ଭୁବନେଶ୍ବର ; ୧୩/୦୬ ( ବିଏମସି ଟିଭି ଓଡ଼ିଆ)
ଏଣିକି ଘର ମାଲିକ ମନଇଚ୍ଛା ଘରଭଡ଼ା ବଢ଼ାଇ ପାରିବେ ନାହିଁ କିମ୍ବା ଭଡ଼ାଟିଆଙ୍କୁ ବାହାର କରିପାରିବେ ନାହିଁ । ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଯୁଦ୍ଧ ପାଇଁ ଭଡ଼ାଘର କ୍ଷତିଗ୍ରସ୍ତ ହେଲେ, ମରାମତି ନ ହେବା ଯାଏ ଘରଭଡ଼ା ଛାଡ଼ କରିବାକୁ ହେବ। କୌଣସି ପରିସ୍ଥିତିରେ ବି ଘର ମାଲିକ ଭଡ଼ାଟିଆଙ୍କ ପାଣି, ବିଦ୍ୟୁତ୍, କିମ୍ବା ଗ୍ୟାସ ଭଳି ଅତ୍ୟାବଶ୍ୟକ ସେବା ବନ୍ଦ କରିପାରିବେ ନାହିଁ। ପ୍ରାୟ ୫୦ ବର୍ଷର ପୁରୁଣା ଘରଭଡ଼ା ଆଇନରେ ରାଜ୍ୟ ସରକାର ସଂଶୋଧନ କରି ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଆଇନ-୨୦୨୬ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହାର ଚିଠା ଆଇନ ପ୍ରସ୍ତୁତ କରାଯାଇ ଜନସାଧାରଣଙ୍କ ମତାମତ ଲୋଡ଼ାଯାଇଛି। ଆଗାମୀ ୧୫ ଦିନ ମଧ୍ୟରେ ଜନସାଧାରଣ ନଗର ଉନ୍ନୟନ ବିଭାଗର
ଯଥେଷ୍ଟ କାରଣ ବିନା ବାହାର କରି ପାରିବେନି
ବନ୍ଦ କରିହେବନି ପାଣି, ବିଦ୍ୟୁତ୍ ଭଳି ଅତ୍ୟାବଶ୍ୟକ ସେବା
ବିବାଦ ସମାଧାନ ପାଇଁ ଗଠନ ହେବ ଟ୍ରାଇବୁନାଲ, ରେଣ୍ଟ କୋର୍ଟ
ଆବାସିକ ପାଇଁ ସର୍ବାଧୂକ୨ ମାସ ଓ ବ୍ୟାବସାୟିକ ଘର ପାଇଁ
୬ ମାସର ଆଗୁଆ ଭଡ଼ା ଜମା
ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ହେଲେ ଭଡ଼ା ଦେବା ଜରୁରୀ ନୁହେଁ
ଇ-ମେଲ୍ ଯୋଗେ ଆପତ୍ତି, ଅଭିଯୋଗ ଦାଖଲ କରିପାରିବେ ବୋଲି କୁହାଯାଇଛି।
ଚିଠା ଆଇନରେ କୁହାଯାଇଛି, ଘରଭଡ଼ା ବିବାଦର ସମାଧାନ ପାଇଁ ଜିଲା ଜଜ୍ଙ୍କୁ ନେଇ ରେଣ୍ଟ ଟ୍ରାଇବୁନାଲ ଗଠନ କରାଯିବ। ଉପଜିଲାପାଳ ପାହ୍ୟାର ଅଧିକାରୀ ରେଣ୍ଟ ଅଥରିଟି ଓ ଅତିରିକ୍ତ ଜିଲାପାଳ ‘ରେଣ୍ଟ କୋର୍ଟ’
ଭାବେ ଦାୟିତ୍ୱ ପାଇବେ । ଏହି କୋର୍ଟଗୁଡ଼ିକରେ ସାଧାରଣ ସିଭିଲ କୋର୍ଟର କୌଣସି ଅଧିକାର ରହିବ ନାହିଁ । ଏଠାରେ କେବଳ ଘରଭଡ଼ା ଉପରେ ହିଁ ବିଚାର କରି ୩୦ରୁ ୯୦ ଦିନ ମଧ୍ୟରେ ରାୟ ପ୍ରକାଶ ପାଇବ। ଘରଭଡ଼ା କେବଳ ଭଡ଼ା ଚୁକ୍ତିନାମାର ସର୍ଭ ଅନୁସାରେ ବୃଦ୍ଧି କରାଯାଇ ପାରିବ। ଘର ମାଲିକ ଭଡ଼ା
ଘରେ ଯଦି କିଛି ବଡ଼ ଧରଣର ନିର୍ମାଣ କାର୍ଯ୍ୟ କରନ୍ତି, ତା’ ହେଲେ କାମ ସରିବାର ଏକ ମାସ ପରେ ପରସ୍ପର ସହମତିରେ ଭଡ଼ା ବଢ଼ିପାରିବ।
ସେହିପରି ଆବାସିକ ଘର ପାଇଁ ସର୍ବାଧୂକ ଦୁଇ ମାସର ଭଡ଼ା ଓ ବ୍ୟବସାୟିକ ଘର ପାଇଁ ସର୍ବାଧିକ ଛଅ ମାସର ଭଡ଼ା ସିକ୍ୟୁରିଟି ଭାବେ ଘର ମାଲିକ ନେଇପାରିବେ । ଘର ଖାଲି କରିବା ସମୟରେ ବକେୟା ଦେୟ କାଟିବା ପରେ ଏହି ଅର୍ଥ ତୁରନ୍ତ ଫେରସ୍ତ କରିବାକୁ ପଡ଼ିବ । ଘର ଭଡ଼ା ଦେବା ପାଇଁ ଚୁକ୍ତିନାମା ସ୍ଵାକ୍ଷର କରିବା ବାଧ୍ୟତାମୂଳକ ହେବ। ଚୁକ୍ତିନାମା ସ୍ବାକ୍ଷରିତ ହେବାର ଦୁଇ ମାସ ମଧ୍ୟରେ ଘର ମାଲିକ ଓ ଭଡ଼ାଟିଆ ମିଳିତ ଭାବେ ନିର୍ଦ୍ଧାରିତ ଫର୍ମରେ ସ୍ଥାନୀୟ ରେଣ୍ଟ ଅଥରିଟି ଓ ସ୍ଥାନୀୟ ଥାନା ଅଧିକାରୀଙ୍କୁ ଚୁକ୍ତିନାମା ସମ୍ପର୍କରେ ଅବଗତ କରାଇବା ବାଧ୍ୟତାମୂଳକ !
ହେବ। ରେଣ୍ଟ ଅଥରିଟି ଏହି ତଥ୍ୟ ପୋର୍ଟାଲରେ ଅପଲୋଡ୍ କରିବେ । ଏହାର ସାତ ଦିନ ମଧ୍ୟରେ ଉଭୟ ପକ୍ଷଙ୍କୁ ଏକ ସ୍ବତନ୍ତ୍ର ୟୁନିକ୍ ଆଇଡି ମିଳିବ। ପୋର୍ଟାଲରେ ଉପଲବ୍ଧ ଥିବା ଭଡ଼ାଟିଆ ଓ ମାଲିକଙ୍କ ସୂଚନା ସମ୍ପର୍କରେ ପୁଲିସ ଜାଣିପାରିବ। ଭଡ଼ା ଚୁକ୍ତିନାମା ନଥ୍ଲେ ଉଭୟ ପକ୍ଷ ଆଇନଗତ ସହାୟତା ପାଇବେ ନାହିଁ I ଘର ମାଲିକ କିମ୍ବା ତାଙ୍କ ପ୍ରତିନିଧ ଭଡ଼ା ଘରେ ଯାଞ୍ଚ, ମରାମତି ପାଇଁ ଆସିବା ପୂର୍ବରୁ ଅତିକମରେ ୨୪ ଘଣ୍ଟା ପୂର୍ବରୁ ଲିଖୁତ କିମ୍ବା ଡିଜିଟାଲ ନୋଟିସ ଦେବେ। ସେହିପରି ସୂର୍ଯ୍ୟାସ୍ତ ପରେ ଘର ଭିତରକୁ ପ୍ରବେଶ ବେଆଇନ ବିବେଚନା ହେବ। ଯଦି ପ୍ରାକୃତିକ କିମ୍ବା ମତ୍ସ୍ୟଷକୃତ ଯୋଗୁଁ ଭଡ଼ା ଘରେ ରହିବା ସମ୍ଭବ ନ ହୁଏ, ତା’ ହେଲେ ସିକ୍ୟୁରିଟି ଜମା ୧୫ ଦିନ ମଧ୍ୟରେ ଫେରସ୍ତ କରିବାକୁ ହେବ।
ସେହିପରି ବଡ଼ ଧରଣର ମରାମତି, ରଙ୍ଗଦେବା, ପାଇପ୍ ବଦଳାଇବା, ବିଦ୍ୟୁତ ସରବରାହ ଆଦି ଦାୟିତ୍ୱ ଘର ମାଲିକଙ୍କ ଉପରେ ରହିବ। ପାଣି ଟ୍ୟାପ୍ଟ, ଡ୍ରେନ୍ ସଫା, ବେସିନ, ଗିଜର ବା ଛୋଟ ବିଦ୍ୟୁତ୍ ମରାମତି ଭଳି କାମ ଭଡ଼ାଟିଆ କରିବେ। ଯଦି କୌଣସି ପକ୍ଷ ଏଥ୍ରେ ଅବହେଳା କରନ୍ତି, ତେବେ ଅନ୍ୟ ପକ୍ଷ ନିଜେ ଖର୍ଚ୍ଚ କରି ସେହି ଅର୍ଥ ଭଡ଼ା କିମ୍ବା ସିକ୍ୟୁରିଟି ଜମାରୁ କାଟିପାରିବେ । କିନ୍ତୁ ତାହା ମାସିକ ଭଡ଼ାର ୫୦ ପ୍ରତିଶତରୁ ଅଧିକ ହେବ ନାହିଁ I ହଇରାଣ କରିବା ଉଦ୍ଦେଶ୍ୟରେ ମିଥ୍ୟା ଅଭିଯୋଗ କଲେ ଜୋରିମାନା ବାବଦରେ ଭଡ଼ାଟିଆ ଦୁଇଗୁଣ ଭଡ଼ା ଦାଖଲ କରିବେ । କ୍ରମାଗତ ଦୁଇ ମାସ କିମ୍ବା ଅଧିକ ସମୟ ଭଡ଼ା ଅର୍ଥ ନ ଦେବା, ବିନା ଅନୁମତିରେ ଅନ୍ୟକୁ ଭଡ଼ାରେ ଦେବା, ସମ୍ପତ୍ତିର ଅପବ୍ୟବହାର, ସାଧାରଣ ଲୋକଙ୍କୁ ସମସ୍ୟାରେ ପକାଇଲେ, ବିନାନୁମତିରେ ବଡ଼ ଧରଣର ନିର୍ମାଣ କରିବା ଭଳି କାରଣ ଥୂଲେ; ଘର ମାଲିକ ଭଡ଼ାଟିଆଙ୍କ ବିରୋଧରେ ରେଣ୍ଟ କୋର୍ଟଙ୍କ ଦ୍ବାରସ୍ଥ ହୋଇ ଉଚ୍ଛେଦ ଆଦେଶ ଆଣିପାରିବେ । ଯଦି ଚୁକ୍ତି ଶେଷ ହେବା ପରେ ବି ଭଡ଼ାଟିଆ ଘର ଖାଲି ନ କରନ୍ତି, ତେବେ ପ୍ରଥମ ଦୁଇ ମାସ ପାଇଁ ଦୁଇଗୁଣ ଭଡ଼ା ଓ ତା’ ପରେ ଚାରିଗୁଣ ବଦ୍ଧିତ ଭଡ଼ା ଦେବାକୁ ବାଧ୍ଯ ହେବେ। ଭଡ଼ାଟିଆ ଘର ଛାଡ଼ିବାକୁ ଚାହୁଁ ଥିଲେ ଅତିକମରେ ଏକମାସ ପୂର୍ବରୁ ନୋଟିସ ଦେବେ।
ବିଏମସି ନ୍ଯୁଜ୍ ଓଡ଼ିଶା ।

