Author: BMC NEWS ODISHA

ବ୍ରହ୍ମପୁର/ଚିକିଟି: ତା -୦୧/୦୩ (ଵିଏମସି ଟିଭି ଓଡ଼ିଆ) ରାଜ୍ୟର ସବୁଠାରୁ ବଡ଼ ବନ୍ଦର ହେବ ଗଞ୍ଜାମ ଜିଲ୍ଲାର ସୁନାପୁରରେ ଥିବା ବାହୁଦା ମୁହାଣରେ । ଆଜି ସୁନାପୁରରେ ପହଞ୍ଚି ଭିତ୍ତିଭୂମି ପରଖିଥିଲେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ, ମନ୍ତ୍ରୀ, ସ୍ଥାନୀୟ ବିଧାୟକ ଓ ଜିଲ୍ଲାପାଳ । ୨୧ ହଜାର ୫୦୦ କୋଟି ଟଙ୍କା ବ୍ୟୟରେ ହେବ ବାହୁଦା ମୁହାଣ ବନ୍ଦର । ୧୫୦ ଏମପିପି କାର୍ଗୋ ପରିବହନ କରିବାର କ୍ଷମତା ରଖିବ ଏହି ବନ୍ଦର ‌। ବନ୍ଦର ପାଇଁ ୫ ହଜାର ଏକର ଲୁଣ ଜମି ପୋର୍ଟ ଓ ସିପିଂ ବିଭାଗକୁ ହସ୍ତାନ୍ତର ହୋଇଥିବା ବେଳେ ବଳକା ୧୭୪୧ ଏକର ଜମି ଆନ୍ଧ୍ର ଅଞ୍ଚଳରେ ଥିବା ବେଳେ ତାହାକୁ ଅଣାଯିବ । ପାରାଦୀପ ପୋର୍ଟ ଲିମିଟେଡ, ସାଗରମାଳା ଫାଇନାନ୍ସ କର୍ପୋରେସନ ଲିମିଟେଡ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଗତ ୧୯ ସେପ୍ଟେମ୍ବରରେ ତ୍ରିପାକ୍ଷିକ ଚୁକ୍ତିନାମା ସ୍ବାକ୍ଷରିତ ହୋଇସାରିଛି…

Read More

ବଲାଙ୍ଗୀର/ଟିଟିଲାଗଡ଼: ତା -୨୮/୦୨(ବିଏମସି ଟିଭି ଓଡ଼ିଆ) ଦୀର୍ଘ ତିରିଶ ବର୍ଷ ଧରି ଟିଟିଲାଗଡ଼ ଅଞ୍ଚଳବାସୀ ସରକାରଙ୍କ ନିକଟରେ ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବି କରି ଆସୁଛନ୍ତି। ତେବେ ବର୍ଷ ବର୍ଷ ଧରି ଆନ୍ଦୋଳନ ମଧ୍ୟ କରି ଆସୁଛନ୍ତି। ତେବେ ବାରମ୍ବାର କେବଳ ପ୍ରତିଶ୍ରୁତି ମିଳୁ ଥିବା ବେଳେ ମୋହନ ମାଝୀଙ୍କ ସରକାର ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ନିଶ୍ଚୟ କରିବେ ବୋଲି ଆଶା ସଂଚାର ହୋଇଛି । ତେବେ ରାଜସ୍ବ ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଜାରୀ ଏବେ ନୂତନ ଜିଲ୍ଲା ଗଠନ ପାଇଁ ପ୍ରସ୍ତାବ ଦେଇଥିବା ବେଳେ ଏହାକୁ ନେଇ ଟିଟିଲାଗଡ଼ ବାସି ବହୁତ୍ ଉତ୍ସାହିତ କାରଣ ବଲାଙ୍ଗିର ଜିଲ୍ଲାର ସର୍ବ ବୃହତ ସବ ଡିଭିଜନ ହୋଇଥିବା ବେଳେ ସମସ୍ତ ଦୃଷ୍ଟି କୋଣରୁ ଟିଟିଲାଗଡ଼ ଜିଲ୍ଲା ହେବା ପାଇଁ ଯୋଗ୍ୟ ଅଟେ। ତେଣୁ ଆମେ ସରକାରଙ୍କ ଉପରେ ନିଶ୍ଚୟ ଆଶା ସଂଚାର କରିବୁ ଯେ ନୂତନ ଜିଲ୍ଲା ଗଠନ ହେଲେ ନିଶ୍ଚିତ ଭାବେ…

Read More

ବେଲଗୁଣ୍ଠା: ତା -୨୮/୦୨(ବିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ କ୍ଷତ୍ରିୟ ବରପୁରଠାରେ ମାଁ ଉତ୍ତରାୟଣୀଙ୍କ ତ୍ରୈବାର୍ଷିକ ଠାକୁରାଣୀ ଯାତ୍ରା ପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ଗାଙ୍ଗପୁର ଥାନାଧିକାରୀ ବନବିହାରୀ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଯାତ୍ରା କମିଟି ସଦସ୍ୟ ଅଭୟ କୁମାର ରଥ ସଭା ପରିଚାଳନା କରିଥିବା ବେଳେ କ୍ଷତ୍ରିୟ ବରପୁର ସରପଞ୍ଚ କମଳା କୁମାରୀ ପ୍ରଧାନ,ବେଲଗୁଣ୍ଠା ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର,ଯାତ୍ରା କମିଟି ପରିଚାଳନା ସଭାପତି ଅକ୍ଷୟ କୁମାର ଶତପଥୀ, ସମ୍ପାଦକ ବସନ୍ତ କୁମାର ପରିଡ଼ା, କ୍ଷତ୍ରିୟ ବରପୁର ଗ୍ରାମ୍ୟ ପରିଚାଳନା କମିଟି ସମସ୍ତ ସଦସ୍ୟ ଓ ଗ୍ରାମବାସୀ ଉପସ୍ଥିତ ଥିଲେ । ରବିବାର ଦିନ ଯାତ୍ରା ପାଇଁ ଶୁଭ ଖୁଣ୍ଟି ସ୍ଥାପନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।ବାର ବର୍ଷ ହେଲା ଏହି ଯାତ୍ରା ଚାଲି ଆସୁଥିବା ବେଳେ ଏହା ଚତୁର୍ଥ ଯାତ୍ରା ହେବ ।ଏହା ଆସନ୍ତା ମାର୍ଚ୍ଚ ୨୪ ତାରିଖରୁ…

Read More

ବେଲଗୁଣ୍ଠା: ତା -୨୮/୦୨(ବିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନୁଷ୍ଠାନର ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକ ଯୋଗ ଦେଇ ଏହି କାର୍ଯ୍ୟକ୍ରମ ଭାରତ ସରକାରଙ୍କର ଏକ ମହତ୍ କାର୍ଯ୍ୟକ୍ରମ ବୋଲି ମତ ବ୍ୟକ୍ତ କରିଥିଲେ । ସେହିପରି ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଅଶୋକ କୁମାର ସ୍ୱାଇଁ, ଡ.ପ୍ରଫୁଲ୍ଲ କୁମାର ଜେନା, କାର୍ଯ୍ୟକ୍ରମ ସଂଯୋଜିକା ପିଙ୍କି ପାତ୍ର, ମାଷ୍ଟର୍ ଟ୍ରେନର୍ ଶ୍ରୁତିମୟୀ ପାତ୍ର ଯୋଗ ଦେଇ ଛାତ୍ରୀଙ୍କ ଆତ୍ମ ସୁରକ୍ଷା ସମ୍ପର୍କରେ ମତ ଏବଂ ଅଭିଭାଷଣ ପ୍ରଦାନ କରିଥିଲେ । ଅଧ୍ୟାପିକା ପିଙ୍କି ପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଧନ୍ୟବାଦ ଜ୍ଞାପନ କରିଥିଲେ । ଆତ୍ମ ସୁରକ୍ଷା ତାଲିମ୍ ଗ୍ରହଣ କରିଥିବା ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ବେଲଗୁଣ୍ଠା ରୁ…

Read More

ବାଲିମେଳା: ତା -୨୮/୦୨(ବିଏମସି ଟିଭି ଓଡ଼ିଆ) ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ପୋଟ୍ରେଲ ପଞ୍ଚାୟତ ଅଧୀନ ଚିତାପାରି ଗାଁରେ ଥିବା ପୁରୁଣା ଚିତାପାରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ବିଦ୍ୟାଳର ୧୪ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ କୋରୁକୋଣ୍ଡା ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଅରୁଣ କୁମାର ରାୟ ଯୋଗ ଦେଇଥିଲେ। ମୂଖ୍ୟ ବକ୍ତା ଭାବେ ତାର୍ଲାକୋଟା- (ବି )ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିଶିର କାନ୍ତ ବିଶ୍ୱାଳ, ସମ୍ମାନିତ ଅତିଥି ଭାବେ ପୋଟ୍ରେଲ ସରପଞ୍ଚ ସୁଶ୍ରୀ ଦୈମତି ପଡିୟାମୀ,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦେବା ପଡିୟାମୀ,ରାମ ଚନ୍ଦ୍ର ଖେମୁଡୁ,ପୂର୍ବତନ ଏସଏମସି ସଭାପତି ପଦଲାମ ଖିଲ, ଅବସର ପ୍ରାପ୍ତ ପୂର୍ବତନ ପ୍ରଧାନ ଶିକ୍ଷକ ତଥା ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ରମେଶ ଚନ୍ଦ୍ର ସ୍ୱାଇଁ, ଗାଁ ମୁଖିଆ ସୁକୁ ମାଝୀ, ସୋନୁ ପୂଜାରୀ ଏବଂ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସହଦେଵ ପ୍ରମୁଖ…

Read More

ବାଙ୍କୀ: ତା – ୨୮/୦୨(ବିଏମସି ଟିଭି ଓଡ଼ିଆ) କଟକ ବାଙ୍କୀ ମୁଖ୍ୟ ରାସ୍ତାକୁ ଦେଖିଲେ ସତେ ଯେପରି ଡବଲ ଇଂଜିନ ସରକାର ଆଣ୍ଠେଇ ପଡ଼ିଥିବା ପରି ମନେ ହେଉଛି । ଏହି ରାସ୍ତାରେ ପ୍ରତିଦିନ ଶହ ଶହ ଯାନବାହାନ ଯାତାୟାତ ହୁଏ କିନ୍ତୁ ରାସ୍ତାର ଅବସ୍ଥା ଏତେ ଖରାପ ନ କହିବା ଭଲ । ରକ୍ଷାଣାବେକ୍ଷଣ ଅଭାବରୁ ରାସ୍ତା ଆଜି ମରଣଯନ୍ତା ପାଲଟିଛି.ପ୍ରତ୍ୟେକ ଦିନ ଶହ ଶହ ବାଲି ଗାଡି ଯିବା ଆସିବା ଦ୍ୱାରା ରାସ୍ତା ଭାଙ୍ଗି ଖାଲ ଖମା ରେ ପରିଣତ ହୋଇଛି ଓ ପ୍ରତ୍ୟେକ ଦିନ ଛୋଟ ବଡ ଦୁର୍ଘଟଣା ଘଟି ବହୁ ଧନ ଜୀବନ ନଷ୍ଟ ହେଉଛି। ଯାନବାହାନ ଯାତାୟାତ ସମୟରେ ଧୂଳି ଉଡୁଥିବାରୁ ପଥଚାରି ଓ ବାଇକ ଆରୋହୀ ମନେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଜରୁରୀକାଳୀନ ସମୟରେ ଆମ୍ବୁଲାନ୍ସ ସେବା ମଧ୍ୟ ବିପଯ୍ୟସ୍ତ ହେଉଛି । ପ୍ରତ୍ୟେକ ଦିନ ରାଜନେତା ଓ ପ୍ରଶାସନିକ…

Read More

ବୌଦ୍ଧ:ତା -୨୭/୦୨(ବିଏମସି ଟିଭି ଓଡ଼ିଆ) ବୌଦ୍ଧ ଜିଲ୍ଲା ସରସରା ସ୍ଥିତ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ଠାରେ ବାଳିକା ମାନଙ୍କ ନିମନ୍ତେ ଆତ୍ମରକ୍ଷ୍ୟା ତାଲିମ ଶିବିର ଉଦଯାପିତ ହୋଇଯାଇଛି । ଏହି ଅବସରରେ ଏକ ସମର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମହାବିଦ୍ୟାଳୟ ଅଧକ୍ଷ ରବୀନ୍ଦ୍ର କୁମାର ସାହୁ ସଭାପତିତ୍ୱ କରି ତାଙ୍କ ଅଭିଭାଷଣରେ ଛାତ୍ରୀ ମାନେ ଆତ୍ମାରକ୍ଷା ପ୍ରଶିକ୍ଷଣ ନେଇ ଦକ୍ଷ ଓ ଶାରୀରିକ ସୁସ୍ଥ ହେବାପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଶିକ୍ଷିକା ସୁଶ୍ରୀ ସ୍ଵାଗତିକା ପ୍ରଧାନ ଯୋଗଦେଇ ଆତ୍ମାରକ୍ଷାର ବିଭିନ୍ନ କୌଶଳମାନ ଶିଖାଇଥିଲେ । ଅନ୍ୟତମ ଅତିଥିଭାବେ ସୁଦାମ ଭୋଇ ଯୋଗଦେଇ ଛାତ୍ରୀମାନେ ଛାତ୍ର ମାନଙ୍କୁ ଠାରୁ କୌଣସି ଗୁଣରେ କମ ନୁହନ୍ତି ବୋଲି ତାଙ୍କ ଅଭିଭାଷଣରେ କହିଥିଲେ । ଅତିଥି ମାନଙ୍କ ଦ୍ୱାରା ଅଂଶ ଗ୍ରହଣକାରୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ମହାବିଦ୍ୟାଳୟର ଶତାଧିକ ଛାତ୍ରୀ ଯୋଗଦେଇ…

Read More

ବେଲଗୁଣ୍ଠା: ତା -୨୭/୦୨(ବିଏମସି ଟିଭି ଓଡ଼ିଆ) ଓଡ଼ିଶା ସରକାରଙ୍କ ଦ୍ଵାରା ଆୟୁଷ ଡାକ୍ତରମାନଙ୍କ ଦରମା ବୃଦ୍ଧି ଘୋଷଣା ପରେ ଆଜି ଗଞ୍ଜାମ ଜିଲ୍ଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ସମସ୍ତ ଆୟୁଷ ଡାକ୍ତର ମିଳିତ ହୋଇ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀଙ୍କୁ ସାକ୍ଷାତ କରି ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜଣାଇଛନ୍ତି । ଏହା ସହିତ ବିଧାୟକ ଶ୍ରୀ ବିଷୋୟୀଙ୍କ ଜରିଆରେ ଓଡ଼ିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହଲିଂଙ୍ଗଙ୍କୁ ଧନ୍ୟବାଦ ଜଣାଇଛନ୍ତି । ରାଜ୍ୟ ସରକାରଙ୍କ ଏହି ସିଦ୍ଧାନ୍ତ ଆୟୁଷ ସେବାକୁ ଆହୁରି ସଶକ୍ତ କରିବା ସହ ଆୟୁଷ ଡାକ୍ତର ମାନଙ୍କ ମନୋବଳ ବୃଦ୍ଧି କରିବ ବୋଲି ଆୟୁଷ ସଙ୍ଘ ଆଶା ବ୍ୟକ୍ତ କରିଛନ୍ତି । ଗଞ୍ଜାମ ଜିଲ୍ଲା ଆୟୁଷ ଡାକ୍ତର ସଂଘର ସାଙ୍ଗଠନିକ ସମ୍ପାଦକ ଡାକ୍ତର ସରୋଜ ପ୍ରଧାନଙ୍କ ନେତୃତ୍ୱରେ ଡ଼ାକ୍ତର ବସନ୍ତ ସ୍ୱାଇଁ,ଡାକ୍ତର ପାଣ୍ଡଵ ସ୍ୱାଇଁ,ଡାକ୍ତର ଏ ମନୋଜ ପାତ୍ର ଓ…

Read More

ବାଙ୍କୀ: ତା -୨୭/୦୨(ବିଏମସି ଟିଭି ଓଡ଼ିଆ) ବାଙ୍କୀର ଅଗ୍ରଣୀ ଯୁବ ଅନୁଷ୍ଠାନ ଆଦର୍ଶ ଯୁବ ପରିଷଦ ତରଫରୁ ଗତ ବର୍ଷା ଋତୁରେ ବାଙ୍କୀର ବିଭିନ୍ନ ସ୍ଥାନରେ ବର ଓ ଓସ୍ତ ବୃକ୍ଷର ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି ଅନେକ ସଂଗଠନ ଓ ସମାଜସେବୀ। ଡମପଡ଼ା ବ୍ଲକ ଅନ୍ତର୍ଗତ ପାଥପୁର, କୁଶପଙ୍ଗୀ, ତାଳବସ୍ତ ପଞ୍ଚାୟତ ଅଧିନସ୍ଥ ପଦନପୁର, ଭିଜିପୁଟ ତଥା ଚନ୍ଦକା ପାଦଦେଶରେ ଅବସ୍ଥିତ ବାଘଖିଆ ନାଳ ନିକଟରେ ଲଗାଯାଇଥିବା, ଜାମୁ, ବେଲ, ବର, ଓସ୍ତ ଆଦି ଗଛ ଗୁଡିକର ସୁରକ୍ଷା ଦୃଷ୍ଟିରୁ ଗଛର ଚତୁପାର୍ଶ୍ବକୁ କଣ୍ଟାଗଛ ଓ ତାରବାଡଦ୍ବାରା ଆବଦ୍ଧ କରାଯାଇଛି। ଏହାସହିତ ନିକଟସ୍ଥ ଗ୍ରାମର ମେଣ୍ଢା, ଛେଳି, ଗାଈଗୋରୁ ରଖିଥିବା ଲୋକମାନଙ୍କୁ ବୃକ୍ଷ ହିଁ ଜୀବନ ଓ ବୃକ୍ଷର ସୁରକ୍ଷା ଆମର ଦାୟିତ୍ବ ସମ୍ବନ୍ଧୀୟ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଛି। ଆଗାମୀ ଦିନରେ ପ୍ରଚଣ୍ଡ ଖରାରୁ ରକ୍ଷା କରିବା ପାଇଁ ଯୁବ ସଂଗଠକମାନଙ୍କୁ ଦାୟିତ୍ବ ଅର୍ପଣ କରାଯାଇଛି। ପରିଷଦର ଆବାହକ…

Read More

ରାୟଗଡା: ତା -୨୮/୦୨(ବିଏମସି ଟିଭି ଓଡ଼ିଆ) ଆଜି ରାୟଗଡା ଜିଲ୍ଲା ର କଲନରl ବ୍ଲକ ଅଧିନସ୍ଥ ଥେରୁବାଲି ପଞ୍ଚାୟତ ର ଥେରୁବାଲି ଆଶ୍ରମ ବିଦ୍ୟାଳୟ ରେ ବାର୍ଷିକ ଉଛବ ପାଳିତ ହେବାର ଦେଖିବା କୁ ମିଳିଛି । ଏହି କାର୍ଯ୍ୟକ୍ରମ ରେ ସମସ୍ତ ଅଭିଭାବକ ଓ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହିଥିଲେ । ପୁଣି ଏହି କାର୍ଯ୍ୟକ୍ରମ ର ଆରମ୍ଭରେ ଥେରୁବାଲି ଆଶ୍ରମ ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟତ୍ରୀ ଆସିଥିବା ମୁଖ୍ୟ ଅତିଥି ମାନଙ୍କୁ ଫୁଲ ମାଳ ଦେଇ ସ୍କୁଲକୁ ସ୍ୱାଗତ କରିଥିଲେ । ଏବଂ ସନମାନ୍ୟ ଅଥିତିମାନଙ୍କୁ ମଞ୍ଚରେ ଆସନ ଗ୍ରହଣ କରିଥିଲେ । ଓ ଛାତ୍ରୀମାନଙ୍କ ଦ୍ୱରା ଅତିଥି ଙ୍କୁ ପୁଷ୍ପଗୁଛ ପ୍ରଦାନ ଏବଂ ସମ୍ବର୍ଦ୍ଧନା କରିଥିଲେ । ପରବର୍ତୀ ସମୟରେ ମା ମଝିଘରିଆଣି ମାଙ୍କ ଫୋଟୋ ଉପରେ ଅତିଥି ମାନଙ୍କ ଦ୍ଵରା ପ୍ରଦୀପ ପ୍ରଜ୍ବଳନ କରାଯାଇ ଛାତ୍ରୀ ମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ…

Read More

ସମ୍ବଲପୁର/ବରପାଲି:ତା-୨୬/୦୨ (ବିଏମସି ଟିଭି ଓଡିଆ)ବରପାଲିର ବରିଷ୍ଠ ନାଟ୍ଯ ହାସ୍ୟ କଳାକାର ତଥା ପୂର୍ବତନ ନଗର କଂଗ୍ରେସ ସଭାପତି ସୁରୁବାବୁ ମେହେରଙ୍କ ଗୁରୁବାର ପରଲୋକ ହୋଇଯାଇଛି। ତାଙ୍କ ବିୟୋଗ ଖବର ଜଣାପଡିଲା ପରେ ଅଞ୍ଚଳର ରାଜନୈତିକ ଚିନ୍ତାଧାରା ବ୍ୟକ୍ତି ତଥା କଳାକାର, ବୁଣାକାର, ବ୍ୟବସାୟୀ, ଶୁଭେଚ୍ଛୁ ଓ ସମାଜସେବୀମାନଙ୍କୁ ମର୍ମାହତ କରିଥିଲା। ତାଙ୍କ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ସୁରୁବାବୁ ମେହେରଙ୍କ ୮୫ ବର୍ଷ ବୟସରେ ବୟସାଧିକ କାରଣରୁ ଦେହାନ୍ତ ହୋଇଥିବା ବେଳେ ଅନ୍ତିମ ସମୟରେ ପରିବାର ଲୋକଙ୍କ ସହ ହିତୈଷୀ ଓ ପାଖପଡୋଶୀ ବନ୍ଧୁବାନ୍ଧବ ଉପସ୍ଥିତ ରହିଥିଲେ। ସେ ଜଣେ ମେଳାପୀ ଆତ୍ମିୟତା ଭାବର ବ୍ୟକ୍ତି ଭାବେ ସମସ୍ତଙ୍କ ନିକଟରେ ଜଣାଶୁଣା ଥିଲେ। ପୂର୍ବରୁ ବହୁବାର ବିଜ୍ଞାପିତ ଅଞ୍ଚଳ ପରିଷଦର କାଉନସିଲର ରହିଥିବା ବେଳେ ବିଭିନ୍ନ ଅନୁଷ୍ଠାନ ତଥା ପ୍ରତିଷ୍ଠାନ ସ୍ଥାପନରେ ତାଙ୍କର ସହଯୋଗିତା ରହିଥିଲା।ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।

Read More

ବୋଲଗଡ଼: ତା -୨୬/୦୨(ବିଏମସି ଟିଭି ଓଡ଼ିଆ) ବୋଲଗଡ଼ ବ୍ଲକ ସାନପଦର ପଞ୍ଚାୟତ ଅନ୍ତର୍ଗତ ରସୋଳ ଗ୍ରାମରେ ପି ଡି ଏସ ଚାଉଳ ସୁ-ବଣ୍ଟନ ନିମନ୍ତେ ରସୋଳ ଗ୍ରାମବାସୀମାନେ ଗୁରୁବାରଦିନ ବୋଲଗଡ଼ ବିଡ଼ିଓ ସୁମନ ସୁଧା କୁଣ୍ଡୁଙ୍କୁ ଲିଖିତ ଅଭିଯୋଗ କରିଅଛନ୍ତି। ଗ୍ରାମବାସୀ ବୃନ୍ଦ ତଥା ୱାର୍ଡ ନଂମ୍ବର ୧ ଓ ୨ର ଜନସାଧାରଣମାନେ P.D,S ସାମଗ୍ରୀ ଆଣିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଅଛୁ । ଉକ୍ତ ଅସୁବିଧାଗୁଡ଼ିକ ଯଥା ଗ୍ରାମଠାରୁ P.D.S ସେବା କେନ୍ଦ୍ରର ଦୂରତା କି.୩.୫ମି. ହୋଇଥିବାବେଳେ ଅସହାୟ କିମ୍ବା ନିସହାୟ ବୃଦ୍ଧ ଓ ବୃଦ୍ଧାମାନେ ଗୁଲିକରି ଯାଉଅଛନ୍ତି । ତେବେ ଚାଉଳର ମୂଲ୍ୟ ମାଗଣା ଥିଲେ ମଧ୍ୟ ତାହା ଆଣିବା ପାଇଁ ଅଟୋ ଖର୍ଚ୍ଚ ବାବଦକୁ ୩୫୦ଟଙ୍କା ଦେବାକୁ ପଡ଼ୁଅଛି । ଘରଠାରୁ ଦୂରତା ସତ୍ତ୍ବେ ମଧ୍ୟ ଘରର ମହିଳାମାନେ ପଦାକୁ ଯିବାପାଇଁ ବାଧ୍ୟ ହେଉଛନ୍ତି । ଗରିବମାନେ ନିଜର ମଜୁରୀକୁ ବନ୍ଦ କରି ଗୋଟିଏ ଦିନ ପଡ଼ିଆ…

Read More