Author: BMC NEWS ODISHA

ସମ୍ବଲପୁର/ଗୋଡଭଗା ; ତା.୨୯/୧୧ (ବିଏମସି ଟିଭି ଓଡିଆ) ବରପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧିକାରୀଙ୍କ ବିରୁଦ୍ଧରେ ଖୋଦ୍ ତାଙ୍କ ଅଧସ୍ତନ କର୍ମଚାରୀ ଗଣ ବରଗଡ଼ ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରିଛନ୍ତି । ବରପାଲି ମୁଖ୍ୟ ଡାକ୍ତରଖାନାର ସମସ୍ତ ପାରା ମେଡିକାଲ କର୍ମଚାରୀମାନେ ଏହି ଅଭିଯୋଗ କରିଛନ୍ତି। ମୁଖ୍ୟ ଚିକିତ୍ସାଳୟର ମୁଖ୍ୟ ଡାକ୍ତର ରାଜେଶ ବେହେରା କର୍ମଚାରୀ ମାନଙ୍କୁ ବିଭିନ୍ନ ସମୟରେ ବହୁ ପ୍ରକାର ଅଶୋଭନୀୟ ବ୍ୟବହାର କରୁଥିବା ସେମାନଙ୍କ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । କୌଣସି ଛୁଟି ପାଇଁ ଆବେଦନ କଲେ ଖରାପ ବ୍ୟବହାର କରିବା ସହ କର୍ମଚାରୀମାନଙ୍କ ଇନ୍‌ସେଣ୍ଟିଭରେ ନାନା ଆଳ ଦେଖାଇ ହଇରାଣ ହରକତ କରୁଛନ୍ତି ,ତେଣୁ ପାରା ମେଡିକାଲ କର୍ମଚାରୀଗଣ ମାନସିକ ଅବସାଦରେ ରହୁଥିବା ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ଆଜି ପ୍ରାୟ ୪୫ ଜଣ କର୍ମଚାରୀଙ୍କ ଦସ୍ତଖତ ସମ୍ବିଳିତ ଏକ ଦାବିପତ୍ର ବରଗଡ଼ ଜିଲ୍ଲାପାଳଙ୍କ ଠାରେ ଦାଖଲ କରିଛନ୍ତି । ଏଠାରେ ପ୍ରକାଶ ଯୋଗ୍ୟ ଯେ…

Read More

ବ୍ରହ୍ମପୁର ; ତା- ୨୯/୧୧ ( ବିଏମସି ଟିଭି ଓଡ଼ିଆ) ଉମା ଚରଣ ପଟ୍ଟନାୟକ ଇଞ୍ଜିନିୟରିଂ ସ୍କୁଲ ଖେଳ ପଡ଼ିଆରେ ଫାଷ୍ଟ କ୍ରାଏ ଏଣ୍ଟେଲି ଟୋଟସ ପ୍ରି ସ୍କୁଲ ଡେ କେୟାର ର ପ୍ରଥମ ବାର୍ଷିକ କ୍ରୀଡ଼ା ଉତ୍ସବ ଶନିବାର ଆୟୋଜିତ ହୋଇଯାଇଛି । ନିର୍ଦ୍ଦେଶିକା ଡ.ମିତ୍ରବିନ୍ଦା ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କ୍ରିଡ଼ା ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ବରିଷ୍ଠ ସାମ୍ବାଦିକ ତଥା ଗାୟକ ସୁଦୀପ କୁମାର୍ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସାମ୍ୱାଦିକ ଦେବହରି ବେହେରା ଓ କ୍ରୀଡା ପ୍ରଶିକ୍ଷକ ବିଶ୍ଵ ବନ୍ଧୁ ପାଢ଼ୀ ପ୍ରମୁଖ ଯୋଗ ଦେଇ ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ରୀଡା ପ୍ରତି ପ୍ରତି ଯୋଗିତାର କୃତି ଶିଶୁ ପ୍ରତି ଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କାର ପ୍ରଦାନ କରାଯାଇଥିଲା । ସେହି ପରୀ ଅଭିଭାବକ ମାନଙ୍କ ମଧ୍ୟରେ ଆୟୋଜିତ…

Read More

ବୋଲଗଡ଼, ତା-୨୯/୧୧ (ବିଏମସି ଟିଭି ଓଡ଼ିଆ )ବୋଲଗଡ଼ ଶିକ୍ଷାବ୍ଲକ ଅନ୍ତର୍ଗତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଆନୁକୂଲ୍ୟରେ, ପ୍ରଧାନ ଶିକ୍ଷୟତ୍ରୀ ଯାଗ୍ୟସେନୀ ସାହୁଙ୍କ ତତ୍ବାବଧାନରେ ଓ ଷ୍କାଉଟ ଗାଇଡ୍ ଶିକ୍ଷକ ଅମୀୟ କୁମାର ମଙ୍ଗରାଜ ଏବଂ ଜୁନିୟର ରେଡକ୍ରସ୍ ଶିକ୍ଷୟତ୍ରୀ ଅନୀତା ପ୍ରିୟଦର୍ଶିନୀ ପ୍ରମୁଖଙ୍କ ମିଳିତ ଆବାହକତ୍ଵରେ ଶନିବାର ଦିନ ସଡ଼କ ସୁରକ୍ଷା, ଜୀବନ ରକ୍ଷା ଅଭିଯାନ ବୋଲଗଡ଼ ସ୍ଥିତ ତହସିଲ ଛକ ଠାରେ ପାଳନ କରାଯାଇ ଅଛି। ଏହି ଅଭିଯାନ ରେ ଜୁନିୟର ରେଡକ୍ରସ୍ ର ୧୬ଜଣ ଶିକ୍ଷାର୍ଥୀ ଓ ଷ୍କାଉଟ ଗାଇଡ୍ ର ୩୬ଜଣ ଶିକ୍ଷାର୍ଥୀ ମିଳିତ ଭାବେ” ସଡ଼କ ସୁରକ୍ଷା, ଜୀବନ ରକ୍ଷା” ଅଭିଯାନ ରେ ସାମିଲ ହୋଇଥିଲେ। ଶିକ୍ଷୟତ୍ରୀ ସଶ୍ମିତା ସାହୁ, ଅର୍ପିତା ଶୁଭଦର୍ଶିନୀ, ଶିକ୍ଷକ ହେମନ୍ତ କୁମାର ସାହୁ ଓ କର୍ମଚାରୀ ଶିବପ୍ରସାଦ ମିଶ୍ର ପ୍ରମୁଖଙ୍କ ମିଳିତ ସହଯୋଗ ରେ ୫୨ଜଣ ଶିକ୍ଷାର୍ଥୀ ୫୭ନମ୍ବର ଖୋଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ ର ବୋଲଗଡ଼ ସ୍ଥିତ ଗୋପବନ୍ଧୁ…

Read More

ସୁବର୍ଣ୍ଣପୁର ; ତା-୨୮/୧୧ ( ବିଏମସି ଟିଭି ଓଡ଼ିଆ) ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଶୁଭେଶ୍ଵର ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ହରଡଖୋଲ ଠାରେ ବ୍ଲକସ୍ତରୀୟ ଜୁନିଅର ରେଡ଼କ୍ରସ ପରାମର୍ଶଦାତା ମାନଙ୍କ ଏକ ଦିବସିୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ଦାସ ସଭାପତିତ୍ୱ କରିଥିଲେ । ଉଦଘାଟନୀ ଉତ୍ସବରେ ସୋନପୁର ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରେଡ଼କ୍ରସ ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ହରଡ଼ଖୋଲ ଗ୍ରାମ ପଞ୍ଚାୟତର ସରପଞ୍ଚ ମୋହନ କର୍ମୀ ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାର ଜୁନିଅର ରେଡ଼କ୍ରସ ଅଫିସର ରବିଚନ୍ଦ୍ର ପଶାୟତ ପ୍ରଶିକ୍ଷଣ ଶିବିରର ପରିଚାଳନା କରିବା ସହିତ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ସାଧନ କର୍ମୀ ଚନ୍ଦ୍ରମଣୀ ବାଘ ସଭାକାର୍ଯ୍ୟ ପରିଚାଳନା…

Read More

ଭୁବନେଶ୍ୱର ; ତା-୨୮/୧୧ ( ବିଏମସି ନ୍ୟୁଜ୍ ଓଡ଼ିଶା) ଭୁବନେଶ୍ୱର୍ କଳିଙ୍ଗ ପୁସ୍ତକ ମେଳା ମଞ୍ଚରେ କୋଠଘର ପ୍ରକାଶନୀ ପକ୍ଷରୁ ୭ ଜଣ ଲେଖକ ଏବଂ କବିଙ୍କର ପୁସ୍ତକଲୋକାର୍ପିତ ସହିତ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । କୋଠଘର ସମ୍ପାଦିକା , ପ୍ରକାଶିକା ଅମ୍ବିକା ସ୍ୱାଇଁଙ୍କ ଅଧ୍ୟକ୍ଷତା ରେ ବରେଣ୍ୟ ଅତିଥି ପଦ୍ମଶ୍ରୀ ଡ.ଦେବୀ ପ୍ରସନ୍ନ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ତଥା ବିଷ୍ଟିଷ୍ଟ ସ୍ତମ୍ବକାର ପ୍ରଦୋଷ ପଟ୍ଟନାୟକ , ରବି ସ୍ୱାଇଁ, ବିଶିଷ୍ଟ କଥାକାର ଲକ୍ଷ୍ମୀ ଚାନ୍ଦଙ୍କ କରକମଳ ରେ କାହ୍ନୁ ଚରଣ ପାଣିଗ୍ରାହୀଙ୍କ କବିତା ପୁସ୍ତକ, ଅନୁଭବର ସ୍ୱର, ଅର୍ଜ୍ଜୁନୀ ଚରଣ ପାଣଗ୍ରାହୀଙ୍କ ପ୍ରବନ୍ଧ ପୁସ୍ତକ ଦେବୀ ଓ ଦେଵୀ ମାନଙ୍କ କଥା, ବାସନ୍ତୀ ଦେଈଙ୍କ ଏଇତ ଜୀବନ, ସଂଯୁକ୍ତା ସାହୁ ଙ୍କ କବିତାର ମଧୁ ଗୀତି, କବି ପ୍ରତାପ ଶେଖର ସାହୁ ଙ୍କ ବିକ୍ଷିପ୍ତ ସ୍ୟାହିର ଛିଟା, ରବୀନ୍ଦ୍ର ହୋତାଙ୍କ ଜଣେ ଆଚାର୍ଯ୍ୟ ର ଆତ୍ମ…

Read More

ବୋଲଗଡ଼ ; ତା-୨୮/୧୧ ( ବିଏମସି ଟିଭି ଓଡ଼ିଆ) ବୋଲଗଡ଼ ଶିକ୍ଷା ବ୍ଲକ ସଦର ମହକୁମାରେ ଅବସ୍ଥିତ ସରକାରୀ ବାମନ ଉଚ୍ଚ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ସମୁଦାୟ ୬୦୦ ଜଣ ଛାତ୍ରଛାତ୍ରୀମାନେ ଶିକ୍ଷାଅଧ୍ୟୟନ କରୁଅଛନ୍ତି ! ସରକାରୀ ବାମନ ଉଚ୍ଚ ବିଦ୍ୟାଳୟ ୬୦ବର୍ଷର ସର୍ବ ପୁରାତନ ଶିକ୍ଷା ଅନୁଷ୍ଠାନ ଅଟେ ! ରାଜ୍ୟ ସରକାରଙ୍କସ୍କୁଲ ଓ ଗଣଶିକ୍ଷା ବିଭାଗ ଦ୍ୱାରା ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଜନ କଲ୍ୟାଣ ସଚେତନତା କାର୍ଯ୍ୟକ୍ରମ ସରକାରୀ ବାମନ ହାଇସ୍କୁଲ ପରିସରରେ କରାଯାଉଅଛି ! ଏହି କାର୍ଯ୍ୟକ୍ରମ ଗୁଡିକରେ ବୋଲଗଡ଼ ଶିକ୍ଷା ବ୍ଲକ ଅନ୍ତର୍ଗତ ୨୮ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦେଉଅଛନ୍ତି ! ସରକାରୀ ବାମନ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କର ସାଇକେଲ ସୁରକ୍ଷା ପାଇଁ ବୋଲଗଡ଼ ବ୍ଲକ ପ୍ରଶାସନ ୩୦ହଜାର ଟଙ୍କା ଅର୍ଥ ରାଶି ଯୋଗାଇଦେଇଥିଲେ ! କିନ୍ତୁ ଆଜି ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କର ସଇକେଲ ସୁରକ୍ଷା ପାଇଁ ଏକ ସ୍ଥାୟୀ ସାଇକେଲ…

Read More

ସୁବର୍ଣ୍ଣପୁର ; ତା-୨୮/୧୧ ( ବିଏମସି ଟିଭି ଓଡ଼ିଆ) ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଶୁଭେଶ୍ଵର ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ହରଡଖୋଲ ଠାରେ ବ୍ଲକସ୍ତରୀୟ ଜୁନିଅର ରେଡ଼କ୍ରସ ପରାମର୍ଶଦାତା ମାନଙ୍କ ଏକ ଦିବସିୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି I ଏହି ଉପଲକ୍ଷେ ଆୟୋଜିତ ସଭାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ଦାସ ସଭାପତିତ୍ୱ କରିଥିଲେ I ଉଦଘାଟନୀ ଉତ୍ସବରେ ସୋନପୁର ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରେଡ଼କ୍ରସ ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l ହରଡ଼ଖୋଲ ଗ୍ରାମ ପଞ୍ଚାୟତର ସରପଞ୍ଚ ମୋହନ କର୍ମୀ ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ l କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାର ଜୁନିଅର ରେଡ଼କ୍ରସ ଅଫିସର ରବିଚନ୍ଦ୍ର ପଶାୟତ ପ୍ରଶିକ୍ଷଣ ଶିବିରର ପରିଚାଳନା କରିବା ସହିତ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ I ସାଧନ କର୍ମୀ ଚନ୍ଦ୍ରମଣୀ ବାଘ ସଭାକାର୍ଯ୍ୟ ପରିଚାଳନା…

Read More

ସୁବର୍ଣ୍ଣପୁର ; ତା-୨୮/୧୧ ( ବିଏମସି ଟିଭି ଓଡ଼ିଆ) ଶୁକ୍ରବାର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନ, ସୁବର୍ଣ୍ଣପୁର ମିଳିତ ସହଯୋଗରେ ଜିଲ୍ଲାପାଳ, ସୁବର୍ଣ୍ଣପୁରଙ୍କ ସମ୍ମିଳନୀ କକ୍ଷରେ ରାଷ୍ଟ୍ରୀୟ ପୌଷ୍ୟ ସନ୍ତାନ ଗ୍ରହଣ ସଚେତନା ମାସ ୨୦୨୫ ପାଳନ ଅବସରରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି l ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଡ. ନୃପରାଜ ସାହୁ ଯୋଗଦେଇ ପୌଷ୍ୟ ସନ୍ତାନ ଗ୍ରହଣ ଆଇନ ଗତ ବ୍ୟବସ୍ଥା ବିଷୟରେ କହିଥିଲେ l ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନl ପଧାନ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ଦେବାଶିଷ ଦାସ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ଅନୁପମା ପଣ୍ଡା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଜିଲ୍ଲା ଶ୍ରମ ଅଧିକାରୀ ଦିବ୍ୟ ଶଙ୍କର ଧରୁଆ ଯୋଗଦେଇ ମତାମତ ଦେଇଥିଲେ l ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାସ ପୌଷ୍ୟ ସନ୍ତାନ ଗ୍ରହଣ ର…

Read More

ବୋଲଗଡ଼, ତା-୨୭/୧୧ (ବିଏମସି ଟିଭି ଓଡ଼ିଆ )ବୋଲଗଡ଼ ପରମାନନ୍ଦ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ଯକ୍ଷ ପ୍ରଫେସର ଡଃ. ପ୍ରଦୀପ୍ତ କୁମାର ଦାଶଙ୍କ ସଭାପତିତ୍ୱରେ ଓ ରାଜନୀତି ବିଜ୍ଞାନ ବିଭାଗର ମୁଖ୍ଯ ପ୍ରାଧ୍ୟାପକ ଡଃ ମିନୁସ ମଲ୍ଲୀକ ଙ୍କ ଆବାହକତ୍ଵରେ ଭାରତୀୟ ସମ୍ବିଧାନ ଦିବସ ମହାଆଡ଼ମ୍ବର ସହକାରେ ପାଳନ ହେବା ସଙ୍ଗେସଙ୍ଗେ ଭାରତୀୟ ସମ୍ବିଧାନ କର୍ମଶାଳା ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଅଛି। ଏହି କର୍ମଶାଳାରେ ମୁଖ୍ଯ ଅତିଥି ଭାବେ ଉତ୍କଳ ବିଶ୍ବବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ମୁଖ୍ଯ ପ୍ରଫେସର ଡଃ ଶ୍ରୀଧର ଚନ୍ଦ୍ର ଜେନା ଓ ସମ୍ମାନୀତ ଅତିଥି ଭାବେ ଅଧ୍ଯାପକ ପୁଷ୍ପରାଜ ପ୍ରଧାନ, ଅଧ୍ଯାପିକା ଲିପିକା ପ୍ରିୟଦର୍ଶିନୀ ପ୍ରମୁଖ ଯୋଗ ଦେଇ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ରେ ଫୁଲ, ଚନ୍ଦନ, ଧୂପଦୀପ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ଶୁଭ ଉଦ୍ଘାଟନ କରିଥିଲେ। କର୍ମଶାଳା ର ପ୍ରାରମ୍ଭରେ ମହାବିଦ୍ୟାଳୟର ଛାତ୍ରୀମାନେ ସ୍ବାଗତ ସଂଗୀତ ପରିବେଷଣ କରିଥିବା ବେଳେ ଅଧ୍ଯାପିକା…

Read More

ବ୍ରହ୍ମପୁର ; ତା-୨୮/୧୧ ( ବିଏମସି ଟିଭି ଓଡ଼ିଆ ) ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆସ୍କା ରୋଡ଼ ଠାରେ ପ୍ରଧାନ ଶିକ୍ଷକ ରାଜେଶ କୁମାର ତାରିଣୀ ଙ୍କ ସଂଯୋଜନା ରେ ୨୦୨୫-୨୬ ଶିକ୍ଷାବର୍ଷର ପୋଷାକ ବିତରଣ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶୁଭାରମ୍ଭ କରିଥିବା ବେଳେ, ସମ୍ମାନିତ ଅତିଥି ରୂପେ ରଙ୍ଗେଇଲୁଣ୍ଡା ଗୋଷ୍ଠୀ ଶିକ୍ଷାଧିକାରୀ ଦେବେନ୍ଦ୍ର ବେହେରା, ୱାର୍ଡ ନଂ- ୩ ର କାଉନସିଲର ସବିତା ସାହୁ, ସି.ଆର.ସି.ସି ୟୁ.ଭାରତୀ , ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ସନ୍ତୋଷ କୁମାର ସାବତ, ଯୁବ ନେତା ଚିତ୍ତରଞ୍ଜନ ସାହୁ ଯୋଗ ଦେଇଥିଲେ । ଶିକ୍ଷୟିତ୍ରୀ ଅସ୍ମିତା କୁମାରୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଶିକ୍ଷକ ତାରିଣୀ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଆଜି ଅତିଥିଙ୍କ ଦ୍ୱାରା ୫୨୫…

Read More

କୋରାପୁଟ / ବନ୍ଧୁଗାଁ ; ତା-,୨୭/୧୧ ( ବିଏମସି ଟିଭି ଓଡ଼ିଆ) କୋରାପୁଟ ଜିଲ୍ଲା ଵନ୍ଧୁଗାଁ ବ୍ଲକର ଚାଷୀ ମୁଲିଆ ଆଦିବାସୀ ସଙ୍ଘ ତରଫରୁ ଆଦିବାସୀଙ୍କ ହିତ କୁ ଆଖି ଆଗରେ ରଖି ତହସିଲଦାରଙ୍କ ଅନୁପସ୍ଥିତ ଯୋଗୁଁ ତୋହସିଲ ବିଭାଗର କର୍ମୀଙ୍କୁ ୬ ଦଫା ଦାବି ପତ୍ର ପ୍ରଦାନ କରାଯାଇଛି।ଵନ୍ଧୁଗାଁ ତହସିଲ ରେ ଥିବା ଘରଡିହ ହିନ ପରିବାରଙ୍କୁ ପଟା ପ୍ରଦାନ ପାଇଁ ସରକାର ଘୋଷଣା କରିଥିଲେ ମଧ୍ୟ ଏଯାଏଁ ରାଜସ୍ୱ ବିଭାଗ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବା,ଵନ୍ଧୁଗାଁ ତହସିଲ ଅନ୍ତର୍ଗତ ଗ୍ରାମ ଗୁଡିକର ଆଦିବାସୀ ପରିବାର ମାନଙ୍କୁ ବର୍ଷ ବର୍ଷ ଧରି ଚାଷ କରି ଆସୁଥିବା ଜଙ୍ଗଲ ଅଧିକାର ଆଇନ ୨୦୦୬ ଅନୁଯାୟୀ ଜମିର ପଟା ପ୍ରଦାନ କରିବା ପାଇଁ ପଦକ୍ଷେପ ନିଆଯାଉ ଓ ଆଦିବାସୀ ମାନେ ଚାଷ କରୁଥିବା ଜମି ଉପରେ ବନ ବିଭାଗ ତରଫରୁ କରାଯାଉଥିବା ଜୋର ଜବରଦସ୍ତ ଚାରା ରୋପଣ କୁ…

Read More

ଖୋଦ୍ଧା / ଟାଙ୍ଗି ; ତା-୨୭/୧୧ ( ବିଏମସି ଟିଭି ଓଡ଼ିଆ) ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଆନ୍ତର୍ଗତ କୁହୁଡି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଭିତ୍ତିଭୂମି ସମେତ ଅନ୍ୟାନ୍ୟ ସମସ୍ୟାର ତୁରନ୍ତ ସମାଧାନ ପାଇଁ ତିନି ଦଫା ଦାବୀ ସମ୍ବଳିତ ଦାବୀପତ୍ର ସ୍ଥାନୀୟ ଜନସାଧାରଣ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ପ୍ରଦାନ କରାଯାଇଛି। ପ୍ରଥମ ଦାବୀ-ସ୍ଥାୟୀ ଏମବିବିଏସ ଡାକ୍ତରଙ୍କ ଦିପୁଟେସନ ବନ୍ଦ କରି କୁହୁଡି ସ୍ୱାସ୍ଥ୍ୟକେନ୍ଦ୍ରରେ ନିୟମିତ କରିବା।ଦ୍ୱିତୀୟ ଦାବୀ- କେନ୍ଦ୍ରର ମର୍ମାସିଷ୍ଟଙ୍କ ଅବସର ଏକ ବର୍ଷ ବିତି ଯାଇଥିଲେ ସୁଦ୍ଧା ନୂତନ ମର୍ମାସିଷ୍ଟକୁ ନିଯୁକ୍ତି ନମିଳିବା। ଯାହା ଫଳରେ ଔଷଧ ବିତରଣ ପ୍ରଦାନରେ ସମସ୍ୟା ଉପୁଜିବା।ତୃତୀୟ ଦାବୀ-ସ୍ୱାସ୍ଥ୍ୟ କେନ୍ଦ୍ରରେ ଫିଜିଓଥେରାପି ଗୃହ, ଡ୍ରେସିଂ ଗୃହ, ଡାକ୍ତର, ସହାୟକ ଓ କର୍ମଚାରୀ ଙ୍କ ପାଇଁ ରହଣି ଗୃହ ନିର୍ମାଣ। ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଦାବୀ ପତ୍ର ଗ୍ରହଣ କରି ମୁଖ୍ୟ ଚିକିତ୍ସାଧିକାରୀ ଜଣାଇଛନ୍ତି। ଏଠାରେ ପ୍ରକାଶ ଥାଉକି ,…

Read More