ରାୟଗଡା: ତା-୦୯/୦୨(ବିଏମସି ଟିଭି ଓଡ଼ିଆ) ରାୟଗଡ଼ା ସଦରସ୍ଥିତ ହଟେଲ ରାଜ ଭବନ ପ୍ରାଙ୍ଗଣରେ ଆଜି ବହୁଜନ ସମାଜ ପାର୍ଟି ପକ୍ଷରୁ ରାୟଗଡ଼ା ଜୋନ୍ସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ ଉତ୍ସାହ ଓ ସକ୍ରିୟତାର ସହ ଆୟୋଜିତ ହୋଇଛି। ଏହି ସମ୍ମିଳନୀରେ ଦଳର କେନ୍ଦ୍ର, ରାଜ୍ୟ ଓ ଜିଲ୍ଲା ସ୍ତରର ନେତୃତ୍ୱ ସହ ବହୁ କର୍ମକର୍ତ୍ତା ଉପସ୍ଥିତ ରହି ଆଗାମୀ ରାଜନୈତିକ କାର୍ଯ୍ୟପଥ ଉପରେ ଆଲୋଚନା କରିଛନ୍ତି। ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ବିଏସ୍ପିର କେନ୍ଦ୍ରୀୟ ପ୍ରଭାରୀ ଶ୍ରୀ ଦାଉରାମ ରତ୍ନାକର ଯୋଗଦେଇ ଦଳର ମୂଳ ଆଦର୍ଶ, ସାମାଜିକ ନ୍ୟାୟ ଓ ସଂବିଧାନିକ ଅଧିକାର ସୁରକ୍ଷା ପାଇଁ ବହୁଜନ ସମାଜ ପାର୍ଟିର ସଂଘର୍ଷ ବିଷୟରେ କହିଥିଲେ। ସେ କହିଥିଲେ ଯେ, ଶୋଷିତ, ବଞ୍ଚିତ ଓ ଦଳିତ ବର୍ଗଙ୍କ ଅଧିକାର ପାଇଁ ବିଏସ୍ପି ନିରନ୍ତର ଲଢ଼େଇ କରୁଛି ଏବଂ ଏହି ଲଢ଼େଇରେ କର୍ମକର୍ତ୍ତାମାନଙ୍କ ଭୂମିକା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ସମ୍ମାନିତ ଅତିଥି ଭାବେ ରାଜ୍ୟ ସଭାପତି ଶ୍ରୀ ସରୋଜ…
Author: BMC NEWS ODISHA
ଢେ଼ଙ୍କାନାଳ/କଳିକା ପ୍ରାସାଦ: ତା-୦୯/୦୨(ବିଏମସି ଟିଭି ଓଡ଼ିଆ) କାଳିକା ପ୍ରସାଦ ସରକାରୀ ଜନତା ଉପ୍ରା ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ନାମ ରେ ଗ୍ରାମବାସୀ ମାନେ ଆଣିଲେ ଅଭିଯୋଗ। ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତି ସବିତା ମହାପାତ୍ର ଅଭିଯୋଗ କୁ କରିଛନ୍ତି ଖଣ୍ଡନ,ଗ୍ରାମବାସୀ ମାନେ ପ୍ରତିଶୋଧ ପରାୟଣ ହୋଇ ବଦନାମ କରିବାକୁ କରିଛନ୍ତି କୁଟଚକ୍ରାନ୍ତ। ସ୍କୁଲ ପରିସରରେ ଛାତ୍ର ମାନଙ୍କ ସହିତ ଜନୈକ ଅଧସ୍ତନ କର୍ମଚାରୀ ଙ୍କର ଅନୈତିକ କାର୍ଯ୍ୟକଳାପ କୁ ପ୍ରଧାନ ଶିକ୍ଷୟିତ୍ରୀ ବାରଣ କରିବାରୁ ଅଧସ୍ତନ କର୍ମଚାରୀ ଗ୍ରାମବାସୀ ଙ୍କୁ ମେଳି କରି ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ବିରୋଧ ରେ ଜିଲ୍ଲାପାଳ ଙ୍କ ପାଖରେ ଦେଇଛନ୍ତି ଫେରାଦ। ଢେଙ୍କାନାଳ ଜିଲ୍ଲା ଓଡାପଡ଼ା ବ୍ଲକ କାଳୀକା ପ୍ରସାଦ ଗ୍ରାମରେ ଥିବା ସରକାରୀ ଜନତା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା ପଡିବ ବୋଲି ଅଭିଭାବକମାନେ ଦେଲେ ଚେତାବନୀ। ସୂଚନା ଅନୁଯାୟୀ ଉକ୍ତ ବିଦ୍ୟାଳୟରେ ୬ଷ୍ଠ,୭ମ ଓ ୮ମ ଶ୍ରେଣୀରେ ୯୫ ଜଣ ଛାତ୍ରଛାତ୍ରୀଙ୍କୁ ୪…
ବଲାଙ୍ଗୀର/ଟିଟିଲାଗଡ:ତା-୦୭/୦୨(ବିଏମସି ଟିଭି ଓଡ଼ିଆ) ଚଳିତ ବର୍ଷ ମାର୍ଚ୍ଚ ମାସ ରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସହ ଟାଣ ଖରା ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ତରଫ ରୁ ସୂଚନା ମିଳିଛି।ରାଜ୍ୟ ର ତତଲାଗଡ ରୁପେ ଚିର ପରିଚିତ ଟିଟିଲାଗଡ ସବ ଡ଼ିଭିଜନ ଅଞ୍ଚଳ ରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ କେବଳ କାଗଜ ପତ୍ର ରେ ଚାଲିଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଛି। ଟିଟିଲାଗଡ ବିଭାଗୀୟ ଜଳ ସମ୍ପଦ ଅଧିକାରୀ ବୃନ୍ଦାବନ ମେହେର ଦିର୍ଘ ଦିନ ଧରି ଏହି ଟିଟିଲାଗଡ ଓ ମୁରିବାହାଲ ଦୁଇ ଗୋଟି ବ୍ଲକ ଦାୟିତ୍ୱ ରେ ରହିଥିବା ତଥା ଜିଲ୍ଲା ଅଧିକାରୀ ଗଗନ କୁମାର କିଶାନ ଙ୍କୁ ଜିଲ୍ଲା ଆଦିବାସୀ କଲ୍ୟାଣ ମହା ସଂଘ ପକ୍ଷରୁ ଦାବୀ କରାଯାଇ ଥିଲା । ସେହିପରି ରାଜରାସ୍ତାକୁ ଓହ୍ଲାଇବା ସତ୍ତ୍ଵେ ଏହି ପାନୀୟ ଜଳ ସମସ୍ୟା ଉତ୍କଟ ହୋଇ ରହିଛି । ମାଇଲ,ମାଇଲ ଦୂର ଯାଇ ଜଳ…
ବାଲିମେଳା: ତା -୦୭/୦୨/ (ବିଏମସି ଟିଭି ଓଡ଼ିଆ) ମାଲକାନଗିରି ଜିଲ୍ଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦର ୧୦ ନମ୍ବର ୱାର୍ଡ ଅଧୀନରେ ରହିଛି ଓସିସି ନୂଆଗାଁ। ଏହି ସାହିର ଶେଷ ମୁଣ୍ଡରେ ପ୍ରାୟ ୫୦ରୁ ଉର୍ଦ୍ଧ ପରିବାର ପ୍ରାୟ ୨୦୦ରୁ ଉର୍ଦ୍ଧ ଲୋକ ଦୀର୍ଘ ବର୍ଷ ଧରି ବସବାସ କରି ଆସୁଛନ୍ତି।ଏହି ସାହିର ଶେଷ ମୁଣ୍ଡରେ ଲାଗି ରହିଛି ଘଞ୍ଚ ଜଙ୍ଗଲ ଓ ଏକ ବଡ଼ ପାହାଡ଼। ପ୍ରଶାସନ ପକ୍ଷରୁ ବହୁ ବର୍ଷ ପୂର୍ବେ ଏହି ପାହାଡର ପାଦ ଦେଶରେ ନିର୍ମାଣ କରାଯାଇଛି କଂକ୍ରିଟର ସୁରକ୍ଷା ପାଚେରୀ। ଉକ୍ତ ସାହିର ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଡ୍ରେନ ଗୁଡିକ କିଛି ବର୍ଷ ହେବ ସମ୍ପୂର୍ଣ ଭାବେ ପୋତି ହୋଇଯାଇଛି। ଉକ୍ତ ସାହିରେ ଏନଏସି ପକ୍ଷରୁ କିଛି ବର୍ଷ ପୂର୍ବେ ନିର୍ମାଣ କରାଯାଇଥିବା ଫେବର ବ୍ଲକ ରାସ୍ତାରୁ ଫେବର ବ୍ଲକ ଗୁଡିକ ରାସ୍ତାରୁ ବାହାରି ଯିବା ଯୋଗୁ ଉକ୍ତ ରାସ୍ତାରେ ଖାଲ ଖମା…
ରାୟଗଡ଼ା: ତା-୦୭/୦୨(ବିଏମସି ଟିଭି ଓଡ଼ିଆ) ରାଜ୍ୟରେ ମାଓବାଦୀ ବିରୋଧୀ ଅଭିଯାନକୁ ଏକ ବଡ଼ ସଫଳତା ମିଳିଛି। ଦକ୍ଷିଣ ଓ ଶୀର୍ଷ ମାଓବାଦୀ ନେତା ନିଖିଲ ଓ ତାଙ୍କ ସ୍ତ୍ରୀ ଇନ୍ଦୁ ସମେତ ୧୫ଜଣ ମାଓବାଦୀ ରାୟଗଡ଼ା ପୋଲିସ ଆଗରେ ଆତ୍ମସମର୍ପଣ କରିଛନ୍ତି। ଏନେଇ ଶନିବାର ଜିଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି ଓ ପୋଲିସ ଏଡିଜି(ଆଣ୍ଟି ନକ୍ସଲ ଅପରେଶନ) ସଞ୍ଜୀବ ପଣ୍ଡା । ଏହି ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସିଆର୍ପିଏଫ୍ ଆଇଜି ଅମିତେନ୍ଦ୍ର ସିହ୍ନା, ଆଇଜି ଅପରେଶନ ଦୀପକ କୁମାର, ଏସ୍ଆଇଡବ୍ଲ୍ୟୁ ଡିଆଇଜି ଅଖିଲେଶ ସିଂ, କୋରାପୁଟ ଡିଆଇଜି କନଓ୍ବର ବିଶାଲ ସିଂ, ରାୟଗଡ଼ା ଏସ୍ପି ସ୍ବାଥି ଏସ୍.କୁମାର, କନ୍ଧମାଳ ଏସ୍ପି ହରିଶ ବିଶି, କଳାହାଣ୍ଡି ଏସ୍ପି ନାଗରାଜୁ ଡିଓ ରାୟଗଡ଼ା ଜିଲାପାଳ ଆଶୁତୋଷ କୁଲକର୍ଣ୍ଣି ପ୍ରମୁଖ ଉପସ୍ଥିତ ଥିଲେ।ଦୁଇ ରାଜ୍ୟ କମିଟି ସଦସ୍ୟ ନିଖିଲ ଓ ଇନ୍ଦୁଙ୍କ ସମେତ ଜଣେ ଡିଭିଜନାଲ କମିଟି ସଦସ୍ୟ,…
ବେଲଗୁଣ୍ଠା: ତା -୦୭/୦୨(ବିଏମସି ଟିଭି ଓଡ଼ିଆ) ଶନିବାର ରାତ୍ର ୮ ଘଣ୍ଟ ସମୟରେ ଏକ ସଡ଼କ ଦୁର୍ଘଟଣାରେ ଅଜା ମୃତ ହୋଇଥିବା ବେଳେ ନାତି ଆହତ ହୋଇଥିବା ଜଣାପଡିଛି। ପୋଲିସ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ଆଜି ବେଲଗୁଣ୍ଠା ଥାନା ଅନ୍ତର୍ଗତ ଗଡିଶାପଲି ଗ୍ରାମର ମହେଶ୍ୱର ବିଷୋୟୀ(୫୫) ନିଜ ୫ ବର୍ଷର ନାତି ସହିତ ବେଲଗୁଣ୍ଠା ନୃସିଂହ ମନ୍ଦିର ଦର୍ଶନ ସାରି ସାଇକେଲ ରେ ନିଜ ଗାଁ ଗାଡିଶାପଲ୍ଲୀ ଫେରିବା ସମୟରେ ରାତ୍ର ୮ ଘଣ୍ଟ ସମୟରେ ବିପରୀତ ପଟୁ ଆସୁଥିବା ଏକ କାର ସାଇକେଲକୁ ଧକ୍କା ଦେଇଥିଲା। ଫଳରେ ଅଜା ନାତି ରାସ୍ତା କଡରେ ଛିଟିକି ପଡିବାରୁ ଉଭୟଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ରକ୍ତଶ୍ରାବ ହୋଇଥିଲା। ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ ମଧ୍ୟ ଆମ୍ବୁଲାନ୍ସ ନ ଆସିବାରୁ ଏକ ଡାଲା ଅଟୋ ରେ ଆଣି ବେଲଗୁଣ୍ଠା ମେଡକାଲରେ ଭର୍ତ୍ତି କରିଥିଲେ। ବେଲଗୁଣ୍ଠା ମେଡିକାଲରେ ଡାକ୍ତର…
ବେଲଗୁଣ୍ଠା: ତା -୦୭/୦୨(ବିଏମସି ଟିଭି ଓଡ଼ିଆ) ଆଜି ବିଜୟଲକ୍ଷ୍ମୀ ଶରଣପୁର ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ୫୪ ତମ ବାର୍ଷିକ ଉତ୍ସବ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କୁବେର ମେହେରଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବଙ୍କା ସମିତିସଭ୍ୟ ପ୍ରଫୁଲ୍ଲ କୁମାର ଗୌଡ଼, ସରପଞ୍ଚ ପ୍ରତିନିଧି ଲଖ୍ମଣ ପରିଡା, ଏସଏମଡିସି ସଭ୍ୟ ମୃତ୍ୟୁଞ୍ଜୟ ରଥ, ଆଲୁମିନି କମିଟି ସଦସ୍ୟ ପିତାମ୍ବର ପରିଡା ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ନିରଞ୍ଜନ ପରିଡା ଯୋଗ ଦେଇଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ବିଷୋୟୀ ନିଜ ବକ୍ତବ୍ୟରେ ବାପା, ମାଆ, ଗୁରୁ ବା ଗୁରୁଜନଙ୍କୁ ସମ୍ମାନ ଦେବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେବା ସହ ପୁଅ ମାନେ ବାପାଙ୍କୁ ଓ ଝିଅ ମାନେ ମାଙ୍କୁ ଅନୁସରଣ କରି କାର୍ଯ୍ୟ…
ରାୟଗଡ଼ା: ତା -୦୭/୦୨(ବିଏମସି ଟିଭି ଓଡ଼ିଆ) ରାୟଗଡ଼ା ଜିଲ୍ଲା ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ ସାରଥୀ ଉତ୍ସବ ଆୟୋଜିତ ହୋଇଯାଇଛି। ଭାରିଯାନ ଚଳକଙ୍କୁ ସମ୍ବର୍ଦ୍ଧିତ ତଥା ସେମାନଙ୍କୁ ସଡ଼କ ପରିବହନ ନିୟମ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏହି ଅବସରରେ ରାୟଗଡ଼ା ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ବିନୟ କୁମାର ପଲ୍ ଯୋଗଦେଇଥିବା ବେଳେ ଦୋରାଗୁଡ଼ା ଏସ୍ଆଇ ସ୍ୱରୂପ ପ୍ରଧାନଙ୍କ ସମେତ ଉତ୍କଳ ଆଲୁମିନା ୟୁନିଟ୍ ମୁଖ୍ୟ ରବିନାରାୟଣ ମିଶ୍ର ଓ ଏଫ୍ଏଚ୍ ଲଜିଷ୍ଟିକ୍ ସମୀର ପାଢ଼ୀ ପ୍ରମୁଖ ମଞ୍ଚସ୍ଥ ଥିଲେ। କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ପଲ୍ କହିଥିଲେ ଯେ, ଦେଶର ଅର୍ଥନୈତିକ ମେରୁଦଣ୍ଡ ହେଉଛନ୍ତି ସାରଥୀ ରୂପକ ଭାରିଯାନ ଚାଳକ। ସେମାନଙ୍କ ପାଇଁ ଦେଶର ଅର୍ଥନୀତି ଗତିଶୀଳ। ତେଣୁ ସେମାନଙ୍କ ସୁରକ୍ଷା ଓ ସାମାଜିକ କଲ୍ୟାଣ…
ସମ୍ବଲପୁର/ବରପାଲି:ତା-୦୭/୦୨(ବିଏମସି ଟିଭି ଓଡିଆ)ବରପାଲି ଓଡିଶା ଆଦର୍ଶ ବିଦ୍ୟାଳୟର ଚତୁର୍ଥ ବାର୍ଷିକ ଉତ୍ସବ- ଅଦ୍ଭ୍ୟୁଦୟ ମହା ସମାରୋହରେ ପାଳିତ ହୋଇଯାଇଛି। ମୁଖ୍ୟବକ୍ତା ଭାବରେ ବଲାଙ୍ଗିର ଅଡିନାନ୍ସ୍ ଫାକ୍ଟ୍ରି ସ୍କୁଲ ଶିକ୍ଷକ ରlଜମଣି ସାହୁ ଯୋଗଦେଇ ମାଆ ଓ ପୁଅର ଭାବର ମାପକାଠି ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ସତଜ୍ଞାନ ଭିତ୍ତିକ ଶିକ୍ଷାର ଆବଶ୍ୟକତା ଉପରେ ସଚେତନ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ସନ୍ତୋଷ ସାହୁଙ୍କ ସଭାପତିତ୍ବରେ କାର୍ଯ୍ଯକ୍ରମ ପରିଚାଳନା ସହ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ। ମଂଚାସୀନ ଅତିଥି ମାନଙ୍କ ଦ୍ୱାରା କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟ ଶିକ୍ଷକ ଶିବାଶିଷ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷକ ଈଶ୍ୱର ଗଡତିଆ ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବରେ ଗଙ୍ଗାଧର ଏନଏସି ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ତଥା ଓଏଭି ବିଦ୍ୟାଳୟ ଭିଏମଡିସି ସଭ୍ୟ ମନୋଜ କୁମାର ବାରିକ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, କମିଟି କର୍ମକର୍ତ୍ତା ପ୍ରମୁଖ ପରିଚାଳନାରେ…
ସମ୍ବଲପୁର/ବରପାଲି:ତା-୦୭/୦୨ (ବିଏମସି ଟିଭି ଓଡିଆ) ଜଗନ୍ନାଥ ଧାମ ରାସ୍ତାର ଅବସ୍ଥା ଅତ୍ୟନ୍ତ ଗୁରୁତର ଭାବେ ଶୋଚନୀୟ ହୋଇ ପଡିରହିଛି। ରାୟପୁରରୁ ପୂରୀ ଜଗନ୍ନାଥ ଧାମ ସଡକ ପଥ ଭାବରେ ପରିଚିତ ରାସ୍ତାଟି ବ୍ୟବହୃତ ହେଉଥିବା ବେଳେ ହଜାର ହଜାର ଛୋଟବଡ ଯାନବାହାନ ପ୍ରତିଦିନ ଯାତାୟାତ ହୋଇଥାଏ। ହେଲେ ପ୍ରଶାସନିକ ଦୃଷ୍ଟିଗୋଚର ଅଭାବରୁ ବର୍ତ୍ତମାନର ଚଳପ୍ରଚଳ ରାସ୍ତାଟି ମରଣଯନ୍ତା ରୂପେ ବିବେଚିତ ହୋଇସାରିଲାଣି। ରାସ୍ତା ଉପରେ ଯାତାୟତ ହେଉଥିବା ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ବରପାଲିରୁ ୧୧ କିମି ସରଣ୍ଡାପାଲି ଛକ ପର୍ଯ୍ଯନ୍ତ ସଙ୍କଟାପର୍ଣ୍ଣ ହୋଇ ରାସ୍ତାର ପିଚୁ ମାନ ଉଠିଯିବା ସହ ଛୋଟବଡ ଖାଲଖମାରରେ ଭର୍ତ୍ତି ହୋଇ ଯାତାୟତ ପାଇଁ ଘୋର ବ୍ୟାଘାତ ସୃଷ୍ଟି କରୁଛି। ସ୍ଥାନୀୟ ଲୋକେ ଉପୁଜୁଥିବା ସମସ୍ଯା ଉପରେ ପ୍ରଶାସନିକ ଦୃଷ୍ଟି ଆକର୍ଷଣ କରିବା ସହିତ ବାରାମ୍ବାର ଅଭିଯୋଗ ଆଣିଥିଲେ ସୁଦ୍ଧା ଆଜି ପର୍ଯ୍ଯନ୍ତ କୌଣଷି ସମାଧାନର ବାଟ ଫିଟି ପାରିଲାନାହିଁ। ରାସ୍ତା…
ବ୍ରହ୍ମପୁର/ଡୁରା :ତା- ୦୭/୦୨(ବିଏମସି ଟିଭି ଓଡ଼ିଆ) ଶନିବାର ଦିନ ଡୁରା ସ୍ଥିତ ନାସନାଲ ହାଇସ୍କୁଲ ଠାରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ଭାରତୀ ପ୍ରଧାନ ଙ୍କ ପରୋହିତ୍ୟ ରେ ବାର୍ଷିକ କ୍ରୀଡା ଉତ୍ସବ ର ଉଦଯାପନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ ଜିଲ୍ଲା ଶିକ୍ଷା ବିଭାଗ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼କ୍ଟର ପ୍ରଭାତୀ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ କ୍ରୀଡା ର ମହତ୍ୱ ବିଷୟ ରେ ବୁଝାଇ ଉତ୍ସାହିତ କରିଥିଲେ। ଅନ୍ୟତମ ସନମାନୀତ ଅତିଥି ଭାବେ ମୃଷ୍ଟି ଯୁଦ୍ଧ ପ୍ରଶିକ୍ଷକ ସୁଜାତା ବିଷୋୟୀ ଏବଂ ବରିଷ୍ଠ ସାମ୍ବାଦିକ ତଥା କଣ୍ଠ ଶିଳ୍ପୀ ସୁଦିପ ସାହୁ ଯୋଗ ଦେଇ ପିଲା ମାନଙ୍କୁ ଉଛାହିତ କରିଥିଲେ । ସିନିଅର ଚାମ୍ପିୟନ ବାଳକ ସାଗର ପ୍ରଧାନ ବାଳିକା ସ୍ମିତା ପ୍ରଧାନ ଜୁନିଅର ବାଳିକା ବିଭାଗ ରେ ଶଶୀ ଦାସ ଚାମ୍ପିୟନ ଭାବେ ପୁରସ୍କୃତ ହୋଇଥିଲେ…
ବୋଲଗଡ:ତା- ୦୬/୦୨(ବିଏମସି ଟିଭି ଓଡ଼ିଆ) ବୋଲଗଡ ଶିକ୍ଷା ବ୍ଲକ ଅନ୍ତର୍ଗତ କଳାଙ୍ଗ ଗ୍ରାମ ପଞ୍ଚାୟତ ଅଧୀନ ରେ ଥବା କାହ୍ନୁ ଚରଣ ସରକାରୀ ଉଚ୍ଚ ବିଦ୍ୟାଳୟ ବାର୍ଷିକ ଉତ୍ସବ ମହା ଆଡ଼ମ୍ବର ସହକାରେ ପ୍ରଧାନ ଶିକ୍ଷକ ଜୋଚିନ୍ଦ୍ର ଦାସଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଅଛି । ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥିଭାବେ ବ୍ଲକ ଉତ୍ସ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ କୈଳାସ ନାଥ ସ୍ୱାଇଁ ,ମୁଖ୍ୟବକ୍ତା ଭାବେ ବିଦ୍ୟାଳୟ ପରିଚାଳନା ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ହୋତା ଓ ସମ୍ମାନିତ ଅତିଥି ଭାବେ ବିଜେପି ହାଇସ୍କୁଲ ର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଭାକର ସାହୁ ଓ ଆକର୍ଷଣୀଯ ଅତିଥି ଭାବେ ଓଡ଼ିଆ ସିରିଏଲ୍ ର ଅଭିନେତ୍ରୀ ଶ୍ରୀମତୀ ମିଲି ମହାନ୍ତି ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପ୍ରମୁଖ ଯୋଗ ଦେଇ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ଫୁଲ ଚନ୍ଦନ,ଧୂପ ଦୀପ ଦେଇ ଏହାକୁ ଶୁଭ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଶିକ୍ଷୟିତ୍ରୀ…
