Author: BMC NEWS ODISHA

ଭୁବନେଶ୍ୱର: ତା – ୦୭/୦୨(ବିଏମସି ଟିଭି ଓଡ଼ିଆ) ୨୫/୦୧/୨୦୨୬ ତାରିଖ ଦିନ ପୁଅ ସୂର୍ଯ୍ୟ ପ୍ରକାଶ ବେହେରା ନିଖୋଜ ଥିବା କଥା କୁ ନେଇ ବାପା ଉପନ୍ଦ୍ରେ ବେହେରା L-P 537 ପ୍ରଶାନ୍ତି ବିହାର ପୋଷ୍ଟ ଅଫିସ୍ କିଟ୍, ଜିଲ୍ଲା – ଖୋର୍ଦ୍ଧା ସୂର୍ଯ୍ୟ ପ୍ରକାଶ ସକାଳ ପ୍ରାୟ ୫.୩୦ ସମୟରେ ମର୍ଣିଙ୍ଗ ୱାକ କରି ଘରୁ ବାହାରି ଥିଲେ ଫେରି ନ ଥିବାରୁ ଘର ପରିବାର ଇନ୍ଫୋସିଟି ଥାନା ରେ ଅଭିଯୋଗ କରି ଥିଲେ ଏକମାତ୍ର ସନ୍ତାନ କୁ ବନ୍ଧୁ ବାନ୍ଧବ ଘର ସବୁ ଆଡ଼େ ଖୋଜା ଖୋଜି କରି ଥିଲେ ପୁଅ କୁ ନ ପାଇବାରୁ ଥାନା ରେ ଦରଖାସ୍ତ ଦେଇଥିଲେ ୨୮ ତାରିଖ ଦିନ ୧୨ଟା ବେଳେ ଥାନା ରେ ଅଭିଯୋଗ କରିଥିଲେ ଉପେନ୍ଦ୍ର ବେହେରା ଥାନା SI Ajay Behera ଅଧିକାରୀ ମହେନ୍ଦ୍ର କୁମାର ସାହୁ ଅଜୟ ବେହେରା ଝିଅ ଘରକୁ ଯାଇଥିଲେ ତାଙ୍କ ଘର…

Read More

ସମ୍ବଲପୁର/ବାମରା:ତା-୦୭/୦୨(ବିଏମସି ଟିଭି ଓଡିଆ) ସମ୍ବାଦ ସାହିତ୍ୟ ଘର, କେସାଇବାହାଲ ଶାଖାର ସଭାପତି ତୁଳସୀ ମଞ୍ଜରୀ ବହିଦାରଙ୍କ ସଭାପତିତ୍ବରେ ସୀମାନ୍ତ ଗାନ୍ଧୀ ଭାବରେ ବିଖ୍ୟାତ ଭାରତ ରତ୍ନ ଖାଁ ଅବଦୁଲ ଗଫର୍ ଖାଁ ଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇ ଯାଇଛି । ଏଥିରେ ସଦ୍ୟ ଅବସର ନେଇଥିବା ଶିକ୍ଷୟିତ୍ରୀ ପଙ୍କଜିନି ନାୟକ ମୁଖ୍ୟ ଅତିଥି ଓ ବିଶିଷ୍ଟ ପରିବେଶବିତ୍ ଓ ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଖାଁ ଅବଦୁଲ ଗଡର ଖାଁ ଙ୍କ ସ୍ଵାଧୀନତା ସଂଗ୍ରାମ ଓ ଅଖଣ୍ଡ ଭାରତ ପାଇଁ କରିଥିବା ଉଦ୍ୟମର ଉଚ୍ଚ ପ୍ରଶଂସା କରିଥିଲେ । ଏହି ଅବସରରେ ନାୟକ ଦମ୍ପତ୍ତିଙ୍କ ପରିବେଶ ସୁରକ୍ଷା ପାଇଁ ଚଳାଇ ଥିବା ଉଦ୍ୟମ ପାଇଁ ଅନୁଷ୍ଠାନ ପକ୍ଷରୁ ଉପଢୌକନ ଓ ଫୁଲ ତୋଡା ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ ଗୀତିକାର ଅଷ୍ଟମ ଗୋପାଳ ସ୍ଵାଗତ ସଙ୍ଗୀତ ଗାନ କରିଥିବା ବେଳେ…

Read More

ବାଲିମେଳା: ତା -୦୭/୦୨ (ବିଏମସି ଟିଭି ଓଡ଼ିଆ) ମାଲକାନଗିରି ଜିଲ୍ଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦର ଦୁଇ ନମ୍ବର ୱାର୍ଡ ତଥା ଅଫିସର ଲାଇନରେ ଥିବା ଖେଳ ପଡିଆରେ ପ୍ରାୟ ୧୦ ବର୍ଷ ପୂର୍ବେ ବାଲିମେଳା ଏନଏସି ପକ୍ଷରୁ ନିର୍ମାଣ ହୋଇଥିବା ମିନି ଷ୍ଟାଡିୟମ ବର୍ତ୍ତମାନ ଅବହେଳିତ ଅବସ୍ଥାରେ ପଡି ରହିଛି।ଏହି ମିନି ଷ୍ଟାଡିୟମ ଏ ପର୍ଯ୍ୟନ୍ତ ବ୍ୟବହାର ଯୋଗ୍ୟ ହୋଇନଥିବା ବେଳେ ଏଠାରେ ପ୍ରାୟ ୨୨ ଲକ୍ଷରୁ ଉର୍ଦ୍ଧ ଟଙ୍କା ବ୍ୟୟରେ ନିର୍ମିତ ଷ୍ଟାଡିୟମ କୋଠାରେ ଖେଳାଳି ମାନେ କ୍ରୀଡା ସାମଗ୍ରୀ ରଖି ଆଦୌ ବିଶ୍ରାମ ମଧ୍ୟ ନେଇନଥିବା ଅଭିଯୋଗ ହୋଇଛି।ଏହି ଷ୍ଟାଡିୟମ କୋଠାଟିର ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର ହୋଇଥିବାରୁ କୋଠା ନିର୍ମାଣ ହେବାର କିଛି ମାସ ପରେ ଉକ୍ତ କୋଠରୀ ଗୁଡିକର କବାଟ ଓ ଝରକା ଭାଙ୍ଗି ଗଳି ପଡିବା ସହିତ ବିଭିନ୍ନ ସ୍ଥାନରେ କାନ୍ଥ ଫାଟି ଆଁ କରିବା ସହ ଘରର ଚଟାଣ ସମ୍ପୂର୍ଣ ଭାବେ…

Read More

ବ୍ରହ୍ମପୁର/ଚିକିଟୀ: ତା -୦୫/୦୨(ବିଏମସି ଟିଭି ଓଡିଆ) ଗଞ୍ଜାମ ଜିଲ୍ଲାର ତିନି ଦିନ ଧରି ଚାଲିଥିବା ବେଳାଭୁମି ମହୋତ୍ସବ ୫ ତାରିଖ ରାତିରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ସମାପ୍ତି ଘଟିଛି। ଦୀର୍ଘ ୬ବର୍ଷ ପରେ ଏହି ବେଳାଭୁମି ମହୋତ୍ସବର ପୁନରାବୃତ୍ତି ଏକ ଅଭୂଲା ସ୍ମୃତିକୁ ଚିକିଟୀ ସୁନାପୂର ଇତିହାସ ସୃଷ୍ଠି କରିଥିଲା।ହଜାର ହଜାର ଜନସାଧାରଣଙ୍କ ଆଗମନ ସୁନାପୂର ବେଳାଭୁମିକୁ ଚଳଚଞ୍ଚଳ କରିଦେଇଥିଲା।ଚିକିଟୀ ବିଧାୟକ ଶ୍ରୀଯୁକ୍ତ ମନୋରଞ୍ଜନ ଦ୍ୟାନ୍ ସାମନ୍ତରାଙ୍କ ସଭାପତିତ୍ବରେ ତଥା ତାଙ୍କରି ଆପ୍ରାଣ ଉଦ୍ୟମରେ ବେଳାଭୁମି ମହୋତ୍ସବଟି ସଫଳତାର ଶୀର୍ଷରେ ପହଞ୍ଚିଥିଲା।ତିନି ଦିନରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ବିଧାୟକ ଏବଂ ମନ୍ତ୍ରୀ ମାନେ ଏହି ବେଳାଭୁମି ମହୋତ୍ସବକୁ ଆମନ୍ତ୍ରିତ ହୋଇଥିଲେ। ବେଳାଭୁମିର ସୁନ୍ଦର ପ୍ରାକୃତିକ ଶୋଭାକୁ ପର୍ଯ୍ୟଟନ ସ୍ତରରେ ଶ୍ରେଷ୍ଠତାର ପରିଚୟ ପାଇଁ ପ୍ରତିଶ୍ରୁତି ବଦ୍ଧ ହୋଇଥିଲେ।ପ୍ରାକୃତିକ ଶୋଭାରେ ପରିପୂର୍ଣ୍ଣ ବେଳାଭୁମି ତଥା ସୁନ୍ଦର ଆଲୋକ ସଜ୍ଜାରେ ସଜ୍ଜିତ ବେଳାଭୁମିକୁ ଏବଂ ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ଦର୍ଶକ ମନଭରି ଉପଭୋଗ କରିଥିଲେ। ବ୍ରହ୍ମପୁର…

Read More

ସମ୍ବଲପୁର/ଗୋଡଭଗା:ତା-୦୬/୦୨(ବିଏମସି ଟିଭି ଓଡିଆ) ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ୍ ଅନ୍ତର୍ଗତ କଳାମାଟି ପଞ୍ଚାୟତ ଅଧିନସ୍ଥ ଗୋଡଭଗା କେମ୍ପ୍ ସ୍ଥିତ ଘୁଡୁକାଟିକ୍ରା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଶୁକ୍ରବାର ଦଶମ ଶ୍ରେଣୀ ଛାତ୍ର-ଛାତ୍ରୀଙ୍କ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଦଶମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀ ପ୍ରଭୁ ସତ୍ୟନାରାୟଣଙ୍କ ଆରାଧନା ଅତ୍ୟନ୍ତ ଭକ୍ତିରେ କରିଥିଲେ। ଅନୁଷ୍ଠିତ ପୂଜାରେ ବିଦ୍ୟାଳୟର ବରିଷ୍ଠ ଗୁରୁଜୀ ଆଚାର୍ଯ୍ୟ ପ୍ରତିନିଧି ଅବିନାଶ ଶତପଥି ପୌରହିତ୍ୟ କରିଥିଲେ। ପରେ ଛାତ୍ରଛାତ୍ରୀମାନଙ୍କ ଦୀକ୍ଷାନ୍ତ ସମାରୋହ କରାଯାଇଥିଲା। ଆୟୋଜିତ ଉତ୍ସବରେ ଏଥିରେ ପରିଚଳନl ସମିତିର ସଭାପତି ପ୍ରଦୀପ କର୍ଣ୍ଣ, ଯୁଗ୍ମ ସଂପାଦକ ତ୍ରିବିକ୍ରମ ପ୍ରଧାନ, ସଦସ୍ୟା ରେଶସ୍ଵିନି ସେଠ୍ ତଥା ପୂଜା ସାହୁ, ଅରୁଣ ଦନ୍ତା, ଲୋଜିଶ୍ନା ବିଶି ପ୍ରମୁଖ ଗୁରୁମା, ଗୁରୁଜୀ ଉପସ୍ଥିତ ଥିଲେ। ବିଦ୍ୟାଳୟର ସର୍ବ ପ୍ରଥମ ପ୍ରଧାନଆଚାର୍ଯ୍ୟl ଶ୍ରୀମତୀ ବାସନ୍ତୀ ପ୍ରଧାନଙ୍କ ତତ୍ତ୍ଵାବଧାନରେ ପ୍ରଧାନ ଆଚାର୍ଯ୍ୟ ଦାୟିତ୍ଵ ବହନ କରିଥିବା ଗୁରୁଜୀ ଅବିନାଶ ଶତପଥିଙ୍କ ସୁପରିଚାଳନାରେ କାର୍ଯକ୍ରମଟି…

Read More

ବାଙ୍କୀ: ତା- ୦୭/୦୨(ବିଏମସି ଟିଭି ଓଡ଼ିଆ) ବାଙ୍କୀ ଡମପଡା ଶିମିଳିପୁର ଗ୍ରାମ ପଂଚାୟତ ବାବୁଘର ସାହିରେ ଭାତବତ ମିଳନ ମହୋତ୍ସବ ଓ ମା ମଙ୍ଗଳା ଙ୍କ ର ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ଗୁରୁବାର ସକାଳ ସମୟରେ କଳସ ଯାତ୍ର ଅନୁଷ୍ଠିତ ହୋଇଥିଲା। ଗ୍ରାମର ସମସ୍ତ ଜନସାଧାରଣ ଏଥିରେ ସାମିଲ ହୋଇଥିଲେ. ଏକ ବିରାଟ ଶୋଭାଯାତ୍ରା ରେ ଗାଁ ପରିକ୍ରମା କରି କଳସ ଆସି ମା ମଙ୍ଗଳା ଙ୍କ ନିକଟରେ ସ୍ଥାପନ କରାଯାଇଥିଲା। ସଞ୍ଜୟ ଓ ପ୍ରଣମିତା ମୁଖ୍ୟ କଳସ ମୁଣ୍ଡରେ ଧରି ମୁଖ୍ୟ ସ୍ରୋତ ରେ ସାମିଲ ହୋଇଥିଲେ । ଗୁରୁବାର ଦିନ ଗାୟକ ପୁରୁଷୋତ୍ତମ ରାଉତ ଓ ଗାୟିକା ରଂଜିତା ପରିଡା ଙ୍କ ଦ୍ୱାରା ସଙ୍କୀର୍ତ୍ତନ ପରିବେଷଣ କରାଯାଇଥିଲା । ଏହା ମଧ୍ୟ ସମସ୍ତ ଦର୍ଶକ ଙ୍କ ମାନଙ୍କୁ ଛୁଇଁ ଥିଲା । ସନ୍ଧ୍ୟା ସମୟରେ ଆଞ୍ଚଳିକ ପୁରୁଷ ମଣ୍ଡଳୀ ମାନଙ୍କ ଦ୍ୱାରା ଭାଗବତ ପରିବେଷଣ…

Read More

ଢେଙ୍କାନାଳ: ତା – ୦୭/୦୨(ବିଏମସି ଟିଭି ଓଡ଼ିଆ) ଗତ ରାତି ପ୍ରାୟ ଦୁଇ ଘଟିକା ସମୟ ରେ କଂସରା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଗୋବର୍ଦ୍ଧନ ପୁର ଗ୍ରାମର କୈଳାସ ମହାକୁଡ଼,ପିତା ଜଗା ମହାକୁଡ଼ ଙ୍କର ମେଣ୍ଢାଶାଳ ଭିତରେ ଅଜଣା ପଶୁ ଆକ୍ରମଣ ରେ ଆଠଟି ମେଣ୍ଢା ଙ୍କର ମୃତ୍ୟୁ ହୋଇ ଥିବା ବେଳେ ମେଣ୍ଢା ମାନଙ୍କର ଅନ୍ତ ବୁଜୁଳା ବାହାର କରି ଦେଇ ଥିବାର ଦେଖିବାକୁ ମିଳିଛି। କିଛି ମେଣ୍ଢା ମଧ୍ୟ ଖଣ୍ଡିଆ ଖାବରା ହୋଇଛନ୍ତି।ତେବେ ପାରିପାର୍ଶ୍ବିକ ସ୍ଥିତି ଓ ପାଦ ଚିହ୍ନ ଦେଖି ଏହି ଅଜଣା ପଶୁ କଲରାପତରିଆ ବାଘ ଅବା ହେଟାବାଘ ହୋଇ ଥାଇ ପାରେ ବୋଲି ଆଶଙ୍କା କରାଯାଉଛି।କୈଳାଶ ମହାକୁଡ଼ ଅତି ଗରିବ ଶ୍ରେଣୀର ଲୋକ ହୋଇଥିବାରୁ ଆଠ ଟି ମେଣ୍ଢା ଏକ କାଳୀନ ମୃତ୍ୟୁ ଯୋଗୁଁ ପରିବାର ପ୍ରତିପୋଷଣ କେମିତି କରିବେ ବୋଲି ଦୁଃଖ ପ୍ରକାଶ କରିବା ସହିତ ଗ୍ରାମ ବାସୀ ଙ୍କ ସମେତ ସରକାର…

Read More

ପୋଲସରା:ତା- ୦୭/୦୨/(ଵିଏମସି ଟିଭି ଓଡ଼ିଆ) ପୂର୍ବତନ ପୋଲସରା ବ୍ଲକ ଅଧ୍ୟକ୍ଷ ତଥା ଆଇନଜୀବୀ ପ୍ରଦୀପ କୁମାର ସାହୁଙ୍କ ପିତା ସ୍ୱର୍ଗତ ମୁରଲୀଧର ସାହୁଙ୍କ ଦ୍ଵାଦଶାହ ପୁଣ୍ୟତିଥି ଦିବସ କଳମ୍ବ ଗ୍ରାମ ବାସଭବନ ଠାରେ ପାଳିତ ହୋଇଯାଇଛି। ଚଳିତ ମାସ ୨ ତାରିଖ ସୋମବାର କୃଷ୍ଣପକ୍ଷ ପ୍ରତିପଦ ତିଥି ଦିବସରେ ଏହି ଶ୍ରଦ୍ଧାଘ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରିବାର ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ କଳମ୍ବ ଗ୍ରାମ ପଞ୍ଚାୟତ ବାସୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବୃନ୍ଦଙ୍କ ସମେତ କବି, ସାହିତ୍ୟିକ, ବୁଦ୍ଧିଜୀବୀ, ସମାଜସେବୀ, ଆଇନଜୀବୀ, ସଂଗଠକ, ଶିକ୍ଷକ, ଶିକ୍ଷାବିତ୍, ଅଧ୍ୟାପକ, ଅଧ୍ୟାପିକା, ଆଧ୍ୟାତ୍ମିକବାଦୀ, ଗଣମାଧ୍ୟମ ପ୍ରତିନିଧି, ସ୍ୱେଚ୍ଛାସେବୀମାନେ ଯୋଗଦେଇ ସ୍ୱର୍ଗତଙ୍କ ଫଟୋରେ ଭକ୍ତିପୂତ ଭାବେ ପୁଷ୍ପାଞ୍ଜଳି, ପୁଷ୍ପମାଲ୍ୟାର୍ପଣ ଅର୍ପଣ କରି ଶ୍ରଦ୍ଧାସୁମନ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ସୂଚନାଯୋଗ୍ୟ ଯେ, ଗତ ଜାନୁୟାରୀ ମାସ ୧୯ ତାରିଖ ସୋମବାର ଦିନ ମୁରଲୀଧର ସ୍ଵର୍ଗାରୋହଣ ଖବର ପାଇବା ଠାରୁ ଦ୍ଵାଦଶାହ ତିଥି ଦିବସ ମଧ୍ୟରେ ଆସ୍କା ସା°ସଦ…

Read More

‎ରାୟଗଡା: ତା – ୦୬/୦୨(ବିଏମସି ଟିଭି ଓଡ଼ିଆ)‎‎ରାୟଗଡ଼ା ଜିଲ୍ଲାର ବିଷମ କଟକ ଅଞ୍ଚଳରୁ ଏକ ଭୟଙ୍କର ଓ ନିର୍ମମ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ‎ବିଷମ କଟକ ବ୍ରାହ୍ମଣ ଷ୍ଟ୍ରିଟର ବାସିନ୍ଦା କୈଳାସ ଚନ୍ଦ୍ର ସାହୁଙ୍କୁ ତାଙ୍କ ନିଜ ପୁଅ ନିର୍ମମ ଭାବେ ହତ୍ୟା କରିଥିବା ଘଟଣାର ପର୍ଦ୍ଦାଫାସ୍ କରିଛି ରାୟଗଡ଼ା ପୋଲିସ। ‎ଏହି ଘଟଣା ସଂପର୍କରେ ବିଷମ କଟକ ପୋଲିସ ଥାନାରେ କେସ୍ ନମ୍ବର ୧୮, ତାରିଖ ୩୦.୦୧.୨୦୨୬, ଧାରା ୧୦୩(୧) ବିଏନଏସ୍ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ‎ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ, ମୃତ କୈଳାସ ଚନ୍ଦ୍ର ସାହୁ ଟଙ୍କା ଲଣ୍ଡରିଂ ବ୍ୟବସାୟ କରୁଥିଲେ। ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ୧୫ ବର୍ଷ ପୂର୍ବେ ହୋଇଥିଲା ଏବଂ ତାଙ୍କର ଦୁଇ ପୁଅ—ରାମଚନ୍ଦ୍ର ସାହୁ ଓ ଶ୍ୟାମ ସୁନ୍ଦର ସାହୁ ଅଛନ୍ତି। ‎ଋଣ ଦେଇ ଟଙ୍କା ଫେରସ୍ତ ନ ମିଳିବାକୁ ନେଇ ପିତା ଓ ପୁଅ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଚାଲିଥିଲା।…

Read More

ସମ୍ବଲପୁର/କୁଚିଣ୍ଡା:ତା-୦୫/୦୨(ବିଏମସି ଟିଭି ଓଡିଆ) ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ କୁଡ଼ାପଡା ସ୍ଥିତ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ୩୧ ତମ ବାର୍ଷିକ ଉତ୍ସବ ପରିଚାଳନା କମିଟି ସଭାପତି ଲମ୍ବୋଦର କୁମୁରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ପରିଷଦ ସଭ୍ୟ ଅଜିତ କୁମାର ମହାପାତ୍ର, ବିଶିଷ୍ଟ ପରିବେଶବିତ ଓ ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ, ଓଷ୍ଟା ବ୍ଲକ ସମ୍ପାଦକ କମଳ ଲୋଚନ ବେହେରା ଓ ଅଧ୍ୟାପକ ସତ୍ୟ ନାରାୟନ ପଟେଲ ସମ୍ମାନିତ ଅତିଥି ଏବଂ ଜିଲ୍ଲା ସାମ୍ବାଦିକ ସଂଘ ( ଓୟୁଯେ) ର ସଭାପତି ପ୍ରଭାତ କୁମାର ବେହେରା ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ । ବକ୍ତାଗଣ କୁଳବୁଦ୍ଧ ମଧୁବାବୁ ଓ ଉତ୍କଳମଣି ଗୋପବନ୍ଧୁଙ୍କ ପଦାଙ୍କ ଅନୁସରଣ କରି ବଡ଼ ଲୋକ ହେବା ଅପେକ୍ଷା ଭଲ ଲୋକ ହେବାକୁ ଆହ୍ବାନ ଦେଇଥିଲେ । ପ୍ରାରମ୍ଭରେ ଅତିଥିମାନେ ବିଦ୍ୟାଦାତା, ବିଦ୍ୟାଦାତ୍ରୀଙ୍କ ସହ ମଧୁବାବୁଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଥିବା ବେଳେ ଶେଷରେ …

Read More

ରାୟଗଡା: ତା – ୦୬/୦୨(ବିଏମସି ଟିଭି ଓଡିଆ) ରାୟଗଡ଼ ଜିସିଡି ୱାକରସ୍ କ୍ଲବ୍ ର ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ନୂତନ ସଭାପତି ଭାବରେ ଜଗନ୍ନାଥ ସାହୁ, ଉପ ସଭାପତି ଭାବରେ ବିବେକାନନ୍ଦ ସାହୁ ଏବଂ ଜାମି ରାଜା ସମ୍ପାଦକ ଭାବରେ ମୁଚି ରବି, ଉପ ସମ୍ପାଦକ କିନ୍ତାଲି ସୁରେଶ, ଯୋଲି ୱାକର୍ସ ଗୁଡଲା ନେହେରୁ ଓ କୋଷାଧ୍ୟକ୍ଷ ଭାବରେ ସୁବାଷ ଚନ୍ଦ୍ର ବାରିକ ଚୟନ ହୋଇଛନ୍ତି। ଜିସିଡି ୱାକର୍ଷ କ୍ଳବ୍ ପ୍ରତିଷ୍ଠାତା ଶ୍ରୀଯୁକ୍ତ ସୁରେନ୍ଦ୍ର ସାହୂ ଉପସ୍ଥିତ ଥିଲେ। କ୍ଳବ ର ପୁର୍ବତନ ସଭାପତି ବିଜୟ ମୋହନ ବାର୍ଷିକ ବିବରଣୀ ପାଠ କରିବା ସହ, କ୍ଳବ୍ ପକ୍ଷରୁ ହୋଇଥିବା ନିଃସ୍ବାର୍ଥ ସେବା, ଓ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଓ ବୃକ୍ଷ ରୋପଣ ଭଳି ବିଭିନ୍ନ କାର୍ଯ୍ୟକ୍ରମର ପୁଙ୍ଖାନୁପୁଙ୍ଖ ଆଲୋଚନା କରଯାଇଥିଲା। ଏହି ବୈଠକରେ ପୁର୍ବତନ ସଭାପତି ମନୋଜ ରଥ, ଦୀପକ ପୃଷ୍ଟି ଏବଂ ଅଜିତ କୁମାର…

Read More

ବେଲଗୁଣ୍ଠା: ତା -୦୪/୦୨(ବିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କ୍ଷେତ୍ରୀୟବରପୁର ସ୍ଥିତ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ଯୁବ ରେଡକ୍ରସ୍ ଏବଂ ଜାତୀୟ ସେବା ଯୋଜନା ମିଳିତ ଆନୁକୂଲ୍ୟରେ ଏକ ସ୍ଵେଛାକୃତ ରକ୍ତଦାନ ଶିବିର ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ଡ଼. ଗିରିଧର ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ଯକ୍ଷ ଵି. ଗୋବିନ୍ଦ ରାଓ, ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନ, ପ୍ରଧାନଶିକ୍ଷକ ସୁରେନ୍ଦ୍ର କୁମାର ସାହୁ, ବିଧାୟକ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ, ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଗୋବରା ସମିତିସଭ୍ୟ ବିଭୁପାଦ ଜେନା, ଯୁବସମାଜସେବୀ ସନ୍ତୋଷ ବିଷୋୟୀ, ସାମ୍ବାଦିକ ପଞ୍ଚାନନ ସାହୁ,ସୂର୍ଯ୍ୟନାରାୟଣ ତ୍ରିପାଠୀ, ଶିବରାମ ଚୌଧୁରୀ,ଭଞ୍ଜନଗର ମେଡିକାଲର ଡା. ପତିତ୍ୱପାବନ ଅଗସ୍ତି ଓ ଡା. ସତୀଶ ମୋହନ ପାଢ଼ୀ, ଶିକ୍ଷାବିତ ସୁଶାନ୍ତ କୁମାର ଲେଙ୍କା ପ୍ରମୁଖ ଯୋଗ ଦେଇ…

Read More