ମାଲକାନଗିରି ; ବିଏମସି ଟିଭି ଓଡ଼ିଆ କୁଡୁମୁଲୁଗୁମ୍ମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନାଲିଗୁଡା ଓ ରେନସୁଭାଟା ଗାଁ ମହିଳା ମାନେ ଧର୍ମାନ୍ତରୀକରଣ ଓ ଏହାର କାର୍ପେଟଦାର ମାନଙ୍କ ବିରୋଧରେ ଏକଜୁଟ ହେବାସହ ଲିଖିତ ଆକାରରେ କୁଡୁମୁଲୁଗୁମ୍ମା ଫାଣ୍ଡିରେ ଏତଲା ଦେଇଛନ୍ତି । ପ୍ରକାଶ ଥାଉକି ଯେ ଗତ ୧୬ ତାରିଖରେ ନାଲିଗୁଡା କଲେନି ଠାରେ ନିର୍ମିତ ଚର୍ଚ୍ଚ କୁ କିଛି ଦୁର୍ବୃତ ଭାଙ୍କି ଦେଇଥିବା ଅଭିଯୋଗ ଖ୍ରିଷ୍ଟିଆନ ସମାଜ ପକ୍ଷରୁ ଦିଆଯାଇଥିଲା, ଯାହାକୁ ସେହି ଗ୍ରାମର ଲୋକ ଓ ମହିଳାମାନେ ସମ୍ପୁର୍ଣ୍ଣ ଭାବେ ଖଣ୍ଡନ କରିବା ସହ କହିଥିଲେ ଯେ ଯେଉଁମାନଙ୍କ ନାମରେ ଅଭିଯୋଗ କରାଯାଇଛି ତାହା ସମ୍ପୁର୍ଣ୍ଣ ଭାବେ ମିଥ୍ୟା ପ୍ରରୋଚନା ଓ ସୁପରିକଳ୍ପିତ । ଏଭଳି ମିଥ୍ୟା ଅଭିଯୋଗ ଦେଇ ସେମାନେ ଆମ ମନୋବଳକୁ ଦୁର୍ବଳ କରିବାକୁ ପ୍ରୟାସ କରିବା ଏକ ମାତ୍ର ଉଦ୍ଧେଶ୍ୟ । ସେମାନେ କହିଛନ୍ତି ଯେ ଏହି ଅଞ୍ଚଳରେ କିଛି ଗରୀବ ଆଦିବାସୀଙ୍କୁ ଟଙ୍କାର…
Author: BMC NEWS ODISHA
ସମ୍ବଲପୁର ; ତା.୨୬/୧୧ (ବିଏମସି ଟିଭି ଓଡିଆ) ଜମନକିରା ବ୍ଲକ ମହଦା ଗ୍ରାମ ସ୍ଥିତ ରାଜୀବ ଭବନ ପରିସରରେ ଗ୍ରାମ ପଞ୍ଚାୟତ ପକ୍ଷରୁ ବୁଦ୍ଧ ସାମାଜିକ ପରିବର୍ତ୍ତନ ସମିତିର ସହାୟତାରେ ପିଇଓ ସାଲେଗ୍ରାମ ଭୋଇଙ୍କ ସଭାପତିତ୍ବରେ ଏବଂ ଆବାହକ ସୁରୁମଣି ଶୁନାନୀଙ୍କ ସଂଯୋଜନାରେ ସମ୍ବିଧାନ ଦିବସ ଓ ଲୋକସଭାର ପ୍ରଥମ ଓଡ଼ିଆ ବାଚସ୍ପତି ରବି ରାୟଙ୍କ ଜୟନ୍ତୀ ଶତ ବାର୍ଷିକୀ ପାଳିତ ହୋଇଯାଇଛି । ଏଥିରେ ବିଶିଷ୍ଟ ସମାଜସେବୀ ଓ ଶିକ୍ଷାବିତ୍ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସମ୍ବିଧାନ ଗଠନ ପକ୍ରିୟାରେ ଡ଼ ଆମ୍ବେଦକରଙ୍କ ଉତ୍ସର୍ଗୀକୃତ ଭୂମିକା ଓ ପ୍ରସ୍ତାବନା ଉପରେ ଆଲୋଚନା କରିଥିଲେ । ସେ ରବି ରାୟଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ମୁଖ୍ୟବକ୍ତା ଭାବରେ ଧନକଉଡ଼ା ର ଅବସରପ୍ରାପ୍ତ ଏବିଇଓ ଭବାନି ଶଙ୍କର ସାହୁ ଯୋଗଦେଇ ସମ୍ବିଧାନ ସଚେତନତାର ଆବଶ୍ୟକତା ଉପରେ କହିଥିଲେ । ସାମାଜିକ କର୍ମୀ ଶ୍ରଦ୍ଧାକର ଜୟପୁର ସମ୍ମାନିତ…
ସମ୍ବଲପୁର ; ତା.୨୬/୧୧ (ବିଏମସି ଟିଭି ଓଡିଆ) ଯୁଯୁମୁରା ବ୍ଲକ୍ ଅନ୍ତର୍ଗତ ପଡ଼ିଆବାହାଲ ମହାଲକ୍ଷ୍ମୀ ବ୍ୟବସାୟୀ ସଂଘ ପୁନଃ ସକ୍ରିୟ ହୋଇ ଏହାର ପରିଚାଳନା ପାଇଁ ନୂତନ କାର୍ଯ୍ୟକର୍ତ୍ତା ଚୟନ କରାଯାଇଛି। ବେଣୁଧର ତ୍ରିପାଠୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ସଭାରେ ସଂଘର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋଚନା କରାଯାଇ ପଡିଆବାହଲର ବିକାଶ, ସାମାଜିକ ସେବା ଓ ଶୃଙ୍ଖଳିତ ପଡିଆବାହାଲ ଗଠନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହାର ପରିଚାଳନା ପାଇଁ ସର୍ବସମ୍ମତି କ୍ରମେ ବେଣୁଧର ତ୍ରିପାଠୀ ସଭାପତି, ଆନନ୍ଦ କୁମାର ପଣ୍ଡା (ପିଣ୍ଟୁ) ଉପସଭାପତି, ନନ୍ଦୀକିଶୋର ସାହୁ ସାଧାରଣ ସମ୍ପାଦକ, ଅମୂଲ୍ୟ ପୂଜାରୀ ସହ ସମ୍ପାଦକ ଓ ସମ୍ବିତ କୁମାର ବେହେରା କୋଷାଧ୍ୟକ୍ଷ ମନୋନୀତ ହୋଇଛନ୍ତି। ଏହି ଅବସରରେ ହରିହର ନାୟକ, ଝସକେତନ ନାୟକ, ବରୁଣ କୁମାର ସାହୁ, ସୁବୋଧ କୁମାର ନାୟକ, ରାଧାମୋହନ ଷଡ଼ଙ୍ଗୀ, ମନୋଜ କୁମାର ନାୟକ, ଦେବାନନ୍ଦ ଭୁସାଗର, ଶକ୍ତି ପ୍ରସନ୍ନ ବଡ଼ପଣ୍ଡା, ରୋହିତ ମେହେର, ନରେନ୍ଦ୍ର ବାରିକ,…
ସମ୍ବଲପୁର/ଗୋଡଭଗା ; ତା.୨୫/୧୧ (ବିଏମସିଟିଭି ଓଡିଆ) ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟର ଦୁଇ ଜଣ ଛାତ୍ରୀ ଯୁବା ରେଡକ୍ରସ ଆନୁକୂଲ୍ୟରେ ଅନୁଷ୍ଠିତ ପ୍ରଶିକ୍ଷଣ ଶିବିରରେ ଯେlଗ ଦେଇଥିଲେ। କମଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ ତରଫରୁ ସ୍ଵେଚ୍ଛାସେବୀଙ୍କ ପ୍ରଶିକ୍ଷଣ ଶିବିର ନଭେମ୍ବର ୨୧ ରୁ ୨୩ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଅନୁଷ୍ଠିତ ହୋଇଥିଲା। ଯୁବ ରେଡକ୍ରସ କାଉନସିଲର ଯତୀନ୍ଦ୍ର କୁମାର ସାହୁଙ୍କ ତତ୍ତ୍ଵାବଧାନରେ ଏହି ଦୁଇ ଜଣ ଛାତ୍ରୀ ପ୍ରଶିକ୍ଷଣ ଶିବିରରେ ଯୋଗଦାନ କରିଥିଲେ। ତାଲିମ୍ ଶିବିରର ପ୍ରବନ୍ଧରେ ଯାଜ୍ଞସେନି ମହାକୁର ପ୍ରଥମ ସ୍ଥାନ ଓ ରଙ୍ଗୋଲି ପ୍ରତିଯୋଗୀତାରେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ ଏବଂ ଛାଚ୍ରୀ ମୁଷ୍କାନ ନାଗ ଇଂରାଜୀ ବକୃତାରେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ। ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ କ୍ରୀଡା ଅଧ୍ୟାପକ ରସାନନ୍ଦ ଥପା ଯୋଗଦେବା ସହ ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟର ଅନ୍ତର୍ଯ୍ୟାମୀ ପଣ୍ଡାଙ୍କ ସମେତ…
ବ୍ରହ୍ମପୁର ; ତା-୨୬/୧୧ ( ବିଏମସି ଟିଭି ଓଡ଼ିଆ) ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆସ୍କା ରୋଡ଼ ଠାରେ ପ୍ରଧାନ ଶିକ୍ଷକ ରାଜେଶ କୁମାର ତାରିଣୀ ଙ୍କ ସଂଯୋଜନା ରେ ୨୦୨୫-୨୬ ଶିକ୍ଷାବର୍ଷର ପୋଷାକ ବିତରଣ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର ଦୀପ ପ୍ରଜ୍ଜ୍ୱଳନ କରି ଶୁଭାରମ୍ଭ କରିଥିବା ବେଳେ, ସମ୍ମାନିତ ଅତିଥି ରୂପେ ରଙ୍ଗେଇଲୁଣ୍ଡା ଗୋଷ୍ଠୀ ଶିକ୍ଷାଧିକାରୀ ଦେବେନ୍ଦ୍ର ବେହେରା, ୱାର୍ଡ ନଂ- ୩ ର କାଉନସିଲର ସବିତା ସାହୁ, ସି.ଆର.ସି.ସି ୟୁ.ଭାରତୀ , ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ସନ୍ତୋଷ କୁମାର ସାବତ, ଯୁବ ନେତା ଚିତ୍ତରଞ୍ଜନ ସାହୁ ଯୋଗ ଦେଇଥିଲେ । ଶିକ୍ଷୟିତ୍ରୀ ଅସ୍ମିତା କୁମାରୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଶିକ୍ଷକ ତାରିଣୀ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଆଜି ଅତିଥିଙ୍କ ଦ୍ୱାରା ୫୨୫ ଶିକ୍ଷାର୍ଥୀଙ୍କୁ…
ବେଲଗୁଣ୍ଠା, ତା-୨୬/୧୧ ( ବିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ଆନୁକୂଲ୍ୟରେ ଥିବା ଇଣ୍ଡୋର ଷ୍ଟାଡିୟମର ଜିମ୍ର ଦୟନୀୟ ଅବସ୍ଥା ସହ ବହୁ ଯନ୍ତ୍ରପାତି ଖରାପ I ଜିମ୍ର ଅନେକ ଯନ୍ତ୍ରପାତି ଅଚଳ , ପୁରୁଣା, କିମ୍ବା ଅଂଶିକ ଭାବେ ଖରାପ ଅବସ୍ଥାରେ ରହିଛି। କେତେକ ମେସିନ୍ କାମ କରୁନାହିଁ I କେବୁଲ୍ ଫାଟିଯାଇଥିବା ବେଳେ ଏସି ମଧ୍ୟ୍ୟ ଅଚଳ ଅବସ୍ଥାରେ ପଡିଛି I ଜିମ୍ରେ ଅଭ୍ୟାସ କରିବାକୁ ଆସୁଥିବା ଖେଳାଳି ଏବଂ ଯୁବକମାନେ ବିଭିନ୍ନ ଅସୁବିଧାରେ ପଡୁଛନ୍ତି I ଏହା ବ୍ୟତୀତ ଜିମ୍ କୁ ଟ୍ରେନର୍ ମଧ୍ୟ ନିୟମିତ ଭାବେ ଆସୁନାହାନ୍ତି ବୋଲି ଅଭିଯୋଗ ହେଉଛି । ଜିମ୍ ଟି ଆବର୍ଜ୍ଜନାର ପାହାଡ଼ ଉପରେ ଛିଡ଼ା ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ I ଯନ୍ତ୍ରପାତି ଗୁଡ଼ିକର ତଦାରଖ ଏବଂ ଉପଭୋକ୍ତାଙ୍କ ସୁବିଧା ପାଇଁ ଟ୍ରେନରର ନିହାତି ଆବଶ୍ୟକ ଥିବା ବେଳେ ଟ୍ରେନର୍ ଅଭାବରୁ ଜିମ୍ ପରିସ୍ଥିତି…
ରାୟଗଡ଼ା, ତା-୨୬/୧୧ ( ବିଏମସି ଟିଭି ଓଡ଼ିଆ) ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ ୪୩ତମ ଓଡ଼ିଶା ଖଣି ସୁରକ୍ଷା ସପ୍ତାହ-୨୦୨୫ ପାଳିତ ହୋଇଯାଇଛି। ଭୁବନେଶ୍ୱର ସ୍ଥିତ ରାଜ୍ୟ ଖଣି ସୁରକ୍ଷା ନିର୍ଦ୍ଦେଶାଳୟ ନିଷ୍ପତି କ୍ରମେ ବାଫ୍ଲିମାଳି ଖଣି ପକ୍ଷରୁ ସାତଦିନ ବ୍ୟାପି ଏହି ଖଣି ସୁରକ୍ଷା ସପ୍ତାହ ପାଳନ ହୋଇଛି। ଏହି ଉପଲକ୍ଷେ ଖଣି ସୁରକ୍ଷା ନିର୍ଦ୍ଦେଶାଳୟ ଦ୍ଵାରା ଗଠିତ ୪ ଜଣିଆ ପ୍ରତିନିଧି ଦଳ ବାଫ୍ଲିମାଳି ଖଣିକୁ ପରିଦର୍ଶନରେ ଆସି ସୁରକ୍ଷା ନିୟାମକ ଅନୁଧ୍ୟାନ କରିବା ସହ ସମସ୍ତ ସୁରକ୍ଷା ସମ୍ବନ୍ଧୀୟ ବିଷୟକୁ ନେଇ ତର୍ଜମା କରିଥିଲେ । ଏହି ଦଳକୁ ନବୀନ କୁମାର ସିଂ ଅଧ୍ୟକ୍ଷତା କରିଥିବାବେଳେ ମୋହନ ରେଡ୍ଡୀ, ସଚିନ୍ଦ୍ର ପଣ୍ଡା, ସାଇଥାଳ ଅପଲରାଜୁ ପ୍ରମୁଖ ସଦସ୍ୟ ଥିଲେ। ଉକ୍ତ ଦଳ ବାଫ୍ଲୀମାଳି ଖଣି ଅଞ୍ଚଳ ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିବା ପରେ ଖଣି ସୁରକ୍ଷା…
ଗଞ୍ଜାମ/ବେଲଗୁଣ୍ଠା, ତା-୨୬/୧୧ ( ବିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା ନୋଡ଼ାଲ୍ ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟ ପରିସରରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଆନୁକୂଲ୍ୟରେ ବେଲଗୁଣ୍ଠା ବ୍ଳକ୍ ସ୍ତରୀୟ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷାଧିକାରିଣୀ ଲୋପାମୁଦ୍ରା ରଥଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ବେଲଗୁଣ୍ଠା ଅତିରିକ୍ତ ଗୋଷ୍ଠୀ ଶିକ୍ଷାଅଧିକାରୀ ଗୋବିନ୍ଦ ଚନ୍ଦ୍ର ପାଢୀ ଏବଂ ପ୍ରତିଭା କୁମାରୀ ରଥ ଯୋଗ ଦେଇ ପ୍ରତିଯୋଗୀ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ବିଇଓ ଶ୍ରୀମତୀ ରଥ ନିୟମିତ ଖବର କାଗଜ ପଢିବା ଅଭ୍ୟାସ ଛାତ୍ରଛାତ୍ରୀଙ୍କ ସାଧାରଣ ଜ୍ଞାନ ବୃଦ୍ଧି କରିଥାଏ ବୋଲି ବକ୍ତବ୍ୟ ରଖିବା ସହିତ ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜ ଅଧ୍ୟୟନରେ ଖବର କାଗଜ ଏବଂ ସାଧାରଣ ଜ୍ଞାନ ଭିତ୍ତିକ ପୁସ୍ତକକୁ ସାମିଲ୍ କରି ନିଜର ଦକ୍ଷତା ବୃଦ୍ଧି କରିବା ପାଇଁ ପରାମର୍ଶ ଦେଇଥିଲେ । ଏଥିରେ ବ୍ଲକ୍ ର ୧୧୦ ଟି ବିଦ୍ୟାଳୟରୁ ବରିଷ୍ଠ,…
ଖୋଦ୍ଧା / ବାଣପୁର ; ତା-୨୫/୧୧ ( ବିଏମସି ଟିଭି ଓଡ଼ିଆ) ଗତକାଲି ସନ୍ଧ୍ୟାବେଳେ ବାଣପୁର ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ଜାତୀୟ ରାଜପଥ ଉପରେ ଏକ କଣ୍ଟେନରରୁ ବିପୁଳ ପରିମାଣର ଗୋମାଂସ ଜବତ କରିବାରେ ସଫଳ ହୋଇଛି। ଡାଙ୍ଗୁଆ ଗ୍ରାମର ଜିତେନ୍ଦ୍ର ବିଶ୍ବାଳ ନିଜର ମୋଟରସାଇକେଲରେ ବାଲୁଗାଁ ଆସୁଥିବା ସମୟରେ MH-25-AJ-5330 ନମ୍ବରର ଏକ କଣ୍ଟେନରରୁ ରକ୍ତ ଓ ପାଣି ଝରୁଥିବା ଦୃଶ୍ୟ ଦେଖି ସନ୍ଦେହ କରିଥିଲେ। ସେ ଗାଡିକୁ ପିଛା କରି ଗୋପୀନାଥପୁର ଛକ ଠାରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଗାଡିକୁ ଅଟକ କରି ୧୧୨ କୁ ଫୋନ୍ କରି ପୋଲିସ ସହାୟତା ମାଗିଥିଲେ। ଘଟଣାସ୍ଥଳରେ ସ୍ଥାନୀୟ ଲୋକ ଚାଲାଣ ଦେଖିବାକୁ ଚାହିଁବାରୁ ଡ୍ରାଇଭର ଓ ହେଲ୍ପର ଲୁହା ରଡ଼ ଓ ଛୁରୀ ଦେଖାଇ ସେମାନଙ୍କୁ ଡରାଇବାକୁ ଚେଷ୍ଟା କରିଥିଲେ।ଏହି ଖବର ଶୁଣିବା ମାତ୍ରେ ବାଣପୁର ଥାନା ପୋଲିସ ତୁରନ୍ତ ଉକ୍ତ ସ୍ଥାନରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହଯୋଗରେ…
ଭୁବନେଶ୍ୱର ; ତା-୨୫/୧୧ ( ବିଏମସି ଟିଭି ଓଡ଼ିଆ) ଆଜି ରୁଚିକା ସମାଜ ମଙ୍ଗଳ ସଙ୍ଗଠନ, ଖୋର୍ଦ୍ଧା ଜିଲ୍ଲା, ଶିଶୁ ସୁରକ୍ଷା ଶାଖା ଓ ପୁରୀ ଜିଲ୍ଲା ଶିଶୁ ସୁରକ୍ଷା ଶାଖାର ମିଳିତ ଆନୁକୁଲ୍ୟ ରେ ବାଲ୍ୟ ବିବାହ ମୁକ୍ତ ଓଡ଼ିଶା ଅଭିଯାନର ଶୁଭାରମ୍ଭ ହୋଇଯାଇଛି। ଭୁବନେଶ୍ୱର ରବି ଟକିଜ୍ ସ୍କୋୟାର ଲତିକା କନଭେନସନ୍ ଠାରେ ଆୟୋଜିତ ଏକ ମହା ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖାର ଆଇ. ଜି. ଏସ.ସାଇନ୍ କହିଲେ ଗତ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ଅନୁସାରେ ଭାରତରେ ୨୩ ଭାଗ ଶିଶୁ ବିବାହ ବୟସ ପୂର୍ବରୁ ବିବାହ କରୁଥିବା ବେଳେ ଓଡ଼ିଶାରେ ଏହି ସଂଖ୍ୟା ଶତକଡା ୨୦ ଭାଗରୁ ଅଧିକ । ଓଡ଼ିଶାର ନବରଙ୍ଗପୂର୍ ଜିଲ୍ଲାରେ ଏହି ସଂକ୍ଷା ୩୯ ଭାଗ ଥିବା ବେଳେ ନୟାଗଡ ଜିଲ୍ଲାରେ ୩୬ ଭାଗ । ବାଲ୍ୟ ବିବାହକୁ ରୋକିବାକୁ ହେଲେ…
ଜଟଣୀ ; ତା-୨୪/୧୧ (ବିଏମସି ଟିଭି ଓଡ଼ିଆ) ସମ୍ବାଦ ସାହିତ୍ୟ ଘର ଜଟଣୀ ତରଫରୁ “ନିଶା ଓ ଆଜିର ସମାଜ” କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ନିଶା ଆଜିର ସମାଜ କୁ କିପରି ନଷ୍ଟ କରିଚାଲିଛି ସେହି ବିଷୟ ରେ ଆଲୋଚନା କରାଯାଇଥିଲ। ଉକ୍ତ ଆଲୋଚନା ଚକ୍ର ରେ ସମ୍ପାଦିକା ଅଙ୍କିତା ଶର୍ମା, ଶିତାକାନ୍ତ ଶତପଥୀ, କାଲୀ ଦାସ,ରସ୍ମିମୟୀ ପଟ୍ଟନାୟକ, ଗୋବିନ୍ଦ ସାହୁ, ବ୍ରଜବନ୍ଧୁ ନାୟକ ,ପ୍ରିୟଙ୍କା ମହାନ୍ତି,ପ୍ରଭାତ ବାହିନୀପତି ଦୁଲାଲ ରଞ୍ଜନ ସର୍ବଞ୍ଜ,କିଶୋର ପଟ୍ଟନାୟକ, ଦେବଦତ୍ତ ପଟ୍ଟନାୟକ, ପଦ୍ମନାଭ ପାଣିଗ୍ରାହୀ ଯୋଗଦାନ କରିଥିଲେ। ସମ୍ବାଦ ସାହିତ୍ୟ ଘରର ସଭାପତି ଜଗଦୀଶ ମହାପାତ୍ରଙ୍କ ପୌରହିତ୍ୟ ରେ ଡାକ୍ତର ସୁକାନ୍ତି ମହାପାତ୍ର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।ଶେଷ ରେ ଆଶୁତୋଷ ଦାସ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିବାପରେ ସଭାପତି ସଭା ଭଙ୍ଗ କରିଥିଲେ। ବିଏମସି ନ୍ୟୁଜ୍ ଓଡ଼ିଶା।
ବେଲଗୁଣ୍ଠା, ତା-୨୪/୧୧ ( ବିଏମସି ଟିଭି ଓଡ଼ିଆ) ରବିବାର ଦିନ ବେଲଗୁଣ୍ଠା ପୋଲିସ୍ ଏକ ବଡ଼ ଧରଣର ଲଘୁ ଖଣିଜ ଚୋରାଚାଲାଣକୁ ରୋକିବାରେ ସକ୍ଷମ ହୋଇଛି । ବେଲଗୁଣ୍ଠା ଥାନା ଅଧିକାରିଣୀ ରେବତୀ ଶବରଙ୍କ ସୂଚନା ପ୍ରକାରେ ରବିବାର ବେଲଗୁଣ୍ଠା ପୋଲିସ୍ ଚଢ଼ାଉ କରି ବାଲି ବୋଝେଇ ହୋଇଥିବା ଦୁଇଟି ଟ୍ରାକ୍ଟର,ଗୋଟିଏ ହାଇୱା ଏବଂ ପଥର ବୋଝେଇ ହୋଇଥିବା ଦୁଇଟି ଟ୍ରାକ୍ଟରରକୁ ଜବତ କରିଛି । ଏହାସହିତ ଚାରି ଜଣ ଗାଡ଼ି ଚାଳକଙ୍କୁ ଅଟକ ରଖିଥିବା ବେଳେ ଜଣେ ଗାଡ଼ି ଚାଳକ ଘଟଣା ସ୍ଥଳରୁ ଫେରାର୍ ହେବାରେ ସକ୍ଷମ ହୋଇଛି । ଏନେଇ ବେଲଗୁଣ୍ଠା ଥାନାରେ ୫୫୫/୨୫, ୫୫୬/୨୫, ୫୫୭/୨୫,୫୫୮/୨୫ ଏବଂ ୫୫୭/୨୫ ରେ ପାଞ୍ଚୋଟି ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରହିଥିବା ଥାନା ଅଧିକାରିଣୀ ଶ୍ରୀମତୀ ଶବର ପ୍ରକାଶ କରିଛନ୍ତି । ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ରୁ ନାରାୟଣ ପଣ୍ଡାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା ।
