ରାୟଗଡ଼ା / କଲନରା ; ତା-୨୪/୧୧ ( ବିଏମସି ଟିଭି ଓଡ଼ିଆ) ଆଜି ରାୟଗଡା ଜିଲ୍ଲା ର ଜେକେପୁର ନିକଟସ୍ଥ ମଡେଲ ଡିଗ୍ରୀ କଲେଜ ରେ ଛାତ୍ର ଛାତ୍ରୀ ମାନଙ୍କର ବିଭିନ୍ନ ଦାବୀ ନେଇ ଆନ୍ଦାଳନ କରିବାର ଦେଖିବାର ମିଳିଛି । ସୂଚନା ଅନୁଯାଇ ଛାତ୍ରଛାତ୍ରୀଙ୍କ କହିବାନୁଯାଇ କଲେଜ ର କର୍ମକର୍ତା କର୍ତ୍ତୃପକ୍ଷ ଓ ପ୍ରିନ୍ସପାଲ ଦାଇତ୍ୱ ହୀନତା କାମ କରୁଛନ୍ତି ବୋଲି କଲେଜ ର ଛାତ୍ର ତଥା ଛାତ୍ରୀ ଆମ ଗଣ ମାଧ୍ୟମକୁ ମତ ଦେଇଛନ୍ତି । ଛାତ୍ର ମାନେ କହିବା ଅନୁଯାଇ ପରୀକ୍ଷା ଫଳ ସଠିକ ରହୁନାହିଁ। ପରୀକ୍ଷା ଦବ ଜଣେ କିନ୍ତୁ ନାମ ଆସିବ ଅନ୍ୟ ଜଣକର । କୈଣସି ବିଷୟ ମଧ୍ୟ ସଠିକ ଭାବେ ପରିଚାଳିତ ହେଉନାହିଁ ବୋଲି କହିଛନ୍ତି । ଏବଂ ଯଦି କିଛି ସମସ୍ୟା କୁ ନେଇ ଆମେ ପ୍ରିନ୍ସପାଲ ମାଡାମ ଙ୍କୁ ଜଣାଇଲେ ମାଡାମ କହୁଛନ୍ତି ବ୍ୟସ୍ତ ହୁଅନ୍ତୁ ନାହି ସବୁ…
Author: BMC NEWS ODISHA
ବେଲଗୁଣ୍ଠା, ତା-୨୪/୧୧ ( ବିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା ଶ୍ରୀ ସତ୍ୟ ସାଇ ସେବା ସମିତି ପକ୍ଷରୁ ସତ୍ୟ ସାଇ ବାବାଙ୍କ ୧୦୦ ତମ ଜନ୍ମ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଶନିବାର ସକାଳ ସାତ ଘଣ୍ଟା ସମୟରେ ଏକ ସୁସଜ୍ଜିତ ରଥରେ ସ୍ଵାମୀଙ୍କ ନଗର ପରିକ୍ରମା କରାଯାଇଥିବା ବେଳେ ଦଶ ଘଣ୍ଟା ସମୟରେ ସମୂହ ଷୋଡ଼ଶ ପୂଜା ଅନୁଷ୍ଠିତ ହୋଇଥିଲା । ସେହିପରି ରବିବାର ସକାଳେ ଓଁକାର,ସୁପ୍ରଭାତମ୍,ନଗର ସଂକୀର୍ତ୍ତନ, ପ୍ରଶାନ୍ତି ପତାକା ଉତ୍ତୋଳନ, ଷୋଡ଼ଶ ପୂଜା ଏବଂ ହୋମ ଅନୁଷ୍ଠିତ ହୋଇଥିବା ବେଳେ ଅପରାହ୍ଣରେ ପ୍ରଶାନ୍ତି ପତାକା ଅବତରଣ କରାଯାଇଥିଲା । ସନ୍ଧ୍ୟା ସମୟରେ ୧୦୦ ଦୀପ ପ୍ରଜ୍ଜ୍ଵଳନ, ଓଁକାର ବେଦମ୍,ଭଜନ,ସତ୍ ସଙ୍ଗ, ଝୁଲା ଭଜନ,ମଙ୍ଗଳ ଆରତୀ ଏବଂ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ବିଷ୍ଣୁ ଚରଣ ପାଢୀ,ମଧୁସୂଦନ ମହାପାତ୍ର ,ରବି ନାରାୟଣ ପାତ୍ର,ଅମର ନାଥ ପାତ୍ର,ଦୀନେଶ ପାତ୍ର,ସୁନୀଲ ପାତ୍ର,ଗୌରୀ ଶଙ୍କର…
ରାୟଗଡ / ଚନ୍ଦ୍ରପୁର ; ତା.-୨୪/୧୧ ( ବିଏମସି ଟିଭି ଓଡ଼ିଆ) ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଚନ୍ଦ୍ରପୁର ବ୍ଲକସଦର ମହକୁମାସ୍ଥିତ ସଦଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ରାୟଗଡା ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ,ଗୁଣପୁର ଉପ ଜିଲ୍ଲାପାଳ, ଦୁଧାଳ ଅଭିଷେକ ଦିଲ୍ଲୀପ, ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ତ୍ୟ ଅଧିକାରୀ ଡାକ୍ତର ସରୋଜିନୀ ଦେବୀ, ଚନ୍ଦ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୌମ୍ କାନ୍ତ ବଙ୍ଗାଳ, ତହସିଲଦାର ସୁନୀଲ, କୁମାର ପ୍ରଧାନ ସମିତି ଅଧ୍ୟକ୍ଷ କୋୟାନ କିମ୍ଵାକା ଉପସ୍ଥିତ ରହି ଜନସାଧାରଣଙ୍କୁ ବିଭିନ୍ନ ଅଭିଯୋଗ ଶୁଣାଣି କରିଥିଲେ । ଆଜି ମୋଟ ୪୫ଟି ଅଭିଯୋଗ ଅତିରିକ୍ତ ଜିଲ୍ଲାପାଳ ଗ୍ରହଣ କରିଥିଲେ । ସେଥି ମଧ୍ୟରୁ ୨୬ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ ୧୯ଗୋଟି…
ସମ୍ବଲପୁର ; ତା.୨୪/୧୧ (ବିଏମସି ଟିଭି ଓଡିଆ )ଜମନକିରା ବ୍ଲକ ଡିମିରିମୁଣ୍ଡା ସ୍ଥିତ ଭାରତ ମୟ ଆଶ୍ରମ ପରିସରରେ ଗତ ୨୦ ତାରିଖ ଠାରୁ ଆରମ୍ଭ ହୋଇଥିବା କୁଚିଣ୍ଡା ଉପଖଣ୍ଡ ସ୍ତରୀୟ ପାଞ୍ଚ ଦିବସୀୟ କର୍ମଶାଳା ଆଜି ଉଦ୍ଯାପିତ ହୋଇଯାଇଛି ।ଏହି କର୍ମଶାଳାରେ ପ୍ରାଥମିକ ଶିକ୍ଷା, ଆରୋଗ୍ୟ ଶିକ୍ଷା, ଗ୍ରାମ ବିକାଶ ଶିକ୍ଷା, ଜାଗରଣ ଶିକ୍ଷା ଓ ସଂସ୍କାର ଶିକ୍ଷା ଆଦି ପାଞ୍ଚ ଦିବସୀୟ ଶିକ୍ଷା ଉପରେ ତାଲିମ ଦିଆଯାଇଥିଲା । ଉଦ୍ଯାପନୀ ଉତ୍ସବରେ ବିଶିଷ୍ଟ ସମାଜସେବୀ ଓ ଶିକ୍ଷାବିତ୍ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସମାଜ ଓ ଦେଶ ଗଠନ ପାଇଁ ଏକଲ ଅଭିଯାନର ଆଚାର୍ଯ୍ୟ ଓ ଆଚାର୍ଯ୍ୟ ମାନେ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ। ଭାରତ ମୟ ଆଶ୍ରମର ବାବା ଶିବାନନ୍ଦ ଜୀ ମୁଖ୍ୟବକ୍ତା ଭାବରେ ଯୋଗଦେଇ ପରିବେଶ ସୁରକ୍ଷା ପାଇଁ ଅଭିଯାନ କାର୍ଯ୍ୟକରୁ ବୋଲି ପରାମର୍ଶ ଦେଇଥିଲେ । ଅଭିଯାନର ସମ୍ବଲପୁର ଜିଲ୍ଲା…
ଗଜପତି ; ତା-୨୪/୧୧ ( ବିଏମସି ଟିଭି ଓଡ଼ିଆ) ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ କୁମୁଲାସିଂ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଶ୍ରୀଯୁକ୍ତ ମନୀନ୍ଦ୍ର ହନେନାଗା,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୁନୀଲ କାନ୍ତ ମହାନ୍ତି, ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ପୃଥ୍ବୀରାଜ ମଣ୍ଡଳ ଏହି ମିଳିତ ଜନ ଅଭିଯୋଗ ଶୁଣାଣୀରେ ଯୋଗଦାନ କରି କୁମୁଲାସିଂ ଗ୍ରାମ ପଞ୍ଚାୟତ ସମେତ ରାୟଗଡ, ସାନତୁଣ୍ଡି ଓ ମାର୍ଲବା ଗ୍ରାମ ପଞ୍ଚାୟତର ସମୁଦାୟ ମୋଟ- ୮୮ ଗୋଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା। ସେଥି ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ସମସ୍ୟା – ୩୭ ଗୋଟି ,ଗ୍ରାମ ଭିତ୍ତିକ ସମସ୍ୟା- ୫୧ ଗୋଟି ଅଭିଯୋଗ ଆସିଥିଲା ସମସ୍ତ ଅଭିଯୋଗକୁ ତୁରନ୍ତ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀ…
ବେଲଗୁଣ୍ଠା, ତା-୨୩/୧୧ ( ବିଏମସି ଟିଭି ଓଡ଼ିଆ) ଆଜି ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟରେ ଏନ ସି ସି ଦିବସ ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ମହାରଣାଙ୍କ ତତ୍ୱାବଧାନରେ ପାଳନ ହୋଇଯାଇଛି। ଏହି ଦିବସକୁ ପ୍ରଧାନ ଶିକ୍ଷୟିତ୍ରୀ ଏନ ସି ସି ପତାକା ଉତ୍ତୋଳନ କରି ଛାତ୍ରଛାତ୍ରୀ ମାନଙ୍କୁ ଏନସିସି ର ଲକ୍ଷ୍ୟ ଓ ମହତ୍ତ୍ୱ ବିଷୟରେ ଉଦବୋଧନ ଦେଇଥିଲେ। ଏନ ସି ସି ସେକଣ୍ଡ ଅଫିସର ସୁମନ୍ତ କୁମାର ସେଠୀଙ୍କ ତତ୍ୱାବଧାନରେ କେଡେଟ ମାନଙ୍କ ଦ୍ୱାରା ଏକ ରାଲି କରି ସହର ପରିକ୍ରମା କରିଥିଲେ। ଏହି ରାଲିରେ ୪୮ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଯୁବ ସାମ୍ବାଦିକ ନାରାୟଣ ପଣ୍ଡା ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।ବିଦ୍ୟାଳୟର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ରୁ ନାରାୟଣ ପଣ୍ଡାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।
ଭୁବନେଶ୍ବର ; ତା-୨୩/୧୧ ( ବିଏମସି ଟିଭି ଓଡ଼ିଆ) ସାରା ରାଜ୍ୟରେ ହାଡ଼ଭଙ୍ଗା ଜାଡ଼ ଅନୁଭୂତ ହେଉଛି। ପାହାଡ଼ିଆ ଓ ସମତଳ ଅଞ୍ଚଳ ସବୁଠି ପ୍ରଚଣ୍ଡ ଶୀତ ପଡୁଛି। ଅପରାହ୍ଣ ୩ଟା ବାଜିଲେ ବାଘ ପରି ମାଡ଼ି ଆସୁଛି ଶୀତ। ସକାଳେ ଶୀତ ସାଙ୍ଗକୁ ଘନ କୁହୁଡ଼ି ଆହୁରି ଥଣ୍ଡା ପ୍ରକୋପ ବଢ଼ାଉଛି। ଶନିବାର ରାତିରେ ଘୁ. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୫.୪ ଡିଗ୍ରୀକୁ ଖସି ଆସିଥିବାବେଳେ ରାଜଧାନୀରେ ଶୀତ ୨୫ ବର୍ଷରେ ସବୁଠୁ ଥଣ୍ଡା ରାତି ରେକର୍ଡ ହୋଇଛି। ଗ୍ରାମାଞ୍ଚଳରୁ ସହରାଞ୍ଚଳ ସବୁଠି ଶୀତ ପଡ଼ିବା ଦ୍ବାରା ସଞ୍ଜ ହେଲେ ଲୋକେ ବାହାରକୁ ବାହାରିବା କଷ୍ଟକର ହୋଇ ପଡୁଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଉଥିବାବେଳେ ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ୧୦ ସହରରେ ରାତି ତାପମାତ୍ରା ୧୦ଡିଗ୍ରୀ କିମ୍ବା ଏହାଠାରୁ କମ୍ ରହିଛି। ଝାରସୁଗୁଡ଼ା, କନ୍ଧମାଳ ଏବଂ ଅନୁଗୋଳ ଜିଲାରେ ଭୀଷଣ ଶୀତ ପଡୁଥିବାବେଳେ ଭୁବନେଶ୍ବର…
ଗଜପତି ; ତା-୨୨/୧୧ ( ବିଏମସି ଟିଭି ଓଡ଼ିଆ) ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଦ୍ୱାରା ଦୁଇ ଦୁର୍ବୃତ୍ତ ଚୋରୀ କରୁଥିବା ସମୟରେ ଧରାପଡିଥିବାର ଜଣାପଡିଛି । ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତିଙ୍କ ସୂଚନା ପ୍ରକାରେ ରାଣୀପେଣ୍ଠ ଗ୍ରାମ ସିଂହ ନଗର ଅଞ୍ଚଳର କର୍ଣ୍ଣମ ସିଂହାଦ୍ରି (୪୩) ନାମକ ଜଣେ ଅଟୋ ଚାଳକ ନିଜ ଘରେ କେହି ନଥିବାଯୋଗୁଁ ତାଲା ପକାଇ କାମରେ ବାହାରିଥିଲେ । ସେ ସମୟରେ ତାଙ୍କ ସ୍ତ୍ରୀ ଏକ ଘରୋଇ ବିଦ୍ୟାଳୟରେ କାମ କରୁଥିବା ଯୋଗୁଁ ସେ ଡ୍ୟୁଟି ରେ ଥିଲେ ଏବଂ ତାଙ୍କ ଛୁଆମାନେ ମଧ୍ୟ ସ୍କୁଲକୁ ଯାଇଥିଲେ । ଏହାର ସୁଯୋଗ ନେଇ ଦୁଇ ଜଣ ଦୁର୍ବୃତ୍ତ ମଧ୍ୟାହ୍ନ ସମୟରେ ମୁଖ୍ୟ ଫାଟକର ତାଲା ଭାଙ୍ଗି ଘର ଭିତରେ ପ୍ରବେଶ କରି ଦ୍ୱାର ଓ ଆଲମୀରା ଭାଙ୍ଗି ଚୋରି କରିଥିଲେ । ପ୍ରାୟ ଅଧାଘଣ୍ଟା ପରେ ସିଂହାଦ୍ରି…
ବଲାଙ୍ଗୀର/ଟିଟିଲାଗଡ, ତା-୨୨-୧୧ ( ବିଏମସି ଟିଭି ଓଡ଼ିଆ) ଭାରତ ର ସମସ୍ତ ରେଳ ଷ୍ଟେସନ କୁ ସଂଯୋଗ କରୁଥିବା ବଲାଙ୍ଗୀର ଜିଲ୍ଲା ର ଟିଟିଲାଗଡ ରେଳ ଜଙ୍କସନ ରେ ଲକ୍ଷ , ଲକ୍ଷ ଟଙ୍କା ର ଗଞ୍ଜେଇ ଜବତ ସହ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇ ଆସୁଛି । ହେଲେ ଏହି ରେଳ ଷ୍ଟେସନ ରେ ଚୋରା ଚାଲାଣ ଗଞ୍ଜେଇ ଓ ଅଭିଯୁକ୍ତ ଙ୍କୁ ଟିଟିଲାଗଡ ଅବକାରୀ ବିଭାଗ ଅଧିକାରୀ ବେଆଇନ୍ ଭାବେ ଅଭିଯୁକ୍ତ ଙ୍କୁ ବେଲ ବା ଜାମିନ ରେ ମୁକୁଳେଇବା ପାଇଁ କାଗଜ, ପତ୍ର ରିପୋର୍ଟ ଦଖଲ ହେବ ଓ ହାଇକୋର୍ଟ ରେ ବେଲ ହେବ କହି ଜଣ ପିଛା ୫ ହଜାର ଟଙ୍କା ଲେଖାଏଁ ନେଇ ଆସୁଥିବା ଭଳି ଗୁରୁତର ଅଭିଯୋଗ ହୋଇଛି । ନାବାଳକ ତଥା ଗଞ୍ଜେଇ ପରିମାଣ ନେଇ ଯାହା ସାଧାରଣ ଭାବେ ଜାମିନ ତଳ କୋର୍ଟ ରେ ଆବେଦନ…
ସମ୍ବଲପୁର ; ତା.୨୨/୧୧ (ବିଏମସି ଟିଭି ଓଡିଆ) ବାମରା ବ୍ଲକ ଅନ୍ତର୍ଗତ ମହୁଲପାଲି ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ସଭା କକ୍ଷରେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ, ପ୍ରଚଣ୍ଡ ଗାନ୍ଧିବାଦୀ ସହିଦ ଲକ୍ଷ୍ମଣ ନାଏକଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ପ୍ରଧାନ ଶିକ୍ଷକ କିରଣ ପ୍ରକାଶ ନାୟକଙ୍କ ସଭାପତିତ୍ବରେ ଆୟୋଜିତ ‘ବନ୍ୟପ୍ରାଣୀ ଓ ଅହିଂସା ‘ ଶୀର୍ଷକ ଆଲୋଚନା ଚକ୍ରରେ ବିଶିଷ୍ଟ ପରିବେଶବିତ୍ ଓ ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସହିଦ ଲକ୍ଷ୍ମଣ ନାୟକ କିପରି ଆଦିବାସୀଙ୍କ ଭିତରେ ଅହିଂସା ନୀତିକୁ ପ୍ରୟୋଗ କରିଥିଲେ ଏବଂ ଅହିଂସା ହିଁ ବନ୍ୟପ୍ରାଣୀଙ୍କ ସୁରକ୍ଷା କବଚ ବିଷୟକ ଆଲୋଚନା କରିଥିଲେ । ପ୍ରକୃତିବନ୍ଧୁ ଅଲେଖ କୁମାର ପତି ମୁଖ୍ୟବକ୍ତା ଭାବରେ ଯୋଦେଇ ସହିଦ ଲକ୍ଷ୍ମଣ ନାଏକଙ୍କ ଜୀବନୀ ସହ ଅହିଂସା ନୀତି ଉପରେ ଆଲୋଚନା କରିଥିଲେ । ଉଦ୍ୟାନ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ରବୀନ୍ଦ୍ର କୁମାର ଦାସ…
ବୌଦ୍ଧ ; ତା-୨୨/୧୧ ( ବିଏମସି ଟିଭି ଓଡ଼ିଆ) ଆସନ୍ତା ଡ଼ିସେମ୍ବର ୧୬ ତାରିଖରେ କଣ୍ଟାମାଲ୍ ବ୍ଳକ୍ ଓ ୨୩ ତାରିଖରେ ବୌଦ୍ଧ ଓ ହରଭଙ୍ଗା ବ୍ଳକ୍ ରେ ଧାନମଣ୍ଡି ଖୋଲିବା ନେଇ ବୌଦ୍ଧ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଚଳିତ ଖରିଫ-୨୦୨୫-୨୬ ବର୍ଷ ପାଇଁ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହେବା ସହିତ କମିଟିର ଆଲୋଚନା ହୋଇଯାଇଛି । ଏହି ଅବସରରେ ଜିଲ୍ଲାପାଳ ବିଭୂତି ଭୂଷଣ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କଣ୍ଟାମାଲ୍ ବିଧାୟକ କହ୍ନାଇ ଚରଣ ଡାଙ୍ଗ ଯୋଗ ଦେଇ ଚଳିତ ବର୍ଷ ଜିଲ୍ଲାରେ ହେବାକୁ ଥିବା ଧାନ ସଂଗ୍ରହ କିପରି ସୁରୁଖୁରୁ ରେ ଧାନ କିଣା ହେବ ସେ ନେଇ ଆଲୋଚନା କରିଥିଲେ । ଯେମିତି ଚାଷୀଙ୍କ କଷ୍ଟ ଉପାର୍ଜିତ…
ମାଲକାନଗିରି ; ତା- ୨୨/୧୧ ( ବିଏମସି ଟିଭି ଓଡ଼ିଆ) ଆଜି ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ଲକ୍ଷ୍ମଣ ନାୟକ ଜୟନ୍ତୀ ପାଳନ କରାଯାଇଛି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସହୀଦଙ୍କ ପ୍ରତି ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସ୍ୱାଧୀନତା ସଂଗ୍ରାମର ପ୍ରତ୍ୟେକ ପର୍ଯ୍ୟାୟରେ ଓଡ଼ିଶାର ଆଦିବାସୀ ସମାଜ ସମସ୍ତ ପ୍ରତିବନ୍ଧକକୁ ଅତିକ୍ରମ କରି ସେମାନଙ୍କର ଦେଶପ୍ରେମ, ଜାତୀୟତାବୋଧ ଓ ସ୍ବାଭିମାନର ପରିଚୟ ଦେବାକୁ କେବେ ଭୁଲି ନାହାନ୍ତି ବୋଲି ଶ୍ରୀ ପ୍ରଧାନ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ କୋରାପୁଟ ଜିଲ୍ଲାରେ ଭାରତଛାଡ ଆନ୍ଦୋଳନର ନେତୃତ୍ଵ ନେଇଥିବା ଆଦିବାସୀ ବୀର ଲକ୍ଷ୍ମଣ ନାୟକଙ୍କ ଅସାଧାରଣ ଦେଶପ୍ରେମ, ଅଦମ୍ୟ ସାହସ ଓ ନିର୍ଭୀକ ସଂଗ୍ରାମୀ ଜୀବନ ଓ ଅସୀମ ତ୍ୟାଗ ଏ ଜାତି ପାଇଁ ଗର୍ବ…
