ବୋଲଗଡ: ତା – ୧୯/୦୩(ବିଏମସି ଟିଭି ଓଡ଼ିଆ) ବୋଲଗଡ ବ୍ଲକ୍ ସ୍ଥାନୀୟ ପନ୍ଦରଦୋଳ ପଡ଼ିଆରେ ୧୨ବର୍ଷ ଧରି ଆରମ୍ଭ ହେଉଥିବା ଅମୃତ ଉତ୍ସବ ୨୦୨୬ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । ଏଥିରେ ବରିଷ୍ଠ କଂଗ୍ରେସ ନେତା ପୃଥିବୀ ବାଲ୍ଧବ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ସୁନାଲି ସାହୁ , ବୋଲଗଡ ଅଗ୍ନିଶ୍ରମ ବିଭାଗ ଅଧିକାରୀ ବିବେକାନନ୍ଦ ଦାସ ପ୍ରମୁଖ ଯୋଗଦେଇଥିଲେ ।ଏହି ଅବସରରେ ସଙ୍ଗୀତଜ୍ଞ ସୁମନ୍ତ କୁମାର ଦାସ , ବରିଷ୍ଠ ନାଟ୍ୟକାର ହାଡିବନ୍ଧୁ ଦତ୍ତ , ବରିଷ୍ଠ ସାମ୍ବାଦିକ ଗଙ୍ଗାଧର ଦାଶ , ପ୍ରସନ୍ନ କୁମାର ସ୍ବାଇଁ, ଦିଲ୍ଲୀପ କୁମାର ଚୌଧୁରୀ , ମନୋରଞ୍ଜନ ମିଶ୍ର , ରାଜେନ୍ଦ୍ର କୁମାର ରାମଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ମନୋରମ ସନ୍ଧ୍ୟାରେ ରାଜ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ପ୍ରାୟୋଜିତ ଲୋଇସିଙ୍ଗାର…
Author: BMC NEWS ODISHA
ବାଲିମେଳା:୧୮/୦୩(ବିଏମସି ଟିଭି ଓଡ଼ିଆ) ମାଲକାନଗିରି ଜିଲ୍ଲା ଓର୍କେଲ ପୋଲିସକୁ ମିଳିଛି ଏକ ବଡ ସଫଳତା। ଏକ ଅଟୋ ଯୋଗେ ବାଲିମେଳା ଅଞ୍ଚଳର ଦୁଇ ଜଣ ବ୍ୟକ୍ତି ବାହାର ରାଜ୍ୟକୁ ବେଆଇନ ଭାବେ ଏକ ଅଟୋ ଗାଡି ନମ୍ବର -ଓଡି-୩୦-ହେଚ-୩୫୦୭ ଯୋଗେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ପୋଲିସ ହାବୁଡ଼ରେ ଧରା ପଡିଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କୁ ପୋଲିସ ଘଟଣା ସ୍ଥଳରୁ ଗିରଫ କରିଥିବା ବେଳେ ଉକ୍ତ ଅଟୋରେ ଥିବା ଅନ୍ୟ ଜଣେ ବ୍ୟକ୍ତି ଫେରାର ଥିବା ଜଣା ପଡିଛି।ତେବେ ଗିରଫ ହୋଇଥିବା ଯୁବକ ଜଣକ ହେଉଛନ୍ତି ବାଲିମେଳା ସହରର ଗୌଡ଼ଗୁଡା ସାହିର ଦୂର୍ଯ୍ୟଧନମୋରିଆ -(୨୮) ବୋଲି ଜଣା ପଡିଛି। ତେବେ ଏନେଇ ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଥାନା ଅଧିକାରୀ ଧିରେନ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ଏସଆଇ ହରପ୍ରିୟା ଶବରଙ୍କ ନେତୃତ୍ୱରେ ପୋଲିସର ଏକ ସ୍ୱତନ୍ତ୍ର ଟିମ ମଙ୍ଗଳବାର ସକାଳେ…
କୋରାପୁଟ: ତା -୧୯/୦୩(ବିଏମସି ଟିଭି ଓଡ଼ିଆ)ଆଜି ମହିଳା ଏବ˚ ଶିଶୁ ବିକାଶ ବିଭାଗର କମିଶନର ତଥା ସଚିବ ଡଃ ମୃଣାଳିନୀ ଦର୍ସ୍ବାଲ, କୋରାପୁଟ ଜିଲ୍ଲା ପରିଦର୍ଶନରେ ଆସିଥିଲେ। ପ୍ରଥମେ ସେ ସୁପୋଷିତ ଓଡିଶା ମିଶନ ଜିଲ୍ଲାସ୍ତରୀୟ କର୍ମଶାଳା କୁ ଉଦଘାଟନ କରିଥିଲେ। ମହିଳା ଏବ˚ ଶିଶୁ ବିକାଶ ତରଫରୁ ନୂଆକରି ଆରମ୍ଭ ହୋଇଥିବା ମହିଳା ମାନଙ୍କ ସୁରକ୍ଷା ସମୃଦ୍ଧି ଏବ˚ ଅର୍ଥନୈତିକ ପ୍ରଗତି ପାଇଁ ରାଜ୍ୟ ମହିଳା ହବ ଏବ˚ ଜିଲ୍ଲା ମହିଳା ହବ ଗଠନ ହୋଇଥିବା ସ˚ପର୍କରେ ସମ୍ୟକ ଧାରଣା ଦେଇଥିଲେ। ସୁଭଦ୍ରା ଯୋଜନା, ମମତା ଯୋଜନା, ପୋଷଣ ଅଭିଯାନ, ମୁଖ୍ୟମନ୍ତ୍ରୀ ସ˚ପୂର୍ଣ୍ଣ ପୃଷ୍ଟି ଯୋଜନା, ପୂର୍ଣ୍ଣ ଆହାର ଯୋଜନାରେ ହିତାଧିକାରୀ ମାନେ ଲାଭବାନ ହୋଇପାରୁଛନ୍ତି କି ନାହିଁ ତୃଣମୂଳ ସ୍ତରରେ ଅଙ୍ଗନଵାଡି କର୍ମୀ ମାନଙ୍କୁ ମହିଳା ପରିଦର୍ଶିକାମାନଙ୍କୁ ପଚାରି ବୁଝିଥିଲେ। ଏହା ପରେ ୱାନ ଷ୍ଟପ ସେଣ୍ଟର, ପୁଷ୍ଟି ପୁନର୍ବାସ କେନ୍ଦ୍ର, ଦୁଇଟି ଶକ୍ତି ସଦନ ସେଣ୍ଟରକୁ ଗସ୍ତ…
କୋରାପୁଟ: ତା -୧୮/୦୩(ବିଏମସି ଟିଭି ଓଡ଼ିଆ) ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ଡା. ମୃଣାଳିନୀ ଦର୍ଶୱାଲ, ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନ, DSWO, ଜ୍ୟୋସ୍ନା ପାଢ଼ୀ, ସବିତା ସାମଦର (PO-cum-PO, SHEW ଓ DHEW staff ମାନେ ସଖୀ One Stop Centre (OSC) କୋରାପୁଟକୁ ଭ୍ରମଣ କରିଥିଲେ. ଭ୍ରମଣ ସମୟରେ ସେମାନେ ସଖୀର ମୁଖ୍ୟ ପରିଚାଳିକା ଶର୍ମିଷ୍ଠା ଦାଶ ଏବଂ ସଖୀ OSC ର କାର୍ଯ୍ୟକର୍ତ୍ତା ମାନଙ୍କ ସହ ଆଲୋଚନା କରିଥିଲେ। ଏହି ଆଲୋଚନାରେ କେନ୍ଦ୍ରର କାର୍ଯ୍ୟପ୍ରଣାଳୀ ଓ ପୀଡ଼ିତାମାନଙ୍କୁ ଦିଆଯାଉଥିବା ମନୋ-ସାମାଜିକ ପରାମର୍ଶ, ଆଇନ ସହାୟତା, ଆଶ୍ରୟ, ଚିକିତ୍ସା ସହାୟତା ଓ ଅନ୍ୟାନ୍ୟ ସେବା ବିଷୟରେ ଅବଗତ ହୋଇଥିଲେ। ସେମାନେ ସଖୀ OSC ର ବିଭିନ୍ନ କକ୍ଷ ଓ ବ୍ୟବସ୍ଥାକୁ ପରିଦର୍ଶନ କରିଥିଲେ ଏବଂ କେନ୍ଦ୍ରର କାର୍ଯ୍ୟ ପ୍ରତି ସନ୍ତୋଷ ଓ ପ୍ରଶଂସା ପ୍ରକାଶ କରିଥିବା ସହ ଆଗାମୀ ଦିନରେ ସେବାକୁ ଆହୁରି…
ସମ୍ବଲପୁର/ବୁର୍ଲା:ତା-୧୭/୦୩ (ବିଏମସି ଟିଭି ଓଡିଆ) ଗଣ୍ଡା ସମାଜ କଲ୍ୟାଣ ପରିଷଦର ୨୭ତମ ସ୍ଥାପନ ଦିବସ ସଭାପତି ନିହାଲ ସିଂ ଙ୍କ ସଭାପତିତ୍ବରେ ମହା ଆଡ଼ମ୍ବରରେ ପାଳନ ହୋଇଯାଇଛି । ପ୍ରଥମେ ଡ.ବିଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ଶ୍ରୀସିଂ ପୁଷ୍ପ ମାଲ୍ୟାର୍ପଣ କରିଥିଲେ।ଉପସଭାପତି ରାମକୃଷ୍ଣ ଶାସନି , ସଂଗଠନ ସମ୍ପାଦିକା ଯମୁନା ଶିକା, ନାରାୟଣ ବାରିକ ଓ କ୍ଷିରୋଦ ନାୟକଙ୍କ ନେତୃତ୍ୱରେ ପେଟ୍ରୋଲ ପମ୍ପ ଦେଇ ଦୁର୍ଗା ମଣ୍ଡପ ଆଇଜି ମାର୍କେଟରେ ଗଣ୍ଡାବଜା ସହ ଶୋଭାଯାତ୍ରା ପହଞ୍ଚି ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ପଦ୍ମଶ୍ରୀ ଡ. ଜିତେନ୍ଦ୍ର ହରିପାଲ ମୁଖ୍ୟବକ୍ତା, ପ୍ରତିଷ୍ଠାତା ସଭାପତି ଓ ଉପଦେଷ୍ଟା ମିନକେତନ ବାଦି, ଆଶୁକବି ଗଦାଧର ନୀଆଲ, ରୁପାଞ୍ଜଳି ରଣବିଡା ଓ ଭନ୍ତେ ଶୁମଙ୍ଗଲ ବୌଦ୍ଧ, ଡ.ବିଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭବନ ସଭାପତି ଗୌରହରି ସେନାପତି, ଲିଙ୍ଗରାଜ ବାଗ, ଝସକେତନ ଦୀପ, ଡ. ଶ୍ରୀହରି ନାଗ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ। …
ବେଲଗୁଣ୍ଠା: ତା -୧୮/୦୩ (ବିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା ସହର ସ୍ଥିତ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ପରିସରରେ ଆଜି ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସମ୍ବାଦ ଆମ ଓଡ଼ିଶା ଏବଂ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ଦୁଇ କାଉନସିଲର୍, ତିନି ସାମ୍ବାଦିକ, ଦୁଇ କଲେଜ୍ କର୍ମଚାରୀଙ୍କ ସମେତ ୩୨ ଜଣ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଆଗାମୀ ଗ୍ରୀଷ୍ମ ପ୍ରବାହ ଏବଂ ରକ୍ତ ଭଣ୍ଡାରରେ ରକ୍ତର ଅଭାବକୁ ଆଖି ଆଗରେ ରଖି ଏହି ଶିବିରର ଆୟୋଜନ କରାଯାଇଥିଲା । ଏହି ଶିବିରରେ ଅନୁଷ୍ଠାନ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ଅନ୍ୟତମ ଅତିଥି ରୂପେ ଯୁବ ରେଡକ୍ରସ୍ କାଉନସିଲର୍ ଡ.ପ୍ରଫୁଲ୍ଲ କୁମାର ଜେନା,ଜାତୀୟ ସେବା ଯୋଜନା ଅଧିକାରୀ ପିଙ୍କି ପାତ୍ରଙ୍କ ସମେତ ଅଧ୍ୟାପକ ଅଶୋକ…
ଗୋଡଭଗା:ତା-୧୯/୦୩ (ବିଏମସି ଟିଭି ଓଡିଆ) ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ୍ ଅନ୍ତର୍ଗତ କଳାମାଟି ପଞ୍ଚାୟତ ଅଧିନସ୍ଥ ଗୋଡଭଗା କେମ୍ପ୍ ସ୍ଥିତ ଘୁଡୁକାଟିକ୍ରା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଠାରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳିତ ହୋଇ ଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ଶ୍ରୀକ୍ରିଷ୍ଣା ଗ୍ୟାସ୍ର ସଦସ୍ୟ ତଥା ହରିଓମ୍ ଗ୍ୟାସ୍ ଗୋଶାଳାର ମୁଖ୍ୟ ଦିଲ୍ଲୀପ ଅଗ୍ରୱାଲ ଯୋଗଦେଇ ଦୀପ ପ୍ରଜ୍ବଳନ କରି ଶିଶୁ ଭାଇ ଭଉଣୀମାନଙ୍କୁ ନବବର୍ଷର ଶୁଭେଚ୍ଛା ତଥା ଶୁଭାଶିର୍ବାଦ ପ୍ରଦାନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ନରେନ୍ଦ୍ର ବିଶ୍ବାଳ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ, ସଭାପତି ପ୍ରଦୀପ କର୍ଣ୍ଣ ହିନ୍ଦୁ ନବବର୍ଷ ଉପରେ ଅଭିଭାଷଣ ରଖିଥିଲେ। ଉପ ସଭାପତି ସୁଦାମ ପ୍ରଧାନ ନବବର୍ଷ ପାଳନର ବିଶେଷତ୍ଵ ବିଷୟରେ ଆଲୋକ ପାତ କରିଥିଲେ। ରୁକ୍ମିଣୀ ଛନ୍ଦ ଗୁରୁମା ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ହିନ୍ଦୁ ନବବର୍ଷ ପାଳନର ଉଦ୍ଦେଶ୍ୟ ସଂପର୍କରେ ନିଜସ୍ଵ ମତାମତ ରଖିଥିଲେ। ବିଦ୍ୟାଳୟର ପୂର୍ବତନ ପ୍ରଧାନ ଆଚାର୍ଯ୍ୟ…
ରାୟଗଡା: ତା -୧୯/୦୩(ବିଏମସି ଟିଭି ଓଡ଼ିଆ) ଆଜି ରାୟଗଡ଼ ପୌରପରିଷଦ ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମିଳିତ ଆନୁକୂଲ୍ୟରେ ସହରରେ ଏକ ବ୍ୟାପକ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସଚେତନତା ଅଭିଯାନ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମଟି ସ୍ଥାନୀୟ ଜ୍ଯୋତି ମହଲ ଛକ ଠାରୁ ଆରମ୍ଭ ହୋଇ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦେଈ କପିଳାସ ଛକ ଠାରେ ଶେଷ ହୋଇଥିଲା। ପର୍ଯ୍ୟାୟ କ୍ରମେ ରାୟଗଡ଼ ସହରର ସମସ୍ତ ୱାର୍ଡ ଏବଂ ଛକ ମାନଙ୍କରେ ଏହି ସଚେତନତା କାର୍ଯ୍ୟକ୍ରମ କରାଯିବ । ଅଭିଯାନ ସମୟରେ ବିଭିନ୍ନ ଘର ଏବଂ ଦୋକାନୀମାନଙ୍କୁ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ (ଥରେ ବ୍ୟବହୃତ ପ୍ଲାଷ୍ଟିକ) ର ଅପକାରିତା ଏବଂ ଏହାର ନିଷେଧାଦେଶ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଲିଫଲେଟ୍ ବଣ୍ଟନ କରାଯାଇଥିଲା ଏବଂ ସରକାରଙ୍କ ଦ୍ୱାରା ନିଷିଦ୍ଧ ହୋଇଥିବା ପ୍ଲାଷ୍ଟିକ ପଲିଥିନ, ପ୍ଲାଷ୍ଟିକ ପତାକା, ଚକୋଲେଟ୍ ଷ୍ଟିକ୍, ପ୍ଲାଷ୍ଟିକ ପ୍ଲେଟ୍, କପ୍, ଗ୍ଲାସ୍, ଚାମଚ, ଷ୍ଟ୍ର ଏବଂ ଟ୍ରେ ଆଦି…
ଭଞ୍ଜନଗର, ତା-୧୮ା୩ (ବିଏମସି ଟିଭି ଓଡିଆ ) ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଶିକ୍ଷା ବିଭାଗ ଯୁକ୍ତ ୩ ଶେଷବର୍ଷ ଛାତ୍ରୀଛାତ୍ରଙ୍କୁ ବୁଧବାର ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯିବା ସହ ଏକ ପାଠଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷ ବିଭାସ ଦାସ ଅଧ୍ୟକ୍ଷତା କରି ସମସ୍ତ ଛାତ୍ରୀଛାତ୍ରଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ। ଦୃଢ଼ ଆତ୍ମବିଶ୍ୱାସ ରହିଲେ ନିଶ୍ଚିତ ସଫଳତା ମିଳିବ । ଏଥିପ୍ରତି ସମସ୍ତେ ଦୃଷ୍ଟି ଦେବାକୁ ଅଧ୍ୟକ୍ଷ ଏବଂ ଅନ୍ୟ ଅତିଥିମାନେ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ଆହ୍ବାନ କରିଥିଲେ। ଛାତ୍ରୀ ଶ୍ରୁତି ବିଷୋୟୀ ସନ୍ଦର୍ଭ ଇଣ୍ଟିଗ୍ରେଟେଡ୍ ଚାଇଲ୍ଡ ଡେଭଲପମେଣ୍ଟ ସର୍ଭିସ ଇନ୍ ଏଜୁକେଶନ ଉପରେ ଲିଖିତ ସନ୍ଦର୍ଭଟିକୁ ପଠନ କରିଥିଲେ। ତାଙ୍କୁ ବିଭଗୀୟ ମୁଖ୍ୟ ଅଧ୍ୟାପିକା ତୃପ୍ତିମୟୀ ଦାସ ସହଯୋଗ କରିଥିଲେ। ଏଥିସହ ବିଭାଗୀୟ ମୁଖ୍ୟ ଅଧ୍ୟାପିକା ତୃପ୍ତିମୟୀ ଦାସ ପାଠଚକ୍ରର ଉଦ୍ଦେଶ୍ୟ ସଂପର୍କରେ କହିଥିଲେ। ସମନ୍ବିତ ଶିଶୁ ବିକାଶ ସେବା (ICDS) ହେଉଛି ଏକ…
ପଟ୍ଟାମୁଣ୍ଡାଇ ; ତା-୧୯/୦୩ ( ବିଏମସି ଟିଭି ଓଡ଼ିଆ) ଡାଲମା ହାଣ୍ଡିରୁ ବାହାରିଲା ସାପ । ବିଷାକ୍ତ ଖାଦ୍ୟ ଖାଇ ୪୦ ଅସୁସ୍ଥ । ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ମ୍ୟୁନିସପାଲିଟିର ୧୦ ୱାର୍ଡରେ । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ପଟ୍ଟାମୁଣ୍ଡାଇ ମ୍ୟୁନିସପାଲିଟିର ୧୦ୱାର୍ଡରେ ଭାଗବତ ସପ୍ତାହ ଅଵସରରେ ପ୍ରସାଦ ରନ୍ଧା ଯାଇଥିଲା । ୪୦୦ ଲୋକଙ୍କ ପ୍ରସାଦ ସେବନ ପାଇଁ ଖାଦ୍ୟ ରନ୍ଧା ହୋଇଥିଲା । ପ୍ରସାଦ ସେବନ ସମୟରେ ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଥିବା ଦେଖି ଲୋକେ ଭୟଭୀତ ହୋଇପଡିଥିଲେ। ବିଷାକ୍ତ ଡାଲମା ଖାଇ ପ୍ରାୟ ୪୦ ଲୋକ ଅସୁସ୍ଥ ହୋଇପଡିଥିଲେ। ସମସ୍ତଙ୍କୁ ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ମେଡିକାଲରେ ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ଲମ୍ବା ଲାଇନ ଦେଖିବାକୁ ମିଳିଛି । ବିଏମସି ନ୍ୟୁଜ୍ ଓଡି଼ଶା ।
ବେଲଗୁଣ୍ଠା, ୧୮/୦୩, ବେଲଗୁଣ୍ଠା ସହର ସ୍ଥିତ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ପରିସରରେ ଆଜି ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I ସମ୍ବାଦ ଆମ ଓଡ଼ିଶା ଏବଂ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ଦୁଇ କାଉନସିଲର୍, ତିନି ସାମ୍ବାଦିକ, ଦୁଇ କଲେଜ୍ କର୍ମଚାରୀଙ୍କ ସମେତ ୩୨ ଜଣ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ I ଆଗାମୀ ଗ୍ରୀଷ୍ମ ପ୍ରବାହ ଏବଂ ରକ୍ତ ଭଣ୍ଡାରରେ ରକ୍ତର ଅଭାବକୁ ଆଖି ଆଗରେ ରଖି ଏହି ଶିବିରର ଆୟୋଜନ କରାଯାଇଥିଲା I ଏହି ଶିବିରରେ ଅନୁଷ୍ଠାନ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ I ଏଥିରେ ଅନ୍ୟତମ ଅତିଥି ରୂପେ ଯୁବ ରେଡକ୍ରସ୍ କାଉନସିଲର୍ ଡ.ପ୍ରଫୁଲ୍ଲ କୁମାର ଜେନା,ଜାତୀୟ ସେବା ଯୋଜନା ଅଧିକାରୀ ପିଙ୍କି ପାତ୍ରଙ୍କ ସମେତ ଅଧ୍ୟାପକ ଅଶୋକ କୁମାର ସ୍ୱାଇଁ, ସନ୍ତୋଷ କୁମାର…
ସମ୍ବଲପୁର/ବରପାଲି:ତା-୧୭/୦୩ (ବିଏମସି ଟିଭି ଓଡିଆ)କବିତୀର୍ଥ ବରପାଲିରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧ ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛ। ଗଙ୍ଗାଧର ମେହେର କ୍ଲବର ସଭାପତି ନରେନ୍ଦ୍ର କୁମାର ହୋତାଙ୍କ ସଭାପତିତ୍ବରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତା ୧୯ ତାରିଖ ଗୁରୁବାର ସକାଳେ ସମାଧିରେ ଦ୍ଵୀପ ଓ ପୁଷ୍ପାଞ୍ଜଳି ଦେବା ପରେ ସନ୍ଧ୍ୟାରେ ସ୍ଥାନୀୟ ଗଙ୍ଗାଧର କଲ୍ୟାଣ ମଣ୍ଡପ ଠାରେ ଏକ ସାରସ୍ୱତ ସଭା ଅନୁଷ୍ଠିତ ହେବାକୁ ସ୍ଥିରୀକୃତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ୍ ଓ ମୁଖ୍ୟବକ୍ତା ଭାବେ ବବ୍ରୁବାହନ ମହାପାତ୍ର ଓ ସମ୍ମାନିତ ବକ୍ତା ଭାବେ ମିନତୀ ମିଶ୍ର ଯୋଗ ଦେବେ ବୋଲି କର୍ମକର୍ତ୍ତାଙ୍କ ସୂତ୍ରରୁ ପ୍ରକାଶ।ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଓ ସଭ୍ୟ ଉପସ୍ଥିତ ରହି ସକ୍ରୀୟ ଭୂମିକା ନିର୍ବାହ କରିଥିଲେ।ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।
