Author: BMC NEWS ODISHA

ବରଗଡ଼;ତା-୧୪/୧୨(ବିଏମସି ଟିଭି ଓଡ଼ିଆ) ‌ବରଗଡ଼ ଜିଲ୍ଲା ଅତାବିରା ଏନ୍ ଏ ସି ଅନ୍ତର୍ଗତ ଲାଦେରପାଲି ଶ୍ରୀ ଶ୍ରୀ ରଣେଶ୍ୱର ମାଁ ରାମଚଣ୍ଡୀଙ୍କ ପୀଠରେ ଆଜି ସନ୍ଧ୍ୟା ୫ ଟା ସମୟରେ ସମ୍ବଲପୁରୀ ରାମଚଣ୍ଡୀ କେଲେଣ୍ଡର ଉନ୍ମୋଚିତ ହୋଇଯାଇଛି। ଅତାବିରା ଅଞ୍ଚଳର ବିଶିଷ୍ଟ ସମାଜସେବୀ ତଥା ସଂଗଠକ ଶ୍ରୀ ସୁବାଷ ପ୍ରଧାନ ଙ୍କ ଦ୍ଵାରା ଦୀର୍ଘ ୬ ବର୍ଷ ରୁ ପ୍ରକାଶିତ ହୋଇଆସୁଥିବା ଶ୍ରୀ ଶ୍ରୀ ମାଁ ରଣେଶ୍ୱର ରାମଚଣ୍ଡୀ କେଲେଣ୍ଡର ର ଷଷ୍ଠ ସଂସ୍କରଣ ଉନ୍ମୋଚିତ ହୋଇଯାଇଛି। ଦେବୀ ମାଁ ରାମଚଣ୍ଡୀଙ୍କୁ ପ୍ରଥମେ ଅର୍ପଣ କରିବା ପରେ ଏହି କେଲେଣ୍ଡର ଉନ୍ମୋଚନ କରାଯାଇଥିଲା। ଏହି ଅବସରରେ ରାମଚଣ୍ଡୀ ମନ୍ଦିର ର ବିଶିଷ୍ଟ ସମାଜସେବୀ ତଥା ସଂଗଠକ ଶ୍ରୀ ଦିବାକର ପ୍ରଧାନ, ରାମଚଣ୍ଡୀ ମନ୍ଦିର ସଭାପତି ସୁରେନ୍ଦ୍ର ସ୍ବାଇଁ,ରାମଚଣ୍ଡୀ ମନ୍ଦିର ପୂଜକ ଡମ୍ବରୁଧର ପଧାନ,ସୁଦୟ ଭୋଇ,ସମାଜସେବୀ ତଥା ସଂଗଠକ ଶ୍ରୀ ସୁବାଷ ପ୍ରଧାନ,ସପ୍ତଶିନ୍ଧୁ ପ୍ରଧାନ ,ଦଶରଥ ଭୋଇ, ଦୁର୍ଲ୍ଲଭ ଗଡତିଆ, ପ୍ରମୁଖ ଉପସ୍ଥିତ…

Read More

ସମ୍ବଲପୁର:ତା.୧୩/୧୨(ବିଏମସି ଟିଭି ଓଡିଆ) ଶିଶୁମାନଙ୍କ ପ୍ରତି ମା’ଙ୍କ ପରି ଗୁରୁଙ୍କ ମଧ୍ୟ୍ୟ ଦାୟିତ୍ୱ ରହିଛି। ବିଦ୍ୟାଳୟ ପରିସର କେବଳ ଶିକ୍ଷାର ମାଧ୍ୟମ ନୁହେଁ, ବରଂ ଶିଶୁକୁ ସୁସ୍ଥ ଓ ସମୃଦ୍ଧଶୀଳ ଭାବେ ଗଢି ପ୍ରତିଭା ଅନ୍ୱେଷଣ ଦ୍ୱାରା ବିକାଶର ବାଟ ଫିଟିଥାଏ, ଯାହାକି ନୂତନ ଶିକ୍ଷା ନୀତିର ମାଧ୍ୟମ ବୋଲି ବକ୍ତାମାନେ କହିଛନ୍ତି। ଶନିବାର ଯୁଯୁମୁରା ବ୍ଲକ ଡ଼ଙ୍ଗରପଡା ପଞ୍ଚାୟତରେ ଥିବା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିପାଇଁ ଆୟୋଜିତ ସଭାରେ ପଡ଼ିଆବାହାଲ ଆରୋଗ୍ୟ କେନ୍ଦ୍ରର ଡାକ୍ତର ଲୋକନାଥ ପ୍ରଧାନ ମୁଖ୍ୟଅତିଥି, ଅଧ୍ୟାପକ ଯତୀନ୍ଦ୍ର ପ୍ରଧାନ ମୁଖ୍ୟବକ୍ତା ଓ ଡାକ୍ତର ରାଜାରାମ ଷଡ଼ଙ୍ଗୀ ଏବଂ ସ୍କୁଲର ପରିଚାଳନା କମିଟି ସଭାପତି ମନୋରଞ୍ଜନ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସ୍କୁଲର ପ୍ରଧାନ ଶିକ୍ଷକ ଜୟରାମ ଖମାରୀ ସଭାରେ ଅଧ୍ୟକ୍ଷତା କରିବା ସହିତ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହାକୁ ହିନ୍ଦୀ ଶିକ୍ଷକ ମହେନ୍ଦ୍ର ମିଶ୍ର ସଂଯୋଜନା କରିଥିଲେ।…

Read More

କୋରାପୁଟ ;ତା-୧୩/୧୨(ବିଏମସି ଟିଭି ଓଡ଼ିଆ) ଆଜି କୋରାପୁଟ ମୁନିସିପାଲିଟି ର ଅଟୋରିୟମ ହଲ ଠାରେ ସ୍ଥାନୀୟ ଇଂରାଜୀ ମିଡିୟମ ସେଣ୍ଟ ସ୍କୁଲ ର ଚବିଶ ତମ ବାର୍ଷିକ ଉତ୍ସବ ରେ ଚମକିଛନ୍ତି ଏଲ କେଜିରେ ପଢ଼ୁଥିବା କୁନି ଛାତ୍ରୀ ଅସୀମା ପଟନାୟକ ସେ ଏକାଧାର ରେ ନାଚ ଗୀତ କ୍ରୀଡା ସବୁଠିରେ ନିଜର ପାରଦର୍ଶିତା ଦେଖାଇବା ସହ ବିଦ୍ୟାଳୟ ତରଫରୁ ତାଙ୍କୁ ଏଥିପାଇଁ ସ୍ୱତନ୍ତ୍ର ପୁରସ୍କାର ବାର୍ଷିକ ଉତ୍ସବ ରେ ପ୍ରଦାନ କରାଯାଇଛି ।ଏଥିପାଇଁ ବିଦ୍ୟାଳୟ ର ଅଧ୍ୟକ୍ଷ ଶିକ୍ଷକ ଶିକ୍ଷୟତ୍ରୀ ଅସୀମା ଙ୍କ ଅଜା ଆଈ ମାମୁ ମମ୍ମି ସମସ୍ତେ ଖୁସି ବ୍ୟକ୍ତ କରିଥିବାର ଜଣାପଡିଛି । କୋରାପୁଟ ରୁ ଦେବାଶ୍ରିତ ପଟନାୟକ ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Read More

ବେଲଗୁଣ୍ଠା ;ତା-୧୩/୧୨(ବିଏମସି ଟିଭି ଓଡ଼ିଆ) ଆଜି ବେଲଗୁଣ୍ଠା ଉପଖଣ୍ଡ ବିଦ୍ୟୁତ୍ ବିଭାଗ ତରଫରୁ ବେଲଗୁଣ୍ଠା ଏବଂ ଜଗନ୍ନାଥପ୍ରସାଦରେ ଉପଖଣ୍ଡ ସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ପୂର୍ବରୁ ବିଦ୍ୟୁତ୍ ଚୋରି କରିବା କାରଣରୁ ଜୋରିମାନା ପଡ଼ିଥିବା ବିଦ୍ୟୁତ୍ ଗ୍ରାହକ ମାନଙ୍କ ନିମନ୍ତେ ଏହି ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ୫୨ ଜଣ ଗ୍ରାହକଙ୍କର ସମସ୍ୟାର ଆପୋଷ ସମାଧାନ କରାଯାଇଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟୁତ୍ ବିଭାଗ ଉପଖଣ୍ଡ ଅଧିକାରୀ ସୁରଜ ପଟ୍ଟନାୟକ,ଡିଓଏସ୍ କେଶରୀ କୁମାର, କନିଷ୍ଠ ଯନ୍ତ୍ରୀ ସ୍ୱାଧୀନ ବରାଡ଼, ଆରପିଓ ବିଶ୍ଵନାଥ ମଲ୍ଲିକଙ୍କ ସମେତ ବହୁ କର୍ମଚାରୀ ସହଯୋଗ କରିଥିଲେ । ବେଲଗୁଣ୍ଠା ରୁ ନାରାୟଣ ପଣ୍ଡାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Read More

ବେଲଗୁଣ୍ଠା ;ତା-୧୩/୧୨(ବିଏମସି ଟିଭି ଓଡ଼ିଆ ) ଶନିବାର ଦିନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ବେଲଗୁଣ୍ଠା ଠାରେ ଦ୍ୱିତୀୟ ପର୍ଯ୍ୟାୟ ସପ୍ତ ଶକ୍ତି ସଙ୍ଗମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବେଲଗୁଣ୍ଠା ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ସଂଯୁକ୍ତା ପଣ୍ଡା ମୁଖ୍ୟଅତିଥି ,ଅଧ୍ୟାପିକା ଗୀତା ଶ୍ରୀ ସାମନ୍ତ ସମ୍ମାନୀତ ଅତିଥି ଓ ଶ୍ରୀମତୀ ରେଣୁ ପ୍ରଭା ଦାଶ ବରିଷ୍ଠା ଶିକ୍ଷିକା ମୁଖ୍ୟବକ୍ତା ଭାବେ ଯୋଗଦେଇ ମାତୃଶକ୍ତିର ମହତ୍ୱ ସଂପର୍କରେ ମାତୃମଣ୍ଡଳୀକୁ ମନ୍ତ୍ରମୁଗ୍ଧ କରି ସମ୍ବୋଧିତ କରିଥିଲେ ।ଅଧ୍ୟକ୍ଷା ଭାବରେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସଂଧାରାଣୀ ପାଢ଼ୀ ଯୋଗ ଦେଇ ଉଚ୍ଚକୋଟୀର ଭାଷଣ ମାଧ୍ୟମରେ ମାତୃମଣ୍ଡଳୀକୁ ମାର୍ଗଦର୍ଶନ କରିଥିଲେ। ଅନୁଷ୍ଠାନର ପ୍ରଧାନାଚାର୍ଯ୍ୟ ଆଦିତ୍ୟ ପ୍ରସାଦ ମହାଯାତ୍ର ସ୍ୱାଗତ ଭାଷଣ ଓ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଅନୁଷ୍ଠାନର ଆଚାର୍ଯ୍ୟା ସଜ୍ଞା ଶତରୂପା ରାଉତରାୟ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଶତାଧିକ ମାଆ ଓ ଭଉଣୀଏଥିରେ ଯୋଗଦାନ କରିଥିଲେ।ସମସ୍ତ ସେବାବ୍ରତୀ ଏହି ଭବ୍ୟ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ…

Read More

ବେଲଗୁଣ୍ଠା ;ତା-୧୩/୧୨(ବିଏମସି ଟିଭି ଓଡ଼ିଆ) ମନ୍ଦିର ଲୁଟେରାମାନେ ବେଲଗୁଣ୍ଠା ପୋଲିସ୍ ର ନିଦ ହଜାଇ ଦେଇଛନ୍ତି । ଲଗାତାର ଦ୍ୱିତୀୟ ଦିନ ପାଇଁ ମନ୍ଦିର ଲୁଟେରା ବେଲଗୁଣ୍ଠା ପୋଲିସ୍ କୁ ଦେଇଛନ୍ତି ଚାଲେଞ୍ଜ୍ । ଗୁରୁବାର ରାତିରେ ଦୁର୍ବୃତ୍ତ ମାନେ ବେଲଗୁଣ୍ଠାର ଅଧିଷ୍ଠାତ୍ରୀ ଦେବୀ ମାଆ ବ୍ରାହ୍ମଣ ଦେବୀଙ୍କ ମନ୍ଦିରରୁ ଚୋରି କରିବାର ପାଖାପାଖି ଚବିଶି ଘଣ୍ଟା ମଧ୍ୟରେ ଅର୍ଥାତ୍ ଶୁକ୍ରବାର ରାତିରେ ଟାର୍ଗେଟ୍ କରିଛନ୍ତି ବେଲଗୁଣ୍ଠା ଥାନା ଅନ୍ତର୍ଗତ ଘୂ. ନୂଆଁଗାଆଁର ମାଆ ବାର ପାହାନ୍ତି ଠାକୁରାଣୀ ଏବଂ ଶନି ମନ୍ଦିରକୁ ।ଶୁକ୍ରବାର ରାତିରେ ଗ୍ରାମର ଉଭୟ ମନ୍ଦିରରୁ ଚୋରି ହୋଇଥିବା ନେଇ ବେଲଗୁଣ୍ଠା ଥାନାରେ ମନ୍ଦିର ପରିଚାଳନା କମିଟି ତରଫରୁ ଅଭିଯୋଗ ହୋଇଛି ।କମିଟିର ଅଭିଯୋଗ ପ୍ରକାରେ ଶୁକ୍ରବାର ରାତିରେ କୌଣସି ଦୁର୍ବୃତ୍ତ ମାଆ ବାର ପାହାନ୍ତି ଠାକୁରାଣୀ ମନ୍ଦିରର ଲାଇଟ୍ ଏବଂ ତାଲା ଭାଙ୍ଗି ଠାକୁରାଣୀଙ୍କ ଦେହରେ ଥିବା ସମସ୍ତ ଅଳାଙ୍କାର ତଥା ରୂପା ମୁକୁଟ, ରୂପା…

Read More

ବ୍ରହ୍ମାପୁର ;ତା-୧୩/୧୨(ବିଏମସି ଟିଭି ଓଡ଼ିଆ) ବେଗୁନିଆପଡା ସନ୍ନିକଟ ରାଗପୁର ଗ୍ରାମ ଠାରେ ପ୍ରଥିତଯଶା ସଂକୀର୍ତ୍ତନ ଗୁରୁ ପି. କେଦାର ଦୋରାଙ୍କ ଦ୍ୱାଦଶାହ ଅବସରରେ ଏକ ସଂକୀର୍ତ୍ତନ ସମାରୋହ ନାଟ୍ୟ ଗୁରୁ ଇନ୍ଦ୍ରମଣି ସାସମଲ ଏବଂ ଗ୍ରାମବାସୀଙ୍କ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି। ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଏହି କାର୍ଯ୍ୟକ୍ରମର ଶୁଭ ଉଦଘାଟନ ସହ କେଦାର ବାବୁଙ୍କ ଫୋଟୋ ଚିତ୍ରରେ ପୁଷ୍ପାଞ୍ଜଳି ଦେଇ ସେ ଜଣେ ଆଗଧାଡିର ସମର୍ପିତ ସଂକୀର୍ତ୍ତନ ଗୁରୁ ଥିଲେ ଏବଂ ତାହାଙ୍କ ଅବର୍ତ୍ତମାନ ରାଜ୍ୟ ସଂକୀର୍ତ୍ତନ କଳା କ୍ଷେତ୍ରର ଅଶେଷ କ୍ଷତି ସାଧିତ ହେଲାବୋଲି ମତବ୍ୟକ୍ତ କରିଥିଲେ। ବେଗୁନିଆପଡା ବ୍ଲକ କଳା-ସଂସ୍କୃତି ସଂଘ ସଂଯୋଜକ ମହେଶ୍ବର ବରାଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଖଲ୍ଲିକୋଟ ବ୍ଲକ ଉପସଭାପତି ଦିଗାମ୍ବର ମହାରଣା, ବେଗୁନିଆପଡା ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ଦୁର୍ଯ୍ୟୋଧନ ଗୌଡ଼, ସରପଞ୍ଚ କାଶୀନାଥ ବେହେରା, ବରିଷ୍ଠ ସଂକୀର୍ତ୍ତନ ତଥା ମୃଦଙ୍ଗ ଗୁରୁ…

Read More

ବରଗଡ଼ ;ତା-୧୩/୧୨(ବିଏମସି ଟିଭି ଓଡ଼ିଆ) ଆମ୍ବୁଲାନ୍ସ ଦ୍ଵାରା ନଭେମ୍ବର ୬ତାରିଖ ରେ ବରପାଲି ରୁ ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ଜଣେ ରୋଗୀଙ୍କୁ ଆଣି ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାର ତରଫ ରୁ ତାଙ୍କ ର ସେବା ଯତ୍ନ କରିବା ସହ ଡାକ୍ତର ମାନଙ୍କ ଦ୍ଵାରା ଚିକିତ୍ସା କରାଯାଉଥିଲା। ଦୀର୍ଘ ଦିନ ଧରି ଚିକିତ୍ସା କରିବା ପରେ ଚିକିତ୍ସାଧୀନ ଅବସ୍ଥାରେ ଡିସେମ୍ବର ୯ତାରିଖ ରାତି ରେ ତାଙ୍କର ମୃତ୍ୟୁ ହୋଇଥିଲା। ଏ ନେଇ ଭଟଲୀ ପୋଲିସ ଙ୍କୁ ଖବର ଦିଆଯାଇଥିଲା। ତାଙ୍କର କେହି ସମ୍ପର୍କୀୟ ନ ଥିବାରୁ  ପୋଲିସ ଉପସ୍ଥିତ ରେ ଶବ ସଂରକ୍ଷଣ କକ୍ଷରେ ରଖାଯାଇଥିଲା। ୯୬ଘଣ୍ଟା ରଖିବା ପରେ ଆଜି ଭଟଲି ପୋଲିସ ନିଷ୍ଠା ପରିବାର କୁ ଲିଖିତ ଅନୁମତି ଦେବା ପରେ ଆମ ନିଷ୍ଠା ପରିବାର ତରଫ ରୁ ସସମ୍ମାନେ ଶବ ସତ୍କାର କରାଯାଇଥିଲା। ଏହି ମହତ କାର୍ଯ୍ୟ ରେ ଭଟଲୀ…

Read More

ସମ୍ବଲପୁର/ଗୋଡଭଗା:ତା.୧୪/୧୨(ବିଏମସି ଟିଭି ଓଡିଆ) ବରଗଡ଼ ଜିଲ୍ଲା ବରପାଲି ବ୍ଲକ୍ ଅନ୍ତର୍ଗତ ସର୍ଗିପାଲି ସ୍ଥିତ ମାଁ ସାରଦା ପୀଠ ପରିସରରେ ଯୋଗ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ଯା ପ୍ରଶିକ୍ଷଣ ପ୍ରତିଷ୍ଠାନ ପକ୍ଷରୁ ମାଁ ସାରଦା ଦେବୀଙ୍କ ୧୭୨ତମ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ଆଚାର୍ଯ୍ଯ ଓ ସାଧକସାଧିକା ମାନଙ୍କ ଗହଣରେ ଗୁରୁଜୀ ଉଦ୍‌ଘାଟନ କରିଥିଲେ। ପ୍ରାରମ୍ଭରେ ପିଠ ପୂଜନ ସମ୍ପର୍ଣ୍ଣ ପରେ ଗୁରୁମାଁ, ଗୁରୁଜୀ, ଆଚାର୍ଯ୍ଯ ଓ ସାଧକସାଧିକା ଶିକ୍ଷାର୍ଥିମାନେ ମାଁଙ୍କ ପ୍ରତିମୂର୍ତ୍ତିରେ ମାଲ୍ଯାର୍ପଣ ସହ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ଶ୍ରୀଗୁରୁଙ୍କ ରଚିତ ଜୟମାଁ ସାରଦା ସଂଗିତ ସାଧିକା ବାସନ୍ତି ଓ ସାଥିଙ୍କ ଦ୍ବାରା ପରିବେଷଣ ହୋଇଥିଲା। ମାଁ ସାରଦାଙ୍କ ଜୀବନୀ ଓ ତ୍ଯାଗ, ନିଷ୍ଠା, ବଦାନ୍ୟତା ଏବଂ ନାରୀ ସମାଜର ପ୍ରେରଣାର ଶକ୍ତି ବିଷୟ ଉପରେ ସାଧକ ମହେନ୍ଦ୍ର ମହାଣା ଉପସ୍ଥାପନ କରିଥିଲେ। ଈଶ୍ବର ପ୍ରଣିଧାନ ସମ୍ବନ୍ଧରେ ଯୋଗ ବିଜ୍ଞାନର ରହସ୍ୟ ଉପରେ ଆଚାର୍ଯ୍ୟ ଶେଷଦେବ ବେହେରା ଅଭିଭାଷଣ ରଖିଥିଲେ।…

Read More

ବ୍ରହ୍ମପୁର ; ତା-୧୩/୧୨ ( ବିଏମସି ଟିଭି ଓଡ଼ିଆ) ସ୍ଥାନୀୟ ଗଞ୍ଜାମ କଳା ପରିଷଦ ଠାରେ ରାଜଧିରାଜ ଦେବରାଜ ସାହିତ୍ୟ ସଂସଦ ଏବଂ ଲେଖିକା ସଂସଦର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଶୀତ ସାହିତ୍ୟ ଆସରରେ କବି ଆଶୁତୋଷ ପାତ୍ରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କବିତା ଅସାରରେ ମୁଖ୍ୟ ଅତିଥି ଡକ୍ଟର ଶ୍ୟାମା ପ୍ରସାଦ ମିଶ୍ର, ମୁଖ୍ୟ ବକ୍ତା ଭାବେ ସୂଚନା ପାଢ଼ୀ ସମ୍ମା ନୀୟ ଅତିଥି ଭାବେ କାଳିନ୍ଦୀ ନାୟକ, ଏବଂ ତାପସ ପାଣିଗ୍ରାହୀ ଯୋଗ ଦେଇ ଥିଲେ। ବର୍ଷର ଶେଷ ଶୀତ ଆସରରେ ଶୀତରେ ଶୀତ କବିତାକୁ ମୁଖ୍ୟ ଅତିଥି ଡକ୍ଟର ଶ୍ୟାମା ମିଶ୍ର ନିଜ ବକ୍ତବ୍ୟ ରେ ନୂତନ କବି ମାନେ ଶୀତ କବିତାକୁ ଆହୁରି ସୁନ୍ଦର ଭାବେ ରଚନା କରି ପତ୍ର, ପତ୍ରିକାରେ ପ୍ରକାଶ କରିବାକୁ ଆହ୍ୱାନ ଦେଇଥିଲେ। ସନ୍ନମାନୀୟ ଅତିଥି କାଳିନ୍ଦ ନାୟକ ଆଜି ଦାରିଙ୍ଗବାଡି, ଫୁଲବାଣୀ ଠାରେ ଅନେକ କବି କବିତା ପାଠ କରି…

Read More

ବଲାଙ୍ଗୀର/ଟିଟିଲାଗଡ ; ତା-୧୩/୧୨ ( ବିଏମସି ଟିଭି ଓଡ଼ିଆ) ଏଡସ୍ ଭୁତାଣୁ ରେ ସଂକ୍ରମିତ ହୋଇ ଜୀବନ ମରଣ ସହ ସଂଗ୍ରାମ କରୁଥିବା ଜଗ ବାଗ (ଛଦ୍ମନାମ) ନାମକ ଜଣେ ୬୮ ବର୍ଷୀୟ ବୃଦ୍ଧ ଙ୍କୁ ସରକାରୀ ମାଗଣା ଏ ଆର ଟି ଔଷଧ ମିଳି ପାରୁନି । ପ୍ରକାଶ ଯେ,ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ପୌର ପରିଷଦ ର ଏହି ବୃଦ୍ଧ ଙ୍କ ସ୍ତ୍ରୀ ଏହି ଭୂତାଣୁ ସଂକ୍ରମଣ ଯୋଗୁଁ ଅକାଳ ମୃତ୍ୟୁ ବରଣ କରିଥିଲେ । ସେହିପରି ତାଙ୍କ ଗୋଟିଏ ୨୭ ବର୍ଷୀୟ ପୁଅ ର ମଧ୍ୟ ମୃତ୍ୟୁ ଘଟିଛି । ଶ୍ରୀ ବାଗ ଅର୍ଥ ଅଭାବ ରୁ ବଲାଙ୍ଗୀର ଜିଲ୍ଲା ଏ ଆର ଟି କେନ୍ଦ୍ର ବସ ରେ ୧୦୦ ଟଙ୍କା ଭଡ଼ା ଦେଇ ଯିବାକୁ ଅସମର୍ଥ । ପାଞ୍ଚ କେଜିୟା ଚାଉଳ କାର୍ଡ ଟିଏ ଓ ମାସିକ ୧୦୦୦ ଟଙ୍କା ଭତ୍ତା ହିଁ ତାଙ୍କ ସାହାରା ।…

Read More

ସମ୍ବଲପୁର ; ତା.୧୩/୧୨ (ବିଏମସି ଟିଭି ଓଡିଆ) ଭାରତୀୟ ଦଳିତ ସାହିତ୍ୟ ଏକାଡେମିର ୪୧ତମ ରାଷ୍ଟ୍ରୀୟ ଅଧିବେଶନ ରାଷ୍ଟ୍ରୀୟ ଅଧ୍ୟକ୍ଷ ପ୍ରଫେସର ଡ.ସୋହନପାଲ ସୋମନାକ୍ଷରଙ୍କ ଅଧ୍ୟକ୍ଷତାରେ ଗତ ଶୁକ୍ରବାର ପଞ୍ଚଶୀଳ ଆଶ୍ରମ, ଝରୋଦା, ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥାଏ। ଏଥର ସାରା ଭାରତର ୧୦ଜଣଙ୍କ ମଧ୍ୟରୁ ଓଡିଶାର ବିଶିଷ୍ଟ ସମାଜସେବୀ ନିହାଲ ସିଂଙ୍କୁ ଡ.ବି.ଆର୍.ଆମ୍ବେଦକର ସେବା ସମ୍ମାନ ମୁଖ୍ୟଅତିଥି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡ.ସତ୍ୟନାରାୟଣ ଜଟିଆ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଂଘପ୍ରୀୟ ଗୌତମଙ୍କ ଉପସ୍ଥିତିରେ ଏହି ମର୍ଯ୍ୟାଦାଜନକ ସମ୍ମାନ ପ୍ରଦାନ କରାଯାଇଥିଲା। ଭାରତ ବାହାର ଦେଶ ଜାପାନ, ନେପାଳ, ଭୁଟାନ ଓ କାନାଡା ପ୍ରତିନିଧି ମଧ୍ୟ ଯୋଗଦାନ କରିଥିଲେ । ଏଥିରେ ଭାରତୀୟ ଦଳିତ ସାହିତ୍ୟ ଏକାଡେମି ରାଷ୍ଟ୍ରୀୟ ମହାସଚିବ ଜୟ ସୋମନାକ୍ଷର ଓ ସଚିବ ଆଇନଜୀବୀ ଦୀପକ ରଞ୍ଜନ ବାଗ ଉପସ୍ଥିତ ଥିଲେ।…

Read More