Author: BMC NEWS ODISHA

ଅତାବିରା ; ତା-୦୧/୧୨ (ବିଏମ୍ ସି ଟିଭି ଓଡ଼ିଆ)ବରଗଡ଼ ଜିଲ୍ଲା ଅତାବିରା ର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଆଞ୍ଚଳିକ ସାହିତ୍ୟ ପରିଷଦ ଆନୁକୂଲ୍ୟରେ ପଶ୍ଚିମ ଓଡ଼ିଶା ଭାଷା କଳା ସଂସ୍କୃତିର ପ୍ରଚାରକ ଗୋଟିଏ ଦିନରେ ନୁଆଁଖାଇ ପାଳନ ପଛର ମହାନାୟକ ଲୋକ ମହୋତ୍ସବର ଜନକ ଗୁରୁ ଭଗବାନ ସାହୁଙ୍କ ୨୫ ତମ ଶ୍ରାଦ୍ଧବାର୍ଷିକୀ ଡିସେମ୍ବର ୩ ତାରିଖ ରବିବାର ଅପରାହ୍ନ ୩ ଘଣ୍ଟା ସମୟରେ ଲାଦେରପାଲି ରାମଚଣ୍ଡୀ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହେବ ବୋଲି ମୂଖ୍ୟ ଉଦ୍ୟୋକ୍ତା ଦିବାକର ପ୍ରଧାନ, ସୁରେନ୍ଦ୍ର ସ୍ବାଇଁ,ଦଖିଲ ପ୍ରଧାନ,ଆବାହକ ପ୍ରକୃତୀବନ୍ଧୁ ସୁବାଷ ପ୍ରଧାନ, ସଭାପତି ଦଶରଥ ଭୋଇ, ସମ୍ପାଦକ ସୁରେନ୍ଦ୍ର କଠାର, ଶିକ୍ଷାବିତ୍ କୈଳାସ ମହାରଣା , ଅଧ୍ୟାପକ ଅଜିତ କୁମାର ନାଥ,ବରିଷ୍ଠ ସଦସ୍ୟ ଧର୍ମରାଜ ପ୍ରଧାନ, ସରୋଜ ରଥ, ଅମୃତ କୁମାର ବାରିକ,ଋଷଭ ବିଶି,ମନୋଜ ଭୋଇ, କେତନ ରଣା, ଦୁର୍ଲ୍ଲଭ ଗଡ଼ତିଆ, କିଶୋର ଚନ୍ଦ୍ର ପାତ୍ର, ମୁନସୀ ଗଡତିଆ ପ୍ରମୁଖ ସୁଚନା…

Read More

ସମ୍ବଲପୁର ; ତା.୩୦/୧୧ (ବିଏମସି ଟିଭି ଓଡିଆ) କୁଚିଣ୍ଡା ନିକଟସ୍ଥ ବି.ଜମନକିରା ଠାରେ ଶତାଧିକ ନିଃସହାୟ ବୃଦ୍ଧା,ବୃଦ୍ଧା ,ବିଧବା ଓ ମାନସିକ ଅନଗ୍ରସର ଲୋକଙ୍କୁ ଶତାଧିକ ସଂଖ୍ୟାରେ ଶୀତ ବସ୍ତ୍ର ବଣ୍ଟନ କରାଯିବା ସହ ବିଶିଷ୍ଟ ସମାଜସେବୀ ଓ ସ୍ବାଧିନତା ସଂଗ୍ରାମୀ ଠକ୍କର ବାପାଙ୍କ ଜୟନ୍ତୀ ଉପଲକ୍ଷେ ସ୍ମୁତି ଚାରଣ କରାଯାଇଥିଲା । ଗଡ୍ସ ପାୱାର ଏଣ୍ଡ ବ୍ଲେଶିଙ୍ଗସ ମିନୀଷ୍ଟ୍ରି ସ୍ୱେଚ୍ଛାସେବୀ ଅନୁଷ୍ଠାନ ର ସଭାପତି ପାମୋଡ ରୋଡ଼ିଦାସଙ୍କ ସଭାପତିତ୍ବ ଓ ସାମାଜିକ କର୍ମୀ ବିମଳ ମେହେରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କୁଚିଣ୍ଡା ଉପଜିଲ୍ଲାପାଳ ସର୍ବାନନ୍ଦ ସ, ସମ୍ମାନିତ ଅତିଥି ଭାବରେ ସମାଜସେବୀ ସୁବାସ ଚନ୍ଦ୍ର ନାୟକ ଓ ମୁଖ୍ୟବକ୍ତା ଭାବରେ ବ୍ଲକ ଅଧ୍ୟକ୍ଷ ଭୁବନେଶ୍ୱର କିଶାନ ଯୋଗଦେଇ ଶୀତ ବସ୍ତ୍ର ବାଣ୍ଟିବା ସହ ଠକ୍କର ବାପାଙ୍କ ଜୀବନୀ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସବଡିକ ସଂଘ ସଭାପତି ପ୍ରଭାତ ବେହେରା, ଏଡଭୋକେଟ…

Read More

ଦାରିଙ୍ଗବାଡି ; ତା-୦୨/୧୨ ( ବିଏମସି ଟିଭି ଓଡ଼ିଆ) ପୁଣି ଅଘଟଣ ପାଗଳ କୁକୁର କାମୁଡ଼ାରେ ଦାଦନ ଶ୍ରମିକ ମୃତ । ମୃତ ବ୍ୟକ୍ତି ଜଣକ ଦାରିଙ୍ଗବାଡି ବ୍ଲକ୍ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ସରାମୁଳୀ ପଞ୍ଚାୟତ ପାକାଲିମାହା ଗ୍ରାମର ଫଉଷ୍ଟିନ ବଳିୟାର ସିଂ ବୋଲି ଜଣା ପଡିଛି । ଆର୍ଥିକ ଅବସ୍ଥା ଶୋଚନୀୟ ଯୋଗୁଁ ପରିବାର ପାଳନ ପୋଷଣ ପାଇଁ ଦାଦନ ଖଟିବାକୁ କେରଳ ରାଜ୍ୟକୁ ଯାଇଥିଲେ ହେଲେ ତାଙ୍କୁ ପାଗଳ କୁକୁର କାମୁଡ଼ି ଦୁଇ ବର୍ଷ ହେଉଥିଲା ସେ ହଟାତ୍ ଦେହ ଅସୁସ୍ଥ ହେବାରୁ ତାଙ୍କୁ କେରଳ ଏକ ହସ୍ପିଟାଲ୍ ରେ ଭର୍ତ୍ତି କରିଥିଲେ । ହେଲେ ତାଙ୍କ ରକ୍ତ ନମୁନା ପରୀକ୍ଷା ରିପୋର୍ଟରେ ଦେହ ସାରା କୁକୁର ବିଷ ବ୍ୟାପିଥିବା କହିଥିଲେ ଡାକ୍ତର ତାଙ୍କୁ ଗୁରୁତ ଅବସ୍ତାରେ ହସ୍ପିଟାଲ୍ ରେ ଭର୍ତ୍ତି କରିଥିଲେ ହେଲେ ତାଙ୍କ ଚିକିତ୍ସା ଅବସ୍ଥାରେ ଥିବାବେଳେ ତାଙ୍କ ମୃତ୍ୟୁ ଘଟିଥିଲା ଏନେଇ ତାଙ୍କ ପୁତୁରାଙ୍କୁ…

Read More

ଜଗତସିଂହପୁର ; ତା-୦୨/୧୨ ( ବିଏମସି ଟିଭି ଓଡ଼ିଆ) ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ନାଉଗାଁ ବ୍ଲକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅଭିଯୋଗ ଶିବିର ରେ ଉପସ୍ଥିତ ରହି ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ର ଶୁଣାଣି କରିଥିଲେ। ଆଜି ମୋଟ ୬୫ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ସେଥିମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସମ୍ପର୍କୀୟ ୫୫ ଗୋଟି, ଗୋଷ୍ଠୀଗତ ସମସ୍ୟା ସମ୍ପର୍କୀୟ /ଗ୍ରାମ୍ୟ ସମସ୍ୟା ସମ୍ପର୍କୀୟ ୧୦ ଟି, ବ୍ୟକ୍ତିଗତ ଅଭିଯୋଗ ମଧ୍ୟରୁ ଆବାସ ଯୋଜନା ସମ୍ପର୍କୀୟ ୧୨ ଟି ,ଜମିଜମା ସମସ୍ୟା ସମ୍ପର୍କୀୟ ୧୩ ଟି, ଭତ୍ତା ପାଇବା ପାଇଁ ୨ ଟି, ପୋଲିସ୍ ସହାୟତା ପାଇଁ ୩ ଟି ଏବଂ ଅନ୍ୟାନ୍ୟ ୧୮ ଟି ଅଭିଯୋଗର ଶୁଣାଣି କରାଯାଇଥିଲା। ୭ ଟି ଅଭିଯୋଗର ତତକାଳ ଫଇସଲା କରାଯାଇଥିଲା । ଏହି ମିଳିତ ଜନ ଅଭିଯୋଗ…

Read More

କୋରାପୁଟ ; ତା-୦୨/୧୨ ( ବିଏମସି ଟିଭି ଓଡ଼ିଆ) ଆଜି ସ୍ଥାନୀୟ ସଦାଭାବନା ଗୃହ ଠାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରଗତି ଦ୍ୱାରା ବଦଳି ଯାଉଥିବା ପାଣିପାଗ ଉପରେ ଏକ ନୂତନ ପ୍ରଣାଳୀ ରେ ତଥା ପଦ୍ଧତି ରେ ଚାଷୀ ମାନଙ୍କୁ ଏକ ପ୍ରକାର କୃଷି କରିବାକୁ ପ୍ରଣୟନ କରିବାକୁ ନେଇ ଏକ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ; ଯାହାକୁ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଉଦଘାଟନ କରିଥିବା ବେଳେ ଜିଲ୍ଲା ପ୍ଲାନିଂ ଅଫିସର ସୁଯ୍ୟନାରାୟଣ ବେହେରା ସମେତ ଅନ୍ୟ ନିମନ୍ତ୍ରିତ ଅତିଥି ଯୋଗ ଦେଇଥିଲେ । ପ୍ରଥମ କରି ଏହି ନୂତନ ପଦ୍ଧତି କୋରାପୁଟ ଜିଲ୍ଲା ର ପାଞ୍ଚୋଟି ଗ୍ରାମ ର ୨୩୯ଜଣ ଚାଷୀ ଙ୍କୁ ନେଇ କରାଯିବ ବୋଲି ଆୟୋଜକ କମିଟି କହିଥିବା ବେଳେ ପ୍ରଗତି ର ସଂପାଦକ ପ୍ରଭାକର ଅଧିକାରୀ ଡ଼ ଲୁନା ପଣ୍ଡା ପିଡବ୍ଲୁସି ଭାରତ ସରକାର ଙ୍କ ପୂର୍ଣ୍ଣୟସୀ ୟାଜନ ପ୍ରଭାତ ମାଝୀ ସମେତ…

Read More

ବରଗଡ଼ ; ତା-୦୨/୧୨ (ବିଏମସି ଟିଭି ଓଡ଼ିଆ)ବରଗଡ ଜିଲ୍ଲା ବରଗଡ଼ ବ୍ଲକ ଅନ୍ତର୍ଗତ ଚଣ୍ଡିପାଲି, ଦେଓଗାଁ ଠାରେ ଚଣ୍ଡୀ ମନ୍ଦିର ର ରତ୍ନମୁଦ ଅବସର ରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଚଣ୍ଡୀ ମନ୍ଦିର ନିର୍ମାଣ କମିଟି ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଗତ ରବିବାର ଦିନ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ମୂଖ୍ୟ ଅତିଥି ଭାବରେ ଜଗଦାନନ୍ଦ ମିଶ୍ର ,ପଶ୍ଚିମ ଓଡ଼ିଶା ଧନୁଯାତ୍ରା କଳାକାର ମହାସଂଘ ର ସମ୍ପାଦକ ଓ ବରେଣ୍ୟ ଅତିଥି ଭାବରେ ସୁଦାମ ମହାପାତ୍ର ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶିବିର ର ଶୁଭାରମ୍ଭ କରିଥିଲେ। ରତ୍ନମୁଦ ଉତ୍ସବ କୁ ଆସୁଥିବା ଭକ୍ତ ମାନେ ଖୁସି ମନ ରେ ରକ୍ତ ଦାନ କରିଥିଲେ ବିଶେଷ କରି ମହିଳା ରକ୍ତ ଦାତା ମାନେ ଅତ୍ୟନ୍ତ ଉତ୍ସାହିତ ହୋଇ ରକ୍ତ ଦାନ କରୁଥିବା ଦେଖିବାକୁ ମିଳିଥିଲା।ଏହି ଶିବିର ରୁ…

Read More

କୋରାପୁଟ ; ତା-୦୨/୧୨ ( ବିଏମସି ଟିଭି ଓଡ଼ିଆ) କୋରାପୁଟସ୍ଥିତ ଟିକିରା ସାହି ନିବାସୀ ସୁଭାଷ ଚନ୍ଦ୍ର ଦାଶଙ୍କର ସହଧର୍ମିଣୀ ସ୍ୱର୍ଗତ ହେମଲତା ଦାଶ ଙ୍କ ର ଗତ ଉଣେଇଶ ତାରିଖ ବୁଧୁବାର ଦିନ ନିଜ ବାସ ଭବନ ରେ ଅକାଳ ବିୟୋଗ ହୋଇଯାଇଥିବା ବେଳେ ପରିବାର ଲୋକେ ପୁରୀ ସ୍ୱର୍ଗ ଦ୍ୱାର ରେ ସମସ୍ତ କାଯ୍ୟ ସଂପନ୍ନ କରିବା ଶ୍ରାଦ୍ଧ ଉପଲକ୍ଷେ ଆଜି ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପରିସରରେ ଆତ୍ମୀୟ ପରିଜନ ଙ୍କୁ ପ୍ରୀତି ଭୋଜନ ର ବ୍ୟବସ୍ଥା କରିବା ସହ ଆପାୟୀତ କରିଥିଲେ । ଆତ୍ମୀୟ ପରିଜନ ମାନେ ହେମଲତା ଙ୍କ ଫୋଟ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି କାଯ୍ୟକ୍ରମ ରେ ପରିବାର ସମସ୍ତ ସଦସ୍ୟ ଜ୍ଞାତି କୁଟୁମ୍ବ ସମସ୍ତେ ଉପସ୍ଥିତ ଥିଲେ । ହେମଳତା ଜଣେ ଧର୍ମ ପରାୟଣ ମହିଳା ହୋଇଥିବା ବେଳେ ସମସ୍ତିଙ୍କର…

Read More

ସମ୍ବଲପୁର ; ତା.୩୦/୧୧ (ବିଏମସି ଟିଭି ଓଡିଆ) ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଠାରେ ସମଲେଶ୍ଵରୀ ସାହିତ୍ୟ ସଂସଦର ତ୍ରୟୋଦଶ ସ୍ଵନକ୍ଷତ୍ର ଦିବସୋତ୍ସବ ସଭାପତି ଶୋଭା ଚନ୍ଦ୍ର ନାଏକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରାୟ ଅର୍ଦ୍ଧ ଶତାଧିକ କବି ଅଂଶ ଗ୍ରହଣକରି କବିତା ପାଠ କରିଥିଲେ। ଏହି ଅବସରରେ ସଂସଦର ଉପଦେଷ୍ଟା ତଥା ପ୍ରତିଷ୍ଠାତା ମୁଖ୍ୟ ସମ୍ପାଦକ ସୁବାସ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଡ଼.ଶିଲାବନ୍ତି ଜୋଜୋଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଏଥିରେ ପ୍ରାୟ ତିରିଶ ଜଣ ରକ୍ତଦାତା ରକ୍ତଦାନ କରିଥିଲେ । ସମ୍ପାଦକ କୀର୍ତ୍ତି ଚନ୍ଦ୍ର ବହିଦାର ସମସ୍ତଙ୍କୁ ସ୍ଵାଗତ ଜଣାଇ ଥିବା ବେଳେ ସହ-ସଂପାଦକ ତ୍ରୈଲୋକ୍ୟ ମହାପାତ୍ର ପରିଚାଳନା କରିଥିଲେ । ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ସାରସ୍ୱତ ପ୍ରତିଭାମାନଙ୍କୁ ସମ୍ମାନିତ କରାଯାଇଥିଲା। ପରିଶେଷରେ ମୁଖ୍ୟ ସମ୍ପାଦକ ସଚିନ୍ଦ୍ର ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ। ସମ୍ବଲପୁର ରୁ ଜିଲ୍ଲା ପ୍ରତିନିଧି କୈଳାସ…

Read More

ସମ୍ବଲପୁର ; ତା.୦୨/ ୧୨ (ବିଏମସି ଟିଭି ଓଡିଆ) ମହିଳା ଏବଂ ଶିଶୁ ବିକାଶ ବିଭାଗ ପକ୍ଷରୁ ନଭେମ୍ବର ୨୫ରୁ ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ପାଳିତ ହେଉଥିବା ଲିଙ୍ଗଗତ ନିର୍ଯାତନା ବିରୁଦ୍ଧରେ ଜନ ସଚେତନତା କାର୍ଯ୍ୟକ୍ରମରେ ବ୍ୟାପକ କରାଯାଇଛି। ସୋମବାର ସପ୍ତମ ଦିବସରେ ବିଶ୍ୱ ଏଡସ୍ ଦିବସ ଅବସରରେ ଏଚଆଇଭି ଏଡସ୍ ରୁ ରକ୍ଷା ପାଇବା ଏଵଂ ସୁସ୍ଥ ସୁରକ୍ଷିତ ଜୀବନ ବଞ୍ଚିବାର ଶୈଳୀ ଉପରେ ଗୋଟିଏ ସଚେତନତା ସଭା ୱାନ ଷ୍ଟପ ସେଣ୍ଟର, ସଖି କାର୍ଯ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ଆଲୋଚନାରେ ଡ.ରାଜାରାମ ଷଡ଼ଙ୍ଗୀ ଏଚଆଇଭି ଏଡ୍ସ୍ ରୋଗର ଭୟାବହତା ଉପରେ ଆଲୋକପାତ କରିଥିଲେ। ସହରାଞ୍ଚଳ ଶିଶୁ ବିକାଶ ସୁରକ୍ଷା ଅଧିକାରିଣୀ ମିନତୀ ପାଣଗ୍ରାହୀ ସଖିର କାର୍ଯ୍ୟକଳାପ ଉପରେ ଗୁରୁତ୍ୱାରୋପ କରିଥିଲେ। ମହିଳା ସୁରକ୍ଷା ଅଧିକାରିଣୀ ସରିତା ଦାଶ ଲିଙ୍ଗଗତ ନିର୍ଯାତନା ବିରୋଧୀ ସଚେତନତା ପାଳନର ଉଦ୍ଦେଶ୍ୟ ବୁଝାଇଥିଲେ। ଶକ୍ତି ସଦନର ଅଧ୍ୟକ୍ଷା ଅନୁପମା ପାଢ଼ୀ ଶକ୍ତି…

Read More

ବ୍ରହ୍ମପୁର ; ତା-୦୨/୧୨ ( ବିଏମସି ଟିଭି ଓଡ଼ିଆ) ସ୍ଥାନୀୟ ବିଜୟବିହାରସ୍ଥିତ ତୃତୀୟ ଗଳିରେ ଥିବା ଉଇଜଡମ ଉଇଂଗ୍ସ ଏକାଡେମୀ ଡେ କେର ସେଣ୍ଟର ଏଣ୍ଡ ପ୍ଲେ ସ୍କୁଲ ର ବାର୍ଷିକ ଉତ୍ସବ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଅବସର ପ୍ରାପ୍ତ ଶିକ୍ଷକ କେଦାର ଚୌଧୁରୀ ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ମୋବାଇଲ ଠାରୁ ଶିଶୁ ମାନଙ୍କୁ ଦୁରେଇ ରଖିବା ପାଇଁ ଅଭିଭାବକ ମାନଂକୁ ପରାମର୍ଶ ଦେଇଥିଲେ ଏବଂ ଶିଶୁ ମାନଙ୍କୁ ଉତ୍ତମ ପାଠ ପଢି ଭଲ ମଣିଷ ହେବା ପାଇଁ କହିଥିଲେ। ସମ୍ମାନୀତ ଅତିଥିଭାବେ ବିଦ୍ୟାଳୟ ର ସଭାପତି ରଞ୍ଜନ କୁମାର ସାହୁ ଯୋଗଦେଇ ସାମ୍ପ୍ରତିକ ପରିସ୍ଥିତି ରେ ଶିକ୍ଷା ର ମହତ୍ୱ ଉପରେ ଆଲୋକପାତ କରିଥିଲେ। ଅନ୍ଵେଷା ନୋଡାଲ ଅଫିସର ସନ୍ତୋଷ କୁମାର ପାତ୍ର ଶିଶୁ ମାନଙ୍କର ବୌଦ୍ଧିକ ଏବଂ ମାନସିକ ସ୍ତରର ବିକାଶ ପାଇଁ ପ୍ଲେ ସ୍କୁଲ ମାନଙ୍କର ଅବଦାନ ଅତୁଳନୀୟ ବୋଲି…

Read More

ବଲାଙ୍ଗିର ; ତା-୦୧/୧୨ ( ବିଏମସି ଟିଭି ଓଡ଼ିଆ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନାର ପେଟ୍ରୋଲିଂ ଦଳ ଖବର ପାଇ ଦେଦର୍ହ ଛକ ନିକଟରୁ କିଛି ଶ୍ରମିକ ବାହାର ରାଜ୍ୟକୁ ବେଆଇନ ଭାବେ ଚାଲାଣ କରାଯାଉଥିବା ଖବର ପାଇ ଚଢାଉ କରିଥିଲା ଓ ଯାଞ୍ଚ ସମୟରେ ୭ଜଣ ପୁରୁଷ, ୭ଜଣ ମହିଳା ଓ ୧୪ ଜଣ ନାବାଳକ, ମୋଟ ୨୧ ଜଣଙ୍କୁ ଉଦ୍ଧାର କରି ଥାନାକୁ ଅଣା ଯାଇଥିଲା। ଉକ୍ତ ଲେବର ମାନଙ୍କୁ ସର୍ଦାର ନେବା ପାଇଁ ଯୋଜନା କରୁଥିଲେ ଓ ବେଆଇନ ଭାବେ ଚାଲାଣ କରୁଥିଲେ। ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କ ମଧ୍ୟରୁ ପାଟଣାଗଡ ଥାନା ଅଇଁଲାପାଲି ଗାଁର ବୋଲି ଜଣାପଡିଛି । ଶ୍ରମିକ ମାନଙ୍କୁ ନିଜ ଗାଁରେ ପହଞ୍ଚାଇଥିବା ସୂଚନା ମିଳିଛି । ତେବେ ଦାଦନ ସରଦାର ବେଲପଡା ଥାନା ବିରଞ୍ଚି ମହାନନ୍ଦ (38) କୁ ଗିରଫ କରି କେଶ ନଂ. 275/25,ୟୁ/ଏସ 143/(3)/146/318(4) ବିଏନଏସ/25 ରେ କୋର୍ଟ ଚାଲାଣ…

Read More

ଖୋଦ୍ଧା/ ବେଗୁନିଆ ; ତା-୦୧/୧୨ ( ବିଏମସି ଟିଭି ଓଡ଼ିଆ) ବେଗୁନିଆ ବ୍ଲକ ବାଘମାରି ପଞ୍ଚାୟତ ଠାରେ ପାରମ୍ପରିକ କାଗଜ ମୁଖା ତାଲିମ ଶିବିର ଉଦଘାଟିତ ହୋଇ ଯାଇଛି । ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ତରଫରୁ ଆୟୋଜିତ ଏହି ଶିବିର ରେ ପନ୍ଦର ଜଣ ଗ୍ରାମୀଣ ଆଗ୍ରହୀ ମହିଳା ଜଣେ ନିପୁଣ ଶିଳ୍ପୀ ଙ୍କ ଠାରୁ ଛ ମାସ ପର୍ଯ୍ୟନ୍ତ ତାଲିମ ନେବାର ଯୋଜନା ରହିଛି । ଏହି ଶିବିର ର ଉଦ୍ଘାଟନୀ ଉତ୍ସବରେ ଜିଲ୍ଲା ଶିଳ୍ପ ବିଭାଗର ସହକାରୀ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ପଣ୍ଡା ହସ୍ତଶିଳ୍ପ ବିକାଶ ଅଧିକାରୀ ମୋନାଲିସା ମିଶ୍ର ଉପସ୍ଥିତ ରହି ବାଘମାରିର ବରିଷ୍ଠ ଶିଳ୍ପୀ ପ୍ରମୋଦ କୁମାର ପଣ୍ଡା ଙ୍କୁ ନିପୁଣ ଶିଳ୍ପୀ ଭାବରେ ତାଲିମ ଦେବା ପାଇଁ ନିଯୋଜିତ କରିଥିଲେ। ସହକାରୀ ନିର୍ଦ୍ଦେଶକ ଶ୍ରୀଯୁକ୍ତ ପଣ୍ଡା ବୁଡି ଯାଉଥିବା ପାରମ୍ପରିକ କାଗଜ ମୁଖା ର ପୁନରୁଦ୍ଧାର ରେ ଏହି ତାଲିମ ଶିବିର ସହାୟକ ହେବ…

Read More