ଭୁବନେଶ୍ବର: ତା -୦୪/୦୩(ବିଏମସି ଟିଭି ଓଡ଼ିଆ) ଆଜି ରଙ୍ଗର ପର୍ବ ହୋଲି । ଏଥିଲାଗି ଗାଁଠୁ ସହର ସବୁଠି ଉତ୍ସବମୁଖର ପରିବେଶ। ପରସ୍ପରକୁ ରଙ୍ଗ ବୋଳି ସମସ୍ତେ ହୋଲି ପର୍ବକୁ ବଡ ଧୁମଧାମ ସହକାରେ ପାଳନ କରୁଛନ୍ତି। ରଙ୍ଗର ଅବିରରେ ରଙ୍ଗୀନ୍ ସମସ୍ତେ । ବିଶେଷକରି ହର୍ବାଲ ହୋଲି ଖେଳିବାକୁ ସମସ୍ତେ ପସନ୍ଦ କରୁଛନ୍ତି । ଏହାସହ କିଛି କିଛି ସ୍ଥାନରେ ଭୋଜିଭାତର ମଧ୍ୟ ଆୟୋଜନ କରାଯାଇଛି । ତେବେ ଏହି ଅବସରରେ ଆଜି ହୋଲିର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ହୋଲି ହେଉଛି ଆନନ୍ଦ, ଉତ୍ସାହ ଏବଂ ଭାଇଚାରାର ପ୍ରତୀକ। ରଙ୍ଗର ଉତ୍ସବ ଜୀବନରେ ନୂତନ ଆଶା ଓ ସମ୍ଭାବନା ଭରିଦେଉ। ମୋର ଅନୁରୋଧ, ପରିବେଶକୁ ସୁହାଇଲା ଭଳି ପ୍ରାକୃତିକ ଓ ହର୍ବାଲ ରଙ୍ଗ ବ୍ୟବହାର କରନ୍ତୁ। ନିରାପଦରେ ରହି ଖୁସି ବାଣ୍ଟନ୍ତୁ ଏବଂ ହୋଲିକୁ ଶାନ୍ତିପୂର୍ଣ୍ଣ ଭାବେ ଉପଭୋଗ କରନ୍ତୁ। ଅନ୍ୟପଟେ ରାଜ୍ୟପାଳ ଡ. ହରିବାବୁ…
Author: BMC NEWS ODISHA
ବଲାଙ୍ଗୀର/ଟିଟିଲାଗଡ: ତା -୦୪/୦୩(ବିଏମସି ଟିଭି ଓଡ଼ିଆ) ଆନନ୍ଦ ,ଉଲ୍ଲାସ ରେ ରଙ୍ଗ ର ପର୍ବ ଅବସର ରେ ଲୋକେ ପାଳନ କରୁଥିବା ବେଳେ ଖାଇବାକୁ ମୁଠେ ଲୋକ ଅକଥନୀୟ ଦୁର୍ଦ୍ଦଶା ଭୋଗିବା ଭଳି ଘଟଣା ନେଇ ଗୁରୁତର ଅଭିଯୋଗ ହୋଇଛି । ପ୍ରକାଶ ଯେ,ଟିଟିଲାଗଡ ଜିଲ୍ଲା ସ୍ତରୀୟ ଡାକ୍ତରଖାନାରେ ଆଖ, ପାଖ ଅଞ୍ଚଳରୁ ଗରିବ ସରଳ ,ଅସହାୟ ଲୋକ ଆସି ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ଦାୟିତ୍ୱ ରେ ଥିବା କିଛି କର୍ମଚାରୀ ଜାଣି,ଶୁଣି ସରକାରୀ ଭାବେ ତାଙ୍କୁ ଖାଦ୍ୟ ପ୍ରଦାନ କରାଯିବ ନିୟମ ର ଖୋଲା, ଖୋଲି ଉଲ୍ଲଂଘନ କରାଯାଇ ଥିବା ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଏପରିକି ଆହାର କେନ୍ଦ୍ର ବନ୍ଦ ଥିବା ବେଳେ ହୋଟେଲ,ଦୋକାନ ବଜାର ବନ୍ଦ ରହିଛି । ଟିଟିଲାଗଡ ଜିଲ୍ଲା ସ୍ତରୀୟ ମୁଖ୍ୟ ଚିକିତ୍ସାଳୟ ଓ ଟିଟିଲାଗଡ ରୁ ପାଞ୍ଚ କି ମି ଦୂର ମାତୃ ଓ ଶିଶୁ ଚିକିତ୍ସାଳୟ ରେ…
ବ୍ରହ୍ମପୁର:ତା-୦୪/୦୩ (ବିଏମସି ଟିଭି ଓଡ଼ିଆ) କଳା ଓ କଳାକାର ହିତୈଷୀ ମହାମଞ୍ଚ “ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ” ପକ୍ଷରୁ ଚଳିତ ମାର୍ଚ୍ଚ ୧୨ ତାରିଖରେ କଳାକାର ସମାଜକୁ ପୁରୀ ଚାଲ ଡାକରା ଦିଆଯାଇଛି। ଉକ୍ତ ଦିନ ପବିତ୍ର ଶ୍ରୀକ୍ଷେତ୍ର ପୁରୀ ସ୍ଥିତ ଐତିହାସିକ ରଙ୍ଗମଞ୍ଚ “ଅନ୍ନପୂର୍ଣ୍ଣା ଥିଏଟର” ପ୍ରେକ୍ଷାଳୟ ପରିସରରେ ଏକ ରାଜ୍ୟସ୍ତରୀୟ କଳାକାର ସମାବେଶର ଆୟୋଜନ କରାଯାଇଛି। ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ସୋରଳ ଜଙ୍କସନ୍ ସ୍ଥିତ ସୁରେଶ ହସ୍ପିଟାଲ ସଭାକକ୍ଷ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କଳା ଓ କଳାକାରଙ୍କ ସମସ୍ୟା, ସରକାରୀ ସହାୟତା, କଳାକାର ସମାଜ ମଧ୍ୟରେ ଭାଇଚାରା ବଜାୟ ରଖିବା ଆଦି ବିଷୟ ନେଇ ଏ ସମାବେଶର ଆୟୋଜନ କରାଯାଇଥିବା ନେଇ ମହାସଂଘ ତରଫରୁ ପ୍ରକାଶ। ବୈଠକକୁ ସ୍ୱାଗତ କ୍ରମରେ ଆମର ସମସ୍ତ କଳାକାର ଭାଇ ଓ ଭଉଣୀମାନେ ଏହି ମହାର୍ହ ସମାବେଶରେ ଅଂଶ ଗ୍ରହଣ…
ବ୍ରହ୍ମପୁର:ତା-୦୩/୦୩(ବିଏମସି ଟିଭି ଓଡ଼ିଆ) ଗତ କାଲି ୦୨.୦୩.୨୬ରିଖ ସନ୍ଧ୍ୟା ସମୟରେ ବ୍ରହ୍ମପୁର ସହରର ମୀନାଖି ନଗର ୩ୟ ଲାଇନ ନିବାସୀ ଇପରୀ ଲଷ୍ମୀକାନ୍ତଙ୍କ ମା ଇପରୀ ରାଜେଶ୍ୱରୀ ୭୧ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି। ପୁଅ ଲଷ୍ମୀ କାନ୍ତ ମା’ଙ୍କ ମର ଶରୀରକୁ ଦାହ ନକରି ଭଲକାମରେ ଲାଗିବାପାଇଁ ଅର୍ଥାତ ଡାକ୍ତରୀ ଛାତ୍ର/ଛାତ୍ରୀ ମାନଙ୍କ ପାଠ ପଢ଼ାରେ ଓ ବିଭିନ୍ନ ଗବେଷଣାରେ ନିୟୋଜିତ କରିବା ଉଦ୍ଦେଶ୍ୟରେ ମେଡିକାଲକୁ ଦାନ କରିବାପାଇଁ ସ୍ବେଚ୍ଛାକୃତଭାବେ ଫ୍ରେଣ୍ଡସ ହେଲପିଙ୍ଗ କ୍ଳବକୁ ଜଣାଇ ଥିଲେ । ଉଲ୍ଲେଖ ଯୋଗ୍ୟ ଯେ ଲଷ୍ମୀକାନ୍ତ ଫ୍ରେଣ୍ଡସ ହେଲପିଙ୍ଗ କ୍ଳବର ପୂର୍ବତନ ସଭାପତି ଓ ସେ ୧୦୮ ଥର ରକ୍ତଦାନ କରି ସୁନାମ ଅର୍ଜନ କରିଛନ୍ତି ଓ ଜନହିତକର କାର୍ଯ୍ୟକ୍ରମ କରିବା ପାଇଁ ସେ ପ୍ରେରଣାର ଉତ୍ସ । ନିଜ ଘରଠାରୁ ଶହ ଶହ ବନ୍ଧୁ ବାନ୍ଧବ ବାଇକ ରାଲ୍ଲୀରେ ପହଞ୍ଚି ରାଜେସ୍ବରୀଙ୍କ ମର ଶରୀରକୁ MKCG ମେଡିକାଲ କଲେଜର ଆନାଟାମି…
ବାଲିମେଳା: ତା -୦୩/୦୩(ବିଏମସି ଟିଭି ଓଡ଼ିଆ) ମାଲକାନଗିରି ଜିଲ୍ଲାରେ ଗଞ୍ଜେଇ ମାଫିଆଙ୍କ ଦ୍ୱାରା ବେଆଇନଭାବେ ବିଭିନ୍ନ ଅଞ୍ଚଳରେ କରାଯାଉଥିବା ଚାଷ ଏବଂ ବାହାର ରାଜ୍ୟକୁ ହେଉଥିବା ଚୋରା ଚାଲାଣକୁ ରୋକିବା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ସର୍ବଦା ଉଦ୍ୟମ ଜାରୀ ରହିଥିଲେ ମଧ୍ୟ ମାଫିଆଙ୍କ ଦ୍ୱାରା ଗଞ୍ଜେଇ ଚୋରା ଚାଲାଣ କମିବ ବଦଳରେ ବୃଦ୍ଧି ପାଇବାରେ ଲାଗିଛି। ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଚି଼ମଟାପାଲ୍ଲୀ ପଞ୍ଚାୟତ ଅଧୀନ ଅମ୍ବାଗୁଡା ଜଙ୍ଗଲରେ କିଛି ମାଫିଆଙ୍କ ଦ୍ୱାରା ବେଆଇନ ଭାବେ ବାହାର ରାଜ୍ୟକୁ ଚାଲାଣ କରିବା ପାଇଁ ୧୨ ଟି ଜରି ବସ୍ତାରେ ଗଛିତ ଥିବା ୩୦୦ କିଲୋ ଗଞ୍ଜେଇକୁ ସୋମବାର ପୂର୍ବାହ୍ନ ପ୍ରାୟ ୧୧ଟା ୩୦ ମିନିଟ ସମୟରେ ଜବତ କରିଛି ଓର୍କେଲ ପୋଲିସ। ତେବେ ଏ ନେଇ ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଥାନା ଅଧିକାରୀଙ୍କ ଦାୟିତ୍ୱରେ ଥିବା ଏସଆଇ ଅଜିତ ସିଂ ବରିହାଙ୍କ ନିର୍ଦ୍ଧେଶ କ୍ରମେ ଏସ…
ବେଲଗୁଣ୍ଠା:ତା -୦୨/୦୩(ବିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ କ୍ଷତ୍ରିୟବରପୁର ପଂଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । କ୍ଷତ୍ରିୟବରପୁର ପଞ୍ଚାୟତ କାଯ୍ୟଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅଭିଯୋଗ ଶୁଣାଣି ଶିବିର କାର୍ଯ୍ୟକ୍ରମରେ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସିଙ୍ଗିପୁରମ୍ ହରି,ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନ,ଏବିଇଓ ସନ୍ତୋଷ କୁମାର ପାତ୍ର, ସରପଞ୍ଚ କମଳା ପ୍ରଧାନ ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଜନ ସାଧାରଣଙ୍କ ଅଭିଯୋଗର ଶୁଣାଣି କରିଥିଲେ । ଶିବିରରେ ମୁଖ୍ୟତଃ ଅଞ୍ଚଳର ଶିକ୍ଷା,ସ୍ୱାସ୍ଥ୍ୟ,କୃଷି,ବିଦ୍ୟୁତ୍ ଯୋଗାଣ, ରାସନ୍ କାର୍ଡ୍, ପାନୀୟ ଜଳ, ଭତ୍ତା, ଆବାସ ଯୋଜନା, ସୁଭଦ୍ରା ଯୋଜନା ସମ୍ପର୍କିତ ଅଭିଯୋଗ ଗ୍ରହଣ କରାଯାଇଥିଲା । ସମସ୍ତ ଅଭିଯୋଗକୁ ତର୍ଜ୍ଜମା କରାଯାଇ ପର୍ଯ୍ୟାୟ କ୍ରମେ ଅଭିଯୋଗ ଗୁଡ଼ିକର ସମାଧାନ କରାଯିବ ବୋଲି ଉପସ୍ଥିତ ଅଧିକାରୀ ମାନେ ପ୍ରତିଶୃ୍ତି ଦେଇଥିଲେ । ବେଳଗୁଣ୍ଠା ରୁ ନାରାୟଣ…
ବେଲଗୁଣ୍ଠା: ତା -୦୨/୦୩(ବିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ ଏବଂ ହୋଲି ପର୍ବ ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତ ପ୍ରଧାନ ଆଚାର୍ଯ୍ୟ କୈଳାସ ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବୈଜ୍ଞାନିକ ମାନଙ୍କ ଜୀବନୀ ଏବଂ ସେମାନେ ଉଦ୍ଭାବନ କରିଥିବା ବିଜ୍ଞାନ ବିଷୟରେ ଶିଶୁ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତାରେ ବିଦ୍ୟାଳୟର ବିଭିନ୍ନ ଶ୍ରେଣୀର ଶିଶୁମାନେ ଅଂଶଗ୍ରହଣ କରିଥିଲେ । ଅପରାହ୍ଣରେ ବିଦ୍ୟାଳୟର ପରିଚାଳନା ସମିତିର ସଭାପତି ବିଜୟ କୁମାର ସ୍ଵାଇଁ,ଉପଦେଷ୍ଟା ରବୀନ୍ଦ୍ରନାଥ ରଠ ଏବଂ ଯୁବ ସାମ୍ବାଦିକ ଶିବରାମ ଚୗଧୁରୀ ପ୍ରମୁଖ ଉପସ୍ଥିତ ରହି କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଅନୁଷ୍ଠାନର ସମସ୍ତ ଗୁରୁଜୀ ଓ ଗୁରୁମା ବିଜ୍ଞାନ ଆମ ଜୀବନରେ କିପରି ଉନ୍ନତି ଆଣିଛି ତାର ଉପରେ ଅନେକ ଉଦାହରଣ ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟରେ…
ସମ୍ବଲପୁର:ତା-୦୨/୦୩ (ବିଏମସି ଟିଭି ଓଡିଆ) ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ସମ୍ବଲପୁରୀ ସଙ୍ଗୀତର ବିଶ୍ବପ୍ରସିଦ୍ଧ ଗୀତ ‘ରଙ୍ଗବତୀ…’ର ଗାୟକ ପଦ୍ମଶ୍ରୀ ଡ.ଜିତେନ୍ଦ୍ରୀୟ ହରିପାଲଙ୍କ ସହଧର୍ମିଣୀ ଶ୍ରୀମତୀ ମଲ୍ଲିକା ହରିପାଳଙ୍କ ବିୟୋଗରେ ଏକ ଶୋକସଭା ସୋମବାର ମଧ୍ୟାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ଶୋକସଭାରେ ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ ଅଧ୍ୟକ୍ଷ ନିହାଲ ସିଂ ଅଧ୍ୟକ୍ଷତା କରିଥିଲେ। ଏଥିରେ ଆଇନଜୀବୀ ଜୟକୃଷ୍ଣ ବେହେରା, ଏମ୍ଡି ୟୁସୁଫ ଅଲ୍ଲୀ, ହମିତ ରହମାନ ଓ ହର୍ଦ ମଲ୍ଲିକ ଉପସ୍ଥିତ ରହି ଶ୍ରୀମତୀ ହରିପାଳଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନିଲାବତି ତାଣ୍ଡି, ପିଙ୍କି ଲୁହା ଓ ଆଡଭୋକେଟ ଡିଲେଶ୍ୱର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଉପାଧ୍ୟକ୍ଷ ମୋମୀନା ଖାତୁନ୍ ଧନ୍ୟବାଦ ଅର୍ପଣ କରିଥିଲେ।ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।
ବାଲିମେଳା: ତା -୦୧/୦୩ (ବିଏମସି ଟିଭି ଓଡିଆ) ମାଲକାନଗିରି ଜିଲ୍ଲା ବାଲିମେଳା ସହରର ୱାର୍ଡ ନମ୍ବର-୨ଅଧିନସ୍ତ ପରଜାଗୁଡା ସାହିରେ ଗତ ୨୭ ତାରିଖ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଏହି ପରଜାଗୁଡା ସାହିରେ ରହୁଥିବା ମିଳନ ମିସ୍ତ୍ରୀଙ୍କ ସ୍ତ୍ରୀ ଲିଲୀ ମିସ୍ତ୍ରୀ-(୨୬) ଘରେ ଦୁଇ ପୁଅଙ୍କୁ ଛାଡି କେଉଁଆଡେ ନିଖୋଜ ହୋଇ ଯାଇଥିବା ନେଇ ଜଣା ପଡିଛି। ତେବେ ଏ ନେଇ ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଗତ ଶୁକ୍ରବାର ଦିନ ମିଳନ ମିସ୍ତ୍ରୀ ନାମକ ଜଣେ ବ୍ୟକ୍ତି ଓର୍କେଲ ଥାନାରେ ଦ୍ୱାରସ୍ତ ହୋଇ ତାଙ୍କ ସ୍ତ୍ରୀ ଲିଲୀ ଜଣେ ୯ ବର୍ଷ ବୟସର ବଡପୁଅ ଏବଂ ମାତ୍ର ୧୮ ମାସର ପୁଅକୁ ଘରେ ଛାଡି ଦେଇ ପଡିଶା ଘରକୁ କପଡା ସିଲାଇ କରିବା ପାଇଁ ଯାଉଛି ବୋଲି ଘରେ କହି ଯିବା ପରେ ସେ କେଉଁଆଡେ ନିଖୋଜ ହୋଇlଯାଇଛି ବୋଲି ଏକ ଲିଖିତ ଏତଲା…
ସମ୍ବଲପୁର/ଗୋଡଭଗା:ତା-୦୧/୦୩ (ବିଏମସି ଟିଭି ଓଡିଆ) ଜଣେ ଶିକ୍ଷକ ଗଢ଼ନ୍ତି ଶହ ଶହ ଭବିଷ୍ୟତ, କିନ୍ତୁ ଜଣେ ପ୍ରତିଷ୍ଠାତା ଶିକ୍ଷକ ଗଢ଼ନ୍ତି ଏକ ଅନୁଷ୍ଠାନ। ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ଅନ୍ତର୍ଗତ ଟୋପ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ତଥା ବିଜ୍ଞାନ ଶିକ୍ଷକ ବାଳମୁକୁନ୍ଦ ସାହୁଙ୍କ ସେବା ନିବୃତ୍ତି ଅବସରରେ ବିଦ୍ୟାଳୟ ପରିସରରେ ଏକ ଅଭୂତପୂର୍ବ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ବର୍ଷର ନିରବଚ୍ଛିନ୍ନ ସେବା ଓ ନିଷ୍ଠା ପରେ ତାଙ୍କର ଅବସର ଗ୍ରହଣ ସମୟରେ ସମଗ୍ର ଅଞ୍ଚଳରେ ଏକ ଭାବପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଭକ୍ତ ମଲ୍ଲିକଙ୍କ ସଭାପତିତ୍ବ ରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଭେଡେନ ବ୍ଲକ ଶିକ୍ଷା ଅଧିକାରୀ ମଛିନ୍ଦ୍ର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀଯୁକ୍ତ ସାହୁଙ୍କ ଶିକ୍ଷାଦାନ ଶୈଳୀ ଏବଂ ବିଦ୍ୟାଳୟ ପ୍ରତି ତାଙ୍କର ନିଷ୍ଠାକୁ ଉଚ୍ଚ ପ୍ରଶଂସା କରିଥିଲେ। ସେହିପରି ବିଦ୍ୟାଳୟର ପ୍ରଥମ ସମ୍ପାଦକ…
ସୋହେଲା/ବରଗଡ଼: ତା- ୦୩/୦୩(ବିଏମସି ଟିଭି ଓଡ଼ିଆ) ବରଗଡ ଜ଼ିଲ୍ଲା ସୋହେଲା ବ୍ଲକ କୁଦୋପାଲି ସ୍ଥିତ ପଦ୍ମଶ୍ରୀ ଲୋକକବି ହଳଧର ଆବାସିକ ବନ ବିଦ୍ୟାଳୟ ରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି ଆବାସିକ ବିଦ୍ୟାଳୟଟି ପଦ୍ମଶ୍ରୀ ପୁରସ୍କୃତ ପ୍ରଖ୍ୟାତ ଲୋକକବି ହଳଧର ନାଗ ଙ୍କ ଉଦ୍ୟମରେ ସ୍ଥାପିତ ହୋଇଛି। ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅତି ଗରିବ ପରିବାରର ଛାତ୍ରଛାତ୍ରୀମାନେ ଏଠାରେ ସମ୍ପୂର୍ଣ୍ଣ ନିଶୁଳ୍କ ଭାବେ ଶିକ୍ଷା ଗ୍ରହଣ କରୁଛନ୍ତି। ଖାଦ୍ୟ, ବସ୍ତ୍ର, ପାଠ୍ୟସାମଗ୍ରୀ ଓ ଆବାସ ସୁବିଧା ସମସ୍ତ କିଛି ନିଶୁଳ୍କ ଭାବେ ଯୋଗାଇ ଦିଆଯାଉଛି।ଏହି ଅବସରରେ ସାଂସଦ ଶ୍ରୀ ବିଶି ନିଜ ଏମପି ଲାଡ଼ ରାଜ୍ୟସଭା ପାଣ୍ଠି ରୁ ନିର୍ମିତ ସୋଲାର ହାଇ ମାଷ୍ଟ ଲାଇଟ ଏବଂ ସୋଲାର ଡ୍ରିଙ୍କିଙ୍ଗ ୱାଟର ଟ୍ୟାଙ୍କ ଉଦ୍ଘାଟନ କରିଥିଲେ। ଏହା ଛାତ୍ରଛାତ୍ରୀ ଓ ସ୍ଥାନୀୟ ଗ୍ରାମବାସୀଙ୍କ ପାଇଁ ଶୁଦ୍ଧ ପାନୀୟ ଜଳ ଓ ରାତ୍ରିରେ…
ରାୟଗଡା: ତା -୦୪/୦୨(ବିଏମସି ଟିଭି ଓଡ଼ିଆ) ରାୟଗଡା ଜିଲ୍ଲା ଅମ୍ବାଦଳା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ହଷ୍ଟେଲରେ ରହି ପାଠ ପଢୁଥିବା ଜଣେ ଛାତ୍ରୀଙ୍କ ମୃତ୍ୟ ହୋଇଥିବା ଜଣାପଡିଛି । ମୃତ ଛାତ୍ରୀ ଜଣଙ୍କ ହେଲେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଗୀତା ମାଝୀ । ଆଜି ରାତିରେ ହଠାତ ଗୀତାର ଦେହ ଅସୁସ୍ଥ ହେବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଆମ୍ବଦଳା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ମେଡିକାଲରେ ଭତି କରିବା ପୂର୍ବରୁ ଗୀତାର ମୃତ୍ୟୁ ହୋଇଥିବା ଡାକ୍ତର ପ୍ରକାଶ କରିଛନ୍ତି । ମୃତ ଗୀତାର ଘର ଅମ୍ବାଦଳା ଥାନା ଅନ୍ତର୍ଗତ କନ୍ଧ ବାଲିଯୋଡି । କେଉଁ ପରିସ୍ଥିତିରେ ଛାତ୍ରୀ ଜଣଙ୍କ ମୃତ୍ୟୁ ଘଟିଲା ସଂଦେହ ଉପୁଜିଥିବା ବେଳେ ପରିବାରବର୍ଗ ବିଦ୍ୟାଳୟର ପ୍ରଧାନଶିକ୍ଷକ କୋଲା ବାମନମୂର୍ତ୍ତି ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଗୀତାର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି । ଅମ୍ବାଦଳା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ବିରୋଧରେ ଅନିୟମତିତା…
