Author: BMC NEWS ODISHA

ଢ଼େଙ୍କାନାଳ:ତା-୦୪/୦୩(ବିଏମସି ଟିଭି ଓଡ଼ିଆ) ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ସମାଜସେବା କରିଆସୁଥିବା କୁମ୍ଭାରସାହିର ରାଇଜିଂ ଷ୍ଟାର କ୍ଲବର ପଞ୍ଚମ ରକ୍ତଦାନ ଶିବିର ସ୍ଥାନୀୟ ଅଭିନନ୍ଦନ ଗାର୍ଡେନ ଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ କ୍ଲବର ସଦସ୍ୟମାନେ ରକ୍ତଦାନ କରିବା ସହିତ ନିଜ ନିଜର ସାଙ୍ଗସାଥି ଓ ବନ୍ଧୁବାନ୍ଧବ ମାନଙ୍କୁ ରକ୍ତଦାନ ସମ୍ପର୍କରେ ସଚେତନ କରାଇଥିଲେ। ଫଳସ୍ୱରୂପ ପ୍ରତ୍ୟେକ ବର୍ଷ ରକ୍ତ ସଂଗ୍ରହ ସଂଖ୍ୟା ବଢ଼ିବାରେ ଲାଗିଛି। ପୂର୍ବତନ ବିଧାୟକ ଶ୍ରୀ ସୁଧୀର କୁମାର ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାନ ସମ୍ପର୍କରେ କ୍ଲବର ସଦସ୍ୟ ମାନଙ୍କ ଆଗ୍ରହ ଆହୁରି ବଢ଼ାଇଥିଲେ ଏବଂ ଜିଲ୍ଲାର ବିଶିଷ୍ଟ ବ୍ୟବସାୟୀ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ପାଢ଼ୀଙ୍କ ମିଳିତ କରକମଳରେ ଏହି ରକ୍ତଦାନ ଶିବିରର ଶୁଭ ଉଦଘାଟନ ହୋଇଥିଲା। ସବୁଠାରୁ ଆକର୍ଷଣୀୟ ଥିଲା ଶ୍ରୀ ପାଢ଼ୀଙ୍କ ପୁଅ ତଥା କ୍ଲବର ସଦସ୍ୟ ରଶ୍ମିରଂଜନ ପାଢ଼ୀ (ଲିଲୁ ) ତାଙ୍କର ୭୯ତମ ରକ୍ତଦାନ…

Read More

ବଲାଙ୍ଗୀର/ଟିଟିଲାଗଡ-ତା-୦୫/୦୩(ବିଏମସି ଟିଭି ଓଡ଼ିଆ) ଟିଟିଲାଗଡ ଡିଏଭି ମହାବିଦ୍ୟାଳୟରେ ପଢୁଥିବା ଯୁକ୍ତ ତିନି ଦ୍ୱିତୀୟ ଶ୍ରେଣୀର ବିଜ୍ଞାନ ଛାତ୍ର ପ୍ରିନ୍ସ ଶର୍ମା ଚଳିତ ବର୍ଷ ଦିଲ୍ଲୀ ଠାରେ ଆୟୋଜିତ ସଧାରଣ ତନ୍ତ୍ର ଦିବସ ପ୍ୟାରେଡରେ ସାମିଲ ହୋଇ ରାଷ୍ଟ୍ରପତିଙ୍କୁ ଅଭିବାଦନ ଦେବାର ସୌଭାଗ୍ୟ ଅର୍ଜନ କରିଛନ୍ତି*। *ତେବେ ଦେଶ ସାରା ୧୭ ଲକ୍ଷ ଏନସିସି କ୍ୟାଡେଟ ମାନଙ୍କ ଭିତରୁ ଦୁଇ ହଜାର ପିଲାଙ୍କୁ ବାଛିବା ପରେ ପୁରୁଷ ବର୍ଗରେ ୧୪୫ ଜଣଙ୍କୁ ସାମିଲ କରିଥାନ୍ତି*। *ବହୁତ କଠିନ ପରିଶ୍ରମ ସ୍ବରୂପ ପ୍ରିନ୍ସ ଟିଟିଲାଗଡ ଡିଏଭି ମହାବିଦ୍ୟାଳୟରୁ ଯାଇ ଏହି ଉପଲବ୍ଧି ହାସଲ କରିପାରିଛନ୍ତି*। *ତେବେ ପ୍ରିନ୍ସ ଶର୍ମା ହେଉଛନ୍ତି ଟିଟିଲାଗଡ ପୂଜକ ବ୍ରହ୍ମ ସମାଜର ସଦସ୍ୟ ଶ୍ରୀ ସୁନିଲ ଶର୍ମା ଏବଂ ଶ୍ୟାମା ଶର୍ମାଙ୍କ ବଡ଼ ପୁଅ। ତେବେ ବୁଧୁବାର ସଂଧ୍ୟାରେ ପ୍ରିନ୍ସ ଶର୍ମାଙ୍କ ଘରକୁ ଟିଟିଲାଗଡ ପୂଜକ ବ୍ରହ୍ମ ସମାଜର ସଭାପତି ପ୍ରମୋଦ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ…

Read More

ବ୍ରହ୍ମପୁର: ତା -୦୬/୦୩(ବିଏମସି ଟିଭି ଓଡ଼ିଆ) ଗଞ୍ଜାମ ଜିଲ୍ଲା ସ୍ତରୀୟ ଏକ ପ୍ରସ୍ତୁତି ବୈଠକ ଆବାହକ ସୁବାଷ ଚନ୍ଦ୍ର ରାଉତଙ୍କ ସଭାପତିତ୍ବରେ ସ୍ଥାନୀୟ ଷ୍ଟେସନ ରୋଡ଼ ସର୍କିଟ ହାଉସରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଆପ୍ ଓଡ଼ିଶା ସଭାପତି ଶ୍ରୀଯୁକ୍ତ ନିଶିକାନ୍ତ ମହାପାତ୍ର ଯୋଗଦେଇ କେନ୍ଦ୍ର ଏବଂ ରାଜ୍ୟ ସରକାରର କର୍ପୋରେଟ ସପକ୍ଷବାଦୀ ନୀତି ବିରୁଦ୍ଧରେ କ୍ଷୋଭ ପ୍ରକାଶ କରିବା ସହ,ମୋଦୀ ଏବଂ ଅମିତ ସାହା କିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ, ଉପ ମୁଖ୍ୟମନ୍ତ୍ରୀ ମନୀଷ ସିଷୋଦିଆ ଏବଂ ଅନ୍ୟାନ କାର୍ଯ୍ୟକର୍ତ୍ତାଙ୍କୁ ମିଥ୍ୟା ମଦ ଦୁର୍ନୀତିରେ ଗିରଫ କରି ଜେଲରେ ରଖି, ନିର୍ବାଚନରେ ଭୋଟ ଜାଲିଆତି କରି ବିଜୟୀ ହୋଇ ସରକାରକୁ ଆସିଲା ପରେ , ଦିଲ୍ଲୀର ଜନ କଲ୍ୟାଣକାରୀ ଶିକ୍ଷା,ସ୍ୱାସ୍ଥ୍ୟ,ପରିବେଶ, ରାସ୍ତାଘାଟ,ବିଜୁଳି,ପାଣି ରୋଜଗାର ମୋଡେଲକୁ ସମ୍ପୂର୍ଣ୍ଣ ଧ୍ୱସ୍ତ କରିଦେଇଛନ୍ତି l କିନ୍ତୁ ଶେଷରେ ଆମର ବିଜୟ ହୋଇଛି,ସିବିଆଇ ର ମିଛ କେଶକୁ କୋର୍ଟ ଭଛର୍ନା କରି କେଜ୍ରିୱାଲ ସମତେ ସମସ୍ତ…

Read More

ବୁଗୁଡ଼ା: ତା -୦୪/୦୩(ବିଏମସି ଟିଭି ଓଡ଼ିଆ) ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ଓଡ଼ିଆ ଭାଷା ସାହିତ୍ୟ କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ “ଘୁମୁସର ର ସ୍ବର” ବାଲିପଦର ପକ୍ଷରୁ ୧୫୯ତମ ସାହିତ୍ୟ ଆଲୋଚନା ଚକ୍ର ଓ କବିତା ଆସର ବାଲିପଦରର ଅନନ୍ତ ନଗରରେ ଅନୁଷ୍ଠିତ ହୋଇଯାଇଛି। “ଘୁମୁସର ର ସ୍ୱର” ର ସଭାପତି ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ କବି ପଦ୍ମଲୋଚନ ଗୌଡ଼, କେ. ରାଘବ ପାତ୍ର, କୈଳାଶ ଚନ୍ଦ୍ର ପ୍ରଧାନ, ଖଲି ପରିଡା, ତିରୁପତି ନାୟକ ଯୋଗଦେଇ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ଜନ୍ମ ଜୟନ୍ତୀରେ ତାଙ୍କ ଜୀବନୀ ସମ୍ପର୍କରେ ଆଲୋଚନା କରିବା ସହ ହରେକୃଷ୍ଣ ହରେ ରାମ ମହାମନ୍ତ୍ର ହିଁ କଳିଯୁଗର ମଣିଷ ମନକୁ ଆୟତ କରି ପାରିବ ବୋଲି ମତ ପ୍ରକାଶ କରିଥିଲେ। ସଂପ୍ରତି ମଧ୍ଯ ପ୍ରାଚ୍ୟ ଦେଶରେ ସ୍ରୁଷ୍ଟି ହୋଇଥିବା ଯୁଦ୍ଧର ପରିସ୍ଥିତି ଆଧ୍ଯାତ୍ମିକତା ଓ ସ୍ଥିତପ୍ରଜ୍ଞର ଅଭାବ…

Read More

ବେଗୁନିଆ: ତା -୦୫/୦୩(ବିଏମସି ଟିଭି ଓଡ଼ିଆ) ମହାନ ଜନନାୟକ ପ୍ରବାଦ ପୁରୁଷ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟାନନ୍ଦ ପଟ୍ଟନାୟକ ଓରଫ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ ବେଗୁନିଆ ବିଜୁପଟ୍ଟନାୟକ ପାର୍କ ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଜେଡି ପକ୍ଷରୁ ସ୍ଥାନୀୟ ବିଜୁ ପଟ୍ଟନାୟକ ପାର୍କ ପରିସରରେ ଥିବା ପୂର୍ଣ୍ଣାବୟବ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା । ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମରେ ବୋଲଗଡ ବ୍ଲକ ବିଜେଡି ସଭାପତି ବାନାମ୍ବର ମାଝିଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ବିଧାୟକ ଶ୍ରୀ ସାହୁ କହିଥିଲେ ଓଡିଆ ସ୍ୱାଭିମାନ ଓ ସଂକଳ୍ପର କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକ । ସେ ଥିଲେ ଓଡିଆଙ୍କ ଗର୍ବ ଏବଂ ଗୌରବ । ନୂଆ ଓଡ଼ିଶା ଗଠନ କରିବାରେ ତାଙ୍କର ଥିଲା ପ୍ରମୁଖ ଭୂମିକା । ସାହସୀ ଓ ନିର୍ଭିକ ବ୍ୟକ୍ତିତ୍ୱ ଭାବେ ପ୍ରତିଟି ଓଡ଼ିଆଙ୍କ…

Read More

ରାୟଗଡା: ତା-୦୫/୦୩(ବିଏମସି ଟିଭି ଓଡ଼ିଆ) ରାୟଗଡା ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହରେ ସତର୍କ ରହିବା ଓ ଅଂଶୁଘାତ ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ମାର୍ଚ୍ଚ, ଏପ୍ରିଲ ଓ ମେ ମାସରେ ଗ୍ରୀଷ୍ମ ପ୍ରବାହ ଅଂଶୁଘାତ ନିୟନ୍ତ୍ରଣ ପାଇଁ କିପରି ପ୍ରସ୍ତୁତି ହେବା ଆବଶ୍ୟକ ସେ ବିଷୟରେ ଜିଲ୍ଲାର ବିଭିନ୍ନ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଚଳିତ ବର୍ଷର ପ୍ରଥମାର୍ଦ୍ଧରୁ ହିଁ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜିଲ୍ଲାରେ ଆରମ୍ଭ ହୋଇଥିବା ବେଳେ ଆଗକୁ ଏହା ଆହୁରି ତୀବ୍ର ରୂପ ନେବାର ଆଶଙ୍କl ରହିଛି । ତେଣୁ ବିଭିନ୍ନ ସମୟରେ ଅଂଶୁଘାତ ହୋଇ ଜୀବନ ପ୍ରତି ବିପଦ ମଧ୍ୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ତେଣୁ ସ୍ୱାସ୍ଥ୍ୟ ବିଭାଗକୁ ଉପଯୁକ୍ତ ପରିମାଣ ଓଆର୍‍ଏସ୍‍ ପ୍ୟାକେଟ ଓ ଔଷଧ ମହଜୁଦ ରଖିବା ସହିତ ସଜାଗ ରହିବାକୁ…

Read More

ରାୟଗଡା: ତା -୦୫/୦୩(ବିଏମସି ଟିଭି ଓଡ଼ିଆ) ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଚେରକୋଟା ଜଳପ୍ରପାତ ଠାରେ ଓଡିଶା ଡ୍ରାଇଭର ମହାସଂଘ କାଶୀପୁର ବ୍ଲକ ଡ୍ରାଇଭର ଙ୍କ ପକ୍ଷରୁ ଏକ କାର୍ଯ୍ୟକାରୀଣୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବୈଠକ ରେ ମୁଖ୍ୟତଃ ଡ୍ରାଇଭର ମାନଙ୍କ ର ଦୈନନ୍ଦିନ ଜୀବନୀ ଉପରେ ଆଲୋଚନା କରାଯାଇଥିଲା।ଯେମିତି କୌଣସି ଦୁର୍ଘଟଣା ରେ ଡ୍ରାଇଭରଙ୍କୁ ତୁରନ୍ତ ସାହାଯ୍ୟ ସହଯୋଗ ମିଳି ପାରିବ,ଦୁର୍ଘଟଣା ରେ ମୃତ୍ୟୁ ବରଣ ଡ୍ରାଇଭର ଙ୍କ ପରିବାର କୁ ତୁରନ୍ତ ସରକାରୀ ସହାୟତା, ଓଡିଶା ଡ୍ରାଇଭର ମହାସଂଘ ଦ୍ଵାରା ପରିବାର କୁ ସାହାଯ୍ୟ ସହଯୋଗ ଏବଂ ସହାୟତା ରେ ତତ୍ପରତା ଦେଖିବା, ପୋଡ଼ସୀ ରାଜ୍ୟ ମାନଙ୍କ ସହ ସୁସମ୍ପର୍କ ରଖିବା, ସଂଘ ର ସମସ୍ତ ପଦକ୍ଷେପ ଓ ନିୟମ କୁ ମାନି ଚଳିବା, ନିୟମିତ ମାସିକ ଟଙ୍କା ପୋଇଠ କରିବା, ମଦ୍ୟପାନ ନ କରିବା, ଏବଂ ପ୍ରତେକ ମୁହୂର୍ତ ରେ ପରିବାର ଓ ଜନସାଧାରଣଙ୍କ…

Read More

ଖୋର୍ଦ୍ଧା: ତା-୦୫/୦୩(ବିଏମସି ଟିଭି ଓଡ଼ିଆ) ପ୍ରବାଦ ପୁରୁଷ, ଓଡ଼ିଶାର ବରପୁତ୍ର ମହାନ ଜନ ନାୟକ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜନ୍ମ ଜୟନ୍ତୀ ଅବସରରେ ଖୋରଧା ବିଜୁ ପଟ୍ଟନାୟକ ପାର୍କରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ରେ ଖୋରଧା ବେଗୁନିଆ ର ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଙ୍କ ନେତୃତ୍ୱରେ ରେ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ ଯୋଗଦେଇ ବିଜୁ ବାବୁଙ୍କ ପୂର୍ଣ୍ଣବୟବ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଛନ୍ତି ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ବିଜେଡି ଛାମୁଆ ସଂଗଠନ ର କର୍ମକର୍ତ୍ତା, ଖୋରଧା ପୌର ପରିଷଦ ର କାଉନସେଲର ବନ୍ଧୁ ଗଣ ଓ ଶତାଧିକ ମା ମାନେ ଯୋଗଦେଉ ବିଜୁ ବାବୁଙ୍କ ଜନ୍ମ ଦିବସ ରେ ପୁଷ୍ପାଞ୍ଜଳି ଅର୍ପଣ କରିବା ସହ ବିଜୁ ବାବୁ ଅମର ରହେ ଧ୍ୱନି ରେ ପ୍ରକମ୍ପିତ ହୋଇଥିଲା ସାରା ପରିବେଶ । ସକାଳୁ ସକାଳୁ ଏତେ ସଂଖ୍ୟାରେ ବିଜୁ…

Read More

ରାୟଗଡା/ଥେରୁବାଲି: ତା -୦୫/୦୩(ବିଏମସି ଟିଭି ଓଡ଼ିଆ) ନିଜର ସୁରକ୍ଷା ଦାୟିତ୍ୱବୋଧ ଏବଂ କାର୍ଯ୍ୟକ୍ଷମ ଦକ୍ଷତାର ଏକ ଦୃଢ଼ ପ୍ରଦର୍ଶନ ସ୍ୱରୂପ, ଇମ୍ଫା ଥେରୁବାଲି ପକ୍ଷରୁ ଆନୁଷ୍ଠାନିକ ଭାବେ ୫୫ତମ ଜାତୀୟ ସୁରକ୍ଷା ସପ୍ତାହ ଉଦ୍‌ଘାଟିତ ହୋଇଯାଇଛି। ୟୁନିଟ୍ ମୁଖ୍ୟ ତଥା ଇ.ଆଇ.ସି ଶ୍ରୀ ଜି.ଭି. ରାକେଶଙ୍କ ରଣନୈତିକ ମାର୍ଗଦର୍ଶନରେ ଆୟୋଜିତ ଏହି କାର୍ଯ୍ୟକ୍ରମ କାରଖାନା ର “ସୁରକ୍ଷା ସର୍ବାଗ୍ରେ” ସଂସ୍କୃତି ଏବଂ କର୍ମଚାରୀଙ୍କ କଲ୍ୟାଣ ପ୍ରତି ଥିବା ଅତୁଟ ପ୍ରତିବଦ୍ଧତାକୁ ପୁନଃ ପ୍ରତିପାଦିତ କରିଛି। ଏହି ସମାରୋହରେ ଇଂ ଚିତ୍ତରଞ୍ଜନ ବେଉରା,ଉପ ନିର୍ଦେଶକ କାରଖାନା ଏବଂ ବାଷ୍ପୀୟ ବିଭାଗ ରାୟଗଡା ମଣ୍ଡଳ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟ ଅତିଥିଙ୍କ ଦ୍ୱାରା ଜାତୀୟ ସୁରକ୍ଷା ପତାକା ଉତ୍ତୋଳନ ପରେ ସମସ୍ତେ ସମ୍ମିଳିତ ଭାବେ ସୁରକ୍ଷା ଶପଥ ପାଠ କରିଥିଲେ। ନେତୃତ୍ୱ ଏବଂ କର୍ମଚାରୀମାନେ ଏକ ସ୍ୱରରେ “ମୁଁ ସୁରକ୍ଷିତ ରହିବାକୁ ପ୍ରତିଜ୍ଞା କରୁଛି” ବୋଲି ଘୋଷଣା କରିଥିଲେ, ଯାହା ସ୍ପଷ୍ଟ…

Read More

କୋରାପୁଟ: ତା -୦୩/୦୩(ବିଏମସି ଟିଭି ଓଡ଼ିଆ)ଗୌତମ ନଗର ନିବାସୀ ତଥା ଆଦର୍ଶ ଶିକ୍ଷକ ତ୍ରିନାଥ ପାତ୍ର (୮୫) ଙ୍କ ଆଜି ନିଜସ୍ୱ ବାସଭବନ ରେ ପରଲୋକ ହୋଇଯାଇଛି । ସେ ଜଣେ ଆଦର୍ଶ ଶିକ୍ଷକ ତଥା ଶିକ୍ଷା ଅନୁ ପ୍ରଦର୍ଶକ ଭାବେ ସର୍ବତ୍ର ପରିଚିତ ହୋଇଥିବା ବେଳେ ଶିକ୍ଷା ବିଭାଗ ରେ ଥିବା ବେଳେ ଅନେକ ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ଗଠନ ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତାଙ୍କର ମୃତ୍ୟୁ ରେ ସହର ରେ ଶୋକର ଛାୟା ଖେଳି ଯାଇଥିବା ବେଳେ ମୃତ୍ୟୁ ଶଯ୍ୟା ନିକଟ ରେ ଧର୍ମପତ୍ନୀ ସମେତ ଚାରି ପୁତ୍ର ପୁତ୍ରୀ ପୁତ୍ର ବଧୂ ନାତି ନାତୁଣୀ ସହ କର୍ମୀ ଶୁଭେଛୁ ଉପସ୍ଥିତ ଥିଲେ l ସ୍ଥାନୀୟ ସ୍ୱର୍ଗଦ୍ୱାର ରେ ତାଙ୍କର ଶେଷ କୃତ୍ୟ ସଂପୃନ୍ନ କରାଯାଇଥିବା ବେଳେ ବଡ଼ ପୁତ୍ର ମନୋଜ କୁମାର ପାତ୍ର ମୁଖାଗ୍ନି ଦେଇଥିଲେ । କୋରାପୁଟ ରୁ ଜିଲ୍ଲା…

Read More

*✧═════•❁❀❁•═════✧* *ଅଦ୍ୟ ମାର୍ଚ୍ଚ ମାସ ୦୫ ତାରିଖ ୨୦୨୬ ମସିହା (ଗୁରୁବାର)**ଶକାବ୍ଦ -୧୯୪୭* *ସମ୍ବତ -୨୦୮୨**ଦିଲ୍ଲୀସ୍ୱରାଦ୍ଧ-୧୪୩୩**ସମ୍ବତ୍ସର-ସିଦ୍ଧାର୍ଥ**ଚୈତ୍ରମାସ- କୃଷ୍ଣପକ୍ଷ**ତିଥି- ଦ୍ଵିତୀୟା ଦିବା ଘ୦୪/୫୮ ଗତେ ତୃତୀୟା**ନକ୍ଷତ୍ର- ଉତ୍ତରା ଫା ଦିବା ଘ୦୮/୪୮ ଗତେ ହସ୍ତା**ଚନ୍ଦ୍ର- କନ୍ୟା* *ଯୋଗ- ଶୁଳ* *କରଣ – ଗର**ସୌରମାସ- କୁମ୍ଭ ୨୧ ଦିନ*✧═════•❁❀❁•════✧*ସୁର୍ୟୋଦୟ-ପ୍ରାତଃଘ୦୬/୦୮/୨୮**ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୦/୪୨**✧═════•❁❀*ଯୋଗିନୀ ଉତ୍ତରେ ଦିବା ଘ୦୪/୫୮ ଗତେ ଅଗ୍ନି କୋଣେ**ବୃଷ ରାଶିର ଘାତଚନ୍ଦ୍ର**ତୁଳା ଓ କୁମ୍ଭ ରାଶିର ଘାତବାର**ଦ୍ୱିତୀୟା ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ* *ମୃତେ ଦ୍ଵିପାଦ ଓ ଦିବା ଘ୦୮/୩୮ ଗତେ ଦିବା ଘ୦୪/୫୮ ମଧ୍ୟେ ଏକ ପାଦ ପୁଷ୍କର ଦୋଷ**✧═════•❁❀❁•═══**କାଳବେଳା ଓ ବାରବେଳା- ଦିବା ଘ୦୨/୫୪ ଗତେ ଘ୦୫/୫୨ମଧ୍ୟେ*══•❁❀❁•═ବିଶୁଦ୍ଧ ଅମୃତ ବେଳା-ରାତ୍ରି ଘ୦୧/୦୦ ଗତେ ଘ୦୦୩/୨୬ ମଧ୍ୟେବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୭/୪୫ ମଧ୍ୟେ ଓ ଘ୧୦/୫୭ ଗତେ ଘ୦୧/୨୧ ମଧ୍ୟେ ═✧══•❁❀❁•═════✧ଅଦ୍ୟ ପାଣିକଖାରୁ ଦିବା ଘ୦୪/୫୮ ଗତେ ପୋଟଳ ଭକ୍ଷଣ ନିଷେଧ═✧══•❁❀❁•═════✧ 🌼🌹꧁ ଆଜିର ରାଶିଫଳ꧂🌹🌼✧═════•❁❀❁•═════✧✧🌹ମେଷ🌷👉ଆଜି ବନ୍ଧୁଙ୍କ ସହ ଯାତ୍ରା…

Read More

ଭୁବନେଶ୍ବର: ତା -୦୩/୦୨(ବିଏମସି ଟିଭି ଓଡ଼ିଆ) ହୋଲି ଉତ୍ସବ ରେ ରାତିରେ ପେଟ୍ରୋଲିଙ୍ଗ କରୁଛନ୍ତି ଏସପି,ଡିସିପି, ଆଇଆଇସ ରାତିରେ କଡା ଚେକିଙ୍ଗ କରୁଥିବା ଦେଖୁବାକୁ ମିଳିଛି । ସବୁ ଏରିଆ ବସ୍ତି ସାହି ସବୁ ଜାଗାରେ ଚେକିଙ୍ଗ ହଉଥିବା ଦେଖିବାକୁ ମିଳିଛି ପୋଲିସ ଅଫିସର ଚାଲିଚାଲି ସାହି ଭିତରେ ସବୁ ଏରିଆ ବୁଲୁଛନ୍ତି ସବୁ ଜାଗାରେ ଶାନ୍ତି ଶୁଙ୍ଖଳା ଦେଖିବାକୁ ମିଳିଛି ତମଣ୍ଡୋ ଥାନା ଭଗବାନପୁର ସବୁ ଏରିଆ ଆଇ ଆଇସି ବସନ୍ତ କୁମାର ଦଳାଇ ଏସିପି ତାପସ ଚନ୍ଦ୍ର ପ୍ରଧାନ ଏସଆଇ ନରେନ୍ଦ୍ର କୁମାର ପରିଡା ଅଞ୍ଜନ କୁମାର ସି ସବୁ ପୋଲିସ କର୍ମଚାରୀ ଉପସ୍ଥିତ ଥିବା ଦେଖିବାକୁ ମିଳିଛୁ। ସାବଧାନ ସହ ହୋଲି ଖେଳିବା ଓ ଶାନ୍ତିଶୃଙ୍ଖଳା ରେ ହୋଲି ଉତ୍ସବ କୁ ମନୋରଞ୍ଜନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଭୁବନେଶ୍ୱର ରୁ ସିଟି ରିପୋର୍ଟର ମନୋଜ ବେହେରା ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା

Read More