ଅନୁଗୋଳ ;ତା-୧୪/୦୮(ବିଏମସି ଟିଭି ଓଡ଼ିଆ) କିଶୋରନଗର ବ୍ଲକର ମହାନଦୀ ସରକାରୀ ଉଚ୍ଚ ବିଦ୍ୟାଳୟ ହଣ୍ଡପା ରେ ସାଇବର ସଚେତନତା ଶିବିର ଆୟୋଜିତ ହୋଇଥିଲା ।ଉକ୍ତ ଶିବିର କୁ ପ୍ରଧାନ ଶିକ୍ଷକ ଅଶୋକ କୁମାର ଜେନା ଉଦଘାଟନ କରିଥିଲେ । ପ୍ରଧାନ ଶିକ୍ଷକ ଆଜିର ଡିଜିଟାଲ ଯୁଗରେ ଇଣ୍ଟରନେଟ ଓ ସ୍ମାର୍ଟ ଫୋନ୍ ଆମ ଜୀବନର ଅବିଛିନ୍ନ ଅଂଶ ହୋଇଛି ବୋଲି ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରିବା ସହ ଅନଲାଇନ, ବ୍ୟାଙ୍କିଙ୍ଗ, ଡିଜିଟାଲ ପେମେଣ୍ଟ, ସୋସିଆଲ ମିଡ଼ିଆ ଅନଲାଇନ ଶିକ୍ଷା ଆମ ଜୀବନକୁ ସହଜ କରିଥିଲେ ମଧ୍ୟ କିପରି ସାଇବର ଅପରାଧର ଆଶଙ୍କା ବଢିଚାଲିଛି ସେହି ବିଷୟରେ ନିଜ ଅଭିଭାଷଣ ମାଧ୍ୟମରେ ଆଲୋକପାତ କରିଥିଲେ । ନିମନ୍ତ୍ରିତ ଅତିଥି ହଣ୍ଡପା ଥାନା ଭାରପ୍ରାପ୍ତ ଅଧିକାରୀ ରାଜେଶ କୁମାର ଶତପଥି ଶିବିରରେ ଯୋଗଦାନ ପୂର୍ବକ ଛାତ୍ରଛାତ୍ରୀ ମାନଙ୍କୁ ନକଲି ୱେବସାଇଟ, ଓଟିପି ଠକେଇ, ନକଲି ଲିଙ୍କ ପ୍ରତି ସଚେତନ ପାଇଁ ପରାମର୍ଶ ଦେଇଥିଲେ…
Author: bmcnews
ବୈଦେଶ୍ଵର ;ତା-୧୫/୦୮(ବିଏମସି ଟିଭି ଓଡ଼ିଆ) ବୈଦେଶ୍ୱର୍ ଉଦୟନାଥ ସରକାରୀ ନୋଡାଲ ହାଇ ସ୍କୁଲ ରେ ୮୦ ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି । ଏଥିରେ ହେଡ୍ ସାର ଦିଲ୍ଲୀପ କୁମାର ପରିଡ଼ା, ସ୍କୁଲ ର ପରିଚାଳନା କମିଟି ର ସଭାପତି, ମନୋଜ କୁମାର ଗଡ଼ନାୟକ, ସମ୍ପାଦିକା, ପ୍ରମୋଦିନି ବ୍ରହ୍ମ,ସ୍କୁଲ ର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଓପରିଚାଳନା କମିଟି ମେମ୍ବର ଉପସ୍ଥିତି ଥିଲେ। ବାଙ୍କୀ ବୈଦେଶ୍ୱର ରୁ ମନୋଜ କୁମାର ଷଡ଼ଙ୍ଗୀ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।
ଢେଙ୍କାନାଳ ;ତା-୧୫/୦୮(ବିଏମସି ଟିଭି ଓଡ଼ିଆ) ଆଜି ଅଶୀତମ ପବିତ୍ର ସ୍ଵାଧୀନତା ଦିବସ ଅଵସର ରେ ଜାତୀୟ ପତାକା ସମ୍ମାନ ର ସହ ସକାଳ ଘ୬:୩୦ ମି ସମୟରେ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ”ଜନ ମଙ୍ଗଳ” ରାସୋଳ ସଂଗଠନ ର ଦେଉଳସାହି ସ୍ଥିତ କାର୍ଯାଳୟ ପରିସର ରେ ସଂଗଠନ ର ଉପଦେଷ୍ଟା ଶ୍ରୀଯୁକ୍ତ ଭକ୍ତବନ୍ଧୁ ଶତପଥୀ ଉତ୍ତୋଳନ କରିବା ସହିତ ସାମୁହିକ ଜାତୀୟ ସଙ୍ଗୀତ ଗାନ ତଥା ଦେଶାତ୍ମବୋଧକ ସ୍ଳୋଗାନ ପୂର୍ବକ ଉପଦେଷ୍ଟା ଶ୍ରୀଯୁକ୍ତ ଭକ୍ତବନ୍ଧୁ ଶତପଥୀ ଓ ପ୍ରତିଷ୍ଠାତା ଵିଭୁ ଶତପଥୀଙ୍କର ସମାଜ ସେବା ଧର୍ମୀ,ଦେଶାତ୍ମବୋଧକ ଉଦବୋଧନ ପ୍ରତିଟି ସେବକ ସେବିକା ଭାଇ ଭଉଣୀ ମାନଙ୍କ ମଧ୍ୟରେ ଦେଶ ପ୍ରେମ ଜାଗ୍ରତ କରିଵାରେ ଵେଶ ସହାୟକ ହୋଇ ଥିଲା।ସକାଳ ୮ଘଟିକା ସମୟ ରେ ସାମୁହିକ ଜଳପାନ ସହିତ ଆପୋଷ ମିଷ୍ଟାର୍ଣ୍ନ ଵଣ୍ଟନ ପୂର୍ବକ ସ୍ନେହ,ଶ୍ରଦ୍ଧା ଏଵଂ ମୈତ୍ରୀ ର ଭାଵ ଅନ୍ତର ରେ ଉଜ୍ଜୀଵିତ କରି ଏକତା ସୂତ୍ର ରେ ଵାନ୍ଧି…
ସମ୍ବଲପୁର:ତା.୧୫/ ୦୮ (ବିଏମସି ଟିଭି ଓଡିଆ) ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ ଓ ପରିକ୍ରମା ପରି ସିମିତ କାର୍ଯ୍ୟକ୍ରମରେ ଅଧିକାଂଶ ଅନୁଷ୍ଠାନ ସାରିଦେଉଥିଲା ବେଳେ ଯୁଯୁମୁରା ବ୍ଲକର ଏକଦା ମାଓ ପ୍ରବଣ ଥିବା ମେଘପାଳ ପଂଚାୟତରେ ସ୍ଥାନୀୟ ସରପଞ୍ଚ ମମତା ପଧାନ ଦୀର୍ଘ ୧୦ ବର୍ଷ ହେଲା ଏକ ଭିର୍ନ୍ନ ପରମ୍ପରା ସୃଷ୍ଟି କରି ଗ୍ରାମଞ୍ଚଳର ଗରିବ ଓ ନିରୀହ ଶିଶୁ ମାନଙ୍କୁ ସରକାରୀ ପ୍ରାଥମିକ ସ୍କୁଲ ରେ ପଢ଼ାଇବା ପାଇଁ ସ୍ୱତନ୍ତ୍ର ପ୍ରୋତ୍ସାହନ ଦେବା ସହିତ ସ୍କୁଲରେ ଶିକ୍ଷାର୍ଥୀ ସଂଖ୍ୟା ମଧ୍ୟ ଉଲ୍ଲେଖନୀୟ ଭାବରେ ବଢ଼ାଇ ପାରିଛନ୍ତି । ସ୍ୱାଧୀନତା ଦିବସରେ ଚିରାଚରିତ କାର୍ଯ୍ୟକ୍ରମ ସହ ପ୍ରଥମ ଶ୍ରେଣୀରେ ନାମ ଲେଖାଇଥିବା ପ୍ରତ୍ୟେକ ଶିକ୍ଷାର୍ଥୀଙ୍କୁ ପାଣିବୋତଲ, ଟିଫିନ ବକ୍ସ ସହିତ ସ୍କୁଲ ବ୍ୟାଗ ପ୍ରଦାନ କରି ସମାଜରେ ନିଜର ଏକ ସ୍ୱତନ୍ତ୍ର ଭୂମିକା ନିର୍ବାହ କରି ମେଘପାଳ ଭଳି ଅଞ୍ଚଳରେ ଶିକ୍ଷାର ଆଲୋକ ବୁଣିବାରେ ସକ୍ଷମ ହୋଇଛନ୍ତି।ଏହି ଅବସରରେ ମେଘପାଳ…
ମାଲକାନଗିରି ;ତା-୧୫/୦୮(ବିଏମସି ଟିଭି ଓଡ଼ିଆ) ମାଲକାନଗିରି ଡିଏନ୍କେ ପଡ଼ିଆଠାରେ ୮୦ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ସମାରୋହରେ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପ୍ୟାରେଡ୍ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଦଳଗୁଡ଼ିକୁ ମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ।ଏହି ଅବସରରେ ରାଜସ୍ୱ ବିଭାଗ ପକ୍ଷରୁ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଜଙ୍ଗଲ ଅଧିକାର ପଟ୍ଟା ପ୍ରଦାନ କରାଯାଇଥିବା ବେଳେ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଉଚ୍ଚଶିକ୍ଷିତ ଦୁଇଜଣ ଦୃଷ୍ଟିବାଧିତ ଦିବ୍ୟାଙ୍ଗ ଯୁବକ-ଯୁବତୀଙ୍କୁ ମନ୍ତ୍ରୀ ଲାପଟପ୍ ବଣ୍ଟନ କରିଥିଲେ। ସେହିପରି କ୍ରୀଡ଼ା ବିଭାଗ ପକ୍ଷରୁ ବିଭିନ୍ନ ଗ୍ରାମପଞ୍ଚାୟତକୁ କ୍ରୀଡ଼ା ସାମଗ୍ରୀ ବିତରଣ କରାଯାଇଥିଲା ଏବଂ ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷାରେ…
ମାଲକାନଗିରି ;ତା-୧୫/୦୮(ବିଏମସି ଟିଭି ଓଡ଼ିଆ) ମାଲକାନଗିରି ଜିଲ୍ଲା ବାଲିମେଳା ସ୍ଥିତ ଇଣ୍ଡୋର ଷ୍ଟାଡିଅମ ଖେଳାଳୀ ସୂର୍ଯ୍ୟକାନ୍ତ ଖରାଙ୍କୁ ଆଜି ମାଲକାନଗିରି ଜିଲ୍ଲା ସ୍ୱାଧୀନତା ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସଂମାନିତ କରିବା ସହ ମାନପତ୍ର ପ୍ରଦାନ କରିଛନ୍ତି।ଗତ ମାସ ଜୁଲାଇ ୨୪ରୁ ୨୭ ତାରିଖ ରାଜ୍ୟ ସ୍ତରୀୟ ଭାରଉତ୍ତୋଳନ ପ୍ରତିଯୋଗିତା ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିଲା।ବାଲିମେଳା ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ଛାତ୍ର ତଥା ବାଲିମେଳା ଇଣ୍ଡୋର ଷ୍ଟାଡିୟମର ଖେଳାଳୀ ଅଣ୍ଡର ୧୪ ରେ ଭାଗ ନେଇ ରାଜ୍ୟ ସ୍ତରରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ।ସୂର୍ଯ୍ୟକାନ୍ତ ପାଠ ପଢିବା ସହ ପ୍ରତେକ ଦିନ ଇଣ୍ଡୋର ଆସି କୋଚ ରଘୁନାଥ ଖରା ତତ୍ୱାବଧାନରେ ପ୍ରଶିକ୍ଷଣ କରୁଥିଲେ।ଆଜି ଜିଲ୍ଲା ମଞ୍ଚରେ ସୂର୍ଯ୍ୟକାନ୍ତ ସଂମାନିତ ହୋଇଥିବାରୁ ତାଙ୍କ କୋଚ ରଘୁନାଥ , ବାଲିମେଳା ଇଣ୍ଡୋର ଇନଚାର୍ଚ୍ଚ ଲଷ୍ମୀ କାନ୍ତ ପୂଜାରୀ ଓ…
ଢେଙ୍କାନାଳ ;ତା-୧୫/୦୮(ବିଏମସି ଟିଭି ଓଡ଼ିଆ) ଆଜି ସକାଳୁ ସକାଳୁ ରାସୋଳ ବଜାର ଠାରୁ ଆରମ୍ଭ କରି ତେଲି ଭୁଇଁ ବଜାର ଏପରିକି ନାଉକିଆରୀ ପ୍ରାଥମିକ ବିଦ୍ୟାଳୟ ପାଖରେ ବିଭିନ୍ନ ସ୍ଥାନରେ କାନ୍ଥ ବାଡ଼ ଗଛରେ ଦେଖିବାକୁ ମିଳିଛି ଏକ ଆକ୍ଷେପ ଭରା ବ୍ୟାନର।ରାସୋଳ ରେ କେନ୍ଦ୍ରୀୟ ବିଦ୍ୟାଳୟ ନହେବାକୁ କୁ ନେଇ ଜନ ଅସନ୍ତୋଷ ବୃଦ୍ଧି ନା ଏହା ରାଜନୈତିକ ଆକ୍ରୋଶ ମୂଳକ ତାହା ତ ସମୟ କହିବ ତେବେ ଆଜି ର ଦିନ ରେ କିଏ ଏଭଳି ବ୍ୟାନର ମାରିଲା ? ରାସୋଳ କୁ କିଏ ଆସୁଛି ? କାହାକୁ ବିରୋଧ କରାଯାଉଛି? କିଏ ରାସୋଳ ରେ କେନ୍ଦ୍ରୀୟ ବିଦ୍ୟାଳୟ ନହେବା ପାଇଁ ଦାୟୀ ? ଏସବୁ ସାଧାରଣ ଜନତାଙ୍କୁ ଅଗୋଚର ଥିବା ବେଳେ ବ୍ୟାନର ରେ କାହାର ନାମ ଉଲ୍ଲେଖ କରାଯାଇ ନଥିବାରୁ ଏହା ସିଧାସଳଖ ରାଜନୈତିକ ଆକ୍ରୋଶ ମୂଳକ ଭାବେ କୌଣସି ନେତା,ମନ୍ତ୍ରୀ,ବିଧାୟକ ଅବା ସାଂସଦ ଙ୍କୁ…
ମାଲକାନଗିରି ;ତା-୦୬/୦୮(ବିଏମସି ଟିଭି ଓଡ଼ିଆ) ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ଶୋକକୁଳ ପରିବେଶ।ବାଲିମେଳା ନଗର ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକଙ୍କ ପିତା ଲଡୁ କିଶୋର ନାୟକ(୮୭) ବୟସରେ ଗତ କାଲି ରାତିରେ ନିଜ ବାସ ଗୃହରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।ସେ ଜଣେ ସମାଜସେବୀ,ଧର୍ମପରାୟନ ବ୍ୟକ୍ତି ଥିଲେ।ତାଙ୍କ ଚେଷ୍ଟାରେ କାଳୀଛକ ଠାରେ କାଳୀ ମନ୍ଦିର ଦୀର୍ଘ ୫୦ ତଳେ ନିର୍ମାଣ ହୋଇଥିଲା।ତାଙ୍କ ଦେହାନ୍ତ ଖବର ପ୍ରଚାରିତ ହେବା ଶହ ଶହ ନଗରବାସୀ ଶେଷ ଦର୍ଶନ କରିଥିଲେ। ବାଲିମେଳା ଓ ଏହାର ଆଖପାଖ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।ତାଙ୍କର ଶେଷ କୃତ ପୁରୀ ଠାରେ ହେବ ବୋଲି ଜଣା ପଡ଼ିଛି। ମାଲକାନଗିରି ରୁ ଦିଲ୍ଲୀପ କୁମାର ଦାସ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।
ସମ୍ବଲପୁର:ତା.୦୬/୦୮ (ବିଏମସି ଟିଭି ଓଡିଆ) କେନ୍ଦ୍ର ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଲା ପରେ ଆସନ୍ତା ଦୁଇ ଦିନ ଧରି ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଥମ ସମ୍ବଲପୁର ଗସ୍ତ ରହିଛି। ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସିଙ୍କ ସୂଚନା ମୁତାବକ ମାନ୍ୟବର ସାଂସଦ ୮ ତାରିଖ ସକାଳେ ରେଢ଼ାଖୋଲରେ ପ୍ରଥମେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗ ଦେବେ। ପରେ ରେଢ଼ାଖୋଲରେ ଆରମ୍ଭ ହେବାକୁ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ କ୍ୟାମ୍ପସ୍ର ଶୁଭାରମ୍ଭ ଓ ସ୍ଥାୟୀ କ୍ୟାମ୍ପସ୍ର ଭୂମିପୂଜନ କାର୍ଯ୍ୟକ୍ରମରେ ସାମିଲ ହେବେ। ଅପରାହ୍ନରେ ସମଲେଶ୍ଵରୀ ମନ୍ଦିରରେ ଈଷ୍ଟଦେବୀ ମାଁ ସମଲେଶ୍ଵରୀଙ୍କ ଦର୍ଶନ କରିବେ। ପରେ ଗଙ୍ଗାଧର ମେହେର ଏକକ ବିଶ୍ବିବିଦ୍ୟାଳୟରେ ହେବାକୁ ଥିବା “ମାଟି-ର୍-ମହକ୍” କର୍ଯ୍ୟକ୍ରମରେ ଯୋଗ ଦେବେ। ଏଥିରେ ପଶ୍ଚିମ ଓଡ଼ିଶାର ସମସ୍ତ ପଦ୍ମ ପୁରସ୍କାରରେ ସମ୍ମାନିତ ବ୍ୟକ୍ତି ଵିଶେଷଙ୍କୁ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି। ୯ ତାରିଖ ସକାଳେ…
ରାୟଗଡ଼ା ;ତା-୦୬/୦୮(ବିଏମସି ଟିଭି ଓଡ଼ିଆ) ଓଡିଶା ସ୍କୁଲ କଲେଜ ଓ କର୍ମଚାରୀ ସମନ୍ୱୟ ସମିତି( ଓଷ୍ଠା )କାଶୀପୁର ପକ୍ଷରୁ ଆଜି କାଶୀପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଶମ୍ବୁଖରେ ଧାରଣା ଓ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା। ଦୀର୍ଘ ଦିନ ଧରି ବିଭିନ୍ନ ଦାବିକୁ ନେଇଁ ସରକାରଙ୍କ ଠାରେ ଉପସ୍ଥାପନା କରାଯାଉଥିଲେ ସୁଧା ରାଜ୍ୟ ଶିକ୍ଷକଙ୍କ ଦାବୀ ପ୍ରତି ସରକାର ଅଣଦେଖା କରୁଥିବା ହେତୁ ରାଜ୍ୟ ବ୍ୟାପୀ ଆନ୍ଦୋଳନ ର ଚେତାବନୀ ଦେଇଛି ଓଷ୍ଠା।ପ୍ରସଙ୍ଗ ହେଲା ୧୯୯୪ ମସିହା ଠାରୁ ବ୍ଲକ ଗ୍ରାଣ୍ଟ ଭୋଳି କ୍ଵଚିତ ପ୍ରଥା ପୂର୍ବ ସରକାରଙ୍କ କାର୍ଯ୍ୟକାଳ ରେ ପ୍ରଚଳନ କରାଯାଇଥିଲା ହେଲେ ବର୍ତମାନ ର ସରକାର ଏକ କମିଟି କରି ଏହାର ୬ ମାସ ପୂର୍ବରୁ ତର୍ଜମା କରିଥିଲେ। ଏବଂ ଏହାର ରିପିଟ ସରକାର ଙ୍କୁ ଉକ୍ତ କମିଟି ପ୍ରଦାନ କରିସାରିଛି। କିନ୍ତୁ ସରକାରଙ୍କ ଟାଳଟୁଳ ନୀତିଯାଗୁଁ ଏହି କମିଟି କୁ ଅଧିକ ୬ ମାସ ଅବଧି…
ମାଲକାନଗିରି ; ତା-୦୫/୦୮ ( ବିଏମସି ଟିଭି ଓଡ଼ିଆ) ମାଲକାନଗିରି ଜିଲ୍ଲା ଓର୍କେଲ ଥାନାରେ ନୂତନ ଆଇଆଇସି ଭାବେ ଯୋଗ ଦେଲେ ରିଗନ କିଣ୍ଡୋ । ପୂର୍ବରୁ ଥିବା ଆଇଆଇସି ଦେବଦ୍ଦତ ମଲ୍ଲିକ ଙ୍କୁ ମାଲକାନଗିରି ଥାନାକୁ ବଦଳି ହୋଇଛି। ସେ ଗତ ୨୪ଜୁନ ମାସରେ ଓର୍କେଲ ଥାନାରେ ଯୋଗ ଦେଇଥିଲେ। ଆଜି ମାଲକାନଗିରି ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ବାଲିମେଳା ଶାଖା ତରଫରୁ ନୂତନ ଆଇଆଇସି ଶ୍ରୀ କିଣ୍ଡୋ ସହିତ ସାକ୍ଷାତ କରି ସହରର ଟ୍ରାଫିକ ସମସ୍ୟା, ବେଆଇନ ପାର୍କିଂ, ରାସ୍ତାରେ ଗାଈ ଗୋରୁ ପ୍ରଦର୍ଭାଵ, ଯୁବକ ମାନେ ନିଶା ସେବନ ନିବୃତ କରିବା, ସାଇବର ଅପରାଧ ଆଦି ନୂତନ ଥାନା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ନୂତନ ଥାନା ଅଧିକାରୀ ଶ୍ରୀ କିଣ୍ଡୋ କହିଛନ୍ତି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବି। ଏହି ସମୟରେ ବାଲିମେଳା ଶାଖା ସଭାପତି ରବି ରଶ୍ମି ଗୁରୁ, କୋରୁକୋଣ୍ଡା ଶାଖା ସଭାପତି ଶିବ ଦତ୍ତ…
ନୂଆଦିଲ୍ଲୀ: ‘ବିକଶିତ ଭାରତ ସଂକଳ୍ପ ଅଭିଯାନ ପାଇଁ ନିଶାମୁକ୍ତ ଯୁବ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ କହିଛନ୍ତି, ନିଶା କାରବାର ଓ ନିଶା ସେବନକୁ ସମ୍ପୂର୍ଣ୍ଣ ବନ୍ଦ କରିବା ହେଉଛି ଏହି ଅଭିଯାନର ଲକ୍ଷ୍ୟ। ଯୁବର୍ଗ ହିଁ ସମାଜର ସକାରାତ୍ମକ ପରିବର୍ତ୍ତନର ସୂତ୍ରଧର ହୁଅନ୍ତୁ। ସେ ଆହୁରି କହିଲେ, “ନିଶା ବାପାମାଆଙ୍କ ସ୍ୱପ୍ନ ଛାରଖାର କରିଦିଏ, ମା’ କୋଳ ଖାଲି କରିଦିଏ। ନିଶା ଦ୍ୱାରା ରାଷ୍ଟ୍ର ଶକ୍ତି ଦୁର୍ବଳ ହୋଇଥାଏ।” ଯୁବପିଢ଼ି ନିଶାଠାରୁ ଦୂରରେ ରହି ଭଲ ମଣିଷ ହୁଅନ୍ତୁ ବୋଲି ଆହ୍ବାନ ଦେଇଛନ୍ତି। ପଡ଼ୋଶୀ ଦେଶମାନେ ନିଶାର ଜାଲ ବିଛାଉଥିବା ନେଇ ସତର୍କ କରାଇ ମୋଦି କହିଛନ୍ତି, “ଡ୍ରଗ୍ସ ଦ୍ୱାରା ହେଉଥିବା କ୍ଷତିକୁ ଯୁବପିଢ଼ି ବୁଝନ୍ତୁ। ନିଶା ଯୁବ ସଂକଳ୍ପକୁ ମାରିଦିଏ, ଏଥିରୁ ନିବୃତ୍ତ ରୁହନ୍ତୁ।”
