ବେଲଗୁଣ୍ଠା: ତା -୧୨/୦୨(ଵିଏମସି ଟିଭି ଓଡ଼ିଆ) ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଓରିଗଡ଼ ଗ୍ରାମ ନିକଟସ୍ଥ ବଡ଼ନଦୀ ଗଣ୍ଡରେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକଜଣକ ହେଉଛନ୍ତି ବେଲଗୁଣ୍ଠା ଥାନା ଜିରୋଳି ଗ୍ରାମର ବାବୁଲା ନାୟକ (୩୯)।ମିଳିଥିବା ସୂଚନା ମୁତାବକ, ବାବୁଲା ଓରିଗଡ଼ ଗ୍ରାମରେ ଥିବା ତାଙ୍କ ମାମୁଁ ଖଦାଳ ରାଉତଙ୍କ ଘରକୁ ବୁଲି ଆସିଥିଲେ। ଗତ ରବିବାର ସନ୍ଧ୍ୟାରେ ସେ ଗାଧୋଇବା ପାଇଁ ବଡ଼ନଦୀକୁ ଯାଇଥିବା ବେଳେ ପ୍ରାୟ ୭ ଫୁଟ ଗଭୀର ଗଣ୍ଡ ପାଣିରେ ବୁଡ଼ି ଯାଇଥିଲେ। ସେ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ ଏବଂ ନଦୀ ହିଡ଼ରେ ତାଙ୍କ ଚପଲ ପଡ଼ିଥିବା ଦେଖିବାକୁ ପାଇଥିଲେ।ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗ ରାତିରେ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ଶବ ମିଳିନଥିଲା। ଆଜି ସକାଳୁ ଓଡ୍ରାଫ୍ ଟିମ୍ ପହଞ୍ଚି ପୁଣି ଥରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ପରେ ଦିନ…
Author: BMC NEWS ODISHA
ସମ୍ବଲପୁର/ବରପାଲି:ତା-୦୯/୦୨(ବିଏମସି ଟିଭି ଓଡିଆ) ହରିୟାଣା ରୋହତକ ସ୍ଥିତ ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟ ପରିସରରେ ୨ ରୁ ୬ ଫେବୃଆରୀ ପର୍ଯ୍ୟନ୍ତ ପଞ୍ଚଦିବସୀୟ ସ୍ୱତନ୍ତ୍ର ଅଲିମ୍ପିକ୍ସ୍ ଦୌଡ଼କୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଆୟୋଜିତ ପ୍ରତିଯୋଗିତାରେ ଓଡ଼ିଶା ମହିଳା ଓ ପୁରୁଷ ଦଳ ପକ୍ଷରୁ ମୋଟ ୩୪ଟି ପଦକ ହାସଲ ହୋଇଥିଲା। ପ୍ରତିଯୋଗିତାରେ ବରପାଲି ସରସ୍ୱତୀ ଥେରାପି ଏବଂ ପୁନର୍ବାସ କେନ୍ଦ୍ରର ଖେଳାଳିମାନଙ୍କ ମଧ୍ୟରୁ ଦୀପିକା କୁମ୍ଭାର ୫୦ ମିଟର ଦୌଡ଼ରେ ରୌପ୍ୟ ପଦକ ହାସଲ କରିଥିବା ବେଳେ ସୀମା ପଟେଲ ରିଲେ ଦୌଡ଼ରେ ସ୍ୱର୍ଣ୍ଣ ପଦକ ଓ ୪୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ଅର୍ଜନ କରିଛନ୍ତି। ସେହିପରି ଅମନ ପଟେଲ ଦୌଡ଼ ଲମ୍ବଡ଼ିଆଁରେ କାଂସ୍ୟ ପଦକ ହାସଲ କରିଛନ୍ତି। ଏହି ସଫଳତା ପାଇଁ ସ୍ୱତନ୍ତ୍ର ଅଲିମ୍ପିକ୍ସ ଓଡ଼ିଶାର ଅଧ୍ୟକ୍ଷା ସୁନୀତା ମୁଣ୍ଡ୍, କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ରଥ, ଉପାଧ୍ୟକ୍ଷ ଉମାକାନ୍ତ ଷଡ଼ଙ୍ଗୀ, ରାଜ୍ୟ ସଂଯୋଜକ ଅର୍ପିତା ମହାପାତ୍ର, କୋଷାଧ୍ୟକ୍ଷ ସୁରେଶ ଖୁଣ୍ଟିଆ ଓ…
ସମ୍ବଲପୁର:ତା-୧୨/୦୨ (ବିଏମସି ଟିଭି ଓଡିଆ) ସମ୍ବଲପୁର ସହର ସ୍ଥିତ ଗଙ୍ଗାଧର ମଣ୍ଡପଠାରେ ସାଥୀ ଚାରିଟେବୁଲ ଟ୍ରଷ୍ଟର ୨ୟ ପ୍ରତିଷ୍ଠା ଦିବସ ‘ସମର୍ପଣ’ ଅନୁଷ୍ଠିତ ହୋଇଯାଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାରୋହକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହ ଟ୍ରଷ୍ଟର ସମାଜସେବା କାର୍ଯ୍ୟକୁ ବେଶ ପ୍ରଶଂସା କରିଥିଲେ । ଟ୍ରଷ୍ଟ ସଭାପତି ଶତ୍ରୁଘନ ଲାଲ ସାହାଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ, ଜୀବନ ଚୈତନ୍ୟ ମହାରାଜ, ଡା. ବ୍ୟୋମକେଶ ଦୀକ୍ଷିତ, ଡା. କାଞ୍ଚନ ରାୟ, ଶିକ୍ଷାବିତ୍ ବିପିନ ନନ୍ଦ, ଭଜନ ଝୁନଝୁନୱାଲା, ବିଜେପି ନେତା ଗିରିଶ ପଟେଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଟ୍ରଷ୍ଟର କାର୍ଯ୍ୟକାରୀ ଅଧ୍ୟକ୍ଷ ସିଦ୍ଧାର୍ଥ ସାହା ତାଙ୍କ ଅଭିଭାଷଣରେ କହିଥିଲେ ଯେ, କ୍ୟାନ୍ସର ରୋଗ ମୂଳୋତ୍ପାଟନ ପାଇଁ ସହରରେ ପ୍ରତିମାସ ୫୦ଜଣଙ୍କୁ ଫ୍ରି ଭ୍ୟାକସିନ…
ବାଙ୍କୀ: ତା -୧୦/୦୨(ବିଏମସି ଟିଭି ଓଡ଼ିଆ) ବାଙ୍କୀ ଉପଖଣ୍ଡର ରାମଚନ୍ଦ୍ରପୁର, ଭେଡା, କୁରୁମଚଇନି ଆଦି ଗ୍ରାମରେ ବହୁ ଦିନରୁ କଣ୍ଟେଇମୁଣ୍ଡି ବାଇଗଣ ଚାଷ କରାଯାଉଛି । ଏବେ କିନ୍ତୁ ଏହି ବାଇଗଣ ଚାଷ ଆଶାତୀତ ଭାବେ କମି ଗଲାଣି । ଭେଡା ରାମଚନ୍ଦ୍ରପୁର ମୌଜାର ମହାନଦୀ ଓ ଚନ୍ଦ୍ରପା କୂଳରେ କଣ୍ଟେଇମୁଣ୍ଡି ବାଇଗଣ ବହୁ ପରିମାଣରେ ଚାଷ କରାଯାଉଥିଲା । ଏବେ ସରକାରୀ ସହାୟତା ଓ ବ୍ୟାଙ୍କ ଋଣ ନମିଳିବାରୁ ଚାଷୀମାନେ ଏହି ବାଇଗଣକୁ ଆଉ ଚାଷ କରୁ ନାହାନ୍ତି । ଏହି କଣ୍ଟେଇମୁଣ୍ଡି ବାଇଗଣରେ ଭିଟାମିନ୍ ପ୍ରଚୁର ପରିମାଣରେ ରହିଥିବା ସହ ଏହା ଅନ୍ୟ ବାଇଗଣ ଠାରୁ ସୁସ୍ୱାଦ ରହିଛି ବୋଲି କୌଶିକ ନାୟକ, ମନୋଜ କୁମାର ମହାପାତ୍ର , ଦିଲ୍ଲୀପ କୁମାର ସାହୁ , ସୁକୁଟା ପ୍ରଧାନ ପ୍ରମୁଖ ବହୁଚାଷୀ ପ୍ରକାଶ କରିଛନ୍ତି । ଏହି ବାଇଗଣର ଗଛ ଓ ପତ୍ର କଣ୍ଟକିତ ହୋଇଥିବାରୁ ଏହାକୁ କଣ୍ଟେଇମୁଣ୍ଡି ବା…
ଭୁବନେଶ୍ୱର: ତା -୦୯/୦୨(ବିଏମସି ଟିଭି ଓଡ଼ିଆ) ଓଡ଼ିଶା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏକ ସୁରୁଖୁରୁରେ କାର୍ଯ୍ୟକ୍ରମ ସୁନିଶ୍ଚିତ କରିବା ପାଇଁ ସେବା ପ୍ରଦାନକାରୀ, ସରକାରୀ ଅଧିକାରୀ, ପୋଲିସ, ଅଗ୍ନିଶମ ସେବା, ନାଗରିକ କର୍ତ୍ତୃପକ୍ଷ ଏବଂ ଗଣମାଧ୍ୟମ ମଧ୍ୟରେ ସମନ୍ୱିତ ପ୍ରୟାସର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଦର୍ଶନ ଠାରୁ ମହାଦୀପ ଶୋଭାଯାତ୍ରା ପର୍ଯ୍ୟନ୍ତ ସୁରକ୍ଷା, ଆଇନ ଶୃଙ୍ଖଳା ଏବଂ ପାରମ୍ପରିକ ପ୍ରଥା ବଜାୟ ରଖିବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ନକଲି ପାସଧାରୀ ଏବଂ ଦୁଷ୍କର୍ମକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଭାରତ ଏବଂ ବିଦେଶରୁ ଭକ୍ତମାନଙ୍କୁ ଆକର୍ଷିତ କରିବାରେ ଏହି ପର୍ବର ଗୁରୁତ୍ୱକୁ ସେ ସ୍ୱୀକାର କରିଛନ୍ତି। ବୈଠକରେ ମନ୍ଦିର ସଫେଇ, ଆଲୋକୀକରଣ, ବ୍ୟାରିକେଡିଂ, ପାର୍କିଂ, ଜଳ ଯୋଗାଣ, ଅଗ୍ନି ନିରାପତ୍ତା, ଭିଡ଼ ପରିଚାଳନା ଏବଂ ଗଣମାଧ୍ୟମ ସମ୍ପର୍କ ପାଇଁ ବିସ୍ତୃତ ଯୋଜନା ଅନ୍ତର୍ଭୁକ୍ତ ଥିଲା। ବାବୁ ସିଂହ, ଭୁବନେଶ୍ୱର…
ସମ୍ବଲପୁର/ବରପାଲି:ତା-୦୯/୦୨(ବିଏମସି ଟିଭି ଓଡିଆ) ଫାଇଲେରିଆ ବା ବାତଜ୍ୱର ନିରାକରଣ ଲକ୍ଷ୍ୟରେ ଆସନ୍ତା ଫେବୃୟାରୀ ୧୦ ରୁ ୧୯ ତାରିଖ ପର୍ଯ୍ୟନ୍ତ ବରପାଲି ବ୍ଲକର ଗ୍ରାମାଞ୍ଚଳରେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଚାଲିବ। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କମ୍ୟୁନିଟି ହଲରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ଅଧିକାରୀମାନେ ଏହି ସୂଚନା ଦେଇଥିଲେ। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡା. ରାଜେଶ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଫାଇଲେରିଆ ନିରାକରଣ ସମ୍ପର୍କିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ବଲ୍ଲଭ ମହାନ୍ତି, ଜିଲ୍ଲା ଫାଇଲେରିଆ କାର୍ଯ୍ୟକ୍ରମ ଅଧିକାରୀ ଜବକିମସୋମ୍ ପ୍ରଧାନ, ଜିଲ୍ଲା ଭେକ୍ଟର ବାହିତ ରୋଗ ପରାମର୍ଶଦାତା ଆଲୋକ ପଟେଲ, ବରପାଲି ଗୋଷ୍ଠୀ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା.ଶଶୀକାନ୍ତ ତ୍ରିପାଠୀ, ଜିଲ୍ଲା ମାଲେରିଆ ଗବେଷଣା ଓ ନିୟନ୍ତ୍ରଣ ମୁଖ୍ୟାଳୟ (DMRCH), ବରଗଡ଼ର ଜିଲ୍ଲା କାର୍ଯ୍ୟକ୍ରମ ପ୍ରବନ୍ଧକ କୃଷ୍ଣଚନ୍ଦ୍ର ଲୁହା, ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସୁଦାମ ଚରଣ ପାଣିଗ୍ରାହୀ, ବ୍ଲକ କାର୍ଯ୍ୟକ୍ରମ ପ୍ରବନ୍ଧକ ସୁବାସ ଚନ୍ଦ୍ର ନନ୍ଦ ଓ…
ଢେ଼ଙ୍କାନାଳ/ହିନ୍ଦୋଳ: ତା -୧୦/୦୨(ବିଏମସି ଟିଭି ଓଡ଼ିଆ) ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ୍ ମର୍ଦ୍ଦରାଜପୁର ଗ୍ରାମ ର ଅଧିଷ୍ଠାତ୍ରୀ ଦେବୀ ମାଆ କାମନା ଠାକୂରାଣୀ ଙ୍କର ମନ୍ଦିର ପ୍ରତିଷ୍ଠା ଯଥାବିଧି କାର୍ଯ୍ୟ କ୍ରମ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଆଜି ତାର ପ୍ରଥମ ଦିବସରେ କଳସ ଯାତ୍ରା,କଳସ ସ୍ଥାପନ ସମାପନ ହୋଇ ଯାଇଛି।ଇତ୍ୟ ଅବସର ର ନାମଯଞ୍ଜ,ଘୃତଯଜ୍ଞ, ଅର୍ଣ୍ନଯଞ୍ଜ,ଦୀପ ଯଜ୍ଞାଦି କାର୍ଯ୍ୟକ୍ରମ ଦୁଇ ଦିନ ଧରି ସମ୍ପାଦିତ ହେବ।ମାଆ କାମନା ଠାକୂରାଣୀ ଉନ୍ନୟନ ପରିଷଦ ତରଫରୁ ଶ୍ରଦ୍ଧାଳୁ ଭକ୍ତ ଜନ ମାନଙ୍କୁ ଉପସ୍ଥିତ ରହି ସହଯୋଗ ପ୍ରଦାନ ପୂର୍ବକ ମନ୍ଦିର ସ୍ଥାପିତ କରି ଅର୍ଣ୍ନ ପ୍ରସାଦ ପ୍ରାପ୍ତ ପୂର୍ବକ ଜଗତ ଜନନୀ ମାଆ କାମନା ଠାକୂରାଣୀ ଙ୍କର କୃପା ଲାଭ କରିବା ପାଇଁ ସାଦରେ ନିମନ୍ତ୍ରଣ କରାଯାଉଅଛି।ଆଖ ପାଖ ଅଞ୍ଚଳରୁ ଶତାଧିକ ମହିଳା ଭକ୍ତଜନ ଆଜିର ଦିନରେ ଉପସ୍ଥିତ ରହି ଶହେ ଆଠ କଳସ ସ୍ଥାପନ ପୂର୍ବକ ମାଆ ଙ୍କ ମନ୍ଦିର ରେ ରତ୍ନମୁଦ…
ବେଲଗୁଣ୍ଠା: ତା -୦୯/୦୨(ବିଏମସି ଟିଭି ଓଡ଼ିଆ) ଅଧାରୁ ପାଠ ଛାଡୁଥିବା ଛାତ୍ରଛାତ୍ରୀଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ପାଇଁ ସରକାର ଚଳିତ ଶିକ୍ଷା ବର୍ଷ ଆରମ୍ଭରୁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଏଥିରେ ରାଜ୍ୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଠାରୁ ଆରମ୍ଭ କରି ବିଭାଗୀୟ କର୍ତ୍ତୃପକ୍ଷଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜର ଉଦ୍ୟମ ଜାରି ରଖିଛନ୍ତି । ଏହି କ୍ରମରେ ଉଭୟ ବେଲଗୁଣ୍ଠା ଏବଂ ଭଞ୍ଜନଗର ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋପାମୁଦ୍ରା ରଥ ଉଭୟ ବ୍ଳକ୍ ର ବିଭିନ୍ନ ଉପାନ୍ତ ଅଞ୍ଚଳକୁ ନିଜେ ପରିଦର୍ଶନ କରି ଉଭୟ ବ୍ଳକ୍ ରୁ ଗତ ଏକ ମାସ ମଧ୍ୟରେ ଅଧାରୁ ପାଠ ଛାଡିଥିବା ୧୦୦ ଛାତ୍ରଛାତ୍ରୀଙ୍କୁ ପାଠ ପଢିବା ପାଇଁ ପ୍ରେରଣା ଯୋଗାଇବା ସହିତ ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟ ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟରେ ନାମ ଲେଖାଇବାରେ ପୂର୍ଣ୍ଣ ସହଯୋଗ କରିଛନ୍ତି । ବିଶେଷ କରି ଗତ ଦୁଇଦିନ ମଧ୍ୟରେ ଗୋଷ୍ଠୀ ଶିକ୍ଷାଧିକାରୀ…
ବେଲଗୁଣ୍ଠା:ତା- ୧୦/୦୨ :(ବିଏମସି ଟିଭି ଓଡିଆ) ଓଡ଼ିଶା ନାଟ୍ୟ ନିର୍ଦ୍ଦେଶକ ସଂଘ, ଗଞ୍ଜାମ ଜିଲ୍ଲା ଶାଖାର ତୃତୀୟ ବାର୍ଷିକୋତ୍ସବ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ଭବନ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି। ସଂଘ ସଭାପତି ରାଜଗୋପାଳ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବକୁ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ ବିଧିବତ୍ ଉଦ୍ଘାଟନ କରିବା ସହ ନାଟ୍ୟ ନିର୍ଦ୍ଦେଶକମାନେ ନିଜକୁ ନାଟ୍ୟ ସଂସ୍କୃତିର ଜାଗ୍ରତ ପ୍ରହରୀ ରୂପେ ସଜାଇ ପାରିଲେ ସାମ୍ପ୍ରତିକ ନାଟ୍ୟ ସଂସ୍କୃତିର ସୁରକ୍ଷା ଓ ବିକାଶ ହୋଇପାରିବ ବୋଲି ଉପସ୍ଥିତ ସଂଘ ସଦସ୍ୟ ଏବଂ ଦର୍ଶକମାନଙ୍କୁ ଉଦବୋଧନ ଦେଇଥିଲେ। ବରିଷ୍ଠ ପରିବେଶବିତ୍ ଶୂଳପାଣି ଶତପଥୀ ମୂଖ୍ୟ ଅତିଥି, ବରିଷ୍ଠ ସାରସ୍ୱତ ସାଧକ ଇଂ. ଯାମିନିକାନ୍ତ ଦାସ ମୂଖ୍ୟ ବକ୍ତା ଏବଂ ସମ୍ମାନିତ ଅତିଥି ଭାବେ ନାଟ୍ୟକାର ଅଜିତ ଶତପଥୀ, ବିଦ୍ୟା ଭବନ ଅଧ୍ୟକ୍ଷ ସୂର୍ଯ୍ୟ କାନ୍ତ ପାତ୍ର, ଦଣ୍ଡନାଚ ମହାସଂଘ…
ଭୁବନେଶ୍ଵର: ତା- ୦୯/୦୨(ବିଏମସି ଟିଭି ଓଡ଼ିଆ) ଶିଶୁ ଭବନ ଓଭରବ୍ରିଜରୁ ତଳକୁ ଖସିପଡିଲା କାର। ତଳକୁ ଖସିବା ପରେ କାରଟି ଏକ ଗଛରେ ପିଟି ହୋଇଯାଇଥିଲା। ଏହାପରେ ଗଛରେ ପଡ଼ି ଏକ ଘର ଉପରକୁ ଖସି ପଡିଥିଲା । ଫଳରେ ତଳେ ଥିବା ଘର ଗୁଡିକ ଭାଙ୍ଗିଯାଇଛି। ଘରେ ଥିବା ୪ ଜଣ ଆହତ ହୋଇଥିବା ସୂଚନା ମିଳିଛି। କାରଟି ପ୍ରାୟ ୧୦ ଫୁଟ୍ ତଳକୁ ଖସିପଡିଛି। ଦୁର୍ଘଟଣାରୁ କାର୍ ଡ୍ରାଇଭର ଜଣକ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଡ୍ରାଇଭର ଜଣକ ନିଶାଶକ୍ତ ଅବସ୍ଥାରେ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଖବର ପାଇ କ୍ୟାପିଟାଲ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରକୁ କାବୁ କରିଛି। ଭୁବନେଶ୍ୱର ରୁ ମନୋଜ ବେହେରାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।
ବୋଲଗଡ଼: ତା – ୦୯/୦୨(ବିଏମସି ଟିଭି ଓଡ଼ିଆ) ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ବାଙ୍କୋଇସ୍ଥିତ ପ୍ରସିଦ୍ଧ ଶୈବପୀଠ ଶ୍ରୀଶ୍ରୀ ତାରେଶ୍ୱର ଦେବଙ୍କ ପୀଠରେ ମହାଶିବରାତ୍ରି ପାଳନ କରାଯିବା ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ତାରେଶ୍ବର ଦେବଙ୍କର ପୀଠରେ ଥିବା କଲ୍ୟାଣୀ ମଣ୍ଡପ ସମ୍ମୁଖରେ ଏହି ପ୍ରସ୍ତୁତି ବୈଠକ ଟ୍ରଷ୍ଟି ଅଜୟ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଚଳିତ ମାସ ୧୫ ତାରିଖରେ ମହାଶିବରାତ୍ରି ଥିବାରୁ ବର୍ତ୍ତମାନଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।ଖୋର୍ଦ୍ଧା ଜିଲ୍ଲାର ଏହି ପ୍ରମୁଖ ଶୈବପୀଠରେ ଶିବରାତ୍ରୀରେ ମହାଦୀପ ଦର୍ଶନ ପାଇଁ ପ୍ରତିବର୍ଷ ବହୁ ସଂଖ୍ୟାରେ ଶୈବ ଭକ୍ତଙ୍କ ସମାଗମ ହୋଇଥାଏ। ପ୍ରତିବର୍ଷ ସ୍ଥାନୀୟ ତଥା ଜିଲ୍ଲା ବାହାରୁ ଆସୁଥିବା ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସାମଗମକୁ ଦୃଷ୍ଟିରେ ରଖୁ ପବିତ୍ର ଜାଗର ଯାତ୍ରା ପାଇଁ ମନ୍ଦିର ପରିସ୍କାର ପରିଚ୍ଛନତା, ଆଲୋକୀକରଣ, ପାନୀୟ ଜଳ ଯୋଗାଣ, ଶାନ୍ତି ଶୃଙ୍ଖଳା ଓ ସାଇକେଲ ଷ୍ଟାଣ୍ଡ ପାଇଁ ବିଶେଷ…
ବୋଲଗଡ: ତା -୦୯/୦୨(ବିଏମସି ଟିଭି ଓଡ଼ିଆ) ବୋଲଗଡ ବ୍ଲକ ବୋଲଗଡ ସଦର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ରବିବାର ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ପ୍ରାଧ୍ୟାପକ ଡ଼. କୈଳାସ ବାଣ୍ଠ ଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ପୁରୀ ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରଫେସର ପ୍ରଭାତ ରଞ୍ଜନ ମହାପାତ୍ର ଯୋଗଦେଇ ହିଦୂତ୍ୱ ଏବେ ବିପଦରେ ପଡିଛି। ଏଣୁ ପ୍ରତ୍ୟେକ ହିନ୍ଦୁ ଜାଗ୍ରତ ହେବାକୁ ଆହ୍ୱାନ କରିଥିଲେ।ପ୍ରତିଟି ହିନ୍ଦୁ ସର୍ବଗୁଣ ସମ୍ପନ୍ନ ଧୈର୍ଯ୍ୟ ବାନ ଅଟନ୍ତି।ବିଧର୍ମୀ ଙ୍କ ଚକ୍ରାନ୍ତରେ ନପଡିବାକୁ ନିବେଦନ କରିଥିଲେ.ମୁଖ୍ୟ ବକ୍ତା ଡ଼. ସ୍ୱାମୀ ଚିଦାନନ୍ଦ ମହାରାଜ ଅଧକ୍ଷ ଇଣ୍ଟରନ୍ୟାସନାଲ ଗୀତା ମିଶନ ଯୋଗଦେଇ ହିନ୍ଦୁ ସ୍ନେହ ପ୍ରେମ ଓ ସଂସ୍କୃତି ପରମ୍ପରା କୁ ବଜାୟ ରଖିବା ଜରୁରୀ ହୋଇପଡିଛି । ବିଧର୍ମୀ ଙ୍କ ଚକ୍ରାନ୍ତ କୁ ଏକତ୍ରିତ ହୋଇ ପଣ୍ଡ କରିବାକୁ ଆହ୍ୱାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଶିଷ ବିଦୁରେନ୍ଦ୍ର ହିନ୍ଦୁ ଜାଗରଣ ମଞ୍ଚ…
