Author: bmcnews

ମୟୁରଭଞ୍ଜ/ ଉଦଳା ; ତା-୨୭/୦୫ ( ବିଏମସି ଟିଭି ଓଡ଼ିଆ ) ଅନ୍ଧାର ରାତିରେ ତାଣ୍ଡବ ରଚିଲା କାଳବୈଶାଖୀ। ହଠାତ ମାଡି ଆସିଲା ପବନ, ଭାଙ୍ଗିଲା ଆଉ ଉଡାଇଲା। ଗତକାଲି ବିଳମ୍ବିତ ରାତିରେ ଅଚାନକ ପ୍ରବଳ ବର୍ଷା ପବନ ହୋଇଥିବା ବେଳେ ଉଦଳା ଥାନା କୋଚିଳାଡିହା ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଶତାଧିକ ସଂଖ୍ୟାରେ ଗଛ ଉପୁଡି ପଡ଼ିଥିବା ବେଳେ ଛିଣ୍ଡିଯାଇଛି ବିଦ୍ୟୁତ ତାର, ଉପୁଡି ପଡିଛି ବିଦ୍ୟୁତ ଖୁଣ୍ଟ। କାଳବୈଶାଖୀରୁ ବ୍ୟାପକ ଗଛ ଉପୁଡି ପଡ଼ିଥିବା ବେଳେ ରାସ୍ତାରେ ପଡ଼ି ରହିଛି ଅନେକ ଗଛ। ଅଗ୍ନିଶମ ବାହିନୀ ରାସ୍ତାରୁ ଗଛ କାଟି ସଫା କରିବାକୁ ଉଦ୍ୟମ ଜାରି ରଖିଛି। ପ୍ରାୟ ୬ ଘଣ୍ଟାରୁ ଉର୍ଦ୍ଧ୍ୱ ହେବ ଅଗ୍ନିଶମ ବିଭାଗ ଗଛ କାଟି ସଫା କରିଥିବାବେଳେ ପ୍ରାୟ ଦୁଇ କିଲୋମିଟର ଧରି ରାସ୍ତା ବନ୍ଦ ହୋଇ ରହିଥିଲା। ସ୍କୁଲ ପାଚେରୀ, ଘର, ଅଙ୍ଗନବାଡି ଉପରେ ଗଛ ପଡ଼ିଥିଲା । ଏହାକୁ କାଟି…

Read More

ସମ୍ବଲପୁର ; ତା.୨୭/୦୫ (ବିଏମସି ଟିଭି ଓଡିଆ) କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର (ଇଜେଡ୍‌ସିସି)ର ଗଭର୍ଣିଙ୍ଗ୍‌ ବୋର୍ଡର କାର୍ଯ୍ୟକାରୀ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି ସମ୍ବଲପୁରର ଲୋକପ୍ରିୟ ଲୋକନୃତ୍ୟ ଗୁରୁ ରଞ୍ଜନ ସାହୁ। ସୂଚନାଯୋଗ୍ୟ ଯେ ସେ ଓଡିଶାରୁ ପ୍ରତିନିଧିତ୍ୱ କରିବେ। ଏହି ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ରରେ ବିଭିନ୍ନ ରାଜ୍ୟରୁ ନଅ ଜଣ ସଦସ୍ୟ କେନ୍ଦ୍ର ସରକାରଙ୍କ ଦ୍ୱାରା ମନୋନୀତ ହୋଇଥା’ନ୍ତି। ପ୍ରକାଶଯୋଗ୍ୟ ଯେ ଶ୍ରୀ ସାହୁ ଯୁବାବସ୍ଥାରୁ ସମ୍ବଲପୁରୀ ଲୋକନୃତ୍ୟ ଓ ଲୋକବାଦ୍ୟ ସହ ଯୋଡି ହୋଇ ଅଦ୍ୟାବଧି ରହିଛନ୍ତି।ପ୍ରାରମ୍ଭରେ ଲୋକବାଦ୍ୟ ସହ ଜଡିତ ହୋଇ ଜବାନ କ୍ଲବ ସହ ଜଡିତ ଥିଲେ। ପରବର୍ତ୍ତୀ ଅବସ୍ଥାରେ ସମ୍ବଲପୁରୀ ଲୋକନୃତ୍ୟ ସଂସ୍ଥା ଓ ଉକିଆ ପରି ସଂସ୍ଥା ଗଢି ଲୋକନୃତ୍ୟ ପାଇଁ କାର୍ଯ୍ୟ କରିଆସିଛନ୍ତି। ତାଙ୍କରି ଏହି ଲୋକାନୃତ୍ୟ ସହ ଜୀବନ ଯାତ୍ରାରେ ହଜାର ହଜାର ଲୋକାନୃତ୍ୟ ଶିଳ୍ପୀଙ୍କୁ ଗଢିଛନ୍ତି। ଆକାଶବାଣୀ ଓ ଦୂରଦର୍ଶନ ସହ…

Read More

ମାଲକାନଗିରି /ଚିତ୍ରକୋଣ୍ଡା ; ତା-୨୫/୦୫ ( ବିଏମସି ଟିଭି ଓଡ଼ିଆ) ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଗୁଣ୍ଠାୱାଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ଅଧ୍ୟକ୍ଷତାରେ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥି ସରାବୁ ଓ ଉପ-ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କ ସମସ୍ୟା ସିଧାସଳଖ ଶୁଣିଥିଲେ। ଏହି ଶିବିରରେ ଆଖପାଖ ଅଞ୍ଚଳରୁ ପ୍ରବଳ ଜନସମାଗମ ହୋଇଥିବା ବେଳେ ଲୋକଙ୍କୁ ତୁରନ୍ତ ସରକାରୀ ସେବା ଯୋଗାଇବା ପାଇଁ ବିଭିନ୍ନ ବିଭାଗ ପକ୍ଷରୁ ଅନେକ ସ୍ୱତନ୍ତ୍ର କ୍ୟାମ୍ପ୍ ମଧ୍ୟ ଆୟୋଜନ କରାଯାଇଥିଲା। ବିଶେଷ କରି ସ୍ୱାସ୍ଥ୍ୟ ବିଭାଗ, କୃଷି ବିଭାଗ, ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଷ୍ଟଲ୍ ସ୍ଥାପନ କରାଯାଇ ଲୋକଙ୍କୁ ସରକାରୀ ଯୋଜନା ବିଷୟରେ ଅବଗତ କରାଯିବା ସହ…

Read More

ଭୁବନେଶ୍ୱର ; ତା-୨୧/୦୫ ( ବିଏମସି ଟିଭି ଓଡ଼ିଆ) ପଶ୍ଚିମ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇଛି। ବୌଦ୍ଧରେ ସର୍ବାଧିକ ତାପମାତ୍ରା ୪୨.୯ ଡିଗ୍ରୀ ଥିବାବେଳେ ଅନୁଗୋଳ ଓ ସୁବର୍ଣ୍ଣପୁରରେ ୪୨.୧ ଡିଗ୍ରୀ ରହିଛି। ଝାରସୁଗୁଡ଼ାରେ ପାରଦ ୪୧.୪, ସମ୍ବଲପୁରରେ ୪୧, ହୀରାକୁଦରେ ୪୦.୫, ତାଳଚେରରେ ୪୧, ବଲାଙ୍ଗିରରେ ୪୦.୨, ଟିଟିଲାଗଡ଼ରେ ୪୦, ନୟାଗଡ଼ରେ ୪୦.୪, ଖୋରଧାରେ ୪୦, ଭୁବନେଶ୍ବରରେ ୩୭.୪ ଏବଂ କଟକରେ ୩୭.୬ ଡିଗ୍ରୀ ରହିଛି। ଅନ୍ୟାନ୍ୟ ସ୍ଥାନଗୁଡ଼ିକରେ ପାରଦ ୩୭ରୁ ୩୯ ଡିଗ୍ରୀ ମଧ୍ୟରେ ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୩ରୁ ୪ଦିନ ମଧ୍ୟରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ପଶ୍ଚିମ ଓଡ଼ିଶାର ଜିଲାଗୁଡ଼ିକରେ ପାରଦ ୪୨ରୁ ୪୩ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚିପାରେ। ଆସନ୍ତା ୨୦ ତାରିଖ ବେଳକୁ ପଶ୍ଚିମ ଓଡ଼ିଶା ସହିତ ଦକ୍ଷିଣ, ଉପକୂଳ, ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବାର…

Read More

ସଇଁତଲା ; ତା-୧୯/୦୫ ( ବିଏମସି ଟିଭି ଓଡ଼ିଆ) ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ଛନଛଡା ଗ୍ରାମରେ ନୂତନ ନିର୍ମାଣଧୀନ ବ୍ରିଜ ନିକଟରେ ବେଆଇନ ଭାବରେ ବୃହତ ଆକାରରେ ଚାଲୁଥିବା ଇଟାଭାଟିକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଦିନକୁ ଦିନ ତାପମାତ୍ରା ବଢୁଥିବା ବେଳେ ରାତିରେ ଏହି ଇଟାଭାଟିରୁ ନିର୍ଗତ ଅଗ୍ନି ଓ ଧୂଆଁ ପରିବେଶକୁ ଅସହ୍ୟ କରିଦେଉଛି।ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଆବଶ୍ୟକ ସରକାରୀ ଅନୁମତି, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପତ୍ର ଓ ଖଣି ବିଭାଗର ନିୟମକୁ ଅମାନ୍ୟ କରି ଏହି ଇଟାଭାଟି ଚାଲିଥିବା ସତ୍ତ୍ୱେ ପ୍ରଶାସନ ନିରବ ଭୂମିକା ଗ୍ରହଣ କରିଛି। ରାତି ହେଲେ ଭାଟିରେ ଅଗ୍ନି ଜଳୁଥିବା ବେଳେ ଦୂରଦୂରନ୍ତରୁ ଟ୍ରାକ୍ଟର ଓ ଭାରୀ ଯାନରେ ମାଟି ଓ କୋଇଲା ଆଣାଯାଉଥିବା ଦେଖିବାକୁ ମିଳୁଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଇଟାଭାଟିରୁ ନିର୍ଗତ କଳା ଧୂଆଁ ଓ ତୀବ୍ର ତାପରେ ଚାଷ ଜମି,…

Read More

ରାୟଗଡ଼ା ; ତା-୧୮/୦୫ ( ବିଏମସି ଟିଭି ଓଡ଼ିଆ) ରାୟଗଡ଼ ଜିଲ୍ଲାରେ ସାମୂହିକ ବିପଣନକୁ ପ୍ରୋତ୍ସାହିତ କରିବା ଏବଂ ସ୍ଥାନୀୟ ଚାଷୀଙ୍କ ପାଇଁ ଉତ୍ତମ ବଜାର ସଂଯୋଗ ସୁଯୋଗ ସୁନିଶ୍ଚିତ କରିବା ଦିଗରେ ଓଡ଼ିଶା ଗ୍ରାମୀଣ ଉନ୍ନୟନ ଓ ବିପଣନ ସମିତି (ORMAS) ଏବଂ କୃଷକ ଉତ୍ପାଦକ ସଂଗଠନ (FPO) ମାନଙ୍କର ନିରନ୍ତର ପ୍ରୟାସ ଏକ ବଡ଼ ସଫଳତା ଆଣିଦେଇଛି। ଆଜି ORMAS ରାୟଗଡ଼ ଅଧୀନରେ ଥିବା FPO ଦ୍ୱାରା କରାଯାଇଥିବା ଏକ ସାମୂହିକ ବିପଣନ ପଦକ୍ଷେପ ମାଧ୍ୟମରେ ୨.୫ ମେଟ୍ରିକ ଟନ୍‌ ଉଚ୍ଚ ଗୁଣବତ୍ତା ସମ୍ପନ୍ନ ‘ଆମ୍ରପାଲି’ କିସମର ଆମ୍ବ ସଫଳତାର ସହ ଯୋଗାଇ ଦିଆଯାଇଛି। KAPCL ମୁନିଗୁଡ଼ା ଦ୍ୱାରା ମୁନିଗୁଡ଼ା ବ୍ଲକର ସ୍ଥାନୀୟ ଚାଷୀମାନଙ୍କଠାରୁ ଏହି ଆମ୍ବ ସଂଗ୍ରହ ଓ ସଂଗୃହୀତ କରାଯାଇଥିଲା। ନୂଆଦିଲ୍ଲୀ ସ୍ଥିତ ପ୍ରସିଦ୍ଧ ‘ମଦର ଡେରୀ’କୁ ଯୋଗାଣ ପାଇଁ ଏହି ଆମ୍ବ ବହନ କରୁଥିବା ପରିବହନ ଗାଡ଼ିକୁ ରାୟଗଡ଼ ଜିଲ୍ଲା ପରିଷଦର ମାନ୍ୟବର CDO-cum-EO…

Read More

ସମ୍ବଲପୁର ; ତା:-୧୮/୦୫ (ବିଏମସି ଟିଭି ଓଡିଆ) ସମ୍ବଲପୁରରେ ରାଜ୍ୟସ୍ତରୀୟ ସମ୍ବଲପୁରୀ ଭାଷା ସଂସ୍କୃତିର ପ୍ରଚାରକ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନ ଅଗଷ୍ଟ ଏକ ଅବସରରେ ସମ୍ବଲପୁରରେ ୧୪ ତମ ରାଜ୍ୟସ୍ତରୀୟ ସମ୍ବଲପୁରୀ ଦିନ ପାଇଁ ରବିବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରାରେ ଅନୁଷ୍ଠିତ ଏହି ବୈଠକରେ ସମ୍ବଲପୁରୀ ଭାଷା, ସାହିତ୍ୟ ଏବଂ ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ଗୁରୁ ସତ୍ୟନାରାୟଣଙ୍କ ଅତୁଳନୀୟ ଅବଦାନ ବିଷୟରେ ଆଳୋଚନା କରାଯାଇଥିଲା । ପଶ୍ଚିମାଞ୍ଚଳ ଏକତା ମଞ୍ଚର ଆବାହକ ଭବାନୀଶ ଭୋଇ ଏହି ବୈଠକରେ ସଭାପତିତ୍ବ କରିଥିଲେ। ସମ୍ବଲପୁରୀ ପାଇଁ ସାରା ଓଡିଶାବାସୀ ଗର୍ବ ଅନୁଭବ କରୁଛନ୍ତି ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ତେବେ ଗୁରୁ ସତ୍ୟନାରାୟଣଙ୍କୁ ସରକାରୀ ସ୍ତରରେ ଯେଭଲିଊ ସମ୍ମାନ ଦିଆଯିବା କଥା ତାହା ଆଜି ପର୍ଯ୍ୟନ୍ତ ହୋଇ ପାରିନଥିବାରୁ ଦୁଃଖ ପ୍ରକାଶ କରାଯାଇଥିଲା। ଏହା ସହ ଗୁରୁ ବହିଦାରଙ୍କ…

Read More

ମାଲକାନଗିରି ; ତା-୧୮/୦୫ ( ବିଏମସି ଟିଭି ଓଡ଼ିଆ) ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ଦୂରତା କମାଇବା ଏବଂ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ମାଲକାନଗିରି ବ୍ଲକ ବି.ଏଲ.ପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ବିଶେଷ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ୍, ମୁଖ୍ୟ ଉନ୍ନୟନ ଅଧିକାରୀ ଦାଶରଥି ସରାବୁ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା ଡୋଳାମଣି ପ୍ରଧାନ ଙ୍କସମେତ ଜିଲ୍ଲାର ସମସ୍ତ ବିଭାଗୀୟ ଉଚ୍ଚ ପଦାଧିକାରୀମାନେ ଉପସ୍ଥିତ ରହି ସିଧାସଳଖ ଜନସାଧାରଣଙ୍କ ସହ ଯୋଡ଼ି ହୋଇଥିଲେ । ସେମାନେ ଲୋକଙ୍କ ବିଭିନ୍ନ ଗୁରୁତର ସମସ୍ୟା ଓ ଅଭିଯୋଗ ଗୁଡ଼ିକୁ ଶୁଣିବା ସହିତ ସେଗୁଡ଼ିକର ତୁରନ୍ତ ସମାଧାନ ପାଇଁ ଆବଶ୍ୟକୀୟ ପଦକ୍ଷେପ…

Read More

ନୂଆଦିଲ୍ଲୀ:ଟ ; ତା-୧୮/୦୫ ( ବିଏମସି ଟିଭି ଓଡ଼ିଆ) ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବୋର୍ଡ ବୈଠକ ମେ ୩୦ ଓ ୩୧ରେ ଅହମ୍ମଦାବାଦ୍‌ରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ବୈଠକରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଅଧ୍ୟକ୍ଷ ମୋହସିନ୍‌ ନକ୍‌ଭି ଯୋଗ ଦେବାକୁ ଭାରତ ଆସି ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ (ଡବ୍ଲ୍ୟୁଟିସି)ର ଭବିଷ୍ୟତ ବିଷୟରେ ଆଲୋଚନା କରିବା ପାଇଁ ଆଇସିସି ପକ୍ଷରୁ ଉକ୍ତ ବୈଠକ ହେବାକୁ ଯାଉଛି। ରିପୋର୍ଟ ଅନୁଯାୟୀ, ଆଇସିିସିର ମୁଖ୍ୟ କାର୍ଯ୍ୟନିର୍ବାହୀ କମିଟି ବୈଠକ ଚଳିତ ମେ ୨୧ରେ ଆଭାସୀ ମାଧ୍ୟମରେ ହେବାକୁ ଯାଉଛି। ଏହା ପରେ ମେ ୩୦ ଓ ୩୧ରେ ଆଇସିସି ବୋର୍ଡ ବୈଠକ ଅହମ୍ମଦାବାଦ୍‌ରେ ଅନୁଷ୍ଠିତ ହେବାକୁ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଯେଉଁଥିରେ ଆଇସିସିର ସମସ୍ତ ସଦସ୍ୟ ଯୋଗଦେବାର ଆଶା କରାଯାଉଛି। ଆଇପିଏଲର ଫାଇନାଲ ମେ ୩୧ରେ ଅହମ୍ମଦାବାଦ୍‌ରେ ଖେଳାଯିବ। ଉକ୍ତ ସମୟରେ ଆଇସିସି ବୋର୍ଡ ବୈଠକ…

Read More

ଖୋଦ୍ଧା /ବୋଲଗଡ଼ ; ତା-୧୭/୦୫ ( ବିଏମସି ଟିଭି ଓଡ଼ିଆ) ଖୋରଧା ଜିଲା ବେଗୁନିଆ-ବୋଲଗଡ଼ ନିର୍ବାଚନମଣ୍ଡଳୀରେ ବିଜେପି ଦଳୀୟ କନ୍ଦଳ ତୁଟୁନି। ଏଠାରେ ଭିନ୍ନଭିନ୍ନ ଗୋଷ୍ଠୀ ମଧ୍ୟରେ ଅନ୍ତର୍ଦ୍ବନ୍ଦ୍ବ ଯୋଗୁଁ ତୃଣମୂଳସ୍ତରରେ କର୍ମୀମାନେ ମୁହାଁମୁହିଁ ପରିସ୍ଥିତିରେ ଅଛନ୍ତି । ୨୦୨୪ ନିର୍ବାଚନ ପରାଜୟ ପରେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ବିଜୁଳି ଏଠାରେ ସଂଗଠନ ଦାୟିତ୍ବ ତୁଲାଉ ଥିବାବେଳେ ବିଜେପି ରାଜ୍ୟ ଉପସଭାପତି ଯତୀନ ମହାନ୍ତିଙ୍କ ସକ୍ରିୟତା ଦଳ ମଧ୍ୟରେ କନ୍ଦଳ ସୃଷ୍ଟି କରିଛି। ୨୦୧୪ ସାଧାରଣ ନିର୍ବାଚନରେ ଶ୍ରୀ ମହାନ୍ତି ବିଜେପି ପ୍ରାର୍ଥୀ ଭାବେ ବେଗୁନିଆ-ବୋଲଗଡ଼ ଆସନରୁ ପ୍ରତିଦ୍ବନ୍ଦ୍ବିତା କରି ୧୦,୬୧୧ ଖଣ୍ଡ ଭୋଟ ପାଇଥିଲେ। ଅନ୍ୟପକ୍ଷରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ସ୍ଥାନୀୟ ନେତାଙ୍କ ମଧ୍ୟରେ ଥିବା ବିରୋଧାଭାସ ଯୋଗୁଁ କେହି କାହା ସଭାରେ ଯୋଗ ଦେଉନାହାନ୍ତି। ଏପରିକି ଆଜି ଯାଏଁ ବିଜେପିର ଆଗଧାଡ଼ିର ନେତାମାନେ ଗୋଟିଏ ମଞ୍ଚରେ ବସିବାର କେହି ଦେଖିନାହାନ୍ତି। ଯାହାକି ପାର୍ଟି…

Read More

ବେଲଗୁଣ୍ଠା ; ତା- ୧୭/୦୫, ( ବିଏମସି ଟିଭି ଓଡ଼ିଆ) ମାତ୍ର ୨ ବର୍ଷ ୪ ମାସର ଝିଅ ସୁରଭି ଏବେ ଇଣ୍ଡିଆ ଵୁକ୍ ଅଫ ରେକର୍ଡ୍ସରେ ନିଜ ନାମକୁ ଯୋଡି ଏକ ବିରଳ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ୨୦୨୩ ନଭେମ୍ବର ୨୪ରେ ଜନ୍ମିତ ସୁରଭି ଗୌଡ଼ ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ବିଜୟଲକ୍ଷ୍ମୀ ଶରଣପୁର ନିକଟସ୍ଥ ଇନ୍ଦ୍ରଗଡ଼ ଗ୍ରାମର ଗୌତମ ଗୌଡ଼ ଓ ସୁନିତା ଗୌଡ଼ଙ୍କ ଝିଅ ଅଟନ୍ତି। ସେ ଏହି ବୟସରେ ୧୮ ପ୍ରକାର ଗୃହପାଳିତ ପଶୁ, ୧୯ ପ୍ରକାର ବନ୍ୟଜନ୍ତୁ, ୧୯ ପ୍ରକାର ପନିପରିବା, ୨୦ ପ୍ରକାର ଫଳ ଓ ୨୦ ପ୍ରକାର ପରିବହନ ସେବା କୁ ଚି଼ହ୍ନଟ କରି ପାରିବା ସହ ୧୦ ପ୍ରକାରର ରଙ୍ଗ, ଶରୀରର ୨୦ ପ୍ରକାର ଅଙ୍ଗପ୍ରତ୍ୟଙ୍ଗ, ୧ ଠାରୁ ୨୦ ଯାଏଁ ନମ୍ବର, ୨୬ ଟି ଇଂରାଜୀ ଅକ୍ଷର, ୧୨ ମାସ ୭ ଦିନ ସମ୍ପର୍କରେ କହିବା କଥା…

Read More

ବୋଲଗଡ଼ ; ତା-୧୭/୦୫ (ବିଏମସି ଟିଭି ଓଡ଼ିଆ ) ଗ୍ରାମାଞ୍ଚଳରେ ସହଜ ଓ ସୁବିଧାରେ ଲୋକମାନେ ନିକଟରେ ସ୍ୱାସ୍ଥ୍ୟ ସେବା ଉପଲବ୍ଧ କରିବା ଉଦେଶ୍ୟରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଏକ ଅଭିନୟ ପ୍ରୟାସ ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ବେଗୁନିଆ ନିର୍ବାଚନ ମଣ୍ଡଳୀ ବୋଲଗଡ ବ୍ଲକ ଦଳାଇସାହି ଗ୍ରାମପଞ୍ଚାୟତର ମାଣିକଗୋଡ଼ାସ୍ଥିତ ଗଦାଧର ବାଞ୍ଛାନିଧି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ରବିବାର ଦିନ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା । ଏହାକୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ଉଦଘାଟନ କରିଥିବା ବେଳେ ସଂମ୍ମାନିତ ଅତିଥିଭାବେ ବିଧାୟକ ପ୍ରାର୍ଥୀ ପ୍ରକାଶ ରଣବିଜୁଳି, ବିଜେପି ଜିଲ୍ଲା ଉପସଭାପତି ବାସୁଦେବ ସାହୁ, ପୂର୍ବତନ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଲୋତକବିନ୍ଦୁ ପଟ୍ଟନାୟକ, ବିଜେପି ନେତ୍ରୀ ବାସନ୍ତୀ ମହାପାତ୍ର, ବିଜେପି ଯୁବ ସଂଗଠକ ବ୍ରଜବନ୍ଧୁ ସୁବୁଦ୍ଧି, ରବୀନ୍ଦ୍ରନାଥ ସୁବୁଦ୍ଧି ପ୍ରମୁଖ ସଂମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏହି ସ୍ୱାସ୍ଥ୍ୟ ଶିବିରରେ ଆଖପାଖ ବହୁ ଗ୍ରାମରୁ ଶତାଧିକ…

Read More