ବଲାଙ୍ଗୀର/ଟିଟିଲାଗଡ:ତା-୧୮/୦୩(ବିଏମସି ଟିଭି ଓଡ଼ିଆ) ଟିଟିଲାଗଡ ନିକଟସ୍ତ ବନ୍ଧୂପଲା ଗ୍ରାମ ଛକ ନିକଟରେ ସନ୍ଧ୍ୟା ପୁଟେଲ ନାମ୍ନୀ ଜଣେ ମହିଳା ଏକ ଛୋଟ ଜଳଖିଆ ଦୋକାନ କରି ଚଳୁଥିବା ବେଳେ ମଙ୍ଗଳବାର କିଛି ଦୁର୍ବୃତ୍ତ ରାତି ପ୍ରାୟ ୧ ଘଣ୍ଟା ସମୟ ରେ ଉକ୍ତ ଦୋକାନ ପୋଡି ପାଉଁଶ କରିଦେଇଥିବା ଅଭିଯୋଗ ହୋଇଛି । ପ୍ରକାଶ ଯେ,ଏହି ମହିଳା ଙ୍କ ସ୍ବାମୀ କେଉଁ ଆଡେ ଚାଲିଯାଇଥିବା ଓ ତାଙ୍କ ଖୋଜ, ଖବର ମିଳିପାରି ନ ଥିବା ବେଳେ ଏହି ରାସ୍ତା କଡ ଫୁଟ ଫାତ ଦୋକାନ ସାମଗ୍ରୀ ଓ ଥିବା କିଛି ଟଙ୍କା ନଷ୍ଟ ହୋଇ ଯାଇଛି ।ଏବେ ସେ ସର୍ବସ୍ବାନ୍ତ ହୋଇ ଯାଇ ଟିଟିଲାଗଡ ଥାନା କୁ ଯାଇ ଅଭିଯୋଗ କରିଥିବା ବେଳେ ପୋଲିସ ଦାୟିତ୍ୱ ରେ ଥିବା ଅଧିକାରୀ ଏକ ଏତଲା ଲେଖି ଦେବା କୁ କହିଥିଲେ । ପରିତାପ ର ବିଷୟ ଯେ,ସେ ଲେଖି, ପଢ଼ି ଜାଣି ନ…
Author: BMC NEWS ODISHA
ପୋଲସରା:ତା-୧୭/୦୩(ବିଏମସି ଟିଭି ଓଡ଼ିଆ) ପୋଲସରା ବ୍ଲକର ୧୯ଟି କ୍ଲଷ୍ଟର ଅଧିନସ୍ଥ ସମସ୍ତ ବିଦ୍ୟାଳୟ ଗୁଡ଼ିକରେ ୫୫୩ ଜଣ ପୁରୁଷ ଓ ୧୩୯୫ ଜଣ ନିରକ୍ଷର ମହିଳା, ମୋଟ ୧୯୦୮ ଜଣ ଶିକ୍ଷାର୍ଥୀଙ୍କୁ ନେଇ କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ଅଧୀନ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ତରଫରୁ ନବ ଭାରତ ସାକ୍ଷରତା ପରୀକ୍ଷା (ଉଲ୍ଲାସ) ଚଳିତ ମାସ ୧୫ ତାରିଖ ରବିବାର ଦିନ ସଫଳତା ପୂର୍ବକ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ହର୍ଷବାବୁ ଖାଡ଼ଙ୍ଗାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ପରୀକ୍ଷା କାର୍ଯ୍ୟକ୍ରମକୁ ଏବିଇଓ ସୁବାସିନୀ ତ୍ରିପାଠୀ, ଶିକ୍ଷକ ତଥା ବି.ଆର୍.ଜି. ନରଞ୍ଜନ ବେହେରା ଟିମ୍ ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ବୁଲି ପ୍ରତ୍ୟେକ ଭାବେ ତଦାରଖ କରିଥିଲେ। ଏଥିରେ ସମସ୍ତ ଏଗାର ଜଣ ସାଧନ କର୍ମୀ (ସିଆରସିସି) ଙ୍କ ସମେତ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ, ସହକାରୀ ଶିକ୍ଷକ ଓ ଶିକ୍ଷୟତ୍ରୀ ଏବଂ ସମସ୍ତ ଶିକ୍ଷା ସ୍ୱେଚ୍ଛାସେବୀମାନେ ଉପସ୍ଥିତ ରହି…
ବାଲିମେଳା: ତା-୧୭/୦୩(ବିଏମସି ଟିଭି ଓଡ଼ିଆ) ମାଲକାନଗିରି ଜିଲ୍ଲା ଓର୍କେଲ ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ,ବାଲିମେଳା ଛକ ନିକଟରେ ଥିବା ରାଜଲିଙ୍ଗେଶ୍ୱର ମନ୍ଦିରରେ ଗତ ଶିବରାତ୍ରୀ ସୋମବାର ସନ୍ଧ୍ୟାରେ ହେଉଥିବା ଆଦିବାସୀ ନାଟ ଦେଖିବା ପାଇଁ ବାଲିମେଳା ସହରରୁ ଦୁଇ ଜଣ ଯୁବକ ଯାଇଥିଲେ।ଇତି ମଧ୍ୟରେ ସେଠାରେ କୌଣସି କାରଣରୁ ଚିତା ପାରି-୧ ଗ୍ରାମର ସୁକୁ ଭୂମିଆ ଓ ରବି ହନ୍ତାଳଙ୍କ ସହ ଏହି ଦୁଇ ଯୁବକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।ତା ପରଦିନ ଚିତାପାରି-୧ ଗ୍ରାମର ସୁକୁ ଓ ରବି କୌଣସି କାମରେ ବାଲିମେଳା ସହରକୁ ଆସିଥିବା ଦେଖି ବାଲିମେଳା ସହରର ଦୁଇ ଜଣ ଯୁବକ ତାଙ୍କୁ ମାରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ସୁକୁ ଓ ରବି ଗୁରୁତର ଆହତ ହୋଇଥିଲେ।ଏ ସମ୍ପର୍କରେ ଖବର ପାଇବା ପରେ ଚିତାପାରି -୧ ଗ୍ରାମବାସୀଙ୍କ ସମେତ ସଦାଶିବପୁର, ବାଲି କଲୋନୀ,ପୁରୁଣା ବାଲିମେଳା ଏପରି ବିଭିନ୍ନ ଗ୍ରାମରୁ ଶତାଧିକ ଲୋକେ ଆସି ଘଟଣାରେ ସମ୍ପୃକ୍ତ ଥିବା…
ସମ୍ବଲପୁର/ଗୋଡଭଗା:ତା-୧୭/୩ (ବିଏମସି ଟିଭି ଓଡିଆ)ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ମୁରୁମକେଲ ସ୍ଥିତ ପିଏମ୍ଶ୍ରୀ ବିଦ୍ୟାଳୟ ପରିସରରେ କିଶୋରୀ ବାଳିକା ମାନଙ୍କର ଶିକ୍ଷା ଓ ସଚେତନତା ବୃଦ୍ଧି ନିମନ୍ତେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କିଶୋରୀମାନଙ୍କୁ ଶିକ୍ଷା କ୍ଷେତ୍ରରେ ସଶକ୍ତ କରିବା ସହ ସେମାନଙ୍କର ବ୍ୟକ୍ତିତ୍ୱ ବିକାଶ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗଜପତି ଡନସନାଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତାବିରା ବ୍ଲକ୍ ଅନ୍ତର୍ଗତ ଟୋପ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ଅନୁସୂୟା ଦେବତା ଓ ସତିହାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ବନ୍ଦିତା ପଧାନ ସାଧନ କର୍ମୀ ଭାବରେ ଯୋଗ ଦେଇଥିଲେ। ସାଧନ କର୍ମୀମାନେ କିଶୋରୀ ଅବସ୍ଥାରେ ହେଉଥିବା ଶାରୀରିକ, ବୌଦ୍ଧିକ ଓ ଆବେଗିକ ପରିବର୍ତ୍ତନ ସହ ଏହି ସମୟରେ ଶିକ୍ଷାର ଗୁରୁତ୍ୱ ଏବଂ ସମାଜରେ ନାରୀ ଶିକ୍ଷାର ଆବଶ୍ୟକତା, କର୍ତ୍ତବ୍ୟ ଓ ଦାୟିତ୍ଵ ଉପରେ ସାଧନକର୍ମି ଆଲୋକପାତ…
ବାଲିମେଳା: ତା -୧୬/୦୩(ବିଏମସି ଟିଭି ଓଡ଼ିଆ) ମାଲକାନଗିରି ଜିଲ୍ଲା ଓର୍କେଲ ପୋଲିସ ପକ୍ଷରୁ ଥାନା ଅଧିକାରୀ ଧିରେନ ପଟ୍ଟନାୟକଙ୍କ ନେତୃତ୍ୱରେ ରବିବାର ରାସବେଡା ପଞ୍ଚାୟତ ଅଧୀନ ଚଢେଇଗୁଡା ଗାଁରେ ଆମ ପୋଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥିଭାବେ ସ୍ଥାନୀୟ ସରପଞ୍ଚ ପ୍ରମିଳା ଗୁଟା, କୁଡୁମୁଳୁଗୁମ୍ମା ସରପଞ୍ଚ ମଙ୍ଗଳା ମାଢି, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ମେମ୍ବର ବଳି ମାଝୀ, ଲ୍ୟାମ୍ପ ସଭାପତି ଗୋପୀ ପାଙ୍ଗି, ଏଏସଆଇ ସଂଜିତ କୁମାର ଟାକ୍ରୀ, ଗୁମ୍ମା ଫାଣ୍ଡି ଅଧିକାରୀ କୃଷ୍ଣ ଚନ୍ଦ୍ର ହିଆଲ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଶିବିରରେ ଉପସ୍ଥିତ ଥିବା ଅଞ୍ଚଳବାସୀ କିପରି ଭାବେ ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଉଥିବା ସାଇବର ଠକେଇରୁ ବଞ୍ଚିତ ରହିବେ ଏବଂ ଯଦି ଏପରି ଘଟଣା ନଜରକୁ ଆସେ ତେବେ ସଙ୍ଗେ ସଙ୍ଗେ ଏ ସମ୍ପର୍କରେ ସ୍ଥନୀୟ ପୋଲିକୁ ଅବଗତ କରାଇବାକୁ ବିସ୍ତୃତ ଭାବେ ବୁଝାଇ କୁହାଯାଇଥିଲା।ଅଞ୍ଚଳରେ ଚାଲୁଥିବା ବାଲ୍ୟ…
ବେଲଗୁଣ୍ଠା: ତା -୧୭/୦୩(ବିଏମସି ଟିଭି ଓଡ଼ିଆ) ଆଜି ଚୈତ୍ର ଦ୍ୱିତୀୟ ପାଳି ମଙ୍ଗଳବାର ଅବସରରେ ବେଲଗୁଣ୍ଠା ସହରର ବିଭିନ୍ନ ଦେବୀଙ୍କୁ ପରମ୍ପରା ମୁତାବକ ପଣାପାଣି ଅର୍ପଣ କରାଯାଇଛି । ଜଗନ୍ନାଥ ପାଟଣା ସାହି ପକ୍ଷରୁ ସଭାପତି ଡ଼ି. ଚନ୍ଦନ ବିନ୍ଧାଣିରା, ସଂପାଦକ ସଂଗ୍ରାମ ବିନ୍ଧାଣିରା, କୋଷାଧ୍ୟକ୍ଷ ଇ.ଶିବାନନ୍ଦ ପାତ୍ର, କାର୍ଯ୍ୟକରୀ ସଭାପତି କେ. ଜିତେନ୍ଦ୍ର ସୁବୁଦ୍ଧି, କାର୍ଯ୍ୟକାରି ସଂପାଦକ ଏ.ଶ୍ରୀନିବାସ ପାତ୍ର, ଉପଦେଷ୍ଠା ଏ. ମନୋଜ କୁମାର ପାତ୍ର ଏବଂ ଡ଼ି. ବ୍ରଜେନ୍ଦ୍ର ବିନ୍ଧାଣିରା ପ୍ରମୁଖଙ୍କ ଉପସ୍ଥିତିରେ ସହରର ପାଞ୍ଚଗୋଟି ଦେବୀ ମନ୍ଦିର ତଥା ମାଆ ବ୍ରାହ୍ମଣ ଦେବୀ, ମାଆ ଠାକୁରାଣୀ,ମାଆ ଝିକର ଦେବୀ,ମାଆ ଶ୍ୟାମାକାଳୀ, ମାଆ ରୂଦ୍ରକାଳୀଙ୍କୁ ପଣାପାଣି ଅର୍ପଣ କରାଯାଇଥିଲା । ପାରମ୍ପରିକ ଚାଙ୍ଗୁ ବାଦ୍ୟର ତାଳେ ତାଳେ ଝୁଣା ପଣାରେ ସହର ମହକି ଉଠିଥିଲା । ପଣାପାଣି ଅର୍ପଣ କରାଯାଇ ଦେବୀ ମାନଙ୍କ ନିକଟରେ ସହରର ସୁରକ୍ଷା, ଗୋସମ୍ପଦର ସୁରକ୍ଷା ନିମନ୍ତେ ଆଶୀର୍ବାଦ ଭିକ୍ଷା କରାଯାଇଥିଲା ।…
ସମ୍ବଲପୁର/ବରପାଲି:ତା-୧୭/୦୩ (ବିଏମସି ଟିଭି ଓଡିଆ) ଓଡ଼ିଆ ଭାଷା ସାହିତ୍ୟର ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ସମାଧି ପୀଠ ଏବେ ଅବହେଳାର ଶିକାର ହୋଇଥିବା ଦେଖାଯାଉଛି। ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ସ୍ମୃତିରେ ସୁନ୍ଦର ଭାବେ ଗଢ଼ି ତୋଳାଯାଇଥିବା ଏହି ସମାଧି ସ୍ଥଳର ଦୟନୀୟ ଅବସ୍ଥା ଦେଖି ଏଠାକୁ ଆସୁଥିବା ସାହିତ୍ୟପ୍ରେମୀ ଓ ତଥା ଦଶର୍ନାଥିମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ରକ୍ଷଣାବେକ୍ଷଣ ଅଭାବରୁ ସମାଧି ପୀଠ ପରିସରରେ ଲଗାଯାଇଥିବା ବୃକ୍ଷରାଜି ପ୍ରାୟ ମରିଯାଇଥିବା ସହ ଚାରିପାଖରେ ଅନାବନା ଓ ଜଙ୍ଗଲି ଗଛ ଛନଛନ ହୋଇ ବଢ଼ିଚାଲିଛି। ମଶା ପ୍ରାଦୁର୍ଭାବ ପରିସରଟି ଅତ୍ୟନ୍ତ ଅବ୍ୟବସ୍ଥିତ ଓ ଅସୁନ୍ଦର ଦେଖାଯାଉଛି। ଯେଉଁ ପୀଠଟି କବିଙ୍କ ସ୍ମୃତିରେ ସୁନ୍ଦର ଓ ପରିଚ୍ଛନ୍ନ ରହିବା ସହ ଦର୍ଶନପ୍ରିୟ ଦର୍ଶନାର୍ଥିଙ୍କୁ ଅହରହ ଆକୃଷ୍ଟ କରିବା ଉଚିତ୍, ସେଠାରେ ଏବେ ରକ୍ଷଣାବେକ୍ଷଣର ଅଭାବ ସ୍ପଷ୍ଟ ଭାବେ ପ୍ରକାଶ ପାଉଛି। ପଶ୍ଚିମ ଓଡ଼ିଶା ଉନ୍ନୟନ ପରିଷଦ ପାଣ୍ଠିରେ ପ୍ରାୟ ଏକ କୋଟି ଟଙ୍କାରୁ…
ରାୟଗଡ଼ା:ତା-୧୮/୦୩(ବିଏମସି ଟିଭି ଓଡ଼ିଆ) ଓଡ଼ିଶା ସରକାରଙ୍କ ପ୍ରଚଳିତ ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ଅନ୍ତର୍ଗତ ରାୟଗଡ଼ ଜିଲ୍ଲାର କୋଳନାରା ବ୍ଲକରୁ ୧୧୧ ଜଣ ଯାତ୍ରୀ ୯ ଜଣ ଏସକର୍ଟ ଅଧିକାରୀଙ୍କ ସହ ଶ୍ରୀକ୍ଷେତ୍ର ପୁରୀ ଯାତ୍ରା ପାଇଁ ଆଜି ରବାନା ହୋଇଛନ୍ତି । କୋଳନାରା ବସ୍ସ୍ଟାଣ୍ଡରୁ ୩ଟି ବସ୍ ମାଧ୍ୟମରେ ଏହି ପବିତ୍ର ଯାତ୍ରାର ଶୁଭାରମ୍ଭ ହୋଇଥିଲା । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ଶ୍ରୀ ନବୀନ ଚନ୍ଦ୍ର ନାୟକ, ବିଡିଓ କୋଳନାରା ଶ୍ରୀମତୀ ରୀନା ପ୍ରଧାନ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଶ୍ରୀକାନ୍ତ ପାଣିଗ୍ରାହୀ , ଜିଲ୍ଲା ପରିଚାଳକ ଓଡିଶା ରାଜ୍ୟ ପାରିବହନ ନିଗମ, ପଞ୍ଚାୟତ ସମିତି କୋଳନାରା ଅଧକ୍ଷା ଶ୍ରୀମତୀ ସଂଯୁକ୍ତା କୁଲେସିକା ଓ ପର୍ଯ୍ୟଟନ ଅଧିକାରୀ ସୁବୋଧ ଛତ୍ରୀୟା ଉପସ୍ଥିତ ରହି ଯାତ୍ରୀମାନଙ୍କୁ ଫୁଲ ଓ ଶୁଭେଚ୍ଛା ସହ ଆଶୀର୍ବାଦ ଜଣାଇଥିଲେ । ସେମାନେ ଯାତ୍ରୀମାନଙ୍କୁ ସୁଖଦ, ସୁରକ୍ଷିତ ଓ ସ୍ମରଣୀୟ ଯାତ୍ରା ପାଇଁ କାମନା…
କର୍ଲାମୁଣ୍ଡା, ତା-୧୮/୩ (ବିଏମସି ଟିଭି ଓଡିଆ ) କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରସ୍ଥିତ ରତନ ଭୋଇ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟଠାରେ କର୍ଲାମୁଣ୍ଡା ତହସିଲ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ଜନଗଣନା ପାଇଁ ତିନିଦିନିଆ ପ୍ରଶିକ୍ଷଣ ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ତହସିଲଦାର ତଥା ଜନ ଗଣନା ବ୍ଲକ ଇନ୍ଚାର୍ଜ ଅରୁଣ ବର୍ଗେ, ଅତିରିକ୍ତ ତହସିଲଦାର ଶୁଭେନ୍ଦୁ ପଟେଲ ଶିବିରକୁ ଉଦ୍ଘାଟନ କରିଥିବା ବେଳେ ସାଧନକର୍ମୀ ଭାବେ ଉଦ୍ୟାନ ବିଭାଗ ଅଧିକାରୀଙ୍କୁ ପ୍ରଧାନ, ବ୍ଲକ ମତ୍ସ୍ୟ ଅଧିକାରୀ ଶକ୍ତିକାନ୍ତ ବେହେରା ଯୋଗ ଦେଇ କିଭଳି ନିର୍ଭୁଲ ଭାବେ ଜନଗଣନା କାର୍ଯ୍ୟ ସମ୍ପାଦନା ହେବ ସେ ଉପରେ ତାଲିମ ପ୍ରଦାନ କରିଥିଲେ। ଏହାସହିତ ଘରେ ଘରେ ସର୍ବେକ୍ଷଣ କରିବା ସମୟରେ ଅନୁସରଣୀୟ ନିୟମ ଓ ନୀତି ଉପରେ ମଧ୍ୟ ଜୋର ଦିଆଯାଇଥିଲ। ଏଥିରେ ୭ ସୁପରଭାଇଜର ଓ ୪୩ ଆନିମେଟରଙ୍କ ତାଲିମ ଗ୍ରହଣ କରୁଥିବା ତହସିଲଦାର ଅରୁଣ ବର୍ଗେ ସୂଚନା ଦେଇଛନ୍ତି।…
ବୋଲଗଡ଼, ତା-୧୮/୩ (ବିଏମସି ଟିଭି ଓଡିଆ ) ବୋଲଗଡ଼ ଅଞ୍ଚଳର ବିଶିଷ୍ଟ ତବଲା ବାଦକ , ନାଟ୍ୟ କଳାକାର , ନିର୍ଦ୍ଦେଶକ କଳାଙ୍ଗ ଗ୍ରାମ ର ଶୈଳେନ୍ଦ୍ର କୁମାର ସାମନ୍ତ ରାୟ (୭୨)ଙ୍କର ବୁଧବାର ଦିନ ୧ଟା ସମୟରେ ମୃତ୍ୟୁବରଣ କରିଛନ୍ତି | ସେ କିଛିଦିନ ଧରି ଶ୍ଵାଶଜନିତ ରୋଗରେ ପିଡିତ ଥିଲେ । କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।ତାଙ୍କ ମରଶରୀରକୁ ସଂଧ୍ୟାରେ ଗ୍ରାମ ପରିକ୍ରମା କରାଯାଇ ଗ୍ରାମଶଶ୍ମାନରେ ସଂସ୍କାରକରାଯାଇଥିଲା । ଏକମାତ୍ର ପୁତ୍ର ତାରାପ୍ରସାଦସାମନ୍ତରାୟ ମୁଖାଗ୍ନି ଦେଇଥିଲେ। ତାଙ୍କ ମୃତ୍ୟୁ ଖବର ପାଇ କଳାଙ୍ଗ ଗ୍ରାମପଞ୍ଚାୟତର ସମିତି ସଭ୍ୟ ରଶ୍ମିରଞ୍ଜନ ପ୍ରଧାନ , ଗ୍ରାମ୍ୟ କମିଟି ସଭାପତି ପ୍ରଶାନ୍ତ କୁମାର ହୋତା , ଦୁର୍ଗା କ୍ଳବରବିଶିଷ୍ଟ କଳାକାର ପ୍ରସନ୍ନ କୁମାର ସାମନ୍ତରାୟଙ୍କ ସମେତ କଳାଙ୍ଗ ପଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମର ବହୁ ବ୍ୟକ୍ତି ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ, ତାଙ୍କ ମୃତ୍ୟୁରେ…
ରାୟଗଡ଼ା: ତା – ୧୮/୦୩(ବିଏମସି ଟିଭି ଓଡ଼ିଆ) ଜନସାଧାରଣଙ୍କ ସୂଚନାର୍ଥେ ଏହିମାଧ୍ୟମରେ ଜଣାଇ ଦିଆଯାଉଛି ଯେ, ଜାତୀୟ ରାଜପଥ–୩୨୬ ଅନ୍ତର୍ଗତ ରାୟଗଡ଼ା ସହରର ଗୁରୁତ୍ୱପୂର୍ଣ୍ଣ ରେଳ ଓଭର ବ୍ରିଜ (ROB) ଉପରେ ଆବଶ୍ୟକୀୟ ପୁନରୁଦ୍ଧାର ଓ ମରାମତି କାର୍ଯ୍ୟ ଚାଲିଥିବାରୁ ତା. ୧୦ ଜାନୁଆରୀ ୨୦୨୬ ଠାରୁ ସେତୁଟିକୁ ସମସ୍ତ ପ୍ରକାର ଯାନ ଚଳାଚଳ ପାଇଁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା। ଏହା ଫଳରେ ସାଧାରଣ ଜନଜୀବନ ଓ ଯାତାୟାତ ବ୍ୟବସ୍ଥାରେ କିଛି ସମସ୍ୟା ସୃଷ୍ଟି ହୋଇଥିଲେ ମଧ୍ୟ, ସୁରକ୍ଷାକୁ ପ୍ରାଥମିକତା ଦେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା। ବର୍ତ୍ତମାନ, ପୁନରୁଦ୍ଧାର କାର୍ଯ୍ୟର ଆଂଶିକ ସମାପ୍ତି ଓ ପରିସ୍ଥିତିର ସୁଧାର ହେବା ପରେ, ଜିଲ୍ଲା ପ୍ରଶାସନ ଦ୍ୱାରା ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏକ ଆଂଶିକ ରାହତ ଦିଆଯାଇଛି। ତଦନୁସାରେ, ଆସନ୍ତା ୧୯ ମାର୍ଚ୍ଚ ୨୦୨୬ ତାରିଖରୁ ପ୍ରତିଦିନ ସକାଳ ୭.୦୦ ଘଟିକାରୁ ସନ୍ଧ୍ୟା ୯.୦୦ ଘଟିକା ପର୍ଯ୍ୟନ୍ତ କେବଳ ଦୁଇ ଚକିଆ…
ବେଲଗୁଣ୍ଠା:ତା -୧୫/୦୩(ବିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା ସହରର କେଏସୟୁବି ଇଣ୍ଡେନ୍ ଗ୍ୟାସ ବିତରଣ କେନ୍ଦ୍ରରେ ଆଜି ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି, ଯେଉଁଠାରେ ଗ୍ୟାସ ବିତରଣରେ ବ୍ୟାପକ ଅନିୟମିତତା ଅଭିଯୋଗ ଆଣି ଗ୍ରାହକମାନେ ପ୍ରବଳ ହଟ୍ଟଗୋଳ କରିଛନ୍ତି। ବିଶେଷକରି ବର୍ତ୍ତମାନର ଅନିଶ୍ଚିତତା କିମ୍ବା ଯୁଦ୍ଧକାଳୀନ ପରିସ୍ଥିତିକୁ ନେଇ ପେଟ୍ରୋଲିୟମ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରାଯାଉଛି କିମ୍ବା ବଜାରରେ ସତରେ ଅଭାବ ରହିଛି, ସେ ନେଇ ଗ୍ରାହକଙ୍କ ମଧ୍ୟରେ ଏକ ପ୍ରକାର ଭୟ ଓ ଆତଙ୍କ ଖେଳିଯାଇଛି। ଗ୍ୟାସ୍ ଏକ ଅତ୍ୟାବଶ୍ୟକ ଦୈନନ୍ଦିନ ସାମଗ୍ରୀ ହୋଇଥିବା ବେଳେ ଏହାର ସଠିକ୍ ପରିଚାଳନା ନହେବା ସାଧାରଣ ଜନଜୀବନକୁ ବ୍ୟତିବ୍ୟସ୍ତ କରି ପକାଇଛି।ଗତ କିଛି ଦିନ ହେବ ଅନଲାଇନ୍ ଗ୍ୟାସ୍ ବୁକିଂ ବାଧାପ୍ରାପ୍ତ ହୋଇଥିବାରୁ ଶହ ଶହ ଗ୍ରାହକ ବାଧ୍ୟ ହୋଇ ବିତରଣ କେନ୍ଦ୍ରକୁ ଧାଇଁଥିଲେ। ମାତ୍ର ସେଠାରେ ପହଞ୍ଚିବା ପରେ ସେମାନେ ଦେଖିବାକୁ ପାଇଥିଲେ ଯେ, ବହୁ ପୂର୍ବରୁ ଅନ୍ୟ ଗ୍ରାହକଙ୍କ…
