ରାୟଗଡ଼ା: ତା -୦୫/୦୨(ବିଏମସି ଟିଭି ଓଡ଼ିଆ) ରାୟଗଡ଼ା ପ୍ରେମ ପାହାଡ଼ସ୍ଥିତ ଓ୍ବାକର୍ସ କ୍ଲବ୍ ଦ୍ୱାରା ପ୍ରେମ ପାହାଡ଼ ଉପରେ ଥିବା କମ୍ଯୁନିଟ ହଲରେ କ୍ଲବ୍ ର ସଭାପତି ଶ୍ରୀ ବ୍ରଜ ସୁନ୍ଦର ନାୟକଙ୍କ ସଭାପତିତ୍ୱରେ ଆନ୍ତର୍ଜାତୀୟ କ୍ୟାନସର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଉକ୍ତ କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲା ସଦର ମହକୁମା ହସପିଟାଲର ଡାକ୍ତର ଶ୍ରୀ ଡି. କେ. ଦେବ, ଛାତି ଓ ଯକ୍ଷ୍ମା ରୋଗ ବିଶେଷଜ୍ଞ ବିଭିନ୍ନ ପ୍ରକାର କ୍ୟାନସର, କ୍ୟାନସର ରୋଗର କାରଣ, ଉତ୍ପତ୍ତି ଓ ନିରାକରଣ ବିଷୟରେ ଅତି ପ୍ରାଞ୍ଜଳ ଭାବରେ ବୁଝାଇ ଥିଲେ । ମଦ, ଗୁଟଖା, ସିଗାରେଟ୍ ଇତ୍ୟାଦି ମାଦକ ଦ୍ରବ୍ୟ ସେବନରେ କ୍ୟାନସର ରୋଗର ମୂଖ୍ୟ କାରଣ ବୋଲି କହିବା ସଙ୍ଗେ ସଙ୍ଗେ ଏହି ରୋଗ ପ୍ରତି ସଚେତନ ରହିବା ପାଇଁ ପରାମର୍ଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଉପଦେଷ୍ଟା ତଥା ମୂଖ୍ଯ ସଂଯୋଜକ ଶ୍ରୀ ସତ୍ୟବାଦୀ ପତି, ଏ.ଭି.ପି. ଶ୍ରୀ ଅଭିମନ୍ୟୁ…
Author: BMC NEWS ODISHA
ବ୍ରହ୍ମପୁର: ତା -୦୫/୦୨ (ଵିଏମସି ଟିଭି ଓଡ଼ିଆ) ଯାଜପୁର ଜିଲ୍ଲା ର ବଡ଼ଚଣା ସ୍ଥିତ ଅଭିମନ୍ୟୁ ସାମନ୍ତ ସିଂହାର ସାହିତ୍ୟ ସୃଜନୀ ର ଚତୁର୍ଥ ବାର୍ଷିକ ଉତ୍ସବ କଟକ ର ଶ୍ରୀରାମ ଚନ୍ଦ୍ର ଭବନ ରେ ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠାନ ର ସଭାପତି ଡ଼.ନିରଞ୍ଜନ ପଣ୍ଡା ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସମାରୋହ ରେ ମୁଖ୍ୟ ଅଥିତି ଭାବେ ପ୍ରାକ୍ତନ ସମାଜ ର ସମ୍ପାଦକ ଡ଼. ପ୍ରଭାସ ଆଚାର୍ଯ୍ୟ, ମୁଖ୍ୟବକ୍ତା ଭାବେ ଅମୁଲ୍ୟ ସାହିତ୍ୟ ଅନୁଷ୍ଠାନ ର ସମ୍ପାଦକ ଡ଼. ସଂଗ୍ରାମ କେଶରୀ ସାମନ୍ତରାୟ, ସମ୍ମାନିତ ବକ୍ତା ଉତ୍କଳ ସାହିତ୍ୟ ସମାଜ ର ସମ୍ପାଦକ ରାଜୀବ କୁମାର ଷଡ଼ଙ୍ଗୀ, ସମ୍ମାନିତ ଅଥିତି ଡ଼. ମିନତୀ ମିଶ୍ର, ଅଶୋକ କୁମାର ସାମଲ, ପ୍ରତିଷ୍ଠାତା ଡ଼. ନଟବର ପ୍ରଧାନ ପ୍ରମୁଖ ମଂଚାସୀନ ହୋଇ ବିଭିନ୍ନ ଜିଲ୍ଲା ର ସାହିତ୍ୟିକ ମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଗଞ୍ଜାମ ଜିଲ୍ଲା…
ବାଲିମେଳା: ତା -୦୫/୦୨/ (ବିଏମସି ଟିଭି ଓଡ଼ିଆ)କୁଡୁମୁଲୁଗୁମ୍ମା ତହସିଲ ଅନ୍ତର୍ଗତ ଡାରଉଈନ୍ ସ୍ମାରକୀ ସ୍ନାତକ ମହାବିଦ୍ୟାଳୟ, ର ଏନ୍ଏସ୍ଏସ୍ ସହ-ଏକକ–୧ ସ୍ୱେଚ୍ଛାସେବକ ଭାବେ ଶ୍ରୀ ମୁନା ମାଡ଼କାମୀ ଆଜି ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ଜୟପୁର ପକ୍ଷରୁ ବିଶ୍ୱବିଦ୍ୟାଳୟ ସ୍ତରରେ ସର୍ବଶ୍ରେଷ୍ଠ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବକ (ପୁରୁଷ ବର୍ଗରେ) ପୁରସ୍କାର ରେ ସମ୍ମାନିତ ହୋଇଛନ୍ତି ।ଏନ୍ଏସ୍ଏସ୍ କାର୍ଯ୍ୟକ୍ରମ ମାଧ୍ୟମରେ ସମାଜ ସେବା, ସଚେତନତା କାର୍ଯ୍ୟକ୍ରମ, ସ୍ଵେଛାକୃତ ରକ୍ତଦାନ, ବୃକ୍ଷରୋପଣ, ସ୍ୱଚ୍ଛତା ଅଭିଯାନ ଓ ରାଷ୍ଟ୍ର ଗଠନମୂଳକ କାର୍ଯ୍ୟରେ ତାଙ୍କର ସକ୍ରିୟ ଓ ନିଷ୍ଠାପୂର୍ଣ୍ଣ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ବିଶ୍ଵବିଦ୍ୟାଳୟର କୂଳପତି ପ୍ରଫେସର ଦେବୀ ପ୍ରସାଦ ମିଶ୍ର ପ୍ରଦାନ କରିଛନ୍ତି। ଏହି ସଫଳତା ଡାରଉଈନ୍ ସ୍ମାରକୀ ସ୍ନାତକ ମହାବିଦ୍ୟାଳୟର, ଏନ୍ଏସ୍ଏସ୍ ସହ ଏକକ – ୧ ଏବଂ ସମଗ୍ର ମାଲକାନଗିରି ଜିଲ୍ଲା ପାଇଁ ଗର୍ବର ବିଷୟ। ବିଶ୍ଵବିଦ୍ୟାଳୟର ଏନ୍ ଏସ୍ ଏସ୍ କାର୍ଯ୍ୟକ୍ରମ ସଂଯୋଜକ ଡଃ ମନୋରଞ୍ଜନ ପ୍ରଧାନ, କଲେଜର ଅଧ୍ୟକ୍ଷ ଅଶୋକ…
ବାଙ୍କୀ: ତା-୦୫/୦୨(ବିଏମସି ଟିଭି ଓଡ଼ିଆ) ବାଙ୍କୀ ବିଜ୍ଞାପିତ କ୍ଷେତ୍ର ପରିଷଦ ଅନ୍ତର୍ଗତ ଅଗ୍ରଣୀ ଯୁବ ଅନୁଷ୍ଠାନ ଆଦର୍ଶ ଯୁବ ପରିଷଦ ତରଫରୁ ଯୁବବନ୍ଧୁ ଭବନ ଚକାପଦାଠାରେ ଓଡିଶାର ପ୍ରଥମ ବାରିଷ୍ଟର ମଧୁସୂଦନ ଦାସଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ପରିଷଦର ଆବାହକ ଅକ୍ଷୟ କୁମାର ସାମଲଙ୍କ ପରିଚାଳନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସମାଜସେବୀ ପ୍ରସନ୍ନ କୁମାର ପ୍ରଧାନ, ମୁଖ୍ୟ ବକ୍ତା ଭାବେ ସମାଜସେବୀ ପ୍ରଦୀପ କୁମାର ଜେନା, ସମ୍ମାନିତ ଅତିଥିଭାବେ କବି ତଥା ସଂଗଠକ ଶଶି ଭୂଷଣ ତ୍ରିପାଠୀ, ପ୍ରକାଶ ଚନ୍ଦ୍ର ବେହେରା, କଂଗ୍ରେସ ରଣା ପ୍ରମୁଖ ଅଂଶ ଗ୍ରହଣ କରି ଓଡ଼ିଶାକୁ ସ୍ବତନ୍ତ୍ର ପ୍ରଦେଶ ଗଠନ କରିବାରେ ମଧୁବାବୁଙ୍କ ଭୁମିକା ଗୁରୁତ୍ବପୂର୍ଣ୍ଣ ବୋଲି ନିଜ ବକ୍ତବ୍ୟରେ ପରିପ୍ରକାଶ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅମ୍ରିତ କୁମାର ସାମଲ, ଓମ ପ୍ରକାଶ ରଣା, ମକରନ୍ଦ ପଣ୍ଡା, ଯୋଗେନ୍ଦ୍ର ଦାସ, ଦିବାକର ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ନିଜର ଅଦମ୍ୟ ପରିଶ୍ରମ, …
ପୋଲସରା:ତା -୦୫/୦୨ (ବିଏମସି ଟିଭି ଓଡ଼ିଆ) ଆସିକା ବ୍ଲକ ଭେଟନଇ ନିକଟସ୍ଥ ମା’ କଙ୍କଣଦେବୀଙ୍କ ପୀଠରେ ଶ୍ରୀ ଦଧିବାମନ ଉଚ୍ଚ ବିଦ୍ୟାଳୟ ବରିଡା ଏ- ୧୯୮୯ ବ୍ୟାଚର୍ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ମା’ଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ, ପୁଷ୍ପ ମାଲ୍ୟାର୍ପଣ ପୂର୍ବକ ପୂଜା ଅର୍ଚ୍ଚନା ଏବଂ ଭୋଗ ଅର୍ପଣ କରାଯାଇଥିଲା। ପରେ ଏକ ସ୍ମୃତିସଭା କରାଯାଇ ଦିବଙ୍ଗତ ଗୁରୁ ଏବଂ ସାଙ୍ଗମାନଙ୍କ ଅମର ଆତ୍ମାର ସଦଗତି କାମନା କରାଯିବା ସହ ଦୁଇ ମିନଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ ବନ୍ଧୁତ୍ୱଭାବ ନିଦର୍ଶନ ସ୍ୱରୂପ ପରସ୍ପର ମଧ୍ୟରେ ଭାବ ବିନିମୟ କରିବାସହ ବାଲ୍ୟ ଜୀବନର ସ୍ମୃତି ସାଉଟିଥିଲେ। ଏଥିସହ ଆଗକୁ ପ୍ରତ୍ଯେକବର୍ଷ ଏହିଭଳି ବନ୍ଧୁମିଳନ କାର୍ଯ୍ୟକ୍ରମ ଜାରି ରଖିବାକୁ ନେଇ ନିଷ୍ପତ୍ତି ନିଆଯାଇଥିଲା । ଏଥିରେ ବ୍ୟାଚର୍ ନୀଳକଣ୍ଠ ପ୍ରଧାନ , ମନୋଜ କୁମାର ପଣ୍ଡା , ଗୋକୁଳ ନାହାକ , ଉକ୍ତ କାର୍ଯ୍ୟକ୍ରମକୁ…
ବରଗଡ଼: ତା -୦୫/୦୨ (ବିଏମସି ଟିଭି ଓଡ଼ିଆ) ଗୁରୁ ଭଗବାନ ସାହୁ ସ୍ମୃତି କମିଟି ପକ୍ଷରୁ ପଶ୍ଚିମ ଓଡ଼ିଶା ଭାଷା କଳା ସଂସ୍କୃତିର ପ୍ରଚାରକ ଗୋଟିଏ ଦିନରେ ନୁଆଁଖାଇ ପାଳନ ପଛର ମହାନାୟକ ଲୋକ ମହୋତ୍ସବର ଜନକ ଗୁରୁ ଭଗବାନ ସାହୁଙ୍କ ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ସହରର ଏକ ମୂଖ୍ୟ ସ୍ଥାନରେ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଅତିରିକ୍ତ ଜିଲ୍ଲାପାଳ ମଧୂଛନ୍ଦା ସାହୁ ଙ୍କ ଜରିଆରେ ଜିଲ୍ଲାପାଳ ମହାଶୟଙ୍କୁ ସଭାପତି ଦଧିବାବନ ଶତପଥୀ, ସମ୍ପାଦକ ତୁଳସୀ ଚରଣ ଦାଶ, ସହ ସମ୍ପାଦକ ଡ଼. ଯଶବୀର ସିଂ ସୈନୀ,କୋଷାଧ୍ୟକ୍ଷ ଅଚ୍ୟୁତାନନ୍ଦ ବାରିକ, ଉପଦେଷ୍ଟା କୃଷ୍ଣ ଚନ୍ଦ୍ର ପଣ୍ଡା,ଲୁଲୁ ରବିନ ଦାସ ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ।ଅତିରିକ୍ତ ଜିଲ୍ଲାପାଳ -ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ଙ୍କ ସହିତ ଆଲୋଚନା କରିବା ପରେ ଖୁବ ଶୀଘ୍ର ପଦକ୍ଷେପ ନିଆଯିବାକୁ ପ୍ରତିଶ୍ରୁତି ଦେଇଥିଲେ । ବରଗଡ଼ ରୁ ଜିଲ୍ଲା ପ୍ରତିନିଧି ଦୁର୍ଲ୍ଲଭ ଗଡତିଆଙ୍କ ରିପୋର୍ଟ ବିଏମସି…
ବ୍ରହ୍ମପୁର: ତା -୦୫/୦୨(ବିଏମସି ଟିଭି ଓଡ଼ିଆ) ଓଡିଶାର ବିଶିଷ୍ଠ ପ୍ରାକୃତିକ ଚାଷ ବିଶାରଦ, ପ୍ରଗତିଶୀଳ ଚିନ୍ତକ, ଲେଖକ ତଥା ଗବେଷକ ନଟବର ଷଡଙ୍ଗୀ ଙ୍କ ଏକ ଶ୍ରଦ୍ଧାଞ୍ଜଳି ସଭା ଆଜି ସ୍ଥାନୀୟ କୋର୍ଟପେଟା ସ୍ଥିତ ଆର୍ଯ୍ୟଭଟ୍ଟ ଫାଉଣ୍ଡେସନ ଠାରେ ଅନୁଷ୍ଠିତ ହୋଇଯାଇଛି । ଜଣାଶୁଣା ଲେଖିକା ଡଃ ବିଧୁପ୍ରଭା ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସହରର ଅନେକ ବୁଦ୍ଧିଜୀବୀ, ସାମାଜିକ କର୍ମୀ ଯୋଗ ଦେଇଥିଲେ । ପ୍ରଥମେ ସଭା ଆରମ୍ଭରେ ନଟବର ବାବୁଙ୍କ ଫୋଟୋରେ ପୁଷ୍ପାର୍ପଣ କରିଥିଲେ । ନଟବର ବାବୁ ଉଭୟ କୣଷି ଓ କୣଷକଙ୍କ ପାଇଁ ସମର୍ପିତ ଜଣେ ମହାନ ବ୍ୟକ୍ତିତ୍ଵ ଥିଲେ । ସେ ଜୀବନର ଶେଷ ପର୍ଯ୍ୟନ୍ତ କେବଳ ପ୍ରକୃତି ଓ ପ୍ରାକୃତିକ ଚାଷକୁ ଭଲ ପାଉ ନଥିଲେ ବରଂ ରାସାୟନିକ ସାର ଓ କୀଟନାଶକରୁ ଚାଷକୁ ମୁକ୍ତ କରି ପ୍ରାକୃତିକ ଚାଷକୁ ବଞ୍ଚାଇବାର କାମରେ ଲାଗିଥିଲେ । ସେ ନିଜ ଉଦ୍ୟମରେ ଦେଶୀ…
ବ୍ରହ୍ମପୁର: ତା -୦୪/୦୨ (ବିଏମସି ଟିଭି ଓଡ଼ିଆ) ଆମ ଭାରତୀୟ ଐତିହ୍ୟ ପରମ୍ପରା ତଥା ଆୟୁର୍ବେଦ ଚିକିତ୍ସା ଶାସ୍ତ୍ରରେ ବର୍ଣ୍ଣିତ କରାଯାଇଥିବା ବିଭିନ୍ନ ରୋଗ ବିଷୟରେ ଅନୁଧ୍ୟାନ କଲେ ଜଣାଯାଏ ଯେ ସାମ୍ପ୍ରତିକ ପରିସ୍ଥିତି ରେ ଆମ ଦେଶର ପଲ୍ଲୀ ଠାରୁ ଦିଲ୍ଲୀ ଯାଏଁ ତଥା ବିଶ୍ୱର ପ୍ରତେକ ରାଷ୍ଟ୍ରରେ ଦୈନନ୍ଦିନ ବିଭିନ୍ନ କାରଣରୁ ନୂତନ ଭାବେ ରୋଗ ସୃଷ୍ଟି ହେଉଥିବା ବେଳେ “କୋଭିଡ -19” ମହାମାରୀ ପରି ବହୁ ଭୁତାଣୁ ଜନିତ ରୋଗ ସୃଷ୍ଟି ହୋଇ ଲକ୍ଷ ଲକ୍ଷ ପିଲା ଠାରୁ ବୟସ୍କ ବ୍ୟକ୍ତିଙ୍କ ଜୀବନ ହାନି ହୋଇଥାଏ, ଯାହାକି ପୃଥିବୀର ଜଳବାୟୁ ପରିବର୍ତ୍ତନ ଆଦି ବିଭିର୍ଣ୍ଣ ପ୍ରାକୃତିକ ବିଭିନ୍ନତା ହେତୁ ସୃଷ୍ଟିହୋଇ ଥାଏ। ତାକୁ ମୁକାବିଲା ନିମନ୍ତେ ସ୍ୱାସ୍ଥ୍ୟ ବିଜ୍ଞାନୀଙ୍କ ସମୟୋପଯୋଗୀ ପଦକ୍ଷେପ ହେତୁ ରୋଗର ପ୍ରଭାବ କୁ ପ୍ରତିରୋଧ କରିବା ରେ ସଫଳତା ମିଳିବାର ଆମେ ଅନୁଭବ କରିଛେ, କିନ୍ତୁ ସାମ୍ପ୍ରତିକ ପରିସ୍ଥିତିରେ ଭାରତ ସମେତ ସାରା…
ଢେଙ୍କାନାଳ: ତା -୦୩/୦୨(ବିଏମସି ଟିଭି ଓଡ଼ିଆ) ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଓ ସାଆନ୍ଦା ଫାଣ୍ଡି ଅଧିନରେ ଥିବା ସାଆନ୍ଦା ଗ୍ରାମର ଫଟୋଗ୍ରାଫର ରାଜେଶ ପାଣିଙ୍କୁ ଗତ ନଭେମ୍ବର ୨୦୨୫ ୧୪ ତାରିଖ ଦିନ ସୁପାରି କିଲର ଓ ଅନ୍ୟ ସହଯୋଗୀ ମାନଙ୍କ ଦ୍ୱାରା ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି । ଏଥି ନେଇ କାମାକ୍ଷାନଗର ଥାନାରେ ରାଜେଶ ପାଣିଙ୍କ ଶଳା ଅରିଜିତ୍ ପଣ୍ଡାଙ୍କ ଲିଖିତ ଅଭିଯୋଗରେ ହତ୍ୟା ମାମଲା ରୁଜୁ କରାଯାଇ ବିଭିନ୍ନ ଥାନାର ଅଧିକାରୀ ତଦନ୍ତ ଆରମ୍ଭ କରିଥିଲେ । ଏଥିନେଇ ପରିବାରଙ୍କ ପକ୍ଷରୁ ଏସ୍ପିଙ୍କ ନିକଟରେ ନ୍ୟାୟ ପାଇଁ ଦାବୀ କରି ଆସୁଥିଲେ । ରାଜେଶଙ୍କର ବଡ଼ଭାଇ ସୈନ୍ୟ ବିଭାଗର ଅଧିକାରୀ ଭାବେ କାର୍ଯ୍ୟକରୁଥିବା ବେଳେ ଭାଇର ହତ୍ୟାକାରୀକୁ ଗିରଫ କରିବା ପାଇଁ ତାଙ୍କର ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଜଣାଇଥିଲେ । ଏଥିନେଇ ଢେଙ୍କାନାଳ ଏସ୍.ପି ଅଭିନବ ସୋନକରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ କାମାକ୍ଷାନଗର ଆରକ୍ଷୀ ଅଧିକାରୀ ରଜନୀକାନ୍ତ ସାମଲ,…
ସମ୍ବଲପୁର/ବୁର୍ଲା:ତା-୦୩/୦୨(ବିଏମସି ଟିଭି ଓଡିଆ) ଇଣ୍ଡିଆନ ରେଡକ୍ରସ୍ ସୋସାଇଟିର ପୃଷ୍ଠପୋଷକ ନିହାଲ ସିଂଙ୍କ ପରାମର୍ଶ କ୍ରମେ ଇଣ୍ଡିଆନ ରେଡକ୍ରସ୍ର ଆଜୀବନ ସଦସ୍ୟ ଡ.ସୁଶୀଲ କୁମାର ବେହେରା ବୁର୍ଲାସ୍ଥିତ ଅଟାଚକି ପଡାର କର୍କଟ ରୋଗାକ୍ରାନ୍ତ ଲୁବିଧା ନାଏକଙ୍କ ଘରକୁ ଆସି କିଛି ଆର୍ଥିକ ସାହାଯ୍ୟ ପ୍ରଦାନ କରିଛନ୍ତି। ପ୍ରକାଶ ଥାଉକି ଏଇ କିଛି ମାସ ମଧ୍ୟରେ ଲୁବିଧା ନାଏକ କର୍କଟ ରୋଗରେ ପୀଡିତ ଅଛନ୍ତି। ତାଙ୍କ ସ୍ଵାମୀ ମଧ୍ୟ ରୋଗଗ୍ରସ୍ତ ଅଛନ୍ତି। ଏହି ଦୁଃଖଦ ଖବର ପୂର୍ବତନ କାଉନସିଲର ସୁଶାନ୍ତ ତାଣ୍ଡିଙ୍କଠୁ ପାଇ ସମାଜସେବୀ ନିହାଲ ସିଂ ଡ. ବେହେରାଙ୍କ ସହିତ ଲୁବିଧାଙ୍କ ଘରକୁ ଯାଇ ଡାକ୍ତର ଏବଂ ଜିଲ୍ଲା ପ୍ରଶାସନ ସହ ତାଙ୍କ ସ୍ବାସ୍ଥ୍ୟର ଉତ୍ତମ ଚିକିତ୍ସା ଓ କିଛି ଆର୍ଥିକ ସାହାଯ୍ୟ ପାଇଁ ଆଲୋଚନା କରିବାକୁ ଆଶ୍ଵାସନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଶ୍ରୀ ସିଂ ବିଭିନ୍ନ ସମୟରେ ବିଭିନ୍ନ ବର୍ଗର ରୋଗୀଙ୍କ ପାଇଁ ଡ.ବିଆର୍ ଆମ୍ବେଦକର ଦେଇଥିବା ସାମ୍ବିଧାନିକ ବ୍ୟବସ୍ଥାରେ କିପରି…
ବାଲିମେଳା: ତା -୦୨/୦୨/ (ବିଏମସି ଟିଭି ଓଡିଆ) ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସୋମନାଥପୁର ପଞ୍ଚାୟତ ଅଧୀନ ଖାରୀଗୁଡା ଗ୍ରାମରେ ଆରମ୍ଭ ହୋଇଛି ମା’ ଦକ୍ଷିଣ କାଳୀଙ୍କ ପୂଜା।ଦୀପାବଳିରେ ସବୁ ଅଞ୍ଚଳରେ ମା ‘ କାଳୀଙ୍କ ପୂଜା ହେଉଥିବା ବେଳେ ଏହି ଗ୍ରାମରେ ଆଜକୁ ପ୍ରାୟ ୩୦ ବର୍ଷରୁ ଉର୍ଦ୍ଧ ବର୍ଷ ହେବ ଖାରୀଗୁଡା ଗ୍ରାମବାସୀଙ୍କ ପକ୍ଷରୁ ପ୍ରତ୍ୟକ ବର୍ଷ ମାଘ ପୁର୍ଣିମାରେ ମା’ ଦକ୍ଷିଣ କାଳୀଙ୍କୁ ଆବାହନ କରାଯାଇଥାଏ। ଏହି କ୍ରମରେ ଚଳିତ ବର୍ଷ ଗ୍ରାମବାସୀଙ୍କ ପକ୍ଷରୁ ପାରମ୍ପରିକ ରୀତିନୀତି ଅନୁଯାୟୀ ବହୁ ଆଡମ୍ବର ସହିତ lଆରମ୍ଭ ହୋଇଛି ମା’ କାଳୀଙ୍କ ପୂଜା ଦୀର୍ଘ ବର୍ଷ ଧରି ଏହି ଖାରୀଗୁଡା ଗାଁରେ ଚାଲିଥିବା ଭିନ୍ନ ପରମ୍ପରା ଶତାଧିକ ଶ୍ରଦ୍ଧାଳୁଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।ଏହି ଅବସରରେ ଗ୍ରାମର ମହିଳାମାନେ ମନ୍ଦିର ନିକଟରେ ପ୍ରବାହିତ ହେଉଥିବା ନଦୀରୁ ଜଳ ସଂଗ୍ରହ କରି ଏକ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରିବା ପରେ ମନ୍ଦିରରେ…
ବେଲଗୁଣ୍ଠା:୦୨/୦୨(ବିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ କ୍ଷତ୍ରିୟବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ଡ଼ ଗିରିଧର ନାୟକଙ୍କ ଅଧ୍ୟକ୍ଷତାରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ତଥା ସମ୍ବାଦ ପ୍ରତିନିଧି ପ୍ରଦ୍ୟୁମ୍ନ ପାତ୍ର, ସାମ୍ବାଦିକ ବିଭୂପାଦ ଜେନା, ଡେମୋନଷ୍ଟ୍ରେଟର୍ ସଞ୍ଜିବ୍ କୁମାର ଦାଶ,ଗ୍ରନ୍ଥାଗାରିକ ଶ୍ରୀନିବାସ ସ୍ୱାଇଁ, ଡିଇଓ ଗୌରୀ ଚରଣ ଶତପଥି, କିରାଣୀ ଚଣ୍ଡୀ ପ୍ରସାଦ ତ୍ରିପାଠୀ,ଲାବ୍ ଆଟେଣ୍ଡାଣ୍ଟ ଶ୍ରୀନିବାସ ତ୍ରିପାଠି ପ୍ରମୁଖ ଉପସ୍ଥିତ ଥିଲେ । ଏହି ରକ୍ତଦାନ ଶିବିର ଆସନ୍ତା ଚାରି ତାରିଖ ସକାଳ ନଅ ଘଣ୍ଟା ତିରିଶି ମିନିଟ୍ ସମୟରେ ଆରମ୍ଭ ହେବାକୁ ଥିବା ବେଳେ ଏଥିରେ ବହୁ ଛାତ୍ରଛାତ୍ରୀ କିପରି ଭାଗନେବେ ତାହା ମୁଖ୍ୟତଃ ଆଲୋଚନା ହୋଇଥିଲା । ସୋରଡା ବିଧାୟକ ନୀଳମଣି ବିଷୋୟୀ ଏବଂ ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ଏହି ଶିବିରରେ ଯୋଗ ଦେବାର କାର୍ଯ୍ୟକ୍ରମ…
