Author: BMC NEWS ODISHA

ରାୟଗଡା: ତା -୧୪/୦୨(ବିଏମସି ଟିଭି ଓଡ଼ିଆ)ରାୟଗଡା ଜିଲ୍ଲାର କାଶୀପୁର ବ୍ଲକ ଅଞ୍ଚଳରୁ ପୁଣିଥରେ ଦାଦନ ଦୁର୍ଦ୍ଦଶାର ଏକ ବିଷାଦ ଖବର ସାମ୍ନାକୁ ଆସିଛି। କାଶୀପୁର ବ୍ଲକର ଶୁଙ୍ଗେର ପଞ୍ଚାୟତ ଅଧୀନ ବଣ୍ଡେଲ ଗ୍ରାମର ସନ୍ତୋଷ ନାଏକ (୩୯) ଙ୍କର କେରଳରେ କାମ କରୁଥିବା ବେଳେ ଅକାଳ ମୃତ୍ୟୁ ଘଟିଛି। ଏହି ଦୁଃଖଦ ଖବର ଶୁଣି ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଛି।ସୂଚନା ଅନୁସାରେ, ପ୍ରାୟ ତିନି ମାସ ପୂର୍ବରୁ ପରିବାରର ଦାରିଦ୍ର୍ୟ ଦୂର କରିବା ଆଶାରେ ସନ୍ତୋଷ ଦାଦନ ଖଟିବା ପାଇଁ କେରଳ ରାଜ୍ୟକୁ ଯାଇଥିଲା। ସେ କୋଝିକୋଡ ଜିଲ୍ଲା ଅନ୍ତର୍ଗତ ଏଦବାନାପୁରମ ଅଞ୍ଚଳର ଏକ ହୋଟେଲରେ କାମ କରୁଥିଲେ। ଗତ ରାତିରେ ହଠାତ୍ ତାଙ୍କ ଶାରୀରିକ ଅସୁସ୍ଥତା ହେବାରୁ ସହକର୍ମୀମାନେ ତୁରନ୍ତ ଚିକିତ୍ସାଳୟକୁ ନେଇଥିଲେ। କିନ୍ତୁ ଡାକ୍ତରମାନେ ସେଠାରେ ସନ୍ତୋଷଙ୍କୁ ମୃତ ଘୋଷଣା କରିଥିଲେ।ସନ୍ତୋଷ ନାଏକ ଅତ୍ୟନ୍ତ ଗରିବ ପରିବାରର ଏକମାତ୍ର ଉପାର୍ଜନକାରୀ ଥିଲେ। ଘରେ ପତ୍ନୀ ଓ ଶିଶୁ ସନ୍ତାନ…

Read More

ବାଲିମେଳା: ତା -୧୩/୦୨/(ବିଏମସି ଟିଭି ଓଡ଼ିଆ) ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ଏକ ମାତ୍ର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୧୦ମ ଶ୍ରେଣୀ ଛାତ୍ରୀ ମାନଙ୍କୁ ଆଜି ବିଦ୍ୟାଳୟ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା କରାଯାଇଥିଲା। ଏହି ଅବସରରେ ଏକ ସାଧାରଣ ଶୋଭା ର ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବାଲିମେଳା ନଗର ପାଳ ପ୍ରଦୀପ କୁମାର ନାୟକ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ବିଜ୍ଞାନ ନିରୀକ୍ଷକ ଶରତ ଚନ୍ଦ୍ର ରାଉତ ଓ କାମ୍ବଡ଼ା ର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ନିରଞ୍ଜନ ନାୟକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ତଥା ବରିଷ୍ଠ ନାଗରିକ ଶ୍ରୀ ରାମ ଚନ୍ଦ୍ର ପଣ୍ଡା, ଶିକ୍ଷା ପରିଚାଳନା କମିଟି ସଦସ୍ୟ ରାଜେନ୍ଦ୍ର କୁଳଦୀପ ଏବଂ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅଲେଖ ପ୍ରଧାନ ସମେତ ବିଦ୍ୟାଳୟ ର ସମସ୍ତ…

Read More

ଭୁବନେଶ୍ୱର: ତା-୧୨/୦୨(ବିଏମସି ଟିଭି ଓଡିଆ) ଭାରତ ବନ୍ଦର ପ୍ରଭାବରେ ରାଜଧାନୀର ଜନପଥ, ରାଜମହଲରୁ ରାଜଭବନ ଅବା ରସୁଲଗଡ଼ରୁ ଖଣ୍ଡଗିରି, ସବୁଠି ଗାଡ଼ିମୋଟର ଚଳାଚଳ ବନ୍ଦ ରହିଥିଲା। ଦୋକାନ ବଜାର ବି ବନ୍ଦ ରହିଥିଲା। ଜାତୀୟ ରାଜପଥଠାରୁ ଆରମ୍ଭ କରି ରାଜ୍ୟ ରାଜପଥ, ସବୁଠି ଗାଡ଼ିମୋଟର ଚଳାଚଳ ଠପ୍‌ ହୋଇଯାଇଥିଲା। ଅନ୍ୟ ଅଞ୍ଚଳରେ ବନ୍ଦର ଆଂଶିକ ପ୍ରଭାବ ପଡ଼ିଥିଲା। ଦୋକାନ ବଜାର ଅଧା ଖୋଲା ଓ ଅଧା ବନ୍ଦ ରହିଥିଲା। କଳ୍ପନାରୁ ଲିଙ୍ଗିପୁର ଛକ, ରସୁଲଗଡ଼ରୁ ପଳାଶୁଣୀ, ପୁରୀ ବାଇପାସ, ଖଣ୍ଡଗିରିରୁ ପାତ୍ରପଡ଼ା ରାସ୍ତା, ଏଠାରେ ସବୁ ବଡ଼ ବଡ଼ ବ୍ୟାବସାୟିକ ପ୍ରତିଷ୍ଠାନ ସବୁ ଖୋଲା ରହିଥିଲା। ଏହି ଅଞ୍ଚଳରେ ବସ୍‌ ସେବା ବନ୍ଦ ରହିଥିଲେ ବି ଅଟୋ, ଚାରିଚକିଆ ଚାଲୁଥିବା ଦେଖିବାକୁ ମିଳିଥିଲା। ବନ୍ଦକୁ ସମର୍ଥନ ଜଣାଇ ସିପିଆଇ ପକ୍ଷରୁ ଆଜି ଭୁବନେଶ୍ବର ରେଳଷ୍ଟେସନ୍‌ରେ ରେଳରୋକ କରାଯାଇଥିଲା। ସିଟୁ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନରୁ ଏଜି ଛକ ପର୍ଯ୍ୟନ୍ତ ବାଇକ୍‌ ରାଲି କରାଯାଇଥିଲା। ଜୟଦେବବିହାରଛକଠାରେ…

Read More

ବୋଲଗଡ: ତା -୧୨/୦୨(ବିଏମସି ଟିଭି ଓଡ଼ିଆ) ଆଜି ସର୍ବ ଭାରତୀୟ ଧର୍ମ ଘଟ ରେ ଭାରତ ବନ୍ଦ ପାଳିତ ହୋଇଥିବା ବେଳେ ବୋଲଗଡରେ ନିଖିଳ ଓଡିଶା ଆଶାକର୍ମୀ ସଂଘ ଏହାକୁ ସମର୍ଥନ ଜଣାଇଛି । ବୋଲଗଡର ସିପିଆଇ, ପାଚିକା ସଂଘ ସମେତ ବିଭିନ୍ନ ଶ୍ରମିକ ସଙ୍ଘଠନ ବୋଲଗଡ ବଜାରରୁ ବାହାରି ଗୋପବନ୍ଧୁ ଛକ ପର୍ଯ୍ୟନ୍ତ ଆନ୍ଦୋଳନ କରି ତହସିଲ କାର୍ଯ୍ୟାଳୟ କୁ ଯାଇ ନିଖିଳ ଓଡିଶା ଆଶା କର୍ମୀ ସଂଘ ବୋଲଗଡ ତହସିଲଦାର ବିଜୟ ସେଠୀ ଓ ବୋଲଗଡ ବିଡ଼ିଓ ସୁମନ ସୁଧା କୁଣ୍ଡୁ ଙ୍କୁ, ୬ ଦଫା ଦାବୀ ପ୍ରଦାନ କରିଛନ୍ତି । ଆଶା କର୍ମୀ ମାନଙ୍କ ଦରମା ବୃଦ୍ଧି ସମେତ ୬ ଦଫା ଦାବୀ ଉଲ୍ଲେଖ କରି ସରକାରଙ୍କ ଉଦେଶ୍ୟରେ ବ୍ଲକ ପ୍ରଶାସନଙ୍କୁ ପ୍ରଦାନ କରିଛନ୍ତି । ଆଜିର ଭାରତ ବନ୍ଦ ଓ ସମସ୍ତ ଶ୍ରମିକ ଓ କମ୍ୟୁନିଷ୍ଟ ପାର୍ଟିର ଶୋଭାଯାତ୍ରାରେ କମ୍ୟୁନିଷ୍ଟ ନେତା ଦିବାକର ପରମ ଗୁରୁ,…

Read More

ସମ୍ବଲପୁର/ବରପାଲି:ତା-୧୩/୦୨ (ବିଏମସି ଟିଭି ଓଡିଆ) ବରପାଲି ବ୍ଲକ କୁମ୍ଭାରୀ ପଞ୍ଚାୟତ ଅନ୍ତର୍ଗତ ସମଲେଇପଦର ଗ୍ରାମରେ ଏକ ଐତିହାସିକ ନିଦର୍ଶନ ଦେଖିବାକୁ ମିଳିଛି। ‘ଆଜି ବି ଜୀବିତ ରହିଛି ମଣିଷ ପଣିଆ’ ଅଞ୍ଚଳରେ ଉଦାହରଣ ସାଜିଲା ଭୋଏ ପରିବାର। ଧାନ ସଂଗ୍ରହ କରିବା ପାଇଁ ଗୋଟିଏ ମାର୍କେଟ ୟାର୍ଡ଼ ଆବଶ୍ୟକତା ବହୁ ଦିନରୁ ଅନୁଭୁତ ହେଉଥିବା ବେଳେ ଅନେକ ସମୟରେ ଏଥିପାଇଁ ଦାବି ଉଠୁଥିଲା। ସରକାରୀ ଜମିର ଅଭାବି ଦୃଷ୍ଟିରୁ ମାର୍କେଟ ୟାର୍ଡ ସ୍ଥାପନରେ ଘୋର ବାଧକ ସାଜୁଥିଲା। ସମସ୍ୟାର ନିରାକରଣ ଓ ଗ୍ରାମବାସୀଙ୍କ ହିତ ପାଇଁ ହିରାଧର ପଧାନଙ୍କ ନେତୃତ୍ବରେ ବଳିଷ୍ଠ ଭୋଏ, ମେଘ ଭୋଏ, ଥାବ ଭୋଏ, ନବ ଭୋଏ, ସୁରୁବୁଈ ଭୋଏ ସ୍ଵଇଚ୍ଛାରେ ୬୭ ଡିସିମିଲ ଜମି ଯାହାର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କା ହେବ ଦାନ କରିଛନ୍ତି। ବରଗଡ ଆର୍‌ଏମ୍‌ସି ସମ୍ପାଦକ ଗୋବିନ୍ଦ ନାଗ ଓ ତହସିଲଦାର ରୁକ୍ମଣ ମେହେରଙ୍କ ଉପସ୍ଥିତିରେ ଜମି ରେଜିଷ୍ଟ୍ରି ପର୍ବ…

Read More

ରାୟଗଡ଼ା: ତା -୧୩/୦୨(ବିଏମସି ଟିଭି ଓଡ଼ିଆ) ରାୟଗଡ଼ା ସହର ଉପକଣ୍ଠ ପିତାମହଲ ସ୍ଥିତ ସେଞ୍ଚୁରୀଆନ ବିଶ୍ୱବିଦ୍ୟାଳୟ (ସିୟୁଟିଏମ) ପକ୍ଷରୁ ଚଳିତ ବର୍ଷର ବାର୍ଷିକ ଉତ୍ସବ ‘ସେନଫେଷ୍ଟ ୧୨. ୦’ ଅତ୍ୟନ୍ତ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। “ଜୀବନ ଗଠନ ଏବଂ ସମାଜର ସଶକ୍ତିକରଣ” ଶୀର୍ଷକ ବିଷୟବସ୍ତୁକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ପ୍ରତିଭା ଓ ଅଗ୍ରଗତିର ଝଲକ ଦେଖିବାକୁ ମିଳିଥିଲା। ଅଧ୍ୟାପକ ପେଲ୍ଲୁରି ରବିତେଜା କାର୍ଯ୍ୟକ୍ରମଟି ସଂଚାଳନ କରିଥିଲେ। ପ୍ରତିଭା ଓ ଦୂରଦୃଷ୍ଟିର ସମାଗମରେ ଭରପୁର ଏହି ସମାରୋହକୁ ମୁଖ୍ୟ ଅତିଥି ଭାବେ ଡ଼ଃ. ପ୍ରଶାନ୍ତ କୁମାର ମହାନ୍ତି (ସେଞ୍ଚୁରୀଆନ ୟୁନି ଭରସିଟି କୁଳପତି, ଆନ୍ଧ୍ର ପ୍ରଦେଶ କ୍ୟାମ୍ପସ) ଉଦ୍ଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିଦ୍ ଏବଂ ରାୟଗଡ଼ା ସ୍ଥାୟୀ ଲୋକ ଅଦାଲତର ସଦସ୍ୟ ପ୍ରଫେସର ଡ଼. ଦୁଷ୍ମନ୍ତ କୁମାର ମହାନ୍ତି ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ମଦନ ମୋହନ ପାଢ଼ୀ ଉପସ୍ଥିତ…

Read More

ସମ୍ବଲପୁର/କୁଚିଣ୍ଡା:ତା-୧୩/୦୨ (ବିଏମସି ଟିଭି ଓଡିଆ) କୁଚିଣ୍ଡା ଅଞ୍ଚଳର ଅଗ୍ରଣୀ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ର ଏକାଡେମୀ ଅଫ୍ କମ୍ପ୍ୟୁଟର ଏଜୁକେଶନର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ପଦ୍ମଲୋଚନ ବିଲ୍ଡିଂ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠାନର ନିର୍ଦ୍ଦେଶକ ରାଜେଶ କୁମାର ଶର୍ମାଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ସମାଜସେବୀ ଡାକ୍ତର ହୃଦାନନ୍ଦ ନାୟକ ମୁଖ୍ୟ ଅତିଥି , ବିଶିଷ୍ଟ ପରିବେଶବିତ୍ ସୁବାସ ଚନ୍ଦ୍ର ନାୟକ, ଓଡ଼ିଆ ସିନେମା ନିର୍ଦ୍ଦେଶକ ଡ଼ ଦିଲ୍ଲୀପ କୁମାର ପାଣି, ଅବସର ପ୍ରାପ୍ତ ବ୍ୟାଙ୍କ୍ ଅଧିକାରୀ କିଶୋର ଚନ୍ଦ୍ର ପ୍ରଧାନ, କୁଚିଣ୍ଡା କଲେଜ ଆଲୁମିନି ସଭାପତି ପ୍ରଫୁଲ୍ଲ ସାହୁ ଓ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରଭାତ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।ଅତିଥିଗଣ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା ସହ ରକ୍ତ ଦାନର ଆବଶ୍ୟକତା ଓ ରକ୍ତ ଦାତାଙ୍କ ମହତ୍ତ୍ଵ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଅନୁଷ୍ଠାନର…

Read More

ରାୟଗଡା: ତା -୧୩/୦୨(ବିଏମସି ଟିଭି ଓଡ଼ିଆ) ରାୟଗଡା ଜିଲ୍ଲା ର ବିଷମକଟକ ବ୍ଲକ ଅଧୀନରେ ଯାଉଥିବା କୋଣବାଇ ପଞ୍ଚାୟତ ର କଣବାଇ ଗ୍ରାମରେ ଜଳିଯାଇଛି ଦୁଇ ପରିବାରଙ୍କ ଘର ସୂଚନା ଅନୁଯାଇ, ନାର୍ଷି ହୁଇକା ଓ ଅନ୍ୟ ଆଉ ଏକ ପରିବାର ମାଣିକ ହୁଇକା ସେମାନେ ତାଙ୍କର ନୀତି ଦିନିଆ କାମ କରିବାକୁ ଜଙ୍ଗଲ କୁ କାଠ ଆଣିବା ପାଇଁ ଯାଇଥିଲେ ଠିକ ସେହି ଅପରାହ୍ନ ସମୟରେ ଅଚାନକ ତାଙ୍କ ଘରେ ନିଆଁ ଲାଗିଯାଇଥିଲା । ସେହି ସମୟରେ ଉପସ୍ଥିତ ଥିବା କିଛି ଗ୍ରାମ ର ଲୋକମାନେ ସ୍ଥାନ୍ୟ ବିଷକଟକ ର ଅଗ୍ନିଶମ ବିଭାଗ କୁ ଫୋନ୍ କରିଥିଲେ । ଏହା ପରେ ଅଗ୍ନିଶମ ଭିଭାଗ ର କର୍ମ କର୍ତା ସବୁ ଘଟଣା ସ୍ଥଳ କୁ ପହଂଚି ଜଳୁଥିବା ନିଆଁ କୁ ଆୟତ କରିଥିଲେ । ଏହାପରେ ମଧ୍ୟ ଗ୍ରାମର ଲୋକମାନେ ମଧ୍ୟ ନିଆକୁ ଆୟତ କରିବାପାଇଁ ବହୁତ ପ୍ରୟାସ କରିଥିଲେ…

Read More

ରାୟଗଡା: ତା -୧୩/୦୨(ବିଏମସି ଟିଭି ଓଡ଼ିଆ) ରାୟଗଡ଼ା ଜିଲ୍ଲାର ୬ ଜଣ ଦିବ୍ୟାଙ୍ଗ ଖେଳାଳି ମାନେ ଭୁବନେଶ୍ଵର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା କ୍ରୀଡ଼ା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଛନ୍ତି । ଲଙ୍ଗ ଜମ୍ପ/ହାଇ ଜମ୍ପରେ ବିକାଶ ମହାନନ୍ଦିଆଙ୍କୁ ସିଲଭର ମେଡାଲ, ଡିସକେସ୍ ଥ୍ରୋରେ ବିକାଶ ମାଝୀଙ୍କୁ ଗୋଲ୍ଡ ମେଡାଲ, ୧୦୦ ମିଟର ଏବଂ ୪୦୦ ମିଟର ଦୌଡ଼ରେ ବିପିନ୍ ମାଝୀ ଗୋଲ୍ଡ ମେଡ଼ାଲ୍, ୧୦୦ ମିଟର ଦୌଡ଼ ସିଲଭର୍ ଏବଂ ସୋଟପୁଟରେ ବ୍ରୋଞ୍ଚ ମେଡାଲ ମିଳିଛି ଯଶୋଦା ଖୋସଲାଙ୍କୁ ଏବଂ ସୋଟପୁଟରେ ରେଙ୍ଗା ପୁଆଲାଙ୍କୁ ସିଲଭର ମେଡାଲ ଜିତି ପାଇ ଓଡ଼ିଶା ବିକଳାଙ୍ଗ ମଞ୍ଚ (ରାୟଗଡ଼ା ଶାଖା ଏବଂ ଜିଲ୍ଲା ପାରା ସ୍ପୋର୍ଟସ ଆସୋସିଏସନ୍, ରାୟଗଡ଼ାକୁ ଗର୍ବିତ କରିଛନ୍ତି ୫ ଦିବ୍ୟାଙ୍ଗ ଭାଇ ଓ ଭଉଣୀ ମାନେ । ଏତଦ୍ ବ୍ୟତୀତ, ରୋହିତ ନାଏକ ଓ ରହିତ ନାୟକ ମଧ୍ୟ ଅନ୍ୟ କ୍ରୀଡ଼ାରେ ଚୟନ ହୋଇ ପ୍ରତିଯୋଗିତା ପାଇଁ…

Read More

ବାଙ୍କୀ: ତା -୧୩/୦୨(ବିଏମସି ଟିଭି ଓଡ଼ିଆ)ଉଭୟେ କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣ ଙ୍କ ପାଇଁ ବିଭିନ୍ନ ଯୋଜନା ତିଆରି କରୁଛନ୍ତି ଓ କାର୍ଯ୍ୟକାରୀ କରୁଛନ୍ତି । କିନ୍ତୁ ତଳସ୍ତରରେ ଥିବା କର୍ମଚାରୀ ମାନଙ୍କ ଅବହେଳା ଯୋଗୁ ପ୍ରକୃତ ହିତାଧିକାରୀ ପାଖରେ ଯୋଜନା ପହଂଚି ପାରୁନାହଁ ଏଭଳି ଘଟଣା ଦେଖିବାକୁ ମିଳିଛି ବାଙ୍କୀ ଡମପଡା ବ୍ଲକ ଶିମିଳିପୁର ଗ୍ରାମପଂଚାୟତ ମକୁନ୍ଦପୁର ଗାଁ ସାଧୁଚରଣ ଙ୍କ ନିକଟରେ । ସାଧୁଚରଣ ଭଙ୍ଗା ଆଜବେଷ୍ଟ ଘରେ ଅତି ଦୟନୀୟ ଅବସ୍ଥାରେ ବସ ବାସ କରୁଛନ୍ତି । ଆବାସ ଯୋଜନା ତାଙ୍କ ପାଇଁ ସାତ ସପନ ପରିବାର କହିଲେ ସ୍ୱାମୀ, ସ୍ତ୍ରୀ, ପୁଅ ଓ ବୃଦ୍ଧ ବାପା ଅନାଗ୍ରସର ହୋଇଥିବାରୁ କିଛି କମଧନ୍ଦା କରନ୍ତି ନାହିଁ. ସେ ମଧ୍ୟ ପୁଅ ଉପରେ ନିର୍ଭର କରନ୍ତି । ସାଧୁଚରଣ ଙ୍କ ର ରୋଜଗାର କହିଲେ ରାସ୍ତା କଡରେ ଗୋଟେ ଛୋଟିଆ ଚା ଦୋକାନ…

Read More

ବେଲଗୁଣ୍ଠା: ତା -୧୨/୦୨(ବିଏମସି ଟିଭି ଓଡ଼ିଆ) ଗଞ୍ଜାମ ଜିଲ୍ଲାରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବେଲଗୁଣ୍ଠା ଅତିରିକ୍ତ ତହସିଲଦାର କବିରାଜ ସେଠୀଙ୍କୁ ଆଜି ଓଡ଼ିଶା ଭିଜିଲାନ୍ସ ଲାଞ୍ଚ ନେବା ଅଭିଯୋଗରେ ରଙ୍ଗେ ହାତ ଗିରଫ କରିଛି। ଜଣେ ବାଲି ବୋଝେଇ ଟ୍ରାକ୍ଟର ମାଲିକଙ୍କ ଠାରୁ ଗାଡ଼ି ଛାଡ଼ିବା ପାଇଁ ଲାଞ୍ଚ ନେଉଥିବା ବେଳେ ସେ ଧରାପଡ଼ିଛନ୍ତି ।ସୂଚନା ଅନୁଯାୟୀ, ଗତ ଫେବୃଆରୀ ୫ ତାରିଖରେ ଶ୍ରୀ ସେଠୀ ଏକ ବାଲି ବୋଝେଇ ଟ୍ରାକ୍ଟରକୁ ଅଟକ ରଖିଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି, ଗାଡ଼ିଟିକୁ ଅଟକ ରଖିବା ନେଇ ସେ କୌଣସି ସରକାରୀ ରେକର୍ଡ ବା ଦସ୍ତାବିଜ୍ ପ୍ରସ୍ତୁତ କରିନଥିଲେ। ଟ୍ରାକ୍ଟର ମାଲିକ ଗାଡ଼ିର ସମସ୍ତ ବୈଧ କାଗଜପତ୍ର ଦେଖାଇବା ସତ୍ତ୍ୱେ, ଅତିରିକ୍ତ ତହସିଲଦାର ଗାଡ଼ି ଛାଡ଼ିବା ପାଇଁ ଅର୍ଥ ଦାବି କରିଥିଲେ। ଶେଷରେ ମାଲିକ ଜଣକ ଏନେଇ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ।ଆଜି ଯେତେବେଳେ ଅଭିଯୋଗକାରୀ…

Read More

ସମ୍ବଲପୁର :ତା-୧୨/୦୨ (ବିଏମସି ଟିଭି ଓଡିଆ) ଅଖିଳ ଭାରତୀୟ ୮୪ ଘର ଅଘରିଆ ସମାଜର ଓଡ଼ିଶା ରାଜ୍ୟ ସ୍ତରୀୟ ସମ୍ମିଳନୀ ଆଗାମୀ ୨୮ ତାରିଖରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଝାରସୁଗୁଡ଼ା ଜିଲ୍ଲା ତାଳମୁଣ୍ଡା ଗ୍ରାମରେ ଅନୁଷ୍ଠିତ ହେବ । ଏହାର ସଫଳତା ପାଇଁ ବାମଣ୍ଡା ଆଞ୍ଚଳିକ ସମ୍ମିଳନୀ ପରେ ବିଭିନ୍ନ ଗୁଡ଼ିସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହେବାରେ ଲାଗିଛି। ଏହି କ୍ରମରେ ଜାମୁମାଲ୍ ଗ୍ରାମରେ ଗୁଣ୍ଡୁରୁଚୁଆଁ ଗୁଡ଼ିର ସଭାପତି ସୁବାସ ପଟେଲଙ୍କ ସଭାପତିତ୍ବରେ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଅଖିଳ ଭାରତ ଅଘରିଆ ସମାଜର ସାଂଗଠାନିକ ସମ୍ପାଦକ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି , ଆଞ୍ଚଳିକ ସମ୍ପାଦକ ଅଶୋକ ପଟେଲ ସମ୍ମାନିତ ଅତିଥି ଓ ଭୋଜପୁର ଗୁଡ଼ିର ସଭାପତି ବିରଞ୍ଚି ପଟେଲ ପର୍ଯ୍ୟବେକ୍ଷକ ଭାବରେ ଯୋଗ ଦେଇ ଓବିସି ସଂଗଠନ ଓ ଅଘରିଆ ସମାଜ ସଂଗଠନକୁ ଏକଜୁଟ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ…

Read More