ବାଲିମେଳା: ତା -୦୬/୦୩ (ବିଏମସି ଟିଭି ଓଡ଼ିଆ) ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଥିବା ବିଜୁ ଜନତା ଦଳ କାର୍ଯ୍ୟାଳୟ ପରିସରରେ ଗୁରୁବାର ଦିନ ସନ୍ଧ୍ୟା ୭ ଘଣ୍ଟିକା ସମୟରେ ବାଲିମେଳା ନଗର ସଭାପତି ଶ୍ରୀ ରାଜେନ୍ଦ୍ର କୁଲଦୀପ ଙ୍କ ତତ୍ତ୍ଵାବଧାନରେ ଓଡ଼ିଶା ର ବରପୁତ୍ର ସ୍ଵାଧୀନତା ସଂଗ୍ରାମୀ ତଥା ବିଶିଷ୍ଟ ପାଇଲଟ୍, ପରାକ୍ରମୀ,ଆଧୁନିକ ଓଡ଼ିଶା ର ବିନ୍ଧାଣି ଦୁଇ ଦୁଇଥର ଓଡ଼ିଶା ରାଜ୍ୟ ର ମୁଖ୍ୟମନ୍ତ୍ରୀ ପଦବୀ ଅଳଙ୍କୃତ କରିଥିବା ବିଜୁ ବାବୁ ଙ୍କ ୧୧୦ ତମ ଜନ୍ମ ଦିବସ ବାଲିମେଳା ବିଜୁ ଜନତା କାର୍ଯ୍ୟାଳୟ ଠାରେ ପାଳନ କରାଯାଇଥିଲା। ଏହି ଅବସରରେ ବିଜ୍ଞାପିତ ଅଞ୍ଚଳ ପରିଷଦ ର ବିଜୁ ଜନତା ଦଳର ନିର୍ବାଚିତ ଉପାଧ୍ୟକ୍ଷ ,ସମସ୍ତ କାଉନସିଲର ବୃନ୍ଦ,ସହାୟକ ନିର୍ବାଚନ ଅଧିକାରୀ,ବାଲିମେଳା ବିଜୁ ଜନତା ଦଳ ର ଉପସଭାପତି ସମେତ ଅନେକ ବିଜୁ ପ୍ରେମୀ ସ୍ବର୍ଗତ ବିଜୁ ବାବୁ ଙ୍କ ଫଟୋ ଚିତ୍ର…
Author: BMC NEWS ODISHA
ବେଲଗୁଣ୍ଠା: ତା -୦୬/୦୩(ବିଏମସି ଟିଭି ଓଡିଆ) ଆଜି ବେଲଗୁଣ୍ଠା ବ୍ଳକ୍ ରେ କାର୍ଯ୍ୟରତ ଦୁଇ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅବସର ଗ୍ରହଣ କରିଥିବା ବେଳେ ସମସ୍ତ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ତରଫରୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଅବସରରେ ବେଲଗୁଣ୍ଠା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତିଙ୍କ ଆହ୍ୱାନ କ୍ରମେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋପାମୁଦ୍ରା ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅବସରକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅତିଥି ରୂପେ ଅବସର ଗ୍ରହଣ କରୁ୍ଥିବା ଶିକ୍ଷକ ମନୋଜ କୁମାର ପଣ୍ଡା, ଶିକ୍ଷୟିତ୍ରୀ ଭାଗ୍ୟଲତା ସାହୁ,ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରତିଭା ରଥ, ପ୍ରଶାନ୍ତ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପୁଷ୍ପଗୁଚ୍ଛ, ଉପଢ଼ୌକନ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର କର୍ମକର୍ତ୍ତା,ସଦସ୍ୟ ଏବଂ ସିଆରସିସିମାନେ ପରିଚାଳନା କରିଥିଲେ । ଏହି ଅବସରରେ…
ବଲାଙ୍ଗୀର/ପାଟଣାଗଡ଼:ତା-୦୬/୦୩(ବିଏମସି ଟିଭି ଓଡ଼ିଆ) ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ ବ୍ଲକ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଏକ କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି ଛୁଆଳି ଉଦର ଗାଁ ର ଦେବରାଜ ପ୍ରଧାନ ଙ୍କ ପୁଅ ସିଦ୍ଧେଶ୍ୱର ପ୍ରଧାନ ଙ୍କୁ ଦିବ୍ୟାଙ୍ଗ ମାନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ନିର୍ମିତ ମୋଟର ଚାଳିତ ଚାରି ଚକିଆ ସାଇକେଲ୍ ପ୍ରଦାନ କରିଛନ୍ତି। ଏହି ମୋଟର ସାଇକେଲ ଟି ଏମପିଲାଡ଼ ରାଜ୍ୟସଭା ପାଣ୍ଠି ରୁ ୨୦୨୫–୨୬ ପାଇଁ ମଞ୍ଜୁରହୋଇଥିଲା।ଏହି ଅବସରରେ ପଟଣାଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୁମନ ମିଞ୍ଜ ସହ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।ଶ୍ରୀ ପ୍ରଧାନ ଛୁଆଳିଉଦର ଗ୍ରାମରୁ କଲେଜ ପର୍ଯ୍ୟନ୍ତ ପ୍ରାୟ ୧୦ କିଲୋମିଟର ଦୂରତା ଯାତାୟାତ କରିବାରେ ବହୁତ ସମସ୍ୟାର ସମ୍ମୁଖୀନ ହେଉଥିଲେ।ଏହି ଅବସରରେ ସାଂସଦ ଶ୍ରୀ ବିଶି କହିଥିଲେ ଯେ ଶିକ୍ଷା ପାଇଁ ପ୍ରତ୍ୟେକ ଛାତ୍ରଙ୍କୁ ସମାନ ସୁଯୋଗ ମିଳିବା ଆବଶ୍ୟକ ଓ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ସହାୟତା ଯୋଗାଇବା ସମାଜର ଦାୟିତ୍ୱ*।…
ବାଲିମେଳା: ତା -୦୬/୦୩ (ବିଏମସି ଟିଭି ଓଡ଼ିଆ) ମାଲକାନଗିରି ଜିଲ୍ଲା ଶିକ୍ଷା କ୍ଷେତ୍ରରେ ଲାଗି ରହିଥିବା ଅବ୍ୟବସ୍ଥାକୁ ନେଇ ସର୍ବଦା ଚର୍ଚ୍ଚାରେ ରହି ଆସିଛି।ବିଦ୍ୟାଳୟର ଛାତରୁ ପାଣି ଗଳିବା, ଶ୍ରେଣୀ ଗୃହ,ଅଫିସ ଗୃହ, ସ୍ଥାୟୀ ସୁରକ୍ଷା ପାଚେରୀ ଓ ଛାତ୍ରୀ ଛାତ୍ରଙ୍କ ଖେଳିବା ପାଇଁ ଖେଳ ପଡିଆ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ନ ଥିବାରୁ ପିଲା ମାନଙ୍କର ପାଠ ପଢା ଓ ଖେଳ କୁଦରେ ବହୁ ସମସ୍ୟା ସୃଷ୍ଟି ହେଉଛି।ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଚିତାପାରି-୩ ପଞ୍ଚାୟତ ଅଧୀନ ଏମଭି-୧୦୯ଗାଁ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଅବ୍ୟବସ୍ଥା ଲାଗି ରହିଥିବା ଦେଖିବାକୁ ମିଳିଛି । ୧୯୭୩ରେ ଶିକ୍ଷା ବିଭାଗ ପକ୍ଷରୁ ପ୍ରଥମରୁ ୫ମ ଶ୍ରେଣୀକୁ ନେଇ ଏହି ବିଦ୍ୟାଳୟ ସ୍ଥାପନ କରାଯାଇଥିଲା ଏହି ସ୍କୁଲରେ ବାଲବାଟିକାରେ ୩ ଓ ପ୍ରଥମରୁ ୫ମ ଶ୍ରେଣୀରେ ମୋଟ ୨୫ଛାତ୍ରୀ ଛାତ୍ର ପଢୁଛନ୍ତି।ପ୍ରଧାନ ଶିକ୍ଷୟତ୍ରୀଙ୍କ ସମେତ ମୋଟ ୨ ଜଣ ଶିକ୍ଷୟତ୍ରୀ ଅଛନ୍ତି।ଗୁରୁବାର…
ବାଲିମେଳା: ତା -୦୬/୦୩(ବିଏମସି ଟିଭି ଓଡ଼ିଆ) ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ରହୁଥିବା ଠିକାଦାର ମାନଙ୍କୁ ନେଇ ବାଲିମେଳା ସହରରେ ଥିବା ଟାଉନହଲ ପରିସରରେ ବାଲିମେଳା ଏନଏସିର ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସରକାରଙ୍କ ପକ୍ଷରୁ ସହରର ବିକାଶ ପାଇଁ ବାଲିମେଳାଏନଏସି, ପୋଟେରୁ ଜଳ ସେଚନ ବିଭାଗ, ବାଲିମେଳା ଜଳ ବିଦ୍ୟୁତ କେନ୍ଦ୍ର ଏବଂ ଅନ୍ୟାନ୍ୟ ବିଭାଗ ଜରିଆରେ ବିଭିନ୍ନ ଯୋଜନାରେ ଟେଣ୍ଡର ମାଧ୍ୟମରେ କରାଯାଉଥିବା କାର୍ଯ୍ୟ ଗୁଡିକୁ ସୁଚାରୁରୂପେ କରିବା ସହିତ ପର୍ଯ୍ୟାୟ କ୍ରମେ ବାଲିମେଳାର ସକ୍ରିୟ ଥିବା ସମସ୍ତ ଠିକାଦାର ମାନେ କିପରି କାମ ପାଇ କରି ସ୍ୱାବଲମ୍ବୀ ହୋଇ ପାରିବେ ସେ ନେଇ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଏହା ପରେ ବାଲିମେଳାର ସମସ୍ତ ଠିକାଦାର ମାନଙ୍କ ସହମତି କ୍ରମେ ଏକ ନୂତନ ଭାବେ ଠିକାଦାର ସଂଘ ଗଠନ କରାଯାଇଥିଲା। ଉକ୍ତ ବୈଠକରେ ଉପସ୍ଥିତ ଥିବା ବାଲିମେଳା ସହରର ସମସ୍ତ…
ବାଙ୍କୀ: ତା -୦୬/୦୩(ବିଏମସି ଟିଭି ଓଡ଼ିଆ) ହିନ୍ଦୋଳ-ନବଓଡିଶାର ନିର୍ମାତା,ପ୍ରବାଦପୁରୁଷ,ଭୂମିପୁତ୍ର ତଥା ଭାରତ ରାଜନୈତିକ ଆକାଶର ଅମୁଲ୍ୟରତ୍ନ, ଓଡ଼ିଶାର ଜନମାନସର ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ ଆଜି ସାରା ରାଜ୍ୟରେ ପାଳିତ ହୋଇଯାଇଛି।ସେହି ପରିପେକ୍ଷୀରେ ହିନ୍ଦୋଳ ନିର୍ବାଚନମଣ୍ଡଳୀ କ୍ଷେତ୍ର ବିଜୁଜନତାଦଳ ପକ୍ଷରୁ ବିଧାୟକପ୍ରାର୍ଥୀ,ପୂର୍ବତନ ସାଂସଦ, ବିଧାୟକ ତଥା ରାଜ୍ୟ ବିଜେଡି ସାଧାରଣସମ୍ପାଦକ ମହେଶ ସାହୁଙ୍କ ନେତୃତ୍ୱ ଓ ଆବାହକତ୍ୱରେ ଆଜି ସ୍ଥାନୀୟ ଦଶଦେବି ମନ୍ଦିର ନିକଟରେ ବିଜୁ ଜୟନ୍ତୀ ପାଳିତ ହୋଇଯାଇଛି। ପ୍ରଥମେ ଓଡାପଡା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ମହାନ୍ତିଙ୍କ ଦ୍ବାରା ମା ଦଶଦେବୀ ପୀଠରେ ପୂଜା ଅର୍ଚ୍ଚନା ସହ ସମୂହ ଦୀପ ଦାନ କରାଯାଇଥିଲା। ଆୟୋଜିତ ସଭାରେ ପୂର୍ବତନ ସାଂସଦ ମହେଶ ସାହୁ ଅପାରଗ ମିଛୁଆ ବିଜେପି ସରକାର ତଥା ତାଙ୍କ ସାଂସଦ ବିଧାୟକ/ବିଧାୟିକା କିପରି ଜନସେବାକୁ ଗୋଇଠାମାରି ନିଜର ଉର୍ନତି କରୁଛନ୍ତି ବଖାଣି ଦୃଢ଼ ସମାଲୋଚନା କରି ବିଜେଡି କର୍ମୀ, କାର୍ଯ୍ୟକର୍ତା ଓ…
ବାଙ୍କୀ: ତା -୦୬/୦୩(ବିଏମସି ଟିଭି ଓଡ଼ିଆ) ଆରମ୍ଭ ହେଲାଣି ଖରାଦିନ କଟକ ଜିଲ୍ଲା ର ବିଭିନ୍ନ ଅଂଚଳରେ ଦେଖାଦେଲାଣି ଜଳ ସମସ୍ୟା.ବୈଦ୍ୟେଶ୍ୱେର ଥାନା ବଳଭଦ୍ରପୁର ଗ୍ରାମପଂଚାୟତ ଗୋପୀନାଥ ପୁର ରେ ବିଶୁଦ୍ଧପାନୀୟ ଜଳ ର ସମସ୍ୟା ଦେଖା ଦେଇଛି। ପିଇବା ପାଣି ଅଭାବ ରୁ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଏଠାରେ ସରକାର ଙ୍କର ବସୁଧା ଯୋଜନା ଫେଲ ମାରିଛି. ସ୍ଥାନୀୟ ଜନପ୍ରତିନିଧି ଙ୍କୁ ଜଣାଇଲେ ମଧ୍ୟ କିଛି ସୁଫଳ ମିଳୁନାହିଁ. ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି । ଗୋଟିଏ ସୌରଚଳିତ ପ୍ରକଳ୍ପ ଉପରେ ଗ୍ରାମ ବସି ନିର୍ଭର କରନ୍ତି । ଖରାଦିନେ ଜଳସ୍ତର ତଳକୁ ଖସିଯିବରୁ ସୌରଚଳିତ ପ୍ରକଳ୍ପ ମଧ୍ୟ୍ୟ ପାଣି ଯୋଗାଇ ପାରୁନାହଁ। ସେଥିପାଇଁ ଜନସାଧାରଣ ନାହିଁ ନ ଥିବା ଜଳକଷ୍ଟ ଭୋଗଛନ୍ତି. ଗ୍ରାମରେ ଦୁଇଟି ନଳକୂପ ଥିଲେ ମଧ୍ୟ ସେଥିରୁ ଗୋଳିଆ ପାଣି ବାହାରୁ ଥିବାରୁ ବ୍ୟବହାର ଅନୁପଯୁକ୍ତ। ଗ୍ରାମ୍ୟ…
ବାଙ୍କୀ: ତା -୦୫/୦୩(ବିଏମସି ଟିଭି ଓଡ଼ିଆ) ଡମପଡ଼ା ବ୍ଲକ ଅନ୍ତର୍ଗତ ଦୁଲଣାପୁରସ୍ଥିତ ଲକ୍ଷ୍ମୀନାରୟଣ ମନ୍ଦିର ମଣ୍ଡପରେ ଏକ ସ୍ୱତନ୍ତ୍ର ରଙ୍ଗ ଉତ୍ସବ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାମାଜିକ କର୍ମୀ ତଥା ଜନମଙ୍ଗଳ ପରିଷଦର ସଂପାଦକ ନିରଞ୍ଜନ ସାହୁ ସଭାପତିତ୍ୱ କରିବା ସହିତ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବେ ଶିକ୍ଷାବିତ୍ ତଥା ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଉପାଧ୍ୟକ୍ଷ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ରଙ୍ଗ ଉତ୍ସବ ହେଉଛି ଏକ ଭାଇଚାରାର ସଂପର୍କ ଓ ମିଳନର ପର୍ବ ଭାବେ ବର୍ଣ୍ଣନା କରିଥିଲେ । ମୁଖ୍ୟବକ୍ତା ଭାବେ ପାଲା ଗାୟକ ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ମହାପାତ୍ର, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ବିପିନି ବିହାରୀ ମହାପାତ୍ର, ସମ୍ବାଦିକ ଅନନ୍ତ କୁମାର ମହାପାତ୍ର, ପ୍ରତାପ ନାୟକ, ଅନନ୍ତ ରଣା, ଶୁଭେନ୍ଦୁ କୁମାର ମହାପାତ୍ର, ମାନସ ରଞ୍ଜନ ସାହୁ,…
ବେଲଗୁଣ୍ଠା: ତା -୦୫/୦୩(ବିଏମସି ଟିଭି ଓଡ଼ିଆ) ଗାଙ୍ଗପୁର ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟର ଆୟୋଜନ କ୍ରମେ ବେଲଗୁଣ୍ଠା ବ୍ଳକ୍ ଖଇରପୁଟି ହନୁମାନ ମନ୍ଦିର ପ୍ରାଙ୍ଗଣରେ ସୁସ୍ଥ ମନ୍ଦିର ପରିବେଶ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଇକୋ କ୍ଲବ୍ ସଂଯୋଜକ ତଥା ଅବସରପ୍ରାପ୍ତ ଦିଗପହଣ୍ଡି ଗୋଷ୍ଠୀ ଶିକ୍ଷା ଅଧିକାରୀ ଡକ୍ଟର୍ ଶଙ୍କର ନାରାୟଣ ବେଜ,ଗାଙ୍ଗପୁର ବନପାଳ ଦିଲ୍ଲୀପ୍ କୁମାର ଦାସ , ଖଇରପୁଟି ପଂଚାୟତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ମାଝୀ, ଗାଙ୍ଗପୁର ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ମନ୍ଦିର ଏବଂ ପୁଷ୍କରିଣୀକୁ ସ୍ଵଚ୍ଛ ରଖିବା ଦିଗରେ ସରକାର ଜଙ୍ଗଲ,ପରିବେଶ ଏବଂ ଜଳବାୟୁ ମନ୍ତ୍ରାଳୟ ବିଭାଗର ଏହା ଏକ ଅଭିନବ କାର୍ଯ୍ୟକ୍ରମ ବୋଲି ପ୍ରକାଶ କରିଥିଲେ । ମୁଖ୍ୟ ଅତିଥି ଡକ୍ଟର୍ ବେଜ୍ ପରିବେଶ ସୁରକ୍ଷା…
ବେଲଗୁଣ୍ଠା: ତା -୦୫/୦୩(ବିଏମସି ଟିଭି ଓଡ଼ିଆ) ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ସହର ସମେତ ଏହାର ଆଖପାଖ ଅଞ୍ଚଳରେ ବୁଧବାର ରଙ୍ଗର ପର୍ବ ହୋଲି ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି। ପରସ୍ପରକୁ ରଙ୍ଗ ଓ ଅବିର ଲଗାଇ ଲୋକେ ହୋଲିର ଶୁଭେଚ୍ଛା ଜଣାଇବା ସହ ଭାଇଚାରାର ବାର୍ତ୍ତା ବାଣ୍ଟିଛନ୍ତି। ବେଲଗୁଣ୍ଠା ବ୍ଲକର ବିଭିନ୍ନ ଅଞ୍ଚଳ ଯଥା ଗାଙ୍ଗପୁର, ଗୋବରା ଏବଂ ଏମ୍ ବି ଏସ୍ ଇଣ୍ଡଷ୍ଟ୍ରି ପରିସରରେ ହୋଲି ଉତ୍ସବ ବେଶ୍ ଜାକଜମକରେ ପାଳନ କରାଯାଇଛି। ଛୋଟ ପିଲାଠୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ରଙ୍ଗ ଖେଳରେ ମାତିଥିବା ବେଳେ ଗାଁଠୁ ସହର ସବୁଠି ଜମିଥିଲା ଭୋଜିଭାତର ଆସର। ବୁଧବାର ହୋଇଥିବାରୁ ସକାଳୁ ସକାଳୁ ସ୍ଥାନୀୟ ଆମିଷ ଦୋକାନଗୁଡ଼ିକରେ ଗ୍ରାହକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ବିଶେଷ କରି ମାଂସ ଓ କୁକୁଡ଼ା ଦୋକାନରେ ଲୋକଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା।ଅନ୍ୟପଟେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବେଲଗୁଣ୍ଠା ଥାନା…
ବେଲଗୁଣ୍ଠା: ତା -୦୫/୦୩(ବିଏମସି ଟିଭି ଓଡ଼ିଆ) ଆଜି ଅର୍ଥାତ୍ ମାର୍ଚ୍ଚ ତିନି ତାରିଖ ପ୍ରବାଦ ପୁରୁଷ, ପୂର୍ବତନ ମୁଖ୍ୟ ମନ୍ତ୍ରୀ ଇଣ୍ଡୋନେସିଆର ଭୂମିପୁତ୍ର ସ୍ଵର୍ଗତ ବୁଜୁ ପଟ୍ଟନାୟଙ୍କ ୧୧୦ ତମ ଜନ୍ମ ଜୟନ୍ତି ସମଗ୍ର ଦେଶରେ ପାଳନ କରାଯାଉଥିବା ବେଳେ, ବେଲଗୁଣ୍ଠା ଏନ୍.ଏ.ସି. ବିଜୁ ଜନତା ଦଳ ପକ୍ଷରୁ ମଧ୍ୟ ପାଳନ କରାଯାଇଅଛି । ଏହି ଅବସରରେ ବେଲଗୁଣ୍ଠା ମେଇନରୋଡ ସ୍ଥିତ କଲ୍ୟାଣ ମଣ୍ଡପଠାରେ ସ୍ପର୍ଗତ ବିଜୁବାବୁଙ୍କ ପୂର୍ଣ୍ଣ ପ୍ରତିମୂର୍ତ୍ତୀ ରେ ଦଳର ସଭାପତୀ ଶ୍ରୀଯୁକ୍ତ ରବିନ୍ଦ୍ର ନାଥ ମହାପାତ୍ର ପୂଷ୍ପମାଳ ଏବଂ ଦୀପ ପ୍ରଜ୍ବଳନ କରିଥିଲେ । ଭକ୍ତ ଜୟନ୍ତି ସମୟରେ ବେଲଗୁଣ୍ଠା ନଗରପାଳ ଫିରୋଜ କୁମାର ସେଠୀ. ପୂର୍ବତନ ଉପନଗର ପାଳ ପ୍ରଶାନ୍ତ କୁମାର ସାହୁ, କାଉନସିଲର , ଏସ୍.ଦ୍ଭାସ୍କର ପାତ୍ର, ପ୍ରଦିପ କୁମାର ସେଠୀ, କାଳିଆ ସାହୁ, ବିଶ୍ଵିନାଥ ଦଳାଇ, ପୂର୍ବତ୍ତନ କଉନସିଲର କେ. ଜିତେନ୍ଦ୍ର ସୁବୁଦ୍ଧି, କାଉନସିଲର ପ୍ରତିନିଧି ରଂଜିତ କୁମାର ସାମଲ, ସନ୍ତୋଷ କୁମାର…
ବାଲିମେଳା: ତା -୦୫/୦୩(ବିଏମସି ଟିଭି ଓଡ଼ିଆ) ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ କଂଗ୍ରେସ ସଭାପତି ଭାବେ ମୁକୁନ୍ଦ ମାଡକାମୀଙ୍କୁ ଦଳ ପକ୍ଷରୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଖବର ପ୍ରକାଶିତ ହେବା ପରେ ବ୍ଲକ ଅଧୀନରେ ଥିବା ବିଭିନ୍ନ ଅଞ୍ଚଳର ଦଳୀୟ କର୍ମୀ ମାନେ ଖୁସି ପ୍ରକଟ କରିବା ସହ ମୁକୁନ୍ଦଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମାଲକାନଗିରି ଜିଲ୍ଲା କଂଗ୍ରେସ ସଭାପତି ଜି.ଶ୍ରୀନିବାସ ରାଓଙ୍କ ଚୟନ ଅନୁଯାୟୀ ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ଅନୁମୋଦନ କ୍ରମେ କୋରୁକୋଣ୍ଡା ବ୍ଲକର ବିଭିନ୍ନ ପଞ୍ଚାୟତରେ ଦଳୀୟ ସଂଗଠନକୁ ସୁଦୃଢ କରିବା ପାଇଁ ଶ୍ରୀ ମୁକୁନ୍ଦଙ୍କୁ ଚୟନ କରାଯାଇଛି। ଆଗାମୀ ଦିନରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ଦଳର ସଫଳତା ପାଇଁ ସମ୍ପୂର୍ଣ ଭାବେ ଚେଷ୍ଟା କରିବି ବୋଲି ଶ୍ରୀ ମୁକୁନ୍ଦ କହିଛନ୍ତି। ବାଲିମେଳା ରୁ ଦିଲୀପ କୁମାର ଦାସଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।
