କର୍ମୀ ସୁକାନ୍ତ ଚୌଧୁରୀ ସୋମବାର ଓଡ଼ଗାଁ ବ୍ଲକ ଠାରେ ଅନୁଷ୍ଠିତ ନୟାଗଡ଼ ଜିଲ୍ଲାପାଳଙ୍କ ବ୍ଲକ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବୀପତ୍ର ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକଙ୍କୁ ପ୍ରଦାନ କରିଛନ୍ତି। ପାଳ ପୋଡ଼ି ସହିତ ଏକକ ବ୍ୟବହୃତ ପ୍ଲାଷ୍ଟିକ, ଡି.ଜେ ଧ୍ବନି, ଅବାଧ ଚୋରା ଏବଂ ବିଷାକ୍ତ ନିଶା କାରବାର, ବେପରୁଆ ଗାଡି ଚାଳନା ନିୟନ୍ତ୍ରଣ, ଭୂତଳ ଜଳ ସଂରକ୍ଷଣ, ଜଙ୍ଗଲ ସୁରକ୍ଷା, ମାଟିଆ ଜନଜାତିଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ବର୍ଷ ବର୍ଷ ଧରି ସଚେତନତା ସୃଷ୍ଟି ପାଇଁ ଅହରହ ଉଦ୍ୟମ ଜାରି ରଖୁଥିବା ପରିବେଶର ରକ୍ଷକ ସାଜିଥିବା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁକାନ୍ତ ଚୌଧୁରୀ ଦୃଢ଼ ଆଶାବାଦୀ…
ବେଲଗୁଣ୍ଠା: ତା-୧୭/୧୨ (ଵିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା ବଡ଼ଦାଣ୍ଡ ସ୍ଥିତା ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରର ୨୬ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ତିନି ଦିନ ବ୍ୟାପି ଅନୁଷ୍ଠିତ ହେବାପରେ ଆଜି ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟକ୍ରମ ଅଧ୍ୟକ୍ଷ ବସନ୍ତ ଶତପଥୀ ପ୍ରାଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ଯା ଶୁଭଶ୍ରୀ ପରିଡ଼ା କ୍ରୀଡା ପତାକା ଉତ୍ତୋଳନ କରିଥିଲେ । ବେଲଗୁଣ୍ଠା ଆରାଧ୍ୟ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ମନ୍ଦିର ଠାରୁ କ୍ରୀଡ଼ା ମଶାଲ ନେଇ ଗ୍ରାମ ପରିକ୍ରମା କରାଯିବା ସହିତ ଖେଳ ଆରମ୍ଭ ହୋଇଥିଲା । ଏହି ଅବସରରେ ବରିଷ୍ଠ ଏବଂ କନିଷ୍ଠ ବିଭାଗରେ ଦୌଡ, ବାଟି ଚାମଚ, ଗୋଳା ଫିଙ୍ଗା, ବର୍ଚ୍ଛା ଫିଙ୍ଗା, ଧିର ସାଇକଲ ଚାଳନା, ଅଖା ଡିଆଁ, ସଙ୍ଗୀତ ଚୌକି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ସ୍ୱତନ୍ତ୍ର ଭାବେ ସୂର୍ଯ୍ୟ ନମସ୍କାର ପ୍ରତିଯୋଗିତା କରାଯାଇଥିଲା । ଏଥିରେ ସର୍ବାଧିକ ୩୩୧ ଥର ସୂର୍ଯ୍ୟ…
ବ୍ରହ୍ମପୁର: ତା-୧୭/୧୨ ବିଏମସି ଟିଭି ଓଡ଼ିଆ ବ୍ରହ୍ମପୁର-ଶାଶ୍ୱତୀ ପ୍ରଗତିଶୀଳ ନାଟ୍ୟସଂସ୍ଥା ତରଫରୁ ବୁଧବାର ଆୟୋଜିତ ଶାଶ୍ୱତୀ ରଙ୍ଗ ମହୋତ୍ସବ-୨0୨୫ ତଥା ପଞ୍ଚମ ସର୍ବଭାରତୀୟ ବହୁଭାଷୀ ନାଟ୍ୟ ମହୋତ୍ସବ ତଥା ୩୫ତମ ପ୍ରତିଷ୍ଠା ଦିବସ ବ୍ରହ୍ମପୁର କବିସୂର୍ଯ୍ୟ ରଙ୍ଗମଞ୍ଚରେ ଉଦଘାଟିତ ହୋଇଯାଇଛି । ଶାଶ୍ୱତୀ ସଭାପତି ରାମଚନ୍ଦ୍ର ସାସମଲ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମହୋତ୍ସବ ରେ ମୂଖ୍ୟ ଅତିଥି ଭାବେ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଡା.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ମଞ୍ଚମଣିଷ ଅଶୋକ କର,ସାହିତ୍ୟିକ ଇଂ.ଯାମିନି କାନ୍ତ ଦାସ,ବରିଷ୍ଠ ଚକ୍ଷୁ ଚିକିତ୍ସିକ ସଞ୍ଜୟ ଲେଙ୍କା,ଶାଶ୍ୱତୀ ଉପଦେଷ୍ଟା ରବି ନାରାୟଣ ବେହେରା ,ସମ୍ପାଦକ ସୁନିଲ ସ୍ୱାଇଁ ପ୍ରମୂଖ ଅତିଥି ଭାବେ ମଞ୍ଚରେ ଉପସ୍ଥିତ ଥିଲେ । ରାଜ ଗୋପାଳ ପାଢ଼ୀ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶାଶ୍ୱତୀ ନାଟ୍ୟସଂସ୍ଥା ସହ-ସମ୍ପାଦକ ସୁନିଲ ସ୍ୱାଇଁ ଧନ୍ୟବାଦ ଅର୍ପଣ…
ସମ୍ବଲପୁର/ଗୋଡଭଗା:ତା.୧୮/୧୨(ବିଏମସିଟିଭି ଓଡିଆ)ବରଗଡ ଜିଲ୍ଲା ଅନ୍ତର୍ଗତ ବରପାଲି ସମଲେଶ୍ଵରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ସୁନାଙ୍କ ସଭାପତିତ୍ଵରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା । ମୁଖ୍ୟଅତିଥି ଦୁଇ ନମ୍ବର କ୍ଲଷ୍ଟର୍ର ସିଆରସିସି ରବିନାରାୟଣ ମହାପାତ୍ର ଯୋଗଦେଇ ଉତ୍ସବକୁ ଉଦ୍ଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ବିଦ୍ୟାଳୟର ଉପସଭାଧ୍ୟକ୍ଷ ସଂଗୀତା ରାଉତ ଓ କମିଟି ସଦସ୍ୟ ନିର୍ବାଚନ ଭୋଇ ଯୋଗ ଦେଇଥିଲେ। ଏହି କ୍ରୀଡା ପ୍ରତିଯୋଗିତା ଗତ ଡିସେମ୍ବର ୧୬ ଓ ୧୭ ତାରିଖ ଦୁଇଦିନ ଧରି ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆ ପରିସରରେ ଆୟୋଜିତ ହୋଇଥିଲା। ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ତିନୋଟି ଗ୍ରୁପରେ ବିଭକ୍ତ କରାଯିବା ସହିତ ସାମିଲ ହୋଇଥିବା ୨୨ଟି ପ୍ରତିଯୋଗିତାରେ ଭାଗ ନେଇଥିଲେ । ସିନିଅର ଗ୍ରୁପ ବାଳକ ବିଭାଗରେ ସୌମ୍ୟ ରଞ୍ଜନ ଜାନି ଓ ବାଳିକା ବିଭାଗରେ ଅର୍ଚ୍ଚିତା ଗଡତିଆ…
ବଲାଙ୍ଗୀର ;ତା-୧୫/୧୨(ବିଏମସି ଟିଭି ଓଡ଼ିଆ) ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଅମଳ ରୁ ଆଜିକୁ ୩୨ ବର୍ଷ ଧରି ଟିଟିଲାଗଡ କୁ ଜିଲ୍ଲା ମାନ୍ୟତା ପ୍ରଦାନ ଦାବିରେ ବାରମ୍ବାର ଦାବି ହୋଇ ଆସୁଛି । ରାଜ୍ୟ ର ଅନ୍ୟ ଜିଲ୍ଲା ମଧ୍ୟରୁ ଆକାର ଓ ଆୟତନ ରେ ଟିଟିଲାଗଡ ବଡ ହୋଇ ଥିବା ବେଳେ ଜିଲ୍ଲା ମାନ୍ୟତା ରୁ ବାଦ ପଡ଼ିଛି । ଦୀର୍ଘ ବର୍ଷ ଧରି ଆନ୍ଦୋଳନ ସତ୍ତ୍ୱେ କୌଣସି ସୁଫଳ ମିଳିନାହିଁ । ଏ ନେଇ ଇତି ମଧ୍ୟରେ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ହେଲେ ମାସାଧିକ କାଳ ହୋଇ ଯିବ ସରକାରୀ ପ୍ରକ୍ରିୟା କ୍ରମେ ଲିଖିତ ଦାବୀ ପତ୍ର ପ୍ରେରଣ ତଥା ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିଲା । ପରିତାପ ର ବିଷୟ ସେ ନେଇ ସରକାରୀ ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ,ମୁଖ୍ୟ ଶାସନ ସଚିବ ସମ୍ପୂର୍ଣ ନୀରବ ଦ୍ରଷ୍ଟା ସାଜିଥିବା…
ବ୍ରହ୍ମପୁର ;ତା-୧୬/୧୨(ବିଏମସି ଟିଭି ଓଡ଼ିଆ) ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ର ଦିନ କୁ ଦିନ ଦରଦାମ ବୃଦ୍ଧି ହେବାରେ ଲାଗିଛି ଏବଂ ବରିଷ୍ଠ ନାଗରିକ ମାନଙ୍କୁ ମିଳୁଥିବା ରାସନ ଚାଉଳ ସମୁଦ୍ର କୁ ଶଙ୍ଖେ ସଦୃଶ୍ୟ ତେଣୁ ରାଜ୍ୟର ବରିଷ୍ଠ ନାଗରିକ ମାନଙ୍କ ଚଳଣୀ ବହୁ କଷ୍ଟକର ହୋଇ ପଡୁଛି।ସେମାନଙ୍କ ଦୈନନ୍ଦିନ ଜୀବନ ଯାପନ ନିମନ୍ତେ ରାଜ୍ୟ ସରକାର ବାର୍ଦ୍ଧକ୍ୟ ଭତ୍ତା ଟ ୫୦୦୦ କୁ ବୃଦ୍ଧି କରିବାକୁ ଗଞ୍ଜାମ ଜିଲ୍ଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ର ମାସିକ ଆଲୋଚନା ସଭା ରେ ଦାବି କରାଯାଇଛି। ସ୍ଥାନୀୟ ଉତ୍କଳ ଆଶ୍ରମ ପାଠାଗାର କକ୍ଷରେ ଅନୁଷ୍ଠିତ ଗଞ୍ଜାମ ଜିଲ୍ଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ର ଆଲୋଚନା ସଭାରେ ଉପସଭାପତି ଡ଼ ପ୍ରାଣଚାନ୍ଦ ପଣ୍ଡା ଅଧ୍ୟକ୍ଷତା କରିଥିବାବେଳେ ସାଧାରଣ ସମ୍ପାଦକ ଦିନବନ୍ଧୁ ଶ୍ରୀପଲ୍ଲବ, ସମ୍ପାଦକ ରଜନୀ କାନ୍ତ ମଣ୍ଡଳ ମଞ୍ଚାସିନ୍ ହୋଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଧୂପ ଦୀପ ପ୍ରଦାନ ପୂର୍ବକ…
ସମ୍ବଲପୁର/ବରପାଲି:ତା.୧୬/୧୨(ବିଏମସି ଟିଭି ଓଡିଆ) ବରଗଡ଼ ଜିଲ୍ଲା ଅନ୍ତର୍ଗତ ବରପାଲି ମହାବିଦ୍ୟାଳୟରେ ଭାରତ ସରକାରଙ୍କ ଆତ୍ମନିର୍ଭର ଭାରତ-ସ୍ୱଦେଶୀ ଅଭିଯାନ ଅନ୍ତର୍ଗତ ‘ସ୍ୱଦେଶୀ ସଂକଳ୍ପ ପତ୍ର ପାଠ’ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷା ସୁଶ୍ରୀ ଜୟନ୍ତୀ ଦାଶଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ପ୍ରାଧ୍ୟାପକ ସୁଶୀଳ କୁମାର ଶତପଥୀ, ଅଧ୍ୟାପକ ଅଲେଖ ମହାନନ୍ଦ, ଅଧ୍ୟାପକ ଧୀରୋଜ କୁମାର ତ୍ରିପାଠୀ ଓ ଅଧ୍ୟାପକ ଉତ୍ତର କୁମାର ଗଡତିଆ ଉପସ୍ଥିତ ଥିଲେ। ଛାତ୍ରଛାତ୍ରୀମାନଙ୍କୁ ସ୍ୱଦେଶୀ ବସ୍ତୁ ବ୍ୟବହାର ସମ୍ପର୍କରେ ସାରଗର୍ଭକ ବକ୍ତବ୍ୟ ରଖିଥିଲେ। ଏହାପରେ ମିଳିତ ଭାବରେ ସଂକଳ୍ପ ପାଠ କରାଯାଇଥିଲା । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପକ ଡକ୍ଟର ବିଶ୍ଵନାଥ ସାହୁ । ଏଥିରେ ପ୍ରାଧ୍ୟାପକ ଅଶୋକ ଦାସ, ଅଧ୍ୟାପିକା ଡ. ନୀଲମ ଦେବତା, ଅଧ୍ୟାପକ ଅରୁଣ କୁମାର ବାରିକ, ଅଧ୍ୟାପକ ଗୌରଚନ୍ଦ୍ର ପଧାନ, ଭଗବାନ ମହାନନ୍ଦ, ଡ. ବାଳକୃଷ୍ଣ ପଟେଲ ପ୍ରମୁଖ ସହଯୋଗ କରିଥିଲେ । ଉକ୍ତ ସଭାରେ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ…
