Author: BMC NEWS ODISHA

ସମ୍ବଲପୁର ; ତା.୧୫/୧୨ (ବିଏମସି ଟିଭି ଓଡିଆ) ସମ୍ବଲପୁର ଦାନୀପାଲି ସ୍ଥିତ ଗଣେଶ୍ୱର ରାମଚଣ୍ଡୀ ସେବା ସଦନରେ ରବିବାର କୁଳତା ସମାଜ ତରଫରୁ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ସମ୍ବଲପୁର କୁଲତା ସମାଜର ବରିଷ୍ଠ ସଦସ୍ୟ ଭବାନୀ ବିଶ୍ୱାଳ, ପୂର୍ବତନ ସାଂସଦ, ବିଧାୟକ ତଥା କୁଲତା ଜାତିର ଗୌରବ ଗଣନାଥ ପ୍ରଧାନ ଏବଂ ପୂର୍ବତନ ବିଧାୟକ ବିରେନ୍ଦ୍ର ସାହୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଗତକାଲି ସକାଳେ ପରଲୋକ ଖବର ମିଳିବା ପରେ କୁଲତା ସମାଜର ବରିଷ୍ଠ ସଦସ୍ୟ ଭବାନୀ ବିଶ୍ୱାଳଙ୍କ ସ୍ମୃତିରେ ନିରବ ପ୍ରାର୍ଥନା କରାଯିବା ସହ ତାଙ୍କର ସ୍ମୃତିଚାରଣ କରାଯାଇଥିଲା। ସମ୍ବଲପୁର କୁଲତା ସମାଜର ଜଣେ ସକ୍ରିୟ ସଦସ୍ୟ ହେବା ସହ ସଦର ଡାକ୍ତରଖାନାକୁ ଆସୁଥିବା ରୋଗୀ ପରିଜନଙ୍କୁ ସହଯୋଗ କରୁଥିବା ଉପସ୍ଥିତ ସଦସ୍ୟମାନେ ମତ ଦେଇଥିଲେ। ପ୍ରକାଶକ ଭାବେ ସେ ଫ୍ରେଣ୍ଡସ ଏମ୍ପୋରିୟମ ଜରିଆରେ ଅନେକ ପୁସ୍ତକ ପ୍ରକାଶନ କରିଥିବା ସଦସ୍ୟମାନେ କହିଥିଲେ। ତାଙ୍କର ଅକାଳ ବିୟୋଗ ଖବର…

Read More

ରାୟଗଡ଼ା ; ତା-୧୫/୧୨ ( ବିଏମସି ଟିଭି ଓଡ଼ିଆ) ରାୟଗଡ଼ା ରେଳ ଷ୍ଟେସନରୁ ସ୍ବତନ୍ତ୍ର ରେଳ ଯୋଗେ ଦକ୍ଷିଣ ଭାରତର ରାମେଶ୍ଵରମ ଓ ମଦୁରାଇ ଭଳି ପ୍ରସିଦ୍ଧ ତୀର୍ଥସ୍ଥାନକୁ ସୋମବାର ପୂର୍ବାହ୍ନରେ ଯାତ୍ରା କରିବେ ଦକ୍ଷିଣ ପଶ୍ଚିମ ଓଡିଶାର ୬ଟି ଜିଲ୍ଲାର ୭୭୫ ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଏବଂ ୨୫ଜଣ ଏସକର୍ଟ ; ମୋଟ ୮୦୦ଜଣ ଏହି ତୀର୍ଥସ୍ଥାନକୁ ଯାତ୍ରା କରିବାକୁ ଥିବା ବେଳେ ଏହି ତୀର୍ଥଯାତ୍ରାରେ ବରିଷ୍ଠ ନାଗରିକଙ୍କୁ ଉତ୍ସାହିତ କରିବା ତଥା ସେମାନଙ୍କ ଯାତ୍ରାର ଶୁଭ କାମନା କରିବା ସହ ଯୋଗଦେଇ ସବୁଜ ପତାକା ଦେଖାଇ ଓଡିଶା ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ, ମହିଳା ଓ ଶିଶୁ ବିକାଶ ବିଭାଗୀୟ ମନ୍ତ୍ରୀ ପ୍ରଭାତି ପରିଡାଙ୍କ ଦ୍ଵାରା ଶୁଭାରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯାହାକୁ ନେଇ ରେଳବାଇ ଆଇଆରସିଟିସି ଓ ପର୍ଯ୍ୟଟନ ବିଭାଗ ମିଳିତ ଆନୁକୂଲ୍ୟରେ ରାୟଗଡ଼ା ଜିଲ୍ଲା ପ୍ରଶାସନ ସହଯୋଗରେ ତୀର୍ଥଯାତ୍ରୀଙ୍କ ପାଇଁ ସମସ୍ତ ବ୍ୟବସ୍ଥା…

Read More

ନୂଆଦିଲ୍ଲୀ ; ତା-୧୫/୧୨ ( ବିଏମସି ଟିଭି ଓଡ଼ିଆ ) ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ ରାଲିରେ ମୋଦିଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କରିବା ଅଭିଯୋଗ ଆଣି କ୍ଷମା ଦାବି କଲେ କେନ୍ଦ୍ରମନ୍ତ୍ରୀ ଜେ.ପି ନଡ୍ଡା । ଆଜି ରାଜ୍ୟସଭା ସଂସଦ ଗୃହରେ ନେତା ଜେ.ପି ନଡ୍ଡା କହିଛନ୍ତି ଯେ ଗତକାଲି କଂଗ୍ରେସ ରାଲିରେ “ମୋଦୀ, ତେରୀ କବର ଖୁଦେଗୀ, ଆଜି ନୁହେଁ ତୋ କଲ ଖୁଦେଗୀ” (ମୋଦୀ, ତୁମର କବର ଖୋଳାଯିବ , ଆଜି ନହେଲେ କାଲି) ସ୍ଲୋଗାନ ଦିଆଯାଇଥିଲା । ଏହା କଂଗ୍ରେସ ଦଳର ଚିନ୍ତାଧାରା ଏବଂ ମାନବିକତାକୁ ଦର୍ଶାଉଛି । ପ୍ରଧାନମନ୍ତ୍ରୀଙ୍କ ବିରୁଦ୍ଧରେ ଏପରି କହିବା ଏବଂ ମୃତ୍ୟୁ କଥା କହିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ନଡ୍ଡା କହିଛନ୍ତି । ଘଟଣା ପାଇଁ କଂଗ୍ରେସ ଦଳ ଏବଂ ସୋନିଆ ଗାନ୍ଧୀ ଦେଶକୁ କ୍ଷମା ମାଗିବା ଉଚିତ । ନଡ୍ଡା ଆହୁରି ମଧ୍ୟ କହିଛନ୍ତି ଯେ, କଂଗ୍ରେସ…

Read More

ଭୁବନେଶ୍ୱର ; ତା-୧୫/୧୨ ( ବିଏମସି ଟିଭି ଓଡ଼ିଆ) ଉତ୍ତର ଭାରତର କିଛି ଅଞ୍ଚଳ ସହିତ ପୂର୍ବତଟ ରେଳପଥର ଅଧୀନରେ ଥିବା ଅନେକ ସେକ୍ସନ କିମ୍ବା ମାର୍ଗରେ ଘନ କୁହୁଡ଼ି ପରିସ୍ଥିତି ରିପୋର୍ଟ କରାଯିବା ସହିତ, ପୂର୍ବତଟ ରେଳପଥ ଶୀତ ଋତୁରେ ନିରାପଦ ଏବଂ ସୁଗମ ଟ୍ରେନ୍ ଚଳାଚଳ ସୁନିଶ୍ଚିତ କରିବା ପାଇଁ ଏକ ବ୍ୟାପକ ପ୍ରସ୍ତୁତି ଅଭିଯାନ ଆରମ୍ଭ କରିଛି। ପୂର୍ବତଟ ରେଳପଥ ରାତି ଏବଂ ସକାଳ ସମୟରେ କମ ଦୃଶ୍ୟମାନତା ଦ୍ୱାରା ଉପୁଜିଥିବା ଚ୍ୟାଲେଞ୍ଜର ମୁକାବିଲା ପାଇଁ 24 ଘଣ୍ଟା ନିରୀକ୍ଷଣକୁ ସୁଦୃଢ଼ କରିଛି ଏବଂ ଅତିରିକ୍ତ ମାନବ ସମ୍ବଳ ନିୟୋଜିତ କରିଛି।ଘନ କୁହୁଡ଼ି ସମୟରେ ସୁରକ୍ଷିତ ଟ୍ରେନ୍ ପରିଚାଳନା ପାଇଁ ପୂର୍ବତଟ ରେଳପଥର ବିଶେଷ ପଦକ୍ଷେପପୂର୍ବତଟ ରେଳପଥ ଏହାର କ୍ଷେତ୍ରାଧିକାରରେ ସ୍ୱତନ୍ତ୍ର କୁହୁଡ଼ି ସୁରକ୍ଷା ଅଭିଯାନ ଆରମ୍ଭ କରିଛିଜାତୀୟ ଟ୍ରେନ୍ ଅନୁସନ୍ଧାନ ପ୍ରଣାଳୀ (NTES ) ଏବଂ ହେଲ୍ପଲାଇନ୍ ନମ୍ବର ୧୩୯ ମାଧ୍ୟମରେ ଯାତ୍ରୀମାନଙ୍କୁ ଟ୍ରେନର ସଠିକ…

Read More

ଭୁବନେଶ୍ବର ; ତା-୧୫/୧୨ ( ବିଏମସି ଟିଭି ଓଡ଼ିଆ) ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି। ବିଜେଡି ନେତାମାନେ ରାଜରାସ୍ତାକୁ ଓହ୍ଲାଇବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି । ଭୁବନେଶ୍ବର ଡିଜି କ୍ୟାମ୍ପ ଅଫିସ ଆଗରେ ଧାରଣା ଜାରି ରହିଛି । ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସମେତ ଧର୍ମଶାଳା ନିର୍ବାଚନମଣ୍ଡଳୀର ଶତାଧିକ ଲୋକ ମଧ୍ୟ ଏହି ଧାରଣାରେ ସାମିଲ ହୋଇଛନ୍ତି । ପ୍ରଣବ କହିଛନ୍ତି, ଧର୍ମଶାଳାରେ ଗୁଣ୍ଡାରାଜ ଚାଲିବା ନାହିଁ । ନ୍ୟାୟ ନ ମିଳବା ଯାଏ ଧାରଣା ଜାରି ରହିବ। ବିଗତ ଦିନରେ କିଛି କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ସେମାନଙ୍କ ସାହସ ବଢୁଛି ବୋଲି କହିଛନ୍ତି ପ୍ରଣବ । ଗତକାଲି ରାତିରୁ ବିଜେଡି ନେତାମାନେ ଧାରଣା ଦେଇଛନ୍ତି । ବିଧାୟକ ହିମାଂଶୁ ଶେଖର ସାହୁଙ୍କର ଜଣେ ସମର୍ଥକଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ…

Read More

ବୌଦ୍ଧ ;ତା-୧୩/୧୨(ବିଏମସି ଟିଭି ଓଡ଼ିଆ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଠିକାଦାର ସଂଘ ମନମୁଣ୍ଡା ଡାକ ବଙ୍ଗଳା ଠାରେ ଏକ ଗଠିତ ହୋଇଯାଇଛି। ଆଜିର ଏହି ବୈଠକରେ ଅଞ୍ଚଳର ସମସ୍ତ ଠିକାଦାର ଉପସ୍ଥିତ ଥିବା ବେଳେ ପ୍ରଥମେ ସର୍ବସମ୍ମତି କ୍ରମେ ଶ୍ରୀଯୁକ୍ତ ପୁରନ୍ଦ୍ର ବକ୍ସିଙ୍କୁ ସଭାପତି ଭାବେ ଚୟନ କରାଯାଇଥିବା ବେଳେ ଉପ ସଭାପତି ଶିବ ନାରାୟଣ ଚଉଳିଆ, ସମ୍ପାଦକ ଅଶୋକ କୁମାର ବାରିକ, କୋଷାଧ୍ୟକ୍ଷ ଶାନ୍ତନୁ ଥାର୍ଟି, ଉପଦେଷ୍ଟା ଡମ୍ବରୁଧର କହଁର ଙ୍କୁ ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଚୟନ କରାଯାଇଥିଲା। ସରକାରଙ୍କ ସମସ୍ତ ଠିକା କାର୍ଯ୍ୟ ଯେପରି ସୁଚାରୁ ରୂପେ କାର୍ଯ୍ୟକାରୀ ହେବ ଏବଂ ବାହାର ଜିଲ୍ଲାର ଠିକାଦାର କୌଣସି ଠିକା କାର୍ଯ୍ୟରେ ଆବେଦନ ନକରିବେ ସେହି ଉପରେ ଆଲୋଚନା ହୋଇଥିଲା।ଆଜିର ଏହି ବୈଠକରେ ଠିକାଦାର ସଂଘର ସଦସ୍ୟ, ତାପସ ଖଟୁଆ, ସଞ୍ଜୀବ କୁମାର ସାହୁ, ଶିବ କର୍ଣ୍ଣ, ସଞ୍ଜୀବ କୁମାର ସାହୁ, ରାଜେନ୍ଦ୍ର ମେହେର, ସୁଧୀର…

Read More

ବ୍ରହ୍ମପୁର ;ତା-୧୩/୧୨(ବିଏମସି ଟିଭି ଓଡ଼ିଆ) ଦିନ ବିଶ୍ଵ ଏଡ଼ସ ଦିବସ ଉପଲକ୍ଷେ ଯୁବ ରେଡକ୍ରସ୍ ତରଫରୁ ଏଚ୍. ଆଇ.ଭି.ଏଡ଼ସ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଦିଲ୍ଲୀପ କୁମାର ନାୟକ ଅଧ୍ୟକ୍ଷତା କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୁବ ରେଡକ୍ରସ ଅଧିକାରୀ ଶ୍ରୀ ସ୍ୱାଭିମାନ ସାହୁ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଡକ୍ଟର ସୁଦାମ ସେଠୀ, ଏନସିସି ଲେ. ବିନତା କୁମାରୀ ଦାସ , ଏନ ଏସ ଏସ ଅଧିକାରିଣୀ ଡକ୍ଟର ଜ୍ୟୋସ୍ନାରାଣୀ ପଟ୍ଟନାୟକ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଶ୍ରୀ ସ୍ୱାଭିମାନ ସାହୁ ଏଚ୍. ଆଇ.ଭି.ଏଡ଼ସ ଉପରେ ସଚେତନ କରିବା ସହ ଏଡ଼ସ ସଂକ୍ରମଣରୁ ନିଜକୁ ଏବଂ ନିଜ ପରିବାରକୁ କିପରି ରକ୍ଷା କରାଯିବ ତାହା ବୁଝାଇ ଥିଲେ। ଅଧ୍ୟକ୍ଷ ଡକ୍ଟର ନାୟକ ନିଜର ଅଭିଭାଷଣରେ ଏଚ୍. ଆଇ.ଭି.ଏଡ଼ସ ବିଷୟରେ ଗୁରୁତ୍ୱାରୋପ କରି ପିଲାମାନଙ୍କୁ ସଚେତନ କରିଥିଲେ। ଉଦ୍ଭିଦ ବିଜ୍ଞାନ ବିଭାଗ ଅଧ୍ୟାପକ ଶ୍ରୀ ଦେବାଶିଷ ସ୍ୱାଇଁ…

Read More

ବ୍ରହ୍ମପୁର/ଛତ୍ରପୁର ; ତା-୧୪/୧୨ ( ବିଏମସି ଟିଭି ଓଡ଼ିଆ) ଗଞ୍ଜାମ ଜ଼ିଲ୍ଲା ସାମ୍ବାଦିକ ସଙ୍ଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇ ଯାଇଅଛି। ପେନସନ, ସୁରକ୍ଷା ଏବଂ ଅଧିସ୍ୱୀକୃତି ସରକାର ଘୋଷଣା ନ କଲେ ଓୟୁଜେ ରାଜ୍ୟରେ ଆନ୍ଦୋଳନକୁ ଓହ୍ଲାଇବ। ଗଞ୍ଜାମ ଜ଼ିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ସଭାପତି ସଦାଶିବ ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ମା’ରାମଚଣ୍ଡୀ ପୀଠ ରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଯୋଗ ଦେଇ ସାମ୍ବାଦିକ ମାନେ ସମାଜର ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟ କରି ଆସୁଛନ୍ତି । ସେମାନଙ୍କର ସମସ୍ୟା ବହୁତ ଅଛି। ସେମାନଙ୍କ ର ପେନସନ, ସୁରକ୍ଷା ଏବଂ ଅଧି ସ୍ୱୀକୃତି ଦାବୀ କୁ ବ୍ୟକ୍ତିଗତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅବଗତ କରାଇବା ପାଇଁ ଆହ୍ବାନ ଦେଇଥିଲେ। ଚଳିତ ଶୀତକାଳୀନ ବିଧାନସଭା ଅଧିବେଶନରେ ଦାବୀ ରଖିବି ବୋଲି ବିଧାୟକ…

Read More

ନୟାଗଡ଼/ ରଣପୁର/ ରାଜସୁନାଖଳା ; ତା- ୧୩/୧୨ ( ବିଏମସି ଟିଭି ଓଡ଼ିଆ) ନୟାଗଡ଼ ଜିଲ୍ଲା ରାଜସୁନାଖଳା ମହୋତ୍ସବ କାଉଁରୀ -୨୦୨୫ ଉଦଯାପିତ ହୋଇଯାଇଛି।୭ମ ବର୍ଷରେ ମହୋତ୍ସବ ପଦାର୍ପଣ କରିଥିବା ବେଳେ ୫ଦିନଧରି ରାଜସୁନାଖଳାକୁ ଚଳଚଞ୍ଚଳ କରି ରଖିଥିବା ମହୋତ୍ସବ କାଉଁରୀ ଏକ ମନୋଜ୍ଞ ବର୍ଣ୍ଣାଢ଼୍ୟ ପରିବେଶ ସୃଷ୍ଟି କରିଥିଲା । ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହିକାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ଡ଼ଃ ହରିବାବୁ କୁମ୍ଭମପତି ଯୋଗଦେଇ ଥିଲାବେଳେ ମୁଖ୍ୟବକ୍ତା ଭାବେ ପୁରୀ ସାଂସଦ ଡ଼ଃ ସମ୍ବିତ ପାତ୍ର , ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ଏବଂ ଅନ୍ୟତମ ଅତିଥି ଭାବେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ଆରକ୍ଷୀ ଅଧିକ୍ଷକ ଏସ.ସୁଶ୍ରୀ, ଉତ୍ସବର ସଭାପତି ତଥା ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ, ଶିବରାମ ମହାପାତ୍ର ଯୋଗଦେଇ ଥିଲେ । ମୁଖ୍ୟଅତିଥି ତାଙ୍କ ବକ୍ତବ୍ୟରେ କହିଲେ ଯେ, ରାଜସୁନାଖଳା…

Read More

ଗୁଣୁପୁର ; ତା-୧୪/୧୨ (ବିଏମସି ଟିଭି ଓଡ଼ିଆ ) ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟର ଦ୍ବିତୀୟ ସମାବର୍ତ୍ତନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର ସଭାପତି ଡ଼ ସତ୍ୟ ପ୍ରକାଶ ପଣ୍ଡା ଆନୁଷ୍ଠାନିକ ଭାବେ ସମାବର୍ତ୍ତନ ଉତ୍ସବର ପ୍ରାରମ୍ଭ ଘୋଷଣା କରିଥିଲେ । ବିଶ୍ଵବିଦ୍ୟାଳୟର ଉପ-କୁଳପତି ଡ଼ ଏ ଭି ଏନ ଏଲ ଶର୍ମା ସ୍ବାଗତ ଭାଷଣ ପ୍ରଦାନ କରିବା ସହ ବାର୍ଷିକ ବିବରଣୀ ଓ ବିଶ୍ୱବିଦ୍ୟାଳୟର ଉଲ୍ଲେଖନୀୟ ସଫଳତାସମ୍ପର୍କରେ ଅବଗତ କରିଥିଲେ । ପ୍ରୋ ଚାନ୍ସେଲର ପ୍ରଫେସର ଡ଼ ଲଳିତ ମୋହନ ପଟ୍ଟନାୟକ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଶପଥ ପାଠ କରାଇଥିଲେ । ବିଶ୍ୱବିଦ୍ୟାଳୟର ଉପ ସଭାପତି ଡ଼ ଚନ୍ଦ୍ରଧ୍ୱଜ ପଣ୍ଡା ଯୋଗ ଦେଇ ଗବେଷଣା ମାଧ୍ୟମରେ ସକାରାତ୍ମକ ଚିନ୍ତାଧାରା ସୃଷ୍ଟି କରିବା ସହ ଶିକ୍ଷା ଓ ଆଧୁନିକ ଚିନ୍ତା ଦ୍ଵାରା ସମାଜ ସେବା ପାଇଁ କହିଥିଲେ। ସଭାପତି ଡ଼ ସତ୍ୟ ପ୍ରକାଶ ପଣ୍ଡା ଯୋଗଦେଇ…

Read More

ବଲାଙ୍ଗୀର ;ତା-୧୩/୧୨(ବିଏମସି ଟିଭି ଓଡ଼ିଆ) ସମ୍ବିଧାନ ର ଚତୁର୍ଥ ସ୍ତମ୍ବ ଗଣ ମାଧ୍ୟମ ହୋଇ ଥିବା ବେଳେ ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସର ରେ ସାମ୍ବାଦିକ ପ୍ରକୋଷ୍ଠ ଥିବା ବେଳେ କାର୍ଯ୍ୟକାରୀ ନ ହେବା ଯୋଗୁଁ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବଲାଙ୍ଗିର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପ୍ରେସରୁମ୍ ବା ସାମ୍ବାଦିକ ପ୍ରକୋଷ୍ଠ ଥିବା ତଥା ଅନ୍ୟ ସମସ୍ତ ଜିଲ୍ଲା ଓ ଉପଖଣ୍ଡ ସ୍ତରରେ ସରକାରୀ ନିୟମାନୁଯାୟୀ ଏହି ସାମ୍ବାଦିକ ପ୍ରକୋଷ୍ଠ ବା ପ୍ରେସ ରୁମ୍ ରହିଥାଏ । ହେଲେ ପରିତାପ ର ବିଷୟ ଯେ,ଟିଟିଲାଗଡ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସର ରେ ଥିବା ପ୍ରେସରୁମ ଉଇ ହୁଙ୍କା ପାଲଟି ଯାଇଛି । ଦୀର୍ଘ ବର୍ଷ ଧରି ଏହି ପ୍ରେସ ରୁମ୍ ବନ୍ଦ ଯୋଗୁଁ ସାଧାରଣ ବିଭିନ୍ନ ସୁବିଧା,ସୁଯୋଗ ରୁ ବଞ୍ଚିତ ହେଉଛନ୍ତି। ସାମ୍ବାଦିକ ଙ୍କୁ ସୂଚନା…

Read More

ବଲାଙ୍ଗୀର ;ତା-୧୪/୧୨(ବିଏମସି ଟିଭି ଓଡ଼ିଆ) ରାଷ୍ଟ୍ରୀୟ ଲୋକଅଦାଲତ ଦିନ ଟାଟା ପାୱାର ଅଧୀନରେ ଥିବା ଚାରୋଟି ବିଦ୍ୟୁତ ବିତରଣ ସଂସ୍ଥା ଯଥା – TPCODL, TPNODL, TPSODL, TPWODL ତରଫରୁ ସାରା ରାଜ୍ୟରେ ଟାଟା ପାୱାର ତରଫରୁ ଏହି ଲୋକଅଦାଲତ ୨୦୨୫ ଆୟୋଜନ କରାଯାଇଥିଲା । ଏଥିରେ ବିଦ୍ୟୁତ ଚୋରିଜନିତ ମାମଲାର ଶୁଣାଣି କରି ଉପଭୋକ୍ତା ମାନଙ୍କୁ ଏକ ସ୍ୱତନ୍ତ୍ର ରିହାତି ମାଧ୍ୟମରେ ତାର ସମାଧାନ କରାଯାଇଥିଲା ।ଏଥିରେ ସମଗ୍ର ଓଡିଶାର ୭୨ ଟି ବିଦ୍ୟୁତ ଡିଭିଜନ ର ପ୍ରାୟ ୨୫୦୦୦ ରୁ ଉର୍ଦ୍ଧ ବିଦ୍ୟୁତ ଉପଭୋକ୍ତା ଙ୍କ ନିଜର ବିଦ୍ୟୁତ ଚୋରିଜନିତ ମାମଲାର ସମାଧାନ କରାଯାଇଥିଲା । ଏଥିମଧ୍ୟରୁ TPWODL ଅଧୀନରେ ଥିବା ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ବିଦ୍ୟୁତ ଡିଭିଜନରେ ସର୍ବାଧିକ ଉପଭୋକ୍ତାମାନେ ନିଜର ବିଦ୍ୟୁତ ଚୋରି ଜନିତ ମାମଲାର ସମାଧାନ କରି ଥିଲେ । ଏହି ସଫଳତା ପାଇଁ ଟିଟିଲାଗଡ଼ ବିଦ୍ୟୁତ ଡିଭିଜନର ନିର୍ବାହୀଯନ୍ତ୍ରୀ ବିନାୟକ ରାଉତ ଡିଭିଜନର…

Read More