Author: bmcnews

ବଲାଙ୍ଗିର ; ତା-୧୭/୦୫ ( ବିଏମସି ଟିଭି ଓଡ଼ିଆ ) ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ସଇଁତଳା ଥାନା ଅଧୀନ କରମତଲା ଗାଁ ସ୍ଥିତ ପୁରୁଣା (UGB) ଉତ୍କଳ ଗ୍ରାମୀଣ ବ୍ୟାଙ୍କ ନିକଟରେ ଥିବା “ପୁଜାରାଣୀ ଜ୍ୱେଲର୍ସ” ନାମକ ଏକ ଗହଣା ଦୋକାନ ବିରୋଧରେ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ସ୍ଥାନୀୟ ଲୋକଙ୍କ କହିବା ଅଭିଯୋଗ ଅନୁସାରେ ଦୋକାନଟି ପ୍ରାୟ ୭ ବର୍ଷ ଧରି ବିନା (GST) ଜିଏଷ୍ଟି ବିଲ୍ ରେ ଚାଲିଆସୁଥିବା ବେଳେ ଦୋକାନର କୌଣସି ବୈଧ ଦଲିଲ ଦସ୍ତାବିଜ୍ ନଥିବା କୁହାଯାଉଛି।ଅଭିଯୋଗ ଅନୁସାରେ ଦୋକାନ ମାଲିକ ସଞ୍ଜୟ ପାତ୍ର ଗ୍ରାହକଙ୍କୁ ୨୪ କ୍ୟାରେଟ୍ ସୁନା କହି ୧୮ କ୍ୟାରେଟ୍ ସୁନା ବିକ୍ରି କରୁଥିବା ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଏହା ସହ ଗ୍ରାହକଙ୍କୁ ଠିକ ଠାକ ବିଲ୍ ଓ (GST) ଯିଏଷ୍ଟି ରସିଦ୍ ଦିଆଯାଉନଥିବା ଅଭିଯୋଗ ମଧ୍ୟ ହେଉଛି।ଏପରି ଅଭିଯୋଗ ନେଇ ସ୍ଥାନୀୟ ଲୋକେ ପ୍ରଶାସନଙ୍କ ତରଫରୁ ତଦନ୍ତ…

Read More

ନୂଆଦିଲ୍ଲୀ ; ତା-୧୬/୦୫ ( ବିଏମସି ଟିଭି ଓଡ଼ିଆ) ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କରେ ତିକ୍ତ ହୋଇଯାଇଛି। ଭାରତ ଅପରେସନ ସିନ୍ଦୂର ମାଧ୍ୟମରେ ବିଶ୍ବକୁ ବଡ଼ ବାର୍ତ୍ତା ଦେଇଥିଲା ଯେ,ଦେଶ ଯେକୌଣସି ପଦକ୍ଷେପ ନେବାକୁ ଭାରତ ପ୍ରସ୍ତୁତ। ପାକିସ୍ତାନର ଏଭଳି କାର୍ଯ୍ୟକଳାପ ନେଇ ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ କଡ଼ା ଚେତାବନୀ ଦେଇ କହିଛନ୍ତି, ପାକିସ୍ତାନ ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ ନକଲେ ଦେଶର ଇତିହାସ ଆଉ ଭୂଗୋଳ ବଦଳିଯିବାର ଆଶଙ୍କା ରହିଛି। ଏକ କାର୍ଯ୍ୟକ୍ରମରେ ସେନା ମୁଖ୍ୟଙ୍କୁ ପାକିସ୍ତାନର କାର୍ଯ୍ୟକଳାପ‌ ନେଇ ପ୍ରଶ୍ନ କରାଯିବାରୁ ସେ ଏଭଳି କଡ଼ା ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି।ସେନା ସଂଳାପ କାର୍ଯ୍ୟକ୍ରମରେ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି, ଯେକୌଣସି ସାମରିକ ଅଧିକାରୀଙ୍କ ପାଇଁ ସବୁଠାରୁ ବଡ଼ ଆନନ୍ଦର ସମୟ ହେଉଛି ଯେତେବେଳେ ତାଙ୍କ ସୈନିକମାନେ ତାଙ୍କୁ ସ୍ବୀକାର କରନ୍ତି ଏବଂ ତାଙ୍କ ଉପରେ ସମ୍ପୂର୍ଣ୍ଣ…

Read More

ପଟ୍ଟାମୁଣ୍ଡାଇ, ତା-୧୬/୦୫ (ବିଏମସି ଟିଭି ଓଡ଼ିଆ ) କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଞ୍ଚଳର କୁପୁଣି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ତରଭୁଜ ଖାଇ ଗୋଟିଏ ପରିବାରର ଜଣେ ନାବାଳକଙ୍କର ଜୀବନ ଯାଇଥିବାବେଳେ ଅନ୍ୟ ୩ ଜଣ ଅସୁସ୍ଥ ହୋଇ ଚିକିତ୍ସିତ ହେଉଛନ୍ତି। ଖାଦ୍ୟ ବିଷାକ୍ତ ହେତୁ ଏପରି ଘଟିଥିବା ସନ୍ଦେହ କରାଯାଉଛି। ମିଳିଥିବା ସୂଚନାନୁଯାୟୀ, କୁପୁଣି ଗାଁର ଅନନ୍ତ ସେନାପତି ଓ ତାଙ୍କ ପରିବାର ଶୁକ୍ରବାର ତରଭୁଜ ଖାଇଥିଲେ। ପରିବାର ଲୋକେ ତରଭୁଜ ଖାଇବା ପରେ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରେ ସେମାନଙ୍କର ବାନ୍ତି ଓ ପତଳା ଝାଡ଼ା ହୋଇଥିଲା। ପରିବାରର ୬ ଜଣ ଅସୁସ୍ଥ ହୋଇ ପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ଗୁରୁତର ଅବସ୍ଥାରେ ବବୃବାହନ ସେନାପତି ଓ ସ୍ବାଧୀନ ସେନାପତିଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ବଡ ଡାକ୍ତରଖାନାରେ ନାବାଳକ ସ୍ବାଧୀନ(୧୨)ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଘଟଣାକୁ ନେଇ ଗାଁରେ ଶୋକର ଛାୟା…

Read More

ବଲାଙ୍ଗୀର/ଟିଟିଲାଗଡ, ତା-୧୫/୦୫ ( ବିଏମସି ଟିଭି ଓଡ଼ିଆ) ଅଂଶୁଘାତ ରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଥିବା ରୋଗୀ ଙ୍କୁ ପିଇବା ପାଣି ଟୋପାଏ ମିଳୁନି । ଖାଲି ଫମ୍ପା ମାଠିଆ ପଡ଼ିଥିବା ବେଳେ ରୋଗୀ ଓ ସମ୍ପର୍କୀୟ ୨୦ ଟଙ୍କା ଲେଖାଏଁ ଦେଇ ବୋତଲ ପାଣି ବ୍ୟବହାର କରୁଛନ୍ତି। ପ୍ରକାଶ ଯେ, ତତଲାଗଡ ରୂପେ ପରିଚିତ ଟିଟିଲାଗଡ ଜିଲ୍ଲା ସ୍ତରୀୟ ମୁଖ୍ୟ ଚିକିତ୍ସାଳୟ ରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏହି ପାନୀୟ ଜଳ ଯୋଗାଣ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କାର୍ଯ୍ୟକାରୀ ନିୟମ ଥିବା ବେଳେ ତାର ଖିଲାପ କରାଯିବା ଯୋଗୁଁ ଡ଼ାକ୍ତରଖାନା ରେ ଲୋକେ ପିଇବା ପାଣି ପାଇଁ ଅକଥନୀୟ ଦୁର୍ଦ୍ଦଶା ଭୋଗିବା ସାର ହେଉଛି ।ସେହିପରି ଟିଟିଲାଗଡ ରୁ ପାଞ୍ଚ କିମି ଦୂର ମାତୃ ଓ ଶିଶୁ ଡ଼ାକ୍ତର ଖାନା ରେ ଏହି ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ଏ…

Read More

ଅନୁଗୋଳ ; ତା-୧୫/୦୫ ( ବିଏମସି ଟିଭି ଓଡ଼ିଆ ) ଅନୁଗୋଳ ଜିଲ୍ଲା କିଶୋର ନଗର ବ୍ଲକ ଅନ୍ତର୍ଗତ ଯାମୁନାଳୀ ଠାରେ ଥିବା ବରୋଦା ବ୍ୟାଙ୍କ ପକ୍ଷରୁ ଗ୍ରାହକ ମାନଙ୍କୁ ନେଇ ଏକ ବୈଠକ ହୋଇଥିଲା । ବ୍ୟାଙ୍କ ଉଚ୍ଚ ଅଧିକାରୀ ମାନେ ସମୀକ୍ଷା ବୈଠକ କରିଥିଲେ । ସମ୍ବଲପୁର ଆଞ୍ଚଳିକ କାର୍ଯ୍ୟାଳୟର ବରିଷ୍ଠ ପରିଚାଳକ ଶ୍ରୀଯୁକ୍ତ ନନ୍ଦ କିଶୋର ଦଣ୍ଡ ସେନାଙ୍କ ଅଧ୍ୟକ୍ଷତା ରେ ଜାମୁନାଳୀ ଗ୍ରାମର ସରପଞ୍ଚ ଗ୍ରାହକ ବରିଷ୍ଠ ଗ୍ରାହକ ମାନଙ୍କୁ ନେଇ ବୈଠକ ହୋଇଥିଲା । ଜାମୁନାଳୀ ଗ୍ରାମର ଗ୍ରହକ ଓ ସରପଞ୍ଚ ବ୍ୟାଙ୍କ ର ସମସ୍ତ କର୍ମ ଚାରି ଉପସ୍ଥିତ ଥିଲେ ।ବୈଠକ ରେ ଗ୍ରାହକ ମାନଙ୍କୁ ସେମାନଙ୍କ ର ସମସ୍ତ ସୁବିଧା ଉପରେ ଆଲୋଚନା ହୋଇଥିଲା । ସେମାନଙ୍କ ର ଚିନ୍ତା ଧାରା ଦୂର କରିବା ପାଇଁ ନେଟ ୱର୍କ ସମସ୍ୟା ଯୋଗୁଁ OTP ସହିତ ବିଭିନ୍ନ ପ୍ରକାର ସମସ୍ୟା ରେ ସମ୍ମୁଖୀନ…

Read More

ବେଲଗୁଣ୍ଠା ; ତା-୧୫/୦୫ ( ବିଏମସି ଟିଭି ଓଡ଼ିଆ) ଆଜକୁ କିଛି ଦିନ ହେଲା ବେଲଗୁଣ୍ଠା ସହରରେ ଡିଜେଲ, ପେଟ୍ରୋଲ ର ଗୁରୁତର ଅଭାବ ସୃଷ୍ଟି ହୋଇଛି। ବେଲଗୁଣ୍ଠା ସହର ଓ ବ୍ଲକ ଅଞ୍ଚଳରେ ୩ ଗୋଟି ପେଟ୍ରୋଲ ଟାଙ୍କି ଥିବାବେଳେ ସେଥିରୁ ଦୁଇଟି ଟାଙ୍କି ପ୍ରାୟତଃ ଅଧିକାଂଶ ସମୟରେ ବନ୍ଦ ରହୁଥିବା ଦେଖିବାକୁ ମିଳୁଛି । ବହୁ ସମୟରେ ବେଲଗୁଣ୍ଠା ଟାଙ୍କିବନ୍ଦ ରହୁଛି । ତେଲଥିଲେ ବାଇକ ପାଇଁ ୨୦୦ ଓ କାର ପାଇଁ ୧,୦୦୦ ଟଙ୍କାର ପେଟ୍ରୋଲ ଦେବାର ସୀମିତ ରଖାଯାଇଛି। ପେଟ୍ରୋଲ ପମ୍ପ ନିକଟରେ ଲମ୍ବା ଲାଇନ ଲାଗିଥିବା ବେଳେ ବରିଷ୍ଠ ବ୍ୟକ୍ତି ମାନେ ଲାଇନରେ ଜଗି ଅଣନିଶ୍ୱାସୀ ହୋଇପଡୁଛନ୍ତି। ସେହିପରି ଗାଙ୍ଗପୁର ପେଟ୍ରୋଲ ପମ୍ପ ଦୁଇଦିନ ହେଲା ବନ୍ଦ ଅଛି। ଗୋବରା ରେ ପମ୍ପ ରେ ପ୍ରବଳ ଭିଡ଼ ଲାଗିରହୁଛି । ଏଭଳି ଅବସ୍ଥା ସୃଷ୍ଟି ହେଲେ ଗମନାଗମନ ପ୍ରଭାବିତ ହେବାର ଦେଖାଦେବ ଓ ଜନସାଧାରଣ…

Read More

ବାଲିପାଟଣା ; ତା-୧୪/୦୫ ( ବିଏମସି ଟିଭି ଓଡ଼ିଆ) ରାଜଧାନୀ ଉପକଣ୍ଠ ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ତୁରିନ୍ତିରା ସ୍ଥିତ ମହାବୀର ଛକ ଏକ ଜଳଖିଆ ଦୋକାନରେ ଜଣେ ଯୁବକ ରଶି ଲଗାଇ ଝୁଲି ପଡ଼ିଛନ୍ତି । ମୃତ ଯୁବକ ହେଲେ ଗୁଆପୁର ପଞ୍ଚାୟତ ବସନ୍ତଡିହ ଗ୍ରାମର ରାଜ କିଶୋର ସାହୁଙ୍କ ପୁଅ ଶିଵ ପ୍ରସାଦ ସାହୁ । ବାପା ବଜାର ଉପରେ ମଦ ପିଉଥିବା ଦେଖି ସହି ପାରିଲା ନାହିଁ ପୁଅ । ବାରମ୍ବାର ବାପାଙ୍କୁ ମଦ ପିଇବା ପାଇଁ ପୁଅ ବାରଣ କରି ଆସୁଥିଲା । ବାପା ସୁଧୁରି ନ ଥିଲେ । ଆଜି ଶେଷରେ ନିଜ ଦୋକାନ ଭିତରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଛି । ସୂଚନା ମୁତାବକ ରାଜ କିଶୋରଙ୍କ ଗୋଟିଏ ପୁଅ ଏବଂ ଝିଅ ଅଛନ୍ତି । ଶିଵ ଘରର ବଡ଼ ପୁଅ । ମହାବୀର ଛକରେ ବାପା ରାଜୁ ଦୀର୍ଘ ବର୍ଷ ହେଲା ଜଳଖିଆ ଦୋକାନ…

Read More

ରାୟଗଡ଼ ; ତା-୧୩/୦୫ ( ବିଏମସି ଟିଭି ଓଡ଼ିଆ) ରାୟଗଡ଼ ବ୍ଲକ ସଦଭାବନା ସଭାଗୃହ ପରିସରରେ ବ୍ଲକ ସ୍ତରୀୟ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଅଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବିନ ଚନ୍ଦ୍ର ନାୟକ ଏଥିରେ ଅଧ୍ୟକ୍ଷତା କରି ସରକାରୀ ଯୋଜନାର କାର୍ଯ୍ୟକାରିତାରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ରକ୍ଷାକରିବା ଏହାର ଉଦ୍ଦେଶ୍ୟ ବୋଲି କହିଥିଲେ। ଗତ ଏପ୍ରିଲ ଠାରୁ ସେପ୍ଟେମ୍ବର ମାସ ୨୦୨୫ ମଧ୍ୟରେ ମନରେଗା, ପି ଏମ ପୋଷଣ ଏବଂ ସାଧାରଣ ବଣ୍ଟନ ଭଳି ସରକାରୀ ଯୋଜନାର କାର୍ଯ୍ୟକାରିତା ବିଷୟରେ ଅନୁଷ୍ଠିତ ସାମାଜିକ ସମୀକ୍ଷାର ଜନ ଶୁଣାଣି କରାଯାଇଥିଲା। ବିଡ଼ିଓ ସୁଜିତ କୁମାର ମିଶ୍ର, ଏବିଡ଼ିଓ କାଳୁ ଚରଣ ନାୟକ, ଗ୍ରାମ ପଞ୍ଚାୟତ ବିକାଶ ଅଧିକାରୀ ସ୍ମୃତିରେଖା ନାୟକ, ବ୍ଲକ ସାମାଜିକ ସମୀକ୍ଷା ଅଧିକାରୀ ସତ୍ୟ ହୂଇକା, ଯୋଗାଣ ଅଧିକାରୀ ମାନସ ସୁନା ଓ ଶିକ୍ଷା ବିଭାଗରୁ ଏବିଇଓ ବଳରାମ ହୁଇକା ମଞ୍ଚାସିନ ଥିଲେ। ଗତ ୨୩ ଅକ୍ଟୋବର ୨୦୨୫ ଠାରୁ…

Read More

ଦଶରଥପୁର ; ତା-୧୩/୦୫ (ବିଏମସି ଟିଭି ଓଡ଼ିଆ) ) ବରଗଛରେ ରଶି ଲଗାଇ ଝୁଲି ପଡିଲେ ପ୍ରେମୀ ଯୁଗଳ । ଏହିଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଦଶରଥପୁର ବ୍ଲକ ମଙ୍ଗଳପୁର ଥାନା ଅନ୍ତର୍ଗତ ଶୁଶୁଆ ପଞ୍ଚାୟତ ଈଶ୍ୱରପୁର ଗ୍ରାମରେ । ଈଶ୍ୱରପୁର ଗ୍ରାମର ବିଲ ମଝିରେ ଏକ ବରଗଛର ଡାଳରେ ଝୁଲୁଥିବା ଅବସ୍ଥାରେ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ମୃତ ପ୍ରେମୀ ଯୁଗଳ ମଧ୍ୟରୁ ପ୍ରେମିକ ଶୁଶୁଆ ପଞ୍ଚାୟତ ଈଶ୍ୱରପୁର ଜେନାସାହି ମଙ୍ଗୁଳି ଦାସଙ୍କ ପୁଅ ସମୀର ଦାସ (୨୨) ବୋଲି ଜଣାପଡିଥିବା ବେଳେ ଯୁବତୀ ସେହି ଥାନା ଅଧିନ ମଲ୍ଲୀକାପୁର ପଞ୍ଚାୟତ ମହାନ୍ତିପାଟଣା ଗ୍ରାମର ରବୀନ୍ଦ୍ର ମଲ୍ଲିକଙ୍କ ଝିଅ ସୁରେଖା ମଲ୍ଲିକ (୨୦)। ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ପ୍ରେମ ସମ୍ପର୍କ ରହିଥିବା ବେଳେ ଆଜି ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଘଟଣା ସନ୍ଦେହ ସୃଷ୍ଟି କରିଛି, ମୃତ ଯୁବକ କେରଳର ଏକ ଘରୋଇ କମ୍ପାନୀରେ କାମ…

Read More

ବେଲଗୁଣ୍ଠା, ତା-୧୩/୦୫, ( ବିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା ବ୍ଳକ୍ ତନରଡା ସ୍ଥିତ ଅଷ୍ଟମ ସ୍ୱତନ୍ତ୍ର ବାଟାଲିଅନର ହାବିଲଦାର ଦେବାଶିଷ ବେହେରା ମଙ୍ଗଳବାର ରାତିରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ସୂଚନା ପ୍ରକାରେ ସ୍ବର୍ଗତ ଦେବାଶିଷଙ୍କ ନିଜ ଘର ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଚନ୍ଦ୍ରପୁଟ ଗ୍ରାମର ସୁବ୍ରତ ବେହେରାଙ୍କ ପୁଅ। ଦେବାଶିଷଙ୍କ ଦୁଇଟି ଝିଅ ହୋଇଥିବା ବେଳେ ସେମାନେ ପରିବାର ସହିତ ନିଜ ଗ୍ରାମରେ ରହି ଆସୁଥିଲେ। ମଙ୍ଗଳବାର ରାତିରେ ହାବିଲଦାର ଦେବାଶିଷ ବେଲଗୁଣ୍ଠା ଥାନା ଅନ୍ତର୍ଗତ କୁରୁଳେଇ ରାସ୍ତାର ଏକ ଗଛରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଖବରପାଇ ବେଲଗୁଣ୍ଠା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିଥିଲେ। ଏନେଇ ବେଲଗୁଣ୍ଠା ଥାନାରେ କେଶ୍ ନମ୍ୱର୍ ୧୬/୨୬ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଦେବାଶିଷଙ୍କ ପରିବାର ଲୋକଙ୍କୁ ଡକାଇ ତାଙ୍କ…

Read More

ସମ୍ବଲପୁର ; ତା.୧୨/୦୫ (ବିଏମସି ଟିଭି ଓଡିଆ) ଆକାଶବାଣୀର ୯୦ ବର୍ଷ ଗୌରବମୟ ଯାତ୍ରା ଉପଲକ୍ଷେ ଦେଶର ପ୍ରମୁଖ ଆକାଶବାଣୀ କେନ୍ଦ୍ରମାନଙ୍କରେ ବିଭିନ୍ନ ପ୍ରକାର ସଂଗୀତ ସମାରୋହର ଆୟୋଜନ କରାଯାଉଅଛି। ଏହି କ୍ରମରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ତରଫରୁ ଲୋକ ସଂଗୀତ ସମାରୋହ ‘ନୁଆଁ ନବେ’ କାର୍ଯ୍ୟକ୍ରମ ସ୍ଥାନୀୟ ଜିଲ୍ଲା ପ୍ରେକ୍ଷାଳୟର ତପସ୍ୱିନୀ ହଲ୍‌ରେ ନିମନ୍ତ୍ରିତ ଅତିଥିମାନଙ୍କ ଗହଣରେ ଗତକାଲି ସନ୍ଧ୍ୟାରେ ସମ୍ପନ୍ନ ହୋଇଯାଇଛି। କେନ୍ଦ୍ରର ଭାରପ୍ରାପ୍ତ କାର୍ଯ୍ୟକ୍ରମ ମୁଖ୍ୟ ସନ୍ତୋଷ ପିଙ୍ଗଙ୍କ ସଭାପତିତ୍ବରେ ଅନୁଷ୍ଠିତ ପ୍ରାରମ୍ଭିକ ସଭାରେ ଲୋକପ୍ରିୟ ରଙ୍ଗବତୀ ଗୀତର ସୁନାମଧନ୍ୟ ଗୀତିକାର ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ, ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ, ପଦ୍ମଶ୍ରୀ କ୍ରୀଷ୍ଣା ପଟେଲ ଏବଂ କେନ୍ଦ୍ରର ଅଭିଯାନ୍ତ୍ରିକୀ ମୁଖ୍ୟ ସନ୍ତୋଷ କୁମାର ପ୍ରଧାନ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଆକାଶବାଣୀ କେବଳ ଶିକ୍ଷା, ସୂଚନା ଏବଂ ମନୋରଞ୍ଜନର ମାଧ୍ୟମ ନୁହେଁ, ଭାଷା, ସାହିତ୍ୟ, କଳା, ସଂସ୍କୃତି ଏବଂ ପରମ୍ପରାର ମୌଳିକତାକୁ ବଞ୍ଚାଇରଖିବା ସହିତ ଅନେକ…

Read More

ଭୁବନେଶ୍ଵର ; ତା-୧୩/୦୫ ( ବିଏମସି ଟିଭି ଓଡ଼ିଆ) ବାଲିଅନ୍ତା ଘଟଣା ମନରୁ ନଲିଭୁଣୁ ରାଜଧାନୀରୁ ଆସିଛି ପୁଣି ଏକ ଲଜ୍ଜାଜନକ ଘଟଣା। ବୟଫ୍ରେଣ୍ଡ୍ ରୁମରେ ଗଲଫ୍ରେଣ୍ଡକୁ ଗଣଦୁଷ୍କର୍ମ । ଏଭଳି ଘଟଣା ଦେଖିବାକୁ ଇନଫୋଭ୍ୟାଲି ଥାନା କାଇମାଟିଆ ଅଞ୍ଚଳରେ। ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଯୁବତୀଙ୍କ ପ୍ରେମିକ ସହ ୩ ଜଣ କଲେଜ ଛାତ୍ରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆସିଛି । ପୀଡିତା ଜଣକ ଏକ ଘରୋଇ କଲେଜର ଛାତ୍ରୀ ହୋଇଥିବା ଜଣାପଡିଛି। ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ ପୋଲିସ । ଗିରଫ ଅଭିଯୁକ୍ତ ହେଲେ ସିପୁନ ବେହେରା,ରଞ୍ଜନ ବେହେରା ,ଶୁଭଙ୍କର ପାଢ଼ୀ ଓ ରତିକାନ୍ତ । ଦୁଷ୍କର୍ମ ପଛରେ ବୟଫ୍ରେଣ୍ଡ ଓ ତାର ସାଙ୍ଗ ସାମିଲ ଥିଲେ । ଅଭିଯୁକ୍ତକୁ ଗିରଫ ପରେ ପୁଲିସ୍‌ ତଦନ୍ତ ଜାରି ରଖିଛି। ବିଏମସି ନ୍ଯୁଜ୍ ଓଡ଼ିଶା ।

Read More