ବୋଲଗଡ଼ ; ତା-୨୦/୦୪ ( ବିଏମସି ଟିଭି ଓଡ଼ିଆ) ବୋଲଗଡ଼ ବ୍ଳକ ଅନ୍ତର୍ଗତ ପିଚୁକୁଳି ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ୧୦ମ ଶ୍ରେଣୀ ସି.ବି.ଏସ.ସି. ପରୀକ୍ଷା୨୦୨୬ରେ ଶତକଡା ୯୦ରୁ ଉର୍ଦ୍ଧ୍ବ ନମ୍ବର ରଖିଥିବା ୨୩ଜଣ ଛାତ୍ରଛାତ୍ରୀଙ୍କୁ ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ସୋମବାର ଦିନ ଉକ୍ତ ବିଦ୍ୟାଳୟ ପରିସରରେ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ଅଧ୍ୟକ୍ଷ ତାପସ ଦ୍ୱିବେଦୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁ ମୁଖ୍ୟ ଅତିଥି, ପ୍ରାକ୍ତନ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ ପଦ୍ମଚରଣ ବେହେରା , ନୟାଗଡ଼ ଜିଲ୍ଲା ଗଣିଆ ସ୍ଥିତ ଅଧିକାର ଶିଳ୍ପ ତାଲିମ କେନ୍ଦ୍ର ଅଧ୍ୟକ୍ଷ ଇଂଜିନିୟର କର୍ପୂର ସାହୁ , ସାଗରଗୁଆ଼଼ନ୍ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ରବୀନ୍ଦ୍ର କୁମାର ବେହେରା , ସ୍ଥାନୀୟ ସାଧନ କେନ୍ଦ୍ର ସଂଯୋଜକ ଲୋକନାଥ ସାହୁ ପ୍ରମୁଖ …
Author: bmcnews
ମାଲକାନଗିରି ;ତା-୨୦/୦୪ (ବିଏମସି ଟିଭି ଓଡ଼ିଆ) କୁଡୁମୁଲୁଗୁମ୍ମା ତହସିଲ ଅନ୍ତର୍ଗତ ପରକାନମାଳା ପଞ୍ଚାୟତର ସିରିପେଟା ଗ୍ରାମ ସ୍ଥିତ ଦୟଣା ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପରିସରରେ ଅକ୍ଷୟ ତୃତୀୟା ପାଳିତ ହୋଇଯାଇଛି । ପ୍ରକାଶ ଥାଉକି ବୈଶାଖ ଶୁକ୍ଳ ତୃତୀୟା ଦିନଟି ଅକ୍ଷୟ ତୃତୀୟା ଭାବେ ପରିଚିତ । ଏହି ଦିନକୁ ଔପଚାରିକ ଭାବେ ସରକାରୀ ସ୍ତରରେ କୃଷକ ଦିବସ ରୂପେ ପାଳନ କରାଯାଏ । କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧି ର ଦିବସ ଭାବେ ପାଳନ କରିଥାନ୍ତି । କୃଷକ ଏହିଦିନ ଅମୃତ ବେଳାରେ ଅକ୍ଷିମୁଠି (ଅକ୍ଷୟମୁଠି) ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାଏ । ଶୁଭଦିନ ଭାବେ ମନେକରି ଏହିଦିନ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ପ୍ରଭୃତି ଶୁଭକର୍ମ ଅନୁଷ୍ଠିତ ହୁଏ । ଚାଷୀ ନିଜ ସ୍ତ୍ରୀଠାରୁ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ନୂଆ ଗଉଣିକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ…
ବାଙ୍କୀ ; ତା-୧୭/୦୪ ( ବିଏମସି ଟିଭି ଓଡ଼ିଆ) ବାଙ୍କୀ ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ବାଙ୍କୀ ର ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶୁଭ୍ରାଂଶୁ ମୋହନ ପାଢ଼ୀ ଙ୍କ ନେତୃତ୍ୱ ଓ କେନ୍ଦ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଲୋକାଭିମୁଖୀ କାର୍ଯ୍ୟରେ ଅନୁପ୍ରାଣିତ ଓ ଆସ୍ତା ପ୍ରକଟ କରି ସୁବର୍ଣ୍ଣପୁର ମଣ୍ଡଳ ବନ୍ଦାଳ ପଞ୍ଚାୟତର ତେନ୍ତୁଳିଆ ଗ୍ରାମର ସୁବ୍ରତ କୁମାର ରାଉତ ଓ ରାମଚନ୍ଦ୍ର ନାୟକ ଙ୍କ ନେତୃତ୍ୱ ରେ ବ ବିଜେଡି ଦଳ ନେତା ଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ପ୍ରକଟ କରି ଶରତ ବେଉରା , ରମେଶ ନାୟକ ସୁରେନ୍ଦ୍ର କୁମାର ବେଉରା , ଲଷ୍ମୀଧର ରାଉତ , ବିଶ୍ୱଜିତ ଦ୍ଵାରି , ପ୍ରଶାନ୍ତ ଗୋଛି ଙ୍କ ସମେତ ୨୦ ରୁ ଉର୍ଦ୍ଧ୍ବ ଯୁବ ପ୍ରତିଭା ମାନେ ଆସି…
ଭୁବନେଶ୍ବର: ରାଜ୍ୟରେ କଲବଲ କରୁଛି ତାତି । ଆଗାମୀ ସପ୍ତାହରେ ଆହୁରି ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବା ସମ୍ଭାବନା ରହିଛି । ଆସନ୍ତା ପାଞ୍ଚ ଦିନ ଯାଏ ତାତିରୁ ନାହିଁ ତ୍ରାହି । ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ଗରମ ସହ ହିଟ୍ ୱେଭ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ଆଜି ୩ ଜିଲ୍ଲା ସୁନ୍ଦରଗଡ ସମ୍ବଲପୁର ଓ ବଲାଙ୍ଗୀରରେ ରାତିରେ ହିଟ୍ ୱେଭ୍ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୧୦ ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ ହୋଇଛି । ଆଜି ବି ରାଜ୍ୟରେ ପ୍ରବଳ ଖରା ଗରମ ଓ ଗୁଳୁଗୁଳି ଅନୁଭୂତ ହୋଇଛି । ପ୍ରବଳ ଗରମ ଓ ଗୁଳୁଗୁଳିକୁ ନେଇ ବାଲେଶ୍ୱର, ଭଦ୍ରକ,ଯାଜପୁର, କେନ୍ଦ୍ରାପଡା,କଟକ, ଖୋର୍ଦ୍ଧା, ପୁରୀ ,ନୟାଗଡ, ଜଗତସିଂହପୁର,ଗଂଜାମ ଓ ଗଜପତି ଏହି ୧୧ ଜିଲ୍ଲାକୁ ଉଷ୍ମ ଓ ଆଦ୍ର ସ୍ଥିତି ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି…
ବାଙ୍କୀ ;ତା-୧୯/୦୪(ବିଏମସି ଟିଭି ଓଡ଼ିଆ) କ୍ରୀଡା ଭିତରେ ଫ୍ଲଡ଼ କ୍ରିକେଟ ମ୍ୟାଚ ର ମଜା ନିଆରା।ଗତକାଲି ଡମପଡା ବ୍ଲକ ଶିମିଳିପୁର ଠାରେ ଫ୍ଲଡ଼ ଲାଇଟ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତା ରେ ଆଠଟି ଦଳ ଅଂଶଗ୍ରହଣ କରିଥିଲେ । ଡମପଡା କେନ୍ଦ୍ର ସମବାୟ ବ୍ୟାଙ୍କ ର ନିର୍ଦେଶକ ଅଜୟ କୁମାର ରାଉତ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ସମସ୍ତ ଲିଗ ମ୍ୟାଚ ଖୁବ ଚିତାକର୍ଷକ ହୋଇଥିଲା ଏବଂ ଫାଇନାଲ ମ୍ୟାଚ ଦର୍ଶକ ଙ୍କ ଉତ୍କଣ୍ଠା ବଢ଼ାଇଦେଇଥିଲା। ଫାଇନାଲ ମ୍ୟାଚ ଶିମିଳିପୁର ଓ ପାଟପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।ପ୍ରଥମେ ବ୍ୟାଟିଂ କରି ଶିମିଳିପୁର ଦଳ ୪୨ ରନ ସଂଗ୍ରହ କରିଥିଲା। ପ୍ରତିବଦଳରେ ପାଟପୁର ଦଳ ୩ଉଇକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ବିଜୟୀ ହୋଇଥିଲା ବିଜୟୀ ଦଳକୁ ନଗଦ ୩ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରିଥିଲେ ଏବଂ ରନର୍ସ ଅଫ ଦଳ କୁ…
ଯୁବକକୁ ଦଳି ଦେଲା ଦନ୍ତା ହାତୀ। ଜଟଣୀ ;ତା-୧୭/୦୪(ବିଏମସି ଟିଭି ଓଡ଼ିଆ) ବେଗୁନିଆ ହଜ ଅଞ୍ଚଳରେ ହାତୀ ଆକ୍ରମଣରେ ଜଣେ ମୃତ। ମୃତ ଯୁବକ ଜଣକ ହେଲେ ନିଧିପୁର ଆଦିବାସୀ ସାହିର ସୁଶାନ୍ତ ପ୍ରଧାନ। ସୂଚନା ଅନୁଯାୟୀ ସୁଶାନ୍ତ ଜଣେ ଟେଣ୍ଟହାଉସ କର୍ମଚାରୀ ହୋଇଥିବା ବେଳେ ନିଜର କାମ ସାରି ରାତିରେ ଘରକୁ ଫେରୁଥିବା ସମୟରେ କଲରାଝର ରାସ୍ତାରେ ଏକ ଦନ୍ତାର ସମ୍ମୁଖୀନ ହୋଇଥିଲେ। ଦନ୍ତା ହାତୀଟି ଯୁବକକୁ ଆକ୍ରମଣ କରିବାରୁ ଯୁବକ ଜଣକ ତଳେ ପଡ଼ିଯାଇଥିଲେ , ତେବେ ଦନ୍ତା ଯୁବକୁ ଦଳି ମାରିଦେଇଥିବା ଜଣା ପଡ଼ିଛି। ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ ଜଣେ ଯୁବକକୁ ଦନ୍ତା ଆକ୍ରମଣ କରି ମାରିଥିବା ବେଳେ ଆଜି ମଧ୍ୟ ଏହି ଘଟଣା ଦେଖିବାକୁ ମିଳିଛି। ତେବେ ଯୁବକର ମୃତୁ ଘଟଣାକୁ ନେଇ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ତୁରନ୍ତ କ୍ଷତି ପୂରଣ ସହିତ ହାତୀ ଘଉଡାଇ ବାକୁ ସ୍ଥାନୀୟ ଲୋକେ…
ବ୍ଳକ ସ୍ତରୀୟ କର୍ମଶାଳା ଅନୁଷ୍ଠିତ । ରାୟଗଡ଼ା ;ତା-୧୮/୦୪(ବିଏମସି ଟିଭି ଓଡ଼ିଆ) ରାୟଗଡା ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ନିମନ୍ତେ ଗ୍ରାମ ପଞ୍ଚାୟତ ସ୍ତରରେ ଦୀର୍ଘସ୍ଥାୟୀ ଯୋଜନା ପ୍ରସ୍ତୁତି ସମ୍ପର୍କିତ ବ୍ଳକ ସ୍ତରୀୟ କର୍ମଶାଳା ଶନିବାର ଅନୁଷ୍ଠିତ ହୋଇ ଯାଇଛି । ବ୍ଳକ ସଦଭାବନା ଗୃହରେ ଆୟୋଜିତ ଏହି କର୍ମଶାଳାକୁ ବିଡିଓ ସୁଜିତ କୁମାର ମିଶ୍ର ଉଦଘାଟନ କରିଥିଲେ ।ରାଜ୍ୟ ସ୍ତରୀୟ ସମ୍ବଳ ବ୍ୟକ୍ତିତ୍ୱ ଶ୍ରୀଯୁକ୍ତ ତ୍ରିବିକ୍ରମ ରଥ, ଏବିଡିଓ କାଳୁଚରଣ ନାୟକ, ଜିପିଡିଓ ସ୍ମୃତିରେଖା ନାୟକ, ସମ୍ବଳ ଶିକ୍ଷକ ନୀଳାଞ୍ଚଳ ମିଶ୍ର ଓ ପେସା ସଂଯୋଜକ ଯୋଗେନ୍ଦ୍ର ନାୟକ ଏହି ତାଲିମ ପ୍ରଦାନ କରିଥିଲେ । ଜଙ୍ଗଲ ବିଭାଗ, ମହିଳା ଓ ଶିଶୁ ବିକାଶ, ନିର୍ବାଚିତ ପ୍ରତିନିଧି, ବନ ସୂରକ୍ଷା ସମିତି କର୍ମକର୍ତ୍ତା ଏଥିରେ ଅଂଶଗ୍ରହଣ କରିଥିଲେ। ଜଳବାୟୁ ପରିବର୍ତ୍ତନ ଯୋଗୁଁ ସମାଜରେ ଜୀବନ ଧାରଣ କଷ୍ଟକର ହୋଇପଡୁଛି । ଆମ ଜୀବନକାଳ ମଧ୍ୟରେ ପ୍ରକୃତି ନିଜର ରୂପ ଗୁଣରେ ଅନେକ…
ରାୟଗଡ଼ା ; ତା-୧୭/୦୪ ( ବିଏମସି ଟିଭି ଓଡ଼ିଆ) ରାୟଗଡା ଜିଲ୍ଲାରେ ଏପ୍ରିଲ ଷୋହଳ ତାରିଖରୁ ଆରମ୍ଭ ହେଲା ଗୃହ ଗଣନା । ଏପ୍ରିଲ ଷୋହଳ ରୁ ଅଠର ତାରିଖ ମଧ୍ୟରେ ସମସ୍ତ ଗୃହକୁ ନମ୍ବର ଦିଆଯିବା ସହ ପ୍ରତି ଗୃହ ଗଣନା ବ୍ଳକର ମ୍ୟାପ୍ ପ୍ରସ୍ତୁତି କାର୍ଯ୍ୟ ଚାଲୁରହିଛି । ପ୍ରଥମ ଦିନରେ ରାୟଗଡ଼ ବ୍ଲକର ସମସ୍ତ ଗ୍ରାମ ଓ ପଡା ଗୁଡିକ ଗଣନାକାରୀ ଓ ସୁପରଭାଇଜର ପରିଦର୍ଶନ କରି ଅବସ୍ଥିତି ଅନୁସାରେ ଗୃହ ଗୁଡିକୁ ସଂଖ୍ୟାୟନ କରିବା ସହ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ରାୟଗଡ଼ ବ୍ଳକର ମୋଟ ଚାରିଶହ ଦଶ ଗୋଟି ଗୃହ ଗଣନା ବ୍ଳକ ନିମନ୍ତେ ଦୁଇ ଶହ ଚୌରାଳିଶି ଜଣ ଗଣନାକାରୀ ଓ ବୟାଳିଶି ଜଣ ପରିଦର୍ଶକ ନିଯୁକ୍ତ ହୋଇଥିବା ତହସିଲଦାର ତଥା ଚାର୍ଜ ଅଧିକାରୀ ପ୍ରିୟଦର୍ଶିନୀ ସ୍ଵାଇଁ ପ୍ରକାଶ କରିଛନ୍ତି । ପ୍ରଥମ ଦିନରେ ଏକତୃତୀୟାଂଶ କାର୍ଯ୍ୟ ସମ୍ପାଦନ ହୋଇଥିବା…
ବନ୍ଧୁଗାଁ ; ତା-୧୭/୦୪ ( ବିଏମସି ଟିଭି ଓଡ଼ିଆ) କୋରାପୁଟ ଜିଲ୍ଲା ଅନ୍ତର୍ଗତ ବନ୍ଧୁଗାଁରେ ତସିଲଦାରକୁ ବିଭିନ୍ନ ଦାବିନେଇ ଚାଷୀ ମୂଲିଆ ସଂଘ ତରଫରୁ ଦାବିପତ୍ର ପ୍ରଦାନ କରିଛନ୍ତି । ଜଙ୍ଗଲ ଆଦିକାରୀ ଆଇନକୁ ୨୦୦୬ର ଅନୁଯାୟୀ ସିଜିମାଳୀରେ ଆଦିବାସୀ ମାନଂକୁ ଜଙ୍ଗଲ ଆଦିକାରୀ ସୁନିଶ୍ଚିତ ହେଇନାହିଁ। ବ୍ୟକ୍ତିଗତ ଓ ଗୋଷ୍ଟିଗତ ଆଧିକାର ଦାବିକୁ ଏଯାଏ ସ୍ବିକ୍ରୁତି ଦିଆଯାଇନି। ପୋଲିସ ଦମନ ବନ୍ଦ କରାଯାଉ, ବେଦାନ୍ତ କମ୍ପାନୀ ବନ୍ଦ କରାଯାଉ। ଆଦିବାସୀ ମାନଂକୁ ଜଳ, ଜମି, ଜଙ୍ଗଲ ପରିବେଶ ଅଧିକାର ଦିଆଯାଉ। ଦାବି ଗୁଡିକ ହେଲା:୧.ସିଜିମାଳିରେ ସରକାର ଗ୍ରାମ ଶୋଭା ଜାଲିଆତିର ତଦନ୍ତ ବନ୍ଦ କରାଯାଉ। ୨.ଗଣତାନ୍ତ୍ରିକ ଭାବେ ଅନ୍ଦୋଳନ କୁ କରୁଥିବା ଲୋକକୁ ଉପେର ପୋଲିସ ଦାମନ ତୁରୁନ୍ତୁ ବନ୍ଦ କରାଯାଉ। ୩.ମାଳି ପାଵର୍ତ (ସିମିଲିଗୁଡା), ସେରିବନ୍ଦ (ପୋଟାଙ୍ଗୀ ), କୁତ୍ରିମଳୀ (କାଶୀପୁର )ଓ ବାଳଡା (ନନ୍ଦପୁର )ଆଦିରରେ ସ୍ଥାନୀୟଲୋକକୁ ଭିଟାମାଟିକୁ ଦଂସ କରିବାକୁ ଜଉଟିବା ଖଣି କନ୍ନ ପୋକଳ୍ପ…
ଅନୁଗୋଳ/ କିଶୋର ନଗର ; ତା-୧୮/୦୪ ( ବିଏମସି ଟିଭି ଓଡ଼ିଆ ) ଅନୁଗୋଳ ଜିଲ୍ଲା କିଶୋର ନଗର ବ୍ଲକ ଅନ୍ତର୍ଗତ NIWCYD ପକ୍ଷରୁ ନାକଚି ଗ୍ରାମ ପଞ୍ଚାୟତର କଣ୍ଡାଳ ଗ୍ରାମରେ ସ୍ଥାନୀୟ ସମୁଦାୟ ସଦସ୍ୟ, ସ୍ଟେକହୋଲ୍ଡର ଏବଂ ସ୍ୱଚ୍ଛତା କର୍ମୀମାନଙ୍କ ସହଯୋଗରେ ଏକ ସ୍ୱଚ୍ଛତା ଅଭିଯାନ (Cleaning Drive Program) ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସାର୍ବଜନିକ ସ୍ଥାନ, ରାସ୍ତା କୂଳ ଓ ଆସପାସ ଅଞ୍ଚଳ ସଫା କରାଯାଇଥିଲା। ଗ୍ରାମବାସୀମାନଙ୍କ ମଧ୍ୟରେ ସ୍ୱଚ୍ଛତା, ସ୍ୱାସ୍ଥ୍ୟ ସଚେତନତା ଓ ପରିବେଶ ସୁରକ୍ଷା ପ୍ରତି ଜାଗୃକତା ସୃଷ୍ଟି କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ସ୍ଥାନୀୟ ଲୋକମାନେ ଉତ୍ସାହର ସହିତ ଯୋଗଦେଇ ସ୍ୱଚ୍ଛ ଓ ସୁସ୍ଥ ଗ୍ରାମ ଗଠନ ପ୍ରତି ସମର୍ଥନ ଜଣାଇଥିଲେ। କାର୍ଯ୍ୟକ୍ରମର ଫଳାଫଳ:ଏହି ସ୍ୱଚ୍ଛତା ଅଭିଯାନ ମାଧ୍ୟମରେ ସ୍ୱଚ୍ଛତାର ଗୁରୁତ୍ୱ ସମ୍ପର୍କରେ ସଚେତନତା ବୃଦ୍ଧି ପାଇଲା, ସାର୍ବଜନିକ ସ୍ଥାନରେ ଆବର୍ଜନା ସଂଗ୍ରହ କମିଲା ଏବଂ ଗ୍ରାମବାସୀମାନେ ନିୟମିତ ସଫା-ସୁଥା…
ମାଲକାନଗିରି ; ତା-୧୮/୦୪ { ବିଏମସି ଟିଭି ଓଡ଼ିଆ) ଜିଲ୍ଲାର ପ୍ରତିଟି ନାଗରିକଙ୍କ ପାଖରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ଏବଂ ଚିକିତ୍ସା ଭିତ୍ତିଭୂମିକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ବ୍ୟାପକ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି। ବୈଠକ ପ୍ରାରମ୍ଭରେ ଜିଲ୍ଲାପାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ତୃଣମୂଳ ସ୍ତରରେ ଥିବା ସ୍ୱାସ୍ଥ୍ୟ ଉପ-କେନ୍ଦ୍ରଗୁଡ଼ିକର କାର୍ଯ୍ୟକାରିତା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ। ସରକାରଙ୍କ ପ୍ରମୁଖ ଜନହିତକର ଯୋଜନା ଯଥା- ଆୟୁଷ୍ମାନ ଭାରତ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାର ସଫଳ ରୂପାୟନ ଉପରେ ସେ ବିଶେଷ ଗୁରୁତ୍ୱାରୋପ କରିଥିଲେ। କୌଣସି ବି ଯୋଗ୍ୟ ହିତାଧିକାରୀ…
ବାଙ୍କୀ; ତା-୧୬/୦୪ ( ବିଏମସି ଟିଭି ଓଡ଼ିଆ) ଦୀର୍ଘଦିନ ଧରି ବାଙ୍କୀବାସୀଙ୍କ ମୁଖ୍ୟ ସମସ୍ୟା ପାଲଟିଛି ବାଙ୍କୀ ରୁ କଟକକୁ ସଂଯୋଗ କରୁଥିବା ରାସ୍ତା।ଯାହାକି ବାଙ୍କୀବାସୀଙ୍କ ପାଇଁ ସବୁଠାରୁ ବଡ଼ ସମସ୍ୟା ଭାବେ ଏବେ ଛିଡ଼ା ହୋଇଛି ବାଙ୍କୀବାସୀଙ୍କ ସାମ୍ନାରେ। ପ୍ରତେକ ଦିନ ବ୍ୟବସାୟ, କଲେଜ୍ ରେ ପଢୁଥିବା ଛାତ୍ର ଛାତ୍ରୀ ଏବଂ ରୋଗୀଙ୍କର ଯାତାୟାତର ମୁଖ୍ୟ ରାସ୍ତା ହେଉଛି ବାଙ୍କୀ ରୁ କଟକକୁ ସଂଯୋଗ କରୁଥିବା ଏକମାତ୍ର ରାସ୍ତା।ଅନେକ ସମୟରେ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ସମସ୍ୟାର ସମାଧାନ ବାହାରି ପାରିନି ବାଙ୍କୀ ପ୍ରଶାସନ ତରଫରୁ। ଯାହାକି ବାଙ୍କୀ ପ୍ରଶାସନର ପାରିବା ପଣିଆ ଏବେ ହାଟରେ ପଡ଼ି ଦାଣ୍ଡରେ ଗଡୁଛି କିନ୍ତୁ ଏ ସମସ୍ୟା ଆଉ ବେଶିଦିନ ନୁହେଁ ବୋଲି ବାଙ୍କୀର ଯୁବ ସମାଜସେବୀ ଅବିନାଶ ପଟ୍ଟନାୟକ କହିଛନ୍ତି।ଦୀର୍ଘଦିନର ସମସ୍ୟା ବହୁତ୍ ଶୀଘ୍ର ସମାଧାନ ହେବା ପାଇଁ ଆଜି ବାଙ୍କୀ ଉପଜିଲ୍ଲାପାଳଙ୍କୁ ସାକ୍ଷାତକରି ଦାବିପତ୍ର ଦେଇଛନ୍ତି।ଅବିନାଶ…
