ଖୋଦ୍ଧା / ବାଣପୁର ; ତା-୨୫/୧୧ ( ବିଏମସି ଟିଭି ଓଡ଼ିଆ)
ଗତକାଲି ସନ୍ଧ୍ୟାବେଳେ ବାଣପୁର ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ଜାତୀୟ ରାଜପଥ ଉପରେ ଏକ କଣ୍ଟେନରରୁ ବିପୁଳ ପରିମାଣର ଗୋମାଂସ ଜବତ କରିବାରେ ସଫଳ ହୋଇଛି।
ଡାଙ୍ଗୁଆ ଗ୍ରାମର ଜିତେନ୍ଦ୍ର ବିଶ୍ବାଳ ନିଜର ମୋଟରସାଇକେଲରେ ବାଲୁଗାଁ ଆସୁଥିବା ସମୟରେ MH-25-AJ-5330 ନମ୍ବରର ଏକ କଣ୍ଟେନରରୁ ରକ୍ତ ଓ ପାଣି ଝରୁଥିବା ଦୃଶ୍ୟ ଦେଖି ସନ୍ଦେହ କରିଥିଲେ। ସେ ଗାଡିକୁ ପିଛା କରି ଗୋପୀନାଥପୁର ଛକ ଠାରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଗାଡିକୁ ଅଟକ କରି ୧୧୨ କୁ ଫୋନ୍ କରି ପୋଲିସ ସହାୟତା ମାଗିଥିଲେ।

ଘଟଣାସ୍ଥଳରେ ସ୍ଥାନୀୟ ଲୋକ ଚାଲାଣ ଦେଖିବାକୁ ଚାହିଁବାରୁ ଡ୍ରାଇଭର ଓ ହେଲ୍ପର ଲୁହା ରଡ଼ ଓ ଛୁରୀ ଦେଖାଇ ସେମାନଙ୍କୁ ଡରାଇବାକୁ ଚେଷ୍ଟା କରିଥିଲେ।
ଏହି ଖବର ଶୁଣିବା ମାତ୍ରେ ବାଣପୁର ଥାନା ପୋଲିସ ତୁରନ୍ତ ଉକ୍ତ ସ୍ଥାନରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ଡ୍ରାଇଭର ଓ ହେଲ୍ପରକୁ କାବୁ କରି ଗାଡିକୁ ଜବତ କରିଥିଲେ।

ତେବେ ଉକ୍ତ ଗାଡିର ତଲାସି ନେବାରୁ କଣ୍ଟେନର ମଧ୍ୟରେ ପ୍ରାୟ ୬୦୦୦ କିଲୋଗ୍ରାମ ଗୋମାଂସ ଥିବା ଜଣାପଡିଥିଲା। ପ୍ରାଥମିକ ତଥ୍ୟ ଅନୁସାରେ, ଗୋମାଂସ ବୋଝା ଥିବା ଗାଡି କଲକାତାରୁ ହାଇଦ୍ରାବାଦ କୁ ଯାଉଥିବା ଜଣାପଡିଛି।
ବାଣପୁର ପୋଲିସ ଉକ୍ତ ଗାଡିକୁ ଜବତ କରିବା ସହିତ ଅଭିଯୁକ୍ତ ମାନଙ୍କୁ ହେପାଜତ କୁ ନେଇ ଘଟଣାର ତଦନ୍ତ ଜାରି ରଖିଛି।

ବିଏମସି ନ୍ୟୁଜ୍ ଓଡ଼ିଶା।



