ବେଲଗୁଣ୍ଠା ;ତା-୧୦/୧୨(ବିଏମସି ଟିଭି ଓଡ଼ିଆ) ଦିନକୁ ଦିନ ବେଲଗୁଣ୍ଠା ସହରରେ ବଢୁଛି ମଶାଙ୍କ ଉପଦ୍ରବ ।ସଞ୍ଜ ନଇଁ ଗଲେ ଏହି ଉପଦ୍ରବ ବହୁ ଗୁଣିତ ହୋଇ ଯାଉଛି । ମଶା କାମୁଡ଼ାରେ ସହରବାସୀ କଲବଲ ହେଉଛନ୍ତି । ଛୋଟ ଶିଶୁ ଏବଂ ବୃଦ୍ଧ ବୃଦ୍ଧାଙ୍କ ଅବସ୍ଥା କହିଲେ ନସରେ । ସହରର ବିଭିନ୍ନ ନାଳ ନର୍ଦ୍ଦମାରେ କ୍ରମାଗତ ଭାବେ ମଶା ବଂଶ ବୃଦ୍ଧି ପାଇବାରେ ଲାଗିଛି । ସହରର ବସ୍ ଷ୍ଟାଣ୍ଡ୍ ,ପରିବା ବଜାର ସମେତ ବିଭିନ୍ନ ସାହିରେ ମଶାଙ୍କ ଦୌରାତ୍ମ୍ୟରେ ଲୋକେ ଅତିଷ୍ଠ ହୋଇ ପଡିଲେଣି । ଏପଟେ ମଶା ବୃଦ୍ଧି ପାଇବା ଯୋଗୁଁ ସହରରେ ମ୍ୟାଲେରିଆ, ଡେ଼ଙ୍ଗୁ ଭଳି ରୋଗ ବ୍ୟାପିବାର ଆଶଙ୍କା ସୃଷ୍ଟି ହୋଇଛି । ଏଣୁ ଏଦିଗରେ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେଇ ମଶା ନିବାରଣ ଦିଗରେ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି। ବେଲଗୁଣ୍ଠା ରୁ ନାରାୟଣ ପଣ୍ଡାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।
Author: BMC NEWS ODISHA
ଭୁବନେଶ୍ୱର , ତା ୧୦/୧୨ ( ବିଏମସି ଟିଭି ଓଡ଼ିଆ) ଭାଷା ଓ ସଂସ୍କୃତି ସମାଜ ରେ ବାର୍ଷିକ ସାହିତ୍ୟ ସମାରୋହ ଓ ପ୍ରତିଭା ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବ ରେ ପ୍ରଫେସର ଅଜୟ ବେହେରା ସଭାପତିତ୍ବ କରିଥିଲା ବେଳେ ମୁଖ୍ୟ ଅତିଥି ଭାବେ ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ ଯୋଗଦାନ କରିଥିଲେ ।ମୁଖ୍ୟବକ୍ତା ପ୍ରାଧ୍ୟାପକ ଡାକ୍ତର ବାବାଜୀ ଚରଣ ପଟ୍ଟନାୟକ ଏବଂ ବରେଣ୍ୟ ଅତିଥି ରଘୁନାଥ ମିଶ୍ର ସଭା ମଣ୍ଡନ କରିଥିଲେ ।ସମ୍ପାଦିକା ସୌଦାମିନୀ ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ। ସଭାଶେଷ ରେ ଡାକ୍ତର ଜୟଶ୍ରୀ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉତ୍ସବ ରେ ସାହିତ୍ୟ କୃତି ପାଇଁ ଜୟ କୃଷ୍ଣ ସାମଲଙ୍କୁ ସାହିତ୍ୟ ସମ୍ମାନ ପ୍ରଦାନ କରା ଗଲା,ନିରୁପମା ରାୟଙ୍କୁ କବିତା ସମ୍ମାନ ବିଦ୍ୟାଧର ଗୁରୁଙ୍କୁ କାହାଣୀ ସମ୍ମାନ ଏବଂ ବେବିଲତା ପାତ୍ରଙ୍କୁ ନବ ପ୍ରତିଭା ସମ୍ମାନ ରେ ସମ୍ମାନିତ କରାଗଲା।ଏହି ଉତ୍ସବ ରେ…
ବୋଲଗଡ଼ ; ତା-୧୦/୧୨ ( ବିଏମସି ଟିଭି ଓଡ଼ିଆ) ବୋଲଗଡ଼ ସରକାରୀ ପରମାନନ୍ଦ ଡିଗ୍ରୀ ମହାବିଦ୍ୟାଳୟ ଓ ଯୁକ୍ତ ଦୁଇ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟରେ ୬୦୦ ଜଣ ଛାତ୍ରଛାତ୍ରୀ ମାନେ ଶିକ୍ଷା ଅଧ୍ଯୟନ କରୁଅଛନ୍ତି। ପରମାନନ୍ଦ ମହାବିଦ୍ୟାଳୟ ଟି “B”- ଗ୍ରେଡ ନାକ୍ ମାନ୍ୟତାପ୍ରାପ୍ତ ଶିକ୍ଷା ଅନୁଷ୍ଠାନ ଅଟେ। ଏହି ମହାବିଦ୍ୟାଳୟ ଟି ୧୯୮୧ମସିହାରେ ସ୍ଥାପିତ ହୋଇଥିଲା। ଆଜି ପର୍ୟ୍ଯନ୍ତ ବରିଷ୍ଠ ଅଧ୍ଯାପକ, ଅଧ୍ଯାପିକା ଓ ଅଧ୍ଯକ୍ଷମାନଙ୍କ ମିଳିତ ସହଯୋଗ ରେ ଛାତ୍ରଛାତ୍ରୀ ମାନଙ୍କୁ ଗୁଣାତ୍ମକ ତଥା ଆଦର୍ଶ ଶିକ୍ଷା ଦାନ ଦିଆଯାଉଥିବା ରୁ ପରମାନନ୍ଦ ମହାବିଦ୍ୟାଳୟର ଗୌରବ ଦିନ କୁ ଦିନ ବ୍ରୁଦ୍ଧି ପାଇ ଆସୁଥିଲା। ନୂତନ ଅଧ୍ଯକ୍ଷ ଭାବେ ବାଣପୁର ସରକାରୀ ଗୋଦାବରୀଶ ମହାବିଦ୍ୟାଳୟ ପଦାର୍ଥ ବିଞାନ ବିଭାଗର ମୁଖ୍ଯ ଡଃ ପ୍ରଦୀପ୍ତ କୁମାର ଦାସ ପଦୋନ୍ନତି ପାଇ ଗତ ମଇ ମାସରେ ବୋଲଗଡ଼ ସରକାରୀ ପରମାନନ୍ଦ ମହାବିଦ୍ୟାଳୟରେ ଅଧ୍ଯକ୍ଷ ଭାବେ ନିଯୁକ୍ତି ପାଇଥିଲେ। ଏହି ମହାବିଦ୍ୟାଳୟରେ…
ସମ୍ବଲପୁର/ଗୋଡଭଗା:ତା.୦୮/୧୨ (ବିଏମସି ଟିଭି ଓଡିଆ)ବରଗଡ ଜିଲ୍ଲା ବରପାଲି ଅର୍ନ୍ତଗତ କନବାର ଠାରେ ଗୁରୁ ଭଗବାନ ସାହୁଙ୍କ ଶିଷ୍ୟ ଶବ୍ଦନୃତ୍ୟ ଗୁରୁ ବିଶିଷ୍ଟ ଶବ୍ଦ ନୃତ୍ୟ ବାଦକ ବିପିନ ବାରିକଙ୍କ ୮୫ ବର୍ଷ ବୟସରେ ବାର୍ଦ୍ଧକ୍ୟ ଜନିତ ରୋଗରେ ପରଲୋକ ହୋଇଯାଇଛି। ତାଙ୍କର ଏକମାତ୍ର ପୁତ୍ର ଯୁଧିଷ୍ଠିର ବାରିକଙ୍କ ପୂର୍ବରୁ ମୃତ୍ୟୁ ଘଟିଥିଲା। ତାଙ୍କ ପଛରେ ଦୁଇ ଝିଅ ଥିବିରି ବାରିକ, ପଦ୍ମିନୀ ବାରିକ ଏବଂ ନାତି ନାତୁଣୀଙ୍କୁ ଛାଡି ଯାଇଛନ୍ତି। ନାତି ପରେଶ ବାରିକ ମୁଖାଗ୍ନି ଦେଇଥିଲେ। ଗୁରୁ ବିପିନ ବାରିକ ଖୁବ୍ ଶାନ୍ତଶିଷ୍ଟ ,ଭଦ୍ର ଓ ମେଳାପି ଥିଲେ। ଅନେକ ବର୍ଷ ଧରି ଗୁରୁ ଭଗବାନ ସାହୁଙ୍କ ସହଯୋଗୀ ଭାବେ ନାଟକ ଦଳରେ ଶବ୍ଦ ନୃତ୍ୟ ବାଦକ ଭାବରେ କାର୍ଯ୍ୟ କରିବା ସହିତ ନୂତନ ଶିଷ୍ୟ ମାନଙ୍କୁ ଶବ୍ଦ ନୃତ୍ୟ ଶିକ୍ଷା ଦେଉଥିଲେ। ସେ କନବାର ଠାରେ ଗୁରୁ ଭଗବାନ ସାହୁ ଶବ୍ଦ ନୃତ୍ୟ ଗବେଷଣା କେନ୍ଦ୍ରର ପ୍ରତିଷ୍ଠାତା ସଦସ୍ୟ…
ସମ୍ବଲପୁର:ତା୦୮/୧୨(ବିଏମସି ଟିଭି ଓଡିଆ ) ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ, ସୁସାହିତ୍ୟିକ, ସମାଜସେବୀ, ସାମ୍ବାଦିକ ତଥା ବିଶିଷ୍ଟ ପରିବେଶବିତ୍ ସୁବାସ ଚନ୍ଦ୍ର ନାୟକଙ୍କୁ ସମ୍ପ୍ରତି ବ୍ରହ୍ମପୁରର ଭାଷା ଭବନଠାରେ ରାଜ୍ୟର ଅଗ୍ରଣୀ ଅନୁଷ୍ଠାନ ‘ଉତ୍କଳିକା’ ପକ୍ଷରୁ ଆୟୋଜିତ ରାଜ୍ୟ ସ୍ତରୀୟ ସାରସ୍ଵତ ଉତ୍ସବରେ “ଉତ୍କଳ ପ୍ରକୃତି ପୁତ୍ର” ସମ୍ମାନରେ ସମ୍ମାନିତ କରାଯାଇଛି। ଅନୁଷ୍ଠାନର ସଭାପତି ବିଚିତ୍ରା ନନ୍ଦ ମୁନିଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଡ଼. ପୁରୁଷୋତ୍ତମ ମିଶ୍ର ଓ ମଞ୍ଚାସୀନ ସମ୍ମାନିତ ଅତିଥିମାନେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରୁ ଜଣେ ଲେଖାଏଁ ପ୍ରତିଭାଙ୍କୁ ସମ୍ମାନିତ କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସାଧାରଣ ସମ୍ପାଦକ ତଥା ମୁଖ୍ୟପତ୍ର ‘ଅଭିନବ ଉତ୍କଳିକା’ର ସମ୍ପାଦକ ଡ଼. ବିଜୟ ଚନ୍ଦ୍ର ମହାରଣା ପରିଚାଳନା କରିଥିଲେ। ପ୍ରକାଶ ଥାଉ କି ପୂର୍ବରୁ ଶ୍ରୀଯୁକ୍ତ ନାୟକ ବନ ଓ ବନ୍ୟପ୍ରାଣୀର ସୁରକ୍ଷା ପାଇଁ ସମ୍ବାଦ ପରିବେଶ ସମ୍ମାନ, ମୁଖ୍ୟମନ୍ତ୍ରୀ ପୁରସ୍କାର, ବିଜୁ ପଟ୍ଟନାୟକ ପୁରସ୍କାର, ତିନି ଥର ପ୍ରକୃତି ବନ୍ଧୁ…
ମୁନିଗୁଡା:୦୮/୧୨(ବିଏମସି ଟିଭି ଓଡ଼ିଆ) ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ କାର୍ଯ୍ୟାଳୟ ସଭାଗୃହ ପରିସରରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମୁନିଗୁଡା ବ୍ଲକ ଅଧକ୍ଷା ଦୁଃଖିନୀ ନୁଣ୍ଡ୍ରୁକାଙ୍କ ଅଧ୍ୟକ୍ଷତା ଓ ବିଡ଼ିଓ କୃଷ୍ଣଚନ୍ଦ୍ର ଦଳପତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ଅକ୍ଷୟ କୁମାର ଖେମୁଣ୍ଡ,ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶୁତୋଷ କୁଳକର୍ଣି, ଆରକ୍ଷୀ ଅଧିକ୍ଷକ ସ୍ୱାଥି ଏସ କୁମାର,ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପ କୁମାର,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ବି .ସରୋଜିନୀ ଦେବୀ ପ୍ରମୁଖ ଉପସ୍ଥିତ ରହି ମୋଟ ୧୪୭ଟି ଅଭିଯୋଗ ଶୁଣାଣି କରି ଏହାର ସଠିକ୍ କାର୍ଯ୍ୟକାରିତା ନେଇ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେଥିମଧ୍ୟରୁ ବ୍ୟକ୍ତିଗତ ୧୦୯ଟି ଓ ଗୋଷ୍ଠିଗତ ୩୮ଟି ଅଭିଯୋଗ ଆସିଥିଲା l ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ୫ଜଣକୁ ୯୫ହଜାର…
ରଣପୁର ; ତା-୦୭/୧୨ ( ବିଏମସି ଟିଭି ଓଡ଼ିଆ) ନୟାଗଡ ଜିଲ୍ଲା ରଣପୁର ମହୋତ୍ସବ ’ଅର୍ଜୁନ ’ ସବୁ ବର୍ଷ ଭଳିଆସନ୍ତା ୨୦୨୬ ଜାନୁୟାରୀ ୫ ରୁ ଆରମ୍ଭ ହୋଇ ଜାନୁୟାରୀ ୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବେଳେ, ଏଥିପାଇଁ ଡିସେମ୍ବର ୭ ତାରିଖ ଅପରାହ୍ନ ତିନିଟା ବେଳେ କମିଟିର ସମ୍ପାଦକସ୍ଵରାଜ ମହାନ୍ତି ଙ୍କ ଆହ୍ବାନ କ୍ରମେ ମହୋତ୍ସବ କମିଟି ସଭାପତି ତଥାବାଚସ୍ପତି ସୁରମା ପାଢୀଙ୍କ ପ୍ରଥମାର୍ଦ୍ଧରେ ଅନୁପସ୍ଥିତିରେ ତାଙ୍କ ସ୍ଵାମୀ ବିପିନ ପାଢୀଙ୍କ ସଭାପତିତ୍ବରେ ରଣପୁର ବ୍ଲକ୍ କନଫରେନ୍ସ ହଲ୍ ରେ ପ୍ରସ୍ତୁତି ବୈଠକ ଆରମ୍ଭ ହୋଇଥିଲା। ଏହି ଅବସରରେ ବ୍ଳକ୍ଅଧ୍ୟକ୍ଷା ନିର୍ମଳା ବେହେରା, ଏନଏସି ଅଧ୍ୟକ୍ଷା ରଙ୍ଗୀନ୍ ମହାନ୍ତି, ବିଡ଼ିଓ ମନୋଜ କୁମାର ନାୟକ, ତହସିଲଦାର ଆର୍ଯକୁମାରସର୍ବଦମନ୍, ଏମ ପୀ ପ୍ରତିନିଧୂ ତଥା ବରିଷ୍ଠ ଆଇନଜୀବି ପ୍ରିୟବ୍ରତ ପ୍ରହରାଜ, ବରିଷ୍ଠ ନାଗରିକ ବିଜୟ କୁମାର ଜେନା, ଟୁନା ମିଶ୍ର, ଫାୟାର ଅଧିକାରୀ, ଟାଟା ପାୱାର କର୍ମୀ, ପୋଲିସ…
ସମ୍ବଲପୁର ; ତା-୦୮/୧୨ (ବିଏମସି ଟିଭି ଓଡିଆ) ସାଂପ୍ରତିକ ପରିସ୍ଥିତିରେ ଗଣମାଧ୍ୟମର ଭୂମିକା ବହୁ ଗୁରୁତ୍ଵପୂର୍ଣ୍ଣ ରହିଥାଏ ବୋଲି ବରଗଡ଼ ଜିଲ୍ଳା ବରପାଲି ସାମ୍ବାଦିକ ସଂଘର ୩୯ତମ ବାର୍ଷିକ ଉତ୍ସବରେ ଅତିଥିମାନେ ମତ ରଖିଥିଲେ। ବରପାଲି ସ୍ଥିତ ଗଙ୍ଗାଧର କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ ଉତ୍ସବ ସାମ୍ବାଦିକ ସଂଘ ସଭାପତି ଚିତ୍ତରଂଜନ ସାହୁଙ୍କ ଅଧ୍ୟକ୍ଷତାରେ ପରିଚାଳିତ ହୋଇଥିଲା। ମୁଖ୍ୟଅତିଥି ଭାବରେ ବିଜେପୁର ବିଧାୟକ ସନତ ଗଡତିୟା ଯୋଗଦେଇ ଉଦ୍ଘାଟନ କରିଥିଲେ। ପ୍ରାରମ୍ଭ ରେ ପ୍ରଭୁ ନାରଦ ଓ ମାଆ ସମଲେଶ୍ଵରୀଙ୍କ ଫଟୋ ଚିତ୍ରରେ ଅତିଥିମାନେ ପୁଷ୍ପ ମାଲ୍ୟାର୍ପଣ ସହ ପୂଜାର୍ଚ୍ଚନା କରିଥିଲେ। ବରିଷ୍ଠ ସାମ୍ବାଦିକ ବାଲକିଶୋର ଖାଡଙ୍ଗା ସ୍ବାଗତ ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସାମ୍ବାଦିକ ପଦ୍ମଲୋଚନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ମଞ୍ଚ ସଞ୍ଚାଳନ ଆଶୁତୋଷ ରଥ ଓ ନିବେଦିତା ସ୍ୱାଇଁଙ୍କ ଦ୍ବାରା ସମ୍ପନ୍ନ ହୋଇଥିଲା। ଏହି ଅବସରରେ ବରଗଡ଼ ଧନୁଯାତ୍ରା ସମ୍ପାଦକ ସୁରେଶ୍ଵର ଶତପଥୀଙ୍କୁ ମାନପତ୍ର…
ସମ୍ବଲପୁର:ତା.୦୭/ ୧୨(ବିଏମସି ଟିଭି ଓଡିଆ)ସମ୍ବଲପୁରରେ ବ୍ରିଟିଶ ବାହିନୀର ଗତିବିଧି ଉପରେ ନଜର ରଖିବା ପାଇଁ ବୀର ସୁରେନ୍ଦ୍ର ସାଏ କୁଦୋପାଲିରେ ଘାଟୀ ସ୍ଥାପନ କରିଥିଲେ। ଘାଟୀ ଦାୟିତ୍ଵରେ ଥିଲେ ସାନ ଭାଇ ଛବିଳ ସାଏ। ଯୁଯୁମୁରାରେ ବ୍ରିଟିଶ ବାହିନୀ ଉପରେ ବୀର ସୁରେନ୍ଦ୍ର ସାଏଙ୍କ ଗରିଲା ଯୋଦ୍ଧାମାନେ ଅତର୍କିତ ଆକ୍ରମଣ କରି ବହୁ ଇଂରେଜଙ୍କୁ ଗୁରୁତର ଆହତ କରିଥିଲେ ଓ ଡାଃ ମୁର୍ଙ୍କୁ ହତ୍ୟା କରିଥିଲେ। ଏହାର ପ୍ରତିଶୋଧ ନେବା ପାଇଁ ୧୭ ଡିସେମ୍ବର ୧୮୫୭ରେ କୁଦୋପାଲି ଘାଟି ଉପରେ ଆକ୍ରମଣ କରିଥିଲେ ବ୍ରିଟିଶ ବାହିନୀ। ପ୍ରଥମ ଯୁଦ୍ଧରେ ବିଜୟ ହୋଇଥିଲା ସଂଗ୍ରାମୀଙ୍କର। କିନ୍ତୁ ଏହି ସଂଗ୍ରାମରେ ଶହୀଦ ହୋଇଥିଲେ ୪ ଜଣ ବୀର ସେନାନୀ। ଇଂରେଜଙ୍କ ପରାଜୟ ପରେ ସେମାନେ ନୂତନ ରଣନୀତି ତିଆରି କରି ମାଡ୍ରାସ ଓ ନାଗପୁରରୁ ସୈନ୍ୟ ମଗାଇଲେ। ୩୦ ଡିସେମ୍ବରର ପ୍ରଚଣ୍ଡ ଶୀତରୁ ରକ୍ଷା ପାଇବା ପାଇଁ ସଂଗ୍ରାମୀମାନେ ପାହାଡ଼ ଉପରୁ ତଳକୁ ଆସି…
ରଣପୁର / ରାଜସୁନାଖଳା ; ତା-୦୭/୧୨ ( ବିଏମସି ଟିଭି ଓଡ଼ିଆ) ନୟାଗଡ଼ ଜିଲ୍ଲା ରାଜସୁନାଖଳା ପଞ୍ଚାୟତ ଠାରେ ରାଜସୁନାଖଳା ମହୋତ୍ସବ କାଉଁରୀ ୨୦୨୫ ପାଇଁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବ କମିଟିର ସମ୍ପାଦକ ଯୁବ ସାମ୍ବାଦିକ ଜୟେନ୍ଦ୍ର ବେହେରାଙ୍କ ଆବାହକରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମହୋତ୍ସବ ପାଇଁ ବ୍ୟାପକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି । ମହୋତ୍ସବ କମିଟିର ସଭାପତି ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ ସମସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ରାଜସୁନାଖଳା ମହୋତ୍ସବ ଚଳିତ ବର୍ଷ ସପ୍ତମ ବର୍ଷରେ ପଦାର୍ପଣ କରିବ । ରଣପୁର ବିଧାୟିକା ତଥା ଓଡ଼ିଶା ବିଧାନସଭାର ଵାଚସ୍ପତି ଏହାକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଉଦଯାପନୀ ଉତ୍ସବରେ ମହାମହିମ ରାଜ୍ୟପାଳ ଯୋଗଦେବାର ସମ୍ଭାବନା ଥିବା ଜଣାପଡିଛି। ବିଗତ କିଛି ବର୍ଷ ଧରି ରାଜସୁନାଖଳା ମହୋତ୍ସବକୁ ରାଜ୍ୟପାଳ ଲଗାତାର ଭାବେ ମୁଖ୍ୟ ଅତିଥି ହୋଇ ଆସୁଥିବାରୁ ଚଳିତ…
ରଣପୁର/ରାଜସୁନାଖଳା ; ତା- ୦୬/୧୨ ( ବିଏମସି ଟିଭି ଓଡ଼ିଆ) ଓଡିଶାର ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଚାନ୍ଦପୁର ଠାରେ ଏସିଆ ମହାଦେଶର ଦ୍ୱିତୀୟ ଓ ଭାରତର ପ୍ରଥମ ଯକ୍ଷ୍ମା ଚିକିତ୍ସାଳୟ ଭାବେ କ୍ଷ୍ୟାତି ଲାଭ କରିଥିବା ଚିକତ୍ସାଳୟ ବସନ୍ତମଞ୍ଜରୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଟେ , ଯାହାକୁ କି ରଣପୁରର ରାଣୀ ତଥା ତତକାଳୀନ ବିଧାୟିକା ତଥା ଓଡ଼ିଆ ପ୍ରଥମ ମହିଳା ମନ୍ତ୍ରୀ ବସନ୍ତ ମଞ୍ଜରୀ ଦେବୀଙ୍କ ଆପ୍ରାଣ ପ୍ରଚେଷ୍ଟା ଓ ନିଜସ୍ୱ ଉଦ୍ୟମରେ ୧୧୭ଏକର ଜାଗାରେ ଏହା ପ୍ରତିଷ୍ଠା ହୋଇଥିଲା । ପରାଵର୍ତ୍ତୀ ସମୟରେ ବିଶ୍ୱ ମହାମାରୀ କରୋନା ସମୟରେ ସମଗ୍ର ନୟାଗଡ ଜିଲ୍ଲାରେ କୋଭିଡ ହସ୍ପିଟାଲ ପାଇଁ ସମଗ୍ର ହସ୍ପିଟାଲ ଯୋଗ୍ୟ ନହେବା ବେଳେ, ସେହିଠାରେ ହିଁ କୋଭିଡ ହସ୍ପିଟାଲ ହୋଇଥିଲା । ବର୍ତ୍ତମାନ ଓଡ଼ିଶା ରାଜ୍ୟ ସରକାର ପ୍ରତି ଜିଲ୍ଲାରେ ମେଡିକାଲ କଲେଜ କରିବାକୁ ନିଷ୍ପତି ନେଇଥିବା ବେଳେ, ସେଥିରେ ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ କେନ୍ଦ୍ର…
ବେଲଗୁଣ୍ଠା-:୬.୧୨ (ବିଏମସି ଟିଭି ଓଡ଼ିଆ) ଶନିବାର ସକାଳ ଘ.୦୭.୩୦ ମି. ସମୟରେ ଅ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,ବେଲଗୁଣ୍ଠାର ୧୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଡଃ ରବୀନ୍ଦ୍ରନାଥ ପାଳ(ଅବସର ପ୍ରାପ୍ତ ଅଧ୍ୟାପକ)ଯୋଗଦାନ କରି କ୍ରୀଡ଼ା ଆମ ଜୀବନର ବିକାଶପାଇଁ କିଭଳି ଆବଶ୍ୟକ ଦର୍ଶାଇବା ସହ ଧ୍ୱଜାରୋହଣ , ଦୀପ ପ୍ରଜ୍ଜ୍ଵଳନ ପୂର୍ବକ କ୍ରୀଡ଼ା ଶୁଭାରମ୍ଭ କରିଥିଲେ। ପରିଚାଳନା ସମିତିର ସଦସ୍ୟ ଓ ସଦସ୍ୟା ତଥା ଉପଦେଷ୍ଟା ଶ୍ରୀ ରବୀନ୍ଦ୍ରନାଥ ରଥ, ଉପସଭାପତି ଶ୍ରୀ କାଳୀଚରଣ ପାଢ଼ୀ,ସଂପାଦକ ଶ୍ରୀ ପବିତ୍ର କୁମାର ସାହୁ ସମସ୍ତେ ଶିଶୁଙ୍କୁ ବିଭିନ୍ନ ବାଣୀ ମାଧ୍ୟମରେ ଉତ୍ସାହିତ କରିଥିଲେ । ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଆଦିତ୍ୟ ପ୍ରସାଦ ମହାପାତ୍ର ସ୍ୱାଗତ ଭାଷଣ ଦେବାସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ବିଦ୍ୟାଳୟର କ୍ରୀଡ଼ାପ୍ରମୁଖ ଶ୍ରୀମତୀ ଗୀତାଞ୍ଜଳି ଉଦ୍ଗାତା ଶିଶୁମାନଙ୍କୁ କ୍ରୀଡ଼ାର ଶପଥପାଠ କରାଇଥିଲେ । ବିଦ୍ୟାଳୟର ପ୍ରଥମରୁ ଦଶମ ଶ୍ରେଣୀର…
