ବାଙ୍କୀ; ତା-୧୨/୦୧ ( ବିଏମସି ଟିଭି ଓଡ଼ିଆ)
ଅଗ୍ରଣୀ ଯୁବ ଅନୁଷ୍ଠାନ ଆଦର୍ଶ ଯୁବ ପରିଷଦ ତରଫରୁ ଯୁବବନ୍ଧୁ ଭବନ ଚକାପଦାଠାରେ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଓ ରାଷ୍ଟ୍ରୀୟ ଯୁବ ଦିବସ ପାଳିତ ହୋଇଯାଇଛି। ପରିଷଦର ଆବାହକ ଅକ୍ଷୟ କୁମାର ସାମଲଙ୍କ ପରିଚାଳନାରେ ଆୟୋଜିତ କାର୍ଯ୍ୟକ୍ରମରେ ସଭାପତି ନିରଞ୍ଜନ ପଣ୍ଡା, ସହ ସମ୍ପାଦକ ବଳଭଦ୍ର ରଣାଙ୍କ ସମେତ ଆଧ୍ୟାତ୍ମିକ ଗୁରୁ କୁମାର ଅମୀୟ (ବୁଲୁ ବାବା), ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ବରିଷ୍ଠ ସାହିତ୍ୟିକ କିଶୋର ନୀଳମାଧବ ମିଶ୍ର, ଶ୍ରୀରାମ କମିଟି ତାଳବସ୍ତର ସଭାପତି ବିଶ୍ୱ ରଞ୍ଜନ ସ୍ବାଇଁ, କବି ତଥା ସଂଗଠକ ଶଶି ଭୂଷଣ ତ୍ରିପାଠୀ, ଅମ୍ରିତ କୁମାର ସାମଲ, ଶଙ୍କର ନାୟକ, ଲିପୁ ପରିଡା, ଓମ ପ୍ରକାଶ ରଣା, ଅର୍ପିତ୍ କୁମାର ସାମଲ, ରାଣୀ ଶୁକଦେଈ ମହିଳା ଗୋଷ୍ଠୀର ଯୁବ ସଦସ୍ୟା ସବିତା ମଲ୍ଲିକଙ୍କ ସମେତ ସଭ୍ୟା ବାସନ୍ତୀ ମନ୍ତ୍ରୀ, ରାଧାରାଣୀ ମନ୍ତ୍ରୀ, ରଘୁନାଥ ସ୍ବଂୟ ସହାୟକ ଗୋଷ୍ଠୀର ସଭାନେତ୍ରୀ ଭାରତୀ ରାଉତ ଓ ସଭ୍ୟା ବିନୋଦିନୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଶିକ୍ଷା ଯଦି ଦେଶର ମେରୁଦଣ୍ଡ ହୋଇଥାଏ ଏବଂ ଯୁବପିଢ଼ି ଦେଶର ଅସଲି ତାକତ ଓ ଶକ୍ତି। ଉଭୟ ଶିକ୍ଷା ଓ ଶକ୍ତି ବଳରେ ସମସ୍ତ ଅସମ୍ଭବ କାର୍ଯ୍ୟକୁ ସମ୍ଭବ ହୋଇ ପାରିବ ବୋଲି ସ୍ବାମୀ ବିବେକାନନ୍ଦ କହିଯାଇଛନ୍ତି। ସେ ପ୍ରଚଣ୍ଡ ଜ୍ଞାନର ଅଧିକାରୀ ଥିଲେ। ତାଙ୍କର ଜନ୍ମ ଦିବସକୁ ସାରା ଭାରତ ବର୍ଷରେ ଜାନୁଆରୀ ମାସ ୧୨ ତାରିଖକୁ ରାଷ୍ଟ୍ରୀୟ ଯୁବ ଦିବସ ଭାବେ ପାଳନ କରାଯାଇଥାଏ। ପରିଶେଷରେ ବରିଷ୍ଠ ସଦସ୍ୟ କଂଗ୍ରେସ ରଣା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ବାଙ୍କୀରୁ ସୁଶାନ୍ତ କୁମାର ନାୟକଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।


