Author: BMC NEWS ODISHA

ରାୟଗଡ଼ା ; ତା-୧୩/୧୨ ( ବିଏମସି ଟିଭି ଓଡ଼ିଆ) ଜିଲ୍ଲା ଆଇନ ସେବା ପ୍ରାଧିକରଣ, ରାୟଗଡା ତତ୍ତ୍ୱାବଧାନରେ ରାୟଗଡା ଜିଲ୍ଲା ସିଭିଲକୋର୍ଟ ପରିସରରେ ଆଜି ଚତୁର୍ଥ ରାଷ୍ଟ୍ରୀୟ ଲୋକଅଦାଲତ ଅନୁଷ୍ଠିତ ହୋଇଯାଇଅଛି । ଏହି ଲୋକ ଅଦାଲତରେ ରାୟଗଡା ଜିଲ୍ଲା ଅଦାଲତ ସମେତ ଗୁଣୁପୁର, ବିଷମକଟକ, କାଶିପୁର, ପଦ୍ମପୁର ଓ ମୁନିଗୁଡା ଅଦାଲତ ରେ ଦୀର୍ଘ ଦିନ ଧରି ପଡିରହିଥିବା ୧୯୧ ଟି ମାମଲାର ଫଇସଲା ହୋଇ, ସମୁଦାୟ ଟ. ୬୬,୦୧,୮୪୩.୯୮/-(ଛଅଷଠି ଲକ୍ଷ ଏକ ହଜାର ଆଠ ସହ ତେୟାଳିସ ଟଙ୍କା ଅଠାନବେ ପଇସା) ଟଙ୍କା ର ସେଟେଲମେଣ୍ଟ କରାଯାଇଅଛି । ସେହିପରି ରାଜସ୍ୱ ସମ୍ବନ୍ଧିତ ୨୦,୫୮୫ ଟି ମାମଲା ଫଇସଲା ହୋଇଅଛି ଓ ପ୍ରିଲିଟିଗେସନ ସମ୍ବନ୍ଧିତ ୫୨ ଟି ମାମଲାର ଫଇସଲା ହୋଇ ସମୁଦାୟ ଟ.୧୪,୩୬,୦୫୮/-(ଚଉଦ ଲକ୍ଷ ଛତିସ୍ ହଜାର ଅଠାବନ) ଟଙ୍କା ର ସେଟେଲମେଣ୍ଟ କରାଯାଇଅଛି । ଏହି ଲୋକ ଅଦାଲତ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର…

Read More

ଗୁଣୁପୁର; ତା-୧୨/୧୨ ( ବିଏମସି ଟିଭି ଓଡ଼ିଆ) ରାୟଗଡା ଜିଲ୍ଲା , ଗୁଣୁପୁର ବ୍ଲକ, ଭୀମପୁର ପଂଚାୟତ ଅନ୍ତର୍ଗତମଲାପଦର ଗ୍ରାମର ଗୁଇଁଡୁ ଶବର ଙ୍କ ଗୃହରେ ପ୍ରଧାନମନ୍ତ୍ରୀ ସୂର୍ୟ୍ଯ ଘର ଯୋଜନାରେ ସୋଲାର ପେନେଲ ସଂଯୁକ୍ତ କରାଗଲା । ଓଡିଶା ୱେଲଫର ଏସୋସିଏସନ ଟ୍ରଷ୍ଟ ର ଚେୟାରମ୍ୟାନ କରୁଣାକର ଟାକିରି, ବ୍ଲକ ସଂଯୋଜକ ପୂର୍ଣଚନ୍ଦ୍ର ଶବର,ବୀରେନ୍ଦ୍ର କାର୍ଜି ଟ୍ରଷ୍ଟ ଜୋନାଲ ବୋଡି ମେମ୍ବର ଆରସଡ଼ା ଲାଚନା ଓ ଜୟ ସୋଲାର କମ୍ପାନୀର ଭେଣ୍ଡର ଶାନ୍ଟୁନୁ କୁମାର ବେହେରାଙ୍କ ଦ୍ଵାରା ଏହା ସମ୍ଭବ ହୋଇପାରିଛି। ଟାକିରି କହିଛନ୍ତି ଜିଲ୍ଲାର ପ୍ରତ୍ୟେକଙ୍କ ଘରେ ସୋଲାର ପେନେଲ ଲାଗିବ। ପ୍ରଧାନମନ୍ତ୍ରୀ ମନ୍ତ୍ରୀଙ୍କ ଦେଇଥିବା ପ୍ରତିଶୃତି ଅନୁଶାରେ ୩୦୦ୟୁନିଟବିଜୁଳି ମାଗଣା ପାଇବା ସତ୍ୟେ ବଳକା ବିଜୁଳିର ଲାଭଉଠାଇ ପାରିବେ। ଗୁଣୁପୁର ରୁ ମାଳି କେନ୍ଦ୍ରୁକା ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Read More

ବୋଲଗଡ ; ତା-୧୨/୧୨ (ବିଏମସି ଟିଭି ଓଡ଼ିଆ ) ବୋଲଗଡ ଶିକ୍ଷା ବ୍ଲକ ଖଙ୍ଗୁରିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସଂପୁର ସ୍ଥିତ ଚତୃଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟ ଆନୁକୂଲ୍ୟରେ ଓ ପ୍ରଧାନ ଶିକ୍ଷୟିତ୍ରୀ ଶୈବାଳିକା ମଲ୍ଲିକ ଏବଂ ଖେଳ ଶିକ୍ଷକ ଅଂଶୁମାନ ଧଳ ପ୍ରମୁଖଙ୍କ ମିଳିତ ଆବାହକତ୍ୱରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗୀତା ବିଦ୍ୟାଳୟର କ୍ରୀଡ଼ା ପ୍ରାଙ୍ଗଣରେ ଶୁକ୍ରବାରଦିନ ଅନୁଷ୍ଠିତ ହୋଇଯାଇଅଛି । ବାର୍ଷିକ କ୍ରୀଡ଼ା ପ୍ରତିଯୋଗୀତା ଉଦ୍ଘାଟନୀ ଉତ୍ସବରେ ପ୍ରଧାନ ଶିକ୍ଷୟିତ୍ରୀ ଶୈବାଳିକା ମଲ୍ଲିକଙ୍କ ସଭାପତିତ୍ୱରେ ମୁଖ୍ୟଅତିଥିଭାବେ ବୋଲଗଡ ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ, ମୁଖ୍ୟବକ୍ତାଭାବେ ସରପଞ୍ଚ ଜଳଧର ମହାନ୍ତି ଓ ସମ୍ମାନିତ ଅତିଥିଭାବେ ସ୍କୁଲ ପରିଚାଳନା କମିଟିର ସଭା ନେତ୍ରୀ ବିନୋଦିନୀ ଦତ୍ତ,ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିଭୁ ପ୍ରସାଦ ମହାପାତ୍ର,ବରିଷ୍ଠ ସାମ୍ବାଦିକ ପାଣ୍ଡଵ ସାହୁ ପ୍ରମୁଖ ଯୋଗଦେଇ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ଫୁଲ, ଚନ୍ଦନ ଧୂପ,ଦୀପ ଦେଇ ଏହାକୁ ଶୁଭଉଦଘାଟନ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ…

Read More

ଭୁବନେଶ୍ୱର ; ତା-୧୧/୧୨ ( ବିଏମସି ଟିଭି ଓଡ଼ିଆ) ଯିଏ ଯେଉଁ ପଦବୀରେ ବି ଅବସ୍ଥାପିତ ଥାଆନ୍ତୁ ନା କାହିଁକି, ସରକାରୀ ଚାକିରୀକୁ ସବୁବେଳେ ଜନସେବା ଭାବେ ମନେ କରିବେ । ସରକାରୀ ଚାକିରି ମିଳିଯିବା ପରେ କେବେହେଲେ କାର୍ଯ୍ୟରେ ଅବହେଳା କରିବେ ନାହିଁ ଓ ଦୁର୍ନୀତି ଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ ” ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ଵରରେ ଥିବା ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନ ଠାରେ ଆୟୋଜିତ ତ୍ରୟୋଦଶ ନିଯୁକ୍ତି ମେଳା ୨୦୨୫ ଅବସରରେ ନବନିଯୁକ୍ତ ମାନଙ୍କୁ ଉପଦେଶ ଦେଇ କହିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଆଜି ରାଜ୍ୟର ବିଭିନ୍ନ ଜଳସେଚନ କାର୍ଯ୍ୟର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସୂଚନା ଯୋଗ୍ୟଯେ, ଆଜିର ନିଯୁକ୍ତି ମେଳାରେ ଜଳ ସମ୍ପଦ ବିଭାଗର ୨୩୨ ଜଣ, ପୂର୍ତ୍ତ ବିଭାଗର ୧୯୭ ଜଣ, ଓ ଗୃହ ଓ ନଗର ଉନ୍ନୟନ…

Read More

କଟକ; ତା-୧୧/୧୨ ( ବିଏମସି ଟିଭି ଓଡ଼ିଆ) କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ବ୍ଲକର ଓଡ଼ଖଣ୍ଡ ଗ୍ରାମର ଯୁବ ଇଞ୍ଜିନିୟର ମନମୋହନ ସେଠୀ ଗୋସେବା କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ବର୍ତ୍ତମାନ ସମୟରେ ଯେଉଁଠି ଗୋସେବା ଓ ସୁରକ୍ଷାରେ ଯେଉଁଭଳି ସମସ୍ୟା ଦେଖା ଦେଇଛି, ସେଠି ଦୀର୍ଘ ୨୬ ବର୍ଷ ଧରି ଗୋଟେ ଗାଈକୁ ନିଜ ଘରେ ପାଳନ କରି ତାର ଶେଷ ସମୟ ପର୍ଯ୍ୟନ୍ତ ତାକୁ ନିଜ ଘରେ ରଖିଥିଲେ। କିଛି ଦିନ ପୂର୍ବରୁ ଗୋମାତାର ଦେହାନ୍ତ ହୋଇଥିଲେ ମଧ୍ୟ ଏବେ ତା ଲାଗି ନିଜ ଘରେ ହୋମ କର୍ମ ସହ ଗ୍ରାମ୍ୟ ଭୋଜନ ଆୟୋଜନ କରିଥଲେ। ଏଥିରେ ଗ୍ରାମର ସମସ୍ତ ଲୋକ ଭୋଜିରେ ଯୋଗ ଦେଇଥିଲେ। ଏଭଳି ଗୋସେବା ଓ ଗୋମାତାଙ୍କ ପାଇଁ ପ୍ରେମ ରଖିଥିବା ମନମୋହନ ସେଠୀ ଓ ତାଂକ ପରିବାରଙ୍କୁ ପ୍ରଶଂସା କରିଥଲେ। ବିଶେଷକରି ପତ୍ନୀ ମିତାରାଣୀଙ୍କୁ ମଧ୍ୟ ପ୍ରଶଂସା କରିଥଲେ କାରଣ ସ୍ୱାମୀର କାର୍ଯ୍ୟ ବ୍ୟସ୍ତତା…

Read More

ରାୟଗଡ଼ା ;ତା-୦୯/୧୨(ବିଏମସି ଟିଭି ଓଡ଼ିଆ) ରାୟଗଡ଼ ଜିଲ୍ଲାର ଗଣପର୍ବ ଚଇତି -୨୦୨୫ର ବିଭିନ୍ନ ଉପ ସମିତିର ପ୍ରସ୍ତୁତି ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକାର୍ଣ୍ଣି ଆଜି ସମୀକ୍ଷା କରିଛନ୍ତି । ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅପରାହ୍ନ ୪ଟା ବେଳେ ବିଭିନ୍ନ ଉପ-ସମିତି ଯଥା ନିମନ୍ତ୍ରଣ, ମଞ୍ଚ ପରିଚାଳନା, ଖାଦ୍ୟ ପ୍ରସ୍ତୁତି, ରହଣି, ପ୍ରଚାର ପ୍ରଶାର, ଅର୍ଥ ସଂଗ୍ରହ,ଚଇତାଳି ସ୍ମରଣିକା, ପୁରସ୍କାର ଓ ମାନପତ୍ର, ସାଂସ୍କୃତିକ ଓ ସାଂସ୍କୃତିକ ଶୋଭାଯାତ୍ରା ଓ ପଲିଶ୍ରୀ ଆଦି ଉପସମିତିର ଅଧ୍ୟକ୍ଷ, ସହ ଅଧ୍ୟକ୍ଷ ଓ ଆବାହକ ମାନଙ୍କ ସହିତ ଆଲୋଚନା କରିଥିଲେ । ଚଳିତ ବର୍ଷ ଚଇତି ଯେମିତି ସୁନ୍ଦର ଓ ସୁରୁଖୁରୁ ଭାବରେ ଆୟୋଜନ ହୋଇ ପାରିବ ସେଥିପାଇଁ ସମସ୍ତେ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ଶ୍ରୀ କୁଲକାର୍ଣ୍ଣି ନିର୍ଦେଶ ଦେଇଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ଶ୍ରୀ ନବୀନ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଶ୍ରୀ ନିହାର ରଞ୍ଜନ…

Read More

ବଲାଙ୍ଗୀର ;ତା-୦୯/୧୨(ବିଏମସି ଟିଭି ଓଡ଼ିଆ) ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ଅବକାରୀ ବିଭାଗ କାର୍ଯ୍ୟାଳୟ ନାମକୁ ମାତ୍ର ଥିବା ଓ ସର୍ବଦା ତାଲା ଝୁଲୁଥିବା ବେଳେ ମାତ୍ରାଧିକ ଭାବେ ରନ୍ଧା ମଦ କାରବାର ବଢ଼ିଚାଲିଛି । ଏହି ଟିଟିଲାଗଡ ସହର ମଝିରେ ଥିବା ବେଆଇନ୍ ମଦ ଭାଟି ବେସରକାରୀ ଭାବେ ଚାଲୁଥିବା ବେଳେ ଗଳି, କନ୍ଦି ରେ କୁଚିଆ ମଦ ଦୋକାନ ଏକ ବ୍ୟବସାୟ ରେ ପରିଣତ ହୋଇଛି । ସେହିପରି ଆଖ,ପାଖ ଅଞ୍ଚଳ ତଥା ବିଭିନ୍ନ ଗ୍ରାମ ଗୁଡ଼ିକ ରେ ମଦ ଭାଟି ଥିବା ସହ କୁଚିଆ ମଦ ଦୋକାନ ରହିଛି । ବତକ ଚିହ୍ନ ଓ ମାଛ ଚିହ୍ନ ଥିବା ଜରି ପ୍ୟାକେଟ ମଦ ଯୋଗୁଁ ଲୋକ ଙ୍କ ଅକାଳ ମୃତ୍ୟୁ ସଧାରଣ ଘଟଣା ପାଲଟିଛି। ସେହିପରି ଯୁବ ପିଢ଼ି ,ମହିଳା ଏ ନିଶା ରେ ଅବ୍ୟସ୍ତ୍ ହେବା ସହ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡ଼ିଛି…

Read More

ରାୟଗଡ଼ା ;ତା-୦୯/୧୨(ବିଏମସି ଟିଭି ଓଡ଼ିଆ) ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ସଦର ବଡ଼ଦାଣ୍ଡ ରଥ ପଡିଆ ଠାରେ ବ୍ଳକ ସ୍ତରୀୟ ଚଇତି ମହୋତ୍ସବ ୨୦୨୫ ପାଳନ ହୋଇ ଯାଇଛି। ଚଇତି ୨୦୨୫ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ମୁଖ୍ୟଅତିଥି ଜିଲ୍ଲାପରିଷଦ ସଭାପତି ସରସ୍ବତୀ ମାଝୀ ଯୋଗ ଦେଇ ଚଇତି ଷ୍ଟଲ ଉଦଘାଟନ କରିଥିଲେ। ବିଡ଼ିଓ ମନୀଷା ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଂମ୍ମାନୀୟ କେନ୍ଦ୍ରୀୟ ଆଦିବାସୀ ଜନଜାତି ମୋର୍ଚ୍ଚା ର ସାଧାରଣ ସମ୍ପାଦକ କାଳିରାମ ମାଝୀ,କଲ୍ୟାଣସିଂହପୁର ବ୍ଳକ (କ)ଜନ ଜିଲ୍ଲା ପରିଷଦ ଭି ୱାରା ପ୍ରସାଦ ରାଓ,ସାଂସଦ ପ୍ରତିନିଧି କୁମାର ସ୍ବାମୀ କୋୖଶଲ୍ୟା, କନ୍ଧ କୁଳ ସମାଜ ବ୍ଲକ ସଭାପତି ଯୋଗେନ୍ଦ୍ର ୱାଡାକା, ଉପ ସଭାପତି ଶଙ୍କର ହୁଈକା, ଡମ ସମାଜ ବ୍ଳକ ସଭାପତି ଜାଗାମ ବେନିଆ , ବିଜେପି ବ୍ଳକ ମଣ୍ଡଳ ସଭାପତି ଅଜିତ ପାଣିଗ୍ରାହୀ,କଂଗ୍ରେସ ବ୍ଳକ ସଭାପତି ସି ଏଚ ନାଗେଶ୍ୱର ରାଓ, ଡ୍ରାଇଭର ସଙ୍ଗର ସଭାପତି ଗୋଜେନ୍ଦ୍ର ଗରଡ଼ିଆ,ବନାଞ୍ଚଳ…

Read More

ରାୟଗଡ଼ା ;ତା-୧୦/୧୨(ବିଏମସି ଟିଭି ଓଡ଼ିଆ) ରାୟଗଡା ଜିଲ୍ଳା ଲୋକ ମହୋତ୍ସବ ‘ଚଇତି ଓ ପଲ୍ଳିଶ୍ରୀ ମେଳା-୨୦୨୫’ ପାଳନ ଉପଲେକ୍ଷ ଆଜି ଠାରୁ ଆରମ୍ଭ ହୋଇଛି ଚଇତି କ୍ରୀଡା ମହୋତ୍ସବ । ୩୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ସ୍ଥାନୀୟ ରିଲାଏନ୍ସ ସ୍ମାର୍ଟ ନିକଟରୁ ଅନୁଷ୍ଠିତ ଚଇତି କ୍ରୀଡା ମହୋତ୍ସବର ଉଦଘାଟନୀ କାର୍ଯ୍ୟକ୍ରମରେଅତିରିକ୍ତ ଜିଲ୍ଲାପାଳ ସାଧାରଣ ଶ୍ରୀ ନବୀନ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶ୍ରୀ ନିହାର ରଞ୍ଜନ କହ୍ନର, , ସମ୍ମନିତ ଆଦିବାସୀ ଉର୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ତଥା ଚଇତି କ୍ରୀଡା ଉପସମିତି ର ଅଧକ୍ଷ ଚନ୍ଦ୍ର କାନ୍ତ ମାଝୀ, ଡି.ଆଇ.ପି.ଆର.ଓ ଶ୍ରୀ ବସନ୍ତ କୁମାର ପ୍ରଧାନ, କ୍ରୀଡା ଅଧିକାରୀ ଶେଖ୍ ଆଲେନର, ପୌର ନିର୍ବାହୀ ଅଧିକାରୀ କୁଲଦୀପ କୁମାର ପ୍ରମୁଖ ଉପସ୍ଥିତ ଥିଲେ।ସ୍ଥାନୀୟ ରିଲାଏନ୍ସ ସ୍ମାର୍ଟ ନିକଟରୁ ହାଲୁଆ ତୋଟା ପର୍ଯ୍ୟନ୍ତ ଦୀର୍ଘ ୧୦ କିଲୋମିଟର ଯାଏଁ ପୁରୁଷ ଓ ମହିଳା ବର୍ଗରେ ମିନି ମାରାଥନ…

Read More

ବେଲଗୁଣ୍ଠା ;ତା-୧୦/୧୨(ବିଏମସି ଟିଭି ଓଡ଼ିଆ) ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ବୁଧବାର ବେଲଗୁଣ୍ଠା ବ୍ଳକ୍ ସମ୍ମିଳନୀ ଗୃହରେ ପ୍ରକଳ୍ପ ସ୍ତରୀୟ କିଶୋର କିଶୋରୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବେଲଗୁଣ୍ଠା ସିଡ଼ିପିଓ ନଳିନୀ କୁମାରୀ ମହାରଣା ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ବିଡ଼ିଓ କଳାକୃଷ୍ଣ ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଏବିଡିଓ ସନ୍ତୋଷ କୁମାର ମନ୍ତ୍ରୀ, ବେଲଗୁଣ୍ଠା ଥାନା ଅଧିକାରୀ ରେବତୀ ଶବର,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ପ୍ରତିଭା କୁମାରୀ ରଥ, ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରିଣୀ ଡ଼ାକ୍ତର ସବିତା,ସୁପରଭାଇଜର ବିଜୟ ଲକ୍ଷ୍ମୀ ଗୌଡ଼ ପ୍ରମୁଖ ଯୋଗ ଦେଇଥିଲେ ।ଏହି ଅବସରରେ ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ କ୍ଲଷ୍ଟର୍ ରୁ ଆସିଥିବା କିଶୋରୀ ମାନଙ୍କ ମଧ୍ୟରେ ପ୍ରବନ୍ଧ,ବକ୍ତୃତା ଆଦି ପ୍ରତିଯୋଗୀତା କରାଯାଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।କଳା ଓ ସଂସ୍କୃତି ସଂଘ ତରଫରୁ ବିଭିନ୍ନ ସଚେତନତା…

Read More

ସମ୍ବଲପୁର/ଗୋଡଭଗା: ତା.୧୧/୧୨ (ବିଏମସି ଟିଭି ଓଡିଆ) ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ୍ ଅନ୍ତର୍ଗତ କଳାମାଟି ପଞ୍ଚାୟତ ଅଧିନସ୍ଥ ଗୋଡଭଗା କେମ୍ପ୍ ସ୍ଥିତ ଘୁଡୁକାଟିକ୍ରା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଚଳିତ ଶିକ୍ଷା ବର୍ଷର ବାର୍ଷିକ କ୍ରୀଡା ଉତ୍ସବ ଆଜି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିବସରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ପରିଚାଳନା ସମିତିର ସମ୍ପାଦକ କୃଷ୍ଣ ଚନ୍ଦ୍ର ସାଥୁଆ ଓ ଯୁଗ୍ମ ସମ୍ପାଦକ ତ୍ରିବିକ୍ରମ ପ୍ରଧାନ ଯୋଗଦେଇ ବାଳ ବାଳିକାର କ୍ରୀଡା ପର୍ଯ୍ୟାୟକୁ ଉଦ୍‌ଘାଟନ କରିଥିଲେ। ଏଥିର ମୁଖ୍ୟ ଅତିଥି ଭାବେ ମୁକ୍ତିୟାଲା ଗଙ୍ଗାଧର ରାକେଶ, ଉଦ୍ୟୋଗପତି ଭେଙ୍କଟେଶ୍ୱର ରାଇସ୍‌ ମିଲ୍,ବାବୁବନ୍ଧ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ପ୍ରେମାନନ୍ଦ ସାହୁ, ଉପଦେଷ୍ଟା ମଣ୍ଡଳୀ ସଦସ୍ୟା ଏବଂ ଭୂତପୂର୍ବ ପୂର୍ବ ସମ୍ପାଦକ ଯୋଗ ଦେଇଥିଲେ। ଆଜି ବାର୍ଷିକ କ୍ରୀଡାର ଦ୍ୱିତୀୟ ଦିବସ କ୍ରୀଡ଼ା ସମାପନ ସମାରୋହ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ଗୋଡଭଗା ଫାଣ୍ଡି ଅଧିକାରୀ ଗଣେଶ…

Read More

ବେଲଗୁଣ୍ଠା ;ତା-୧୦/୧୨(ବିଏମସି ଟିଭି ଓଡ଼ିଆ) ଆଜି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୨୮ତମ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଆୟୋଜିତ ଉଦଘାଟନୀ ସଭାରେ ଅନୁଷ୍ଠାନର ଅଧ୍ୟକ୍ଷା ରୁନିବାଳା ତ୍ରିପାଠୀ ଅଧ୍ୟକ୍ଷତା କରିଥିବା ବେଳେ ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କ୍ରୀଡା କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ରୂପେ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ପ୍ରଶାସନିକ ଅଧିକ୍ଷକ ତ୍ରିନାଥ ବେହେରା, କ୍ରୀଡା ଅଧିକାରୀ ସୁଶାନ୍ତ କୁମାର ଲେଙ୍କା ,ସହ କ୍ରୀଡା ଅଧିକାରୀ ପି.ଦିପକ ରାଓ ପ୍ରମୁଖ ମଞ୍ଚାସୀନ ରହି ଛାତ୍ର ଛାତ୍ରୀଙ୍କୁ ଅଭିଭାଷଣ ପ୍ରଦାନ କରି ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ସ୍ଥାନୀୟ ବୀର ହନୁମାନଙ୍କ ମନ୍ଦିରରୁ ମଶାଲ ଶୋଭାଯାତ୍ରା ବାହାରି ଖେଳ ପଡିଆରେ ପହଞ୍ଚିବା ପରେ କ୍ରୀଡାବିତ୍ ଙ୍କ ସମୂହ ଶପଥ ପାଠ,କ୍ରୀଡା ପତାକା ଉତ୍ତୋଳନ ଏବଂ…

Read More