ବେଲଗୁଣ୍ଠା, ତା-୨୪/୧୧ ( ବିଏମସି ଟିଭି ଓଡ଼ିଆ)
ରବିବାର ଦିନ ବେଲଗୁଣ୍ଠା ପୋଲିସ୍ ଏକ ବଡ଼ ଧରଣର ଲଘୁ ଖଣିଜ ଚୋରାଚାଲାଣକୁ ରୋକିବାରେ ସକ୍ଷମ ହୋଇଛି । ବେଲଗୁଣ୍ଠା ଥାନା ଅଧିକାରିଣୀ ରେବତୀ ଶବରଙ୍କ ସୂଚନା ପ୍ରକାରେ ରବିବାର ବେଲଗୁଣ୍ଠା ପୋଲିସ୍ ଚଢ଼ାଉ କରି ବାଲି ବୋଝେଇ ହୋଇଥିବା ଦୁଇଟି ଟ୍ରାକ୍ଟର,ଗୋଟିଏ ହାଇୱା ଏବଂ ପଥର ବୋଝେଇ ହୋଇଥିବା ଦୁଇଟି ଟ୍ରାକ୍ଟରରକୁ ଜବତ କରିଛି ।
ଏହାସହିତ ଚାରି ଜଣ ଗାଡ଼ି ଚାଳକଙ୍କୁ ଅଟକ ରଖିଥିବା ବେଳେ ଜଣେ ଗାଡ଼ି ଚାଳକ ଘଟଣା ସ୍ଥଳରୁ ଫେରାର୍ ହେବାରେ ସକ୍ଷମ ହୋଇଛି । ଏନେଇ ବେଲଗୁଣ୍ଠା ଥାନାରେ ୫୫୫/୨୫, ୫୫୬/୨୫, ୫୫୭/୨୫,୫୫୮/୨୫ ଏବଂ ୫୫୭/୨୫ ରେ ପାଞ୍ଚୋଟି ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରହିଥିବା ଥାନା ଅଧିକାରିଣୀ ଶ୍ରୀମତୀ ଶବର ପ୍ରକାଶ କରିଛନ୍ତି ।

ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ରୁ ନାରାୟଣ ପଣ୍ଡାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା ।



