Author: BMC NEWS ODISHA

କୁଡୁମୁଲୁଗୁମ୍ମା ; ତା – ୨୪/୦୩ ( ବିଏମସି ଟିଭି ଓଡ଼ିଆ ) କୁଡୁମୁଲୁଗୁମ୍ମା ସ୍ଥିତ ଆଦର୍ଶ ବୃହଦ୍ଦାକାର ବହୁମୂଖୀ ଆଦିବାସୀ ସମବାୟ ସମିତି ଲିଃ ତରଫରୁ ଏହାର ବାର୍ଷିକ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଆଜିର ବୈଠକରେ ଲ୍ୟାମ୍ପ ପରିଚାଳନା ନିର୍ଦ୍ଦେଶକ ରାଜେନ୍ଦ୍ର ଦଳପତି ସଭାପତିତ୍ବ କରିଥିଲା ବେଳେ ମୁଖ୍ୟ ଅତିଥି ଭାବେ ଖଇରପୁଟ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ବଳି ମାଝୀ , ସମ୍ମାନିତ ଅତିଥି ଭାବେ ଲ୍ୟାମ୍ପ ସଭାପତି ଗୋପି ପାଙ୍ଗୀ , ଆର ଏମ୍ ସି ସମ୍ପାଦକ ସଞୟ କୁମାର ଦାସ , ସରପଞ୍ଚ ମଙ୍ଗଳା ମାଢୀ , ଉପ ସଭାପତି ଡମୁଣୀ ମାଢୀ , ଲ୍ୟାମ୍ପ ସଦସ୍ୟ ସାଧୂ ହନ୍ତାଳ , ଅର୍ଜୁନ ଓଡି , ନୀଳକଣ୍ଠ ମୁଦୁଲି , ପୁର୍ବତନ ସଭାପତି ଡମୁ କିର୍ଷାନୀ , ସମାଜସେବୀ ତ୍ରିନାଥ ଶଗରୀଆ ଓ ମନ ପାଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।…

Read More

ନୂଆବଗ,ହିନ୍ଦୋଳ,ଢେଙ୍କାନାଳ; ତା – ୨୪/୦୩ ( ବିଏମସି ଟିଭି ଓଡ଼ିଆ ) ହିନ୍ଦୋଳ-ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ନୂଆବଗ ଗାଁରେ ଗତକାଲି ତା ୨୩/୦୩/୨୦୨୬ , ସୋମବାର ଦିନ ଅପରାହ୍ନ ପ୍ରାୟ ତିନି ଘଟିକା ସମୟ ରେ ଅଗ୍ନିକାଣ୍ଡ ଘଟି ସର୍ବସ୍ବlନ୍ତ ହୋଇଯାଇଛନ୍ତି ସାତଟି ପରିବାର । ଏହି ଗ୍ରାମର ସାତଟି ପରିବାରର ମୋଟ ୧୪ ବଖରା ଘର ପୋଡି ପାଉଁଶ ହୋଇଯାଇଛି । କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି ତାହା ଅସ୍ପଷ୍ଟ ଥିବାବେଳେ ଘଟଣା ସ୍ଥଳରେ ରାସୋଳ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଅଗ୍ନିକାଣ୍ଡ ପାଇଁ ଘରର ସମସ୍ତ ଆସବାବପତ୍ର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡିଜଳି ନଷ୍ଟ ହୋଇଯାଇ ଥିବାବେଳେ ଗୁହାଳରେ ବନ୍ଧା ଯାଇଥିବା ଏକ ବାଛୁରୀ ମଧ୍ୟ ଜୀବନ୍ତ ପୋଡ଼ିଯାଇଥିବାର ବିକଳ ଦୃଶ୍ୟ ଦେଖିବାକୁ ମିଳିଥିଲା । ତେବେ ଅଦ୍ୟାବଧି ସରକାରଙ୍କ ତରଫରୁ କୌଣସି ସହାୟତା ମିଳି ନଥିବା…

Read More

ସମ୍ବଲପୁର ; ତା – ୨୫/୦୩ ( ବିଏମସି ଟିଭି ଓଡିଆ )ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଠାରେ ଆସନ୍ତା ମାର୍ଚ୍ଚ ୨୭ ଓ ୨୮ ରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଆର୍ଚେରୀ (ଧନୁର୍ବିଦ୍ୟା) ଚାମ୍ପିଅନସିପ୍ ପାଇଁ ସମ୍ବଲପୁର ଜିଲ୍ଲାର ଯୁଯୁମୁରା ବ୍ଲକର ବାଳକ ଅର୍ଣ୍ଣବ ଦେହୁରୀ (୧୧ ବର୍ଷ) ମନୋନୀତ ହୋଇଛନ୍ତି । ସମ୍ବଲପୁର ଜିଲ୍ଲାପାଳଙ୍କ ମାର୍ଗଦର୍ଶନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅର୍ଣ୍ଣବଙ୍କୁ ଏହି ପ୍ରତିଯୋଗିତା ପାଇଁ ଏକ ସ୍ୱତନ୍ତ୍ର ଭାବେ ନିର୍ମିତ ଧନୁ ଓ ତୀର ପ୍ରଦାନ କରାଯାଇଛି । ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଅଶୋକ କୁମାର ଭୋଇ , ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଅତ୍ୟାଧୁନିକ କ୍ରୀଡ଼ା ସରଞ୍ଜାମ ଅର୍ଣ୍ଣବଙ୍କୁ ହସ୍ତାନ୍ତର କରିଛନ୍ତି । ଏହି ସମୟରେ ଅର୍ଣ୍ଣବଙ୍କ ପିତା କିଶୋର ଦେହୁରୀ ଉପସ୍ଥିତ ଥିଲେ।ସୂଚନାଯୋଗ୍ୟ ଯେ , ଅର୍ଣ୍ଣବଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ସ୍ୱତନ୍ତ୍ର ଉପକରଣଟି ‘ବିରାଜ ଷ୍ଟିଲ୍’ ସୌଜନ୍ୟରୁ…

Read More

ସମ୍ବଲପୁର ; ତା – ୨୪/ ୦୩ ( ବିଏମସି ଟିଭି ଓଡିଆ ) ଫୁଲ ପାଇଁ ପ୍ରସିଦ୍ଧି ଲାଭ କରିଥିବା ସମ୍ବଲପୁର ଜିଲ୍ଲାର ସନାତନପାଲି ଗ୍ରାମବାସୀଙ୍କ ଆଖିରେ ଆଜି ଝରୁଛି ଲୁହ। ଗାଁକୁ ଫୁଲ ଚାଷରେ ପ୍ରସିଦ୍ଧି ଆଣିଥିବା ଗାଁର ପ୍ରଥମ ଫୁଲ ଚାଷୀ ଧର୍ମୁ ନାରାୟଣ ପ୍ରଧାନ (୭୪)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ଆଜି ମଧ୍ୟାହ୍ନରେ ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟରେ ପରଲୋକ ହୋଇଯାଇଛି। ଏହି ଖବର ପ୍ରଚାରିତ ହେବାପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଧର୍ମୁ ସମ୍ବଲପୁର ଜିଲ୍ଲାରେ ୧୯୯୫ ମସିହାରେ ପ୍ରଥମ ଥର ପାଇଁ ଗୋଲାପ ଫୁଲ ଚାଷ କରି ସମଗ୍ର ଜିଲ୍ଲା ପାଇଁ ପୁଷ୍ପ ମାନବର ପ୍ରତିଷ୍ଠା ଲାଭ କରିଥିଲେ। ଗୋଲାପ ଫୁଲ ସହ ଗେଣ୍ଡୁ ଚାଷ କରି ସମାଜ ପାଇଁ ଏକ ଉଦାହରଣ ସାଜୁସାଜୁ ତାଙ୍କ ପଥ ଅନୁକରଣ କରି ସନାତନପାଲିର ଅନେକ ଚାଷୀ ଏହି ଫୁଲ ଚାଷକୁ ନିଜର ଜୀବିକା ଭାବେ ଗ୍ରହଣ କରିଥିଲେ…

Read More

ବୋଲଗଡ ; ତା – ୨୪/୦୩ ( ବିଏମସି ଟିଭି ଓଡ଼ିଆ ) ବୋଲଗଡ ବ୍ଲକ ବଡ଼କୁମାରୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ହରିକେଶର ଗ୍ରାମରେ ଆୟୋଜିତ ” ଗାଁ ମହୋତ୍ସବ, ହରିକେଶର-୨୦୨୬ ର ଦ୍ୱିତୀୟ ସଂନ୍ଧ୍ଯାରେ ଓଡିଶୀ ନୃତ୍ୟର ଛନ୍ଦେ ଛନ୍ଦେ ମଞ୍ଚ ଛନ୍ଦାୟିତ ହୋଇଛି । ମା’ରାମଚଣ୍ଡୀ ଯୁବକ ସଙ୍ଘ ଆନୁକୂଲ୍ୟରେ ଆୟୋଜିତ ଏହି ମହୋତ୍ସବରେ ପ୍ରକାଶ ଚନ୍ଦ୍ର ରାଉତରାୟ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ବରିଷ୍ଠ କଂଗ୍ରେସ ନେତା ପୃଥିବଲ୍ଲଭ ପଟ୍ଟନାୟକ, ବିଜେପି ଯୁବ ନେତା ବାସୁଦେବ ସାହୁ, ସମାଜସେବୀ ମନୋଜ ପ୍ରଧାନ ଧୀରେସ ମହାପାତ୍ର ଓ ସନ୍ତୋଷ ପ୍ରଧାନ ଯୋଗଦେଇଥିଲେ । ଏଭଳି ଗାଁ ମହୋତ୍ସବ ଗ୍ରାମାଞ୍ଚଳ ପ୍ରତିଭାକୁ ପରିପ୍ରକାଶ କରିବାରେ ସହାୟକ ହୋଇଥାଏ । ଏଭଳି ମଞ୍ଚ ଦୀର୍ଘଜୀବୀ ହେବାକୁ ଆଶା କରିଥିଲେ । ସାଇକଳା ସଂସଦ ଭୁବନେଶ୍ୱର କଳ୍ପନା ସାହୁ ଡ୍ୟାନ୍ସ ଗ୍ରୁପ, କସ୍ତୁରୀ ନାମ ସଂକୀର୍ତ୍ତନ ଦଳ ସିଙ୍ଗର ଖୁସି ରାଜସୁନାଖଳା, ଗୀତ…

Read More

ଗଞ୍ଜାମ ; ତା ୨୪/୦୩ ( ବିଏମସି ନ୍ୟୁଜ୍ ଓଡି଼ଶା ) ଆସନ୍ତା ୨୫/୦୩/୨୦୨୬ ଓ ୨୬/୦୩/୨୦୨୬ ରେ ରାଉରକେଲା ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ୍ ଠାରେ ରାଜ୍ୟସ୍ତରୀୟ ୟୁ – ୧୭ ଜୁନିଅର୍ ଓ ୟୁ-୧୯ ୟୁଥ୍ ପୁରୁଷ ଓ ମହିଳା ବକ୍ସିଂ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଜିଲ୍ଲାସ୍ତରୀୟ ବକ୍ସିଂ ଦଳ ଚୟନ ହୋଇସାରିଛି। ଏହି ଦଳ ରେ ଗଞ୍ଜାମ ଜିଲ୍ଳାର ୨୨ ଜଣ ପୁରୁଷ ଓ ୧୩ ଜଣ ମହିଳା ବକ୍ସର, କୋଚ୍, ମ୍ୟାନେଜର ଓ ରେଫରୀ ଜଜ୍ ଙ୍କୁ ମିଶାଇ ମୋଟ ୪୧ ଜଣିଆ ବକ୍ସିଂ ଦଳ ରାଉରକେଲା ଅଭିମୁଖେ ଆଜି ୨୪/୦୩/୨୦୨୬ ତାରିଖ ସନ୍ଧ୍ୟାରେ ରାଜ୍ୟରାଣୀ ଏକ୍ସପ୍ରେସ ଯୋଗେ ଯାତ୍ରା ଆରମ୍ଭ କଲେ ବୋଲି GDAA ର ବକ୍ସିଂ ସମ୍ପାଦକ କେ.ପ୍ରଭାକର ରାଓ ଏଵଂ GDAA ର ସଂପାଦକ ଜେ. କାମେଶ୍ୱର ରାଓ ଜଣାଇଛନ୍ତି। U-୧୭ ଜୁନିଅର୍ ପୁରୁଷ…

Read More

କାମାକ୍ଷାନଗର, ଢେଙ୍କାନାଳ ; ତା ୨୨/୦୩ ( ବି ଏମସି ଟିଭି ଓଡ଼ିଆ ) କାମାକ୍ଷାନଗର ଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୀଡିତ ପରିବାରକୁ ଭେଟି ଫାଷ୍ଟଟ୍ରାକ କୋର୍ଟରେ ଦୁଇ ମାସ ଭିତରେ ନ୍ୟାୟ ଦାବି ଏବଂ ପଚାଶ ଲକ୍ଷ ସହାୟତା ରାଶି ଦାବି କଲା ଆମ୍ ଆଦମୀ ପାର୍ଟି। ଗଣତନ୍ତ୍ର ବ୍ୟବସ୍ଥାରେ ପ୍ରତି ନାଗରିକକୁ ସାମାଜିକ ସୁରକ୍ଷା ଓ ସମାଜରେ ବଞ୍ଚିବା ପାଇଁ ଆନୁସଙ୍ଗିକ ସୁବିଧା ଯୋଗାଇଦେବା ସରକାରଙ୍କର କର୍ତ୍ତବ୍ୟ। ରାଜ୍ୟରେ ବର୍ତ୍ତମାନର ବିଜେପି ସରକାର ଏହା ଯୋଗାଇ ଦେବାରେ ବିଫଳ ହୋଇଛି। ଗୋଟିଏ ପରେ ଗୋଟିଏ ଜଘନ୍ୟ ଅପରାଧ ଘଟି ଚାଲିଥିବା ବେଳେ ସରକାର ଅଦ୍ୟାବଧି କୌଣସି ଠୋସ ପଦକ୍ଷେପ ନେଇ ନାହାଁନ୍ତି ଯାହାର ପରିଣାମ ଆଜି କଲେଜ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଛି । କାମାକ୍ଷାନଗରରେ କଲେଜ ଛାତ୍ରୀଙ୍କ ସହିତ ଘଟିଥିବା ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ସମଗ୍ର ସମାଜକୁ ଲଜ୍ଜିତ ଓ…

Read More

କୋରାପୁଟ: ତା -୨୧/୦୩(ବିଏମସି ଟିଭି ଓଡ଼ିଆ) କାର୍ଯ୍ୟକ୍ରମଟି ସଫଳତାର ସହ ସମାପ୍ତ ହେବା ପରେ, ଦଳଟି ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ ଚାଲୁଥିବା ବିଭିନ୍ନ ମହିଳା ସହାୟତା ସଂସ୍ଥାଗୁଡିକୁ ପରିଦର୍ଶନ କରିଥିଲେ। ଏହି ପରିଦର୍ଶନକୁ ଅଧ୍ୟକ୍ଷା ଶ୍ରୀମତୀ ସୋଭନା ମହାନ୍ତି ଓ ସଦସ୍ୟା ଶ୍ରୀମତୀ ମୁକ୍ତା ସାହୁ ନେତୃତ୍ୱ ଦେଇଥିଲେ। ସେମାନଙ୍କ ସହ ଦୁଇଜଣ କାଉନ୍ସେଲର ଓ ଜଣେ ଲିଗାଲ୍ ଆସିଷ୍ଟାଣ୍ଟ ମଧ୍ୟ ଉପସ୍ଥିତ ଥିଲେ। ଡିଏସଡବ୍ଲ୍ୟୁଓ ଶ୍ରୀମତୀ ଜ୍ୟୋତ୍ସ୍ନା ପାଢ଼ୀ, ପ୍ରୋଟେକ୍ସନ୍ ଅଫିସର ଶ୍ରୀମତୀ ସବିତା ସାମଦର ଓ ଡିଏଚଇଡବ୍ଲ୍ୟୁ କୋରାପୁଟ କର୍ମଚାରୀମାନେ ମଧ୍ୟ ଦଳ ସହ ଯୋଗ ଦେଇଥିଲେ। ଦଳଟି କୋରାପୁଟର ଜାନିଗୁଡା ଓ ମହାବୀର ନଗରରେ ଅବସ୍ଥିତ ଶକ୍ତି ସଦନକୁ ପରିଦର୍ଶନ କରିଥିଲେ। ସେଠାରେ ସେମାନେ ପ୍ରତ୍ୟେକ ଅବସ୍ଥାପିତଙ୍କ ସହ କଥାବାର୍ତ୍ତା କରି ସେମାନଙ୍କୁ ସ୍ୱାବଳମ୍ବୀ କରିବା ପାଇଁ କ୍ଷମତା ବୃଦ୍ଧିର ଗୁରୁତ୍ୱ ଉପରେ ଜୋର ଦେଇଥିଲେ। ଅନ୍ୟମାନଙ୍କର ମଧ୍ୟ୍ୟରେ ଶକ୍ତି ସଦନ ମହିଳା…

Read More

ଏହି ଅବସରରେ ମୁଖ୍ୟ ଅତିଥି ଭାବେ IMFA, ଥେରୁବାଲିର ସିନିୟର ଜେନେରାଲ ମ୍ୟାନେଜର ଶ୍ରୀ ଜି.ଭି. ରାକେଶ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଡ଼ଃ ବାବୁରାଓ ମହାନ୍ତି (ପୂର୍ବତନ ପ୍ରଧାନ ଶିକ୍ଷକ, ରାଜ୍ୟପାଳ ପୁରସ୍କାର ପ୍ରାପ୍ତ) ଓ ଶ୍ରୀ ସବ୍ୟସାଚୀ ସାହୁ (ପୂର୍ବତନ ସହକାରୀ ଶିଳ୍ପ ଅଧିକାରୀ, ଜିଲ୍ଲା ଶିଳ୍ପ କେନ୍ଦ୍ର (DIC), ରାୟଗଡ଼) ଉପସ୍ଥିତ ଥିଲେ। ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ତଥା ବିଶିଷ୍ଟ ସାହିତ୍ୟକାର, ସ୍ତମ୍ଭକାର ଏବଂ କଵି ଶ୍ରୀ ଦ୍ୱିତୀ ଚନ୍ଦ୍ର ସାହୁ ଯୋଗଦେଇ ତାଙ୍କର ପ୍ରେରଣାଦାୟକ ଉଦବୋଧନ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିମାନଙ୍କ ଆଗମନପରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ପରେ ପରେ ବରେଣ୍ୟ ଅତିଥି ମାନଙ୍କ ଉଦ୍ଦେଶ୍ୟରେ ସ୍ୱାଗତ ଗୀତିକା ଗାନ କରାଯାଇଥିଲା ଓ ଅଧ୍ୟକ୍ଷଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏହାପରେ ସଂସ୍କୃତି ବିଭାଗ ଦାୟିତ୍ୱ ତୁଲାଉଥିବା…

Read More

ରାୟଗଡା:ତା-୨୧/୦୩-(ବିଏମସି ଟିଭି ଓଡ଼ିଆ) ଆଜି ମହିଳା ଏବ˚ ଶିଶୁ ବିକାଶ ବିଭାଗର କମିଶନର ତଥା ସଚିବ ଡଃ ମୃଣାଳିନୀ ଦର୍ସ୍ବାଲ, ରାୟଗଡ଼ ଜିଲ୍ଲା ପରିଦର୍ଶନରେ ଆସିଥିଲେ। ପ୍ରଥମେ ସେ ସୁପୋଷିତ ଓଡିଶା ମିଶନ ଜିଲ୍ଲାସ୍ତରୀୟ କର୍ମଶାଳା କୁ ଉଦଘାଟନ କରିଥିଲେ। ମହିଳା ଏବ˚ ଶିଶୁ ବିକାଶ ତରଫରୁ ନୂଆକରି ଆରମ୍ଭ ହୋଇଥିବା ମହିଳା ମାନଙ୍କ ସୁରକ୍ଷା ସମୃଦ୍ଧି ଏବ˚ ଅର୍ଥନୈତିକ ପ୍ରଗତି ପାଇଁ ରାଜ୍ୟ ମହିଳା ହବ ଏବ˚ ଜିଲ୍ଲା ମହିଳା ହବ ଗଠନ ହୋଇଥିବା ସ˚ପର୍କରେ ସମ୍ୟକ ଧାରଣା ଦେଇଥିଲେ। ସୁଭଦ୍ରା ଯୋଜନା, ମମତା ଯୋଜନା, ପୋଷଣ ଅଭିଯାନ, ମୁଖ୍ୟମନ୍ତ୍ରୀ ସ˚ପୂର୍ଣ୍ଣ ପୃଷ୍ଟି ଯୋଜନା, ପୂର୍ଣ୍ଣ ଆହାର ଯୋଜନାରେ ହିତାଧିକାରୀ ମାନେ ଲାଭବାନ ହୋଇପାରୁଛନ୍ତି କି ନାହିଁ ତୃଣମୂଳ ସ୍ତରରେ ଅଙ୍ଗନଵାଡି କର୍ମୀ ମାନଙ୍କୁ ମହିଳା ପରିଦର୍ଶିକାମାନଙ୍କୁ ପଚାରି ବୁଝିଥିଲେ। ଏହା ପରେ ସେବାସଦନ ଯାଇ ସେଠାରେ ଥିବା ଅନ୍ତେବାସୀ ସହିତ ଆଲୋଚନା କରିଥିଲେ । ଏହାପରେ ସ୍ଥାନୀୟ ଜିଲ୍ଲା…

Read More

ରାୟଗଡା: ତା -୧୯/୦୩(ବିଏମସି ଟିଭି ଓଡ଼ିଆ) ରାୟଗଡ଼ ଜିଲ୍ଳା କୋଲନରା ବ୍ଲକ ଡୁମୁରି ଗୁଡା ପଞ୍ଚାୟତ ସାନ୍ତା ବାଡ଼ିଗାଁ ଠାରେ ଶୁକ୍ରବାର ଦିନ ଜଳ ଅର୍ପଣ ଦିବସ ପାଳିତ ହୋଇଯାଇଛି।ପଞ୍ଚାୟତ ସମିତି କୋଲନରା ଏବଂ ପଞ୍ଚାୟତିରାଜ ପାନୀୟ ଜଳ ବିଭାଗ, ଓଡିଶା ସରକାର ଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ରାୟଗଡ ଶ୍ରୀଯୁକ୍ତ ଅକ୍ଷୟ କୁମାର ଖେମୁଣ୍ଡୁ ସଭାପତିତ୍ୱ କରିଥିବା ବେଳେ ବିଶେଷ ସମ୍ମାନିତ ଅତିଥି ଭାବରେ କୋଲନରା ପଞ୍ଚାୟତ ସମିତି ଅଧ୍ୟକ୍ଷା ସଂଯୁକ୍ତା କୁଲେସିକା,ଉପାଧ୍ୟକ୍ଷ ହଳଧର ହିମିରିକା, ଜିଲ୍ଳା ପରିଷଦ ସଭ୍ୟ ଧବଳେଶ୍ୱର ନାଇଡୁ, ସୁନୀତା ତାଡ଼ିଙ୍ଗି, ଡୁମୁରିଗୁଡା ସରପଞ୍ଚ ମାଣିକ ପିର୍ବାକା, ସାଂସଦ ପ୍ରତିନିଧି ଆଇ ଗୋବର୍ଦ୍ଧନ ରାଓ ଏବଂ କୋଲନରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ରୀନା ପ୍ରଧାନ ଉପସ୍ଥିତ ଥିଲେ। ଏହି ଉତ୍ସବରେ ନୂତନ ଭାବେ ତିଆରି ହୋଇଥିବା ପାଣି ଟ୍ୟାଙ୍କ,ପ୍ରତ୍ୟେକ…

Read More

ବୋଲଗଡ: ତା -୨୦/୦୩(ବିଏମସି ଟିଭି ଓଡ଼ିଆ) ବୋଲଗଡ ପନ୍ଦର ଦୋଳ ପଡିଆ ଠାରେ ଆଜି ଅମୃତ ଉତ୍ସବ ଉଦଘାଟିତ ହୋଇଛି । ବରିଷ୍ଠ କଂଗ୍ରେସ ନେତା ପୃଥ୍ୱୀବଲ୍ଲଭ ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ ବୋଲଗଡ ଅଂଚଳର ଐତିହ୍ୟ ଓ ସମୃଦ୍ଧ ସଂସ୍କୃତିକୁ ଅମୃତ ଉତ୍ସବ ମାଧ୍ୟମରେ ପୁନଃ ଜାଗରିତ କରଯାଉଛି. ସ୍ଥାନୀୟ ଅଂଚଳର ଲୋକକଳାକୁ ଉଜ୍ଜୀବିତ କରିଆଗାମୀ ପିଢ଼ି ପାଇଁ ପ୍ରେରଣା ଯୋଗାଉଛି । ଏହି ଉତ୍ସବ ଦୀର୍ଘଜୀବୀ ହେବ ବୋଲି ଆଶା କରିଛନ୍ତି ସଭାପତି ହରିବନ୍ଧୁ ସାହୁଙ୍କ ଅଧକ୍ଷତାରେ ମୁଖ୍ୟବକ୍ତା କଂଗ୍ରେସ ବରିଷ୍ଠ ନେତ୍ରୀ ସୋନାଲି ସାହୁ ଯୋଗଦେଇଥିଲେ । ସମ୍ମାନିତ ଅତିଥି ରୂପେ ଅଗ୍ନିଶମ ଅଧିକାରୀ ବିବେକାନନ୍ଦ ଦାସ ଯୁବଆଇନଜୀବୀ ଚିତ୍ତରଞ୍ଜନ ପରିଡା ଓ ରାଧେଶ୍ୟାମ ରାୟଗୁରୁ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ ବହୁ ସ୍ଥାନୀୟ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଆଇନଜୀବୀ ଗୌରୀ ଦେବୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶ୍ରୀକାନ୍ତ କୁମାର ନାୟକ କାର୍ଯ୍ୟକ୍ରମ ସଂଯୋଜନା…

Read More