ବନ୍ଧୁଗାଁ ; ତା-୦୧/୦୫ ( ବିଏମସି ଟିଭି ଓଡ଼ିଆ)
ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ଆଲମଣ୍ଡା ଠାରେ ଆଦିବାସୀ ସଙ୍ଘ ଦ୍ୱାରା ଅନ୍ତର୍ଜାତିୟ ଶ୍ରମିକ ଦିବସ ପାଳନ ହୋଇଯାଇଛି । ଆଜିର ଏହି ଅନ୍ତର୍ଜାତିୟ ଶ୍ରମିକ ଦିବସର ମୁଖ୍ୟ ବକ୍ତା ଭାବରେ ଜିଲ୍ଲା ସଭାନେତ୍ରୀ କଣ୍ଡାଗୋରୀ ପାଇଡ ଆମା ଯୋଗଦେଇଥିଲେ । ଆଜିର ଶ୍ରମିକ ଦିବସ ବନ୍ଧୁଗାଁ ଖଣ୍ଡ (ଏଆଇକେଏମକେଏସ )ର ବ୍ଲକ ସଭାନେତ୍ରୀ ସୁରାମା ପୀଡିକାଙ୍କ ନେତୃତ୍ୱରେ ପ୍ରଥମେ ପତାକା ଉତ୍ତଳନ ହୋଇଥିଲା । ଜି ଅନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସରେ ବନ୍ଧୁଗାଁ ବ୍ଲକର ୧୩ ଗୋଟି ପଞ୍ଚାୟତରୁ ଅତି କମରେ ଦୁଇଶହରୁ ଉର୍ଦ୍ଧ ଶ୍ରମିକ ଉପସ୍ଥିତ ରହିଥିଲେ ।

ଆଜିର ଦିନରେ ସାରା ଦେଶରେ କାହିଁକି ଅନ୍ତଃରାଷ୍ଟ୍ରୀୟ ଶ୍ରମିକ ଦିବସ ଭାବରେ କାହିଁକି ପାଳନ କୋରାଯାଇଥାଏ ତାହା ବିଷୟରେ ଭାଷଣ ଦେଇ ଶ୍ରମିକ ମାନଙ୍କୁ ବୁଝେଇ ଥିଲେ । ଏଥିସହ ବନ୍ଧୁଗାଁ ବ୍ଲକରେ ବହୁବର୍ଷ ଧରି ଏ ଆଇକେଏମଏସ କେଏସ ମାନଙ୍କ ଦ୍ୱରା ଜଙ୍ଗଲ ଜମି ଓ ଡଙ୍ଗର ଜଙ୍ଗଲ ଚାଷ ଜମି ଓ ଅନାବାଦୀ ଜମି ପଟ୍ଟା ଦିଅ ଯିବା ପାଇଁ ଦାବି କରି ରାଲିସହ ବନ୍ଧୁଗାଁ ତୋହସିଲଦାରଙ୍କୁ ବହୁବାର ଲିଖିତ ଭାବରେ ଦରଖାସ୍ତ ଦିଆଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସରକାର ଶୁଣୁନଥିବା ଓ ଛାତ୍ରଛାତ୍ରୀ ଙ୍କ ପାଠ ପଢା ପାଇଁ ଜାତି ଗତ ପ୍ରମାଣ ପତ୍ର ପାଇଁ ଜମି ପଟ୍ଟା ବାଧ୍ୟତା ମୂଳକ କରୁଥିବା ହେତୁ ପ୍ରମାଣ ପତ୍ର ପାଇବାରେ ମଧ୍ୟ ସାତ ସ୍ବପ୍ନ ହୋଇ ଯାଉଛି ବୋଲି ଆଜିର ଅନ୍ତ ରାଷ୍ଟ୍ରୀୟ ଶ୍ରମିକ ଦିବସରେ ଆଲୋଚନା କୋରାଯାଇଥିଲା ।

ଏପଟେ ଦେଶରେ ସମସ୍ତ ସ୍ଥାନରେ ଯେମିତି ବଡ଼ ବଡ଼ କଳ କାରଖାନା, କୋଟି କୋଟି ଟଙ୍କାର କମ୍ଫାନୀରେ ତିଆରି ହୋଉଥିବା ଜିନିଷ ପତ୍ର, ବ୍ରିଜ କାମ, ଘର ଓ କୋଠା କାମ, ଦୈନିକ କାମ, ଚାଷରେ ନିୟୋଜିତ ଚାଷୀ ଭାବରେ ସମସ୍ତ କ୍ଷେତ୍ରରେ ଦୈନିକ ଶ୍ରମିକ ବିନା କିଛି ହୁଏନାହିଁ । ଶ୍ରମିକ ବିନା କୌଣସି କାର୍ଯ୍ୟ ଆଗକୁ ଚାଲେନାହିଁ କି ଦେଶବାସୀ ବହୁ ସ୍ଥାନରେ ଶ୍ରମିକ ଅଭାବ ହେଲେ କ୍ଷୟକ୍ଷତି ସହିବାର ଦେଖା ଯାଇଥାଏ । ଏଥିଯୋଗୁଁ ପୃଥିବୀରେ ଶ୍ରମିକ ମାନଙ୍କ ଦୈନିକ ୮ ଘଣ୍ଟା କାମ ପାଇଁ ତାଙ୍କ ପାରିଶ୍ରମିକୁ ନେଇ ଦୈନିକ ମୋଜୁରୀ ଭାବରେ ଖଟୁଥିବା ଶ୍ରମିକ ଙ୍କୁ ଅତି କମରେ ଦୈନିକ ୬୦୦ ଟଙ୍କା ଦିଅଯାଉ ବଲି ସାଧାରଣ ଭାବରେ ଆଜି ଶ୍ରମିକ ଦିବସ ଉପଲକ୍ଷେ ଦାବି କରିଥିଲେ ।

ଏଥିରେ ତେଲେଙ୍ଗାନା ରାଜ୍ୟର ଏଆଇକେଏମକେଏସ ର ରାଜ୍ୟ ସଭାପତି ରାହୁଲ ସୁନ୍ଦ୍ରା, ଓଡିଶା ରାଜ୍ୟ ସମ୍ଫାଦକ ଶ୍ରୀକାନ୍ତ ମହାନ୍ତି, କୋରାପୁଟ ଜିଲ୍ଲାରଉପ ସଭାପତି ପିଡ଼ିକା ସୁରାମା , ଏଆଇକେ ଏମକେଏସ ର ସଭାନେତ୍ରୀ କଣ୍ଡାଗୋରୀ ପଇଡ଼ଆମା, କାଡ୍ରାକା ଆଦାନା, ଶ୍ରୀନୁ ମାଣ୍ଡିଙ୍ଗ, ଦମ୍ବୁ କଣ୍ଡାଗୋରୀ, କିରମକାଡ୍ରାକା ଗାୟକ ନେତା, ଅବାହକ ସୁବାରାଓ କେଣ୍ଡରୁକା ଓ ମାଲି କେଣ୍ଡରୁକା, କାଣ୍ଟୁ କେଣ୍ଡରୁକା, ଓ ଅଞ୍ଚଳରୁ ଆସିଥିବା ୨ ଶହରୁ ଉର୍ଦ୍ଧ ଶ୍ରମିକ ଯୋଗଦେଇ ଆଜିର ଅନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସକୁ ସୁରୁଖୁରୁରେ ଶେଷ କରିଥିଲେ ।
କୋରାପୁଟ ଜିଲ୍ଲା ବନ୍ଧୁଗାଁ ରୁ ମାଲି କେନ୍ଦ୍ରୁକା ଙ୍କ ରିପୋର୍ଟ ବିଏମସି ନ୍ଯୁଜ୍ ଓଡ଼ିଶା ।


