ବ୍ରହ୍ମପୁର: ତା -୦୫/୦୨ (ଵିଏମସି ଟିଭି ଓଡିଆ) ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୫୧ ତମ ବାର୍ଷିକ କ୍ରୀଡା ଉତ୍ସବ ନିଳକଣ୍ଠ ନଗର ସରସ୍ୱତୀ ଶିଶୁମନ୍ଦିର ଖେଳ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଭୁପେନ କୁମାର ମହନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ନିଳକଣ୍ଠ ନଗର ଶିଶୁମନ୍ଦିର ପ୍ରଧାନ ଆଚାର୍ଯ୍ୟ ଏସ ମୋହନ ରାଓ, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଏମ ଦିପା ରାଣୀ, ଅନ୍ୟତମ ଅତିଥି ଅନିଲ କୁମାର ଚୌଧୁରୀ, ତ୍ରିଲୋଚନ ଦାସ ଉପସ୍ଥିତ ଥିଲେ। ବିଦ୍ୟାଳୟ ଅଧ୍ୟୟନ ରତ ୧୩୦୦ରୁ ଊର୍ଦ୍ଧ୍ବ ଛାତ୍ରୀ ନିଜ କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ କରିଥିଲେ। ମୁଖ୍ୟ ଅତିଥି ଏସ ମହୋନ ରାଓ ବିଜୟୀ ଛାତ୍ରୀ ମାନଙ୍କୁ ପୁରସ୍କୃତ କରିବା ସହ। ପୁରୁଷ ମାନଙ୍କ ସହ ସମକକ୍ଷ ହୋଇ ନିଜର ନିଜ ବିଦ୍ୟାଳୟର ଟେକ୍ ରଖି ସୁସ୍ଥ ଓ ସୁନ୍ଦର ସମାଜ…
Author: BMC NEWS ODISHA
ଛତ୍ରପୁର – ତା ୦୫/୦୨(ଵିଏମସି ଟିଭି ଓଡିଆ) ଛତ୍ରପୁର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଗ୍ରାମର ସୁବେଦାର ମେଜର ଗୋବିନ୍ଦ ଦାସ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପରିବାର ଏବଂ ଗ୍ରାମବାସୀଙ୍କ ତରଫରୁ ପାଳନ କରାଯାଇଛି। ସେ ଜାନୁୟାରୀ ୨୨ତାରିଖ ୨୦୦୦ମସିହା ରେ ଦେଶ ମାତୃକାର ସେବା ପାଇଁ ଯୋଗଦେଇ ୩୧ଜାନୁୟାରୀ ୨୦୨୬ମସିହା ରେ ଅବସର ଗ୍ରହଣ କରିଥିଲେ।ବିଜେ ସେଣ୍ଟର କ୍ରୀକି ପୁନେ ଠାରେ ନିଜର ଟ୍ରେନିଂ ସାରି ଲେ ଲେମ୍ବୁ, କୋଲକାତା, ଜାମୁ କାଶ୍ମୀର ର ପଟଙ୍ଗ, ପଞ୍ଜାବ ର ଅମୃତସର, ରାଜସ୍ଥାନ, ନୂଆଦିଲ୍ଲୀ, ଆସାମ, ଭୋପାଳ, ଲେ ଲଦାଖ ରେ କାର୍ଯ୍ୟ କରି ପୁନେ ରେଜିମେଣ୍ଟ ସେଣ୍ଟର ଠାରେ ନିଜର ଅବସର ଗ୍ରହଣ କରିଥିଲେ। ବ୍ରହ୍ମପୁର ରେଳ ଷ୍ଟେସନ ରେ ଓଲ୍ଲାଇବା ପରେ ପରିବାର ଏବଂ ଗ୍ରାମବାସୀ ମାନେ ପୁଷ୍ପଗୁଛ ଓ ଉପଢୌକନ ଦେଇ ମେଜର ଙ୍କୁ ସ୍ୱାଗତ କରି ନିଜ ଜନ୍ମ ମାଟି ରଘୁନାଥପୁର କୁ ପାଛୋଟି ନେଇଥିଲେ।ଦୀର୍ଘ ୨୫ବର୍ଷ …
ବାଲିମେଳା: ତା -୦୫/୦୨ (ବିଏମସି ଟିଭି ଓଡ଼ିଆ) ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ତରଫରୁ ବିଜେଡି ଜିଲ୍ଲା ଉପ ସଭାପତି ଉଦୟ ନାଥ ମାଦ୍ରୀ ଙ୍କ ଆହ୍ୱାନ କ୍ରମେ କୁଡୁମୁଲୁ ଗୁମା ଠାରେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ବିଜୁ ଜନତା ଦଳର ଏକ ସାଙ୍ଗଠନିକ ପ୍ରସ୍ତୁତି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀ ମୁଖ୍ୟ ଭାବେ ଯୋଗ ଦେଇ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ବିଜୁ ଜନତା ଦଳ କିଭଳି ପୁନର୍ବାର ବିଜୟ ଲାଭ କରିବା ସହ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ରେ ବିଜୁ ଜନତା ଦଳର ସମସ୍ତ କର୍ମକର୍ତ୍ତା ଙ୍କୁ ନେଇ ତୃଣ ମୂଳ ପର୍ଯ୍ୟନ୍ତ ସଂଗଠନ କୁ ମଜବୁତ କରିବା ସହ ପ୍ରତ୍ୟେକ ପଞ୍ଚାୟତ ରେ ୱାର୍ଡ କମ୍ମିଟି,…
ବଲାଙ୍ଗୀର: ତା – ୦୫/୦୨(ବିଏମସି ଟିଭି ଓଡିଆ) ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅଞ୍ଚଳରେ ଜଣେ ନାବାଳିକା କୁ ଗଣ ଦୁଷ୍କର୍ମ ହୋଇଥିବା ଭିଡ଼ିଓ ଭାଇରାଲ ହେବା ବେଶ୍ ଚର୍ଚ୍ଚା ଜୋର ଧରିଥିଲା । ଭିଡ଼ିଓ ଆଧାରରେ ତୁରେକେଲା ପୋଲିସ ଗତ କାଲିରୁ ୬ ଜଣ ନାବାଳକକୁ ଅଟକ ରଖି ତଦନ୍ତ କରୁଥିବା ବେଳେ ଆଜି ଉତ୍ତରାଞ୍ଚଲ ଆଇଜି ହିମାଂଶୁ ଲାଲ ତୁରେକେଲା ଥାନା ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଥିଲେ। ବଲାଙ୍ଗିର ଏସପି ଅଭିଳାଷ ଜି ମଧ୍ୟ ଉପସ୍ଥିତି ରେ ଗତ କାଲି ରାତି ପୀଡ଼ିତାଙ୍କ ବାପା କଣ୍ଟାବାଞ୍ଜି ଥାନାରେ ଏତଲା ଦେଇଥିଲ। ତେବେ ଆଇଜି ହିମାଂଶୁ ଲାଲ ଏହି ମାମଲାରେ ସମସ୍ତଙ୍କୁ ଗିରଫ କରାଯାଇଛି ବୋଲି ସୂଚନା ଦେଇଛନ୍ତି । ବଲାଙ୍ଗିର ଏସପି ସାଇଣ୍ଟିଫିକ ଟିମ ସହ ତଦନ୍ତ କରିଛନ୍ତି। ଏହି ମାମଲାରେ ନାବାଳକ ମାନେ ସମ୍ପୃକ୍ତ ଥିବା ବେଳେ ସୋସିଆଲ ମିଡିଆରେ ଏଭଳି ଭିଡ଼ିଓ ଦେଖି କମ…
ଭୁବନେଶ୍ୱର: ତା -୦୫/୦୨(ବିଏମସି ନ୍ୟୁଜ ଓଡ଼ିଶା) ଆମେ ସବୁ ଅସହାୟ ର ସାଥୀ ଆହ୍ବାନ,ସନ୍ଧାନ ରେ ସହଯୋଗ କରିବା ପାଇଁ ସମଗ୍ର ଓଡ଼ିଶା ସେବା ଅଭିଯାନ ରେ ସାମିଲ ଥିବା ସମାଜ ସେବୀ ଭାଇ ଭଉଣୀ ତଥା ସାମାଜିକ ଅନୁଷ୍ଠାନ ମାନଙ୍କୁ ଲେଡି ପ୍ରୋଟେକ୍ଟ ଟିମ୍ ତରଫରୁ ଅନୁରୋଧ। ସୂଚନା କ୍ରମେ ନାମ ସୂର୍ଯ୍ୟ ପ୍ରକାଶ ବେହେରା (୩୨),ପିତା ଉପେନ୍ଦ୍ର ବେହେରା ଠିକଣା LP/53, Pragati Vihar,Post KIIT,PS Infocity, Bhubaneswar,24, District Khordha ଆଜିକୁ ଏକ ସପ୍ତାହ ରୁ ଉର୍ଦ୍ଧ୍ୱ ଗତ ତା୨୫/୦୧/୨୦୨୬ରିଖ ସକାଳ ୫:୩୦ମିନିଟ ସମୟ ରେ ପ୍ରାତଃ ଭ୍ରମଣ ରେ ଯାଇ ଫେରି ନଥିଵା ଵେଳେ ପରିବାର ର ଏକ ମାତ୍ର ପୁତ୍ର ସନ୍ତାନ କୁ ନପାଇ ଘରେ ପିତା ମାତା ଅତି ମାତ୍ରାରେ ବିବ୍ରତ ହେବା ସହିତ ଈନ୍ଫୋସିଟି ଥାନା ଭୁବନେଶ୍ୱର ରେ ନିଖୋଜ ହେବାର ରିପୋର୍ଟ କରିଛନ୍ତି।ତେବେ ନିଖୋଜ ସୂର୍ଯ୍ୟ ପ୍ରକାଶ ଙ୍କପରିବାର ତରଫରୁ…
ରାୟଗଡ଼ା: ତା -୦୫/୦୨(ବିଏମସି ଟିଭି ଓଡ଼ିଆ) ଜେକେପୂର ଅମଲା ପେଟା ଶ୍ରୀକ୍ଷେତ୍ର ଟାଉନସିପ ଠାରେ ଶ୍ରୀ ଲକ୍ଷ୍ମୀନୃସିଂହ ସ୍ଵାମୀଙ୍କ ଦ୍ୱିତୀୟ ବାର୍ଷିକ କଲ୍ୟାଣ ବ୍ରୋହ୍ମତ୍ସବ ମହାସମାରୋହରେ ପାଳିତ ହେବ। ଚଳିତ ମାସ ୫ତାରିଖ ଠାରୁ ୧୦ତାରିଖ ପର୍ୟ୍ୟନ୍ତ ଲକ୍ଷ୍ମୀନୃସିଂହଙ୍କ ବାର୍ଷିକ ଉତ୍ସବ ପାଳନ ହେବା ନେଇ ସଂପୂର୍ଣ୍ଣ ସୂଚନା ଯୋଗିଶ୍ରୀ ଚୈତନ୍ୟ ରାମଜୀ ଓ D. ଶ୍ରୀନିବାସ ପ୍ରଦାନ କରିଛନ୍ତି । ମନ୍ଦିର ମୁଖ୍ୟ ପୂଜକ ମାଙ୍ଗାନାଧା ଆଚାର୍ଯ୍ୟ ଏବଂ ତାଙ୍କ ଗୁରୁ ଭାସ୍କର ଆଚାର୍ଯ୍ୟ ରୀତି ନୀତି ଅନୁସାରେ କାର୍ଯ୍ୟକ୍ରମ ଗୁଡ଼ିକ ବିବରଣୀ ପ୍ରଦାନ କରିଛନ୍ତି। ୫ତାରିଖ ଗୁରୁବାର ସଂଧ୍ୟା ୫ଟାରେ ଅଙ୍କୁରାରୋପଣ, ୬ତାରିଖ ଯଜ୍ଞସାଳା ପୁଜା, ମଣ୍ଡପ ପୁଜା, ମୂର୍ତ୍ତି, କୁମ୍ଭ ଆବାହନ, ୭ତାରିଖ ସକାଳ ୯ରୁ ଶ୍ରୀ ସୁଦର୍ଶନ ନୃସିଂହ ହୋମ, ସେବା ଆରତୀ ମନ୍ତ୍ର ପୁଷ୍ପ, ୮ତାରିଖ ଶ୍ରୀ ଲକ୍ଷ୍ମୀ ହୋୟଗ୍ରିବ ହୋମ, ୯ତାରିଖ ଶ୍ରୀ ଲକ୍ଷ୍ମୀ ହୋମ, ୧୦ତାରିଖ ବସନ୍ତ ଉତ୍ସବ, ୧୦୮ କଳସ…
ବାଲିମେଳା: ତା – ୦୫/୦୨(ବିଏମସି ଟିଭି ଓଡ଼ିଆ) ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଶିକ୍ଷାଧିକାରୀ ଅସିତ ମିସ୍ତ୍ରୀ ବୁଧବାର ଅଚାନକ ସୋମନାଥପୁର ପଞ୍ଚାୟତ ଅଧୀନରେ ଥିବା ଆପନମାଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସୋମନାଥପୁର କେଜୀବିଭି ବିଦ୍ୟାଳୟ, ସୀମାଗନ୍ଧୀ ପ୍ରାଥମିକ ବିଦ୍ୟାଳୟ ସମେତ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିବା ସହିତ ମଧ୍ୟାହ୍ନଭୋଜନର ମାନ ଯାଞ୍ଚ କରିଥିଲେ।ଏଥି ସହ ପିଲାମାନଙ୍କୁ ପାଠ ସମ୍ବନ୍ଧୀୟ କେତେକ ପ୍ରଶ୍ନ ପଚାରିବା ସହିତ, ଇଂରାଜୀ ଓ ଅନ୍ୟାନ୍ୟ ବିଷୟରେ ପାଠ ପଢ଼ାଇଥିଲେ।ବିଭିନ୍ନ ବିଦ୍ୟାଳୟର ଶ୍ରେଣୀଗୃହ, ଶୌଚାଳୟ, ସ୍କୁଲ ପରିବେଶ ବୁଲି ଦେଖିଥିଲେ।ମାଧ୍ୟାହ୍ନ ସମୟରେ ବିଭିନ୍ନ ବିଦ୍ୟାଳୟ ମାନଙ୍କରର ପିଲାମାନଙ୍କ ପାଇଁ ରନ୍ଧା ହୋଇଥିବା ମଧ୍ୟାହ୍ନ ଭୋଜନ ଖାଇ ଖାଦ୍ୟର ମାନ ଯାଞ୍ଚ କରିଥିଲେ। ଏଥି ସହିତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସହ ଆଲୋଚନା କରି ସ୍କୁଲର ଭଲ ମନ୍ଦ ପଚାରି ବୁଝିଥିଲେ। ବାଲିମେଳା ରୁ ଦିଲୀପ କୁମାର ଦାସଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।
ବାଲିମେଳା: ତା -୦୪/୦୨(ବିଏମସି ଟିଭି ଓଡ଼ିଆ) ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ସୁଶ୍ରୀ ଗାୟତ୍ରୀ ଦେବୀ ଙ୍କ ଏକ ସ୍ଵତନ୍ତ୍ର ପ୍ରଚେଷ୍ଟା। ଯବାନ ଭାବେ ନିଯୁକ୍ତି ହୋଇଥିବା ମହିଳା ଯବାନ ମାନଙ୍କୁ ନେଇ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଆରଏସସି – ୬ ବିଦ୍ୟାଳୟର ଛାତ୍ରୀ ମାନଙ୍କ ମନୋବଳ ସୁଦୃଢ କରାଇବା ନେଇ ଏକ ନିଆରା କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଏସଏଫ ଯବାନ ମାନଙ୍କୁ ସ୍ଵାଗତ କରାଯାଇଥିଲା । ନିମତ୍ରିତ ହୋଇ ଥିବା ଯବାନମାନେ ନିଜର ଉଦବୋଧନ ରେ ସେମାନଙ୍କ ନିଜ ନିଜ ବିଷୟରେ ମତ ପ୍ରକାଶ କରିଥିବା ସହ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ଏବଂ ଏକ ସୁନ୍ଦର ଭବିଷ୍ୟତ ଗଢିବା ପାଇଁ ପ୍ରେରଣା ଯୋଗାଇଥିଲେ । ବାଲିମେଳା ରୁ ଦିଲୀପ କୁମାର ଦାସଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।
ରାୟଗଡ଼ା: ତା -୦୫/୦୨(ବିଏମସି ଟିଭି ଓଡ଼ିଆ) ରାୟଗଡ଼ ସଦର ମହକୁମା ସ୍ଥିତ ପି.ଏଚ.ଡ଼ି ବାଲୁଙ୍କେଶ୍ୱର ଶିବ ମନ୍ଦିର ଠାରେ ବିଶ୍ଵଶାନ୍ତି ତ୍ରୟମ୍ବକ ମହାଯଜ୍ଞର ଶୁଭ ଖୁଣ୍ଟି ସ୍ଥାପନ ହୋଇଯାଇଛି। ଦୀର୍ଘ ୧୮ବର୍ଷ ଧରି ବିଶ୍ଵଶାନ୍ତି ତ୍ରୟମ୍ବକ ମହାଯଜ୍ଞ ଅନୁଷ୍ଠିତ ହୋଇ ଆସୁଛି। ୨୦୦୮ମସିହାରୁ ଆରମ୍ଭ ହେଇଥିବା ଏହି ପବିତ୍ର ମହାଯଜ୍ଞ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହାଆଡ଼ମ୍ବରରେ ପାଳନ କରିବା ନେଇ ମନ୍ଦିର କମିଟି ସଭାପତି ସୁନିଲ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି। ଏହି ପରିପେକ୍ଷୀରେ ତହସିଲଦାର ଶ୍ରୀମତୀ ପ୍ରିୟଦର୍ଶିନୀ ସ୍ୱାଇଁ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ସୁଦୂର ଗଞ୍ଜାମ ଜିଲ୍ଲାରୁ ପଣ୍ଡିତ ଚନ୍ଦ୍ର ଶେଖର ମିଶ୍ରଙ୍କ ସମେତ ୧୦ଜଣ ସହକର୍ମୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବୋଧନ ରେ ଯଜ୍ଞ ପରିଚାଳନା ଦାୟିତ୍ଵ ରହିବ। ଯଜ୍ଞରେ ୫ଜଣ କର୍ତ୍ତା ବସିବା ନେଇ ମନ୍ଦିର ମୁଖ୍ୟ ପୂଜକ ଶ୍ରୀ ପ୍ରଦୀପ କୁମାର ରଣା ସୁଚନା ଦେଇଛନ୍ତି ସେମାନେ ହେଲେ ଗୋପ ରଞ୍ଜନ…
ବାଲିମେଳା: ତା -୦୫/୦୨/(ବିଏମସି ଟିଭି ଓଡ଼ିଆ) ପ୍ରକୃତି କୋଳରେ ବଞ୍ଚିବା ଏମାନଙ୍କର ସହଜାତ ପ୍ରବୃତି। ଶାନ୍ତ, ସରଳ ନିରାଡାମ୍ବର ଜୀବନ ଯାପନ କରୁଥିବା ନିରୀହ ଆଦିବାସୀଙ୍କ ଉପରେ ଭାଗ୍ୟ ଦାଉ ସାଧୁଛି। ପ୍ରଶାସନ କିମ୍ବା ନିର୍ବାଚିତ ଜନ ପ୍ରତିନିଧିମାନେ ସତେ ଯେମିତି କେଉଁ ଜନ୍ମର ରାଗ ସୁଝାଉଛନ୍ତି ସେମାନଙ୍କ ଉପରେ। ଓଠରେ ଦରଫୁଟା ହସ ନେଇ ସେମାନେ ଏବେ ଭାଗ୍ୟକୁ ନିନ୍ଦୁଛନ୍ତି। ସରକାରୀ ବାବୁଙ୍କ ନାଲି ଫାଇଲ ତଳେ ଝୁଲି ରହିଛି ଏମାନଙ୍କର ଶିକ୍ଷା,ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ରାସ୍ତା ସମସ୍ୟା।ଦୂଷିତ ଝରଣା ପାଣି ଯୋଗାଉଛି ପାନୀୟ ଜଳର ଖୋରାକ।ମୌଳିକ ସୁବିଧା ସୁଯୋଗର ଅଭାବ ଏବେ ପ୍ରଶାସନ ବିରୋଧୀ ଜନ ଅସନ୍ତୋଷର ରୂପ ନେଲାଣି।ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସୋମନାଥପୁର ପଞ୍ଚାୟତ ଅଧୀନରେ ଧଉଡ଼ାଗୁଡା ଗାଁ ରହିଛି। ଏହି ଗାଁରେ ରହିଛି ଦୁଇଟି ବସ୍ତି।ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ପ୍ରାୟ ୧୨ କି.ମି ଦୂର ପାହାଡ଼ ଶିଖରରେ ଥିବା ଏହି ଗାଁର ତଳ…
ପୋଲସରା: ତା-୦୪/୦୨/(ବିଏମସି ଟିଭି ଓଡ଼ିଆ) ଚଳିତ ମାସ ୩ ତାରିଖ ମଙ୍ଗଳବାର କୃଷ୍ଣ ପକ୍ଷ ତିଥି ଦିବସରେ ଓୟୁଜେ ଗଞ୍ଜାମ ଜିଲ୍ଲା ସଭାପତି ସଦାଶିବ ପଣ୍ଡାଙ୍କ ମାତା ସ୍ଵର୍ଗତ ରୁକ୍ମିଣୀ ପଣ୍ଡାଙ୍କ ଦ୍ଵାଦଶାହ ପୁଣ୍ୟତିଥି ଦିବସ ପାଳିତ ହୋଇଥିଲା । ପୁରୁଷୋତ୍ତମପୁର ସହର ତାଙ୍କର ବାସଗୃହ ନିକଟସ୍ଥ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଖଲିକୋଟ ପୂର୍ବତନ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ବିଜେଡି ବରିଷ୍ଠ ନେତା ଅଜୁ ମହାରଣା, ପୁରୁଷୋତ୍ତମପୁର ଆଇନଜୀବୀ ସଂଘ ସଭାପତି କୃଷ୍ଣ ଚନ୍ଦ ଗୌଡ଼, ସମ୍ପାଦକ ରବୀନ୍ଦ୍ର ସାହୁ, ଉପସଭାପତି ଦୁର୍ଗାଚରଣ ଦାସ, ସହ-ସମ୍ପାଦକ ଶଶାଙ୍କ ଶେଖର ରାଓ, ଉପେନ୍ଦ୍ର ପଣ୍ଡା, ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ପ୍ରଭାତ କୁମାର ଦାସଙ୍କ ସମେତ ଓୟୁଜେ ପୂର୍ବତନ ସଭାପତି ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଓ ହରିହର ପାତ୍ର, ରାଜ୍ୟ ସଂଘ ସାଙ୍ଗଠନିକ ସମ୍ପାଦକ ଅଶୋକ କୁମାର ମହାଙ୍କୁଡ଼, ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ କୁମାର…
ବାଲିମେଳା: ତା -୦୫/୦୨/ (ବିଏମସି ଟିଭି ଓଡ଼ିଆ) ମାଲକାନଗିରି: ମାଲକାନଗିରି ପୋଲିସକୁ ବଡ଼ ସଫଳତା । କ୍ୟାଡର ମାଓବାଦୀ ସୁଖରାମର ଆତ୍ମସମର୍ପଣ । SLR ଓ ବିପୁଳ ମାଓ ସାମଗ୍ରୀ ସହ ଆତ୍ମସମର୍ପଣ । ସୁଖରାମ ମୁଣ୍ଡ ଉପରେ ଥିଲା 21 ଲକ୍ଷର ପୁରସ୍କାର । ଓଡ଼ିଶା, ଛତିଶଗଡ଼ରେ ବିଭିନ୍ନ ହିଂସାକାଣ୍ଡରେ ସାମିଲ ଥିଲା ସୁଖରାମ । ଏପଟେ ଆତ୍ମସମର୍ପଣ ପରେ ଏସପି ବିନୋଦ ପାଟିଲ କହିଛନ୍ତି 16 ବର୍ଷ ଧରି ସେ ହିଂସାକାଣ୍ଡରେ ସାମିଲ ଥିଲା । ତେବେ ନକ୍ସଲ ରାସ୍ତା ଛାଡି ଅନ୍ୟମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଅନ୍ୟ ନକ୍ସଲଙ୍କୁ ସେ ଅପିଲ କରିଛନ୍ତି । ସୁଖରାମ, ସୁରେଶ କିମ୍ବା ଯୋଗେଶ ନାମରେ ଜଣାଶୁଣା । ଏହି କ୍ୟାଡର ମାଓବାଦୀ କାଙ୍ଗେରଘାଟି ଏରିଆ କମିଟିର କମାଣ୍ଡର ଏବଂ ଛତିଶଗଡ଼ର ସୁକମା ଜିଲ୍ଲାର ପୁଷ୍ପାଳ ଥାନା ଅନ୍ତର୍ଗତ ଗୋବିନ୍ଦପାଲ ଗ୍ରାମର ବାସିନ୍ଦା । ବାଲିମେଳା ରୁ ଦିଲୀପ…
