କଟକ ; ତା-୦୧/୧୨ ( ବିଏମସି ଟିଭି ଓଡ଼ିଆ) ବାରବାଟୀ ଷ୍ଟାଡ଼ିୟମରେ ଆସନ୍ତା ୯ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ମ୍ୟାଚ ପାଇଁ ସୋମବାର ଅନ୍ଲାଇନ ଟିକଟ ବିକ୍ରି ହୋଇଥିଲା। ସାଧାରଣ ଦର୍ଶକଙ୍କ ଲାଗି ଅନ୍ଲାଇନରେ ୨୦୦୦ ଟିକଟ ଉପଲବ୍ଧ ରହିଥିଲା। ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ, ଅପରାହ୍ଣ ୨ଟାରେ ‘ଡ୍ରିଷ୍ଟିକ୍ଟ ବାଇ ଜମାଟୋ’ ୱେବସାଇଟ୍ /ଆପ୍ରେ ଟିକଟ ଉପଲବ୍ଧ ହୋଇଥିଲା। ଅନ୍ଲାଇନରେ ଉପଲବ୍ଧ ଥିବା ୨୦୦୦ ଟିକଟ ମାତ୍ର ୪ ମିନିଟ୍ ୩୫ ସେକେଣ୍ଡରେ ଶେଷ ହୋଇଯାଇଥିଲା। ଟିକଟ କିଣିବା ଲାଗି ପ୍ରାୟତଃ ୪୦ ହଜାରରୁ ଅଧିକ ବ୍ୟକ୍ତି ଅନ୍ଲାଇନ କ୍ୟୁରେ ରହିଥିଲେ। ଅନ୍ଲାଇନରେ ଗ୍ୟାଲେରୀ ନଂ ୨, ୪ ଓ ୭ ସହ ସହ ଏସି ବକ୍ସ, ସ୍ପେଶାଲ ଏନକ୍ଲୋଜର ଓ ନ୍ୟୁ ପ୍ୟାଭିଲିୟନ ଟିକଟ ବିକ୍ରି ହୋଇଥିଲା। ଅନ୍ଲାଇନରେ ଟିକଟ ବୁକିଂ କରିଥିବା ବ୍ୟକ୍ତିମାନେ ବୁକିଂର ଅସଲି ରସିଦ ଦେଖାଇ ଡିସେମ୍ବର…
Author: BMC NEWS ODISHA
ସମ୍ବଲପୁର/ଗୋଡଭଗା ; ତା.୩୦/୧୧ (ବିଏମସି ଟିଭି ଓଡିଆ) ବରପାଲି ଗଙ୍ଗାଧର ମେହେର କ୍ଲବର ପୂର୍ବତନ ସଭାପତି ଡକ୍ଟର ଘନଶ୍ୟାମ ପାଣିଗ୍ରାହୀଙ୍କୁ ବରଗଡ଼ ପୁସ୍ତକ ମେଳାରେ ସମ୍ମାନିତ କରାଯାଇଛି । ଡକ୍ଟର ପାଣିଗ୍ରାହୀ ଯଦିଓ ରାଜନୀତି ବିଜ୍ଞାନର ପ୍ରାଧ୍ୟାପକ ଥିଲେ, କିନ୍ତୁ ସାହିତ୍ୟରେ ତାଙ୍କ ରୁଚି ରହିଛି । ସେ ଗଙ୍ଗାଧରଙ୍କ ତପସ୍ଵିନୀ, ପ୍ରଣୟ ବଲ୍ଲରୀ, ଅର୍ଘ୍ୟଥାଳୀ ଇତ୍ୟାଦି ଉପରେ ବହୁ ବିଶିଷ୍ଟ ସାହିତ୍ୟିକଙ୍କ ପ୍ରବନ୍ଧକୁ ପ୍ରକାଶନ କରିଛନ୍ତି । ସେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭ୍ୟ ମଧ୍ୟ ରହି ସୂଚାରୁରୂପେ କାର୍ଯ୍ୟ ସଂପାଦନ କରିଥିଲେ । ଡ.ପାଣିଗ୍ରାହୀ ବରପାଲିର ସର୍ବପୁରାତନ କ୍ଲବ ‘ଗଙ୍ଗାଧର ମେହେର କ୍ଲବ’ର ବହୁ ବର୍ଷ ଧରି ସଭାପତି ମଧ୍ୟ ରହିଥିଲେ । ଚଳିତ ବର୍ଷ ବରଗଡ଼ ପୁସ୍ତକ ମେଳାରେ ତାଙ୍କୁ ସମ୍ମାନୀତ କରାଯାଇ ଥିବାରୁ ଗଙ୍ଗାଧର ମେହେର କ୍ଲବର ସଭାପତି , ଉପ ସଭାପତି ତଥା ସମ୍ପାଦକ ବାଲ କିଶୋର ଖାଡଙ୍ଗାଙ୍କ ସମେତ କ୍ଲବର ସମସ୍ତ ସଭ୍ୟ…
ବେଲଗୁଣ୍ଠା ; ତା-୦୧/୧୨ ( ବିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା ସ୍ନାତକ ମହାବିଦ୍ୟାଳୟ ରେ ଏନ୍.ଏସ୍. ଏସ୍ କୋୟୁନିଟ୍ ଓଯୁବ ରେଡ଼କ୍ରସ୍ ସଂସ୍ଥାର ମିଳିତ ଆନୁକୁଲ୍ୟରେ ବିଶ୍ଵ ଏଡ଼ସ୍ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଏଡ଼ସ୍ ନିରକରଣ ସଂପର୍କରେ ମୂଲ୍ୟବାନ ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ରୂପେ ଅଶୋକ କୁମାର ସ୍ଵାଇଁ,ଅଜୟକୁ ମାର ବିଶ୍ଵାଳ,ଅଶୋକ କୁମାର ପ୍ରଧାନ, ଲକ୍ଷ୍ମୀ ଗୌଡ଼, ବିଶ୍ଵରଂଜନ ସ୍ଵାଇଁ, ଯୋଗଦେଇଥିଲେ । ଯୁବରେଡ଼କ୍ରସ୍ କାଉନ୍ ସେଲ ର ଡ଼.ପ୍ରଫୁଲ କୁମାର ଜେନା ଓ ଏନ୍.ଏସ୍. ଏସ୍ ପ୍ରୋଗାମ ଅଫିସର ପିଙ୍କି ପାତ୍ର ମଧ୍ୟ ମଞ୍ଚାସୀନ ରହି କାର୍ଯ୍ୟକ୍ରମକୁ ତତ୍ତ୍ଵାବଧନ କରିଥିଲେ । ବହୁ ଛାତ୍ରଛାତ୍ରୀ ଯୋଗଦେଇ ରାଲି କରିବା ସହ ସଭା କାର୍ଯ୍ୟକ୍ରମ କୁ ସଫଳ କରିଥିଲେ । ଶେଷରେ ଯୁବରେଡ଼କ୍ରସ କାଉନସେଲ ର ଡ଼. ପ୍ରଫୁଲ…
ବେଲଗୁଣ୍ଠା ;ତା-୦୧/୧୨(ବିଏମସି ଟିଭି ଓଡ଼ିଆ) ଆଜି ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶ୍ୱ ଏଡସ୍ ଦିବସ ପାଳିତ ହୋଇଯାଇଛି । ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରିଣୀ ସବିତା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ରୋଟାରି କ୍ଲବ ସଭାପତି ରଞ୍ଜିତ କୁମାର ବାରିକ,ଏନ୍ଏସି କାର୍ଯ୍ୟାଳୟ ମୁଖ୍ୟ କିରାଣୀ ଅଶ୍ୱିନୀ କୁମାର ନାୟକ, ବଣିକ ସଙ୍ଘ ସଭାପତି ସନତ କୁମାର ସୁବୁଦ୍ଧି, ବିପିଏମ ଦୁର୍ଗା ପ୍ରସାଦ ପଟ୍ଟନାୟକ, ପିଏଚଓ ମାନସୀ ଦାଶ, ସମାଜ ସେବୀ ଭି. ଦେବୀପ୍ରସାଦ ପାତ୍ର, ଅଙ୍ଗନବାଡି ସୁପରଭାଇଜର ବିଜୟଲଷ୍ମୀ ଗୌଡ଼, ଆଇଡିସିଟି ଇନଚାର୍ଜ ବିଜୟ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସତ୍ତ୍ୱେ ଅଦ୍ୟାବଧି ଗଞ୍ଜାମ ଜିଲ୍ଲା ଏଡ଼ସରେ ପ୍ରଥମରେ ହିଁ ରହିଛି । ତେଣୁ ଏହି ରୋଗରୁ ରକ୍ଷା ପାଇବାକୁ ହେଲେ ଜନ ସାଧାରଣ ସଚେତନ ହେବା ନିହାତି ଆବଶ୍ୟକ। ବିଭିନ୍ନ ଗ୍ରାମକୁ ଯାଇ ଜନ ସଚେତନତା କାର୍ଯ୍ୟକ୍ରମ…
ମାଲକାନଗିରି, ତା-୩୦/୧୧ ( ବିଏମସି ଟିଭି ଓଡ଼ିଆ) ଜିଲ୍ଲାସ୍ତରୀୟ ମାଲ୍ୟବନ୍ତ ମହୋତ୍ସବର ଶୁଭାରମ୍ଭ ହୋଇଯାଇଛି । ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଙ୍କ ନିର୍ଦ୍ଦେଶ ଓ ତତ୍ତ୍ୱାବଧାନରେ ଜିଲ୍ଲା ସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି କଳସ ଯାତ୍ରା ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ, ମାଲକାନଗିରି ବ୍ଳକ୍ ଅଧ୍ୟକ୍ଷା ଗୌରୀ ପଡିଆମୀ, ଚିତ୍ରକୋଣ୍ଡା ବ୍ଳକ୍ ଅଧ୍ୟକ୍ଷା ରାଜେଶ୍ୱରୀ ଖିଲ, କୋରୁକୁଣ୍ଡା ବ୍ଳକ୍ ଅଧ୍ୟକ୍ଷ ଜିତୁ ବୁରୁଡ଼ି, ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ପ୍ରଦୀପ ନାୟକ,ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର, ଉପ ଜିଲ୍ଲାପାଳ ଅଶ୍ନି ଏ ଏଲ, ସାଂସଦ ପ୍ରତିନିଧି ସଞ୍ଜୟ ସରକାର ଉପସ୍ଥିତ ଥିଲେ। ଏହି ଅବସରରେ ମାଲ୍ୟବନ୍ତ ମହୋତ୍ସବ ପୋଷ୍ଟର ଉନ୍ମୋଚନ କରାଯାଇଛି । ଭୈରବ ମନ୍ଦିର…
ବୋଲଗଡ଼ ; ତା-୨୯/୧୧ (ବିଏମସି ଟିଭି ଓଡ଼ିଆ)ବୋଲଗଡ଼ ଶିକ୍ଷାବ୍ଲକ ଅନ୍ତର୍ଗତ ଦଦରାକାନ୍ଥ ସ୍ଥିତ ସରକାରୀ ଆଶ୍ରମ ବିଦ୍ୟାଳୟ ଆନୁକୂଲ୍ୟରେ ଓ ପ୍ରଧାନ ଶିକ୍ଷକ ବିଦ୍ୟାଭୂଷଣ ତ୍ରିପାଠୀ ଙ୍କ ଆବାହକତ୍ଵରେ ଆଦିବାସୀ ଜନନାୟକ ଠକ୍କର ବାପା ଙ୍କ ଜନ୍ମ ଜୟନ୍ତୀ ଉସ୍ଚବ ମହାଆଡ଼ମ୍ବର ସହକାରେ ଶନିବାର ଦିନ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଅଛି । ଏହି ଉସ୍ଚବରେ ସମାଜସେବୀକା ରୋଜାଲିନ୍ ମିଶ୍ରଙ୍କ ସଭାପତିତ୍ୱରେ ମୁଖ୍ଯ ଅତିଥି ଭାବେ ବିଦ୍ୟାଳୟର ଉପଦେଷ୍ଟା ପ୍ରମୋଦ କୁମାର ଖାଡଙ୍ଗା ଓ ମୁଖ୍ଯ ବକ୍ତା ଭାବେ ସମାଜସେବୀକା ଉଷା ମିଶ୍ର ଓ ସମ୍ମାନୀତ ଅତିଥି ଭାବେ ଶିକ୍ଷକ ସଦାନନ୍ଦ ନାୟକ ପ୍ରମୁଖ ଯୋଗ ଦେଇ ଠକ୍କର ବାପା ଙ୍କ ଫଟୋ ଚିତ୍ରରେ ଫୁଲ, ଚନ୍ଦନ, ଧୂପଦୀପ ଦେଇ ଏହାକୁ ଶୁଭ ଉଦ୍ଘାଟନ କରିଥିଲେ। ସଭାପତି ରୋଜାଲିନ୍ ମିଶ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ ପ୍ରଧାନ ଶିକ୍ଷକ ବିଦ୍ୟାଭୂଷଣ ତ୍ରିପାଠୀ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିବା ସଙ୍ଗେ…
ସମ୍ବଲପୁର ; ତା.୨୯/୧୧ (ବିଏମସି ଟିଭି ଓଡିଆ) କୁଚିଣ୍ଡା ବ୍ଲକ ଅନ୍ତର୍ଗତ ଅର୍ଡାବାହାଲ ସ୍ଥିତ ସରକାରୀ ମହିଳା ଯୁକ୍ତ ଦୁଇ କଲେଜରେ ଅଧ୍ୟକ୍ଷ ରଞ୍ଜନ ନାୟକଙ୍କ ସଭାପତିତ୍ବରେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ଠକ୍କର ବାପାଙ୍କ ଜୟନ୍ତୀ ଉତ୍ସବ ସହ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଜିଲ୍ଲା ନିଶା ନିବାରଣ ଅଭିଯାନର ସଭାପତି ତଥା ସମାଜସେବୀ ସୁବାସ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଠକ୍କର ବାପାଙ୍କ ଆଦିବାସୀ , ହରିଜନ ଓ ପଛୁଆ ବର୍ଗଙ୍କ ପାଇଁ କରିଥିବା ସେବା ତଥା ଆଶ୍ରମ ଶିକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ । କୁନ୍ତରା ଗୋଷ୍ଠୀ ଶିକ୍ଷା କେନ୍ଦ୍ରର ଗୋଷ୍ଠୀ ସ୍ଵଶ୍ୟ ସମ୍ପ୍ରସାରଣ ଅଧିକାରୀ ହୃଦାନନ୍ଦ ନାଏକ ମୁଖ୍ୟବକ୍ତା ଭାବରେ ଯୋଗଦେଇ ନିଶାସେବନର ଅପକରିତା ସମ୍ପର୍କରେ ଆଲୋଚନା କରିଥିଲେ । ଅଧ୍ୟାପିକା ତୃପ୍ତି ପଟେଲ ନିଶା ନିବାରଣ ହିଁ ଠକ୍କର ବାପାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି…
ନୂଆଦିଲ୍ଲୀ ; ତା-୩୦/୧୧ ( ବିଏମସି ଟିଭି ଓଡ଼ିଆ) ନିର୍ବାଚନ କମିଶନ ଭୋଟର ତାଲିକାର ଶୁଦ୍ଧିକରଣରେ ଲାଗିଥିବା ଫିଲ୍ଡ ଅଧିକାରୀଙ୍କୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି। କମିଶନ ବୁଥ୍ ସ୍ତରୀୟ ଅଫିସରଙ୍କ (ବିଏଲଓ) , ବିଏଲଓ ସୁପରଭାଇଜର , ଆସିଷ୍ଟାଣ୍ଟ ଇଲେକ୍ଟୋରଲ ରେଜିଷ୍ଟ୍ରେସନ ଅଫିସର୍ସ (ଏଇଆରଓ) ଓ ଇଲେକ୍ଟୋରଲ ରେଜିଷ୍ଟ୍ରେସନ ଅଫିସର୍ସ (ଇଆରଓ)ଙ୍କ ପାରିଶ୍ରମିକ ବୃଦ୍ଧି କରିବାକୁ କରିଛନ୍ତି ଘୋଷଣା । ଏହି ପରିବର୍ତ୍ତନ ୨୦୧୫ ପରେ ପ୍ରଥମ ବଡ଼ ଧରଣର ବୃଦ୍ଧି। ଇଆରଓ ଓ ଏଇଆରଓଙ୍କୁ ଏବେସୁଦ୍ଧା କୌଣସି ପୃଥକ ପ୍ରୋତ୍ସାହନ ରାଶି ମିଳୁ ନଥିଲା। କମିଶନଙ୍କ କହିବା ହେଲା ଯେ, ଏହି ଅଧିକାରୀ ଗଣତନ୍ତ୍ରର ମେରୁଦଣ୍ଡ ଏବଂ ସେମାନଙ୍କର କଠିନ ପରିଶ୍ରମ ବିନା , ନିରପେକ୍ଷ ନିର୍ବାଚନ ସମ୍ଭବ ନୁହେଁ। ପ୍ରେସ ନୋଟ୍ ଅନୁସାରେ, ବୁଥ୍ ସ୍ତରୀୟ ଅଫିସର (BLO)ଙ୍କ ବର୍ତ୍ତମାନର ପାରିଶ୍ରମିକ ୬ହଜାର ଟଙ୍କାରୁ ବୃଦ୍ଧି କରି ୧୨ ହଜାର ଟଙ୍କା ପ୍ରତିବର୍ଷ କରି ଦିଆ ଯାଇଛି।…
ନୂଆଦିଲ୍ଲୀ ; ତା-୩୦/୧୧ ( ବିଏମସି ଟିଭି ଓଡ଼ିଆ) ଶ୍ରୀଲଙ୍କାର ତାଣ୍ଡବ ରଚିବା ପରେ ଭାରତ ମୁହାଁ ବାତ୍ୟା ଡିଟୱା । ତାମିଲନାଡୁରେ ପ୍ରବଳ ବର୍ଷା ସାଙ୍ଗକୁ ଝଡ଼ତୋଫାନ ଚାଲିଛି । ସମସ୍ତ ପ୍ରକାର ଉଦ୍ଧାର ଓ ସହାୟତା କାର୍ଯ୍ୟ ଜାରି ରଖିଛି ଏନଡିଆରଏଫ ଓ ଏସଡିଆରଏଫ ଟିମ । ଏଥିସହ ସେନା ମଧ୍ୟ ସ୍ଥିତି ଉପରେ ତୀକ୍ଷ୍ମଣ ନଜର ରଖିଛି । ବାତ୍ୟା ଦ୍ରୁତଗତିରେ ଉତ୍ତର ତାମିଲନାଡୁ, ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଆଡକୁ ମୁହାଁଇଛି । ଶ୍ରୀଲଙ୍କାରେ ତାଣ୍ଡବ ରଚାଇବା ପରେ ଘୂର୍ଣ୍ଣିଝଡ଼ ଦିଟୱା ଏବେ ଭାରତ ଆଡକୁ ମୁହାଁଇଛି । ଶ୍ରୀଲଙ୍କାରେ ୧୩୫ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଛି । ଏହାର ପ୍ରଭାବ ଦକ୍ଷିଣ ଭାରତୀୟ ରାଜ୍ୟ ଗୁଡ଼ିକରେ ଅନୁଭୂତ ହେବ, ଯାହା ଫଳରେ ତିନି ଦିନ ପାଇଁ ପାଗ ଖରାପ ରହିବ । ବାତ୍ୟା ସ୍ଥଳଭାଗ ଛୁଇଁବା ଫଳରେ ତାମିଲନାଡୁରେ ୧୦୦ କିଲୋମିଟର ବେଗରେ…
ବରଗଡ଼ ; ତା-୨୯/୧୧ (ବିଏମସି ଟିଭି ଓଡ଼ିଆ)୨୨ତମ ବରଗଡ଼ ପୁସ୍ତକ ମେଳା ଅବସର ରେ ନିଷ୍ଠା ପରିବାର ଓ ଗାନ୍ଧୀ ସ୍ମୃତି ପାଠାଗାର ବରଗଡ଼ ର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଜର୍ଜ ହାଇସ୍କୁଲ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଥିଲା। ଏହି ଶିବିର ରେ ବରେଣ୍ୟ ଅତିଥି ଭାବରେ ଗାନ୍ଧୀ ସ୍ମୃତି ପାଠାଗାର ର ସଭାପତି ଅରୁଣ କୁମାର ମହାନ୍ତି ଓ ସ୍ବର୍ଗତ ମନ ମାଷ୍ଟ୍ରେ ଯୋଗଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିବା ସହ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ।ସମ୍ମାନୀତ ଅତିଥି ଭାବରେ ମିଟ କମ୍ପ୍ୟୁଟର ର ଚେୟାରମ୍ୟାନ ସରୋଜ ମାଝୀ ଯୋଗ ଦେଇଥିଲେ। ପୁସ୍ତକ ମେଳା କୁ ଆସିଥିବା ପାଠକ ମାନେ ବିଶେଷ କରି ମହିଳା ରକ୍ତ ଦାତା ମାନେ ଖୁସି ମନ ରେ ରକ୍ତ ଦେଇ ବେଶ ଉତ୍ସାହିତ ଥିଲେ। ଏହି ଶିବିର ରୁ ସର୍ବମୋଟ ୩୧ୟୁନିଟ ରକ୍ତ ବରଗଡ଼ ରକ୍ତ…
ରାୟଗଡ଼ ; ତା.୨୯/୧୧( ବିଏମସି ଟିଭି ଓଡ଼ିଆ) ରାୟଗଡ଼ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ -୨୦୨୫ ଆଜି ଉଦଯାପିତ ହୋଇଯାଇଛି । ସ୍ଥାନୀୟ ଲୟନ୍ସ କ୍ଲବ ଠାରେ ଗତ ୨୮/୧୧/୨୫ ଓ ୨୯/୧୧/୨୫ ଦୁଇଦିନ ଧରି ଅନୁଷ୍ଠିତ କାର୍ଯ୍ୟକ୍ରମରେଉଦଜlପିତ ହୋଇଯାଇଛି । ଜିଲ୍ଲାର ବହୁ ଯୁବ କଳାକାର ମାନେ ଅଂଶଗ୍ରହଣ କରି ନିଜ ନିଜର ପ୍ରତିଭା ପ୍ରଦର୍ଶିତ କରିଥିଲେ । ଜିଲ୍ଲା କ୍ରୀଡା ଅଧିକାରୀ ଶେଖ ଅଲେନୁରଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମର ସୁଚାରୁ ରୂପେ ପରିଚାଳିତ ହୋଇଥିଲା । ଜିଲ୍ଲାସ୍ତରୀୟ ପ୍ରତିଯୋଗିତାର ଲୋକନୃତ୍ୟ ପ୍ରତିଯୋଗିତା ରେ ଆଜାଦ ହିନ୍ଦ ୟୁଥ ଆସୋସିଏସନ ପ୍ରଥମ ସ୍ଥାନ,ସିଦ୍ଧାନ୍ତ କଲାପରିଷଦମୁନିଗୁଡା ଓ ସାବିତ୍ରୀ ଶବର ଓ ସାଥି କଳାକାର, ରାମନାଗୁଡ଼ା ଯଥାକ୍ରମେ ଦ୍ୱତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିଲେ । ସେହିପରି ଚିତ୍ରକଳା ପ୍ରତଯୋଗୀତାରେ ଅଜିତ ସlରକା, ଵିଷମ କଟକ,ରୟାଗଡ଼ର ସଞ୍ଜୟ ମିନିଆକ,ରାଜl ନିସିକା ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ…
ଆଦିବାସୀ ଅଧ୍ଯୁଷିତ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସହରସ୍ଥ ପିସିଏମ କଲ୍ଯାଣମଣ୍ଡପ ଠାରେ ଶିକ୍ଷା ବିକାଶ ଶିକ୍ଷଣୀୟ ଏବଂ ଚେରିଟେବୁଲ ଟ୍ରଷ୍ଟ ଆନୁକୂଲ୍ଯରେ ଏକଦିବସୀୟ ରାଜ୍ଯସ୍ତରୀୟ ସେମିନାର ଟ୍ରଷ୍ଟି ପରିଚାଳକ ହରପ୍ରସାଦ ସରଦାରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ଯଅତିଥି ଭାବେ ମାନ୍ଯବର ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ, ମୁଖ୍ଯବକ୍ତା ରୂପେ ପଦ୍ମଶ୍ରୀ ଶ୍ରୀମତୀ ଯମୁନା ଟୁଡୁ, ସମ୍ମାନିତ ଅତିଥି ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ, ବାମନଘାଟୀ ଉପଖଣ୍ଡ ଉପଜିଲ୍ଲାପାଳ ସୌମ୍ୟରଞ୍ଜନ ପ୍ରଧାନ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ବିଜେପି ରାଜ୍ଯ ସମ୍ପାଦକ ନବୀନ ରାମ, ଅଧ୍ଯାପକ ବିଜୟ କୁମାର ରାମ, ସମାଜସେବୀ ବିଜୁ ଗୋପାଳ ଗୋପ, ରାମଚନ୍ଦ୍ର ହାଁସଦାଃ, ବିଶିଷ୍ଟ ବ୍ଯକ୍ତି ଗୋଲାପ ସିଂହ ସରଦାର ଓ ଭାଷ୍ଯକାର ଶ୍ରୀମତୀ କୌଶଲ୍ୟା ନାଏକ ପ୍ରମୁଖ ଉପସ୍ଥିତଥିଲେ I ସଭା ପ୍ରାରମ୍ଭରେ ଟ୍ରଷ୍ଟି ପରିଚାଳକ ହରପ୍ରସାଦ ସରଦାର ସ୍ବାଗତ ଭାଷଣ ଦେବାକୁ ଯାଇ କହିଥିଲେ ଯେ ଶିକ୍ଷା ବିକାଶ ଶିକ୍ଷଣୀୟ…
