ସମ୍ବଲପୁର/ଗୋଡଭଗା:ତା.୧୬/୧୨ (ବିଏମସି ଟିଭି ଓଡିଆ) ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ୍ କଳାମାଟି ପଞ୍ଚାୟତ ଅଧିନସ୍ଥ ଗୋଡଭଗା କେମ୍ପ୍ ସ୍ଥିତ ଘୁଡୁକାଟିକ୍ରା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସଙ୍କୁଳସ୍ତରୀୟ ବାର୍ଷିକ କ୍ରୀଡା ମହୋତ୍ସବ ମଙ୍ଗଳବାର ଉଦ୍ଯାପିତ ହୋଇଯାଇଛି ।ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି, ଓଡିଶା, ବୁର୍ଲା ସଙ୍କୁଳ ଦ୍ଵାରା ଏଠାରେ ଆୟୋଜିତ ସଙ୍କୁଳ ସ୍ତରୀୟ ଷଷ୍ଠ ବାର୍ଷିକ କ୍ରୀଡ଼ା ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ ଖେଳ ଶିକ୍ଷକ ଭୁବନେଶ୍ୱର ମହାକୁର ଯୋଗଦେଇ କ୍ରୀଡା ଜ୍ୟୋତିକୁ ପ୍ରଜ୍ବଳିତ କରିଥିଲେ। ସମାପନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଆନ୍ତର୍ଜାତିକ କ୍ରୀଡାବିତ୍ ରେଖା ଦେ ଯୋଗ ଦେଇଥିଲେ। ସ୍ଥାନୀୟ ସାରସ୍ବତ ମହାବିଦ୍ୟାଳୟର ଅବସର ପ୍ରାପ୍ତ ଖେଳ ଶିକ୍ଷକ ରୁକ୍ମଣ ଭୋଇ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ବୁର୍ଲା ସଙ୍କୁଳର ସଙ୍କୁଳ ସଂଯୋଜକ ଦେବରାଜ ତ୍ରିପାଠୀ ଖେଳକୁ ସମ୍ପୂର୍ଣ୍ଣ ତଦାରଖ କରିଥିଲେ। ୭ଟି ଶିଶୁ ମନ୍ଦିରରୁ…
Author: BMC NEWS ODISHA
ବେଲଗୁଣ୍ଠା ;ତା-୧୭/୧୨(ବିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ପ୍ରତାପ ଲକ୍ଷ୍ମଣପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନବମ ବାର୍ଷିକ ଉତ୍ସବ ସୃଜନ-୨୦୨୫ ଅନୁଷ୍ଠାନ ଅଧ୍ୟକ୍ଷ ମାନସରଞ୍ଜନ ଡାକୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଉତ୍ସବର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ରୂପେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରି ଲୋପାମୁଦ୍ରା ରଥ ଯୋଗ ଦେଇଥିଲେ I ସେହିପରି ସମ୍ମାନିତ ଅତିଥି ଭାବେ ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନ,ସ୍ଥାନୀୟ ସରପଞ୍ଚ କମଳ କୁମାରୀ ପ୍ରଧାନ, ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଗିରିଧାରୀ ନାୟକ,ବିଧାୟକ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ, ପୂର୍ବତନ ସରପଞ୍ଚ ମହନ୍ତ ରାମକୃଷ୍ଣ ଦାଶ, ନେଟଙ୍ଗା ସିଆରସିସି ସୁଧୀର କାନ୍ତ ତ୍ରିପାଠି, ଅବସରପ୍ରାପ୍ତ ଶିକ୍ଷକ ସନାତନ ନାୟକ, ବଡପଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଡ. ଦୂର୍ଗା ପ୍ରସାଦ ମିଶ୍ର ପ୍ରମୁଖ ମଞ୍ଚାସୀନ…
ନୂଆଦିଲ୍ଲୀ ; ତା- ୧୭/୧୨ (ବିଏମସି ଟିଭି ଓଡ଼ିଆ) ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ଗାଜା ଶାନ୍ତି ଯୋଜନାରେ ପାକିସ୍ତାନକୁ ଫସାଇ ଦେଇଛନ୍ତି । ଗାଜା ଶାନ୍ତି ଯୋଜନା ପାଇଁ ଟ୍ରମ୍ପଙ୍କ ୨୦ – ସୂତ୍ରୀ ରୋଡମ୍ୟାପ୍ ଜାତିସଂଘ ସୁରକ୍ଷା ପରିଷଦ ଦ୍ୱାରା ଅନୁମୋଦିତ ହୋଇଛି। ଏହି ଯୋଜନା ଅନୁଯାୟୀ, ବିଭିନ୍ନ ଦେଶର ସୈନ୍ୟଙ୍କୁ ଗାଜାରେ ମୁତୟନ କରାଯିବ। ପାକିସ୍ତାନର ସଦ୍ୟ ନିଯୁକ୍ତ ସିଡିଏଫ୍ ଅସୀମ ମୁନିରଙ୍କ ପାଇଁ , ଗାଜାକୁ ସୈନ୍ୟ ପଠାଇବା ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି, କାରଣ ଏହା ପଡ଼ୋଶୀ ଦେଶରେ ବିରୋଧ ସୃଷ୍ଟି କରିପାରେ। ଟ୍ରମ୍ପଙ୍କୁ ଭେଟିବା ପାଇଁ ମୁନିର ପୁଣି ଥରେ ଆମେରିକା ଯିବେ: ରଏଟର୍ସର ଏକ ରିପୋର୍ଟ ଅନୁଯାୟୀ, ଆମେରିକା ଗାଜାରେ ସେନା ମୁତୟନ କରିବା ପାଇଁ ପାକିସ୍ତାନ ଉପରେ ଚାପ ପକାଉଛି । ଏହି ପରିପ୍ରେକ୍ଷୀରେ, ଅସୀମ ମୁନିର ଆଗାମୀ ସପ୍ତାହଗୁଡ଼ିକରେ ୱାଶିଂଟନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି…
ରାୟଗଡ଼ା ; ତା-୧୭/୧୨ ( ବିଏମସି ଟିଭି ଓଡ଼ିଆ) ଆଜି ରାୟଗଡା ଜିଲ୍ଲାର ରେ ରାୟଗଡା ସହରର ନିକଟସ୍ଥ ଲାଇଅନ୍ସ କ୍ଳବ ଠାରେ ରାଜ୍ୟ ସାମ୍ବାଦିକ ସଂଘ (ଏସୟୁଜେ) ଓଡ଼ିଶାର ପଞ୍ଚମ ବାର୍ଷିକ ଉତ୍ସବ ଏବଂ ବନ୍ଧୁ ମିଳନ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଥମେ ମା ମଝିଘରିଆଣି ମା’ଙ୍କ ଫଟୋରେ ଦୀପ ପ୍ରଜ୍ୱଳନ କରାଯାଇଥିଲା । ସ୍ଥାନୀୟ ବିବେକାନନ୍ଦ ସ୍କୁଲ ର ଛାତ୍ରଛାତ୍ରୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ପରେ ପରେ ଜିଲ୍ଲାର ଦିବଂଗତ ସାମ୍ବାଦିକ ମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା । ଏହାପରେ ପ୍ରଶାନ୍ତ କୁମାର ନାୟକ ଅତିଥି ବୃନ୍ଦଙ୍କୁ ସ୍ୱାଗତ ଓ ଆସନ ଗ୍ରହଣ କରାଇଥିଲେ। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାୟଗଡା ଜିଲ୍ଲା ପରିଷଦ ଅଦକ୍ଷା ସୁଶ୍ରୀ ସରସ୍ୱତୀ ମାଝୀ. ସମ୍ମାନିତ ଅଥିତି ରାୟଗଡା ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିହାର…
ସମ୍ବଲପୁର ; ତା.୧୭/୧୨ (ବିଏମସି ଟିଭି ଓଡିଆ) ଓଡିଶା ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଓ ଜିଲ୍ଲା ସଂସ୍କୃତି ପରିଷଦ, ସମ୍ବଲପୁର,ର ମିଳିତ ଆନୁକୂଲ୍ୟରେ ଆସନ୍ତା ଜାନୁୟାରୀ ୪ ରୁ ୮ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ଲୋକ ମହୋତ୍ସବ ଅନୁଷ୍ଠିତ ହେବ। ଏହି ଅବସରରେ ଏକ ସ୍ମରଣିକା ପ୍ରକାଶ ପାଇବ। ସମ୍ବଲପୁରୀ ସଂସ୍କୃତି ଆଧାରିତ ଆମର ଟେକକୁ ଗୁରୁତ୍ୱ ଦେଇ ଲୋକ ସାହିତ୍ୟ, ଲୋକକଳା, ପାରମ୍ପରିକ ବେଶଭୁଷା, ବାଦ୍ୟ ପ୍ରଭୃତି ଉପରେ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ପ୍ରବନ୍ଧ ପ୍ରକାଶ ପାଇବ। ଏଥିପାଇଁ ପ୍ରତିଷ୍ଠିତ ଓ ନବୀନ ସାହିତ୍ୟିକ, ପ୍ରାବନ୍ଧିକ ଓ ଗବେଷକଙ୍କ ଠାରୁ ଜିଲ୍ଲା ସାଂସ୍କୃତିକ ପରିଷଦ ପକ୍ଷରୁ ଲେଖା ଆହ୍ୱାନ କରାଯାଇଛି। ଲେଖା ଗୁଡିକ ସ୍ମରଣିକା ଆବାହକଙ୍କ drrajaramsarangi@gmail.com ମେଲ, ୯୪୩୭୪୦୫୪୫୫ ହ୍ୱାଟ୍ସ୍ଅପ୍ କିମ୍ବା ଜିଲ୍ଲା ସଂସ୍କୃତି ଅଧିକାରୀ, ଜିଲ୍ଲାପାଳ କାର୍ଯ୍ୟାଳୟ, ସମ୍ବଲପୁର,ଙ୍କ ଡାକ ଠିକଣାରେ ଇଚ୍ଛୁକ ଲେଖକମାନେ ନିଜ ଅପ୍ରକାଶିତ ମୂଳ ଲେଖା ଗୁଡିକ…
ମାଲକାନଗିରି ; ତା-୧୭/୧୨ ( ବିଏମସି ଟିଭି ଓଡ଼ିଆ) ମାଲକାନଗିରି ବ୍ଲକ ଅନ୍ତର୍ଗତ ପଦ୍ମଗିରି ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରରେ ଶିକ୍ଷା ସଭା କାର୍ଯ୍ୟକ୍ରମ ତଥା ଆସ ସ୍କୁଲ ଯିବା-୨୦୨୫ ସି.ଆର୍.ସି.ସି. ଜିତେନ୍ଦ୍ର କୁମାର ତ୍ରିପାଠୀ ଙ୍କ ତତ୍ତ୍ଵାବଧାନରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଥିଲା । ସର୍ବପ୍ରଥମେ ଉଦଘାଟନ ଉତ୍ସବରେ ପଦ୍ମଗିରି ଗ୍ରାମପଂଚାୟତ ସରପଞ୍ଚ ସୁନାଧର ମାଡକାମୀ, ଜିପି ସଭ୍ୟା କୁନି ଭୂମିଆ, ୱାଡମେମ୍ୱର ମହେନ୍ଦ୍ର ମାଡକାମୀ, ମାଲକାନଗିରି ବ୍ଲକ ସଭାପତି ଗୌରୀ ପଡିଆମି ଙ୍କ ଦ୍ଵାରା ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ଧୂପ ଦୀପ ପ୍ରଜ୍ବଳନ କରି କାର୍ଯକ୍ରମ ଆରମ୍ଭ କରାଯାଇଥିଲା । ଏହି ପଞ୍ଚାୟତର ୫୭ ଜଣ ପିଲାଙ୍କୁ drop out ଓ never enrollment CTS survey ରୁ ଚିହ୍ନଟ କରାଯାଇଥିଲା ସେଥି ମଧ୍ୟରୁ ୩୭ ଜଣ ଛାତ୍ରଛାତ୍ରୀ SIOS, ଓ ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ବୟସ ଆନୁପାତିକ ଶ୍ରେଣୀ ରେ ନାମ ଲେଖାଯାଇଛି…
ବ୍ରହ୍ମପୁର, ତା-୧୭/୧୨ ( ବିଏମସି ଟିଭି ଓଡ଼ିଆ) ପୁରୁଣା ବ୍ରହ୍ମପୁର, ମାଳୁଆଣି ମନ୍ଦିର ନିକଟ ମା ସରସ୍ଵତୀ ଶିଶୁମନ୍ଦିର ପରିସରରେ ବିଜ୍ଞାନ ମେଳା ଓ କଣ୍ଢେଇ ସଭା ବେଶ ଧୁମଦାମ ରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟୟନରତ କୁନିକୁନି ଛାତ୍ରଛାତ୍ରୀଙ୍କ ଦ୍ବାରା ବିଜ୍ଞାନ ସମ୍ବନ୍ଧୀୟ ବିଭିନ୍ନ ପ୍ରକଳ୍ପ ପ୍ରସ୍ତୁତ ହୋଇଥିଲା।ମୁଖ୍ଯ ଅତିଥି ଭାବେ ବରିଷ୍ଠ ଶିକ୍ଷାବିତ ଦେବୀପ୍ରସାଦ ସାହୁ,ଅନ୍ୟତମ ପ୍ରମୁଖ ଅତିଥି ଭାବେ ପୂର୍ବତନ ପ୍ରଧାନଶିକ୍ଷକ ଜୟସେନ ପ୍ରଧାନ ,ସ୍ବଶକ୍ତି ଜାଗରଣ ସେବା ସଂସ୍ଥାନ ର ବରିଷ୍ଠ ସଦସ୍ଯ ତଥା ସମାଜସେବୀ ସନ୍ତୋଷ କୁମାର ମହାନ୍ତି, ସାମ୍ବାଦିକ କାଳି ଦାସ,ଲଳିତ ମହାରଣା, ଗଞ୍ଜାମ ଜିଲ୍ଲା ଘରୋଇ ବିଦ୍ୟାଳୟ ଶିକ୍ଷକ କର୍ତୃପକ୍ଷ ମହାସଂଘର ପ୍ରଚାର ପ୍ରସାର ଦାୟିତ୍ଵ ଥିବା ରମେଶ ଚନ୍ଦ୍ର ବେହେରା ଓ ଗଂଜାମ ଜ଼ିଲ୍ଲା ବ୍ରାହ୍ମଣ ମହାସଭାର ସାଂଗଠନିକ ସଭାପତି ତଥା ସାମ୍ବାଦିକ ଅନିଲ କୁମାର ଚୌଧୁରୀ ପ୍ରମୁଖ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ଵଳନ କରିଥିଲେ।ଅନିଲ କୁମାର ଚୌଧୁରୀଙ୍କ…
ମାଲକାନଗିରି ; ତା-୧୭/୧୨ ( ବିଏମସି ଟିଭି ଓଡ଼ିଆ) ଖଇରପୁଟ ବ୍ଲକ ଅନ୍ତର୍ଗତ କୁଡୁମୁଲୁଗୁମ୍ମା ସରକାରୀ (ଏସ ଏସ.ଡି) ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରିଡ଼ା ଉତ୍ସବ ୨୦୨୫-୨୬ ବିଦ୍ୟାଳୟର ଖେଳ ପଡିଆରେ ଉଦଘାଟିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ବିଶ୍ବାଳ ସଭାପତିତ୍ବ କରିଥିବା ବେଳେ ଅତିଥି ଭାବେ ସମାଜସେବୀ ଜ୍ୟୋତି ରଞ୍ଜନ ବେହେରା, ସମାଜସେବୀ ହିମାଂଶୁ ଶେଖର ସ୍ବାଇଁ, ସମାଜସେବୀ ବିଦ୍ୟାଧର ସାହାଣୀ, ସମାଜସେବୀ ଦିଲ୍ଲୀପ କୁମାର ଦାସ, ବିଦ୍ୟାଳୟର ପରିଚାଳାନା କମିଟିର ସଭାପତି ଲକ୍ଷ୍ମୀ ମାଝୀ, ସଦସ୍ୟ ସୁଖୀରାମ ଶଗରୀଆ ଓ ଶ୍ୟାମ ସୁନ୍ଦର ମାଝୀ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ପ୍ରଥମେ ମା ଭୈରବୀ ମନ୍ଦିରରେ ପୂଜା ଅର୍ଚ୍ଚନା କରାଯାଇ ଛାତ୍ରୀ ମାନେ ମିନି ମାରାଥନ କରି ମଶାଲ ଶୋଭାଯାତ୍ରାରେ ଆସି ଖେଳ ପଡିଆରେ ପହଞ୍ଚିଥିଲେ। ଅତିଥି ମାନଙ୍କ ଦ୍ବାରା ମଶାଲ ସ୍ଥାପନ କରାଯାଇଥିଲା। ଛାତ୍ରୀ ମାନଙ୍କ ଦ୍ବାରା ଅତିଥି ମାନଙ୍କୁ…
ମୟୂରଭଞ୍ଜ ;ତା-୧୩/୧୨(ବିଏମସି ଟିଭି ଓଡ଼ିଆ) ପଶି ଆସିଲେ ଝାଡ଼ଖଣ୍ଡି ହାତୀପଲ। ଆରମ୍ଭ କଲେ ତାଣ୍ଡବ ଗଡାଇଲେ ମୁଣ୍ଡ। ଚାଷୀ ଚିନ୍ତାରେ ଅମଳ ଯୋଗ୍ୟ ଫସଲ ଖାଇବା ସହ ନଷ୍ଟ କରି ମଜଗୁଲ ହାତୀପଲ। ତେବେ କିଛିଦିନ ହେଲାଣି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡ ଅଞ୍ଚଳରେ ପୁଣି ହାତୀପଲ ଆତଙ୍କ ଦେଖାଦେଇଛି। କରଞ୍ଜିଆ ଖଣ୍ଡର ବିଭିନ୍ନ ସ୍ଥାନରେ ଏବେ ପ୍ରାୟ ୫୧ ହାତୀ ଚଳପ୍ରଚଳ କରୁଥିବା ବନବିଭାଗ ସୂଚନା ଦେଇଛି। ଝାଡ଼ଖଣ୍ଡରୁ ଆସିଥିବା ଏହି ହାତୀପଲ ବନବିଭାଗକୁ ଚିନ୍ତାରେ ପକାଇବା ସହ ଆଖିରୁ ନିଦ ହଜାଇଦେଇଛି। ହାତୀଙ୍କ ଗତିବିଧି ଯୋଗୁଁ ୧୦୦ ରୁ ଅଧିକ ଗାଁରେ ଆତଙ୍କ ଲାଗି ରହିଛି । ରରୁଆଁ ବ୍ଲକ ଅନ୍ତର୍ଗତ ଜବାସାହିରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କିତ ଅବସ୍ଥା ଲାଗିରହିଛି।ମୃତ ବ୍ୟକ୍ତି ଝାଡ଼ଖଣ୍ଡ ଅଞ୍ଚଳର ବୋଲି ଜଣାପଡ଼ିଛି। ଜବାସାହି ଅଞ୍ଚଳରେ ବର୍ତ୍ତମାନ ୨୪ ଟି ଝାଡ଼ଖଣ୍ଡୀ ହାତୀ ଥିବା ସୂଚନା…
ବେଲଗୁଣ୍ଠା ;ତା-୧୫/୧୨(ବିଏମସି ଟିଭି ଓଡ଼ିଆ) ଆଜି ବେଲଗୁଣ୍ଠା ବ୍ଲକ ପରିସରରେ ଥିବା ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ଗଞ୍ଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତିଭାସନ୍ , ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଭଞ୍ଜନଗର ଆରକ୍ଷୀ ଉପ ଅଧିକ୍ଷକ ରଞ୍ଜନ କୁମାର ଦେ, ବେଲଗୁଣ୍ଠା ବିଡ଼ିଓ ତଥା ତହସିଲଦାର କଳାକୃଷ୍ଣ ପ୍ରଧାନ ଓ ବ୍ଲକ ଅଧ୍ୟକ୍ଷା ମମତା ଭୋଳ ପ୍ରମୁଖ ଯୋଗଦେଇଥିଲେ। ବିଭିନ୍ନ ବ୍ଲକରୁ ଆସିଥିବା ପ୍ରାୟ ୯୭ଜଣ ନିଜ ନିଜର ଅଭିଯୋଗ ଦାଖଲ କରିଥିଲେ। ମୁଖ୍ୟତଃ ରାସନ କାର୍ଡ , ବାର୍ଦ୍ଧକ୍ୟ ଭତ୍ତା, ଅକ୍ଷମତା, ପିଇବା ପାଣି, ଚାଷ ପାଇଁ ଜଳ, ବିଦ୍ୟୁତ ବିଭାଗ ଉପରେ ଲୋକମାନେ ଅଭିଯୋଗ କରିଥିଲେ। ଏହି ଶିବିରରେ ଅଭିଯୋଗ କରିଥିବା ଗରିବ ଶ୍ରେଣୀ ଅନ୍ତର୍ଭୁକ୍ତ ୭ ଜଣଙ୍କୁ ମେଡିକାଲ ଖର୍ଚ୍ଚ ବାବଦକୁ ୪୨ହଜାର ୫ଶହ…
ବେଲଗୁଣ୍ଠା ;ତା-୧୫/୧୨(ବିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା ସ୍ଥିତ ସରସ୍ଵତୀ ଶିଶୁ ଭବନରେ ୨୯ ତମ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠାନ ସମ୍ପାଦକ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଏହୀ କାର୍ଯ୍ୟକ୍ରମକୁ ବେଲଗୁଣ୍ଠା ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ କୁମାର ସାହୁ ଉଦ୍ଘାଟନ କରିଥିବା ବେଳେ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବେଲଗୁଣ୍ଠା ବଣିକ ସଂଘ ସଭାପତି ସନତ କୁମାର ସୁବୁଦ୍ଧି, ବିଶିଷ୍ଟ ଅତିଥି ରୂପେ ଡେପୁଟି ମ୍ୟନେଜର ହରିଶଙ୍କର ନନ୍ଦ ପ୍ରମୁଖ ମଞ୍ଚାସୀନ ଥିଲେ I କାର୍ଯ୍ୟକ୍ରମରେ ବିଚାରକ ରୂପେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁରେଶ କୁମାର ମହାପାତ୍ର, ବେଲଗୁଣ୍ଠା ବ୍ଳକ୍ ସିଆରସିସି ପୂର୍ଣ୍ଣଚନ୍ଦ୍ର ମହାନ୍ତି, ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟାପକ ରଜତ୍ କୁମାର ଆରୁଖ, ସାର୍ପ ଏଜୁକେସନ୍ ପରିଚାଳକ ସତ୍ୟନାରାୟଣ ସିଅ, ଜିଟି ହାଇସ୍କୁଲ୍ ଶିକ୍ଷୟିତ୍ରୀ ସୁନାକ୍ଷୀ ଦିଗାଲ, ନିୟୁଶ୍ରୀ ପ୍ରଧାନ, ବିଡିପୁର କଲେଜ୍ ଶିକ୍ଷା ସହଯୋଗୀ ତୁଷାରକାନ୍ତ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ପ୍ରକଳ୍ପ…
ବୋଲଗଡ: ତା-୧୬/୧୨(ବିଏମସି ଟିଭି ଓଡ଼ିଆ) ବୋଲଗଡ଼ ମହୋତ୍ସବର ପ୍ରାଣ ପ୍ରତିଷ୍ଠାତା ସ୍ବର୍ଗତ ଜାନକୀବଲ୍ଳଭ ପାଢ଼ୀଙ୍କ ସ୍ମୃତି ଉଦେଶ୍ୟରେ ବୋଲଗଡ଼ ଫ୍ରେଣ୍ଡସ କ୍ଳବ ଆନୁକୂଲ୍ୟରେ ଓ ଫ୍ରେଣ୍ଡସ କ୍ଳବ ସମ୍ପାଦକ ଭଞ୍ଜକିଶୋର ଯତିଙ୍କ ଆବାହକତ୍ୱରେ ୨୫ତମ ଜାନକୀ ପାଢ଼ୀ ମୋମୋରିଆଲ ରାଜ୍ୟସ୍ତରୀୟ ଫୁଟୁବଲ ଟୁର୍ଣ୍ଣାମେଣ୍ଟ ଦ୍ୱିତୀୟ ଦିବସ ରବିବାରଦିନ ବୋଲଗଡ଼ସ୍ଥିତ ସରକାରୀ ବାମନ ଉଚ୍ଚ ବିଦ୍ୟାଳୟ ଖେଳପଡିଆରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟଅତିଥିଭାବେ ବୋଲଗଡ଼ ମହୋତ୍ସବ କମିଟିର ଉପଦେଷ୍ଟା ତଥା ରାଜ୍ୟ ବିଜେପି କୃଷକ ମୋର୍ଚ୍ଚାର କୋଷlଧ୍ୟକ୍ଷ ବିଶ୍ୱଜିତ ସ୍ୱାଇଁ ଓ ସଂମ୍ମାନିତଅତିଥି ଭାବେ ଭାରତୀୟ ଜନତା ଦଳର ସମବାୟ ମୁଖ୍ୟ ସଂଯୋଜକ ଶ୍ରୀରଞ୍ଜନ ମଙ୍ଗରାଜ, ଆଇନଜୀବୀ ବଵୀରକିଶୋର ଦାସ, ଅଶ୍ୱିନୀ କୁମାର ପଟ୍ଟନାୟକ ଓ ସାମ୍ବାଦିକ ପ୍ରଫୁଲ କୁମାର ସିଂହ ପ୍ରମୁଖ ଯୋଗଦେଇ ଏହାକୁ ଶୁଭ ଉଦଘାଟନ କରିଥିଲେ । ଏହି ଫୁଟୁବଲ ଟୁର୍ଣ୍ଣାମେଣ୍ଟ ଇଟାମାଟି ଯଦୁମଣି ଅlର୍ଥଲେଟିକ ଓ ଭୁବନେଶ୍ୱର ଡାଇମଣ୍ଡ ଫୁଟୁବଲ କ୍ଳବ ମଧ୍ୟରେ ଚିତାକର୍ଷକ…
