ସମ୍ବଲପୁର/ଯୁଯୁମୁରା:ତା-୧୨/୦୨ (ବିଏମସି ଟିଭି ଓଡିଆ) ଜାତୀୟ ଶିକ୍ଷା ପ୍ରତିଭାର ଦ୍ୱାର। ସମସ୍ତ ଶିଶୁ ପ୍ରତିଭା ହେବେ ବିକଶିତ। ଏହି ପ୍ରତିଭା ବିକାଶ ଲକ୍ଷ୍ୟ ନେଇ ଯୁଯୋମୁରା ସ୍ଥିତ ଲିଟିଲ ଫ୍ଲାୱାର ପବ୍ଲିକ ସ୍କୁଲର ବାର୍ଷିକୋତ୍ସବ ମହାସମାରୋହରେ ମଙ୍ଗଳବାର ପାଳିତ ହୋଇଯାଇଛି। ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ, କର୍ତ୍ତୃପକ୍ଷ, ଛାତ୍ରଛାତ୍ରୀ ତଥା ଅଭିଭାବକ ମହଲରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ସମାଜସେବୀ ଜଗଦୀଶ ପ୍ରଧାନ , ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଅଶ୍ଵିନୀ କୁମୁରା, ଲିପିଣ୍ଡା ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ନୃପଶେଖର କୁମୁରା, ମେଘପାଳ ସରପଞ୍ଚ ଶ୍ରୀମତୀ ମମତା ପ୍ରଧାନ, ଯୁଯୁମୁରା ସରପଞ୍ଚ ଶ୍ରୀମତୀ ବାସନ୍ତି ପ୍ରଧାନ ଓ ବିଦ୍ୟାଳୟର ସାଧାରଣ ସଂପାଦିକା ଶ୍ରୀମତୀ ରୁବୀ ଦେହୁରୀ ଦୀପ ପ୍ରଜ୍ବଳନ କରି ବାର୍ଷିକ ଉତ୍ସବକୁ ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନେପାଳ ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଥିଲେ। ସମ୍ମାନୀୟ ଅତିଥି ଭାବରେ ସଞ୍ଜୟ ପ୍ରଧାନ…
Author: BMC NEWS ODISHA
ସମ୍ବଲପୁର/ବରପାଲି:ତା-୧୧/୦୨(ବିଏମସିଟିଭି ଓଡିଆ) ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ସଭାଗୃହ ଠାରେ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଦିନେଶ ଗହୀରଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଭୁବନ କୁମାର ଶତପଥୀ ବୈଠକର ପ୍ରାରମ୍ଭିକ ସୂଚନା ଓ ପରିଚୟ ପ୍ରଦାନ କରିଥିଲେ । ବୈଠକରେ ବିଜେପୁର ବିଧାୟକ ସନତ କୁମାର ଗଡ଼ତିଆ, ବରଗଡ଼ ସାଂସଦ ପ୍ରତିନିଧି ପଦ୍ମଲୋଚନ ସାହୁ ଯୋଗଦେଇ ବିଗତ ସାଧାରଣ ବୈଠକରେ ପାରିତ ହୋଇଥିବା ପ୍ରସ୍ତାବ ଉପରେ ତାର କାର୍ଯ୍ୟକାରୀ ଓ ଦୃଢ଼ି କରଣ ସମ୍ପର୍କରେ ଆଲୋକପାତ କରିଥିଲେ। ବିଶେଷ ଭାବରେ ସହରର ମୁଖ୍ୟ ଜାତୀୟ ରାଜପଥରେ ବିଦ୍ୟୁତିକରଣ ଓ ଉନ୍ନତିମୂଳକ କାର୍ଯ୍ୟଗୁଡିକ ଟେଣ୍ଡର ହୋଇଥିଲେ ହେଁ ତୁରନ୍ତ କାର୍ଯ୍ୟକାରୀ ହୋଇପାରୁନଥିବା ଏବଂ ଏନଏସି ଅଂଚଳର ଉନ୍ନତିକରଣ ପାଇଁ ଏକ ସ୍ଥାୟୀ କନିଷ୍ଠ ଯନ୍ତ୍ରୀ ନିଯୁକ୍ତି ଦିଗରେ ଉପସ୍ଥିତ କାଉନସିଲର ମାନେ ଅଭିଯୋଗ ଆଣିଥିଲେ। ଏନେଇ ଅଧ୍ୟକ୍ଷ ତଥା…
ବାଲିମେଳା: ତା -୧୧/୦୨ (ବିଏମସି ଟିଭି ଓଡ଼ିଆ) ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ତାର୍ଲାକୋଟା ପଞ୍ଚାୟତ ଅଧୀନ ପୁଷପାଲ୍ଲୀ ଗ୍ରାମରେ ମଙ୍ଗଳବାର ଏକ ନୂତନ ମନ୍ଦିର ପ୍ରତିଷ୍ଠା କରିବା ସହ ଉକ୍ତ ମନ୍ଦିରରେ ଚତୁର୍ଥ ଜ୍ୟୋତିରଲିଙ୍ଗ ଓଁ କାରେଶ୍ୱର ମହାଦେବଙ୍କ ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଛି। ଏହି ଅବସରରେ ଗ୍ରାମର ମହିଳାମାନେ ମଙ୍ଗଳବାର ସକାଳୁ ଗାଁ ନିକଟରେ ପ୍ରବାହିତ ହେଉଥିବା ନଦୀରୁ ଜଳ ସଂଗ୍ରହ କରି ଏକ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରିବା ପରେ ମନ୍ଦିରରେ କଳସ ସ୍ଥାପନ କରିଥିଲେ। ଏହା ପରେ ତିନିଜଣ ବରିଷ୍ଠ ପୂଜକଙ୍କ ଦ୍ୱାରା ନୂତନ ମନ୍ଦିରର ପ୍ରତିଷ୍ଠା କାର୍ଯ୍ୟ କରିବା ସହ ରୀତିନୀତି ଅନୁସାରେ ପୂଜା ଓ ହୋମ ଯଜ୍ଞ ଜାରୀ ରଖିଛନ୍ତି। ବୁଧବାର ଦିନ ଉକ୍ତ ମନ୍ଦିରରେ ଓଁକାରେଶ୍ୱର ମହାଦେବଙ୍କର ଜ୍ୟୋତିରଲିଙ୍ଗ ପ୍ରତିଷ୍ଠା କରାଯିବ ବୋଲି ପୂଜକ ମାନେ କହିଛନ୍ତି।ଏହି ପ୍ରତିଷ୍ଠା ଉତ୍ସବ ଅବସରରେ ମନ୍ଦିର ପ୍ରାଙ୍ଗଣରେ ନାମ ସଂକୀର୍ତ୍ତନ ଜାରୀ ରହିଛି।ଏହି…
ପୋଲସରା: ତା- ୧୧/୦୨/(ବିଏମସି ଟିଭି ଓଡ଼ିଆ)ରୁମାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ। ୨୦୨୫-୨୬ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ସୋମବାର ଦିନ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୋଲସରା ବିଧାୟକ ତଥା ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ ସହିତ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ। ବରିଷ୍ଠ ଶିକ୍ଷକ ଜଗନ୍ନାଥ ପଣ୍ଡା ମଞ୍ଚ ପରିଚାଳନା କରିବାସହ ଅତିଥିଙ୍କୁ ସ୍ଵାଗତ ଏବଂ ପରିଚୟ ପ୍ରଦାନ ଏବଂ ବାର୍ଷିକ ବିବରଣୀ ପଠନ କରିଥିଲେ। ପ୍ରଧାନ ଶିକ୍ଷକ ସତ୍ୟବାଦି ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏସ.ଏମ୍.ସି. ସଭାପତି ରଞ୍ଜନ କୁମାର ବିଷୋୟୀ ସଭାପତିତ୍ଵ କରିଥିଲେ।ଅତିଥିମାନଙ୍କୁ ପାରମ୍ପରିକ ସ୍ଵାଗତ ସହିତ ସମ୍ବର୍ଦ୍ଧନା ଦିଆଯାଇଥିଲା।ଏହି ଅବସରରେ ମୁଖ୍ୟ ଅତିଥି ନିଜର ପ୍ରେରଣାଦାୟୀ ବକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କୁ ନିଜର ମାତା, ବାପା, ଗୁରୁଜନ ଏଵଂ ଗୁରୁମାନଙ୍କୁ କଥାମାନି କଠିନ ପରିଶ୍ରମ ଦ୍ଵାରା ଉଚିତ ଶିକ୍ଷା ଜ୍ଞାନ ଆହରଣ କରି…
ବ୍ରହ୍ମପୁର:ତା-୧୧/୦୨(ଵିଏମସି ଟିଭି ଓଡ଼ିଆ) କଳା ଓ କଳାକାର ହିତୈଷୀ ମହାମଞ୍ଚ ” ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ” ପକ୍ଷରୁ ସ୍ଥାନୀୟ ବାଲାଜୀପେଣ୍ଠ ସାହି ସ୍ଥିତ ସଂଘ କାର୍ଯ୍ୟାଳୟ ପରିସରରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି। ମହାସଂଘ କାର୍ଯ୍ୟକାରୀ ସଭାପତି ଡଃ. ବିଜୟ ଚନ୍ଦ୍ର ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୋକ ସଭାରେ ବରିଷ୍ଠ କଳାକାର ମହେନ୍ଦ୍ର କୁମାର ସାହୁ, ପ୍ରହଲ୍ଲାଦ ନାଟକ କଳାକାର ଦୀନବନ୍ଧୁ ପାତ୍ର, ଗାହାଣ ଗୁରୁ ଜି. କାମରାଜୁ ପାତ୍ର, ପାଲା କଳାକାର ଆନନ୍ଦ ମହାରଣା ପମୁଖ ମଂଚାସୀନ ଥିଲେ। ପ୍ରଦୀପ କୁମାର ସାହୁ ସ୍ୱାଗତ ଭାଷଣ ଦେବା ପରେ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଉଦ୍ଦେଶ୍ୟ ଜ୍ଞାପନ କ୍ରମରେ ଆଜି ପୂର୍ବାହ୍ନ ନଅ ଘଟିକା ସମୟରେ ପ୍ରଥିତଯଶା ଗ୍ରାମୀଣ ନାଟ୍ୟଗୁରୁ ଦାମୋଦର ବାଡ଼ତ୍ୟାଙ୍କ ବିୟୋଗ ସଂକ୍ରାନ୍ତରେ ସୂଚନା ଦେଇଥିଲେ। ଗ୍ରାମୀଣ ନାଟ୍ୟ ସଂସ୍କୃତି ବିକାଶ କ୍ଷେତ୍ରରେ ଦାମ ମାଷ୍ଟ୍ରଙ୍କ ଅନେକ ଅବଦାନ ରହିଛି।…
କୋରୁକୋଣ୍ଡା: ତା -୦୯/୦୨(ବିଏମସି ଟିଭି ଓଡ଼ିଆ) ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଳକ୍ ଅନ୍ତର୍ଗତ ସୋମନାଥପୁର ପଞ୍ଚାୟତ କାର୍ଯ୍ୟାଳୟର ସଭାଗୃହରେ ‘ଏକତା ଚାଇଲ୍ଡ ଫଣ୍ଡ’ ଆନୁକୁଲ୍ୟରେ ଏକ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା ସମ୍ପର୍କିତ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଆୟୋଜିତ କାର୍ଯ୍ୟକ୍ରମରେ ସରପଞ୍ଚ ମଞ୍ଜୁଳା ଶିଶା, ପଞ୍ଚାୟତ କାର୍ଯ୍ଯ ନିର୍ବାହୀ ଅଧିକାରୀ ଜୟଶ୍ରୀ ଜେନା, ସୋମନାଥପୁର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ କିଶୋର ଖୋସଲା, ସମନ୍ୱିତ ଶିଶୁ ବିକାଶ ଯୋଜନା ସୁପରଭାଇଜର ରଜନୀ ବେହେରା, ଅଙ୍ଗନବାଡ଼ି ଓ ଆଶା କର୍ମୀ,ଅଭିଭାବକ, ଶିକ୍ଷକ, ୱାର୍ଡ଼ ମେମ୍ବର ପ୍ରମୁଖ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମରେ ଶିଶୁ ସୁରକ୍ଷା ସମ୍ପର୍କିତ ବିଭିନ୍ନ ଦିଗ ଓ ଏନେଇ କଣ ଆଇନଗତ ସହାୟତା ରହିଛି ତାହା ଉପରେ ଆଲୋକପାତ କରାଯାଇଥିଲା।ଯଦି ଶିଶୁ ନିର୍ଯାତନା ନେଇ ଅଭିଯୋଗ ଆସେ ତାହାହେଲେ ସେହି ମାମଲା କେଉଁଠି ଓ କିପରି ରୁଜ୍ଜୁ କରାଯିବ ସେନେଇ ମଧ୍ୟ କର୍ମଶାଳାରେ ଆଲୋଚନା କରାଯାଇଥିଲା। ପ୍ରଥମେ ଅଭିଭାବକ ସଚେତନ ହେଲେହିଁ ଶିଶୁ…
ବାଲିମେଳା: ତା -୧୦/୦୨(ବିଏମସି ଟିଭି ଓଡ଼ିଆ) ମାଲକାନଗିରି ଜିଲ୍ଲା ବାଲିମେଳା ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟ ପରିସରରେ ମଙ୍ଗଳବାର ଠାରୁ ଆଠ ଦିନିଆ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି। ଏହି ଶିବିରକୁ ଅନୁଷ୍ଠାନର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମାଝୀ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ସେ ନିଜ ଅଭିଭାଷଣରେ କହିଥିଲେ ଯେ ଆତ୍ମରକ୍ଷା କେବଳ ଏକ ଶାରୀରିକ କୌଶଳ ନୁହେଁ ବରଂ ଏହା ମାନସିକ ସଶକ୍ତିକରଣର ଏକ ମାଧ୍ୟମ। ଏହି କାର୍ଯ୍ୟକ୍ରମର ସଂଯୋ ଜିକା ଲିପସା ରାଣୀ ଗମାଙ୍ଗ ସମସ୍ତଙ୍କୁ ସ୍ବାଗତ କରିବା ସହ ନାରୀ ସୁରକ୍ଷା ଏବଂ ସେମାନଙ୍କ ଆତ୍ମବିଶ୍ବାସ ବୃଦ୍ଧି ଏହି କାର୍ଯ୍ୟକ୍ରମ ର ଲକ୍ଷ୍ୟ ବୋଲି ମତ ରଖିଥିଲେ। ଇତିହାସ ବିଜ୍ଞାନର ଅଧ୍ୟାପିକା ମମତା ପାତ୍ର ବିପଦ ସମୟରେ ଭୟଭୀତ ନ ହୋଇ ସାହସ ର ସହ ମୁକାବିଲା କରିବା ପାଇଁ ମତ ଦେଇଥିଲେ। ଅର୍ଥନୀତି ଅଧ୍ୟାପିକା ସବିତା ଭୁକ୍ତା…
ବାଲିମେଳା: ତା -୧୦/୦୨(ବିଏମସି ଟିଭି ଓଡ଼ିଆ ) ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ଥିବା ବହୁ ପୁରାତନ ମନ୍ଦିର ମା’ ଦଣ୍ଡକାଳୀଙ୍କ ଆସନ୍ତା ଅପ୍ରେଲ ମାସରେ ଆରମ୍ଭ ହେବାକୁ ଥିବା ଝାମୁଯାତ୍ରା ବା ଦଣ୍ଡଯାତ୍ରା ନିମନ୍ତେ ମା’ ଦଣ୍ଡକାଳୀ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଶୁଭ କାଠ ମନ୍ଦିରକୁ ଅଣା ଯାଇଛି । ଆଗାମୀ ଏପ୍ରିଲ ମାସ ୨ ତାରିଖରେ ମା’ଙ୍କର ଦଣ୍ଡଯାତ୍ରା ବାଲିମେଳାରୁ ବାହାରି ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଞ୍ଚଳ ସମେତ ଅବିଭକ୍ତ କୋରାପୁଟ ଜିଲ୍ଲାର ଅନେକ ସହର ଗୋବିନ୍ଦପାଲି , ବୌପାରିଗୁଡ଼ା, ସୁନାବେଢ଼ା, ଦାମନଯୋଡି,ବୋରିଗୁମ୍ମା , ପାପଡ଼ାହାଣ୍ଡି ଓ ସ୍ଥାନୀୟ ଅଞ୍ଚଳରେ ଦୀର୍ଘ ୧୩ ଦିନ ଧରି ଦଣ୍ଡ ଯାତ୍ରା କରି ମହା ବିଷୁବ ସଂକ୍ରାନ୍ତି ଦିନ ଦୁର୍ଗା ମନ୍ଦିରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସହ ମେରୁ ଯାତ୍ରା ଅନୁଷ୍ଠିତ ହେବା ପରେ ଏହି ଦଣ୍ଡ ଯାତ୍ରା ଶେଷ ହୁଏ।ଏହି ଯାତ୍ରାରେ ମୁଖ୍ୟ ହେଉଛି ଅଗ୍ନିର ଖେଳ ।ଯେଉଁ…
ରାୟଗଡା: ତା -୧୨/୦୨(ବିଏମସି ଟିଭି ଓଡ଼ିଆ) ରାୟଗଡା ଜ଼ିଲ୍ଲା ରାମନାଗୁଡ଼ା ବ୍ଲକ୍ ବୁତିଙ୍ଗ୍ ପଞ୍ଚାୟତ ଅନ୍ତର୍ଗତ ପଡବାସିଂ ଅଙ୍ଗନୱାଡି କେନ୍ଦ୍ର ସରକାରଙ୍କର ଏକଛତ୍ର ବାଦ ଓ ହାତ ବାରିସୀରେ ଚାଲିଛି ।ପ୍ରଶାସନ ଜାଣିଶୁଣି ନିରୀହ ଗରିବ ପରିବାରର ଝିଅ ଲଷ୍ମୀ ପାତିକାଙ୍କୁ ଦୁଃଖ ଦେଉଥିବା ଶୁଣିବାକୁ ମିଳିଛି । ୩ରୁ୪ମାସ କାର୍ଯ୍ୟ କରିଥିବା ଲଷ୍ମୀ ପାତିକାଙ୍କୁ ପୁନର୍ବାର ନିଯୁକ୍ତି ପାଇଁ ଲେଖା ମାଧ୍ୟମରେ ସରକାରଙ୍କୁ ଗ୍ରାମବାସିନ୍ଦା ଗୁହାରି କରିଥିଲେ ମଧ୍ୟ ପ୍ରଶାସନ ଗ୍ରାମବାସିଙ୍କ ଗୁହାରି ବେଖାତିରି କରି ଲଷ୍ମୀ କାଡ୍ରlକାଙ୍କୁ ନିଯୁକ୍ତି ଦେଇଛନ୍ତି । ବଡିଓ, ସିଡିପିଓ, ସୁପର ଭାଇଜର ଲଷ୍ମୀ ପାତିକାଙ୍କ ସାର୍ଟଫିକେର୍ଟ ତଦନ୍ତକରି ନିଯୁକ୍ତି କରିଥିଲେ କିନ୍ତୁ ଲଷ୍ମୀ ପାତିକା ୩ରୁ୪ମାସ କାର୍ଯ୍ୟ କଲାପରେ ତାଙ୍କୁ ବାହାର କରାଗଲା ଏବଂ ପୋଡବାସିଂ ଠାରୁ ଲଷ୍ମୀ ପାତିକାଙ୍କ ଘର ୧କିଲୋମିଟର ଦୂରତା ହୋଇଥିବାରୁ ଗ୍ରାମବାସୀ ତାଙ୍କୁ ହିଁ ନିଯୁକ୍ତି ଦିଆଯାଉ ବୋଲି ପ୍ରଶାସନଙ୍କୁ ଗୁହାରି କରିଛନ୍ତି । ଲଷ୍ମୀ କାଡ୍ରାକା…
ବାଙ୍କୀ: ତା -୧୨/୦୨(ବିଏମସି ଟିଭି ଓଡ଼ିଆ) ଡମପଡ଼ା ବ୍ଲକ ଅନ୍ତର୍ଗତ ବାଆଁରା ଗ୍ରାମସ୍ଥ ସୁବୁଦ୍ଧେଶ୍ୱର ମିଳିତ ବିଦ୍ୟାପୀଠରେ ଆଜି ଜାତୀୟ କୃମିନାଶକ ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଗୁରୁଚରଣ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର କମୁନିଟି ହେଲ୍ଥ୍ ଅର୍ଗାନାଇଜର ସୁଶ୍ରୀ ସଂଗୀତା ନାୟକ ଯୋଗଦାନ କରି କୃମି ନାଶକ ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ଆଶାକର୍ମୀ ରଶ୍ମିତା ରାଉତ ଓ ସଚ୍ଚଳା ରାଉତ ଯୋଗଦାନ କରି ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ କୃମି ବଟିକା ଖୁଆଇଥିଲେ । ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଶଶଧର ନାୟକ, ପ୍ରମୋଦ କୁମାର ମୁଦୁଲି, ଗୌରାଙ୍ଗ ଚରଣ ରାଉତ ପ୍ରମୁଖ ପରିଚାଳନା କରିଥିଲେ । ବାଙ୍କୀ ଡମପଡ଼ା ରୁ ସୁଶାନ୍ତ କୁମାର ନାୟକଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।
ସମ୍ବଲପୁର/ଗୋଡଭଗା:ତା. ୧୨/୦୨ (ବିଏମସି ଟିଭି ଓଡ଼ିଆ) ଅଗ୍ନିରୂପା ପୁରାଣ ମହାମଞ୍ଚ, ତାଳଚେର ଆଜି ଅନୁଗୋଳ ଜିଲ୍ଲାର ଜିଲ୍ଲା ପାଠାଗାର ଠାରେ ତାର ପ୍ରଥମ ବାର୍ଷିକୋତ୍ସବ ପାଳନ କରିଥିଲା। ଏହି ଅବସରରେ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଟୋପ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ, କବୟିତ୍ରୀ, ସମାଜସେବୀ ତଥା ପ୍ରକୃତି ବନ୍ଧୁ ଅନୁସୂୟା ଦେବତାଙ୍କୁ ‘ପୁରାଣ ମିତ୍ର’ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । ମହାମଞ୍ଚର ସଭାପତି କୃଷ୍ଣଚନ୍ଦ୍ର ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ତପୋଭୂମି ମାଣିକମରା ଆଶ୍ରମର ସ୍ଵାମୀ ସ୍ବତନ୍ତ୍ରlନନ୍ଦ ସରସ୍ଵତୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ତଥା ବିଶ୍ଵ ହିନ୍ଦୁ ପରିଷଦର ରାଜ୍ୟ ସମ୍ପାଦକ ମହେଶ ସାହୁ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । କବୟିତ୍ରୀ ସୁଷମା ହୋତା ,ସମ୍ବଲପୁର, ନାରାୟଣ ଚନ୍ଦ୍ର ସେନାପତି, କେନ୍ଦୁଝର , ମହାମଞ୍ଚର ସମ୍ପାଦକ ଲମ୍ବୋଦର ମହାପାତ୍ର, ଉପସଭାପତି ସଂଗ୍ରାମ କେଶରୀ ସାହୁ, ମୁଖ୍ୟ…
ସମ୍ବଲପୁର/ବାମରା:ତା-୧୨/୦୨(ବିଏମସି ଟିଭି ଓଡିଆ) ବାମରାର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ମଡର୍ଣ୍ଣ ପବ୍ଲିକ୍ ସ୍କୁଲର ୧୫ ତମ ବାର୍ଷିକୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଶିକ୍ଷାବିତ୍ ତଥା ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିବା ସହ ଛାତ୍ର, ଛାତ୍ରୀମାନେ ପୂର୍ଣ୍ଣାଙ୍ଗ ମଣିଷ ହୁଅନ୍ତୁ ବୋଲି କାମନା କରିଥିଲେ । ଉତ୍ସବରେ ଅବସର ପ୍ରାପ୍ତ ବନ ବିଭାଗ ରେଞ୍ଜର ପ୍ରଶାନ୍ତ ଶତପଥୀ , ଅର୍ଡାବାହାଲ ଯୁକ୍ତ ଦୁଇ କଲେଜ୍ ଅଧ୍ୟକ୍ଷ ରଞ୍ଜନ ନାଏକ , ପୂର୍ବତନ ସରପଞ୍ଚ ମହାବୀର ଅଗ୍ରୱାଲ ଏବଂ ସୁନିଲ ସିଂହ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ସ୍କୁଲର ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ରତ୍ନେଶ୍ୱର୍ ସିଂ ଅଧ୍ୟକ୍ଷତା କରି ସ୍କୁଲର ବାର୍ଷିକ ବିବରଣୀ ପାଠ କରିଥିଲେ । ଏହା ପରେ ଛାତ୍ରଛାତ୍ରୀମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଉତ୍ସବ ପରିଚାଳନାରେ ବିଦ୍ୟାଳୟର ସମସ୍ତ…
