Author: BMC NEWS ODISHA

ବେଲଗୁଣ୍ଠା,ତା-୦୬/୧୨, (ବିଏମସି ଟିଭି ଓଡ଼ିଆ) ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦ ପକ୍ଷରୁ ମହାତ୍ମାଗାନ୍ଧିଙ୍କ ୯୯ ତମ ଗୋବରା ପଦାର୍ପଣ ଦିଵସ ବଡ଼ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ଗୋବରା ଗାନ୍ଧିପୀଠ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦୂରସଂଚାର ନିଗମର ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ ଗୌରୀ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଦିବସକୁ ପ୍ରତିବର୍ଷ ଗୋବରାରେ ପାଳନ କରାଯାଉଥିବାରୁ ଭୂୟସୀ ପ୍ରଶଂସା କରିଥିଳଲେ I ଗୋବରା ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦର ସଭାପତି ଗୋପାଳ ଚନ୍ଦ୍ର ଲେଙ୍କାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ ତଥା ସଙ୍ଗଠକ ଅଭିମନ୍ୟୁ ଦଳାଇ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇଥିବା ବେଳେ ଶିକ୍ଷାବିତ୍ ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ସାମଲ, ବିଶ୍ଵଭାରତୀ ଆବାସିକ ବିଦ୍ୟାଳୟର ସଭାପତି କୁଞ୍ଜବିହାରୀ ନାୟକ, ସମିତି ସଭ୍ୟ ବିଭୁପାଦ ଜେନା, ସମାଜସେବୀ କୁନା ପରିଡା, ରାମକୃଷ୍ଣ ପାତ୍ର, କିଶୋର…

Read More

ବୋଲଗଡ , ତା ୦୬/୧୨ (ବିଏମସି ଟିଭି ଓଡ଼ିଆ) ବୋଲଗଡ ବ୍ଲକ ଅସରଳା ପଞ୍ଚାୟତସ୍ଥ କୁଞ୍ଜବିହାରୀ ମଠ ରେ କୁଞ୍ଜବିହାରୀ ଦେବ ଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଧୂମଧାମରେ ପାଳିତ ହୋଇଛି । ଏହି ଅବସରରେ ହୋମାଦି ଯଜ୍ଞ କର୍ମ ଯଥା ରୀତି ସମ୍ପନ୍ନ ହୋଇଥିଲା । ଏହି ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ କାର୍ଯ୍ୟକ୍ରମ ରେ କର୍ତ୍ତା ଭାବରେ ଗୋପୀନାଥ ପଣ୍ଡା ଓ ପତ୍ନୀ ଚନ୍ଦ୍ରପ୍ରଭା ପଣ୍ଡା କାର୍ଯ୍ୟ ତୁଲାଇଥିଲେ । ଏହି ଅବସରରେ ୫ଦିନ ବ୍ୟାପି ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା । ପରିଚାଳନା କମିଟି ସୁଚାରୁରୂପେ ଦାୟିତ୍ୱ ସମ୍ପନ୍ନ କରିଛନ୍ତି। ପ୍ରତ୍ୟହ ଶହ ଶହ ଶ୍ରଦ୍ଧାଳୁ ନୂତନ ବିଗ୍ରହ ଙ୍କୁ ଦର୍ଶନ କରିବାରେ ଭିଡ଼ ଜମିଥିଲା। ବୋଲଗଡ ରୁ ରୁଦ୍ର ମାଧବ ସାହୁ ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।

Read More

ଗଞ୍ଜାମ/ବେଲଗୁଣ୍ଠା ; ତା-୦୬/୧୨ ( ବିଏମସି ଟିଭି ଓଡ଼ିଆ) ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ସେଣ୍ଟର୍ ଫର୍ ଏନଭରମେଣ୍ଟାଲ ଷ୍ଟଡିସ୍ ଙ୍କ ନିର୍ଦ୍ଦେଶକ୍ରମେ ବେଲଗୁଣ୍ଠା ବ୍ଳକ୍ ନେଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠର ଇକୋ କ୍ଲବ୍ ଛାତ୍ରଛାତ୍ରୀଙ୍କ ଦ୍ୱାରା ଭଞ୍ଜନଗର ନିକଟସ୍ଥ ବୁଦୁଲି ଗ୍ରାମରେ ହାତୀ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନେଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠର ଇକୋ କ୍ଲବ୍ ଏବଂ ଏନାର୍ଜୀ କ୍ଲବ୍ ଶିକ୍ଷକ ପ୍ରଭାତ କୁମାର ଗୌଡ଼ଙ୍କ ନେତୃତ୍ୱରେ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ଗ୍ରାମରେ ସଚେତନତା ଶୋଭାଯାତ୍ରା କରି ହାତୀଙ୍କ ସୁରକ୍ଷା ପାଇଁ ଜନ ସାଧାରଣଙ୍କୁ ସଚେତନ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ଏକ ସଚେତନତା ସଭାରେ ମୁଖ୍ୟ ଅତିଥି ରୂପେ ଉତ୍ତର ଘୁମୁସର ବନଖଣ୍ଡ ଏସିଏଫ୍ ବିବେକ ଦାସ ଏବଂ ସମ୍ମାନିତ ଅତିଥି ରୂପେ ମୁଜାଗଡ ବନାଞ୍ଚଳ ଅଧିକାରୀ ବିମ୍ବାଧର ସାହୁ, କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ ପୃଥିରାଜ ପ୍ରଧାନ, ବନପାଳ ବବୁଲ୍…

Read More

ଭୁବନେଶ୍ୱର / ପୁରୀ ; ତା-୦୬/୧୨ ( ବିଏମସି ଟିଭି ଓଡ଼ିଆ ) ପୁରୀ ଠାରେ ଆୟୋଜିତ Global Energy Leaders’ Summit 2025 (GELS 2025)କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଉଦ୍‍ଘାଟନ କରିଛନ୍ତି। ଉକ୍ତ ସମାରୋହରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ବିକାଶରେ ଏନର୍ଜି ସପ୍ଲାଇ ଚେନକୁ ଓଡ଼ିଶା ନିଜର ପ୍ରମୁଖ ଉପାଦାନ ଭାବେ ଗ୍ରହଣ କରିଛି ଯାହାଫଳରେ ୨୦୩୬ ସୁଦ୍ଧା ଜୀବାଶ୍ମ ଇନ୍ଧନ (Fossil Fuel) ଶକ୍ତି ଉତ୍ପାଦନ ଓ ବ୍ୟବହାର ବ୍ୟୟ କମାଇ, ଆମ ରାଜ୍ୟ ଗ୍ରୀନ୍‌ ଏନର୍ଜି ରାଜ୍ୟ ଭାବେ ଉଭା ହେବ। ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ ଗ୍ରାମୀଣ ଜନସାଧାରଣଙ୍କ ପାଇଁ ନିରବଚ୍ଛିନ୍ନ ବିଦ୍ୟୁତ୍ ଶକ୍ତିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିସହିତ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶକ୍ତି କ୍ଷେତ୍ରରେ ଓଡିଶା ନିଜର ଭବିଷ୍ୟତ ପିଢ଼ି ଉପରେ ବିନିଯୋଗ କରୁଛି କାରଣ ବିଦ୍ୟୁତ୍ ଏକ ସର୍ବୋଚ୍ଚ ପ୍ରାଥମିକତା ଏବଂ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି,…

Read More

ବାଲେଶ୍ୱର / ଜଳେଶ୍ଵର ; ତା-୦୪/୧୨ ( ବିଏମସି ଟିଭି ଓଡ଼ିଆ) ଜାଲରେ ପଡିଲା ୫୦ କ୍ବିଣ୍ଟାଲରୁ ଅଧିକ ଓଜନର ମାଛ । ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ତାଳସାରୀ ବେଳାଭୂମି ନିକଟରେ ମତ୍ସ୍ୟଜୀବୀଙ୍କ ଜାଲରେ ଏକ ବିଶାଳ ସାର୍କ ମାଛ ପଡିଥିବା ଦେଖିବାକୁ ମିଳିଛି। ଯାହାର ଲମ୍ବ ପ୍ରାୟ ୩୦ ଫୁଟରୁ ଅଧିକ ହେବ । କିଛି ମତ୍ସ୍ୟଜୀବୀ ଆଜି ସକାଳେ ମାଛ ମାରିବା ପାଇଁ ଭୁଟୁଭୁଟିରେ ମଝି ସମୁଦ୍ରକୁ ଯାଇଥିଲେ। ସେଠାରେ ସାର୍କର ମୃତଦେହ ଭାସୁଥିବା ଦେଖି ସେମାନେ ଏହାକୁ ତାଳସାରୀ ବେଳାଭୂମି ନିକଟକୁ ଟାଣି ଆଣିଥିଲେ । ପ୍ରାୟ ୧୦୦ରୁ ଅଧିକ ଲୋକ ମାଛଟିକୁ ଦଉଡିରେ ବାନ୍ଧି ଉପରକୁ ଆଣିଥିଲେ । ସାର୍କ ମାଛକୁ ଦେଖିବା ପାଇଁ ଲୋକଙ୍କ ଗହଳି ଲାଗିଛି । ସେପଟେ ବୁଧବାର ସକାଳେ ମଧ୍ୟ ପଶ୍ଚିମବଙ୍ଗ ପୂର୍ବ ମେଦିନିପୁର ଜିଲ୍ଲା ଅନ୍ତର୍ଗତ ବଙ୍ଗୋପସାଗର ଦୀଘା ମୁହାଣରେ ଏକ ବିଶାଳକାୟ ସାର୍କ ଲାଗିଥିଲା ।…

Read More

ବାଲେଶ୍ୱର / ଜଳେଶ୍ଵର ; ତା-୦୪/୧୨ ( ବିଏମସି ଟିଭି ଓଡ଼ିଆ) ଜାଲରେ ପଡିଲା ୫୦ କ୍ବିଣ୍ଟାଲରୁ ଅଧିକ ଓଜନର ମାଛ । ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ତାଳସାରୀ ବେଳାଭୂମି ନିକଟରେ ମତ୍ସ୍ୟଜୀବୀଙ୍କ ଜାଲରେ ଏକ ବିଶାଳ ସାର୍କ ମାଛ ପଡିଥିବା ଦେଖିବାକୁ ମିଳିଛି। ଯାହାର ଲମ୍ବ ପ୍ରାୟ ୩୦ ଫୁଟରୁ ଅଧିକ ହେବ । କିଛି ମତ୍ସ୍ୟଜୀବୀ ଆଜି ସକାଳେ ମାଛ ମାରିବା ପାଇଁ ଭୁଟୁଭୁଟିରେ ମଝି ସମୁଦ୍ରକୁ ଯାଇଥିଲେ। ସେଠାରେ ସାର୍କର ମୃତଦେହ ଭାସୁଥିବା ଦେଖି ସେମାନେ ଏହାକୁ ତାଳସାରୀ ବେଳାଭୂମି ନିକଟକୁ ଟାଣି ଆଣିଥିଲେ । ପ୍ରାୟ ୧୦୦ରୁ ଅଧିକ ଲୋକ ମାଛଟିକୁ ଦଉଡିରେ ବାନ୍ଧି ଉପରକୁ ଆଣିଥିଲେ । ସାର୍କ ମାଛକୁ ଦେଖିବା ପାଇଁ ଲୋକଙ୍କ ଗହଳି ଲାଗିଛି । ସେପଟେ ବୁଧବାର ସକାଳେ ମଧ୍ୟ ପଶ୍ଚିମବଙ୍ଗ ପୂର୍ବ ମେଦିନିପୁର ଜିଲ୍ଲା ଅନ୍ତର୍ଗତ ବଙ୍ଗୋପସାଗର ଦୀଘା ମୁହାଣରେ ଏକ ବିଶାଳକାୟ ସାର୍କ ଲାଗିଥିଲା ।…

Read More

ବ୍ରହ୍ମପୁର/ରଙ୍ଗେଇଲୁଣ୍ଡା ; ତା-୦୩/୧୨ ( ବିଏମସି ଟିଭି ଓଡ଼ିଆ) ସ୍ଥାନୀୟ ବି ସି ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ରଙ୍ଗେଇଲୁଣ୍ଡା ବ୍ଳକ ସ୍ତରୀୟ ବିଶ୍ବ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଯାଇଛି।ଇତି ଅବସରରେ ବ୍ରହ୍ମପୁର ମହାନଗର ନିଗମ ରୁ ୭୭ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଏବଂ ରଙ୍ଗେଇଲୁଣ୍ଡା ବ୍ଳକ ତରଫରୁ ୮୭ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ପିତାମାତା ତଥା ଅଭିଭାବକ ମାନେ ଅଂଶଗ୍ରହଣ କରିଥିଲେ।ଇତି ଅବସରରେ ମୁଖ୍ୟ ଅତିଥିଭାବେ ଦୈନିକ ଆଶାର ସଂପାଦକ ପ୍ରମୋଦ କୁମାର ପଣ୍ଡା ଯୋଗଦେଇ ଥିବା ବେଳେ ମୁଖ୍ୟବକ୍ତା ଭାବେ ଡ଼ଃ ପ୍ରକାଶ ଚନ୍ଦ୍ର ନନ୍ଦ ଏବଂ ବ୍ରହ୍ମପୁର ବିଧାୟକ ଙ୍କ ପ୍ରତିନିଧି ଅଶୋକ କୁମାର ଶୁକ୍ଳା ସ୍ବତନ୍ତ୍ର ଅତିଥି ଭାବରେ ଯୋଗଦେଇ ବିଧିବଦ୍ଧ ଭାବେ କାର୍ଯ୍ୟ କ୍ରମରେ ଉଦ୍ଘାଟନ କରିଥିଲେ। ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବେନ୍ଦ୍ର ବେହେରା ସ୍ଵାଗତ ଭାଷଣ ପୂର୍ବକ ଆନୁଷ୍ଠାନିକ ଭାବେ କାର୍ଯ୍ୟ କ୍ରମର ଶୁଭାରମ୍ଭ କରିଥିଲେ। “ଦିବ୍ୟାଙ୍ଗଜନ ହେଉଛନ୍ତି ସମାଜର ଅଭିଚ୍ଛେଦ୍ୟ…

Read More

ମାଲକାନଗିରି, ତା-୦୩/୧୨ ( ବିଏମସି ଟିଭି ଓଡ଼ିଆ) ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ମହା ଆଡମ୍ବରରେ ପାଳନ ହୋଇଯାଇଛି । ଏହି ଦିବସ ପାଳନ ଅବସରରେ ୧ ଡିସେମ୍ବର ରେ ନାୟକଗୁଡା ସ୍ଥିତ ସ୍ବତନ୍ତ୍ର ବିଦ୍ୟାଳୟ ଖେଳ ପଡିଆ ଠାରେ ଏକ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହାପରେ ୨ ଡିସେମ୍ବର ରେ ମାଲକାନଗିରି ସଦର ସ୍ଥିତ ବୁଟିଗୁଡା ପ୍ରକଳ୍ପ ବିଦ୍ୟାଳୟ ଠାରେ ଏକ ଅନ୍ତଃ ବିଦ୍ୟାଳୟ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତା ଏବଂ ଶେଷ ଦିନ ଅର୍ଥାତ୍ ୩ ଡିସେମ୍ବର ପୂର୍ବାହ୍ନ ୮ ଟା ରେ ଏକ ସଚେତନତା ପଦ ଯାତ୍ରା ଆୟୋଜନ କରାଯାଇଥିଲା । ଯେଉଁଥିରେ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ସବୁଜ ପତାକା ଦେଖାଇ ଉଦ୍ଘାଟନ କରିଥିଲେ ଓ ଏହି ପଦ ଯାତ୍ରା ରେ ଏନସିସି କ୍ଯାଡେଟ , ବିଦ୍ୟାଳୟର…

Read More

ବେଲଗୁଣ୍ଠା, ତା-୦୩/୧୨, ( ବିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା ଥାନା ଅନ୍ତର୍ଗତ ସୁତୁମୁସର ଗ୍ରାମରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିବା ମାମଲାରେ ବେଲଗୁଣ୍ଠା ପୋଲିସ୍ ସେହି ଗ୍ରାମର ତିନି ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସୂଚନା ପ୍ରକାରେ ସୁତୁମୁସର ଗ୍ରାମର ଯୁଗଳ ବିଷୋୟୀ (୩୨) ମଙ୍ଗଳବାର ଦିନ ଅପରାହ୍ଣ ତିନି ଘଣ୍ଟା ତିରିଶି ମିନିଟ୍ ସମୟରେ ଗୋଖାଦ୍ୟ କିଣିବା ପାଇଁ ବେଲଗୁଣ୍ଠା ଯାଉଥିବା ବେଳେ ସୁତୁମୁସର ଗ୍ରାମର ଟୁଟୁ ଦଳେଇ ଏବଂ ତାଙ୍କର ଦୁଇ ପୁଅ ବିନୋଦ ଦଳେଇ ଏବଂ ବିଘ୍ନ ଦଳେଇ ଯୁଗଳଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି କରିବା ସହିତ ତାଙ୍କୁ ମିଳିତ ଆକ୍ରମଣ କରିଥିଲେ । ସେମାନେ ତାଙ୍କ ମୁଣ୍ଡ,ଛାତି, ମୁହଁକୁ ଆଘାତ କରିବା ସହିତ ତଣ୍ଟିକୁ ମଧ୍ୟ ଚିପିଥିଲେ । ଏନେଇ ଯୁଗଳ ବେଲଗୁଣ୍ଠା ଥାନାରେ ଅଭିଯୋଗ କରିବା ପରେ ତାଙ୍କ ଏତାଲାକୁ ଭିତ୍ତିକରି ବେଲଗୁଣ୍ଠା ଥାନାରେ ୫୮୮/୨୫ ରେ ଏକ ମାମଲା…

Read More

ଭୁବନେଶ୍ୱର ; ତା-୦୩/୧୨ ( ବିଏମସି ଟିଭି ଓଡ଼ିଆ) ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ ରାସନ କାର୍ଡ ପାଇଁ E-KYC ପ୍ରକ୍ରିୟା । ଏ ନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର। ମନ୍ତ୍ରୀଙ୍କ ସୂଚନା ମୁତାବକ, E-KYC ତର୍ଜମା ସମୟରେ ୬ ଲକ୍ଷ ୮୩ ହଜାର ୯୯୫ ମୃତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ସେହିପରି ୩୩ ହଜାର ୧୨୮ ଅଯୋଗ୍ୟ ରାସନ କାର୍ଡ ବାତିଲ କରାଯାଇଛି। ଯାହାର ପରିବାର ସଦସ୍ୟଙ୍କ ସଂଖ୍ୟା ୧ ଲକ୍ଷ ୨୦ ହଜାର ୧୯୯ । ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରେ ୪୭୪୭ ଜାଲ୍‌ ରାସନ କାର୍ଡ ଧରାପଡ଼ିଛି। ଗତବର୍ଷ ଜୁନ୍‌ରୁ ୧୫ ଲକ୍ଷ ୩୩ ହଜାର ୧୫୩ ଜଣ ଆବେଦନ କରିଛନ୍ତି। ବ୍ୟୁରୋ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା ।

Read More

ସମ୍ବଲପୁର/ଗୋଡଭଗା ; ତା.୦୨/୧୨ (ବିଏମସି ଟିଭି ଓଡିଆ) ବରଗଡ ଜିଲ୍ଲା ବରପାଲି ସ୍ଥିତ ସରସ୍ଵତୀ ସଂଘ ଓ ସରସ୍ଵତୀ ଭୌତିକ ଚିକିତ୍ସା କେନ୍ଦ୍ର ପକ୍ଷରୁ ବିଶ୍ଵ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଯାଇଛି। ସରସ୍ଵତୀ ସଂଘ ସମ୍ପାଦିକା ସୁନିତା ମୁଣ୍ଡଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସଂଘ ଉପ ସଭାପତି ପ୍ରତିଭା ବାରିକ ଯୋଗଦେଇ ଦିବ୍ଯାଙ୍ଗ ଭାଇଭଉଣୀମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ପ୍ରୟାସ କରାଗଲେ ସେମାନଙ୍କ ଭବିଷ୍ୟତ ଉଜ୍ଜ୍ବଳତମ ହୋଇପାରନ୍ତା ବୋଲି ମତବ୍ୟକ୍ତ କରିଥିଲେ । ପରେ ପିଲାମାନଙ୍କୁ ନେଇ ଚିତ୍ରାଙ୍କନ, ସଫ୍ଟବଲ ଫିଙ୍ଗା ଏବଂ ୧୦୦ମି. ଦୌଡ ପ୍ରତିଯୋଗିତା ମାନ କରାଯାଇଥିଲା। ପ୍ରତିଯୋଗିତାରେ କୃତୀ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସଂଘ ସଦସ୍ୟା ଅଞ୍ଜଳି ପଧାନ ପୁରସ୍କାର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବାରେ ଶିକ୍ଷକ ପ୍ରଶାନ୍ତ କୁମାର ସାମଲ ଓ ପ୍ରତାପ ଚନ୍ଦ୍ର ବିଶ୍ଵାଳ, ଭୌତିକ ଚିକିତ୍ସକ ଡ. ସସୀମ ପଧାନ ସହଯୋଗ…

Read More

ବୋଲଗଡ଼ ; ତା-୨୯/୧୧ ( ବିଏମସି ଟିଭି ଓଡ଼ିଆ) ଖୋର୍ଦ୍ଧା ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ଭାବେ ପରିଚିତ ବୋଲଗଡ ବ୍ଲକର ଖଙ୍ଗୁରିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ହରିପୁର ଶାସନ ନିକଟରେ ଥିବା ଯକଲା ମହାବୀର ମନ୍ଦିର ବହୁ ବର୍ଷ ଧରି ଅବହେଳିତ ଅବସ୍ଥାରେ ପଡ଼ି ରହିଥିଲା । ବୁଧବାର ଦିନ ଏହାର ଉନ୍ନତି କରଣ ପାଇଁ ମନ୍ଦିରର ଆଖ ପାଖ ୧୫ଗ୍ରାମର ଗ୍ରାମବାସୀମାନେ ମିଳିତ ଭାବରେ ଏହାର ଉନ୍ନତି ପାଇଁ ଶପଥ ନେଇଥିଲେ । ଏହି ଅବସରରେ ମହାବୀର ପ୍ରାଙ୍ଗଣରେ ଏକଗୁରୁତ୍ୱ ପୂର୍ଣ୍ଣ ବୈଠକର ଅନୁଷ୍ଠିତ ହୋଇଥିଲା । ଏଥିରେ ମହାବୀର ମନ୍ଦିର କମିଟି ସଭାପତି ଦୀପନ କୁମର ବିଶ୍ୱାଳଙ୍କ ଆବାହକତ୍ୱରେ ଏହି ବୈଠକରେ ମୁଖ୍ୟ ଅତିଥିଭାବେ ମନ୍ଦିରର ପ୍ରାଣ ପ୍ରତିଷ୍ଠାତା ଅଭିମନ୍ୟୁ ପାତ୍ର,ମୁଖ୍ୟବକ୍ତା ଭାବେ ମନ୍ଦିରର ମୁଖ୍ୟ ପୁରଧା ବାବା ଦୀନ ବନ୍ଧୁ ଦାସ ମହାରାଜ, ସମ୍ମାନିତ ଅତିଥିଭାବେ ମହାବୀର ମନ୍ଦିରର ଟ୍ରଷ୍ଟି ବୋର୍ଡ କମିଟି ସଭ୍ୟ…

Read More