ବଲାଙ୍ଗୀର ;ତା-୨୨/୦୭(ବିଏମସି ଟିଭି ଓଡ଼ିଆ) ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଯୋଗୁଁ ବିସ୍ଥାପନର ସମ୍ମୁଖୀନ ହେଉଥିବା ବଲାଙ୍ଗିର ଜିଲ୍ଲାର କୁମିଆପାଲି ଗ୍ରାମର ୮୪ଟି ଅନୁସୂଚିତ ଜନଜାତି ପରିବାରଙ୍କୁ ନ୍ୟାୟ ପ୍ରଦାନ ପାଇଁ ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଏକ ବିସ୍ତୃତ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସ୍ମାରକପତ୍ରରେ ସେ ଉଲ୍ଲେଖ କରିଛନ୍ତି ଯେ, କୁମିଆପାଲିର ସମସ୍ତ ୮୪ଟି ପରିବାର ଅନୁସୂଚିତ ଜନଜାତି ସମ୍ପ୍ରଦାୟର। ରାଜ୍ୟର ବିକାଶ ପାଇଁ ସେମାନେ ନିଜର ପୈତୃକ ଜମି, ଘର, ଜଙ୍ଗଲ, ଜୀବିକା ଓ ସାଂସ୍କୃତିକ ଐତିହ୍ୟ ହରାଇବାକୁ ବସିଛନ୍ତି। ତେଣୁ ଭୂମି ଅଧିଗ୍ରହଣ, ନ୍ୟାୟସଙ୍ଗତ କ୍ଷତିପୂରଣ ଓ ପୁନର୍ବାସ ଅଧିନିୟମ–୨୦୧୩, ରାଜ୍ୟ ସରକାରଙ୍କ ପୁନର୍ବାସ ନୀତି ଏବଂ ଆଦିବାସୀଙ୍କ ପାଇଁ ପ୍ରଚଳିତ ସମସ୍ତ ସ୍ୱତନ୍ତ୍ର ସୁବିଧା ସେମାନଙ୍କୁ ଯୋଗାଇ ଦିଆଯିବା ଉଚିତ ବୋଲି ସେ ଦାବି କରିଛନ୍ତି। ଶ୍ରୀ ବିଶି କହିଛନ୍ତି ଯେ, ପ୍ରାୟ ୫୦ଟି ପରିବାରର ସର୍ଭେ ଏପର୍ଯ୍ୟନ୍ତ କରାଯାଇନାହିଁ, ଯେତେବେଳେ…
Author: bmcnews
ବଲାଙ୍ଗୀର ;ତା-୨୩/୦୭(ବିଏମସି ଟିଭି ଓଡ଼ିଆ) ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡରେ ବିଶିଷ୍ଟ ଶିକ୍ଷାବିତ୍, ବୈଜ୍ଞାନିକ ଓ ପରିବେଶବିତ୍ ସୋନମ୍ ୱାଙ୍ଗଚୁକ୍ ଏବଂ ଦେଶବ୍ୟାପୀ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ପ୍ରତି ଏକାତ୍ମତା ପ୍ରକାଶ କରି ଭୀମ ଆର୍ମି, ଗରିବ ସେନା, ସି.ଜେ.ପି. ସମର୍ଥକ, ବିଭିନ୍ନ ଛାତ୍ର ସଂଗଠନ, ସାମାଜିକ ସଂଗଠନ, ରାଜନୈତିକ ଦଳ ଏବଂ ସଚେତନ ନାଗରିକଙ୍କ ମିଳିତ ଆନୁକୂଲ୍ୟରେ ଏକ ବିଶାଳ ପ୍ରତିବାଦ ଓ ବିକ୍ଷୋଭ ରାଲି ଆୟୋଜିତ ହୋଇଥିଲା।ଟିଟିଲାଗଡ଼ ବାଳକ ଉଚ୍ଚ ବିଦ୍ୟାଳୟ ପଡ଼ିଆରୁ ଆରମ୍ଭ ହୋଇଥିବା ଏହି ରାଲି ସହରର ପ୍ରମୁଖ ରାସ୍ତା ପରିକ୍ରମା କରି ସବ୍-କଲେକ୍ଟର କାର୍ଯ୍ୟାଳୟରେ ପହଞ୍ଚିଥିଲା। ସେଠାରେ ପ୍ରତିବାଦକାରୀମାନେ ଶିକ୍ଷା କ୍ଷେତ୍ରର ବିଭିନ୍ନ ସମସ୍ୟାକୁ ନେଇ ପ୍ରସ୍ତୁତ ୫ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ସବ୍-କଲେକ୍ଟରଙ୍କ ଜରିଆରେ କେନ୍ଦ୍ର ସରକାରଙ୍କ ନିକଟକୁ ପ୍ରେରଣ କରିଥିଲେ।ବିକ୍ଷୋଭକାରୀମାନେ କହିଥିଲେ ଯେ, ନିଟ୍ ସମେତ ବିଭିନ୍ନ ପ୍ରବେଶିକା ଓ ନିଯୁକ୍ତି ପରୀକ୍ଷାରେ ବାରମ୍ବାର ପ୍ରଶ୍ନପତ୍ର ପ୍ରଘଟ ଘଟଣା ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ…
ବଲାଙ୍ଗୀର ;ତା-୨୩/୦୭(ବିଏମସି ଟିଭି ଓଡ଼ିଆ) ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂଦେଓଙ୍କ ସବୁଜ ପତାକା; ପଶ୍ଚିମ ଓଡ଼ିଶାର ଶ୍ରଦ୍ଧାଳୁଙ୍କ ପାଇଁ ଐତିହାସିକ ସଂଯୋଗପାଟଣାଗଡ଼, ୨୩.୦୭: ବଲାଙ୍ଗୀର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ହରିଶଙ୍କରରୁ ଶ୍ରୀଜଗନ୍ନାଥ ଧାମ ପୁରୀକୁ ସିଧାସଳଖ ବସ୍ ସେବାର ଆଜି ଶୁଭାରମ୍ଭ ହୋଇଛି। ମାନ୍ୟବର ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂଦେଓ ସବୁଜ ପତାକା ଦେଖାଇ ଏହି ବସ୍ ସେବାର ଶୁଭ ଉଦ୍ଘାଟନ କରିଥିଲେ।ଏହି ନୂତନ ବସ୍ ସେବା ଆରମ୍ଭ ହେବା ଫଳରେ ବଲାଙ୍ଗୀର ସମେତ ସମଗ୍ର ପଶ୍ଚିମ ଓଡ଼ିଶାର ହଜାର ହଜାର ଶ୍ରଦ୍ଧାଳୁ ଏବେ ବିନା ଯାନ ପରିବର୍ତ୍ତନରେ ସିଧାସଳଖ ଭାବେ ଶ୍ରୀଜଗନ୍ନାଥ ଧାମ ପୁରୀକୁ ଯାତ୍ରା କରିପାରିବେ। ଏହା ଧାର୍ମିକ ପର୍ଯ୍ୟଟନକୁ ନୂଆ ଦିଗ ଦେବା ସହ ସାଧାରଣ ଯାତ୍ରୀଙ୍କ ଯାତାୟାତକୁ ମଧ୍ୟ ଅଧିକ ସୁଗମ ଓ ସୁବିଧାଜନକ କରିବ ବୋଲି ମତ ପ୍ରକାଶ ପାଇଛି।ଉଦ୍ଘାଟନୀ ଉତ୍ସବରେ ସ୍ଥାନୀୟ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ, ବସ୍ ସେବା ସଂସ୍ଥାର ପ୍ରତିନିଧି, ବିଭିନ୍ନ ସାମାଜିକ ସଂଗଠନର…
ବେଲଗୁଣ୍ଠା ;ତା-୨୩/୦୭(ବିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା ବ୍ଲକ ଅଞ୍ଚଳରେ ଆଜି ଏକ ବଡ଼ ଧରଣର ବସ ଦୁର୍ଘଟଣା ଟଳିଯାଇଛି। ସୂଚନା ଅନୁଯାୟୀ, ଆଜି ବେଲଗୁଣ୍ଠାରୁ ମଙ୍ଗଳପୁର ପଞ୍ଚାୟତର ମହାସିଙ୍ଗିପଲ୍ଲୀ ଭାୟା ଆମ୍ବପୁଆ , ଜିରୋଳି, ବଙ୍କା,ଜାଲଖାଇ , ମଙ୍ଗଳପୁର ,ଗୋଠୁଳି, ପାଟୁଳି ସାହି, ଗଜିନ୍ଦ୍ରା ,ଏକତାଳ , ଅଢ଼େଇ ଗାଁ ଛକ ଓ ଉଢୁରା ହୋଇ ବେଲଗୁଣ୍ଠା ଅଭିମୁଖେ ଫେରୁଥିବା ରୁଟ୍ ନମ୍ବର ୧୯ ନମ୍ବର ଗାଡି ମୁଖ୍ୟମନ୍ତ୍ରୀ ବସ (ଓଡି୩୨ଜେ୭୪୮୨) ସକାଳ ଦଶଟାରେ ଉଡୁରା ଛକ ନିକଟରେ ପହଞ୍ଚିବା ସମୟରେ, ଇଞ୍ଜିନରୁ ହଠାତ୍ ପ୍ରବଳ ଧୂଆଁ ବାହାରୁଥିବା ଡ୍ରାଇଭର ରାଜ ନାରାୟଣ ଦୋରାଙ୍କ ନଜରକୁ ଆସିଥିଲା । ପରିସ୍ଥିତିକୁ ବୁଝି ଡ୍ରାଇଭର ତୁରନ୍ତ ବସଟିକୁ ରାସ୍ତା କଡ଼ରେ ଅଟକାଇ ଦେଇଥିଲେ।ଗାଡ଼ିରୁ ଓହ୍ଲାଇ ଯାଞ୍ଚ କରିବା ପରେ ସର୍ଟ ସର୍କିଟ୍ ଯୋଗୁଁ ଇଞ୍ଜିନରୁ ପ୍ରବଳ ଧୂଆଁ ଓ ନିଆଁ ବାହାରୁଥିବା ଦେଖିବାକୁ ମିଳିଥିଲା।ଯାହା ଫଳରେ କି ପ୍ରବଳ ଧୁଆଁ ଚାରିଆଡ଼େ ବ୍ୟାପି…
ବେଲଗୁଣ୍ଠା:୨୩/୭(ବିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା ସହରର ଧୋବା ସାହି ୱାର୍ଡ଼ ନମ୍ବର ୯ ବାସିନ୍ଦା ଜଣେ ସକ୍ରିୟ ତଥା ନିଷ୍ଠାପର ବିଜେପି କର୍ମୀ ରମେଶ ଚନ୍ଦ୍ର ସେଠୀଙ୍କ ଗତକାଲି ଅକାଳ ବିୟୋଗ ଘଟିଛି। ଏହି ଦୁଃଖଦ ଖବର ପାଇ ସୋରଡ଼ା ବିଧାୟକ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ ଆଜି ବେଲଗୁଣ୍ଠା ସ୍ଥିତ ମୃତକଙ୍କ ବାସଭବନରେ ପହଞ୍ଚି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସାନ୍ତ୍ୱନା ଦେବା ସହ ଅମର ଆତ୍ମାର ସଦଗତି କାମନା କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ସ୍ୱର୍ଗତ ରମେଶ ଜଣେ ଆର୍ଥିକ ଅନଗ୍ରସର ବ୍ୟକ୍ତି ହୋଇଥିଲେ ମଧ୍ୟ ଦଳର ସଂଗଠନ ପାଇଁ ତାଙ୍କର ଅବଦାନ ରହୁଥିଲା । ତାଙ୍କର ଅକାଳ ବିୟୋଗ ବେଲଗୁଣ୍ଠା ବିଜେପି ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଶ୍ରୀ ନାୟକ ପ୍ରକାଶ କରିବା ସହ ଆଗାମୀ ଦିନରେ ସ୍ଥାନୀୟ ବିଜେପି ତଥା ବିଧାୟକଙ୍କ ତରଫରୁ ଶୋକାକୁଳ ପରିବାରକୁ ସମସ୍ତ ପ୍ରକାର ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି…
ରାୟଗଡ;ତା- ୨୩/୦୭(ବିଏମସି ଟିଭି ଓଡ଼ିଆ) ଜିଲ୍ଲାସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ସ୍ୱାଧୀନତା ଦିବସ ପାଳନ ଉତ୍ସବ ପି ଏମ ଶ୍ରୀ ଗୋବିନ୍ଦଚନ୍ଦ୍ରଦେବ ଉଚ୍ଚବିଦ୍ୟାଳୟ ଖେଳପଡ଼ିଆଠାରେ ଆୟୋଜନ କରାଯିବ। ଉକ୍ତ ଦିନ ପ୍ରତ୍ୟୁଷରେ ରାମଧୁନ ଗାନ କରାଯାଇ ସହର ପରିକ୍ରମା କରାଯିବ। ବିଭିନ୍ନ ଶିକ୍ଷାଅନୁଷ୍ଠାନ ତଥା ସରକାରୀ କାର୍ଯ୍ୟାଳୟରେ ସକାଳ ୭:୩୦ ରୁ ୮:୦୦ ମଧ୍ୟରେ ଅନୁଷ୍ଠାନର ମୁଖ୍ୟଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯିବାକୁ ଥିବାବେଳେ ସକାଳ ୯:୧୫ ଘଟିକା ସମୟରେ ପି ଏମ ଶ୍ରୀ ଗୋବିନ୍ଦଚନ୍ଦ୍ର ଦେବ ଉଚ୍ଚବିଦ୍ୟାଳୟ ଖେଳପଡ଼ିଆଠାରେ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥିରୀକୃତ ମୁଖ୍ୟ ଅତିଥି ଜାତୀୟ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ ଅଭିବାଦନ ଗ୍ରହଣ କରିବେ। ଏହା ସହ ଗଜପତି ଛକରୁ ଶୋଭାଯାତ୍ରା ଆରମ୍ଭ ହୋଇ ପି…
ମାଲକାନଗିରି ;ତା-୨୨/୦୭ ( ବିଏମସି ଟିଭି ଓଡ଼ିଆ) ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ଜଣେ ବ୍ୟକ୍ତିଙ୍କୁ ଠକେଇ ଅଭିଯୋଗରେ ଜଣେ ଅଭିଯୁକ୍ତ ଗିରଫ।ଗିରଫ ବ୍ୟକ୍ତି ଜଣକ ହେଲେ ବାଲେଶ୍ବର ଜିଲ୍ଲା ସିଙ୍ଗଳା ଥାନା ଅନ୍ତର୍ଗତ ବାଲିସାହି ଗ୍ରାମର ନିରଞ୍ଜନ ସେଠୀ(୩୧)।ସୂଚନା ଅନୁଯାୟୀ ବାଲିମେଳା ସ୍ଥିତ ୱାର୍ଡ ନ ୧୦ ଓସିସି ନୂଆ ଗାଁ ରବି. ଈଶ୍ୱର ରାଓଙ୍କ ଝିଅ ୨୦୨୫ ରେ +୨ ପରୀକ୍ଷା ଦେଇ ଫେଲ ହୋଇଯାଇଥିଲା। ସେ ପୁନର୍ବାର ପରୀକ୍ଷା ଖାତା ଚେକିଂ ପାଇଁ ଆବେଦନ କରିଥିଲେ। ଏହି ସମୟରେ ବାଲେଶ୍ବର ର ନିରଞ୍ଜନ ସହିତ ଦେଖା ହୋଇଥିଲା। ସେ ତାଙ୍କୁ ପାସ କରେଇ ଦେବି କହି ଈଶ୍ୱରଙ୍କୁ ୧୭୦୦୦ଟଙ୍କା ମାଗିଥିଲେ ଈଶ୍ୱର ତାଙ୍କୁ ଫୋନ ପେ ମାଧ୍ୟମରେ ୪/୬/ ୨୦୨୫ ଟଙ୍କା ପଠାଇଥିଲେ। ତାପରେ ପରୀକ୍ଷା ଫଳ ବାହାରିଲା କିନ୍ତୁ ତାଙ୍କ ଝିଅ ଫେଲ।ଈଶ୍ୱର ବାରମ୍ବାର ତାଙ୍କୁ ଫୋନ ଯୋଗେ ସମ୍ପର୍କ କରିବାକୁ ଚେଷ୍ଟା କଲେ ମଧ୍ୟ…
ବେଗୁନିଆ, ତା-୨୨/୦୭ (ବିଏମସି ଟିଭି ଓଡ଼ିଆ ) ବେଗୁନିଆସ୍ଥିତ ପିଏମ ଶ୍ରୀ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ବେଗୁନିଆ ଓ ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଭୁକ୍ତ ସମସ୍ତ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ / ଶିକ୍ଷୟିତ୍ରୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଏମ ଆଇ ଏସ ପି ସି, ଟି ସି ସାଧନ କେନ୍ଦ୍ର ସଂଯୋଜକ ଓ ଆକାଉଣ୍ଟାଣ୍ଟ ମାନଙ୍କ ନିମନ୍ତେ ଏକ ସର୍ବେକ୍ଷଣ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ
ମାଲକାନଗିରି ; ତା-୨୨/୦୭ ( ବିଏମସି ଟିଭି ଓଡ଼ିଆ) ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ବାଲିମେଳା ଏନଏସି ଅନ୍ତର୍ଗତ ସରକାରୀ ଓର୍କେଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭିନ୍ନକ୍ଷମ ଶିକ୍ଷକ ସୁଜିତ କୁମାର ରୟଙ୍କୁ ଅବସରକାଳୀନ ସମର୍ଦ୍ଧନା ଦିଆଯାଇଛି। ଆଜି ସ୍କୁଲ ପରିସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ ଥିଲା। ମୁଖ୍ୟ ଅତିଥି ଭାବେ କୋରୁକୋଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅସିତ ମିସ୍ତ୍ରୀ , ସମ୍ମାନୀତ ଅତିଥି ଭାବେ ଚିତ୍ରକୋଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ଗାୟତ୍ରୀ ଦେବୀ, ସିଆରସି ଭଗବାନ ସାହୁ, ସ୍କୁଲ ସଭାପତି କମଳ ଲୋଚନ ଖିଲ ପ୍ରମୁଖ ଉପସ୍ଥିତ ଥିଲେ। ଶିକ୍ଷକ ସୁଜିତ ଅନ୍ଧ ହେଲେ ମଧ୍ୟ ଅନେକ ବର୍ଷ ଧରି ଏହି ସ୍କୁଲରେ ଶିକ୍ଷା ଦାନ କରିଆସୁଥିଲେ। ପିଲାମାନଙ୍କ ଅତି ନିକଟତର ହୋଇପାରିଥିଲେ। କିଛି ପୁରାତନ ଛାତ୍ର ଖବର ଶୁଣି ଆସିଥିଲେ। ସୁଜିତ ସାରଙ୍କୁ ଉପଢୌକନ ଦେଇ ପୁରସ୍କାର ପ୍ରଦାନ କରିଥିଲେ। ଶେଷରେ ବିଦ୍ୟାଳୟର ପ୍ରଧାନ…
ବୋଲଗଡ଼ ; ତା-୧୪/୦୭ ( ବିଏମସି ଟିଭି ଓଡ଼ିଆ) ଖୋର୍ଦ୍ଧା ବୋଲଗଡ଼ ଶିକ୍ଷା ବ୍ଳକ ଅଧିନ ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟ ଦେଉଳି ଠାରେ ମଙ୍ଗଳ ବାର ଦିନ ବିଦ୍ୟାଳୟପରିଚାଳନା କମିଟି ଗଠିତ ହୋଇଯାଇଛି। ଏଥିରେ ମୋ ସ୍କୁଲ ସଭାପତି ପ୍ରଶାନ୍ତ କୁମାର ନାୟକଙ୍କ ସଭାପତିତ୍ଵ କରିଥିଲେ ଓ ଆୟୋଜିତ ପରିଚାଳନା କମିଟି ଗଠନ କାର୍ଯ୍ୟକ୍ରମ ରେ ପିତାମାତା ଅଭିଭାବକ ସଂଘ (ପିଟିଏ) ବୈଠକ ଅଭିଭାବକ ମାନଙ୍କ ମଧ୍ୟରୁ ୨୦ଜଣ ସଭ୍ୟ/ ସଭ୍ୟା ବିଭିନ୍ନ ବର୍ଗରୁ ମନୋନୀତ କରାଯାଇଥିଲା । ବୈଠକରେ ମନୋନୀତ ପ୍ରକ୍ରିୟାରେ ପ୍ରଶାନ୍ତ କୁମାର ସାହୁ ସଭାପତି ଓ ଗୀତାଞ୍ଜଳି ସାହୁ ଉପସଭାପତି ଭାବେ ମନୋନୀତ ହୋଇଥିଲେ। ପରେ ଉଭୟ ସଭାପତି ଓ ଉପସଭାପତି ଙ୍କୁ ବିଦ୍ୟାଳୟ ତରଫରୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବନ୍ଧିତ କରାଯାଇ ଥିଲା। ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ସୁକାନ୍ତି ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ତନୀମା ବରାଳ…
ବୋଲଗଡ ; ତା-୧୨/୦୭ ( ବିଏମସି ଟିଭି ଓଡ଼ିଆ) ବୋଲଗଡ଼ ବ୍ଲକ ର କବିତୀର୍ଥ ସାନପଦର ଗ୍ରାମ ର ସୁଯୋଗ୍ୟ ସନ୍ତାନ ,ବିଶିଷ୍ଟ କୃଷକନେତା ,ବେଗୁନିଆ ବୋଲଗଡ ନିର୍ବାଚନ ମଣ୍ଡଳୀ ର ୪ ଥର ବିଧାୟକ ତଥା ମହାନ୍ ସ୍ଵାଧିନତା ସଂଗ୍ରାମୀ ସ୍ବର୍ଗତ ଗଙ୍ଗାଧର ପାଇକରାୟ ଙ୍କ ୧୧୧ ତମ ଜନ୍ମଜୟନ୍ତୀ ସମାରୋହ ଭକ୍ତଚରଣ ସ୍ମୃତି ସଦନ ଠାରେ ସଭାପତି ଶ୍ରୀକାନ୍ତ କୁମାର ନାୟକ ଙ୍କ ପୌରୋହିତ୍ୟ ରେ ଓ ସମାଜସେବୀ ଅଜୟ ମଙ୍ଗରାଜ ଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ବୋଲଗଡ଼ ବ୍ଲକ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁ ଯୋଗଦେଇ ସ୍ବର୍ଗତ ଗଙ୍ଗାଧର ପାଇକରାୟ ଜଣେ ସ୍ୱାଧୀନତା ସଂଗ୍ରାମୀ ଭାବେ ସ୍ଵାଧୀନତା ଆନ୍ଦୋଳନ ରେ ଭାଗ ନେଇ କାରାବରଣ କରିଥିଲେ ଯାହା ତାଙ୍କର ଦେଶପ୍ରେମ କୁ ପରିଚୟ ଦିଏ ଓ ପୂର୍ବତନ ବିଧାୟକ ଭାବେ ବେଗୁନିଆ ବୋଲଗଡ ମାଟିର ଚାରି ଚାରି ଥର ବିଧାୟକ…
ବୋଲଗଡ଼, ତା-୧୦/୦୭ ( ବିଏମସି ଟିଭି ଓଡ଼ିଆ) ମାଣିକାଗୋଡ଼ା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ବିପର୍ଯ୍ୟସ୍ତ ; ୪ବର୍ଷ ହେଲାଣି, ନାହାନ୍ତି ଡାକ୍ତର, କି ନାହାଁନ୍ତି ଫାର୍ମାସିଷ୍ଟ , ଗ୍ରାମାଞ୍ଚଳ ଗ୍ରାମାଞ୍ଚଳର ଜନସାଧାରଣଙ୍କୁ ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି। ହେଲେ ଖୋର୍ଦ୍ଧା ଜିଲ୍ଲା ବୋଲଗଡସ୍ଥିତ ଦଳେଇସାହି ଗ୍ରାମପଞ୍ଚାୟତର ମାଣିକାଗୋଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ପ୍ରତି ନାହିଁ ନ ଥିବା ସମସ୍ୟା ଦେଇ ଗତି କରୁଛି । ଦଳେଇ ସାହି ଗ୍ରାମପଞ୍ଚାୟତ ପନ୍ଦର ହଜାରୁ ଉର୍ଦ୍ଧ ଗ୍ରାମବାସୀ ପଞ୍ଚାୟତ ବାସି ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଗ୍ରାମପଞ୍ଚାୟତର ରୋଗୀ ନିର୍ଭର କରୁଛନ୍ତି । ହେଲେ ଏଠାରେ ଅଭିଜ୍ଞ ଡାକ୍ତର, ଆବଶ୍ୟକ ମେଡିକାଲ କର୍ମଚାରୀ ଏବଂ ରୋଗୀମାନଙ୍କ ପାଇଁ ଆବଶ୍ୟକ ଶଯ୍ୟା ନ ଥୁବାରୁ ରୋଗୀମନେ ଉପଯୁକ୍ତ ଚିକିତ୍ସା ନ ପାଇ ଦହଗଞ୍ଜ ହେଉଥିବା ଜଣାପଡିଛି।ସସ୍ଥ୍ୟକେନ୍ଦ୍ରରେ ୧ ଜଣ ବିଶେଷଜ୍ଞ ଡାକ୍ତର ଓ ୧ ଜଣ ଫାର୍ମାସିଷ୍ଟ ଆବଶ୍ୟକ…
