Author: BMC NEWS ODISHA

🌹[କେତୁ ଗ୍ରସ୍ତୋଦୟ ଚନ୍ଦ୍ର ଗ୍ରହଣ]🌹🌹[[ଦୋଳ ପୂର୍ଣ୍ଣିମା]]🌹*🌹୩-୩-୨୦୨୬((ମଙ୍ଗଳବାର))🌹🪷🪷🪷🪷🪷🪷🪷🪷🪷🪷*କୁମ୍ଭ ଦି୧୯ ନ ଫାଲଗୁନ ଶୁକ୍ଲ ପୂର୍ଣ୍ଣିମା ଦ୨୭।୨୨ ଦିଘ୫।୬ ମଘା ଦ୪।୫୩ ଦିଘ ୮।୬,ସିଂହଚନ୍ଦ୍ର ଦ୬୦ ନିଶାନ୍ତ।🪷🪷🪷🪷🪷🪷🪷🪷🪷🪷ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)କୁମ୍ଭ ଦ୨/୨୦/୧୦ ଇଂଘ୬/୮/୫୪ ଗତେ ଉଦୟ।ସିଂହ ଦ୩/୧୯/୪୦ ଇଂଘ୫/୪୮/୫୨ ଗତେ ଅସ୍ତ।🪷🪷🪷🪷🪷🪷🪷🪷🪷🪷*ଯୋଗିନୀ ବାୟବ୍ୟେ । ଦିବା ଘ୫।୬ ଗତେ ପୂର୍ବେ । ଯାତ୍ରାଦି ଶୁଭକର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ଦିବା ଘ୮।୬ ଗତେ ଉତ୍ତରାଫାଃ ହସ୍ତା ସ୍ଵାତୀ ଅନୁରାଧା ମୂଳା ଉତ୍ତରାଷାଢ଼ା ଶ୍ରବଣା ଶତଭିଷା ଉତ୍ତରଭାଦ୍ର ଅଶ୍ବିନୀ କୃତ୍ତିକା ରୋହିଣୀ ଆର୍ଦ୍ରା ପୁଷ୍ୟା ମଘା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । କର୍କଟ ଓ ମକର ରାଶିର ଘାତଚନ୍ଦ୍ର ।ମକର ରାଶିର ଘାତବାର । ଦିବା ଘ୭।୩୪ ଗତେ ଘ୯।୦ ମଧ୍ୟେ ବାରବେଳା ।ଘ ୧।୩୦ ଗତେ ଘ୨।୫୫* *ମଧ୍ୟେ କାଳବେଳା । ରାତ୍ରି ଘ୭।୨୧ ଗତେ ଘ୮।୫୫ ମଧ୍ୟେ କାଳରାତ୍ରି ।…

Read More

ରାୟଗଡ଼ା:ତା-୦୨/୦୩(ବିଏମସି ଟିଭି ଓଡ଼ିଆ) ରାୟଗଡ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାସଦର ମହକୁମାସ୍ଥିତ ଜିଲ୍ଲା ପରିଷଦ ସଦଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ରାୟଗଡ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୁଣାଣି ଶିବିରରେ ,ଆରକ୍ଷୀ ଅଧିକ୍ଷକ ସ୍ୱାତୀ ଏସ କୁମାର, ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକ,ରାୟଗଡ଼ ବନଖଣ୍ଡ ଅଧିକାରୀ ସଚିନ ଆନା ସାହେବ ଓହଲେ,ଉପଜିଲ୍ଲାପାଳ ରାୟଗଡ଼ ରମେଶ କୁମାର ଜେନା, ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଵି ସରୋଜିନୀ ଦେବୀ, ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ରାୟଗଡ,ମୋନିସା ଦାସ, ଉପସ୍ଥିତ ରହି ଜନସାଧାରଣଙ୍କୁ ବିଭିନ୍ନ ଅଭିଯୋଗ ଶୁଣାଣି କରିଥିଲେ । ଆଜି ମୋଟ ୭୧ ଟି ଅଭିଯୋଗ ଜିଲ୍ଲାପାଳଙ୍କ ପାଖକୁ ଆସିଥିଲା । ସେଥି ମଧ୍ୟରୁ ୫୫ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ ୦୯ଗୋଟି ଗ୍ରାମ ବାସୀ ମାନଙ୍କର ସାମୂହିକ ଅଭିଯୋଗ ଥିଲା । …

Read More

ବିଷମକଟକ: ତା -୦୩/୦୩(ବିଏମସି ଟିଭି ଓଡ଼ିଆ) କଥା ଦେଇ କଥା ରଖିଲେ ବ୍ଲକ ଉପାଧକ୍ଷ I କିଛି ଏଭଳି ଭାବେ ଆଜି ବିଷମକଟକ ବ୍ଲକ ଉପାଧକ୍ଷ ଙ୍କୁ ବହୁଜନ ସମାଜ ତଥା ଡମ ସମାଜ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଥିବା ଦେଖିବାକୁ ମିଳିଛି ।ବିଷମକଟକ ସ୍ଥିତ ନୂତନ ବସ ଷ୍ଟାଣ୍ଡ ଠାରେ ବାବା ସାହେବ ଡକ୍ଟର ଭୀମ ରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ର ରକ୍ଷଣା ବେକ୍ଷଣ, ସୌନ୍ଦର୍ଯ୍ୟ କରଣ ଆଦି ପାଇଁ ଆଜି ନିଜ ପାଣ୍ଠି ରୁ ଅନୁଦାନ ପ୍ରଦାନ କରିଛନ୍ତି ବିଷମକଟକ ବ୍ଲକ ଅଧକ୍ଷା ଯଶୋଦା ହୁଇକା ଏବଂ ଉପାଧକ୍ଷ ଦେବୀ ପ୍ରସାଦ ପଟନାୟକ । ଉଭୟ ବିଜେଡି ନେତା ମାନେ ନିଜ ପାଣ୍ଠି ରୁ ଅନୁଦାନ ସ୍ୱରୂପ ଏହି ପଦକ୍ଷେପ ନେଇଥିବା, ରାୟଗଡା ବହୁଜନ ସମାଜ ପାର୍ଟି ପ୍ରଭାରୀ ରାମଦାସ ଟାକ୍ରୀ ସୂଚନା ଦେଇଛନ୍ତି । ମୂର୍ତ୍ତି ସ୍ଥାପନା ଦିନ ଠାରୁ ଏହାର ଉନ୍ନତିକାରଣ ନିମନ୍ତେ ବିଭିନ୍ନ ରାଜନୈତିକ…

Read More

ବେଲଗୁଣ୍ଠା: ତା -୦୧/୦୩(ବିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ବିଭାଗ ତରଫରୁ ଏକ ପାଠଚକ୍ର ମହାବିଦ୍ୟାଳୟ ର ଅଧକ୍ଷ ଗିରିଧର ନାୟକ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଭଞ୍ଜନଗର କେ ଏସ ୟୁ ବି ମହାବିଦ୍ୟାଳୟ ର ପ୍ରାଧ୍ୟାପକ ପ୍ରଶାନ୍ତ କୁମାର ରଥ, ମୁଖ୍ୟବକ୍ତା ରୂପେ ଘୁ ଉଦୟଗିରି କଳିଙ୍ଗ ମହାବିଦ୍ୟାଳୟ ର ପଦାର୍ଥ ବିଜ୍ଞାନ ଅଧ୍ୟାପକ ଦୁତିକୃଷ୍ଣ ଖଣ୍ଡୁଆଳ, ସଂମାନ୍ନୀତ ଅତିଥି ରୂପେ ପ୍ରଶାସନିକ ଅଧିକାରୀ ଡା ରବିନାରାୟଣ ପାତ୍ର, ପଦାର୍ଥ ବିଜ୍ଞାନ ପ୍ରଦର୍ଶକ ସଞ୍ଜୟ କୁମାର ପଣ୍ଡା, ବିଜ୍ଞାନଗାର ସହାୟକ ଶ୍ରୀନିବାସ ତ୍ରିପାଠୀ ଯୋଗଦେଇଥିଲେ । ଜାତୀୟ ବିଜ୍ଞାନ ଦିବସ ଅବସରରେ ଥୋରୀୟମ ଭବିଷ୍ୟତ ଶକ୍ତିର ଉତ୍ସ ଉପରେ ଏକ ପାଠଚକ୍ର କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଭବିଷ୍ୟତରେ ଶକ୍ତି ଚାହିଦା ପୂରଣ କରିବା ପାଇଁ ସମୁନ୍ଦ୍ର ବଲିରୁ ମୋନା୍ୟାଇଟ…

Read More

ଢ଼େଙ୍କାନାଳ/ହିନ୍ଦୋଳ: ତା -୦୧/୦୩(ବିଏମସି ଟିଭି ଓଡ଼ିଆ) ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ ଜନ ମଙ୍ଗଳ ରାସୋଳ ର ସପ୍ତମ ବାର୍ଷିକ ଉତ୍ସବ ଅବସର ରେ ସହଯୋଗୀ ଅନୁଷ୍ଠାନ ହିନ୍ଦୋଳ କଲ୍ୟାଣ ସଂଗଠନ (ଭୁବନେଶ୍ବର) ର ମିଳିତ ଆନୁକୂଲ୍ୟରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ରାସୋଳ ଗ୍ରାମ ର କୂମାର କ୍ଲବ୍ ଠାରେ ଜେପିଏମ୍ ରୋଟାରୀ ଚକ୍ଷୁ ଚିକିତ୍ସାଳୟ(କଟକ)ର ଅଭିଜ୍ଞ କୁଶଳୀ ଚିକିତ୍ସକ ମାନଙ୍କ ଦ୍ଵାରା ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆୟୋଜିତ ହୋଇଯାଇଛି। ସକାଳ ୧୦ଘଟିକା ସମୟ ରେ ମୁଖ୍ୟ ଅତିଥି ତଥା ଜନମଙ୍ଗଳ ସଂଗଠନ ର ଉପଦେଷ୍ଟା ଶ୍ରୀଯୁକ୍ତ ରତିକାନ୍ତ ଗଡ଼ନାୟକ ଙ୍କ ଦ୍ଵାରା ଆନୁଷ୍ଠାନିକ ଭାବେ ଶିବିର ଉଦ୍ଘାଟିତ ହୋଇଥିଲା।ସଂଗଠନ ତରଫ ରୁ ଜେପିଏମ୍ ରୋଟାରୀ ଚକ୍ଷୁ ଚିକିତ୍ସାଳୟ ର ଡାକ୍ତର ଓ କର୍ମଚାରୀ ତଥା ମୁଖ୍ୟ ଅତିଥି ମାନଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା।ସଂଗଠନ ର ପ୍ରତିଷ୍ଠାତା ବିଭୁ ଶତପଥୀ,ସମ୍ପାଦକ ପ୍ରଦୀପ ନାୟକ ଓ ଶିବିର ପରିଚାଳକ ବିବେକାନନ୍ଦ…

Read More

ବୋଲଗଡ:ତା -୦୧/୦୩(ବିଏମସି ଟିଭି ଓଡ଼ିଆ) କଳାଙ୍ଗ ସନସାଇନ୍ କ୍ରିକେଟ କ୍ଳବ ଅନୁକୁଲ୍ୟରେ ଚାଲିଥିବା ୨୧ତମ କଳାଙ୍ଗ ପ୍ରିମିୟର କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଦିନ ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚଟି ପଣ୍ଡୁସର କ୍ରିକେଟ ଟିମ୍ ଓ ଏକ ତାଳ କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଟସ୍ ଜିତି ପ୍ରଥମେ ଏକ ତାଳଦଳ ୧୮ ଓଭରରେ ସମସ୍ତୱିକେଟ ହରାଇ ୧୩୦ରନ୍ କରିଥିଲା । ଜବାବରେ ପଣ୍ଡୁସର ଦଳ ୧୨ଓ ଭର ଖେଳି ସମସ୍ତ ୱିକେଟ ହରାଇ ୧୦୫ ରନ୍ କରିବାରେ ସକ୍ଷମ ହୋଇଥିଲା । ଫଳରେ ଏକତାଳ ଦଳ ୨୫ ରନ ବିଜୟ ଲାଭ କରି ଚାମ୍ପିଅନ ହୋଇଥିଲା। ଫାଇନାଲ ଖେଳକୁ ଅମ୍ପାୟାର ଭାବେ ପରିଚାଳନା କରିଥିଲେ ସର୍ବେଶ୍ୱରସାହୁ, ଆଲୋକ ପ୍ରଧାନ ମ୍ୟାଚରେ ଫେରୀ ଭାବେ ପ୍ରଭାତସ୍ବାଇଁ ଓ ସୋମନାଥ ମହାରଣା କାର୍ଯ୍ୟନିର୍ବାହ କରିଥିଲେ। ଏହିଉଦଯାପନ ଉତ୍ସବରେ ସ୍ଥାନୀୟ ବିଧାୟକ ପ୍ରଦୀପକୁମାର ସାହୁ ମୁଖ୍ୟ ଅତିଥ୍ୟ ଭାବେ ଯୋଗଦେଇ ଚାମ୍ପିଅନ ଦଳ…

Read More

ଖୋର୍ଦ୍ଧା/ବୋଳାଗଡ: ତା -୦୨/୦୩(ବିଏମସି ଟିଭି ଓଡ଼ିଆ) ବୋଲଗଡ଼ ଟାଉନ ନିକଟସ୍ଥ ମନୋରମ ପର୍ଯ୍ୟଟନସ୍ଥଳୀ ତ‌ଥା ପ୍ରସିଦ୍ଧ ଶକ୍ତିପୀଠ ମା’ ଭୂୟାଁଣି ଦେବୀଙ୍କ ମନ୍ଦିର ପରିଚାଳନା କମିଟି ଏହାକୁ ଦୀର୍ଘ ୩୦ବର୍ଷରୁ ଉର୍ଦ୍ଧ ସମୟ ଧରି ମନ୍ଦିର ପରିଚାଳନା କରିବା ସହିତ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇବା ପାଇଁ ଅହ ରହ ପ୍ରଚେଷ୍ଟା ଚଳାଇ ଥିଲେ । ସେହିପରି ନିଜସ୍ଵ ଖର୍ଚ୍ଚ ଓ କିଛି ସରକାରୀ ଅନୁଦାନରେ ମନ୍ଦିରକୁ ଉନ୍ନତି କରିବା ସହିତ ଏଠାରେ ବିବାହ, ବ୍ରତ ଓ ଅନ୍ୟାନ୍ୟ ସାମାଜିକ ଅନୁଷ୍ଠାନ ସହ ସଭାସମିତି, ରୋଜିଭାତ ଆଦି କାର୍ଯ୍ୟକ୍ରମ ପାଇଁ ବ୍ୟବସ୍ଥା କରାଯାଇଥିଲା। ଏଥିସହ ଠାକୁରାଣୀଙ୍କ ଧନୁଯାତ୍ରା ମଧ୍ୟ ଏଠାରେ ଅନୁଷ୍ଠିତ ହୋଇଆସୁଥିଲା। ସେହିପରି ପର୍ଯ୍ୟଟନ ସ୍ଥଳୀର ରୁପରେଖକୁ ସୋନ୍ଦର୍ଯ୍ୟପୂର୍ଣ୍ଣ କରାଇ ଆସୁଥିଲେ ।ସେଥିପାଇଁ ସେଠାରେ ପ୍ରତିଦିନ ବହୁ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ଭିଡ଼ ଲାଗିରହୁଥିଲା ।ମା ଭୂୟାଁଣି ଦେବୀଙ୍କ ପୀଠକୁ ନେଇ ହରଡ ଘଣାରେ ପଡିଛନ୍ତି ଖୋର୍ଦ୍ଧା ଜିଲ୍ଲା ଉପଜିଲ୍ଲାପାଳଙ୍କ…

Read More

କୋରାପୁଟ:ତା-୦୧/୦୨(ବିଏମସି ଟିଭି ଓଡିଆ) କୋରାପୁଟ ସ୍ଥିତ ବିବେକାନନ୍ଦ ମାର୍ଗ ରେ ରହୁଥିବା ସ୍ବର୍ଗତ ଶ୍ରୀମତୀ ବିଜୟା ମହାପାତ୍ର , ପ୍ରାକ୍ତନ ଗୋଷ୍ଠୀ ଉନ୍ନୟନ ଶିକ୍ଷା ଅଧିକାରୀଙ୍କ ଦ୍ଵାଦଶ କାଯ୍ୟକ୍ରମ ଅବସରରେ ଶ୍ରୀ ରାମକୃଷ୍ଣ ସତ୍ ସଂଘ ରେ ଏକ ଶୋକ ସଭା ଓ ଦ୍ୱାଦଶ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ହନୁମାନ ଚାଳିଶା, ଶ୍ରୀ ରାମ ନାମ ସଙ୍କୀର୍ତ୍ତନ ସହିତ ତାଙ୍କର ସ୍ମୃତି ଚାରଣ କରାଯାଇଥିଲା। ଏଥିରେ ସତ୍ ସଂଘ ର ସଭ୍ୟ ସଭ୍ୟା , ଶ୍ରୀ ରାମକୃଷ୍ଣ ବିଦ୍ୟାମନ୍ଦିର ର ଶିକ୍ଷକ,ଶିକ୍ଷୟିତ୍ରୀ, ବନ୍ଧୁ ବାନ୍ଧବ ଆତ୍ମୀୟ ପରିଜନ ସମସ୍ତେ ବିଜୟ ଦିଦି ଙ୍କ ସ୍ମୃତି ଚାରଣ କରିବା ସହ ତାଙ୍କର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରିଥିଲେ। ଉକ୍ତ କାଯ୍ୟକ୍ରମ ରେ ତାଙ୍କର ପତି ତଥା ଡି ଏ ଭି କଲେଜ ର ପୂର୍ବତନ ଉପାଧ୍ୟକ୍ଷ ଅମୁଲ୍ୟ ମହାପାତ୍ର ଶ୍ରୀମତୀ ସୁସ୍ମିତା ପ୍ରିୟ ଦର୍ଶନୀ ସାମ୍ବାଦିକ…

Read More

ପୁରୀ: ତା -୨୮/୦୩(ବିଏମସି ଟିଭି ଓଡ଼ିଆ) ଚନ୍ଦ୍ରଗ୍ରହଣ ପରିପ୍ରେକ୍ଷୀରେ ୧ ଓ ୨ ତାରିଖ ଭକ୍ତଙ୍କ ଭିତରକାଠ ଦର୍ଶନ ବନ୍ଦ ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଥିବାରୁ ଖୁଣ୍ଟିଆ ମେକାପ ଏବଂ ଖୁଣ୍ଟିଆ ସେବାୟତ ଗୋଷ୍ଠୀ ଏହାକୁ ବିରୋଧ କରିଛନ୍ତି। ଏଥିପାଇଁ ଶ୍ରୀମନ୍ଦିରରେ ଭୋଗମଣ୍ଡପ ନୀତିରେ ବିଳମ୍ବ ଘଟିଛି ଓ ଶନିବାର ମହାପ୍ରସାଦ ୪ଘଣ୍ଟା ବିଳମ୍ବରେ ବାହାରିଛି। ଏହାକୁ ନେଇ ଭକ୍ତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଶନିବାର ଗୋବିନ୍ଦ ଦ୍ବାଦଶୀ ବୁଡ଼ ପରେ ଭକ୍ତମାନେ ମହାପ୍ରସାଦ ପାଇବା ପାଇଁ ଦୀର୍ଘ ସମୟ ଅପେକ୍ଷା କରିଥିଲେ। ପ୍ରାୟ ୪ଘଣ୍ଟା ପରେ ଅର୍ଥାତ ସନ୍ଧ୍ୟା ୭ଟାରେ ମହାପ୍ରସାଦ ବାହାରି ଥିଲା। ପ୍ରଥମ ଭୋଗ ମଣ୍ଡପର ଭୋଗ ବାହାରିବାକୁ ୪ଘଣ୍ଟା ବିଳମ୍ବ ହେବା ଯୋଗୁଁ ଦ୍ବିତୀୟ ଭୋଗ ମଣ୍ଡପର ଭୋଗ ବାହାରିବାକୁ ଅନେକ ସମୟ ବିଳମ୍ବ ହୋଇଥାନ୍ତା। ଏଥିପାଇଁ ସୁଆର ମହାସୁଆର ସେବକମାନେ ଦ୍ବିତୀୟ ଭୋଗମଣ୍ଡପର ଭୋଗକୁ ପ୍ରଥମ ଭୋଗ ମଣ୍ଡପ ଭୋଗରେ ମିଶାଇ…

Read More

ବେଲଗୁଣ୍ଠା:ତା-୦୧/୦୩(ବିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା ର ପ୍ରତିଷ୍ଠିତ ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ୨୭ତମ ବାର୍ଷିକ ଉତ୍ସବ ଆଜି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗଦେଇ ପ୍ରାରମ୍ଭରେ ମହାବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତ ରମେଶ କୁମାର ସାମଲଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଶ୍ରୀ ବିଷୋୟୀ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ, ଶିକ୍ଷା କେବଳ ଡିଗ୍ରୀ ହାସଲ କରିବାର ମାଧ୍ୟମ ନୁହେଁ, ବରଂ ଏହା ଜଣେ ଦାୟିତ୍ୱବାନ ନାଗରିକ ଗଠନର ମୂଳଦୁଆ। ଆଜିର ଯୁବପିଢ଼ିଙ୍କ ନବସୃଜନ ଓ ଉଦ୍ୟୋଗିତା ମାଧ୍ୟମରେ ହିଁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଶକ୍ତିଶାଳୀ ଭାରତ’ର ସ୍ୱପ୍ନ ସାକାର ହୋଇପାରିବ। ସରକାର ଶିକ୍ଷାର ବିକାଶ ଓ ଭିତ୍ତିଭୂମି ଉନ୍ନୟନ ପାଇଁ ଅନେକ ଜନହିତକର ଯୋଜନା କରୁଛନ୍ତି ବୋଲି ସେ…

Read More

ପୋଲସରା:ତା-୨୮/୦୨(ବିଏମସି ଟିଭି ଓଡ଼ିଆ) ପୋଲସରା ବ୍ଲକ ବଡପଙ୍କଳବାଡି ଗ୍ରାମ ପଞ୍ଚାୟତ ବଣରାମଚନ୍ଦ୍ରପୁର (ବି. ନୂଆଁପଲ୍ଲୀ) ଗ୍ରାମ ସ୍ଥିତ ପଲ୍ଲୀଶ୍ରୀ ବିଜ୍ଞାନ ମହିଳା ମହାବିଦ୍ୟାଳୟରେ ଏକ ଅଭିନନ୍ଦନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନ ତରଫରୁ ଆୟୋଜିତ କାର୍ଯ୍ୟକ୍ରମକୁ ପ୍ରତିଷ୍ଠାତା ତଥା ଶିକ୍ଷା ସମାଜସେବୀ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ସାମ ସୁନ୍ଦର ସାହୁ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିବା ବେଳେ ମଞ୍ଚରେ ମୁଖ୍ୟ ଅତିଥି ଭାବେ ପରିଚାଳନା କମିଟି ସଭାନେତ୍ରୀ ସୁଷମା ସାହୁ, ମୁଖ୍ୟ ବକ୍ତା ଭାବେ ଅଧ୍ୟକ୍ଷ ଉଷା ରମଣ ଦାସଙ୍କ ସମେତ ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଓ ଅଧ୍ୟାପିକାମାନେ ଯୋଗ ଦେଇଥିଲେ। ଏହି ଅବସରରେ ଅତିଥିବୃନ୍ଦ ଉପସ୍ଥିତ ଯୁକ୍ତ ତିନି ଶେଷ ବର୍ଷ ବିଜ୍ଞାନ, କଳା ଓ ବିସିଏ ଛାତ୍ରୀମାନଙ୍କୁ ତିନି ବର୍ଷ ପାଠ୍ୟକ୍ରମ ପରିସମାପ୍ତି ହୋଇଥିବା ଯୋଗୁଁ ବହୁମୂଲ୍ୟ ଉପଦେଶ ଏଵଂ ସେମାନଙ୍କ ଆଗାମୀ ଭବିଷ୍ୟତ ଉଜ୍ଜଳ କାମନା…

Read More

ବାଙ୍କୀ: ତା -୦୧/୦୩(ବିଏମସି ଟିଭି ଓଡ଼ିଆ) ବାଙ୍କୀ ବିଜ୍ଞାପିତ କ୍ଷେତ୍ର ପରିଷଦ ଅନ୍ତର୍ଗତ ଚକାପଦା ଗ୍ରାମର ଅଗ୍ରଣୀ ଯୁବ ଅନୁଷ୍ଠାନ ଆଦର୍ଶ ଯୁବ ପରିଷଦ, ବାଙ୍କୀର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଆୟୋଜନ କରିବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ମନ୍ତ୍ରୀସାହି, ଶିଶୁଆ, ଚକାପଦା, ସୁବର୍ଣ୍ଣପୁର ଆଦି ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଆୟୋଜନ କରି ବିଭିନ୍ନ କ୍ଲବ ଓ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନମାନଙ୍କୁ ସାମିଲ କରିବା ସହିତ ଅଧିକରୁ ଅଧିକ ଯୁବଗୋଷ୍ଠୀ ଓ ମହିଳାମାନଙ୍କୁ ରକ୍ତ ଦାନ ଶିବିରରେ ଅନ୍ତର୍ଭୁକ୍ତ କରିବା କ୍ଷେତ୍ରରେ ଏକ ନୂତନ ପରିଚୟ ସୃଷ୍ଟି କରିପାରିଛି। ଏହି ଅବସରରେ ସବୁଜ ବାହିନୀ, ଢଁସର ତରଫରୁ ଆୟୋଜିତ ବିଶାଳ ରକ୍ତଦାନ ଶିବିରରେ ଆଦର୍ଶ ଯୁବ ପରିଷଦକୁ ଶ୍ରେଷ୍ଠ ରକ୍ତଦାତା ଅନୁଷ୍ଠାନ ଭାବରେ ସମ୍ବର୍ଦ୍ଧିତ କରାଯାଇଛି। ମୁଖ୍ୟ ଅତିଥି ଭାବରେ ବିବେକାନନ୍ଦ ଷ୍ଟଡି ସର୍କଲର ପ୍ରତିଷ୍ଠାତା ରମାକାନ୍ତ ପଣ୍ଡା, ସମ୍ମାନିତ ଅତିଥି ଭାବରେ ଯୁବ ସମାଜସେବୀ…

Read More