ରାୟଗଡା ; ତା-୨୨/୧୧ ( ବିଏମସି ଟିଭି ଓଡ଼ିଆ) ଆସନ୍ତା ଡିସେମ୍ବର ମାସ ୧୭ ତାରିଖରୁ ରାୟଗଡା ଜିଲ୍ଳାରେ ଖୋଲିବ ଧାନ ମଣ୍ଡି । ଏ ନେଇ ଆଜି ଜିଲ୍ଳାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି । ରାୟଗଡ ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ନବୀନ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମାନ୍ୟବର ରାୟଗଡ ବିଧାୟକ, ଶ୍ରୀଯୁକ୍ତ କାଡ୍ରାକା ଆପାଳସ୍ୱାମୀ,ଵିଷମ କଟକ ବିଧାୟକ, ନୀଳମାଧଵ ହିକକା,କୋରାପୁଟ ଲୋକସଭା ସାଂସଦ ପ୍ରତିନିଧି,ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ଶ୍ରୀ ନିହାର ରଞ୍ଜନ କହଁର,ଗୁଣପୁର ଉପଜିଲ୍ଳାପାଳ ଶ୍ରୀ ଦୁଧlଳ ଅଭିଷେଖ ଦିଲ୍ଲୀପ,ରାୟଗଡା ଉପଜିଲ୍ଳାପାଳ ରମେଶ କୁମାର ଜେନା,ମୁଖ୍ୟ ଜିଲ୍ଳା ଖାଦ୍ୟ ଯୋଗାଣ ଅଧିକାରୀ ଦଶରାଥି ସୋରେନ,ଜିଲ୍ଳା ମୁଖ୍ୟ କୃଷି ଅଧିକାରୀ ଏହେସlନ ଶେଖଙ୍କ ସମେତ ଚାଷୀପ୍ରତିନିଧି, ମିଲର୍ସ, ସମବାୟ ସମିତିସଂପାଦକ, ଏମପିସିଏସ୍ ଅଧିକାରୀ ଓ ଅନ୍ୟମାନେ ଯୋଗ ଦେଇଥିଲେ । ଚଳିତ ଖରିଫ ବର୍ଷରେ ପ୍ରଥମ ପର୍ଯ୍ୟାୟରେ ୭୩ ହଜାର ୨୦୦ ମେଟ୍ରିକ…
Author: BMC NEWS ODISHA
ବରଗଡ଼ ; ତା-୨୧/୧୧ ( ବିଏମସି ଟିଭି ଓଡ଼ିଆ) ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ସ୍ମୃତି କମିଟି ଆନୁକୂଲ୍ୟରେ ଗଙ୍ଗାଧର ନଗର ସ୍ଥିତ ଏ .ଇ. ମିସନ ସ୍କୁଲ ଠାରେ ଗୁରୁ ଭଗବାନ ସାହୁଙ୍କ ୨୫ ତମ ଶ୍ରାଦ୍ଦ ବାର୍ଷିକୀ ଅନୁଷ୍ଠିତ ହୋଇଯାଇଅଛି । ଉପଦେଷ୍ଟା ଯୁଗଳ ପ୍ରାସାଦ ସିଂ ଅତିଥି ପରିଚୟ ପ୍ରଦାନ କରିଥିଲେ,ଏ. ଇ. ମିସନ ସ୍କୁଲ ଛାତ୍ରଛାତ୍ରୀ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ। ଡ଼. ତପସ୍ଵିନୀ ଗୁରୁଙ୍କ ଅଭିଭାଷଣ ଏବଂ ସଭାପତିତ୍ବରେ, ସାହିତ୍ୟିକ ମନୋରଞ୍ଜନ ମେହେରଙ୍କ ସଂଯୋଜନାରେ କବୟିତ୍ରୀ ଜୟଶ୍ରୀ ପଣ୍ଡା ଗୁରୁ ବନ୍ଦନା ପରିବେଷଣ କରିଥିଲେ।ସମ୍ପାଦକ ସନ୍ତୋଷ କୁମାର ପଣ୍ଡା ବିବରଣୀ ପାଠ କରିଥିଲେ । ମୂଖ୍ୟ ବକ୍ତା ସାହିତ୍ୟିକ ଅଧ୍ୟାପକ ମାନଭଞ୍ଜନ ପାଣିଗ୍ରାହୀ, ସମ୍ମାନୀତ ଅତିଥି , ବୟୋଜ୍ୟେଷ୍ଠ କଣ୍ଠ ଶିଳ୍ପୀ ଦଧିବାବନ ଶତପଥୀ ଯୋଗଦାନ କରି ପଶ୍ଚିମ ଓଡ଼ିଶା ଭାଷା କଳା ସଂସ୍କୃତିର ପ୍ରଚାରକ ଗୋଟିଏ ଦିନରେ ନୁଆଁଖାଇ ପାଳନ ପଛର ମହାନାୟକ…
ବେଲଗୁଣ୍ଠା ; ତା-୨୧/୧୧ ( ବିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା-ବାଲିପଦରରୋଡ ବିଜୟ ଲକ୍ଷ୍ମୀ ଶରଣପୁର ଛକ ନିକଟରେ ଏକ ବାଇକ୍ ଜଣେ ବୃଦ୍ଧଙ୍କୁ ଧକ୍କା ଦେବା ଫଳରେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମିଳିଥିବା ଖବର ଅନୁସାରେ, ଆଜି ସଂଧ୍ୟା ସମୟରେ ଭଞ୍ଜନଗର ଥାନା ଅନ୍ତର୍ଗତ ଗୁଜୁରାଳୀ ଗ୍ରାମର କୃଷ୍ଣ ଡାକୁଆ ଓ ବୁଗୁଡା ଥାନା ଅନ୍ତର୍ଗତ ତାଳସାକର ଗ୍ରାମର ସରୋଜ ଡାକୁଆ ଶଳା-ଜ୍ୱାଇଁ ମିଶିକି ଗୋଟିଏ ହୋଣ୍ଡା ସାଇନ୍ ବାଇକ୍ (ଓଡି-୩୨-ଏଲ୍-୧୪୮୦)ରେ ଗୁଜୁରାଳୀରୁ ତାଳସାକର ଯାଉଥିବା ବେଳେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ବିଜୟ ଲକ୍ଷ୍ମୀ ଶରଣପୁର ଛକ ନିକଟରେ ଜିଲିବା ଗ୍ରାମର ନରସିଂହ ନାଇକଙ୍କୁ ବାଇକ୍ ଟି ଧକ୍କା ଦେଇଥିଲା । ଫଳରେ ସରୋଜ ଓ କୃଷ୍ଣ ଛିଟିକି ହୋଇ ପଡିଥିଲେ ଏବଂ ନରସିଂହଙ୍କୁ ପଛରେ ଜୋର୍ ରେ ଧକ୍କା ଲାଗି ତଳେ ପଡ଼ିଯାଇଥିଲେ । ଫଳରେ ରାସ୍ତାରେ ଯାଉଥିବା କିଛି ଲୋକ ଏବଂ ନରସିଂହଙ୍କ ପରିବାର…
ରାୟଗଡ ; ତା- ୨୨/୧୧ ( ବିଏମସି ଟିଭି ଓଡ଼ିଆ) ଜିଲ୍ଲା ସ୍ତରୀୟ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମ ଜୟନ୍ତୀ ଶନିବାର ସ୍ଥାନୀୟ ଶାସ୍ତ୍ରୀ ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାୟଗଡ ଉପଜିଲ୍ଲାପାଳ ରମେଶ କୁମାର ଜେନା ମୁଖ୍ଯ ଅତିଥିରୂପେ ଏବଂ ଆବାହକ ଏବଂ ଉପ ନିର୍ଦ୍ଦେଶକ ତଥା ଜିଲ୍ଲାସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ବରେଣ୍ଯ ଅତିଥି ରୂପେ ଶିକ୍ଷାବିତ ଡକ୍ଟର ଦୁଷ୍ମନ୍ତ କୁମାର ମହାନ୍ତି, ଜିଲ୍ଲା ଶିକ୍ଷାଧିକାରୀ ରାମଚନ୍ଦ୍ର ନାହକ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଭଜନଲାଲ ମାଝୀ, ଉତ୍କଳ ସମ୍ମିଳନୀ, ରାୟଗଡ ଶାଖାର ସଭାପତି ତଥା ଆଇନଜୀବୀ ବ୍ରଜସୁନ୍ଦର ନାୟକ, ଅବସରପ୍ରାପ୍ତ ଯୁଗ୍ମ ନିର୍ଦ୍ଦେଶକ ଜଳନ୍ଧର ପୁଷିକା, ସମାଜସେବୀ ସୁଦର୍ଶନ ପାଢୀ,ୱାକରସ କ୍ଲବର ସଭାପତି ଦାଶରଥି ରାଜଗୁରୁ ପ୍ରମୁଖ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମରେ ୱ୍କାକରସ କ୍ଲବ, ବରିଷ୍ଠ ନାଗରିକ ସଂଘ, ବିଭିନ୍ନ ଅନୁଷ୍ଠାନର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ବୁଦ୍ଧିଜୀବୀ…
ବେଲଗୁଣ୍ଠା, ତା-୨୧/୧୧( ବିଏମସି ଟିଭି ଓଡ଼ିଆ) ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ, ଓଷ୍ଟା, ବେଲଗୁଣ୍ଠା ବ୍ଲକ ର ଶିଶୁଉତ୍ସବ ଡ଼. ସଦାନନ୍ଦ ତ୍ରିପାଠୀ ଉଚ୍ଚ ବିଦ୍ୟାଳୟ, ଘୁ. ନୂଆଗାଁ ଠାରେ ସଭାପତି ରବିନାରାୟଣ ଗୌଡ଼ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଧାୟକ ନୀଳମଣି ବିଷୋୟୀ ଯୋଗଦେଇଥିବାବେଳେ ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଫେସର କୃତିବାସ ବିଶ୍ୱାଳ, ସନମାନିତ ଅତିଥିଭାବେ ନିମ୍ମ ମାଧ୍ୟମିକ ଶିକ୍ଷକ ସଂଘ ରାଜ୍ୟ ମୁଖ୍ୟ ଉପଦେଷ୍ଟା ଜଗବନ୍ଧୁ ଜେନା, ଗୋଷ୍ଠୀ ଶିକ୍ଷାଧିକାରୀ ଲୋପାମୁଦ୍ରା ରଥ,ଜିଲ୍ଳା ଓଷ୍ଟା ସଭାପତି ସନ୍ତୋଷ କୁମାର ଜେନା, ସରପଞ୍ଚ ଅଚୁତାନନ୍ଦ ସାହୁ, ଆବାହକ ତଥା ପ୍ରଧାନଶିକ୍ଷକ ସ୍ନେହଲତା ବିଷୋୟୀ, ସମିତିସଭ୍ୟା ଭାଗ୍ୟଲତା ସେଠି, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ମମିତା ପାତ୍ର, ବ୍ଲକ ସମ୍ପାଦକ ତଥା ପ୍ରଧାନଶିକ୍ଷକ ସୂର୍ଯ୍ୟ ନାରାୟଣ ସେଠି ମଂଚାସୀନ ହୋଇ ଓଷ୍ଟl ର ସମସ୍ତ କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହ କୃତୀ…
